Shuru
Apke Nagar Ki App…
ଫ୍ରି ଫାୟାର୍ ଖେଳକୁ ନେଇ ଛୁରାମାଡ଼। ଛୁରାମାଡ଼ରେ ଦୁଇ ନାବାଳକ ଆହତ। ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅନ୍ତର୍ଗତ ବାଉଁଶୁଣୀ ଗ୍ରାମରେ ଘଟିଛି ଏଭଳି ଘଟଣା । ପୋଲିସ୍ ଜଣେ ଯୁବକଙ୍କୁ ଅଟକ ରଖିଛି।
Ranjan Kumar Dash
ଫ୍ରି ଫାୟାର୍ ଖେଳକୁ ନେଇ ଛୁରାମାଡ଼। ଛୁରାମାଡ଼ରେ ଦୁଇ ନାବାଳକ ଆହତ। ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅନ୍ତର୍ଗତ ବାଉଁଶୁଣୀ ଗ୍ରାମରେ ଘଟିଛି ଏଭଳି ଘଟଣା । ପୋଲିସ୍ ଜଣେ ଯୁବକଙ୍କୁ ଅଟକ ରଖିଛି।
More news from ଓଡ଼ିଶା and nearby areas
- ଫ୍ରି ଫାୟାର୍ ଖେଳକୁ ନେଇ ଛୁରାମାଡ଼। ଛୁରାମାଡ଼ରେ ଦୁଇ ନାବାଳକ ଆହତ। ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅନ୍ତର୍ଗତ ବାଉଁଶୁଣୀ ଗ୍ରାମରେ ଘଟିଛି ଏଭଳି ଘଟଣା । ପୋଲିସ୍ ଜଣେ ଯୁବକଙ୍କୁ ଅଟକ ରଖିଛି।1
- ଆଜି ସକାଳ ଭୋର ସମୟରେ ବୌଦ୍ଧ ଅବକାରୀ ଇନସେକଟର ଦିଲୀପକୁମାର ଶତପଥି ନିଜ ଷ୍ଟାଫଙ୍କ ସହିତ, ବଘିଆପଡା -ଖଜୁରୀପାଡା ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ l ଏହି ରାସ୍ତାରେ ବାଇକ ଯୋଗେ ୨୭କେଜି ଗଞ୍ଜେଇ ଚାଲାଣ କରୁଥୁବା ସମୟରେ l ବୌଦ୍ଧ ଅବକାରୀ ପୋଲିସ ତାନଖି କରି ଗଞ୍ଜେଇ ସାହି ବ୍ୟବହୃତ ବାଇ ଓ ଆଶାମିକୁ କାବୁ କରିବାରେ ସଫଳ ହୋଇଛି l1
- ସୁବର୍ଣ୍ଣପୁର ଜିଲ୍ଲାର ଜନଗଣନା ୨୦୨୭ ର ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପ୍ରଶିକ୍ଷକଙ୍କ ତାଲିମ କାର୍ଯକ୍ରମ ଜିଲ୍ଲାପାଳଙ୍କ କାର୍ଯାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ପ୍ରମୁଖ ଜନଗଣନା ଅଧିକାରୀ ସୁବର୍ଣ୍ଣପୁରଙ୍କ ଦ୍ୱାରା ଆୟୋଜିତ ଓ ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ କାର୍ଯକ୍ରମରେ ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନର ଶ୍ରୀ ପ୍ରଫୁଲ୍ଲ ଦାସ ଓ ଉପ ଜିଲ୍ଲାପାଳ ସୋନପୁର ଡ଼ ସୌମ୍ୟରୁପା ରଥ ପୁଙ୍ଖାନୁପୁଙ୍ଖ କ୍ଷେତ୍ର କ୍ଷେତ୍ର ପ୍ରଶିକ୍ଷକ ମାନଙ୍କୁ କିପରି ଘର ତାଳିକା ପ୍ରସ୍ତୁତି ଓ ଘର ଗଣନା କରାଯିବ ସେ ବିଷୟରେ ତିନିଦିନ ଧରି ତାଲିମ ପ୍ରଦାନ କରିଥିଲେ । ଏହି ତାଲିମ କାର୍ଯକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ ଉପସ୍ଥିତ ରହି ତଦାରଖ କରିଥିଲେ । ଶ୍ରୀ ଶିବମ ଜୟଶ୍ୱାଳ, ଜିଲ୍ଲା ସଂଯୋଜକ ଭାବେ ରାଜ୍ୟ ସ୍ତରରୁ ତିନିଦିନ ବ୍ୟାପି ଯୋଗଦାନ କରିଥିଲେ । ଜିଲ୍ଲାସ୍ତରରୁ ଡେପୁଟି କଲେକ୍ଟର ଶ୍ରୀ ଆଜାଦ ସାହୁ ତାଲିମ କାର୍ଯକ୍ରମ ପରିଚାଳନା କରିଥିଲେ । ଏହି କ୍ଷେତ୍ର ପ୍ରଶିକ୍ଷକ ତାଲିମ କାର୍ଯକ୍ରମରେ ସର୍ବମୋଟ ୨୪ ଜଣ କ୍ଷେତ୍ର ପ୍ରଶିକ୍ଷକ ତିନିଦିନ ବ୍ୟାପି ଯୋଗଦାନ କରିଥିଲେ । ଉଭୟ ସମ୍ମିଳନୀ କକ୍ଷରେ ତାଲିମ ଗ୍ରହଣ କରିବା ସହିତ କ୍ଷେତ୍ର ସ୍ତରରେ ବିଭିନ୍ନ ଗାଁ ଗୁଡିକ ପରିଦର୍ଶନ କରି ବ୍ୟବହାରିକ ଓ ପ୍ରାୟୋଗିକ ତାଲିମ ଗ୍ରହଣ କରିଥିଲେ। ଏହି ତାଲିମ କାର୍ଯ୍ୟକ୍ରମ ରେ ଉଭୟ ଉପଜିଲ୍ଲାପାଳଙ୍କ ସହକାରୀ ଓ ଡେପୁଟି କଲେକ୍ଟର, ତହସିଲ କାର୍ଯାଳୟର ରେଭିନ୍ୟୁ ସୁପରଭାଇଜର, ବିଭିନ୍ନ ବ୍ଲକର ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ବ୍ଲକ ମତ୍ସ୍ୟ ଅଧିକାରୀ, ଅତିରିକ୍ତ ପ୍ରୋଗ୍ରାମ ଅଧିକାରୀ ଓ ବିଭିନ୍ନ ମହାବିଦ୍ୟାଳୟ ର ଅଧ୍ୟାପକ ବୃନ୍ଦ କ୍ଷେତ୍ର ପ୍ରଶିକ୍ଷକ ଭାବେ ଯୋଗଦାନ କରିଥିଲେ । ଆଜି ଶେଷ ଦିନରେ ସମାପନ ସମୟରେ ବିଭିନ୍ନ ସମ୍ବାଦପତ୍ର ଗୁଡିକର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦାନ କରିଥିଲେ।3
- ଫୁଲବାଣୀ - ଫୁଲବାଣୀ ସଦର ଥାନା ଅନ୍ତର୍ଗତ ପକନା ଗାଆଁ ସେବାଶ୍ରମ ପଛପଟ ବାଜଡ଼ି ଜଙ୍ଗଲ ର ଏକ ଗଛରେ ଜଣେ ଅଜଣା ବ୍ୟକ୍ତିର ଝୁଲୁଥିବା ମୃତ ଦେହ ସଦର ଥାନା ପୋଲିସ୍ ଉଦ୍ଧାର କରିଛି। ସୂଚନା ଯୋଗ୍ୟ ସେହି ଜଙ୍ଗଲ ନିକଟସ୍ଥ ଗ୍ରାମର ଜଣେ ବ୍ୟକ୍ତି ଜଙ୍ଗଲ କୁ କାଠ ଆଣିବାକୁ ଯିବା ଜଣେ ବ୍ୟକ୍ତି ର ଶବ ଝୁଲୁଥିବା ଦୃଶ୍ୟ ଦେଖି ଆସି ଅଞ୍ଚଳ ବାସୀ ଏବଂ ସଦର ଥାନା ଛାଟିଆ କୁ କହିଥିଲା । ଛାଟିଆ ପ୍ରତାପ ଦିଗାଲ ଘଟଣା ସମ୍ପର୍କ ରେ ସଦର ଥାନା ରେ କହିଥିଲେ। ସଦର ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଜଣେ ଅଜଣା ବ୍ୟକ୍ତି ର ଗଳିତ ଶବ ଉଦ୍ଧାର କରି ଥିଲା। ପୋଲିସ୍ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ୫/୨୬ ରୁଜୁ କରି ବ୍ୟଚ୍ଛେଦ ନିମନ୍ତେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ପଠାଇଥିଲା। ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ମୃତ ବ୍ୟକ୍ତି ଜଣକ ଲୁଙ୍ଗି ପିନ୍ଧି ଥିବା ବେଳେ ଗୋଟିଏ ଗୋଡ ଉପରକୁ ଭୂମି ଠାରୁ ରହିଥିବା ବେଳେ ଅନ୍ୟ ଗୋଡ ଭୂମି ପର୍ଶ କରିବା ଠାରୁ ଟିକିଏ ଦୂର ଥିଲା। ମୃତ ବ୍ୟକ୍ତି ଗୋଡ କିଛି ଅଂଶ ପୋଡ଼ି କଳା ଦିଶୁଥିବା ବେଳେ ଦେହ ର ଉପର ଭାଗ ମାଂସ ପୋଚି ଗନ୍ଧ ହେଉଥିଲା। ମୃତ ବ୍ୟକ୍ତି ଲୁଙ୍ଗି ପିନ୍ଧିଥିବା ହେତୁ ମୂଲ ମଜୁରୀ ଶ୍ରମିକ ଶ୍ରେଣୀର ଅଜଣା ବ୍ୟକ୍ତି ବୋଲି ଅନୁମାନ କରୁଛି ପୋଲିସ। ପାରିପାର୍ଶିକ ଦୃଷ୍ଟିରୁ ଶବ କୁ ଦେଖିଲେ ତା ଦେହରେ କୌଣସି ଚିହ୍ନ ନାହିଁ। ବ୍ୟକ୍ତି ଜଣକ ନିଜ ଆତ୍ମହତ୍ୟା କରିଥିବା ପୋଲିସ୍ ସନ୍ଦେହ କରୁଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଅଞ୍ଚଳ ବାସୀ ମୃତ ବ୍ୟକ୍ତିର ଶବ ଦେଖି କେହି ଜୀବନରେ ମାରିଦେଇ ଆତ୍ମହତ୍ୟାର ରୂପ ଦେବା ପାଇଁ ଗଛରେ ଝୁଲାଇ ଦେଇଥିବା ସନ୍ଦେହ କରୁଛନ୍ତି। ଘଟଣାର ତଦନ୍ତ ଅଧିକାରୀ ଭାବେ ସଦର ଥାନା ଏଏସ୍ ଆଇ ରାମ କୃଷ୍ଣ ନାୟକ ଦାୟିତ୍ଵ ନେଇ ତଦନ୍ତ ଚଳାଇଥିବା ବେଳେ ଘଟଣା ର ସତ୍ୟା ସତ୍ୟ ଜାଣିବା ନିମନ୍ତେ ପୋଲିସ୍ ତଦନ୍ତ ଜାରି ରଖିଛି। ପୋଷ୍ଟ ମୋର୍ଟାମ୍ ରିପୋର୍ଟ ଆସିବା ପରେ ଘଟଣା ର ପ୍ରକୃତ କାରଣ ଜଣା ପଡ଼ିବ ବୋଲି ସଦର ଥାନା ଅଧିକାରୀ ପ୍ରଦୀପ କୁମାର ଜେନା ଗଣମାଧ୍ୟମ ସୂଚନା ଦେଇଛନ୍ତି। ମୃତ ବ୍ୟକ୍ତି ର ଠିକଣା ଜଣା ପଡ଼ି ନାହିଁ।1
- Post by Sonepur news khulasa1
- Post by Ranjan hota1
- ଜିଲ୍ଲା ସ୍ତରୀୟ ପି.ଏମ. ଶ୍ରୀ ଉତ୍ସବ ସୁବର୍ଣ୍ଣପୁର: ଜିଲ୍ଲାର ଜିଲ୍ଲା ସ୍ତରୀୟ ପି.ଏମ. ଶ୍ରୀ ଉତ୍ସବ ସୋନପୁର ବ୍ଲକ ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମ ସ୍ଥିତ କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।1
- ବୌଦ୍ଧ ଥାନା ଖଜୁରୀ ପଡା ନିକଟରୁ ବାଇକ ସହ ୨୭ କେଜି ଗଞ୍ଜେଇ ଜବତ କରିବା ସହିତ ବାଇକ୍ ଓ ଜଣକୁ ଗିରଫ କରିବାରେ ସଫଳ ହୋଇଛି ବୌଦ୍ଧ ଅବକାରୀ ବିଭାଗ l ଅଭିଯୁକ୍ତ ଜଣକ ମଲ୍ଲିକପଡା ଗ୍ରାମର ସୁବଳ ମହାକୁଡ ବୋଲି ବିଭାଗ ସୂଚନା ଦେଇଛି ।1