Shuru
Apke Nagar Ki App…
ଅଁଳାପାଲି ଅଙ୍ଗନ ବାଡି କେନ୍ଦ୍ର ଶୌଚାଳୟରୁ ମହୁଲ ଖାଇ ମୂଷା ଉଦ୍ଧାର
Satyajit Panda
ଅଁଳାପାଲି ଅଙ୍ଗନ ବାଡି କେନ୍ଦ୍ର ଶୌଚାଳୟରୁ ମହୁଲ ଖାଇ ମୂଷା ଉଦ୍ଧାର
More news from ଓଡ଼ିଶା and nearby areas
- ଲଗାଣ ବର୍ଷା ଜନିତ ପରିସ୍ଥିତି ଓ ମହାନଦୀ ଜଳ ସ୍ତର ଅନୁଧ୍ୟାନ କଲେ ବୌଦ୍ଧ ଜିଲ୍ଲାପାଳ l ବୌଦ୍ଧ ଜିଲ୍ଲାରେ ଗତ କାଲିଠାରୁ ଲଗାଣ ବର୍ଷା ହେଉଥିବାରୁ ବହୁ ଅଞ୍ଚଳରେ ପାଣି ଜମିଯାଇଥିବାବେଳେ ମହାନଦୀର ଜଳସ୍ତର ମଧ୍ୟବୃଦ୍ଧି ପାଇଛି। ଏହି ପରିସ୍ଥିତିରେ ବୌଦ୍ଧ ଜିଲ୍ଲାପାଳ ନିଜେ ମହାନଦୀକୂଳ ଅଞ୍ଚଳକୁ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଥିଲେ। ସେ ତଳଗାଁ ରାସ୍ତାରେ କରଡ଼ି, ମଥୁରା, ରାଧାନଗର ଇତ୍ୟାଦି ଅଞ୍ଚଳ ଗସ୍ତ କରି ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରିଥିଲେ। ନଦୀକୂଳ ଅଞ୍ଚଳର ଲୋକମାନେ ନଦୀରେ କୁମ୍ଭୀର ଥିବା ବିଷୟ ଉଲ୍ଲେଖ କରିବା ପରେ ଜିଲ୍ଲାପାଳ ବନ ବିଭାଗକୁ ସତର୍କ ରହିବା ଏବଂ ନିରନ୍ତର ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ବନ୍ୟା ପରିସ୍ଥିତିରେ ନଦୀକୁ ଗାଧୋଇବା କିମ୍ବା ମାଛ ଧରିବା ପାଇଁ ନଯିବାକୁ ସେମାନଙ୍କୁ ବୁଝାଇଥିଲେ l ଇରିଗେସନ କଲୋନି ନିକଟସ୍ଥ ନଦୀ ବନ୍ୟା ମାପ ଯନ୍ତ୍ରକୁ ମଧ୍ୟ ପରିଦର୍ଶନ କରି ଯନ୍ତ୍ରୀମାନଙ୍କୁ ନିୟମିତ ଭାବେ ଜଳସ୍ତର ରିପୋର୍ଟ ପ୍ରଦାନ କରିବାକୁ କହିଥିଲେ।ସନ୍ଧ୍ୟାରେ ଜିଲ୍ଲାପାଳ ଆଭାସୀ ମାଧ୍ୟମରେ ସମସ୍ତ ବିଡ଼ିଓ, ତହସିଲଦାର ଏବଂ ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ବୈଠକରେ ଯୋଗଦେଇ ପରିସ୍ଥିତିର ସମୀକ୍ଷା କରିଥିଲେ। ବିଡ଼ିଓ ଏବଂ ତହସିଲଦାରମାନଙ୍କୁ ଯେଉଁଠି ଘର ଭାଙ୍ଗିଯାଇଛି ସେଠାର ଲୋକମାନଙ୍କୁ ତତ୍କ୍ଷଣାତ ନିକଟସ୍ଥ ସ୍କୁଲରେ ଥଇଥାନ କରି ସେମାନଙ୍କର ଖାଦ୍ୟ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କହିଥିଲେ। ନଦୀରେ ଗାଧୋଇବା ଏବଂ ମାଛ ଧରିବା ପାଇଁ ଏହି ସମୟରେ ନଯିବାକୁ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦିଆଯାଇଥିଲା। ୨୪x୭ ଜିଲ୍ଲାର ସମସ୍ତ କଣ୍ଟ୍ରୋଲ ରୁମ ଖୋଲା ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ କହିଥିଲେ ଯେ, ଲଗାଣ ବର୍ଷା ଯୋଗୁଁ ଘର ଭାଙ୍ଗିବା ପରିସ୍ଥିତିରେ ପୋଲିସ ଏବଂ ଚିକିତ୍ସା ବାହିନୀ ସବୁବେଳେ ସତର୍କ ରହିବେ। ଗଛ ଭାଙ୍ଗି ରାସ୍ତା ଅବରୋଧ ହେଲେ ଅଗ୍ନିଶମ ଓ ଓଡ୍ରାଫ୍ଟ ଟିମ୍ ତୁରନ୍ତ ରାସ୍ତା ସଫା କରିବେ l ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସତର୍କ ରହିବା ପାଇଁ ଜିଲ୍ଲପାଳ ନିର୍ଦ୍ଦେଶ ଦେଇଛନ୍ତି l କୌଣସି ଆପାଦ କାଳୀନ ପରିସ୍ଥିତିରେ ସହାୟତା ପାଇଁ ଜିଲ୍ଲାର ବିଭିନ୍ନ କଣ୍ଟ୍ରୋଲ ରୁମ୍ ନମ୍ବର ଜାରି କରାଯାଇଛି l ଜରୁରୀ ଆବଶ୍ୟକତା ପଡ଼ିଲେ ଜନସାଧାରଣ ଜିଲ୍ଲା ନିୟନ୍ତ୍ରଣ କକ୍ଷର ଫୋନ୍ ୦୬୮୪୧-୨୨୨୦୨୩ କିମ୍ବା ମୋବାଇଲ୍ ୭୩୨୮୦୫୩୧୧୩ ନମ୍ବରରେ ଯୋଗାଯୋଗ କରିପାରିବେ। ସେହିପରି ସ୍ୱାସ୍ଥ୍ୟ ବିଭାଗ ନ ୯୪୩୯୯୯୦୯୯୬ ଟିପିଏସଓଡିଏଲ୍ ନ୯୪୩୭୯୫୯୯୦୫ ବୌଦ୍ଧଗଡ଼ ଏନ୍ଏସି ନ ୮୦୯୩୮୦୨୪୫୪, ତହସିଲ କଣ୍ଟ୍ରୋଲ ରୁମ୍ ବୌଦ୍ଧ ନ ୯୩୩୭୫୧୧୫୬୪ ହରଭଙ୍ଗା ନ ୭୦୦୮୦୩୩୦୩୫ ଓ କଣ୍ଟାମାଳ ନ ୭୯୯୧୦୦୫୮୪୪ ଏବଂ ଅଗ୍ନିଶମ ବିଭାଗର ନିୟନ୍ତ୍ରଣ କକ୍ଷ ନମ୍ବର ୬୩୭୦୫୦୩୭୫୯ ରେ ଯୋଗାଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।2
- ବ୍ୟାସନଗରରେ "ରସଗୋଲା ଦିବସ" ପାଳିତ, ଓଡ଼ିଶାକୁ ଏକମାତ୍ର ଜିଆଇ ଟ୍ୟାଗ୍ ଦେବାକୁ ଦାବି । ଯାଜପୁର-27/07-ନୀଳାଦ୍ରୀ ବିଜେ ଅବସରରେ ସମଗ୍ର ଓଡ଼ିଶାରେ "ରସଗୋଲା ଦିବସ" ପାଳନ କରାଯାଉଥିବା ବେଳେ ଯାଜପୁର ଜିଲ୍ଲାର ବ୍ୟାସନଗରରେ ମଧ୍ୟ ଏହା ଉତ୍ସାହର ସହ ପାଳିତ ହୋଇଛି। ଯାଜପୁର ରୋଡ଼ ସିଭିଲ୍ ସୋସାଇଟି ପକ୍ଷରୁ ସ୍ଥାନୀୟ ହରେକୃଷ୍ଣ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରସଗୋଲାର ଐତିହ୍ୟ, ମହାପ୍ରଭୁ ଜଗନ୍ନାଥଙ୍କ ସହ ଏହାର ସମ୍ପର୍କ ଏବଂ ଓଡ଼ିଆ ଅସ୍ମିତାର ପ୍ରତୀକ ଭାବେ ଏହାର ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମର ଆବାହକ ତଥା ଆଇନଜୀବୀ ବିବେକାନନ୍ଦ ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ସୋସାଇଟିର ମୁଖ୍ୟ ଉପଦେଷ୍ଟା ତଥା ଓଜେସିର ଯାଜପୁର ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି କହିଥିଲେ ଯେ, ରସଗୋଲା କେବଳ ଏକ ମିଷ୍ଟାନ୍ନ ନୁହେଁ, ବରଂ ଏହା ଓଡ଼ିଆ ଜାତିର ପରିଚୟ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଅତିପ୍ରିୟ ଭୋଗ। ତେଣୁ ଓଡ଼ିଶା ସରକାର ରସଗୋଲାକୁ ଓଡ଼ିଶାର ଏକମାତ୍ର ଜିଆଇ ଟ୍ୟାଗ୍ ମାନ୍ୟତା ପ୍ରଦାନ ପାଇଁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ ଦାବି କରିଥିଲେ। ଏହି ଅବସରରେ ଜଗନ୍ନାଥ ପ୍ରେମୀ ସନ୍ତୋଷ କୁମାର ମହାନ୍ତି, ଅକ୍ଷୟ କୁମାର ଦେଓ, ବରିଷ୍ଠ ସାମ୍ବାଦିକ ଅଭିମନ୍ୟୁ ମିଶ୍ର, ପବିତ୍ର ରଞ୍ଜନ ମହାନ୍ତି, ପ୍ରଦ୍ୟୁମ୍ନ କୁମାର ବୋଇତେଇ, ଆଡଭୋକେଟ୍ ହେମନ୍ତ କୁମାର ପଥାଳ, ଦିଲ୍ଲୀପ କୁମାର ନାୟକ, ଶିବାନନ୍ଦ ଦାସ, ପ୍ରବୀର କୁମାର ରାଉତ, ବିଜୟ କୁମାର ଆଇଚ, ସୁସ୍ମିତା ମହାନ୍ତି, ରାକେଶ କୁମାର ଓ ଅମୃତ ସାହୁ ପ୍ରମୁଖ ଉପସ୍ଥିତ ରହି ରସଗୋଲା ଦିବସର ଐତିହ୍ୟ ଓ ତାତ୍ପର୍ଯ୍ୟ ଉପରେ ଆଲୋଚନା କରିଥିଲେ।1
- ଲଘୁଚାପ ଜନିତ ଲଗାଣ ବର୍ଷା ବୀରମହାରାଜପୁର ଅଞ୍ଚଳରେ ଲାଗି ରହିଛି। ମଙ୍ଗଳବାର ଦିନତମାମ ଲଗାଣ ବର୍ଷା ଲାଗି ରହିଥିଲା। ଜଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା।2
- ବୀରମହାରାଜପୁର ରଣାପାଲି ପ୍ରମୋଦ କୁମାର ମିଶ୍ର ଙ୍କ ଘର ଏବେ ପାଣିଘେରରେ, ଘର ଭିତରେ ୨ ଫୁଟ ପାଣି।3
- ଅଁଳାପାଲି ଅଙ୍ଗନ ବାଡି କେନ୍ଦ୍ର ଶୌଚାଳୟରୁ ମହୁଲ ଖାଇ ମୂଷା ଉଦ୍ଧାର1
- ଟ୍ରକ ପଛକୁ ଘୁଞ୍ଚାଉଥିବା ବେଳେ ଚକ ତଳେ ପଡ଼ି ପ୍ରାଣ ହାରିଲେ ମହିଳା, ବୌଦ୍ଧ -ବଘିୟା ପଡା ରାସ୍ତା ରୋକ1