Shuru
Apke Nagar Ki App…
ମୟୂରଭଞ୍ଜ : ମକର ପର୍ବ ପାଇଁ ଚଳଚଞ୍ଚଳ ମୋରଡା ବ୍ଲକ ଫୁଲଝରୀ ଗ୍ରାମବାସୀ , ଭିଡିଓ - ମନୋଜ ବାବୁ
Chittaranjan Behera
ମୟୂରଭଞ୍ଜ : ମକର ପର୍ବ ପାଇଁ ଚଳଚଞ୍ଚଳ ମୋରଡା ବ୍ଲକ ଫୁଲଝରୀ ଗ୍ରାମବାସୀ , ଭିଡିଓ - ମନୋଜ ବାବୁ
More news from ଓଡ଼ିଶା and nearby areas
- ମୟୂରଭଞ୍ଜ : ମକର ପର୍ବ ପାଇଁ ଚଳଚଞ୍ଚଳ ମୋରଡା ବ୍ଲକ ଫୁଲଝରୀ ଗ୍ରାମବାସୀ , ଭିଡିଓ - ମନୋଜ ବାବୁ1
- ରାଷ୍ଟ୍ରଗୀତ “ବନ୍ଦେ ମାତରମ"ର ୧୫୦ ବର୍ଷ ପୂର୍ତ୍ତି ଏବଂ ଜାତୀୟ ଯୁବ ଦିବସ ପାଳନ ଅବସରରେ ବାଲେଶ୍ଵର ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ “ବନ୍ଦେ ମାତରମ"ର ସାମୂହିକ ଗାନ।1
- ଉଦଳା ବନ ବିଭାଗକୁ ମିଳିଛି ବଡ଼ ସଫଳତା: ବେଆଇନ ମାଙ୍କଡ଼ା ବୋଝେଇ ପିକଅପ୍ ଜବତ, ୪ ଜଣ ଗିରଫ ଉଦଳା: ଉଦଳା ବନ ବିଭାଗ ପକ୍ଷରୁ ଚାଲିଥିବା ନିୟମିତ ରାତ୍ରି ପେଟ୍ରୋଲିଂ ସମୟରେ ଏକ ବଡ଼ ସଫଳତା ମିଳିଛି। ମୟୁରଭଞ୍ଜ ଜିଲ୍ଲା ଉଦଳା ବନ ଖଣ୍ଡ ଅଧୀନ ଖୁଣ୍ଟା ସେକ୍ସନ ଅନ୍ତର୍ଗତ କେନ୍ଦୁଆମୁଣ୍ଡି–ସୁରକୁଣା ଗ୍ରାମ ନିକଟରେ ବେଆଇନ ଭାବେ ମାଙ୍କଡ଼ା ବୋଝେଇ ହୋଇ ନେଉଥିବା ଏକ ପିକଅପ୍ ଗାଡ଼ିକୁ ବନ କର୍ମଚାରୀମାନେ ଜବତ କରିଛନ୍ତି। ଜବତ ହୋଇଥିବା ପିକଅପ୍ ଗାଡ଼ିର ନମ୍ବର OD11AE9331 ବୋଲି ଜଣାପଡ଼ିଛି। ଗାଡିଟି ବନବିଭାଗ ଗାଡିକୁ ଦେଖି ଖସି ପଳାଉଥିବା ବେଳେ ବନବିଭାଗ ହାତରେ ଧରା ପଡିଛି , ତେବେ ଏହି ଚଢ଼ାଉ ସମୟରେ ବନ ବିଭାଗ ୪ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି l ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ପଚାରାଉଚାରା କରାଯାଉଥିବା ସହ ବେଆଇନ ମାଙ୍କଡା ପଥର ଚୋରାଚାଲା ସମ୍ପର୍କରେ ତଦନ୍ତ ଜାରି ରହିଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ବନ ବିଭାଗର କାର୍ଯ୍ୟକୁ ଲୋକେ ସାଧୁବାଦ ଜଣାଇଛନ୍ତି। ତେବେ ଏହା ପୂର୍ବରୁ ଏହି ଚୋରା ଚାଲାଣ କାରି ବନବିଭାଗ ଆଗରୁ ପଥର ବୋଝେଇ ଗାଡିକୁ ବଳ ପୂର୍ବକ ନେଇ ପଳାଇ ଥିବା ବେଳେ, ବନ ବିଭାଗ ସୁଯୋଗ କୁ ଅପେକ୍ଷା କରି ଛପି ବସି ଶେଷରେ ପଥର ବୋଝେଇ ସମେତ ଚାରି ଜଣକୁ ଗିରଫ କରି ଥିବା ବେଳେ , ଜବଦ ହୋଇଥିବା ଗାଡି ଏବଂ ପଥର ପାଇଁ ମୋଟା ଅଙ୍କର ଫାଇନ ହେଵାକୁ ନେଇ ରେଞ୍ଜର ସୁଶାନ୍ତ କୁମାର ଦେ ସୂଚନା ପ୍ରଦାନ କରି ଆଗକୁ ଏଭଳି ଚଢ଼ାଉ ଆହୁରି ବ୍ୟାପକ କରାଯିବା ନେଇ ସୂଚନା ପ୍ରଦାନ କରିଛନ୍ତି l2
- ଓଡ଼ିଶା ଶିକ୍ଷା ବିଭାଗ ର ନିର୍ଦ୍ଦେଶ ରେ ସମସ୍ତ ବିଦ୍ୟାଳୟ ରେ ସାମୁହିକ ବନ୍ଦେ ମାତରଂ ଗାୟନ ।1
- କରଞ୍ଜିଆ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,ଜଣେ ମୃତ,୨ ଗୁରୁତର ଓ ଗୋଟିଏ ଗାଈ ମୃତ1
- ଦୁର୍ଘଟଣା ରେ ଯୁବକ ଙ୍କ ମୃତ୍ୟୁ ପରେ ଉତ୍ୟକ୍ତ ଯୁବକ ଙ୍କ ରାସ୍ତାରୋକ4
- ମୋହନ ମାଝୀ ଙ୍କ ସରକାର ରେ ଗରିବଙ୍କୁ ସାଧାରଣ କାଯ୍ୟ ରେ ନିୟୋଜିତ କରି ସରକାରୀ କର୍ମଚାରୀ ପାରିଶ୍ରମିକ ମଜୁରୀ ଦେବାରେ ଅବହେଳା.1
- Mayurbhanj : ଉପେନ୍ଦ୍ରନାଥ ମହାବିଦ୍ୟାଳୟର ୫୦ତମ ବାର୍ଷିକ ଉତ୍ସବ ଯୋଗ ଦେଲେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ! ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅଧୀନ ନଳଗଜା ସ୍ଥିତ ଉପେନ୍ଦ୍ରନାଥ ମହାବିଦ୍ୟାଳୟର ୫୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧକ୍ଷ ସଞ୍ଜୀବ କୁମାର ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ସୁବ୍ରତ କୁମାର ରଣା,ମୁଖ୍ୟ ବକ୍ତା ସଲାମ ଜୀବନ ଫାଉଣ୍ଡେସନର ସହ-ପ୍ରତିଷ୍ଠାତା ମହମ୍ମଦ ଇମ୍ରାନ ଅଲ୍ଲୀ,ଭଦ୍ରକ ଅଗରପଡା ମହାବିଦ୍ୟାଳୟର ଅଧକ୍ଷ ନାରାୟଣ ସେନାପତି ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ମହାବିଦ୍ୟାଳୟର ପ୍ରତିଷ୍ଠାତା ଉପେନ୍ଦ୍ରନାଥ ଗିରିଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ସର୍ବ ପ୍ରଥମେ ଅତିଥିଗଣ ଠାକୁରଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ବାର୍ଷିକ ଉତ୍ସବ ହେଉଛି ମହାବିଦ୍ୟାଳୟର ବିଗତ ବର୍ଷର ସାଧନା,ସଫଳତା। ଶିକ୍ଷା ସହିତ ଉତ୍ତମ ସଂସ୍କାର ଅତ୍ୟନ୍ତ ଜରୁରୀ ଏବଂ କଠିନ ପରିଶ୍ରମ ଦ୍ୱାରା ସଫଳତାର ଶୀର୍ଷରେ ପହଞ୍ଚି ପାରିବ ବୋଲି କହିଥିଲେ ମଞ୍ଚାସୀନ ଅତିଥିଗଣ। ଶିକ୍ଷା ବିଭାଗର ମୁଖ୍ୟ ଅଞ୍ଜଳି ମହାନ୍ତି ଅତିଥି ମାନଙ୍କୁ ମଞ୍ଚଙ୍କୁ ନିମନ୍ତ୍ରଣ କରିଥିବା ବେଳେ ଓଡ଼ିଆ ବିଭାଗର ମୁଖ୍ୟ ଅବନୀକାନ୍ତ ଗିରି ଅତିଥି ମାନଙ୍କ ବାବଦରେ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟ ମାଗାଜିନ "ଉପେନ୍ଦ୍ର ଜ୍ୟୋତି"ର ଉନ୍ମୋଚନ କରାଯାଇଥିଲା। ଏହାପରେ ବାର୍ଷିକ ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଇଂରାଜୀ ବିଭାଗର ଅଧ୍ୟାପିକା ଦୀପାଳି ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ।1