logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଲୁତୁରପଙ୍କରେ ଭକ୍ତିମୟ ପରିବେଶରେ ଶ୍ରୀଜିଉଙ୍କ ନୀଳାଦ୍ରିବିଜେ ଗୀତ ମାଧ୍ୟମରେ ଲକ୍ଷ୍ମୀ–ନାରାୟଣ କଳି - ଘଣ୍ଟ–ଶଙ୍ଖ–ହରିବୋଲରେ ପ୍ରକମ୍ପିତ ହେଲା ଗାଁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମରେ ପବିତ୍ର ନୀଳାଦ୍ରିବିଜେ ଅବସରରେ ଶ୍ରୀଜିଉଙ୍କ ନୀତିକାନ୍ତି ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛି। ଘଣ୍ଟ, ଶଙ୍ଖ, ହରିବୋଲ ଧ୍ୱନି ଓ ହୁଳହୁଳିରେ ସମଗ୍ର ଗ୍ରାମ ପ୍ରକମ୍ପିତ ହୋଇଥିବା ବେଳେ ସଙ୍କୀର୍ତ୍ତନ ଦଳମାନଙ୍କ ଭକ୍ତିମୟ ପରିବେଷଣ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିଥିଲା। ରଥାରୂଢ଼ ଶ୍ରୀଜିଉଙ୍କୁ ପହଣ୍ଡି କରି ମନ୍ଦିର ଚାରିପାଖରେ ବେଢ଼ା ପରିକ୍ରମା କରାଯାଇଥିଲା। ପହଣ୍ଡି ସମୟରେ ଆଲଟ, ଚାମର, ଛତିଛାତ୍ର ଓ ବାନା–ବୈରଖ ସହ ପାରମ୍ପରିକ ରୀତିନୀତି ପାଳନ କରାଯାଇଥିଲା। ସତ୍ୟମୋହନ ଦେଓ ଓ ଗୌରୀଶଙ୍କର ବେଦୋକ୍ତା ପହଣ୍ଡି ଗୀତ ପରିବେଷଣ କରିଥିବା ବେଳେ ସୁଲିନ ଦେଓ ଛେରା ପହଁରା ନୀତି ସମ୍ପାଦନ କରିଥିଲେ। ବିବେକାନନ୍ଦ ପୂଜାରୀ, ସତ୍ୟବ୍ରତ ପୂଜାରୀ, ଧରଣୀଧର ପୂଜାରୀ, ଲିଙ୍କନ ବେଦୋକ୍ତା, ପ୍ରକାଶ ବେଦୋକ୍ତା, ପ୍ରମୋଦ ବେଦୋକ୍ତା, ପ୍ରଭୁଦତ୍ତ ବେଦୋକ୍ତା ଓ ନୀଳାଞ୍ଚଳ ପୂଜାରୀ ପହଣ୍ଡି ନୀତିରେ ସାମିଲ ହୋଇଥିଲେ। ଲୁତୁରପଙ୍କ, ଭାଲୁଡୁଙ୍ଗୁରୀ (କଲୋନୀପଡ଼ା), ଘଣ୍ଟପାଲି ଓ କେନଝିରିଆପାଲି ଗ୍ରାମର ସଙ୍କୀର୍ତ୍ତନ ଦଳମାନେ ଭକ୍ତିମୟ ସଙ୍କୀର୍ତ୍ତନ ପରିବେଷଣ କରିଥିଲେ। ବେଢ଼ା ପରିକ୍ରମା ସମୟରେ ଗ୍ରାମର ପ୍ରତ୍ୟେକ ପରିବାର ଦଧିବାମନ (ଶ୍ରୀଜଗନ୍ନାଥ)ଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ କାମନା କରିଥିଲେ। ପରେ ଶ୍ରୀଜିଉଙ୍କ ଗମ୍ଭୀରା ପ୍ରବେଶ ବେଳେ ଗୀତ ମାଧ୍ୟମରେ ପାରମ୍ପରିକ ଲକ୍ଷ୍ମୀ–ନାରାୟଣ କଳି ପରିବେଷଣ କରାଯାଇଥିଲା। ଏଥିରେ ମହେଶ୍ୱର ମହାକୁର ଜଗନ୍ନାଥଙ୍କ ଭୂମିକାରେ କଳି ଗୀତ ଗାନ କରିଥିବା ବେଳେ ମମତା ପ୍ରଧାନ ଲକ୍ଷ୍ମୀଙ୍କ ଭୂମିକାରେ ଗୀତ ପରିବେଷଣ କରି ଉପସ୍ଥିତ ଭକ୍ତମାନଙ୍କୁ ମୁଗ୍ଧ କରିଥିଲେ। ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ଯଜ୍ଞ ମହାକୁର ଓ ସମ୍ପାଦକ ଯୁଧିଷ୍ଠିର ମହାକୁରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କମିଟିର ସଦସ୍ୟ ଓ ଗ୍ରାମବାସୀଙ୍କ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ନୀଳାଦ୍ରିବିଜେ ଉତ୍ସବକୁ ଦେଖିବା ପାଇଁ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

1 day ago
user_Pitambar Sahu
Pitambar Sahu
Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
1 day ago

ଲୁତୁରପଙ୍କରେ ଭକ୍ତିମୟ ପରିବେଶରେ ଶ୍ରୀଜିଉଙ୍କ ନୀଳାଦ୍ରିବିଜେ ଗୀତ ମାଧ୍ୟମରେ ଲକ୍ଷ୍ମୀ–ନାରାୟଣ କଳି - ଘଣ୍ଟ–ଶଙ୍ଖ–ହରିବୋଲରେ ପ୍ରକମ୍ପିତ ହେଲା ଗାଁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମରେ ପବିତ୍ର ନୀଳାଦ୍ରିବିଜେ ଅବସରରେ ଶ୍ରୀଜିଉଙ୍କ ନୀତିକାନ୍ତି ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛି। ଘଣ୍ଟ, ଶଙ୍ଖ, ହରିବୋଲ ଧ୍ୱନି ଓ ହୁଳହୁଳିରେ ସମଗ୍ର ଗ୍ରାମ ପ୍ରକମ୍ପିତ ହୋଇଥିବା ବେଳେ ସଙ୍କୀର୍ତ୍ତନ ଦଳମାନଙ୍କ ଭକ୍ତିମୟ ପରିବେଷଣ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିଥିଲା। ରଥାରୂଢ଼

ଶ୍ରୀଜିଉଙ୍କୁ ପହଣ୍ଡି କରି ମନ୍ଦିର ଚାରିପାଖରେ ବେଢ଼ା ପରିକ୍ରମା କରାଯାଇଥିଲା। ପହଣ୍ଡି ସମୟରେ ଆଲଟ, ଚାମର, ଛତିଛାତ୍ର ଓ ବାନା–ବୈରଖ ସହ ପାରମ୍ପରିକ ରୀତିନୀତି ପାଳନ କରାଯାଇଥିଲା। ସତ୍ୟମୋହନ ଦେଓ ଓ ଗୌରୀଶଙ୍କର ବେଦୋକ୍ତା ପହଣ୍ଡି ଗୀତ ପରିବେଷଣ କରିଥିବା ବେଳେ ସୁଲିନ ଦେଓ ଛେରା ପହଁରା ନୀତି ସମ୍ପାଦନ କରିଥିଲେ। ବିବେକାନନ୍ଦ ପୂଜାରୀ, ସତ୍ୟବ୍ରତ ପୂଜାରୀ, ଧରଣୀଧର ପୂଜାରୀ, ଲିଙ୍କନ ବେଦୋକ୍ତା, ପ୍ରକାଶ ବେଦୋକ୍ତା, ପ୍ରମୋଦ ବେଦୋକ୍ତା,

ପ୍ରଭୁଦତ୍ତ ବେଦୋକ୍ତା ଓ ନୀଳାଞ୍ଚଳ ପୂଜାରୀ ପହଣ୍ଡି ନୀତିରେ ସାମିଲ ହୋଇଥିଲେ। ଲୁତୁରପଙ୍କ, ଭାଲୁଡୁଙ୍ଗୁରୀ (କଲୋନୀପଡ଼ା), ଘଣ୍ଟପାଲି ଓ କେନଝିରିଆପାଲି ଗ୍ରାମର ସଙ୍କୀର୍ତ୍ତନ ଦଳମାନେ ଭକ୍ତିମୟ ସଙ୍କୀର୍ତ୍ତନ ପରିବେଷଣ କରିଥିଲେ। ବେଢ଼ା ପରିକ୍ରମା ସମୟରେ ଗ୍ରାମର ପ୍ରତ୍ୟେକ ପରିବାର ଦଧିବାମନ (ଶ୍ରୀଜଗନ୍ନାଥ)ଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ କାମନା କରିଥିଲେ। ପରେ ଶ୍ରୀଜିଉଙ୍କ ଗମ୍ଭୀରା ପ୍ରବେଶ ବେଳେ ଗୀତ ମାଧ୍ୟମରେ ପାରମ୍ପରିକ ଲକ୍ଷ୍ମୀ–ନାରାୟଣ କଳି ପରିବେଷଣ କରାଯାଇଥିଲା। ଏଥିରେ ମହେଶ୍ୱର ମହାକୁର ଜଗନ୍ନାଥଙ୍କ

ଭୂମିକାରେ କଳି ଗୀତ ଗାନ କରିଥିବା ବେଳେ ମମତା ପ୍ରଧାନ ଲକ୍ଷ୍ମୀଙ୍କ ଭୂମିକାରେ ଗୀତ ପରିବେଷଣ କରି ଉପସ୍ଥିତ ଭକ୍ତମାନଙ୍କୁ ମୁଗ୍ଧ କରିଥିଲେ। ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ଯଜ୍ଞ ମହାକୁର ଓ ସମ୍ପାଦକ ଯୁଧିଷ୍ଠିର ମହାକୁରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କମିଟିର ସଦସ୍ୟ ଓ ଗ୍ରାମବାସୀଙ୍କ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ନୀଳାଦ୍ରିବିଜେ ଉତ୍ସବକୁ ଦେଖିବା ପାଇଁ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

More news from ଓଡ଼ିଶା and nearby areas
  • ଲଘୁଚାପ ଜନିତ ଲଗାଣ ବର୍ଷା ବୀରମହାରାଜପୁର ଅଞ୍ଚଳରେ ଲାଗି ରହିଛି। ମଙ୍ଗଳବାର ଦିନତମାମ ଲଗାଣ ବର୍ଷା ଲାଗି ରହିଥିଲା। ଜଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା।
    2
    ଲଘୁଚାପ ଜନିତ ଲଗାଣ ବର୍ଷା ବୀରମହାରାଜପୁର ଅଞ୍ଚଳରେ ଲାଗି ରହିଛି। ମଙ୍ଗଳବାର ଦିନତମାମ ଲଗାଣ ବର୍ଷା ଲାଗି ରହିଥିଲା। ଜଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    19 hrs ago
  • ସୁବର୍ଣ୍ଣପୁର ଗୁରୁପୂର୍ଣ୍ଣିମା ରେ କିଛି ମୁହୂର୍ତ ଗୋ ସେବା ରେ ଅତିବାହିତ l ସୁବର୍ଣ୍ଣପୁର ଗୁରୁପୂର୍ଣ୍ଣିମା ରେ କିଛି ମୁହୂର୍ତ ଗୋ ସେବା ରେ ଅତିବାହିତ lଯୁବ ସାମ୍ବାଦିକ ସମାଜସେବୀ ଦେବାନନ୍ଦ ମେଣ୍ଡିଲି ସୁବର୍ଣ୍ଣପୁର l
    1
    ସୁବର୍ଣ୍ଣପୁର ଗୁରୁପୂର୍ଣ୍ଣିମା ରେ କିଛି ମୁହୂର୍ତ ଗୋ ସେବା ରେ ଅତିବାହିତ l
ସୁବର୍ଣ୍ଣପୁର ଗୁରୁପୂର୍ଣ୍ଣିମା ରେ କିଛି ମୁହୂର୍ତ ଗୋ ସେବା ରେ ଅତିବାହିତ lଯୁବ ସାମ୍ବାଦିକ ସମାଜସେବୀ ଦେବାନନ୍ଦ ମେଣ୍ଡିଲି ସୁବର୍ଣ୍ଣପୁର l
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    4 min ago
  • ବୀରମହାରାଜପୁର ରଣାପାଲି ପ୍ରମୋଦ କୁମାର ମିଶ୍ର ଙ୍କ ଘର ଏବେ ପାଣିଘେରରେ, ଘର ଭିତରେ ୨ ଫୁଟ ପାଣି।
    3
    ବୀରମହାରାଜପୁର ରଣାପାଲି ପ୍ରମୋଦ କୁମାର ମିଶ୍ର ଙ୍କ ଘର ଏବେ ପାଣିଘେରରେ, ଘର ଭିତରେ ୨ ଫୁଟ ପାଣି।
    user_BAHUJAN ADHIKAR
    BAHUJAN ADHIKAR
    Media house Sonapur, Sonepur•
    7 hrs ago
  • ଓଡ଼ିଶାର ଜଣେ ସଂଗଠକ ଏବଂ ସମର୍ପିତ ଯୋଦ୍ଧା - ଶଙ୍ଖଭବନ ଠାରେ ସ୍ୱର୍ଗତ ସୁଶାନ୍ତ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ ଦଳର ବରିଷ୍ଠ ନେତୃବୃନ୍ଦ।
    1
    ଓଡ଼ିଶାର ଜଣେ ସଂଗଠକ ଏବଂ ସମର୍ପିତ ଯୋଦ୍ଧା
- ଶଙ୍ଖଭବନ ଠାରେ ସ୍ୱର୍ଗତ ସୁଶାନ୍ତ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ ଦଳର ବରିଷ୍ଠ ନେତୃବୃନ୍ଦ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    12 hrs ago
  • ଅଭିନବ ଉପାୟରେ କରୁଥିଲେ ଗଞ୍ଜେଇ ଚାଲାଣ ମାଡିବସିଲା ପୋଲିସ l ଗେସ ଟାଙ୍କି ଭିତରେ ଗଞ୍ଜେଇ ଭର୍ତ୍ତିକରି ବାହାର ରାଜ୍ୟକୁ ଚାଲାଣବେଳେ ମାଡି ବସିଲା ଲଛିପୁର ପୋଲିସ
    1
    ଅଭିନବ ଉପାୟରେ କରୁଥିଲେ ଗଞ୍ଜେଇ ଚାଲାଣ ମାଡିବସିଲା ପୋଲିସ l ଗେସ ଟାଙ୍କି ଭିତରେ ଗଞ୍ଜେଇ ଭର୍ତ୍ତିକରି ବାହାର ରାଜ୍ୟକୁ ଚାଲାଣବେଳେ ମାଡି ବସିଲା ଲଛିପୁର ପୋଲିସ
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    14 hrs ago
  • #ପାଣି_ଘେର_ରେ_ଗଏଲବେର୍ଣ୍ଣା_ନୂତନ_ପ୍ରାଥମିକ_ବିଦ୍ୟାଳୟ #rishitv #education #school #closed #subarnapurcollector #educationminister ସୁବର୍ଣ୍ଣପୁର ଜ଼ିଲ୍ଲା ସୋନପୁର ବ୍ଲକ ବିଶିମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଏଲବେର୍ଣ୍ଣା ର ନୂତନ ପ୍ରାଥମିକ ବିଦ୍ୟାଳୟ ଏବେ ଜଳ ବନ୍ଦୀରେ
    1
    #ପାଣି_ଘେର_ରେ_ଗଏଲବେର୍ଣ୍ଣା_ନୂତନ_ପ୍ରାଥମିକ_ବିଦ୍ୟାଳୟ
#rishitv #education #school #closed
#subarnapurcollector #educationminister
ସୁବର୍ଣ୍ଣପୁର ଜ଼ିଲ୍ଲା ସୋନପୁର ବ୍ଲକ ବିଶିମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଏଲବେର୍ଣ୍ଣା ର ନୂତନ ପ୍ରାଥମିକ ବିଦ୍ୟାଳୟ ଏବେ ଜଳ ବନ୍ଦୀରେ
    user_Ranjan hota
    Ranjan hota
    Sonepur, Odisha•
    18 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୂରପୂର୍ ପଞ୍ଚାୟତର ଚେରୁପାଲି ମୁଖ୍ୟ ରାସ୍ତାରେ ବିରାଟକାୟ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି ଗଛ ପଡି ରାସ୍ତା ଅବରୋଧ l ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୂରପୂର୍ ପଞ୍ଚାୟତର ଚେରୁପାଲି ମୁଖ୍ୟ ରାସ୍ତାରେ ବିରାଟକାୟ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି l ବିନିକା ଅଗ୍ନୀଶମ ବାହୀନି ଗଛକୁ କାଟିବା ସହ କିପରି ଯାତାୟାତ ସ୍ୱାଭାବିକ ହେବ ସେନେଇ ଲାଗି ପଡିଛନ୍ତି l ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି l ଫଲରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡ଼ିଛି l ବର୍ଷା ପ୍ରଭାବରେ ଚେରୁପାଲି ମୁଖ୍ୟ ରାସ୍ତାରେ ଏକ ବିରାଟ ଗଛ ପଡ଼ିଯାଇଥିଲା l ଫଳରେ ଯାତାୟତବାଧାପ୍ରାପ୍ତ ହୋଇଛି ଲ ଖବର ପାଇ ବିନିକା ଏଗ୍ନିସମ୍ ବାହିନୀ ପହଂଚି ଗଛକୁ କାଟି ସଫା କରିବା ପରେ ଗମନା ଗମନ ସ୍ୱାଭାବିକ ହେବ l
    1
    ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୂରପୂର୍ ପଞ୍ଚାୟତର ଚେରୁପାଲି ମୁଖ୍ୟ ରାସ୍ତାରେ ବିରାଟକାୟ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି
ଗଛ ପଡି ରାସ୍ତା ଅବରୋଧ l ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୂରପୂର୍ ପଞ୍ଚାୟତର ଚେରୁପାଲି ମୁଖ୍ୟ ରାସ୍ତାରେ ବିରାଟକାୟ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି l ବିନିକା ଅଗ୍ନୀଶମ ବାହୀନି ଗଛକୁ କାଟିବା ସହ କିପରି ଯାତାୟାତ ସ୍ୱାଭାବିକ ହେବ ସେନେଇ ଲାଗି ପଡିଛନ୍ତି l ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି l ଫଲରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡ଼ିଛି l ବର୍ଷା ପ୍ରଭାବରେ ଚେରୁପାଲି ମୁଖ୍ୟ ରାସ୍ତାରେ ଏକ ବିରାଟ ଗଛ ପଡ଼ିଯାଇଥିଲା l ଫଳରେ ଯାତାୟତବାଧାପ୍ରାପ୍ତ ହୋଇଛି ଲ ଖବର ପାଇ ବିନିକା ଏଗ୍ନିସମ୍ ବାହିନୀ ପହଂଚି ଗଛକୁ କାଟି ସଫା କରିବା ପରେ ଗମନା ଗମନ ସ୍ୱାଭାବିକ ହେବ l
    user_BINKA KHABAR
    BINKA KHABAR
    ବିନିକା, ସୋନପୁର, ଓଡ଼ିଶା•
    3 hrs ago
  • ଜଗମୋହନ ଭିତରେ ଗରୁଡ଼ସ୍ତମ୍ଭ ଚତୁଃପାର୍ଶ୍ୱରେ ପାଣି - ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହର ଗଡଭିତର ସ୍ଥିତ ବଡ ଜଗନ୍ନାଥଙ୍କ ମନ୍ଦିର ପରିସରରେ ବର୍ଷା ଜଳ - ମନ୍ଦିର ଚତୁଃପାର୍ଶ୍ୱ ଜବରଦଖଲରେ ଥିବା କାରଣରୁ ଜଳ ନିଷ୍କାସନ ପ୍ରଭାବିତ ହେଉଛି।
    1
    ଜଗମୋହନ ଭିତରେ ଗରୁଡ଼ସ୍ତମ୍ଭ ଚତୁଃପାର୍ଶ୍ୱରେ ପାଣି
- ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହର ଗଡଭିତର ସ୍ଥିତ ବଡ ଜଗନ୍ନାଥଙ୍କ ମନ୍ଦିର ପରିସରରେ ବର୍ଷା ଜଳ
- ମନ୍ଦିର ଚତୁଃପାର୍ଶ୍ୱ ଜବରଦଖଲରେ ଥିବା କାରଣରୁ ଜଳ ନିଷ୍କାସନ ପ୍ରଭାବିତ ହେଉଛି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.