logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ରାୟଗଡ଼ ଦ୍ବାରା ଆୟୋଜିତ ପଞ୍ଚ ଦିବସୀୟ ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା- ୨୦୨୫ ର ଆଜି ଚତୁର୍ଥ ଦିବସରେ ମଞ୍ଚରେ ଉପସ୍ଥିତ ମୁଖ୍ୟ ଅତିଥି ନବୀନ ଚନ୍ଦ୍ର ନାୟକ ଅତିରିକ୍ତ ଜିଲ୍ଲପାଳ, ରାୟଗଡ଼ା ଙ୍କ କରକମଳରେ ପ୍ରଦୀପ ପ୍ରଜ୍ଜ୍ବଳନ ଓ ବେଦମନ୍ତ୍ର ପଠନ ପୂର୍ବକ ମଞ୍ଚାସୀନ ସମସ୍ତ ଅତିଥି ଓ ଅଧିକାରୀଙ୍କୁ ପୁଷ୍ପକୁଣ୍ଡ ଓ ବ୍ୟାଚ ପ୍ରଦାନ ପରେ ଶ୍ରୀ ସନ୍ତୋଷ କୁମାର ମିଶ୍ର, ନିର୍ବାହୀ ଯନ୍ତ୍ରୀ (କୃଷି) ରାୟଗଡ଼ ଙ୍କ ସଭାପତିତ୍ବ ରେ ମଞ୍ଚକାର୍ଯ୍ୟ ଆରମ୍ଭ କରାଯାଇଥିଲା । ସମ୍ମାନିତ ଅତିଥି ରୂପେ ଶ୍ରୀ ଚନ୍ଦ୍ରକାନ୍ତ ମାଝୀ,ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ,ମଣ୍ଟୁ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ସଭ୍ୟ , ପଦ୍ମପୁର, ଶ୍ରୀଯୁକ୍ତ ଶେଖ୍ ଏହେସାନ୍ ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ରାୟଗଡ଼ ରାୟଗଡ଼, ଡକ୍ଟର ଅଶୋକ କୁମାର ବେହେରା,ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ, ରାୟଗଡ଼, ଶ୍ରୀ ଧନଞ୍ଜୟ ମହାପାତ୍ର,ଡି ଆର୍ ସି ଏସ ରାୟଗଡ଼ ଶ୍ରୀ ଦିବ୍ୟସ୍ୱରୂପ ପଣ୍ଡା, କୃଷି ଜିଲ୍ଲା ଅଧିକାରୀ, ଗୁଣପୁର, ଶ୍ରୀ ପ୍ରକାଶ ଚନ୍ଦ୍ର ବେହେରା, କୃଷି ଜିଲ୍ଲା ଅଧିକାରୀ, ମୁନିଗୁଡ଼ା ଶ୍ରୀ ରାହୁଲ କୁମାର ନାୟକ, ଗୋଷ୍ଠୀ କୃଷି ଅଧିକାରୀ ବିଷମ କଟକ ଏବଂ ଶ୍ରୀଯୁକ୍ତ ସୁଜିତ୍ କୁମାର ପାଢୀ ,ଗୋଷ୍ଠୀ କୃଷି ଅଧିକାରୀ, କଲ୍ୟାସିଂହପୁର ଉପସ୍ଥିତ ରହି ବର୍ତ୍ତମାନ ଅବସ୍ଥା ରେ ଚାଷ କ୍ଷେତ୍ରରେ ଏବଂ ଚାଷୀ ର ଅମଳ ତଥା ଆୟକୁ ବହୁଗୁଣିତ କରିବାରେ କୃଷି ଯନ୍ତ୍ରପାତି ର ଆବଶ୍ୟକତା ପ୍ରତି ପରାମର୍ଶ ଦେଇଥିଲେ ତତ୍ସହିତ ମାଣ୍ଡିଆ ଚାଷୀ ମାନେ କେମିତି ମାଣ୍ଡିଆ କୁ ଉଚିତ ମୂଲ୍ୟ ରେ ମଣ୍ଡି ରେ ବିକ୍ରି କରିପାରିବେ ସେ ବିଷୟରେ ସୁଚାଇଥିଲେ। ବିଭାଗୀୟ ସମସ୍ତ ଚାଷ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପଦ୍ମପୁର ଓ କାଶୀପୁର ବ୍ଲକ୍‌ର ୩ ଜଣ ଚାଷୀଙ୍କୁ ମାନପତ୍ର ଓ ମୋମେଣ୍ଟ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା । ନୂତନ ଭାବେ କୃଷି ଯନ୍ତ୍ରପାତି କିଣିଥିବା ଚାଷୀଙ୍କୁ ମଞ୍ଚରେ ଚାବିକାଠି ପ୍ରଦାନ କରାଯାଇଥିଲା । କୃଷକ ପାଠଶାଳା ଆଲୋଚନା ଚକ୍ରରେ ଶ୍ରୀ ସନ୍ତୋଷ କୁମାର ମିଶ୍ର, ନିର୍ବାହୀ ଯନ୍ତ୍ରୀ (କୃଷି), ରାୟଗଡ଼ା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଓ ନୂତନ କୃଷି ଯନ୍ତ୍ରପାତି ର ବ୍ୟବହାର ବିଷୟରେ, ଶ୍ରୀ ଅଶୋକ କୁମାର ବେହେରା , ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ, ରାୟଗଡ଼ା ପ୍ରାଣୀ ରୋଗ ଏଵଂ ଚିକିତ୍ସା ବିଷୟରେ ଉପସ୍ଥିତ ଚାଷୀ ମାନଙ୍କୁ ଆଲୋକପାତ କରାଇଥିଲେ। ଶ୍ରୀ ସୁଜିତ୍ କୁମାର ପାଢୀ ,ଗୋଷ୍ଠୀ କୃଷି ଅଧିକାରୀ, କଲ୍ୟାସିଂହପୁର ମଞ୍ଚାସୀନ ସମସ୍ତ ଅତିଥି ଓ ଅଧିକାରୀଙ୍କୁ ମେଳାରେ ପରିଚାଳନା କରିଥିବା କୃଷି ପରିବାର, ପ୍ରଦଶିର୍ତ ସମସ୍ତ ଷ୍ଟଲର କାର୍ଯ୍ୟକର୍ତ୍ତା, ସାମ୍ବାଦିକବନ୍ଧୁ, ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ସମସ୍ତ କଳାକାର, ଗୁଣୁପୁର ପୌରପରିଷଦ ର କାର୍ଯ୍ୟକର୍ତ୍ତା, ଅଗ୍ନିସମବାହିନୀ, ସୁରକ୍ଷାବାହିନୀ ଏବଂ କୃଷି ଜନ୍ତ୍ରପାତି ମେଳା ସହିତ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ଜଡ଼ିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ସମସ୍ତ ଅତିଥି ଓ ଅଧିକାରୀ ଚାଷୀ ମାନଙ୍କ ସହ ଷ୍ଟଲ୍ ଗୁଡିକ ବୁଲି ଦେଖିଥିଲେ l ଅପରାହ୍ନରେ ବିଭିନ୍ନ ଅନୁଷ୍ଠାନରୁ ଆସିଥିବା କଳାକାର ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସମସ୍ତଙ୍କ ମନ ମୋହିଥିଲା । ସୁଶ୍ରୀ ଭାଗ୍ୟଶ୍ରୀ ମଲ୍ଲିକ , ସହକାରୀ କୃଷି ଯନ୍ତ୍ରୀ, ରାମନାଗୁଡ଼ା ଓ ଶ୍ରୀ ନିରଞ୍ଜନ ନାୟକ ଏଓ, କାଶୀପୁର ମଞ୍ଚକାର୍ଯ୍ୟ ପରିଚାଳନା କରିଥିଲେ । -ସମାପ୍ତ

1 day ago
user_Narattam Kumar padhy
Narattam Kumar padhy
Journalist ବିଷମାକଟକ, ରାୟଗଡା, ଓଡ଼ିଶା•
1 day ago
a3be0b28-eaae-4ba3-be3b-3a2ed0eb8142

କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ରାୟଗଡ଼ ଦ୍ବାରା ଆୟୋଜିତ ପଞ୍ଚ ଦିବସୀୟ ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା- ୨୦୨୫ ର ଆଜି ଚତୁର୍ଥ ଦିବସରେ ମଞ୍ଚରେ ଉପସ୍ଥିତ ମୁଖ୍ୟ ଅତିଥି ନବୀନ ଚନ୍ଦ୍ର ନାୟକ ଅତିରିକ୍ତ ଜିଲ୍ଲପାଳ, ରାୟଗଡ଼ା ଙ୍କ କରକମଳରେ ପ୍ରଦୀପ ପ୍ରଜ୍ଜ୍ବଳନ ଓ ବେଦମନ୍ତ୍ର ପଠନ ପୂର୍ବକ ମଞ୍ଚାସୀନ ସମସ୍ତ ଅତିଥି ଓ ଅଧିକାରୀଙ୍କୁ ପୁଷ୍ପକୁଣ୍ଡ ଓ ବ୍ୟାଚ ପ୍ରଦାନ ପରେ ଶ୍ରୀ ସନ୍ତୋଷ କୁମାର ମିଶ୍ର, ନିର୍ବାହୀ ଯନ୍ତ୍ରୀ (କୃଷି) ରାୟଗଡ଼ ଙ୍କ ସଭାପତିତ୍ବ ରେ ମଞ୍ଚକାର୍ଯ୍ୟ ଆରମ୍ଭ କରାଯାଇଥିଲା । ସମ୍ମାନିତ ଅତିଥି ରୂପେ ଶ୍ରୀ ଚନ୍ଦ୍ରକାନ୍ତ ମାଝୀ,ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ,ମଣ୍ଟୁ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ସଭ୍ୟ , ପଦ୍ମପୁର, ଶ୍ରୀଯୁକ୍ତ ଶେଖ୍ ଏହେସାନ୍ ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ରାୟଗଡ଼ ରାୟଗଡ଼, ଡକ୍ଟର ଅଶୋକ କୁମାର ବେହେରା,ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ, ରାୟଗଡ଼, ଶ୍ରୀ ଧନଞ୍ଜୟ ମହାପାତ୍ର,ଡି ଆର୍ ସି ଏସ ରାୟଗଡ଼ ଶ୍ରୀ ଦିବ୍ୟସ୍ୱରୂପ ପଣ୍ଡା, କୃଷି ଜିଲ୍ଲା ଅଧିକାରୀ, ଗୁଣପୁର, ଶ୍ରୀ ପ୍ରକାଶ ଚନ୍ଦ୍ର ବେହେରା, କୃଷି ଜିଲ୍ଲା ଅଧିକାରୀ, ମୁନିଗୁଡ଼ା ଶ୍ରୀ ରାହୁଲ କୁମାର ନାୟକ, ଗୋଷ୍ଠୀ କୃଷି ଅଧିକାରୀ ବିଷମ କଟକ ଏବଂ ଶ୍ରୀଯୁକ୍ତ ସୁଜିତ୍ କୁମାର ପାଢୀ ,ଗୋଷ୍ଠୀ କୃଷି ଅଧିକାରୀ, କଲ୍ୟାସିଂହପୁର ଉପସ୍ଥିତ ରହି ବର୍ତ୍ତମାନ ଅବସ୍ଥା ରେ ଚାଷ କ୍ଷେତ୍ରରେ ଏବଂ ଚାଷୀ ର ଅମଳ ତଥା ଆୟକୁ ବହୁଗୁଣିତ କରିବାରେ କୃଷି ଯନ୍ତ୍ରପାତି ର ଆବଶ୍ୟକତା ପ୍ରତି ପରାମର୍ଶ ଦେଇଥିଲେ ତତ୍ସହିତ ମାଣ୍ଡିଆ ଚାଷୀ ମାନେ କେମିତି ମାଣ୍ଡିଆ କୁ ଉଚିତ ମୂଲ୍ୟ ରେ ମଣ୍ଡି ରେ ବିକ୍ରି କରିପାରିବେ ସେ

aba7a250-c392-43e7-8fe0-5cb347930083

ବିଷୟରେ ସୁଚାଇଥିଲେ। ବିଭାଗୀୟ ସମସ୍ତ ଚାଷ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପଦ୍ମପୁର ଓ କାଶୀପୁର ବ୍ଲକ୍‌ର ୩ ଜଣ ଚାଷୀଙ୍କୁ ମାନପତ୍ର ଓ ମୋମେଣ୍ଟ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା । ନୂତନ ଭାବେ କୃଷି ଯନ୍ତ୍ରପାତି କିଣିଥିବା ଚାଷୀଙ୍କୁ ମଞ୍ଚରେ ଚାବିକାଠି ପ୍ରଦାନ କରାଯାଇଥିଲା । କୃଷକ ପାଠଶାଳା ଆଲୋଚନା ଚକ୍ରରେ ଶ୍ରୀ ସନ୍ତୋଷ କୁମାର ମିଶ୍ର, ନିର୍ବାହୀ ଯନ୍ତ୍ରୀ (କୃଷି), ରାୟଗଡ଼ା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଓ ନୂତନ କୃଷି ଯନ୍ତ୍ରପାତି ର ବ୍ୟବହାର ବିଷୟରେ, ଶ୍ରୀ ଅଶୋକ କୁମାର ବେହେରା , ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ, ରାୟଗଡ଼ା ପ୍ରାଣୀ ରୋଗ ଏଵଂ ଚିକିତ୍ସା ବିଷୟରେ ଉପସ୍ଥିତ ଚାଷୀ ମାନଙ୍କୁ ଆଲୋକପାତ କରାଇଥିଲେ। ଶ୍ରୀ ସୁଜିତ୍ କୁମାର ପାଢୀ ,ଗୋଷ୍ଠୀ କୃଷି ଅଧିକାରୀ, କଲ୍ୟାସିଂହପୁର ମଞ୍ଚାସୀନ ସମସ୍ତ ଅତିଥି ଓ ଅଧିକାରୀଙ୍କୁ ମେଳାରେ ପରିଚାଳନା କରିଥିବା କୃଷି ପରିବାର, ପ୍ରଦଶିର୍ତ ସମସ୍ତ ଷ୍ଟଲର କାର୍ଯ୍ୟକର୍ତ୍ତା, ସାମ୍ବାଦିକବନ୍ଧୁ, ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ସମସ୍ତ କଳାକାର, ଗୁଣୁପୁର ପୌରପରିଷଦ ର କାର୍ଯ୍ୟକର୍ତ୍ତା, ଅଗ୍ନିସମବାହିନୀ, ସୁରକ୍ଷାବାହିନୀ ଏବଂ କୃଷି ଜନ୍ତ୍ରପାତି ମେଳା ସହିତ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ଜଡ଼ିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ସମସ୍ତ ଅତିଥି ଓ ଅଧିକାରୀ ଚାଷୀ ମାନଙ୍କ ସହ ଷ୍ଟଲ୍ ଗୁଡିକ ବୁଲି ଦେଖିଥିଲେ l ଅପରାହ୍ନରେ ବିଭିନ୍ନ ଅନୁଷ୍ଠାନରୁ ଆସିଥିବା କଳାକାର ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସମସ୍ତଙ୍କ ମନ ମୋହିଥିଲା । ସୁଶ୍ରୀ ଭାଗ୍ୟଶ୍ରୀ ମଲ୍ଲିକ , ସହକାରୀ କୃଷି ଯନ୍ତ୍ରୀ, ରାମନାଗୁଡ଼ା ଓ ଶ୍ରୀ ନିରଞ୍ଜନ ନାୟକ ଏଓ, କାଶୀପୁର ମଞ୍ଚକାର୍ଯ୍ୟ ପରିଚାଳନା କରିଥିଲେ । -ସମାପ୍ତ

More news from ଓଡ଼ିଶା and nearby areas
  • ନନ୍ଦପୁର ବ୍ଲକ ହିକିମପୁଟରେ ଦେଖିବାକୁ ମିଳିଛି ଏକ ଭିନ୍ନ ପ୍ରଜାତିର ପ୍ରଜାପତି,ଭୟ ଭିତ ମଧ୍ୟରେ ଆନନ୍ଦ
    1
    ନନ୍ଦପୁର ବ୍ଲକ ହିକିମପୁଟରେ ଦେଖିବାକୁ ମିଳିଛି ଏକ ଭିନ୍ନ ପ୍ରଜାତିର ପ୍ରଜାପତି,ଭୟ ଭିତ ମଧ୍ୟରେ ଆନନ୍ଦ
    user_KADAMBINI
    KADAMBINI
    Journalist ଲକ୍ଷ୍ମୀପୁର, କୋରାପୁଟ, ଓଡ଼ିଶା•
    2 hrs ago
  • ପର୍ଯ୍ୟଟନ ସ୍ଥଳୀରେ ବନ ବିଭାଗର ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ--- ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ସମସ୍ତ ପର୍ଯ୍ୟଟନସ୍ଥଳ ମାନଙ୍କରେ ଲୋକଙ୍କର ଭିଡ ଦେଖିବାକୁ ମିଳେ l ଗଜପତି ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହେଉଛି ପଦ୍ମ ସମ୍ଭବ ବୁଦ୍ଧ ବିହାର ଓ ନିକଟରେ ପ୍ରବାହିତ ହେଉଥିବା ଖସଡ଼ା ଜଳପ୍ରପାତ l ଏହି ଋତୁରେ ପର୍ଯ୍ୟଟକ ମାନେ ରାଜ୍ୟ, ଜିଲ୍ଲା ତଥା ଜିଲ୍ଲା ବାହାରୁ ପରିବାର ବର୍ଗ ଓ ବନ୍ଧୁ ବାନ୍ଧବଙ୍କ ସହ ପିକ୍ ନିକର ମଜା ନେବା ପାଇଁ ଏହି ସ୍ଥାନକୁ ଆସିଥାନ୍ତି। ପଲିଥିନ ଓ ପ୍ଲାଷ୍ଟିକର ବ୍ୟବହାର ପ୍ରବଳମାତ୍ରାରେ ଏଠାରେ ହୋଇଥାଏ l ଫଳରେ ପରିବେଶ ପ୍ରଦୂଷଣର ମଧ୍ୟ ଆଶଙ୍କା ରହିଛି l ତାହାକୁ ଏଠାରେ ଦୃଷ୍ଟିରେ ରଖି ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ ଚନ୍ଦ୍ରଗିରି ଫାଣ୍ଡି ପୋଲିସର ସହାୟତାରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ମୁକ୍ତ ପିକନିକ କ୍ୟାମ୍ପ ୨୦୨୬ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।ଚନ୍ଦ୍ରଗିରି ବନାଞ୍ଚଳର ବନପାଳ ଗଣେଶ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ରୂପକ କୁମାର ପ୍ରଧାନ, ଚାନ୍ଦିପୁର ସେକ୍ସନର ବନପାଳ ବାରିକ ବେହେରାଙ୍କ ସମେତ ସମସ୍ତ ବନରକ୍ଷୀ ଓ ସମସ୍ତ ବନ କର୍ମଚାରି ଓ ଅଗ୍ନିଶମ ବାହିନୀ,ଖସଡ଼ା ଗାଁ ଓ ରାଙ୍କୁଡ଼ା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଏହି ଦୁଇ ପର୍ଯ୍ୟଟନ ସ୍ଥଳକୁ ସଫେଇ କରିଥିଲେ l ଏହି ଖସଡ଼ା ଜଳପ୍ରପାତ କୁ ପରିଷ୍କାର ରଖିବା ପାଇଁ ଲବାରସିଂ ପଞ୍ଚାୟତର ୨ ଖଣ୍ଡ ଗାଁ ଖସଡ଼ା ଓ ରଙ୍କୁଡ଼ା ଗାଁ କୁ ନେଇ ଜୈବ ଉନ୍ନୟନ କମିଟି ଗଠନ କରାଯାଇଛି। ଦୁଇ ମାସ ଧରି ଏହି କମିଟିର ଲୋକ ମାନେ ପାଳି କରି ଏହି ଜଳପ୍ରପାତର ଚତୁଃପାର୍ଶ୍ୱକୁ ସଫେଇ କରାଯାଉଛି ବୋଲି ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ରୂପକ କୁମାର ପ୍ରଧାନ କହିଛନ୍ତି।ତେବେ ଖସଡ଼ା ଠାରେ ଅତ୍ୟଧିକ ପରିମାଣରେ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ହେଉ ଥିବାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ପଲିଥିନ ଓ ପ୍ଲାଷ୍ଟିକର ବ୍ୟବହାର ନ କରିବା ପାଇଁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ
    1
    ପର୍ଯ୍ୟଟନ ସ୍ଥଳୀରେ ବନ ବିଭାଗର ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ---
ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ସମସ୍ତ ପର୍ଯ୍ୟଟନସ୍ଥଳ ମାନଙ୍କରେ ଲୋକଙ୍କର ଭିଡ ଦେଖିବାକୁ ମିଳେ l ଗଜପତି ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହେଉଛି ପଦ୍ମ ସମ୍ଭବ ବୁଦ୍ଧ ବିହାର ଓ ନିକଟରେ ପ୍ରବାହିତ ହେଉଥିବା ଖସଡ଼ା ଜଳପ୍ରପାତ l ଏହି ଋତୁରେ ପର୍ଯ୍ୟଟକ ମାନେ ରାଜ୍ୟ, ଜିଲ୍ଲା ତଥା ଜିଲ୍ଲା ବାହାରୁ ପରିବାର ବର୍ଗ ଓ ବନ୍ଧୁ ବାନ୍ଧବଙ୍କ ସହ ପିକ୍ ନିକର ମଜା ନେବା ପାଇଁ ଏହି ସ୍ଥାନକୁ ଆସିଥାନ୍ତି।  ପଲିଥିନ ଓ ପ୍ଲାଷ୍ଟିକର ବ୍ୟବହାର ପ୍ରବଳମାତ୍ରାରେ ଏଠାରେ ହୋଇଥାଏ l ଫଳରେ ପରିବେଶ ପ୍ରଦୂଷଣର ମଧ୍ୟ ଆଶଙ୍କା ରହିଛି l ତାହାକୁ ଏଠାରେ ଦୃଷ୍ଟିରେ ରଖି ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ ଚନ୍ଦ୍ରଗିରି ଫାଣ୍ଡି ପୋଲିସର ସହାୟତାରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ମୁକ୍ତ ପିକନିକ କ୍ୟାମ୍ପ ୨୦୨୬ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।ଚନ୍ଦ୍ରଗିରି ବନାଞ୍ଚଳର ବନପାଳ ଗଣେଶ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ରୂପକ କୁମାର ପ୍ରଧାନ, ଚାନ୍ଦିପୁର ସେକ୍ସନର ବନପାଳ ବାରିକ ବେହେରାଙ୍କ ସମେତ ସମସ୍ତ ବନରକ୍ଷୀ ଓ ସମସ୍ତ ବନ କର୍ମଚାରି ଓ ଅଗ୍ନିଶମ ବାହିନୀ,ଖସଡ଼ା ଗାଁ ଓ ରାଙ୍କୁଡ଼ା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଏହି ଦୁଇ ପର୍ଯ୍ୟଟନ ସ୍ଥଳକୁ ସଫେଇ କରିଥିଲେ l ଏହି ଖସଡ଼ା ଜଳପ୍ରପାତ କୁ ପରିଷ୍କାର ରଖିବା ପାଇଁ ଲବାରସିଂ ପଞ୍ଚାୟତର ୨ ଖଣ୍ଡ ଗାଁ ଖସଡ଼ା ଓ ରଙ୍କୁଡ଼ା ଗାଁ କୁ ନେଇ ଜୈବ ଉନ୍ନୟନ କମିଟି ଗଠନ କରାଯାଇଛି। ଦୁଇ ମାସ ଧରି ଏହି କମିଟିର ଲୋକ ମାନେ ପାଳି କରି ଏହି ଜଳପ୍ରପାତର ଚତୁଃପାର୍ଶ୍ୱକୁ ସଫେଇ କରାଯାଉଛି ବୋଲି ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ରୂପକ କୁମାର ପ୍ରଧାନ କହିଛନ୍ତି।ତେବେ ଖସଡ଼ା ଠାରେ ଅତ୍ୟଧିକ ପରିମାଣରେ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ହେଉ ଥିବାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ପଲିଥିନ ଓ ପ୍ଲାଷ୍ଟିକର ବ୍ୟବହାର ନ କରିବା ପାଇଁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ
    user_GUMMA UPDATE NEWS
    GUMMA UPDATE NEWS
    Journalist ସେରଙ୍ଗୋ, ଗଜପତି, ଓଡ଼ିଶା•
    2 hrs ago
  • #ଲୋଚେ ଇ ବି #ମ ମ ନ କୁ କେ ମି ତି କୁହ ମଣି ସ ଟୀ ପ ଥ ର ନୁ ହ 🌹🌹🌹🌹🌹🌹🇹🇯🇹🇯🇹🇯🇹🇯🌹🌹
    1
    #ଲୋଚେ ଇ ବି #ମ ମ ନ କୁ କେ ମି ତି କୁହ ମଣି ସ ଟୀ ପ ଥ ର ନୁ ହ 🌹🌹🌹🌹🌹🌹🇹🇯🇹🇯🇹🇯🇹🇯🌹🌹
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    19 hrs ago
  • କନ୍ଧମାଳ ମୋହତ୍ସବରେ କନ୍ଧମାଳ ଜିଲ୍ଲାପାଳ ଷ୍ଟେଜ ରେ ମଣ୍ଟୁ ଛୁରିଆଙ୍କ ସହ ଗାଇଲେ ଗୀତ
    1
    କନ୍ଧମାଳ ମୋହତ୍ସବରେ କନ୍ଧମାଳ ଜିଲ୍ଲାପାଳ ଷ୍ଟେଜ ରେ ମଣ୍ଟୁ ଛୁରିଆଙ୍କ ସହ ଗାଇଲେ ଗୀତ
    user_Emmanuel Nayak
    Emmanuel Nayak
    Journalist ବାଲିଗୁଡା, କନ୍ଧମାଳ, ଓଡ଼ିଶା•
    15 hrs ago
  • ଟିଟିଲାଗଡ଼ ନିକଟସ୍ଥ ବାନ୍ଧୁପଲା ଗାଁ ରେ ସ୍କୁଲ ସମସ୍ୟାର ସମାଧାନ ତଥା ସୁରକ୍ଷା ଦାବୀ ନେଇ ଆଜି ବାନ୍ଧୁପଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ସହିତ ଅଭିଭାବକ ଏବଂ ଗ୍ରାମବାସୀ ମାନେ ମିଳିତ ହୋଇ ଟିଟିଲାଗଡ଼ ବେଲଗାଁ ଜାତୀୟ ରାଜପଥ ୫୯ କୁ ଗାଁ ର ମୁଖ୍ୟ ଛକ ତଥା ସ୍କୁଲ ସମ୍ମୁଖସ୍ଥ ରାଜପଥ ଉପରେ ବସି ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଟିଟିଲାଗଡ଼ ତହସିଲଦାର ଶଙ୍କର ବାଗ, ଟିଟିଲାଗଡ଼ ପୋଲିସ ପ୍ରଶାସନ ପହଂଚି ଆନ୍ଦୋଳନକାରୀ ମାନଙ୍କୁ ବୁଝା ସୁଝା କରିବା ସହିତ ସ୍ଥାନୀୟ ପ୍ରଶାସନ ବାନ୍ଧୁପଲା ଗାଁ ରେ ୫୦ ଡିସମିଳ ସରକାରୀ ଜମି ସ୍କୁଲ ନିର୍ମାଣ ପାଇଁ ଯୋଗାଇ ଦେବା ନେଇ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା l
    1
    ଟିଟିଲାଗଡ଼ ନିକଟସ୍ଥ ବାନ୍ଧୁପଲା ଗାଁ ରେ ସ୍କୁଲ ସମସ୍ୟାର ସମାଧାନ ତଥା ସୁରକ୍ଷା ଦାବୀ ନେଇ ଆଜି ବାନ୍ଧୁପଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ସହିତ ଅଭିଭାବକ ଏବଂ ଗ୍ରାମବାସୀ ମାନେ ମିଳିତ ହୋଇ ଟିଟିଲାଗଡ଼ ବେଲଗାଁ ଜାତୀୟ ରାଜପଥ ୫୯ କୁ ଗାଁ ର ମୁଖ୍ୟ ଛକ ତଥା ସ୍କୁଲ ସମ୍ମୁଖସ୍ଥ ରାଜପଥ ଉପରେ ବସି ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଟିଟିଲାଗଡ଼ ତହସିଲଦାର ଶଙ୍କର ବାଗ, ଟିଟିଲାଗଡ଼ ପୋଲିସ ପ୍ରଶାସନ ପହଂଚି ଆନ୍ଦୋଳନକାରୀ ମାନଙ୍କୁ ବୁଝା ସୁଝା କରିବା ସହିତ ସ୍ଥାନୀୟ ପ୍ରଶାସନ ବାନ୍ଧୁପଲା ଗାଁ ରେ ୫୦ ଡିସମିଳ ସରକାରୀ ଜମି ସ୍କୁଲ ନିର୍ମାଣ ପାଇଁ ଯୋଗାଇ ଦେବା ନେଇ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା l
    user_ସଞ୍ଜୟ କୁମାର ବେହେରା
    ସଞ୍ଜୟ କୁମାର ବେହେରା
    ଟିଟିଲାଗଡ଼, ବଲାଙ୍ଗୀର, ଓଡ଼ିଶା•
    4 hrs ago
  • Post by Jay kala _ jay Kalinga
    1
    Post by Jay kala _ jay Kalinga
    user_Jay kala _ jay Kalinga
    Jay kala _ jay Kalinga
    Badagada, Ganjam•
    10 hrs ago
  • Post by AK14TV
    1
    Post by AK14TV
    user_AK14TV
    AK14TV
    Journalist ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    5 hrs ago
  • ନନ୍ଦପୁର ଘାଗଡାପଣ୍ଡି ଗ୍ରାମରେ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର,ପୋଲିସ ତଦନ୍ତ ଜାରି
    1
    ନନ୍ଦପୁର ଘାଗଡାପଣ୍ଡି ଗ୍ରାମରେ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର,ପୋଲିସ ତଦନ୍ତ ଜାରି
    user_KADAMBINI
    KADAMBINI
    Journalist ଲକ୍ଷ୍ମୀପୁର, କୋରାପୁଟ, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.