ସାରସ୍ୱତ ବିଦ୍ୟା ନିକେତନର ବାର୍ଷିକ ଉତ୍ସବ ଅନୁଷ୍ଠିତ। ଅଦ୍ୟ ତା ୧ ୨/୦୧/୨୦ ୨୬ ରିଖ ପୁରୀ ଲୋକନାଥ ମାର୍ଗସ୍ଥିତ ସାରସ୍ୱତ ବିଦ୍ୟାନିକେତନ ଓ ସାରସ୍ୱତ ସେକେଣ୍ଡାରୀ ସ୍କୁଲରେ ୩୭ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସଵରେ ଶ୍ରୀଶ୍ରୀ ନିଗମାନନ୍ଦ ସାରସ୍ବତ ଆଶ୍ରମର ଆଶ୍ରମାଧ୍ୟକ୍ଷ ତଥା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀମଦ୍ ସ୍ଵାମୀ ଡ଼ଃ ଶଙ୍କରାନନ୍ଦ ସରସ୍ବତୀ ସଭାପତିତ୍ୱ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ମହାପାତ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ମିଲନ କୁମାର ବିଷୋୟୀ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଉପସ୍ଥିତ ଥିଲେ । ସମ୍ମାନିତ ଅତିଥି ଭାବରେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ଗବେଷକ ବୈଜ୍ଞାନିକ ଡଃ ବିକାଶ ପଟ୍ଟନାୟକ, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଦୀପକ କୁମାର ପାଢୀ, ଓସେପାର ଯୁଗ୍ମନିର୍ଦ୍ଦେଶକ ମମତା ମିଶ୍ର, ଅବସରପ୍ରାପ୍ତ ଅଧ୍ୟାପକ ଡଃ ପ୍ରମୋଦ କୁମାର ଆଚାର୍ଯ୍ୟ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସତ୍ୟବାଦୀ ଦାଶ ଓ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସ୍ୱାଇଁ, ଟ୍ରଷ୍ଟି ଆମାସ ବଙ୍ଗୀୟ ସାରସ୍ଵତ ମଠ ଯୋଗ ଦେଇଥିଲେ । ମୁଖ୍ୟଅତିଥି, ସମ୍ମାନିତ ଅତିଥି ନିଜ ନିଜ ଅଭିଭାଷଣରେ ବିଦ୍ୟାଳୟର ଉନ୍ନତି କାମନା କରିବା ସହ ଶିକ୍ଷାର ମହତ୍ଵ ସମ୍ବନ୍ଧରେ ଓ ମହାପୁରୁଷମାନଙ୍କ ପଦାନୁସରଣ କରିବା ପାଇଁ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିଗଣ ପୁରସ୍କାର ପ୍ରଦାନ କରିଥିଲେ । ଶ୍ରୀମତୀ କଳ୍ପନା ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀମାନେ ଉଚ୍ଚକୋଟୀର ସାଂସ୍କୃତିକ କାର୍ଯ୍ୟକ୍ରମ, ଯୋଗ, ପିରାମିଡ, ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ସୂର୍ଯ୍ୟ ନାରାୟଣ ମିଶ୍ର ଧନ୍ୟବାଦଅର୍ପଣ କରିବା ସହ ବିଦ୍ୟାଳୟର ସମସ୍ତ ଶିକ୍ଷା ଓ ଅଣଶିକ୍ଷା କର୍ମଚାରୀ ତଥା ଛାତ୍ରଛାତ୍ରୀମାନଙ୍କ ସହଯୋଗରେ ବାର୍ଷିକ ଉତ୍ସବ ମହାଉଲ୍ଲାସ ଓ ମହାସମାରୋହରେ ସମାହିତ ହୋଇଥିଲା।
ସାରସ୍ୱତ ବିଦ୍ୟା ନିକେତନର ବାର୍ଷିକ ଉତ୍ସବ ଅନୁଷ୍ଠିତ। ଅଦ୍ୟ ତା ୧ ୨/୦୧/୨୦ ୨୬ ରିଖ ପୁରୀ ଲୋକନାଥ ମାର୍ଗସ୍ଥିତ ସାରସ୍ୱତ ବିଦ୍ୟାନିକେତନ ଓ ସାରସ୍ୱତ ସେକେଣ୍ଡାରୀ ସ୍କୁଲରେ ୩୭ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସଵରେ ଶ୍ରୀଶ୍ରୀ ନିଗମାନନ୍ଦ ସାରସ୍ବତ ଆଶ୍ରମର ଆଶ୍ରମାଧ୍ୟକ୍ଷ ତଥା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀମଦ୍ ସ୍ଵାମୀ ଡ଼ଃ ଶଙ୍କରାନନ୍ଦ ସରସ୍ବତୀ ସଭାପତିତ୍ୱ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ମହାପାତ୍ର ଅତିଥିମାନଙ୍କ
ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ମିଲନ କୁମାର ବିଷୋୟୀ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଉପସ୍ଥିତ ଥିଲେ । ସମ୍ମାନିତ ଅତିଥି ଭାବରେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ଗବେଷକ ବୈଜ୍ଞାନିକ ଡଃ ବିକାଶ ପଟ୍ଟନାୟକ, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଦୀପକ କୁମାର ପାଢୀ, ଓସେପାର ଯୁଗ୍ମନିର୍ଦ୍ଦେଶକ ମମତା ମିଶ୍ର,
ଅବସରପ୍ରାପ୍ତ ଅଧ୍ୟାପକ ଡଃ ପ୍ରମୋଦ କୁମାର ଆଚାର୍ଯ୍ୟ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସତ୍ୟବାଦୀ ଦାଶ ଓ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସ୍ୱାଇଁ, ଟ୍ରଷ୍ଟି ଆମାସ ବଙ୍ଗୀୟ ସାରସ୍ଵତ ମଠ ଯୋଗ ଦେଇଥିଲେ । ମୁଖ୍ୟଅତିଥି, ସମ୍ମାନିତ ଅତିଥି ନିଜ ନିଜ ଅଭିଭାଷଣରେ ବିଦ୍ୟାଳୟର ଉନ୍ନତି କାମନା କରିବା ସହ ଶିକ୍ଷାର ମହତ୍ଵ ସମ୍ବନ୍ଧରେ ଓ ମହାପୁରୁଷମାନଙ୍କ ପଦାନୁସରଣ କରିବା ପାଇଁ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ
କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିଗଣ ପୁରସ୍କାର ପ୍ରଦାନ କରିଥିଲେ । ଶ୍ରୀମତୀ କଳ୍ପନା ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀମାନେ ଉଚ୍ଚକୋଟୀର ସାଂସ୍କୃତିକ କାର୍ଯ୍ୟକ୍ରମ, ଯୋଗ, ପିରାମିଡ, ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ସୂର୍ଯ୍ୟ ନାରାୟଣ ମିଶ୍ର ଧନ୍ୟବାଦଅର୍ପଣ କରିବା ସହ ବିଦ୍ୟାଳୟର ସମସ୍ତ ଶିକ୍ଷା ଓ ଅଣଶିକ୍ଷା କର୍ମଚାରୀ ତଥା ଛାତ୍ରଛାତ୍ରୀମାନଙ୍କ ସହଯୋଗରେ ବାର୍ଷିକ ଉତ୍ସବ ମହାଉଲ୍ଲାସ ଓ ମହାସମାରୋହରେ ସମାହିତ ହୋଇଥିଲା।
- ସାରସ୍ୱତ ବିଦ୍ୟା ନିକେତନର ବାର୍ଷିକ ଉତ୍ସବ ଅନୁଷ୍ଠିତ। ଅଦ୍ୟ ତା ୧ ୨/୦୧/୨୦ ୨୬ ରିଖ ପୁରୀ ଲୋକନାଥ ମାର୍ଗସ୍ଥିତ ସାରସ୍ୱତ ବିଦ୍ୟାନିକେତନ ଓ ସାରସ୍ୱତ ସେକେଣ୍ଡାରୀ ସ୍କୁଲରେ ୩୭ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସଵରେ ଶ୍ରୀଶ୍ରୀ ନିଗମାନନ୍ଦ ସାରସ୍ବତ ଆଶ୍ରମର ଆଶ୍ରମାଧ୍ୟକ୍ଷ ତଥା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀମଦ୍ ସ୍ଵାମୀ ଡ଼ଃ ଶଙ୍କରାନନ୍ଦ ସରସ୍ବତୀ ସଭାପତିତ୍ୱ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ମହାପାତ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ମିଲନ କୁମାର ବିଷୋୟୀ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଉପସ୍ଥିତ ଥିଲେ । ସମ୍ମାନିତ ଅତିଥି ଭାବରେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ଗବେଷକ ବୈଜ୍ଞାନିକ ଡଃ ବିକାଶ ପଟ୍ଟନାୟକ, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଦୀପକ କୁମାର ପାଢୀ, ଓସେପାର ଯୁଗ୍ମନିର୍ଦ୍ଦେଶକ ମମତା ମିଶ୍ର, ଅବସରପ୍ରାପ୍ତ ଅଧ୍ୟାପକ ଡଃ ପ୍ରମୋଦ କୁମାର ଆଚାର୍ଯ୍ୟ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସତ୍ୟବାଦୀ ଦାଶ ଓ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସ୍ୱାଇଁ, ଟ୍ରଷ୍ଟି ଆମାସ ବଙ୍ଗୀୟ ସାରସ୍ଵତ ମଠ ଯୋଗ ଦେଇଥିଲେ । ମୁଖ୍ୟଅତିଥି, ସମ୍ମାନିତ ଅତିଥି ନିଜ ନିଜ ଅଭିଭାଷଣରେ ବିଦ୍ୟାଳୟର ଉନ୍ନତି କାମନା କରିବା ସହ ଶିକ୍ଷାର ମହତ୍ଵ ସମ୍ବନ୍ଧରେ ଓ ମହାପୁରୁଷମାନଙ୍କ ପଦାନୁସରଣ କରିବା ପାଇଁ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିଗଣ ପୁରସ୍କାର ପ୍ରଦାନ କରିଥିଲେ । ଶ୍ରୀମତୀ କଳ୍ପନା ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀମାନେ ଉଚ୍ଚକୋଟୀର ସାଂସ୍କୃତିକ କାର୍ଯ୍ୟକ୍ରମ, ଯୋଗ, ପିରାମିଡ, ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ସୂର୍ଯ୍ୟ ନାରାୟଣ ମିଶ୍ର ଧନ୍ୟବାଦଅର୍ପଣ କରିବା ସହ ବିଦ୍ୟାଳୟର ସମସ୍ତ ଶିକ୍ଷା ଓ ଅଣଶିକ୍ଷା କର୍ମଚାରୀ ତଥା ଛାତ୍ରଛାତ୍ରୀମାନଙ୍କ ସହଯୋଗରେ ବାର୍ଷିକ ଉତ୍ସବ ମହାଉଲ୍ଲାସ ଓ ମହାସମାରୋହରେ ସମାହିତ ହୋଇଥିଲା।4
- Jay Jagannath 🙏1
- National Youth Day.1
- ଜନଶୁଣାଣୀ ଶିବିରରେ ଜିଲ୍ଲାପାଳ ଅନୁପସ୍ଥିତ :-ରାସନ କାର୍ଡ ଓ ଆବାସ କୁ ନେଇ ଅନେକ ଅଭିଯୋଗ କାକଟପୁର :-୧୨/୦୧:-ପୁରୀ ଜିଲ୍ଲା କାକଟପୁର ବ୍ଲକ ପରିସରରେ ଥିବା ସମ୍ମିଳନୀ କକ୍ଷ ମଧ୍ୟରେ ବ୍ଲକ ଅଧକ୍ଷ ଶ୍ରୀଧର ନାୟକ ଙ୍କ ଅଧକ୍ଷତା ରେ ପରିଚାଳିତ ଶିବିରରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ବେହେରା,ଉପଜିଲ୍ଲାପାଳ ରାଜ କିଶୋର ଜେନା,ସହକାରୀ ଜିଲ୍ଲାପାଳ ତଥା ଅଭିଯୋଗପ୍ରକୋଷ୍ଟ ଅଧିକାରୀ ଶ୍ରୀଯୁକ୍ତ ବିବେକାନନ୍ଦ ସାହୁ,ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକାରୀ ସଚିନ ପଟେଲ ନିମାପଡା ଉପଖଣ୍ଡ ଅଧିକାରୀ ଜନାର୍ଦ୍ଦନ ପାଢ଼ୀ,ତହସିଲଦାର ଅଙ୍କିତା ଅନିନ୍ଦିତା,ବିଡ଼ିଓ ନାରାୟଣ ଦୀକ୍ଷିତି,ତଥା ଶିକ୍ଷା, ଯୋଗାଣ ବିଭାଗ, ମଙ୍ଗଳ ବିଭାଗ, ସମାଜ କଲ୍ୟାଣ ବିଭାଗ, ଜଳ ଓ ପରିମଳ,ପୂର୍ତ୍ତ, ଗ୍ରାମ୍ୟ ନିର୍ମାଣ, କୃଷି, ଜଙ୍ଗଲ, ବିଦ୍ୟୁତ, ଜଳସେଚନ, ପଶୁ ସମ୍ପଦ, ଶ୍ରମ, ମୄର୍ତ୍ତିକା ସଂରକ୍ଷଣ ଆଦି ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ। ପ୍ରଶାସନକୁ ଲୋକାଭିମୁଖୀ କରିବା ସହ ଆଇନିର ପରିସରରେ ସାଧାରଣ ଲୋକଙ୍କର ସମସ୍ୟାର ସମାଧାନ ସମ୍ପୂର୍ଣ କରିବା ହେଉଛି ଅଭିଯୋଗ ଶୁଣାଣୀ ଶିବିର ଆଭିମୁଖ୍ୟ।କିନ୍ତୁ କାକଟପୁର ବ୍ଲକ ଅଞ୍ଚଳ ରେ ଥିବା ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ସାଧାରଣ ଲୋକ ଙ୍କ ସମସ୍ୟା ଦୂର ନ କରିବାରୁ ଆଶା ଓ ଭରସା ରେ ସୋମବାର ଅନୁଷ୍ଠିତ ଜିଲ୍ଲାପାଳ ଙ୍କ ଜନ ଶୁଣାଣୀ ଶିବିର ରେ ପ୍ରବଳ ମାତ୍ରା ଭିଡ଼ ସ୍ପଷ୍ଟ ବାରି ହୋଇଥିଲା।କିନ୍ତୁ ଅଭିଯୋଗ ଜନ ଶୁଣାଣୀ ଶିବିରଟି ବିଳମ୍ବ ରେ ଆରମ୍ଭ ହୋଇଥିବା ବେଳେ ସାଧାରଣ ଲୋକ ଓ ଉପସ୍ଥିତ ଅଧିକାରୀ କ୍ଷୋଭ ପ୍ରକାଶ କରିଛନ୍ତି। ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିର ମିଳିତ ଜନଶୁଣାଣୀ ଶିବିରରେ ପୁରୀ ଜିଲ୍ଲାପାଳ ଅନୁପସ୍ଥିତ ରହିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ମୁଖ୍ୟ ଅଧିକାରୀ ଭାବେ ଯୋଗ ଦେଇଥିଲେ। ଅଭିଯୋଗ ପ୍ରକୋଷ୍ଟ ରେ ସମୁଦାୟ ୧୧୩ଗୋଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ଅନେକ ବ୍ୟକ୍ତିଗତ ଅଭିଯୋଗ ଓ ଅନେକ ସମୂହ ଅଭିଯୋଗ ଥିଲା।ଉପସ୍ଥିତ ଅଧିକାରୀ ୧୧ଟି ଅଭିଯୋଗ ସମାଧାନ ସଙ୍ଗେ ସଙ୍ଗେ କରିଥିଲେ। କିନ୍ତୁ ୫ଦଫା ଦାବୀ କୁ ନେଇ ବ୍ଲକ ସମ୍ମୁଖରେ ଲୋକ ପ୍ରତିନିଧି ତୃତୀୟ ଦିନରେ ଧାରଣା ରେ ବସିଥିବା ବେଳେ ବିଡ଼ିଓ ଧାରଣା ସ୍ଥଳରେ ପହଂଚି ଧାରଣାରତ ଥିବା ଲୋକ ପ୍ରତିନିଧି ଙ୍କୁ ଜନଶୁଣାଣୀ ଙ୍କୁ ନେଇଥିଲେ। କିନ୍ତୁ ଦାବୀ ଗୁଡିକ ଉପରେ କୌଣସି ଲୋକାଭିମୁଖ୍ୟ ମନ୍ତବ୍ୟ ଦେଇନଥିଲେ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ।ଅଭିଯୋଗ ଶୁଣାଣୀ ରେ ଆବାସ ଯୋଜନା,ଭିନ୍ନକ୍ଷମ କୁ ପ୍ରଶାସନର ବୈମାତୃକ ମନୋଭାବ ଯୋଗୁଁ ଅନ୍ତ୍ୟୋଦୟ ଗୃହ ରୁ ବଂଚିତ କରିବା,ବାଦ୍ଧକ୍ୟ ଭତ୍ତା ପ୍ରଦାନ, ଚିକିତ୍ସା ସହାୟତା, ବିଭିନ୍ନ କାର୍ଯ୍ୟର ବିଲ ପୈଠ ସମ୍ବଦୀୟ ସହ ଭତ୍ତା ସମ୍ଭଦୀୟ ଅଭିଯୋଗ ରେ ତୁରନ୍ତ ଯାଞ୍ଚ କରିବାକୁ ନିର୍ଦ୍ଧେଶ ଦିଆଯାଇଥିଲା।ଏହି ଶିବିର ରେ ଜିଲ୍ଲାସ୍ତରୀୟ ସହ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।1
- ପୁସ୍ତକ ମେଳା ୨୦୨୬ ନିମନ୍ତେ ସାମ୍ବାଦିକ ସମ୍ମିଳନୀ। ଜଗତସିଂହପୁର ସାଂସ୍କୃତିକ ପରିଷଦର ଆନୁକୁଲ୍ୟରେ ଆୟୋଜିତ ହେବାକୁ ଯାଉଥିବା ୨୭ ତମ ଜଗତସିଂହପୁର ପୁସ୍ତକମେଳା ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜଗତସିଂହପୁର ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ବିପ୍ଳବ ଚୌଧୁରୀ ଏହି ବୈଠକକୁ ଅଧ୍ୟକ୍ଷତା କରି ଆସନ୍ତା ଜାନୁଆରୀ ୧୫ ରୁ ୨୧ ରିଖ ପଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୨୭ ତମ ପୁସ୍ତକମେଳାର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଅବଗତ କରିବା ସହ ସାମ୍ବାଦିକ ବନ୍ଧୁ ମାନଙ୍କ ସହଯୋଗ ପାଇଁ ପୁସ୍ତକମେଳା ସଫଳ ହୋଇ ପାରୁଥିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଇବା ସହ ଆସନ୍ତା ପୁସ୍ତକ ମେଳା ରେ ୭୪ ଟି ପୁସ୍ତକ ପ୍ରକାଶନ ସଂସ୍ଥା ୫୪ ଟି ଷ୍ଟଲ(ଜାତୀୟ ବିଣିଜ୍ୟ ମେଳା)ସହ ୧୦ ଟି ଖାଦ୍ୟ ଷ୍ଟଲ ସହ ଆଦିକବି ସାରଳା ଦାସ ଙ୍କ ସ୍ମୃତିରେ ଏକ ସ୍ବତନ୍ତ୍ର ଷ୍ଟଲ୍ କରାଯିବାର ସୂଚନା ପ୍ରଦାନ କରିଥିଲେ।ପରିଷଦର ସଦସ୍ୟ ତଥା ପୂର୍ବତନ ସମ୍ପାଦକ ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ମିଶ୍ର ସାମ୍ବାଦିକ ମାନଙ୍କ ସହଯୋଗ ପାଇଁ ପ୍ରଶଂସା କରିବା ସହ ସମସ୍ତ ଙ୍କୁ ପୁସ୍ତକ ମେଳା ରୁ ବହିଟିଏ କିଣି ଏହି ମେଳା କୁ ସଫଳ କରିବା ପାଇଁ ଅନୁରୋଧ କରିଥିଲେ।ପରିଷଦ ର ସମ୍ପାଦକ ଶ୍ରୀଯୁକ୍ତ ସାରଦା ପ୍ରସାଦ ଦାସ ଏହି ସାତଦିନ ବ୍ୟାପି କାର୍ଯ୍ୟକ୍ରମ ରେ ଉଦ୍ଘାଟନୀ ଏବଂ ଉଦଯାପନୀ ଉତ୍ସବ ରେ ଜିଲ୍ଲା ର ସମସ୍ତ ମାନ୍ୟବର ବିଧାୟକ, ମନ୍ତ୍ରୀ ଏବଂ ସାଂସଦ ଓ ଲୋକ ପ୍ରତିନିଧି ମାନଙ୍କ ଯୋଗ ଦେବା ସହ ଅନ୍ୟ ଦିନ ମାନଙ୍କରେ ରାଜ୍ୟର ପ୍ରତିଷ୍ଠିତ ସାହିତ୍ୟିକ ମାନଙ୍କୁ ନେଇ ସାହିତ୍ୟ ଚର୍ଚ୍ଚା,ଓପନ କୁଇଜ ପ୍ରତିଯୋଗିତା, ବିଦ୍ୟାଳୟସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ, ରାଜ୍ୟର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କ ଦ୍ଵାରା ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ, କବିତା ପାଠୋତ୍ସବ, ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ପ୍ରଦାନ କରିଥିଲେ। ଉପସଭାପତି ଶ୍ରୀଯୁକ୍ତ ବିଜୟ କୁମାର ରାଉତ ଏହିବର୍ଷ ପୁସ୍ତକମେଳା ମଞ୍ଚ ଆଦିକବି ସାରଳା ଦାସ ମଂଞ୍ଚ ନାମରେ ନାମିତ କରାଯାଇଛି ବୋଲି ସୂଚନା ପ୍ରଦାନ କରିଥିଲେ ଏବଂ ଅନ୍ୟତମ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଗଣେଶ୍ୱର ମାଣିଆ ଧନ୍ୟବାଦ୍ ଅର୍ପଣ କରିଥିଲେ। ପରିଷଦର ଯୁଗ୍ମ ସମ୍ପାଦକ ସୁଧୀର କୁମାର ମହାନ୍ତି, ଯୁଗ୍ମ ସମ୍ପାଦକ ନରେଶ ଦାସ, କାର୍ଯ୍ୟକାରିଣୀ ସଦସ୍ୟ ଡ଼ ଜ୍ୟୋତିର୍ମୟୀ ମହାନ୍ତି, ପ୍ରଭାତ କୁମାର ଦାଶ,କୈଳାସ ମଲ୍ଲିକ,ପ୍ରଜ୍ଞା ପାରମିତା ଚୌଧୁରୀ, ସୁଷମା ପ୍ରଧାନ, ବିଜୟଲକ୍ଷ୍ମୀ ମହାପାତ୍ର, ସତ୍ୟବ୍ରତ ବିଶ୍ବାଳ, ସୌମ୍ୟରଞ୍ଜନ ବିଶ୍ବାଳ, ଦୁର୍ଯ୍ୟୋଧନ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।2
- Post by Jay kala _ jay Kalinga1
- ଶୁରୁ ଆପ ଆପଣକୁ ଠକୁଚି କଣ ପାଇଁ ଭିଡ଼ିଓ ଦେଖ ଜାଣି ପାରିବ1
- 🛕 ଶ୍ରୀମନ୍ଦିରରୁ ଆଲାମ ଚଣ୍ଡୀ ପର୍ଯ୍ୟନ୍ତ ତାଡ଼ ବିଜେ ନୀତି ସମ୍ପନ୍ନ ପୁରୀ: ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପରମ୍ପରାଗତ ଓ ପବିତ୍ର ତାଡ଼ ବିଜେ ନୀତି ଆଜି ଭକ୍ତିମୟ ପରିବେଶରେ ଶ୍ରୀମନ୍ଦିରରୁ ଆଲାମ ଚଣ୍ଡୀ ଦେବୀଙ୍କ ମନ୍ଦିର ପର୍ଯ୍ୟନ୍ତ ସଫଳତାର ସହ ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିରରୁ ନିୟମାନୁସାରେ ଦେବୀଙ୍କ ତାଡ଼ ପାଇକା ଓ ସେବକମାନଙ୍କ ସହ ଆନୁଷ୍ଠାନିକ ଯାତ୍ରା ଆରମ୍ଭ ହୋଇଥିଲା। ଢୋଳ, ଘଣ୍ଟ, ହରିବୋଲ ଓ ଶଙ୍ଖଧ୍ୱନିର ଗୁଞ୍ଜନ ମଧ୍ୟରେ ସାରା ପଥ ଭକ୍ତିମୟ ହୋଇଉଠିଥିଲା। ଆଲାମ ଚଣ୍ଡୀ ମନ୍ଦିରରେ ଦେବୀଙ୍କୁ ପାରମ୍ପରିକ ଭାବେ ତାଡ଼ ଅର୍ପଣ କରାଯାଇ ମଙ୍ଗଳ ଆଶୀର୍ବାଦ ଗ୍ରହଣ କରାଯାଇଥିଲା। ଏହି ନୀତି ଦ୍ୱାରା ଶ୍ରୀମନ୍ଦିରର ରଥଯାତ୍ରା ଓ ଆଗାମୀ ଉତ୍ସବଗୁଡ଼ିକ ପାଇଁ ଶୁଭାରମ୍ଭ ଓ ମଙ୍ଗଳକାମନା କରାଯାଏ। ଭକ୍ତମାନଙ୍କର ଭାରି ସମାଗମ ମଧ୍ୟରେ ଶାନ୍ତି-ଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।4