logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଟ୍ରକ ପଛକୁ ଘୁଞ୍ଚାଉଥିବା ବେଳେ ଚକ ତଳେ ପଡ଼ି ପ୍ରାଣ ହାରିଲେ ମହିଳା, ବୌଦ୍ଧ -ବଘିୟା ପଡା ରାସ୍ତା ରୋକ

11 hrs ago
user_Satyajit Panda
Satyajit Panda
Journalist ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
11 hrs ago

ଟ୍ରକ ପଛକୁ ଘୁଞ୍ଚାଉଥିବା ବେଳେ ଚକ ତଳେ ପଡ଼ି ପ୍ରାଣ ହାରିଲେ ମହିଳା, ବୌଦ୍ଧ -ବଘିୟା ପଡା ରାସ୍ତା ରୋକ

More news from ଓଡ଼ିଶା and nearby areas
  • ଭିବି-ଜି ରାମ ଜି ଅଧିନିୟମ ଉପରେ ବୌଦ୍ଧରେ ଜିଲ୍ଲାସ୍ତରୀୟ ପଞ୍ଚ ସମ୍ମିଳନୀ ଅନୁଷ୍ଠିତ । ବୌଦ୍ଧ:-ବିକଶିତ ଭାରତ-ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ (ଗ୍ରାମୀଣ) [VB-G RAM G] ଅଧିନିୟମ– ୨୦୨୫ ସମ୍ପର୍କରେ ସରପଞ୍ଚ, ଜନପ୍ରତିନିଧି ଓ ପଞ୍ଚାୟତିରାଜ କର୍ମକର୍ତ୍ତାଙ୍କୁ ସଚେତନ ଓ ଦକ୍ଷ କରିବା ଉଦ୍ଦେଶ୍ୟରେ ଆଜି ବୌଦ୍ଧ ଜିଲ୍ଲା ପରିଷଦସ୍ଥ ପଞ୍ଚାୟତ ଭବନରେ ଜିଲ୍ଲାସ୍ତରୀୟ ପଞ୍ଚ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପ୍ରଭାସିନୀ ଦାଶ ମୁଖ୍ୟ ଅତିଥି ଏବଂ ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ଆଇନର ଉଦ୍ଦେଶ୍ୟ, କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ଓ ପଞ୍ଚାୟତିରାଜ ଅନୁଷ୍ଠାନର ଭୂମିକା ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ। ଜିଲ୍ଲାପାଳ କହିଥିଲେ ଯେ, ଏହି ଅଧିନିୟମ କେବଳ ରୋଜଗାର ସୃଷ୍ଟି ନୁହେଁ, ବରଂ ଗ୍ରାମୀଣ ଭିତ୍ତିଭୂମି, ଜୀବିକା ବିକାଶ ଓ ସୁଶାସନକୁ ସୁଦୃଢ଼ କରିବାର ଏକ ପ୍ରମୁଖ ପଦକ୍ଷେପ।ଏଥିରେ ଶ୍ରମିକ ହିତାଧିକାରୀ ଏବଂ ଜନ ପ୍ରତିନିଧି ମାନଙ୍କୁ ସଚେତନ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ l ଅତିଥିମାନେ ଏହି ଜନ କଲ୍ୟାଣକାରୀ ଯୋଜନା ଦ୍ୱାରା ଜନ ସାଧାରଣଙ୍କ ଯେମିତି ସୁବିଧା ହେବ ତା ଉପରେ ପ୍ରଶାସନ ଗୁରୁତ୍ୱ ଦେବା ପାଇଁ କହିଥିଲେ l ବୈଷୟିକ ଅଧିବେଶନରେ ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା (VGPP), ପରିବାର ପଞ୍ଜୀକରଣ, ୧୨୫ ଦିନର ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି, ସମ୍ପତ୍ତି ସୃଷ୍ଟି, ସାମାଜିକ ନିରୀକ୍ଷଣ, ଅଭିଯୋଗ ନିରାକରଣ ଏବଂ ବାୟୋମେଟ୍ରିକ, ଜିଓ-ଟ୍ୟାଗିଂ, ଏଆଇ ଆଧାରିତ ଯୋଜନା ପ୍ରସ୍ତୁତି ଭଳି ବିଷୟରେ ତାଲିମପ୍ରାପ୍ତ ଅଧିକାରୀମାନେ ପ୍ରଶିକ୍ଷଣ ଦେଇଥିଲେ l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସଭା ସଂଯୋଜନା କରିଥିଲେ। ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ପଞ୍ଚାୟତିରାଜ ବିଭାଗର ଅଧିକାରୀ, ବିଭିନ୍ନ ଲାଇନ୍ ବିଭାଗ ଅଧିକାରୀ,ବୈଷୟିକ ଅଧିକାରୀ ମାନେ ଯୋଗଦେଇଥିଲେ।
    3
    ଭିବି-ଜି ରାମ ଜି ଅଧିନିୟମ ଉପରେ ବୌଦ୍ଧରେ ଜିଲ୍ଲାସ୍ତରୀୟ ପଞ୍ଚ ସମ୍ମିଳନୀ ଅନୁଷ୍ଠିତ ।
ବୌଦ୍ଧ:-ବିକଶିତ ଭାରତ-ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ (ଗ୍ରାମୀଣ) [VB-G RAM G] ଅଧିନିୟମ– ୨୦୨୫ ସମ୍ପର୍କରେ ସରପଞ୍ଚ, ଜନପ୍ରତିନିଧି ଓ ପଞ୍ଚାୟତିରାଜ କର୍ମକର୍ତ୍ତାଙ୍କୁ ସଚେତନ ଓ ଦକ୍ଷ କରିବା ଉଦ୍ଦେଶ୍ୟରେ ଆଜି ବୌଦ୍ଧ ଜିଲ୍ଲା ପରିଷଦସ୍ଥ ପଞ୍ଚାୟତ ଭବନରେ ଜିଲ୍ଲାସ୍ତରୀୟ ପଞ୍ଚ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପ୍ରଭାସିନୀ ଦାଶ ମୁଖ୍ୟ ଅତିଥି ଏବଂ ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ଆଇନର ଉଦ୍ଦେଶ୍ୟ, କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ଓ ପଞ୍ଚାୟତିରାଜ ଅନୁଷ୍ଠାନର ଭୂମିକା ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ।
ଜିଲ୍ଲାପାଳ କହିଥିଲେ ଯେ, ଏହି ଅଧିନିୟମ କେବଳ ରୋଜଗାର ସୃଷ୍ଟି ନୁହେଁ, ବରଂ ଗ୍ରାମୀଣ ଭିତ୍ତିଭୂମି, ଜୀବିକା ବିକାଶ ଓ ସୁଶାସନକୁ ସୁଦୃଢ଼ କରିବାର ଏକ ପ୍ରମୁଖ ପଦକ୍ଷେପ।ଏଥିରେ ଶ୍ରମିକ ହିତାଧିକାରୀ ଏବଂ ଜନ ପ୍ରତିନିଧି ମାନଙ୍କୁ ସଚେତନ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ l ଅତିଥିମାନେ ଏହି ଜନ କଲ୍ୟାଣକାରୀ ଯୋଜନା ଦ୍ୱାରା ଜନ ସାଧାରଣଙ୍କ ଯେମିତି ସୁବିଧା ହେବ ତା ଉପରେ ପ୍ରଶାସନ ଗୁରୁତ୍ୱ ଦେବା ପାଇଁ କହିଥିଲେ l 
ବୈଷୟିକ ଅଧିବେଶନରେ ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା (VGPP), ପରିବାର ପଞ୍ଜୀକରଣ, ୧୨୫ ଦିନର ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି, ସମ୍ପତ୍ତି ସୃଷ୍ଟି, ସାମାଜିକ ନିରୀକ୍ଷଣ, ଅଭିଯୋଗ ନିରାକରଣ ଏବଂ ବାୟୋମେଟ୍ରିକ, ଜିଓ-ଟ୍ୟାଗିଂ, ଏଆଇ ଆଧାରିତ ଯୋଜନା ପ୍ରସ୍ତୁତି ଭଳି ବିଷୟରେ ତାଲିମପ୍ରାପ୍ତ ଅଧିକାରୀମାନେ ପ୍ରଶିକ୍ଷଣ ଦେଇଥିଲେ l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସଭା ସଂଯୋଜନା କରିଥିଲେ। ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ପଞ୍ଚାୟତିରାଜ ବିଭାଗର ଅଧିକାରୀ, ବିଭିନ୍ନ ଲାଇନ୍ ବିଭାଗ ଅଧିକାରୀ,ବୈଷୟିକ ଅଧିକାରୀ ମାନେ ଯୋଗଦେଇଥିଲେ।
    user_RABINDRA PATTNAIK
    RABINDRA PATTNAIK
    Social worker ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    12 hrs ago
  • କାଦୁଅରେ ବୁଡ଼ିଛି ଚିଙ୍ଗିରାନାଲି–ପାତ୍ରପାଲି ରାସ୍ତା - ଯାତାୟାତ ଦୁର୍ବିଷହ -ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନର ନିଦ ଭାଙ୍ଗୁନି -ତୁରନ୍ତ ମରାମତି ,ପକ୍କା ସଡ଼କ ନିର୍ମାଣ ଦାବି - ଆନ୍ଦୋଳନର ଚେତାବନୀ ଦେଲେ ଗ୍ରାମବାସୀ - ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ଗ୍ରାମ ପଞ୍ଚାୟତ ଅଧୀନ ଚିଙ୍ଗିରାନାଲି ରୁ ପାତ୍ରପାଲି ସ୍କୁଲ ପର୍ଯ୍ୟନ୍ତ ଯାଇଥିବା କଚ୍ଚା ରାସ୍ତା ବର୍ଷା ଦିନରେ ସମ୍ପୂର୍ଣ୍ଣ କାଦୁଅରେ ପରିଣତ ହୋଇଛି। ଦୀର୍ଘଦିନ ଧରି ରାସ୍ତାର ମରାମତି କିମ୍ବା ପକ୍କାକରଣ ହୋଇନଥିବାରୁ ଗ୍ରାମବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତା ଦେଇ ଚିଙ୍ଗିରାନାଲି ଓ ବିଶାଳପାଲି ଗ୍ରାମର ଲୋକମାନେ ଖଣ୍ଡହତା ବଜାର, ସୁବଳୟା ସମେତ ବିଭିନ୍ନ ଅଞ୍ଚଳକୁ ଯାତାୟାତ କରୁଥିବା ବେଳେ ଅଙ୍ଗନୱାଡିକୁ ଯାଉଥିବା ଛୋଟ ଛୋଟ ଶିଶୁ ଏବଂ ଚାଷୀମାନେ ନିଜ ଚାଷଜମି ଓ ପୋଖରୀକୁ ଯିବା ପାଇଁ ମଧ୍ୟ ଏହି ରାସ୍ତା ଉପରେ ନିର୍ଭରଶୀଳ। ବର୍ଷା ପାଣିରେ ରାସ୍ତାଟି ଏପରି କାଦୁଅମୟ ହୋଇପଡ଼ିଛି ଯେ, ଦେଖିଲେ ଏହା ଚାଷ ଜମି ପରି ମନେହେଉଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ରାସ୍ତାକୁ ପକ୍କା କିମ୍ବା ପିଚୁ ସଡ଼କରେ ପରିଣତ କରିବା ପାଇଁ ବାରମ୍ବାର ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଦାବି ଜଣାଇଥିଲେ ମଧ୍ୟ କୌଣସି ଫଳ ମିଳିନାହିଁ। ଏଭଳି ଅବସ୍ଥାରେ ଲୋକମାନେ କିପରି ଯାତାୟାତ କରିବେ ବୋଲି ପପୁନ ସାହୁ ଓ ବବୁଲୁ ସାହୁ ପ୍ରଶ୍ନ ଉଠାଇଛନ୍ତି। ଗ୍ରାମବାସୀଙ୍କ ଦାବି ହେଉଛି, ବର୍ଷା ଋତୁକୁ ଦୃଷ୍ଟିରେ ରଖି ତୁରନ୍ତ ରାସ୍ତାରେ ମୋରମ ପକାଇ ମରାମତି କରାଯାଉ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ପିଚୁ କିମ୍ବା ପକ୍କା ସଡ଼କରେ ପରିଣତ କରାଯାଉ। ଗୋପାଳ ପୋଢ଼, ବିଦେଶୀ ଚଉଲିଆ, ସୁମନ ସାହୁ, ବିପିନ ସାହୁ, ଗୋପବନ୍ଧୁ ପୋଢ଼, ସମରେଶ ସାହୁ ପ୍ରମୁଖ ରାସ୍ତାର ଶୀଘ୍ର ମରାମତି ଓ ସ୍ଥାୟୀ ପକ୍କାକରଣ ଦାବି କରିଛନ୍ତି। ଯଦି ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରାନଯାଏ, ତେବେ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି।
    1
    କାଦୁଅରେ ବୁଡ଼ିଛି ଚିଙ୍ଗିରାନାଲି–ପାତ୍ରପାଲି ରାସ୍ତା
- ଯାତାୟାତ ଦୁର୍ବିଷହ
-ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନର ନିଦ ଭାଙ୍ଗୁନି
-ତୁରନ୍ତ ମରାମତି ,ପକ୍କା ସଡ଼କ ନିର୍ମାଣ ଦାବି
- ଆନ୍ଦୋଳନର ଚେତାବନୀ ଦେଲେ ଗ୍ରାମବାସୀ
- 
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ଗ୍ରାମ ପଞ୍ଚାୟତ ଅଧୀନ ଚିଙ୍ଗିରାନାଲି ରୁ ପାତ୍ରପାଲି ସ୍କୁଲ ପର୍ଯ୍ୟନ୍ତ ଯାଇଥିବା କଚ୍ଚା ରାସ୍ତା ବର୍ଷା ଦିନରେ ସମ୍ପୂର୍ଣ୍ଣ କାଦୁଅରେ ପରିଣତ ହୋଇଛି। ଦୀର୍ଘଦିନ ଧରି ରାସ୍ତାର ମରାମତି କିମ୍ବା ପକ୍କାକରଣ ହୋଇନଥିବାରୁ ଗ୍ରାମବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏହି ରାସ୍ତା ଦେଇ ଚିଙ୍ଗିରାନାଲି ଓ ବିଶାଳପାଲି ଗ୍ରାମର ଲୋକମାନେ ଖଣ୍ଡହତା ବଜାର, ସୁବଳୟା ସମେତ ବିଭିନ୍ନ ଅଞ୍ଚଳକୁ ଯାତାୟାତ କରୁଥିବା ବେଳେ ଅଙ୍ଗନୱାଡିକୁ ଯାଉଥିବା ଛୋଟ ଛୋଟ ଶିଶୁ ଏବଂ ଚାଷୀମାନେ ନିଜ ଚାଷଜମି ଓ ପୋଖରୀକୁ ଯିବା ପାଇଁ ମଧ୍ୟ ଏହି ରାସ୍ତା ଉପରେ ନିର୍ଭରଶୀଳ। ବର୍ଷା ପାଣିରେ ରାସ୍ତାଟି ଏପରି କାଦୁଅମୟ ହୋଇପଡ଼ିଛି ଯେ, ଦେଖିଲେ ଏହା ଚାଷ ଜମି ପରି ମନେହେଉଛି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ରାସ୍ତାକୁ ପକ୍କା କିମ୍ବା ପିଚୁ ସଡ଼କରେ ପରିଣତ କରିବା ପାଇଁ ବାରମ୍ବାର ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଦାବି ଜଣାଇଥିଲେ ମଧ୍ୟ କୌଣସି ଫଳ ମିଳିନାହିଁ। ଏଭଳି ଅବସ୍ଥାରେ ଲୋକମାନେ କିପରି ଯାତାୟାତ କରିବେ ବୋଲି ପପୁନ ସାହୁ ଓ ବବୁଲୁ ସାହୁ ପ୍ରଶ୍ନ ଉଠାଇଛନ୍ତି।
ଗ୍ରାମବାସୀଙ୍କ ଦାବି ହେଉଛି, ବର୍ଷା ଋତୁକୁ ଦୃଷ୍ଟିରେ ରଖି ତୁରନ୍ତ ରାସ୍ତାରେ ମୋରମ ପକାଇ ମରାମତି କରାଯାଉ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ପିଚୁ କିମ୍ବା ପକ୍କା ସଡ଼କରେ ପରିଣତ କରାଯାଉ।
ଗୋପାଳ ପୋଢ଼, ବିଦେଶୀ ଚଉଲିଆ, ସୁମନ ସାହୁ, ବିପିନ ସାହୁ, ଗୋପବନ୍ଧୁ ପୋଢ଼, ସମରେଶ ସାହୁ ପ୍ରମୁଖ ରାସ୍ତାର ଶୀଘ୍ର ମରାମତି ଓ ସ୍ଥାୟୀ ପକ୍କାକରଣ ଦାବି କରିଛନ୍ତି। ଯଦି ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରାନଯାଏ, ତେବେ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    22 hrs ago
  • ଓଡ଼ିଶାର ଜଣେ ସଂଗଠକ ଏବଂ ସମର୍ପିତ ଯୋଦ୍ଧା - ଶଙ୍ଖଭବନ ଠାରେ ସ୍ୱର୍ଗତ ସୁଶାନ୍ତ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ ଦଳର ବରିଷ୍ଠ ନେତୃବୃନ୍ଦ।
    1
    ଓଡ଼ିଶାର ଜଣେ ସଂଗଠକ ଏବଂ ସମର୍ପିତ ଯୋଦ୍ଧା
- ଶଙ୍ଖଭବନ ଠାରେ ସ୍ୱର୍ଗତ ସୁଶାନ୍ତ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ ଦଳର ବରିଷ୍ଠ ନେତୃବୃନ୍ଦ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    9 hrs ago
  • ଅଭିନବ ଉପାୟରେ କରୁଥିଲେ ଗଞ୍ଜେଇ ଚାଲାଣ ମାଡିବସିଲା ପୋଲିସ l ଗେସ ଟାଙ୍କି ଭିତରେ ଗଞ୍ଜେଇ ଭର୍ତ୍ତିକରି ବାହାର ରାଜ୍ୟକୁ ଚାଲାଣବେଳେ ମାଡି ବସିଲା ଲଛିପୁର ପୋଲିସ
    1
    ଅଭିନବ ଉପାୟରେ କରୁଥିଲେ ଗଞ୍ଜେଇ ଚାଲାଣ ମାଡିବସିଲା ପୋଲିସ l ଗେସ ଟାଙ୍କି ଭିତରେ ଗଞ୍ଜେଇ ଭର୍ତ୍ତିକରି ବାହାର ରାଜ୍ୟକୁ ଚାଲାଣବେଳେ ମାଡି ବସିଲା ଲଛିପୁର ପୋଲିସ
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    11 hrs ago
  • #ପାଣି_ଘେର_ରେ_ଗଏଲବେର୍ଣ୍ଣା_ନୂତନ_ପ୍ରାଥମିକ_ବିଦ୍ୟାଳୟ #rishitv #education #school #closed #subarnapurcollector #educationminister ସୁବର୍ଣ୍ଣପୁର ଜ଼ିଲ୍ଲା ସୋନପୁର ବ୍ଲକ ବିଶିମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଏଲବେର୍ଣ୍ଣା ର ନୂତନ ପ୍ରାଥମିକ ବିଦ୍ୟାଳୟ ଏବେ ଜଳ ବନ୍ଦୀରେ
    1
    #ପାଣି_ଘେର_ରେ_ଗଏଲବେର୍ଣ୍ଣା_ନୂତନ_ପ୍ରାଥମିକ_ବିଦ୍ୟାଳୟ
#rishitv #education #school #closed
#subarnapurcollector #educationminister
ସୁବର୍ଣ୍ଣପୁର ଜ଼ିଲ୍ଲା ସୋନପୁର ବ୍ଲକ ବିଶିମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଏଲବେର୍ଣ୍ଣା ର ନୂତନ ପ୍ରାଥମିକ ବିଦ୍ୟାଳୟ ଏବେ ଜଳ ବନ୍ଦୀରେ
    user_Ranjan hota
    Ranjan hota
    Sonepur, Odisha•
    15 hrs ago
  • ବହୁ ପ୍ରତିଭାର ଅଧିକାରୀ ଧୀମାନ Arjun sagar ଙ୍କୁ ବହୁତ ବହୁତ ଧନ୍ୟବାଦ।
    1
    ବହୁ ପ୍ରତିଭାର ଅଧିକାରୀ ଧୀମାନ Arjun sagar  ଙ୍କୁ ବହୁତ ବହୁତ ଧନ୍ୟବାଦ।
    user_BAHUJAN ADHIKAR
    BAHUJAN ADHIKAR
    Media house Sonapur, Sonepur•
    17 hrs ago
  • ବୌଦ୍ଧରେ ଫସଲ ବୀମା ଯୋଜନା ପ୍ରଚାର ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ବୌଦ୍ଧ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY)ର ସୁବିଧା ସମ୍ପର୍କରେ କୃଷକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏସ୍‌ବିଆଇ ଜେନେରାଲ୍ ଇନ୍ସୁରାନ୍ସ କମ୍ପାନୀ ଲିମିଟେଡ୍ ପକ୍ଷରୁ ଏକ ଶସ୍ୟ ବୀମା ସଚେତନତା ପ୍ରଚାର ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କୁଲଦୀପ ମୀନା , ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା,ଲିଡ୍ ଡିଷ୍ଟ୍ରିକ୍ଟ ମ୍ୟାନେଜର ଡନ୍ ବସ୍କୋ ପ୍ରମୁଖ ସବୁଜ ପତାକା ପ୍ରଦର୍ଶନ କରି ପ୍ରଚାର ରଥର ଶୁଭାରମ୍ଭ କରିଥିଲେ। ଜିଲ୍ଲାପାଳ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କୃଷକଙ୍କ ଫସଲକୁ ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ପ୍ରଦାନ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା। ସମସ୍ତ ଯୋଗ୍ୟ ଚାଷୀ ଏହି ଯୋଜନାରେ ପଞ୍ଜୀକୃତ ହୋଇ ଏହାର ସୁବିଧା ନେବାକୁ ସେ ଆହ୍ୱାନ ଜଣାଇଥିଲେ। ଏହି ଅଭିଯାନ ୧ ଜୁଲାଇରୁ ୩୧ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ଚାଲିବ। ପ୍ରଚାର ରଥ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ପଞ୍ଚାୟତ ପରିଦର୍ଶନ କରି ଫସଲ ବୀମାର ବୈଶିଷ୍ଟ୍ୟ, ପଞ୍ଜୀକରଣ ପ୍ରକ୍ରିୟା, କ୍ଷତିପୂରଣ ବ୍ୟବସ୍ଥା ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ କୃଷକମାନଙ୍କୁ ସଚେତନ କରିବ। ୨ ହେକ୍ଟର ପର୍ଯ୍ୟନ୍ତ ଜମି ପାଇଁ ମାତ୍ର ୧ ଟଙ୍କା ପ୍ରିମିୟମ ରେ ବୀମା ସୁବିଧା ଉପଲବ୍ଧ ଥିବାବେଳେ ଅବଶିଷ୍ଟ ପ୍ରିମିୟମ୍ ରାଜ୍ୟ ସରକାର ବହନ କରୁଛନ୍ତି।
    1
    ବୌଦ୍ଧରେ ଫସଲ ବୀମା ଯୋଜନା ପ୍ରଚାର ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ
ବୌଦ୍ଧ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY)ର ସୁବିଧା ସମ୍ପର୍କରେ କୃଷକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏସ୍‌ବିଆଇ ଜେନେରାଲ୍ ଇନ୍ସୁରାନ୍ସ କମ୍ପାନୀ ଲିମିଟେଡ୍ ପକ୍ଷରୁ  ଏକ ଶସ୍ୟ ବୀମା ସଚେତନତା ପ୍ରଚାର ରଥର ଶୁଭାରମ୍ଭ କରାଯାଇଛି।
ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କୁଲଦୀପ ମୀନା , ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା,ଲିଡ୍ ଡିଷ୍ଟ୍ରିକ୍ଟ ମ୍ୟାନେଜର ଡନ୍ ବସ୍କୋ ପ୍ରମୁଖ ସବୁଜ ପତାକା ପ୍ରଦର୍ଶନ କରି ପ୍ରଚାର ରଥର ଶୁଭାରମ୍ଭ କରିଥିଲେ। ଜିଲ୍ଲାପାଳ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କୃଷକଙ୍କ ଫସଲକୁ ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ପ୍ରଦାନ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା। ସମସ୍ତ ଯୋଗ୍ୟ ଚାଷୀ ଏହି ଯୋଜନାରେ ପଞ୍ଜୀକୃତ ହୋଇ ଏହାର ସୁବିଧା ନେବାକୁ ସେ ଆହ୍ୱାନ ଜଣାଇଥିଲେ।
ଏହି ଅଭିଯାନ ୧ ଜୁଲାଇରୁ ୩୧ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ଚାଲିବ। ପ୍ରଚାର ରଥ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ପଞ୍ଚାୟତ ପରିଦର୍ଶନ କରି ଫସଲ ବୀମାର ବୈଶିଷ୍ଟ୍ୟ, ପଞ୍ଜୀକରଣ ପ୍ରକ୍ରିୟା, କ୍ଷତିପୂରଣ ବ୍ୟବସ୍ଥା ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ କୃଷକମାନଙ୍କୁ ସଚେତନ କରିବ। ୨ ହେକ୍ଟର ପର୍ଯ୍ୟନ୍ତ ଜମି ପାଇଁ ମାତ୍ର ୧ ଟଙ୍କା ପ୍ରିମିୟମ ରେ ବୀମା ସୁବିଧା ଉପଲବ୍ଧ ଥିବାବେଳେ ଅବଶିଷ୍ଟ ପ୍ରିମିୟମ୍ ରାଜ୍ୟ ସରକାର ବହନ କରୁଛନ୍ତି।
    user_RABINDRA PATTNAIK
    RABINDRA PATTNAIK
    Social worker ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    13 hrs ago
  • ଲୁତୁରପଙ୍କରେ ଭକ୍ତିମୟ ପରିବେଶରେ ଶ୍ରୀଜିଉଙ୍କ ନୀଳାଦ୍ରିବିଜେ ଗୀତ ମାଧ୍ୟମରେ ଲକ୍ଷ୍ମୀ–ନାରାୟଣ କଳି - ଘଣ୍ଟ–ଶଙ୍ଖ–ହରିବୋଲରେ ପ୍ରକମ୍ପିତ ହେଲା ଗାଁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମରେ ପବିତ୍ର ନୀଳାଦ୍ରିବିଜେ ଅବସରରେ ଶ୍ରୀଜିଉଙ୍କ ନୀତିକାନ୍ତି ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛି। ଘଣ୍ଟ, ଶଙ୍ଖ, ହରିବୋଲ ଧ୍ୱନି ଓ ହୁଳହୁଳିରେ ସମଗ୍ର ଗ୍ରାମ ପ୍ରକମ୍ପିତ ହୋଇଥିବା ବେଳେ ସଙ୍କୀର୍ତ୍ତନ ଦଳମାନଙ୍କ ଭକ୍ତିମୟ ପରିବେଷଣ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିଥିଲା। ରଥାରୂଢ଼ ଶ୍ରୀଜିଉଙ୍କୁ ପହଣ୍ଡି କରି ମନ୍ଦିର ଚାରିପାଖରେ ବେଢ଼ା ପରିକ୍ରମା କରାଯାଇଥିଲା। ପହଣ୍ଡି ସମୟରେ ଆଲଟ, ଚାମର, ଛତିଛାତ୍ର ଓ ବାନା–ବୈରଖ ସହ ପାରମ୍ପରିକ ରୀତିନୀତି ପାଳନ କରାଯାଇଥିଲା। ସତ୍ୟମୋହନ ଦେଓ ଓ ଗୌରୀଶଙ୍କର ବେଦୋକ୍ତା ପହଣ୍ଡି ଗୀତ ପରିବେଷଣ କରିଥିବା ବେଳେ ସୁଲିନ ଦେଓ ଛେରା ପହଁରା ନୀତି ସମ୍ପାଦନ କରିଥିଲେ। ବିବେକାନନ୍ଦ ପୂଜାରୀ, ସତ୍ୟବ୍ରତ ପୂଜାରୀ, ଧରଣୀଧର ପୂଜାରୀ, ଲିଙ୍କନ ବେଦୋକ୍ତା, ପ୍ରକାଶ ବେଦୋକ୍ତା, ପ୍ରମୋଦ ବେଦୋକ୍ତା, ପ୍ରଭୁଦତ୍ତ ବେଦୋକ୍ତା ଓ ନୀଳାଞ୍ଚଳ ପୂଜାରୀ ପହଣ୍ଡି ନୀତିରେ ସାମିଲ ହୋଇଥିଲେ। ଲୁତୁରପଙ୍କ, ଭାଲୁଡୁଙ୍ଗୁରୀ (କଲୋନୀପଡ଼ା), ଘଣ୍ଟପାଲି ଓ କେନଝିରିଆପାଲି ଗ୍ରାମର ସଙ୍କୀର୍ତ୍ତନ ଦଳମାନେ ଭକ୍ତିମୟ ସଙ୍କୀର୍ତ୍ତନ ପରିବେଷଣ କରିଥିଲେ। ବେଢ଼ା ପରିକ୍ରମା ସମୟରେ ଗ୍ରାମର ପ୍ରତ୍ୟେକ ପରିବାର ଦଧିବାମନ (ଶ୍ରୀଜଗନ୍ନାଥ)ଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ କାମନା କରିଥିଲେ। ପରେ ଶ୍ରୀଜିଉଙ୍କ ଗମ୍ଭୀରା ପ୍ରବେଶ ବେଳେ ଗୀତ ମାଧ୍ୟମରେ ପାରମ୍ପରିକ ଲକ୍ଷ୍ମୀ–ନାରାୟଣ କଳି ପରିବେଷଣ କରାଯାଇଥିଲା। ଏଥିରେ ମହେଶ୍ୱର ମହାକୁର ଜଗନ୍ନାଥଙ୍କ ଭୂମିକାରେ କଳି ଗୀତ ଗାନ କରିଥିବା ବେଳେ ମମତା ପ୍ରଧାନ ଲକ୍ଷ୍ମୀଙ୍କ ଭୂମିକାରେ ଗୀତ ପରିବେଷଣ କରି ଉପସ୍ଥିତ ଭକ୍ତମାନଙ୍କୁ ମୁଗ୍ଧ କରିଥିଲେ। ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ଯଜ୍ଞ ମହାକୁର ଓ ସମ୍ପାଦକ ଯୁଧିଷ୍ଠିର ମହାକୁରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କମିଟିର ସଦସ୍ୟ ଓ ଗ୍ରାମବାସୀଙ୍କ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ନୀଳାଦ୍ରିବିଜେ ଉତ୍ସବକୁ ଦେଖିବା ପାଇଁ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।
    4
    ଲୁତୁରପଙ୍କରେ ଭକ୍ତିମୟ ପରିବେଶରେ ଶ୍ରୀଜିଉଙ୍କ ନୀଳାଦ୍ରିବିଜେ

ଗୀତ ମାଧ୍ୟମରେ ଲକ୍ଷ୍ମୀ–ନାରାୟଣ କଳି

- ଘଣ୍ଟ–ଶଙ୍ଖ–ହରିବୋଲରେ ପ୍ରକମ୍ପିତ ହେଲା ଗାଁ
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମରେ ପବିତ୍ର ନୀଳାଦ୍ରିବିଜେ ଅବସରରେ ଶ୍ରୀଜିଉଙ୍କ ନୀତିକାନ୍ତି ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛି। ଘଣ୍ଟ, ଶଙ୍ଖ, ହରିବୋଲ ଧ୍ୱନି ଓ ହୁଳହୁଳିରେ ସମଗ୍ର ଗ୍ରାମ ପ୍ରକମ୍ପିତ ହୋଇଥିବା ବେଳେ ସଙ୍କୀର୍ତ୍ତନ ଦଳମାନଙ୍କ ଭକ୍ତିମୟ ପରିବେଷଣ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିଥିଲା।
ରଥାରୂଢ଼ ଶ୍ରୀଜିଉଙ୍କୁ ପହଣ୍ଡି କରି ମନ୍ଦିର ଚାରିପାଖରେ ବେଢ଼ା ପରିକ୍ରମା କରାଯାଇଥିଲା। ପହଣ୍ଡି ସମୟରେ ଆଲଟ, ଚାମର, ଛତିଛାତ୍ର ଓ ବାନା–ବୈରଖ ସହ ପାରମ୍ପରିକ ରୀତିନୀତି ପାଳନ କରାଯାଇଥିଲା। ସତ୍ୟମୋହନ ଦେଓ ଓ ଗୌରୀଶଙ୍କର ବେଦୋକ୍ତା ପହଣ୍ଡି ଗୀତ ପରିବେଷଣ କରିଥିବା ବେଳେ ସୁଲିନ ଦେଓ ଛେରା ପହଁରା ନୀତି ସମ୍ପାଦନ କରିଥିଲେ। ବିବେକାନନ୍ଦ ପୂଜାରୀ, ସତ୍ୟବ୍ରତ ପୂଜାରୀ, ଧରଣୀଧର ପୂଜାରୀ, ଲିଙ୍କନ ବେଦୋକ୍ତା, ପ୍ରକାଶ ବେଦୋକ୍ତା, ପ୍ରମୋଦ ବେଦୋକ୍ତା, ପ୍ରଭୁଦତ୍ତ ବେଦୋକ୍ତା ଓ ନୀଳାଞ୍ଚଳ ପୂଜାରୀ ପହଣ୍ଡି ନୀତିରେ ସାମିଲ ହୋଇଥିଲେ।
ଲୁତୁରପଙ୍କ, ଭାଲୁଡୁଙ୍ଗୁରୀ (କଲୋନୀପଡ଼ା), ଘଣ୍ଟପାଲି ଓ କେନଝିରିଆପାଲି ଗ୍ରାମର ସଙ୍କୀର୍ତ୍ତନ ଦଳମାନେ ଭକ୍ତିମୟ ସଙ୍କୀର୍ତ୍ତନ ପରିବେଷଣ କରିଥିଲେ। ବେଢ଼ା ପରିକ୍ରମା ସମୟରେ ଗ୍ରାମର ପ୍ରତ୍ୟେକ ପରିବାର ଦଧିବାମନ (ଶ୍ରୀଜଗନ୍ନାଥ)ଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ କାମନା କରିଥିଲେ।
ପରେ ଶ୍ରୀଜିଉଙ୍କ ଗମ୍ଭୀରା ପ୍ରବେଶ ବେଳେ ଗୀତ ମାଧ୍ୟମରେ ପାରମ୍ପରିକ ଲକ୍ଷ୍ମୀ–ନାରାୟଣ କଳି ପରିବେଷଣ କରାଯାଇଥିଲା। ଏଥିରେ ମହେଶ୍ୱର ମହାକୁର ଜଗନ୍ନାଥଙ୍କ ଭୂମିକାରେ କଳି ଗୀତ ଗାନ କରିଥିବା ବେଳେ ମମତା ପ୍ରଧାନ ଲକ୍ଷ୍ମୀଙ୍କ ଭୂମିକାରେ ଗୀତ ପରିବେଷଣ କରି ଉପସ୍ଥିତ ଭକ୍ତମାନଙ୍କୁ ମୁଗ୍ଧ କରିଥିଲେ।
ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ଯଜ୍ଞ ମହାକୁର ଓ ସମ୍ପାଦକ ଯୁଧିଷ୍ଠିର ମହାକୁରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କମିଟିର ସଦସ୍ୟ ଓ ଗ୍ରାମବାସୀଙ୍କ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ନୀଳାଦ୍ରିବିଜେ ଉତ୍ସବକୁ ଦେଖିବା ପାଇଁ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    22 hrs ago
  • ଜଗମୋହନ ଭିତରେ ଗରୁଡ଼ସ୍ତମ୍ଭ ଚତୁଃପାର୍ଶ୍ୱରେ ପାଣି - ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହର ଗଡଭିତର ସ୍ଥିତ ବଡ ଜଗନ୍ନାଥଙ୍କ ମନ୍ଦିର ପରିସରରେ ବର୍ଷା ଜଳ - ମନ୍ଦିର ଚତୁଃପାର୍ଶ୍ୱ ଜବରଦଖଲରେ ଥିବା କାରଣରୁ ଜଳ ନିଷ୍କାସନ ପ୍ରଭାବିତ ହେଉଛି।
    1
    ଜଗମୋହନ ଭିତରେ ଗରୁଡ଼ସ୍ତମ୍ଭ ଚତୁଃପାର୍ଶ୍ୱରେ ପାଣି
- ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହର ଗଡଭିତର ସ୍ଥିତ ବଡ ଜଗନ୍ନାଥଙ୍କ ମନ୍ଦିର ପରିସରରେ ବର୍ଷା ଜଳ
- ମନ୍ଦିର ଚତୁଃପାର୍ଶ୍ୱ ଜବରଦଖଲରେ ଥିବା କାରଣରୁ ଜଳ ନିଷ୍କାସନ ପ୍ରଭାବିତ ହେଉଛି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    9 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.