*ଅପପୁଷ୍ଟି ମୁକ୍ତ ହେବ ମାଲକାନଗିରି* *ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ ପୋଷଣ-୧୫ ଶୁଭାରମ୍ଭ* ମାଲକାନଗିରି ଜିଲ୍ଲାରୁ ଅପପୁଷ୍ଟିର ସମ୍ପୂର୍ଣ୍ଣ ନିରାକରଣ ଏବଂ ଶିଶୁମାନଙ୍କ ସୁସ୍ଥ ଭବିଷ୍ୟତ ଗଠନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ପୋଷଣ-୧୫ ର ଶୁଭାରମ୍ଭ କରାଯାଇଛି। ଅଭିଯାନକୁ ସଫଳ କରିବା ପାଇଁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କ ଅଧ୍ୟକ୍ଷତାରେ ଏକ ଭିଡିଓ କନଫରେନ୍ସିଂ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଶିଶୁମାନଙ୍କ ମଧ୍ୟରେ ଥିବା ଅପପୁଷ୍ଟି ଓ ବାମନତା ସମସ୍ୟା ଦୂର କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା। ଏଥିରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିଛନ୍ତି।ଏହି ଅଭିଯାନ ଅଧୀନରେ ପ୍ରଶାସନ ପକ୍ଷରୁ ୧୫ଟି ପ୍ରଭାବଶାଳୀ ସ୍ଲୋଗାନ ପ୍ରସ୍ତୁତ କରାଯାଇଛି। ଏହି ସ୍ଲୋଗାନଗୁଡ଼ିକ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ନିକଟରେ ପହଞ୍ଚାଯିବ। ସୁସ୍ଥ ଶରୀର, ସୁସ୍ଥ ମନ, ସଠିକ ପୋଷଣ ଆମର ଧନ ଭଳି ବାର୍ତ୍ତା ଦେଇ ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରତି ଆକୃଷ୍ଟ କରାଯିବାର ଯୋଜନା ରହିଛି । ଖୁବଶୀଘ୍ର ପ୍ରତ୍ୟେକ ବ୍ଲକରେ ବିଡିଓ ମାନଙ୍କ ନେତୃତ୍ୱରେ ବ୍ଲକ ଶିକ୍ଷା ଅଧିକାରୀ ଓ ଅଙ୍ଗନବାଡି କର୍ମୀମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ। ଏହି ଅଭିଯାନରେ ଅଙ୍ଗନବାଡି କର୍ମୀମାନେ ଘରକୁ ଘର ବୁଲି ମା ଏବଂ ଶିଶୁମାନଙ୍କୁ ସଠିକ ପୋଷଣର ମହତ୍ତ୍ୱ ବୁଝାଇବେ। ଜିଲ୍ଲାର ପିଲାମାନେ ଯେପରି ଶାରୀରିକ ଓ ମାନସିକ ଭାବେ ସୁଦୃଢ଼ ହେବେ, ସେଥିପାଇଁ ଜିଲ୍ଲା ପ୍ରଶାସନ ଏହି ବଡ଼ ପଦକ୍ଷେପ ଗ୍ରହଣ କରିଛି। ସୁସ୍ଥ ଶିଶୁ, ସୁସ୍ଥ ମାଆ, ବିକଶିତ ହେବ ଆମ ଓଡ଼ିଶା - ଏହି ନାରାକୁ ପାଥେୟ କରି ମାଲକାନଗିରିକୁ ଏକ ମଡେଲ ଜିଲ୍ଲାରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି।
*ଅପପୁଷ୍ଟି ମୁକ୍ତ ହେବ ମାଲକାନଗିରି* *ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ ପୋଷଣ-୧୫ ଶୁଭାରମ୍ଭ* ମାଲକାନଗିରି ଜିଲ୍ଲାରୁ ଅପପୁଷ୍ଟିର ସମ୍ପୂର୍ଣ୍ଣ ନିରାକରଣ ଏବଂ ଶିଶୁମାନଙ୍କ ସୁସ୍ଥ ଭବିଷ୍ୟତ ଗଠନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ପୋଷଣ-୧୫ ର ଶୁଭାରମ୍ଭ କରାଯାଇଛି। ଅଭିଯାନକୁ ସଫଳ କରିବା ପାଇଁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କ ଅଧ୍ୟକ୍ଷତାରେ ଏକ ଭିଡିଓ କନଫରେନ୍ସିଂ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଶିଶୁମାନଙ୍କ ମଧ୍ୟରେ ଥିବା ଅପପୁଷ୍ଟି ଓ ବାମନତା ସମସ୍ୟା ଦୂର କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା। ଏଥିରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିଛନ୍ତି।ଏହି ଅଭିଯାନ ଅଧୀନରେ
ପ୍ରଶାସନ ପକ୍ଷରୁ ୧୫ଟି ପ୍ରଭାବଶାଳୀ ସ୍ଲୋଗାନ ପ୍ରସ୍ତୁତ କରାଯାଇଛି। ଏହି ସ୍ଲୋଗାନଗୁଡ଼ିକ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ନିକଟରେ ପହଞ୍ଚାଯିବ। ସୁସ୍ଥ ଶରୀର, ସୁସ୍ଥ ମନ, ସଠିକ ପୋଷଣ ଆମର ଧନ ଭଳି ବାର୍ତ୍ତା ଦେଇ ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରତି ଆକୃଷ୍ଟ କରାଯିବାର ଯୋଜନା ରହିଛି । ଖୁବଶୀଘ୍ର ପ୍ରତ୍ୟେକ ବ୍ଲକରେ ବିଡିଓ ମାନଙ୍କ ନେତୃତ୍ୱରେ ବ୍ଲକ ଶିକ୍ଷା ଅଧିକାରୀ ଓ ଅଙ୍ଗନବାଡି କର୍ମୀମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ। ଏହି ଅଭିଯାନରେ ଅଙ୍ଗନବାଡି କର୍ମୀମାନେ ଘରକୁ ଘର ବୁଲି ମା ଏବଂ ଶିଶୁମାନଙ୍କୁ ସଠିକ ପୋଷଣର ମହତ୍ତ୍ୱ ବୁଝାଇବେ। ଜିଲ୍ଲାର ପିଲାମାନେ ଯେପରି ଶାରୀରିକ ଓ ମାନସିକ ଭାବେ ସୁଦୃଢ଼ ହେବେ, ସେଥିପାଇଁ ଜିଲ୍ଲା ପ୍ରଶାସନ ଏହି ବଡ଼ ପଦକ୍ଷେପ ଗ୍ରହଣ କରିଛି। ସୁସ୍ଥ ଶିଶୁ, ସୁସ୍ଥ ମାଆ, ବିକଶିତ ହେବ ଆମ ଓଡ଼ିଶା - ଏହି ନାରାକୁ ପାଥେୟ କରି ମାଲକାନଗିରିକୁ ଏକ ମଡେଲ ଜିଲ୍ଲାରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି।
- ମାଥିଲିରେ ନିଖୋଜ ଘଟଣାକୁ ନେଇ ଆକ୍ରୋଶ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର କିଆଙ୍ଗ ପଞ୍ଚାୟତ ସିନ୍ଧିଗୁଡ଼ା ଗ୍ରାମର ଜଣେ ଯୁବକ ଶଙ୍କର ପୂଜାରୀ ଗତ 24 ତାରିଖ ଠାରୁ ନିଖୋଜ ହୋଇଥିବା ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପରିବାର ଓ ଗ୍ରାମବାସୀଙ୍କ ଚାପରେ ପୋଲିସ ତଦନ୍ତକୁ ତ୍ୱରାନ୍ୱିତ କରିବା ଦାବି ଜୋର ଧରିଛି। ସିନ୍ଧିଗୁଡ଼ା ଗ୍ରାମର ଶଙ୍କର ପୂଜାରୀ ଗତ ମଙ୍ଗଳବାର ଠାରୁ ନିଖୋଜ ହୋଇଥିବା ବେଳେ ପରିବାର ଲୋକେ ପ୍ରଥମେ ନିଜ ସମ୍ପର୍କୀୟ ଘରେ ଖୋଜାଖୋଜି କରିଥିଲେ। କିନ୍ତୁ କୌଣସି ସନ୍ଧାନ ନମିଳିବାରୁ ଗତ 30 ତାରିଖରେ ମାଥିଲି ଥାନାରେ ଅଭିଯୋଗ ଦାଖଲ କରାଯାଇଥିଲା। ଘଟଣାରେ ଗୁରୁତ୍ୱ ଦେଇ ବରିଷ୍ଠ ଆଦିବାସୀ ନେତା ଶରତ ଚନ୍ଦ୍ର ବୁରୁଦା ଗ୍ରାମକୁ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ଆଜି ତାଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ମାଥିଲି ଥାନାକୁ ପହଞ୍ଚି ଥାନା ଅଧିକାରୀଣୀ ଦିପାଞ୍ଜଳି ପ୍ରଧାନଙ୍କ ସହ ଆଲୋଚନା କରିଥିଲେ। ପୋଲିସ ପକ୍ଷରୁ କୁହାଯାଇଛି ଯେ ନିଖୋଜ ଯୁବକଙ୍କ ସନ୍ଧାନ ପାଇଁ ସମସ୍ତ ଦିଗରୁ ତଦନ୍ତ ଜାରି ରହିଛି। ତେବେ ଗ୍ରାମବାସୀମାନେ ତ୍ୱରିତ ପଦକ୍ଷେପ ନେଇ ଶଙ୍କରଙ୍କୁ ଶୀଘ୍ର ଉଦ୍ଧାର କରିବାକୁ ଦାବି କରିଛନ୍ତି।1
- ମାଲକାନଗିରି, 4-4-26: (ରାମ କୃଷ୍ଣ ଚୌଧୁରୀ) ପିଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏବେକାର ବର୍ଷର ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଦିବସ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମିଥୁନ ମହାଜନ ଓ ସଭାପତି ତ୍ରୀନାଥ ପାତ୍ର ଉପସ୍ଥିତ ରହି ନବପ୍ରବେଶୀ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିଲେ। ଏହି ବର୍ଷ ବିଦ୍ୟାଳୟରେ ମୋଟ ଛାତ୍ରଛାତ୍ରୀ ସଂଖ୍ୟା 418 ଥିବାବେଳେ, ନୂତନ ଭର୍ତ୍ତି ସଂଖ୍ୟା 200 ରୁ ଅଧିକ ରହିଛି। ହଷ୍ଟେଲରେ ବର୍ତ୍ତମାନ 375 ଜଣ ଛାତ୍ରଛାତ୍ରୀ ରହୁଛନ୍ତି, କିନ୍ତୁ ଗତ 2 ବର୍ଷ ଧରି 100ଟି ସିଟ୍ ବନ୍ଦ ରହିଥିବାରୁ ସମସ୍ୟା ସୃଷ୍ଟି ହେଉଛି। ଛାତ୍ରୀମାନଙ୍କ ପାଇଁ 100 ସିଟ୍ ସକ୍ରିୟ ଅଛି। ବିଦ୍ୟାଳୟରେ ବର୍ତ୍ତମାନ 8ଟି ଶିକ୍ଷାଦାନ କକ୍ଷ ଥିବାବେଳେ, ଅଧିକ 4ଟି କକ୍ଷର ଆବଶ୍ୟକତା ରହିଛି। ସେହିପରି ଯୋଗ କକ୍ଷ, ଅଡିଟୋରିଅମ ଓ ଡାଇନିଙ୍ଗ ହଲ୍ ଭଳି ମୌଳିକ ସୁବିଧାର ଅଭାବ ମଧ୍ୟ ଦେଖାଯାଉଛି। ଏହା ଏକ ଆଦିବାସୀ ଅଞ୍ଚଳ ହେବାରୁ ଅଧିକ ସଂଖ୍ୟକ ଆବାସିକ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରୁଛନ୍ତି। ଏହି ସମସ୍ତ ସମସ୍ୟାର ଶୀଘ୍ର ସମାଧାନ ପାଇଁ ସମ୍ପର୍କିତ ବିଭାଗଙ୍କୁ ଅନୁରୋଧ କରାଯାଇଛି।4
- ମହମ୍ମଦ ମୋକିମଙ୍କ ଉପସ୍ଥିତିରେ ଅନ୍ୟ ଦଳ ଛାଡ଼ି ବହୁ ନେତା ଓଡ଼ିଆ ଜନତା କଂଗ୍ରେସ୍ ରେ ସାମିଲ। ଦଳରେ ମିଶିଲେ ଅନେକ ନେତା।1
- ଗୋଟିଏ ଦିନ ପାଇଁ ମନେ ପଡିଲା ଓଡିଆ ଅସ୍ମିତାର କଥା ଜୟପୁରରେ ଓଡିଆ ପକ୍ଷ ପାଳନ: ଯୁଗ୍ମ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ପକ୍ଷରୁ ଓଡିଆ ନାମ ଫଳକ ଅଭିଯାନରେ ସଚେତନତା ପଦଯାତ୍ରା1
- କୁଡମୁଲ ଗ୍ରାମରେ ଆଦିବାସୀ ପରମ୍ପରାରେ ମାଁ ମାଉଲି ଯାତ୍ରା ତଥା ପୋଢମରା ଯାତ୍ରା ଅନୁଷ୍ଠିତ ହୋଇଯାଇଛି1
- Moderate Mag. 4.4 Earthquake - 33 km Southwest of Sunabeda, Koraput, State of Odisha, India, on Saturday, Apr 4, 2026, at 11:31 pm (Kolkata Time)1
- Post by HABIL DONGRI1
- ସ୍ଲୋଗ-ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ବେଳେ ବଞ୍ଚାଇଦେଲେ ତିନି ସହପାଠୀ।ପ୍ରଧାନ ଶିକ୍ଷକ ନିର୍ଯ୍ୟାତନା ସହି ନପାରି କରୁଥିଲେ ଆତ୍ମହତ୍ୟା ଉଦ୍ୟମ। ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ବେଳେ ବଞ୍ଚାଇଦେଲେ ତିନି ସହପାଠୀ।ପ୍ରଧାନ ଶିକ୍ଷକ ନିର୍ଯ୍ୟାତନା ସହି ନପାରି କରୁଥିଲେ ଆତ୍ମହତ୍ୟା ଉଦ୍ୟମ। ନ୍ୟାୟ ପାଇବା ପାଇଁ ଜିଲ୍ଲାପାଳ ଙ୍କ ଦ୍ୱାରାସ୍ତ ହେଲେ ମାଲକାନଗିରି ଜିଲ୍ଲାର ବଡ଼ବେଲ 4 ଛାତ୍ରୀ।ମାଲକାନଗିରି ଜିଲ୍ଲା ବଡ଼ବେଲ ଆବାସିକ ସେବାଶ୍ରମ ବିଦ୍ୟାଳୟରେ ରେ ପ୍ରଧାନ ଶିକ୍ଷକ ଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଛାତ୍ରୀ । ଛାତ୍ରୀ ମାନଙ୍କୁ ନିର୍ଯ୍ୟାତନା, ଖରାପ ବ୍ୟବହାର ଏବଂ ମାଡ଼ ମାରୁଥିବା ନେଇ ପ୍ରଧାନ ଶିକ୍ଷକ ଙ୍କ ବିରୋଧ ରେ ଅଭିଯୋଗ ହୋଇଛି। ନବମ ଶ୍ରେଣୀ ଛାତ୍ରୀ ଙ୍କୁ ପ୍ରଧାନ ଶିକ୍ଷକ ଙ୍କ ନିର୍ଯ୍ୟାତନା ନେଇ ମଧ୍ୟ ଅଭିଯୋଗ ହୋଇଛି । ତେଣୁ ଛାତ୍ରୀ ଜଣକ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା କହିଛନ୍ତି।ତେବେ ସ୍ଵଭାଗ୍ୟ ବଶତଃ ଅନ୍ୟ ଛାତ୍ରୀ ଏହା ଦେଖି ଉଦ୍ଧାର କରିଥିଲେ। ଏନେଇ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସଶୀର୍କେ ଙ୍କୁ ଅଭିଯୋଗ କରିଛନ୍ତି ବଡ଼ବେଲ ସେବାଶ୍ରମ ର 4 ଜଣ ଛାତ୍ରୀ। ଏହି ଘଟଣା କୁ ନେଇ ତଦନ୍ତ କରି ସତ୍ୟାସତ୍ୟ ଜାଣିବା ପରେ ଦୋଷୀ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ମଙ୍ଗଳ ଅଧିକାରୀ ସୁମନ୍ତ କୁମାର ମାଝୀ କହିଛନ୍ତି।4