ଦାମୋଦରପୁର ଛକ ଅନ୍ଧାରରେ....... ଆଲୋକ ନଥିବାରୁ ସମସ୍ୟାରେ ଅଞ୍ଚଳବାସୀ ------------------------------------ ଗଞ୍ଜାମ :1.8 ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ନିକଟରେ ଏକ ସ୍ୱାଗତ ଖମ୍ବ ରହିଛି l ଯାହାକି ନିର୍ମାଣ ହେବାଠାରୁ ବାରମ୍ବାର ଆଲୋକ ବ୍ୟବସ୍ଥା ବନ୍ଦ ହୋଇଯାଉଥିବା ଦେଖିବାକୁ ମିଳିଛି l ବର୍ତ୍ତମାନ ପ୍ରାୟ 20 ଦିନ ହେଲା ଆଲୋକୀକରଣ ବ୍ୟବସ୍ଥା ବନ୍ଦ ରହିଛି l ଯାହାକୁନେଇ ସ୍ତାନୀୟ ଅଂଚଳବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପରିଲକ୍ଷିତ ହୋଇଛି l ସନ୍ଧ୍ୟା ପରେ ଉକ୍ତ ରାସ୍ତା ଦେଇ ଟିୟୁସନ ସାରି ବିଦ୍ୟାର୍ଥୀ ମାନେ ଯିବାଆସିବା କରୁଥିବା ବେଳେ ବିଶେଷକରି ଦାମୋଦରପୁର ଗ୍ରାମର 11 ନମ୍ବର ୱାର୍ଡ ବାସିନ୍ଦା ସହ ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତି ନୂଆଁଗାଁ ପଞ୍ଚାୟତ ର ଛାତ୍ରଛାତ୍ରୀ ଟିୟୁସନ ସାରି ଉକ୍ତ ରାସ୍ତା ଦେଇ ଗଞ୍ଜାମ ସହରକୁ ଯିବାଆସିବା କରିଥାନ୍ତି l ଅନ୍ୟପଟେ ରାତ୍ର ସମୟରେ ଉକ୍ତ ସ୍ଥାନରେ ବିଭିନ୍ନ ଯାତ୍ରିବାହୀ ବସ ରୁ ଓଲ୍ଲାଇ ଥାନ୍ତି l ଦୁଇ ପାର୍ଶ୍ୱରେ ଗଛ ଲତା ରହିଥିବାରୁ ବିଷଧର ସର୍ପ ଆଘାତ ର ଭୟ ରହିଛି l ଅନ୍ଧାରିଆ ସିଯୋଗ ନେଇ ଡକାୟତି ଆଶଙ୍କା ମଧ୍ୟ ରହିଛି l ବର୍ତ୍ତମାନ ଶ୍ରବଣ ମାସ ଯୋଗୁଁ ହଜାର ହଜାର କାଉଡ଼ିଆ ଉକ୍ତ ରାସ୍ତାଦେଇ ଯିବାଆସିବା କରିବେ l ଏ ସବୁ ସମସ୍ୟା କୁ ନେଇ ଲୋକେ ନାହିନଥିବା ର ସମ୍ମୁଖୀନ ହେଉଥିବା ଲକ୍ଷ କରାଯାଇଛି l ଯାହାକୁନେଇ ତୁରନ୍ତ ଏନ ଏ ସି କର୍ତ୍ୟୁପକ୍ଷ ଏହାର ଦୀର୍ଘ ସ୍ଥାୟୀ ପ୍ରତିକାର କରିବା ପାଇଁ ଅଂଚଳବାସୀ ଙ୍କ ପକ୍ଷରୁ ଦୃଢ଼ ଦାବୀ ହେଉଛି l

- କୁକୁଡ଼ାଖଣ୍ତି ସରସ୍ଵତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଜ୍ଞାନବିଜ୍ଞାନ ମେଳା* କୁକୁଡ଼ାଖଣ୍ତି ସରସ୍ଵତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଜ୍ଞାନବିଜ୍ଞାନ ମେଳା* #Live_Odisha_News_update #FacebookPage P.k. Murty Liveodisha Newsupdate1
- ଭଞ୍ଜନଗର : ଜଗନ୍ନାଥପ୍ରସାଦ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଇଂରାଜୀ ଅଧ୍ୟାପକଙ୍କ ବିରୁଧ ରେ ଅଭିଯୋଗ ଆଣି ଉପଜିଲାପାଳ ଙ୍କ କାର୍ଯ୍ୟାଳୟରେ ପଂହଁଚିଲେ ଛାତ୍ର ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର +୨ ର ଛାତ୍ର ମାନେ ଅତିଥି ଶିକ୍ଷକ ଭାବେ ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକଙ୍କୁ ନରଖିବା ପାଇଁ ଭଂଜନଗର ଉପଜିଲାପାଳ ଙ୍କ କାର୍ଯ୍ୟାଳୟରେ ପଂହଁଚି ସହକାରୀ ଜିଲାପାଳ ଚନ୍ଦ୍ରଗିରି ଗାୟତ୍ରୀ ଙ୍କୁ ଅଭିଯୋଗ ପ୍ରଦାନ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଲା ଅବସର ନେଇଥିବା ଇଂରାଜୀ ଅଧ୍ୟାପାକ ସୁନିର କାନ୍ତ ମିଶ୍ର ଙ୍କୁ ପୁଣି ଅତିଥି ଅଧ୍ୟାପକ ଭାବେ ରଖିବାକୁ ବିରୋଧ କରିଛନ୍ତି । ସେ ଜଗନ୍ନଥପ୍ରସାଦ ନିକଟ ଜିରାବାଡ଼ି ଗାଁ ରେ କୋଚିଂ ସେଣ୍ଟର କରି ସେଠାରେ ପାଠ ପଢିବାକୁ ବାଧ୍ୟ କରୁଛନ୍ତି । ସେଠି ନପଢିଲେ ପିଲାଙ୍କୁ ମାନସିକ ଚାପ ଦେଉଛନ୍ତି । ମାର୍କ କାଟିବାକୁ ଧମକ ଦେଉଥିବା ଛାତ୍ର ମାନେ ଅଭିଯୋଗ କରିଛନ୍ତି ।1
- ଚାଲନ୍ତୁ ଜାଣିବା ମଣିଷର ପାଞ୍ଚୋଟି ଗହଣା କଣ ? #gyan #knowledge #ହୁମାନବେହାବିର #shuruapp #publicpost #nuagaon #Nayagarh #socialmediapost1
- ମୋହନା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିଶ୍ୱର ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ ହେଇଚି ମୁଖ୍ୟ ଅତିଥି ଭାବେ ସୁତନ୍ତ୍ର ଉନୟନ ପରିଷଦ ଅଦକ୍ଷ କାମଦେବ ବଡ଼ନାୟକ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିଚାଳନା କମିଟି ଉପସ୍ଥିତ ରହିଥିଲେ1
- ପୁରୀ ବଡ଼ଦାଣ୍ଡରେ ଶଙ୍ଖଧ୍ୱନି ଦିବସ ପାଳିତ। ପୁରୀ: ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ଏବଂ ବିଶ୍ୱ ଶାନ୍ତି ଓ କଲ୍ୟାଣ କାମନା କରି 'ବଡ଼ଦାଣ୍ଡ ସେବା' ପକ୍ଷରୁ ପୁରୀର ବଡ଼ଦାଣ୍ଡରେ ତୃତୀୟ 'ଶଙ୍ଖଧ୍ୱନି ଦିବସ' ଅତ୍ୟନ୍ତ ଉତ୍ସାହ ଓ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମହାପ୍ରଭୁଙ୍କୁ ଦୀପ ପ୍ରଜ୍ୱଳନ ଓ ଶଙ୍ଖ ପୂଜନ କରାଯିବା ସହ ବହୁ ସଂଖ୍ୟାରେ ଶଙ୍ଖାଳି ଓ ସ୍ଥାନୀୟ ଜନସାଧାରଣ ଏକସାଙ୍ଗରେ ଶଙ୍ଖ ବଜାଇଥିଲେ। ଯାହାଫଳରେ ସମଗ୍ର ବଡ଼ଦାଣ୍ଡ ଏକ ଆଧ୍ୟାତ୍ମିକ ଓ ପ୍ରକମ୍ପିତ ପରିବେଶରେ ପୂର୍ଣ୍ଣ ହୋଇଯାଇଥିଲା। ସୂଚନାଯୋଗ୍ୟ ଯେ, ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ପ୍ରଚାର ପ୍ରସାର କରିବା ପାଇଁ ୨୦୨୩ ମସିହା ଅଗଷ୍ଟ ୧ ତାରିଖରେ "ବଡ଼ଦାଣ୍ଡ ସେବା" ପକ୍ଷରୁ ଏହି ଅନନ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଅନୁଷ୍ଠାନର ଏପରି ପ୍ରୟାସକୁ ସହରବାସୀ ଏବଂ ବିଭିନ୍ନ ବର୍ଗର ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଷ୍ଣୁଦତ୍ତ ଦାସ ଯୋଗଦେଇଥିବାବେଳେ, 'ବଡ଼ଦାଣ୍ଡ ସେବା' ପକ୍ଷରୁ ଅତିଥିଙ୍କ ଦ୍ୱାରା ପ୍ରମୁଖ ସମାଜସେବୀ ବିପ୍ଳବ କୁମାର ଦାସଙ୍କୁ ଶଙ୍ଖ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଶୋକ ବେହେରା, ବିନାୟକ ରାୟସିଂହ, ରାମଚନ୍ଦ୍ର ହାଲଦର, ଦିବାକର ବେହେରା, ଜଗନ୍ନାଥ ସୁବୁଦ୍ଧି, ସୂର୍ଯ୍ୟକାନ୍ତ ନାୟକ, ଲକ୍ଷ୍ମୀପ୍ରିୟା ପାଢ଼ୀ, ପିଙ୍କି କିନ୍ନର, ସୁନୀଲ ମହାପାତ୍ର, ରୁଦ୍ର ନାରାୟଣ ସାହୁ ଏବଂ ମନୋଜ ସାହୁ ପ୍ରମୁଖ ଯୋଗଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଜଗନ୍ନାଥ ପାଢ଼ୀ ସୁଚାରୁରୂପେ ପରିଚାଳନା କରିଥିଲେ।ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।4
- ଜୀବନର ପାଞ୍ଚୋଟି ମୂଲ୍ୟବାନ ଗହଣା କଣ ନିଶ୍ଚୟ ଭାବରେ ଶୁଣନ୍ତୁ କଣ କଣ.1
- ହିନ୍ଦୋଳ ଜରଡାରେ ଅଧାପନ୍ତରିଆ ଡ୍ରେନ୍: ଗାଁ ସାରା ଦୂଷିତ ପାଣି ଓ ମଶାଙ୍କ ପ୍ରାଦୁର୍ଭାବ। #JagrutiKhabar #HindolNews #DhenkanalNews #OdishaNews #OdishaLocalNews #PublicGrievance #DrainageProblem #AdministrativeNegligence #GroundReport #NHRC #OHRC #HumanRights #VillageIssues #OdishaGovernment1