logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ତାଟୋ ଠାରେ 'ଏକ ପେଡ୍ ମା କେ ନାମ୍ ୩.୦' କାର୍ଯ୍ୟକ୍ରମ ଅଧୀନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ; ମନ୍ତ୍ରୀ ଦେଲେ ପ୍ରତିକ୍ରିୟା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୭୬ତମ ଜନ୍ମଦିବସ ଉପଲକ୍ଷେ ଆଜି ଅର୍ଥାତ୍ ଗୁରୁବାର ଦିନ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ଅନ୍ତର୍ଗତ ତାଟୋ ଠାରେ 'ଏକ ପେଡ୍ ମା କେ ନାମ୍ ୩.୦' କାର୍ଯ୍ୟକ୍ରମ ଅଧୀନରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପରିବେଶ ସୁରକ୍ଷା ଏବଂ ସବୁଜିମା ବୃଦ୍ଧି ଦିଗରେ ପ୍ରଧାନମନ୍ତ୍ରୀଙ୍କ ଏହି ଅଭିନବ ପ୍ରୟାସ ଆଜି ସମାଜରେ ଏକ ସକରାତ୍ମକ ବାର୍ତ୍ତା ସୃଷ୍ଟି କରିଛି। ଏହି ଅବସରରେ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇବ୍ରୁ, RCCF ପ୍ରକାଶ ଚାନ୍ଦ ଗୋଗିନେନି ଙ୍କ ସହିତ ଅନେକ ବରିଷ୍ଠ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ। ତେବେ ଆଗାମୀ ଗୋଟିଏ ବର୍ଷ ଭିତରେ ସାରା ଓଡ଼ିଶାରେ ୮ କୋଟି ଗଛ ଲଗାଇବାର ମହତ୍ୱାକାଂକ୍ଷୀ ଲକ୍ଷ୍ୟ ସହିତ ରାଜ୍ୟ ସରକାର ଏକ ସବୁଜ ଓ ସ୍ୱଚ୍ଛ ଓଡ଼ିଶା ଗଠନ ଦିଗରେ ଦୃଢ଼ ପାଦଚିହ୍ନ ଆଗକୁ ବଢ଼ାଇବେ। ଏହି ମହାଅଭିଯାନ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଆମ ସମସ୍ତଙ୍କ ଭବିଷ୍ୟତ ପିଢ଼ି ପାଇଁ ଏକ ସୁସ୍ଥ, ସବୁଜ ଓ ସୁରକ୍ଷିତ ପରିବେଶ ଛାଡ଼ି ଯିବାର ଏକ ସାମୂହିକ ପ୍ରୟାସ। ଆସନ୍ତୁ, ଆମେ ସମସ୍ତେ ମିଶି ଏହି ସବୁଜ ଓଡ଼ିଶା ଗଢ଼ିବାର ସଂକଳ୍ପରେ ସାମିଲ ହେବା ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।

1 hr ago
user_Mayurbhanj Public News
Mayurbhanj Public News
ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
1 hr ago

ତାଟୋ ଠାରେ 'ଏକ ପେଡ୍ ମା କେ ନାମ୍ ୩.୦' କାର୍ଯ୍ୟକ୍ରମ ଅଧୀନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ; ମନ୍ତ୍ରୀ ଦେଲେ ପ୍ରତିକ୍ରିୟା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୭୬ତମ ଜନ୍ମଦିବସ ଉପଲକ୍ଷେ ଆଜି ଅର୍ଥାତ୍ ଗୁରୁବାର ଦିନ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ଅନ୍ତର୍ଗତ ତାଟୋ ଠାରେ 'ଏକ ପେଡ୍ ମା କେ ନାମ୍ ୩.୦' କାର୍ଯ୍ୟକ୍ରମ ଅଧୀନରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପରିବେଶ ସୁରକ୍ଷା ଏବଂ ସବୁଜିମା ବୃଦ୍ଧି ଦିଗରେ ପ୍ରଧାନମନ୍ତ୍ରୀଙ୍କ ଏହି ଅଭିନବ ପ୍ରୟାସ ଆଜି ସମାଜରେ ଏକ ସକରାତ୍ମକ ବାର୍ତ୍ତା ସୃଷ୍ଟି କରିଛି। ଏହି ଅବସରରେ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇବ୍ରୁ, RCCF ପ୍ରକାଶ ଚାନ୍ଦ ଗୋଗିନେନି ଙ୍କ ସହିତ ଅନେକ ବରିଷ୍ଠ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ। ତେବେ ଆଗାମୀ ଗୋଟିଏ ବର୍ଷ ଭିତରେ ସାରା ଓଡ଼ିଶାରେ ୮ କୋଟି ଗଛ ଲଗାଇବାର ମହତ୍ୱାକାଂକ୍ଷୀ ଲକ୍ଷ୍ୟ ସହିତ ରାଜ୍ୟ ସରକାର ଏକ ସବୁଜ ଓ ସ୍ୱଚ୍ଛ ଓଡ଼ିଶା ଗଠନ ଦିଗରେ ଦୃଢ଼ ପାଦଚିହ୍ନ ଆଗକୁ ବଢ଼ାଇବେ। ଏହି ମହାଅଭିଯାନ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଆମ ସମସ୍ତଙ୍କ ଭବିଷ୍ୟତ ପିଢ଼ି ପାଇଁ ଏକ ସୁସ୍ଥ, ସବୁଜ ଓ ସୁରକ୍ଷିତ ପରିବେଶ ଛାଡ଼ି ଯିବାର ଏକ ସାମୂହିକ ପ୍ରୟାସ। ଆସନ୍ତୁ, ଆମେ ସମସ୍ତେ ମିଶି ଏହି ସବୁଜ ଓଡ଼ିଶା ଗଢ଼ିବାର ସଂକଳ୍ପରେ ସାମିଲ ହେବା ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।

More news from ଓଡ଼ିଶା and nearby areas
  • ଗୁରୁକୁଳ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ତାରାପୁରରେ ଆରସିଏମ ସେବାଦିବସ ପାଳିତ : ୨୦୨୬ ବର୍ଷକୁ ଆରସିଏମ ତରଫରୁ "ସ୍ବାସ୍ଥ୍ୟକ୍ରାନ୍ତି" ବର୍ଷ ଭାବରେ ପାଳନ କରାଯାଉଛି: ଗୁରୁକୁଳ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ତାରାପୁରରେ ଆରସିଏମ ସେବାଦିବସ ପାଳିତ : ୨୦୨୬ ବର୍ଷକୁ ଆରସିଏମ ତରଫରୁ "ସ୍ବାସ୍ଥ୍ୟକ୍ରାନ୍ତି" ବର୍ଷ ଭାବରେ ପାଳନ କରାଯାଉଛି: ଭୋଗରାଇ , ୧୬/୯ ପ୍ରତିବର୍ଷ ସେପ୍ଟେମ୍ବର ୧୬ତାରିଖକୁ ଆରସିଏମ ଅଭିଯାନର ପ୍ରତିଷ୍ଠାତା ତିଲୋକ ଚାନ୍ଦ ଛାଦ୍ରାଙ୍କ ଜନ୍ମଦିନକୁ ଆରସିଏମ ସେବା ଦିବସ ଭାବେ ସାରା ଭାରତବର୍ଷରେ ପାଳିତ ହେବା ଅବସରରେ ଭୋଗରାଇର ନିମାତପୁର ପଞ୍ଚାୟତର କୁଚିଳାଡଙ୍ଗର ସ୍ଥିତ ଗୁରୁକୁଳ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ତାରାପୁରରେ ଆରସିଏମ ସେବାଦିବସ ପାଳିତ ହୋଇଛି। ବିଶିଷ୍ଟ ଶିକ୍ଷାବିତ ଉତ୍ସବ କୁମାର କରଙ୍କ ଅଧ୍ଯକ୍ଷତାରେ ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ନିମାତପୁର ସରପଞ୍ଚ ରାଜେନ୍ଦ୍ର ଦଳାଇ, ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅନୁପରିଦର୍ଶକ ସୁରେନ୍ଦ୍ର ନାଥ ପ୍ରଧାନ, ସମ୍ମାନିତ ଅତିଥି ଭାବେ ବିଶିଷ୍ଠ ସମାଜସେବୀ ହରିଶ ଚନ୍ଦ୍ର ପରିଡା, ଅରିସିଏମ ଅଭିଯାନର ବରିଷ୍ଠ ସେବକ ଶ୍ରୀମନ୍ତ ସାହୁ ଯୋଗଦେଇ ସ୍ବାସ୍ଥ୍ୟରକ୍ଷା, ଆତ୍ମନିର୍ଭର ଭାରତ ଓ ମହିଳା ସଶକ୍ତିକରଣ ଏବଂ ୨୦୨୬ ବର୍ଷକୁ ଆରସିଏମ ତରଫରୁ "ସ୍ବାସ୍ଥ୍ୟକ୍ରାନ୍ତି" ବର୍ଷ ଭାବରେ ପାଳନ କରାଯାଉଛି ବୋଲି କହିଥିଲେ। ଚଳିତ ବର୍ଷ ଆରସିଏମ ତରଫରୁ ସ୍ବାସ୍ଥ୍ୟ ସଚେତନତା, ମହିଳାଙ୍କ ମାସିକ ଧର୍ମ ସ୍ବଚ୍ଛତା, ରକ୍ତଦାତା ପଞ୍ଜିକରଣ ଓ ରକ୍ତଦାନ, ବୣକ୍ଷରୋପଣ, ସମଗ୍ରଶିକ୍ଷା ପ୍ରତି ଗୁରୁତ୍ୱାରୋପ, ନିଶାମୁକ୍ତ ଅଭିଯାନ ଅଦି ବିଷୟରେ କାର୍ଯ୍ଯକ୍ରମ ହେବ ବୋଲି ଉତ୍ସବ କୁମାର କର ସୂଚନା ଦେଇଥିବା ବେଳେ ନିଶାମୁକ୍ତ ଭାରତ ଓ ଆଦର୍ଶ ନାଗରିକ ହେବାକୁ ଶପଥପାଠ କରାଯାଇଛି। ଯୋଗ ଶିକ୍ଷକ ପ୍ରଦୀପ କୁମାର କାମିଳା ଆରସିଏମ ସେବକ ଓ ଉପସ୍ଥିତ ବ୍ଯକ୍ତିବିଶେଷଙ୍କୁ ଯୋଗ ଶିକ୍ଷା ଦେଇଥିଲେ। ସେବକ ହେମନ୍ତ ମଣ୍ଡଳ ମଞ୍ଚ ଆହ୍ୱାନ ଓ ସେବକ ଅଜିତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
    1
    ଗୁରୁକୁଳ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ତାରାପୁରରେ ଆରସିଏମ ସେବାଦିବସ ପାଳିତ :
୨୦୨୬ ବର୍ଷକୁ ଆରସିଏମ ତରଫରୁ "ସ୍ବାସ୍ଥ୍ୟକ୍ରାନ୍ତି" ବର୍ଷ ଭାବରେ ପାଳନ କରାଯାଉଛି:
ଗୁରୁକୁଳ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ତାରାପୁରରେ ଆରସିଏମ ସେବାଦିବସ ପାଳିତ :
୨୦୨୬ ବର୍ଷକୁ ଆରସିଏମ ତରଫରୁ "ସ୍ବାସ୍ଥ୍ୟକ୍ରାନ୍ତି" ବର୍ଷ ଭାବରେ ପାଳନ କରାଯାଉଛି:
ଭୋଗରାଇ , ୧୬/୯ ପ୍ରତିବର୍ଷ ସେପ୍ଟେମ୍ବର ୧୬ତାରିଖକୁ ଆରସିଏମ ଅଭିଯାନର ପ୍ରତିଷ୍ଠାତା ତିଲୋକ ଚାନ୍ଦ ଛାଦ୍ରାଙ୍କ ଜନ୍ମଦିନକୁ ଆରସିଏମ ସେବା ଦିବସ ଭାବେ ସାରା ଭାରତବର୍ଷରେ ପାଳିତ ହେବା ଅବସରରେ ଭୋଗରାଇର ନିମାତପୁର ପଞ୍ଚାୟତର କୁଚିଳାଡଙ୍ଗର ସ୍ଥିତ ଗୁରୁକୁଳ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ତାରାପୁରରେ ଆରସିଏମ ସେବାଦିବସ ପାଳିତ ହୋଇଛି। ବିଶିଷ୍ଟ ଶିକ୍ଷାବିତ ଉତ୍ସବ କୁମାର କରଙ୍କ ଅଧ୍ଯକ୍ଷତାରେ ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ନିମାତପୁର ସରପଞ୍ଚ ରାଜେନ୍ଦ୍ର ଦଳାଇ, ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅନୁପରିଦର୍ଶକ ସୁରେନ୍ଦ୍ର ନାଥ ପ୍ରଧାନ, ସମ୍ମାନିତ ଅତିଥି ଭାବେ ବିଶିଷ୍ଠ ସମାଜସେବୀ ହରିଶ ଚନ୍ଦ୍ର ପରିଡା, ଅରିସିଏମ ଅଭିଯାନର ବରିଷ୍ଠ ସେବକ ଶ୍ରୀମନ୍ତ ସାହୁ ଯୋଗଦେଇ ସ୍ବାସ୍ଥ୍ୟରକ୍ଷା, ଆତ୍ମନିର୍ଭର ଭାରତ ଓ ମହିଳା ସଶକ୍ତିକରଣ ଏବଂ ୨୦୨୬ ବର୍ଷକୁ ଆରସିଏମ ତରଫରୁ "ସ୍ବାସ୍ଥ୍ୟକ୍ରାନ୍ତି" ବର୍ଷ ଭାବରେ ପାଳନ କରାଯାଉଛି ବୋଲି କହିଥିଲେ।
ଚଳିତ ବର୍ଷ ଆରସିଏମ ତରଫରୁ ସ୍ବାସ୍ଥ୍ୟ ସଚେତନତା, ମହିଳାଙ୍କ ମାସିକ ଧର୍ମ ସ୍ବଚ୍ଛତା, ରକ୍ତଦାତା ପଞ୍ଜିକରଣ ଓ ରକ୍ତଦାନ, ବୣକ୍ଷରୋପଣ, ସମଗ୍ରଶିକ୍ଷା ପ୍ରତି ଗୁରୁତ୍ୱାରୋପ, ନିଶାମୁକ୍ତ ଅଭିଯାନ ଅଦି ବିଷୟରେ କାର୍ଯ୍ଯକ୍ରମ ହେବ ବୋଲି ଉତ୍ସବ କୁମାର କର ସୂଚନା ଦେଇଥିବା ବେଳେ ନିଶାମୁକ୍ତ ଭାରତ ଓ ଆଦର୍ଶ ନାଗରିକ ହେବାକୁ ଶପଥପାଠ କରାଯାଇଛି। ଯୋଗ ଶିକ୍ଷକ ପ୍ରଦୀପ କୁମାର କାମିଳା ଆରସିଏମ ସେବକ ଓ ଉପସ୍ଥିତ ବ୍ଯକ୍ତିବିଶେଷଙ୍କୁ ଯୋଗ ଶିକ୍ଷା ଦେଇଥିଲେ। ସେବକ ହେମନ୍ତ ମଣ୍ଡଳ ମଞ୍ଚ ଆହ୍ୱାନ ଓ ସେବକ ଅଜିତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
    user_ଶିଶିର କୁମାର ପ୍ରଧାନ
    ଶିଶିର କୁମାର ପ୍ରଧାନ
    ଭୋଗରାଇ, ବାଲେଶ୍ୱର, ଓଡ଼ିଶା•
    5 hrs ago
  • ବ୍ରାଉନ ସୁଗାର ଚାଲାଣ ବେଳେ ମାଡ଼ିବସିଲା ପୋଲିସ, #bhadrak #odisha #braunsugar #police
    1
    ବ୍ରାଉନ ସୁଗାର ଚାଲାଣ ବେଳେ ମାଡ଼ିବସିଲା ପୋଲିସ, #bhadrak #odisha #braunsugar #police
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    7 hrs ago
  • ବନ୍ତ ବ୍ଲକ୍ ଆଗରପଡ଼ା ସ୍ଥିତ ବାବା ସୁବର୍ନେଶ୍ୱର୍ ମହାଦେବ ଙ୍କ ନିକଟରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା ଓ ମହିଳା ମାନେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ତାଙ୍କ ଦୀର୍ଘାୟୁ କାମନା କରି ସୋତନ୍ତ୍ର ପୂଜାର୍ଚ୍ଚନା ସହ ଦୀପ ଦାନ କରିଛନ୍ତି। ବନ୍ତ ବ୍ଲକ୍ ଆଗରପଡ଼ା ସ୍ଥିତ ବାବା ସୁବର୍ନେଶ୍ୱର୍ ମହାଦେବ ଙ୍କ ନିକଟରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା ଓ ମହିଳା ମାନେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ସୋତନ୍ତ୍ର ପୂଜାର୍ଚ୍ଚନା ସହ ଦୀପ ଦାନ କରିଛନ୍ତି।
    1
    ବନ୍ତ ବ୍ଲକ୍ ଆଗରପଡ଼ା ସ୍ଥିତ ବାବା ସୁବର୍ନେଶ୍ୱର୍ ମହାଦେବ ଙ୍କ ନିକଟରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା ଓ ମହିଳା ମାନେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ତାଙ୍କ ଦୀର୍ଘାୟୁ କାମନା କରି ସୋତନ୍ତ୍ର ପୂଜାର୍ଚ୍ଚନା ସହ ଦୀପ ଦାନ କରିଛନ୍ତି।
ବନ୍ତ ବ୍ଲକ୍ ଆଗରପଡ଼ା ସ୍ଥିତ ବାବା ସୁବର୍ନେଶ୍ୱର୍ ମହାଦେବ ଙ୍କ ନିକଟରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା ଓ ମହିଳା ମାନେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ସୋତନ୍ତ୍ର ପୂଜାର୍ଚ୍ଚନା ସହ ଦୀପ ଦାନ କରିଛନ୍ତି।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    8 hrs ago
  • ଧୂପ, ଦୀପ ଓ ମନ୍ତ୍ରଧ୍ଵନିରେ ମୁଖରିତ ହେଲା ନଈଗାଁ ; ଅନୁଷ୍ଠିତ ହେଲା ବିଶ୍ୱକର୍ମା ପୂଜା କେନ୍ଦୁଝର , (ଧ୍ୟାନକୃଷ୍ଣ ନାୟକ) : ଗାଁର ପରିବେଶରେ ଭକ୍ତିର ମାହୋଲ। ଧୂପ, ଦୀପ ଓ ମନ୍ତ୍ରୋଚ୍ଚାରଣରେ ମୁଖରିତ ହୋଇଉଠିଥିଲା ନଈଗାଁର ଉପର ସାହି। ଅବସର ଥିଲା ବାବା ବିଶ୍ୱକର୍ମାଙ୍କ ପୂଜା। ସଦର ବ୍ଲକ ପର୍ଜନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନଈଗାଁ ଗ୍ରାମର ଉପର ସାହିରେ ଶ୍ରଦ୍ଧା ଓ ନିଷ୍ଠାର ସହ ଏହି ପୂଜା ଅନୁଷ୍ଠିତ ହୋଇଯାଇଛି।
    4
    ଧୂପ, ଦୀପ ଓ ମନ୍ତ୍ରଧ୍ଵନିରେ ମୁଖରିତ ହେଲା ନଈଗାଁ ; ଅନୁଷ୍ଠିତ ହେଲା ବିଶ୍ୱକର୍ମା ପୂଜା 
କେନ୍ଦୁଝର , (ଧ୍ୟାନକୃଷ୍ଣ ନାୟକ) : ଗାଁର ପରିବେଶରେ ଭକ୍ତିର ମାହୋଲ। ଧୂପ, ଦୀପ ଓ ମନ୍ତ୍ରୋଚ୍ଚାରଣରେ ମୁଖରିତ ହୋଇଉଠିଥିଲା ନଈଗାଁର ଉପର ସାହି। ଅବସର ଥିଲା ବାବା ବିଶ୍ୱକର୍ମାଙ୍କ ପୂଜା। ସଦର ବ୍ଲକ ପର୍ଜନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନଈଗାଁ ଗ୍ରାମର ଉପର ସାହିରେ ଶ୍ରଦ୍ଧା ଓ ନିଷ୍ଠାର ସହ ଏହି ପୂଜା ଅନୁଷ୍ଠିତ ହୋଇଯାଇଛି।
    user_Dhyana Krushna Nayak
    Dhyana Krushna Nayak
    Content Creator (YouTuber) Kendujhar Sadar, Odisha•
    44 min ago
  • କୋରେଇ ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକଙ୍କ ଜନ୍ମଦିନ ତାଙ୍କ ବାସଭବନରେ ବେଶ୍ ଆନନ୍ଦ ଉତ୍ସାହ ଏବଂ ଧୁମଧାମରେ ପାଳିତ ହୋଇଯାଇଛି ଏହି ଅବସରରେ ତାଙ୍କର ବହୁ ଶୁଭେଚ୍ଛୁ, ସମର୍ଥକ ଓ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି। #AkashDasNayak #Korei #HappyBirthdayBhai #KoreiMLA #TrainAccident #news7odia #OdishaNews #ବିଜେପି
    1
    କୋରେଇ ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକଙ୍କ ଜନ୍ମଦିନ ତାଙ୍କ ବାସଭବନରେ ବେଶ୍ ଆନନ୍ଦ ଉତ୍ସାହ ଏବଂ ଧୁମଧାମରେ ପାଳିତ ହୋଇଯାଇଛି ଏହି ଅବସରରେ ତାଙ୍କର ବହୁ ଶୁଭେଚ୍ଛୁ, ସମର୍ଥକ ଓ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି।
#AkashDasNayak #Korei #HappyBirthdayBhai
#KoreiMLA #TrainAccident #news7odia #OdishaNews #ବିଜେପି
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    6 hrs ago
  • *_⏰17 September 2026 | Today Horoscope | Today Astrology | Today Horoscope in Hindi | Latest | #dblive_*
    1
    *_⏰17 September 2026 | Today Horoscope | Today Astrology | Today Horoscope in Hindi | Latest | #dblive_*
    user_ରମେଶ ଚନ୍ଦ୍ର ଜେନା
    ରମେଶ ଚନ୍ଦ୍ର ଜେନା
    Teacher ଧର୍ମଶାଳା, ଯାଜପୁର, ଓଡ଼ିଶା•
    5 hrs ago
  • ନାଁ ଶୁଣିଲେ ଅପରାଧୀ ଡରୁଥିଲେ, ଏବେ ଓଡ଼ିଶା ଛାଡ଼ିବେ | Odisha Reporter ଶୁଣିଲେ କେନ୍ଦ୍ରସରକାର। ଖୁବଶୀଘ୍ର ଓଡ଼ିଶାକୁ ବାଏ ବାଏ କହି ନିଜ ଜନ୍ମମାଟିକୁ ଫେରିଯିବେ ଭୁବନେଶ୍ୱର ଡିସିପି। ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର। ପୂର୍ବରୁ ଏନେଇ ରାଜ୍ୟ ସରକାରଙ୍କ ନିକଟରେ ମୀନା ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିବାବେଳେ ରାଜ୍ୟ ସରକାର ଗୃହ ମନ୍ତ୍ରାଳୟକୁ ଏନେଇ ସୁପାରିସ କରିଥିଲେ। ରାଜ୍ୟସରକାରଙ୍କ ସୁପାରିସକ୍ରମେ କେନ୍ଦ୍ରସରକାର ଏନେଇ ତଦାରଖ କରିଥିଲେ।
    1
    ନାଁ ଶୁଣିଲେ ଅପରାଧୀ ଡରୁଥିଲେ, ଏବେ ଓଡ଼ିଶା ଛାଡ଼ିବେ | Odisha Reporter
ଶୁଣିଲେ କେନ୍ଦ୍ରସରକାର। ଖୁବଶୀଘ୍ର ଓଡ଼ିଶାକୁ ବାଏ ବାଏ କହି ନିଜ ଜନ୍ମମାଟିକୁ ଫେରିଯିବେ ଭୁବନେଶ୍ୱର ଡିସିପି। ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର। ପୂର୍ବରୁ ଏନେଇ ରାଜ୍ୟ ସରକାରଙ୍କ ନିକଟରେ ମୀନା ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିବାବେଳେ ରାଜ୍ୟ ସରକାର ଗୃହ ମନ୍ତ୍ରାଳୟକୁ ଏନେଇ ସୁପାରିସ କରିଥିଲେ। ରାଜ୍ୟସରକାରଙ୍କ ସୁପାରିସକ୍ରମେ କେନ୍ଦ୍ରସରକାର ଏନେଇ ତଦାରଖ କରିଥିଲେ।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    1 hr ago
  • ମୋଦୀଙ୍କ ୭୬ତମ ଜନ୍ମଦିନରେ ପର୍ଜନପୁର ଶକ୍ତିକେନ୍ଦ୍ରର ସମୂହ ଦୀପ ପ୍ରଜ୍ୱଳନ କେନ୍ଦୁଝର, (ଧ୍ୟାନକୃଷ୍ଣ ନାୟକ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ପର୍ଜନପୁର ଶକ୍ତିକେନ୍ଦ୍ର ପକ୍ଷରୁ ସମୂହ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ନୂଆଡ଼ିହିସ୍ଥିତ ବାବା ସ୍ୱପ୍ନେଶ୍ୱର ମହାଦେବ ମନ୍ଦିର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳୀୟ କର୍ମକର୍ତ୍ତା ଓ ଶୁଭେଚ୍ଛୁମାନେ ସାମୂହିକ ଭାବେ ଦୀପ ପ୍ରଜ୍ୱଳନ କରିଥିଲେ। ଏହି ଅବସରରେ ଉପସ୍ଥିତ ସଦସ୍ୟମାନେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିଥିଲେ। ମନ୍ଦିର ପରିସରରେ ଦୀପ ପ୍ରଜ୍ୱଳନ ସହ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଜନ୍ମଦିନ ପାଳନ କରାଯାଇଥିଲା। ପର୍ଜନପୁର ଶକ୍ତିକେନ୍ଦ୍ରର ଏହି ଆୟୋଜନରେ କର୍ମକର୍ତ୍ତା, କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ଶୁଭେଚ୍ଛୁମାନେ ଯୋଗଦେଇ ଶ୍ରୀ ମୋଦୀଙ୍କ ପ୍ରତି ନିଜର ଶୁଭେଚ୍ଛା ଓ ଆଶୀର୍ବାଦ କାମନା ଜଣାଇଥିଲେ।
    4
    ମୋଦୀଙ୍କ ୭୬ତମ ଜନ୍ମଦିନରେ ପର୍ଜନପୁର ଶକ୍ତିକେନ୍ଦ୍ରର ସମୂହ ଦୀପ ପ୍ରଜ୍ୱଳନ
କେନ୍ଦୁଝର, (ଧ୍ୟାନକୃଷ୍ଣ ନାୟକ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ପର୍ଜନପୁର ଶକ୍ତିକେନ୍ଦ୍ର ପକ୍ଷରୁ ସମୂହ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ନୂଆଡ଼ିହିସ୍ଥିତ ବାବା ସ୍ୱପ୍ନେଶ୍ୱର ମହାଦେବ ମନ୍ଦିର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳୀୟ କର୍ମକର୍ତ୍ତା ଓ ଶୁଭେଚ୍ଛୁମାନେ ସାମୂହିକ ଭାବେ ଦୀପ ପ୍ରଜ୍ୱଳନ କରିଥିଲେ।
ଏହି ଅବସରରେ ଉପସ୍ଥିତ ସଦସ୍ୟମାନେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିଥିଲେ। ମନ୍ଦିର ପରିସରରେ ଦୀପ ପ୍ରଜ୍ୱଳନ ସହ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଜନ୍ମଦିନ ପାଳନ କରାଯାଇଥିଲା।
ପର୍ଜନପୁର ଶକ୍ତିକେନ୍ଦ୍ରର ଏହି ଆୟୋଜନରେ କର୍ମକର୍ତ୍ତା, କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ଶୁଭେଚ୍ଛୁମାନେ ଯୋଗଦେଇ ଶ୍ରୀ ମୋଦୀଙ୍କ ପ୍ରତି ନିଜର ଶୁଭେଚ୍ଛା ଓ ଆଶୀର୍ବାଦ କାମନା ଜଣାଇଥିଲେ।
    user_Dhyana Krushna Nayak
    Dhyana Krushna Nayak
    Content Creator (YouTuber) Kendujhar Sadar, Odisha•
    2 hrs ago
  • *_📡17 September 2026 | अब तक की बड़ी ख़बरें | Top 10 News | Breaking news | Latest news in hindi | #dblive_*
    1
    *_📡17  September 2026 | अब तक की बड़ी ख़बरें | Top 10 News | Breaking news | Latest news in hindi | #dblive_*
    user_ରମେଶ ଚନ୍ଦ୍ର ଜେନା
    ରମେଶ ଚନ୍ଦ୍ର ଜେନା
    Teacher ଧର୍ମଶାଳା, ଯାଜପୁର, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.