logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଭିବି-ଜି ରାମ ଜି ଅଧିନିୟମ ଉପରେ ବୌଦ୍ଧରେ ଜିଲ୍ଲାସ୍ତରୀୟ ପଞ୍ଚ ସମ୍ମିଳନୀ ଅନୁଷ୍ଠିତ । ବୌଦ୍ଧ:-ବିକଶିତ ଭାରତ-ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ (ଗ୍ରାମୀଣ) [VB-G RAM G] ଅଧିନିୟମ– ୨୦୨୫ ସମ୍ପର୍କରେ ସରପଞ୍ଚ, ଜନପ୍ରତିନିଧି ଓ ପଞ୍ଚାୟତିରାଜ କର୍ମକର୍ତ୍ତାଙ୍କୁ ସଚେତନ ଓ ଦକ୍ଷ କରିବା ଉଦ୍ଦେଶ୍ୟରେ ଆଜି ବୌଦ୍ଧ ଜିଲ୍ଲା ପରିଷଦସ୍ଥ ପଞ୍ଚାୟତ ଭବନରେ ଜିଲ୍ଲାସ୍ତରୀୟ ପଞ୍ଚ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପ୍ରଭାସିନୀ ଦାଶ ମୁଖ୍ୟ ଅତିଥି ଏବଂ ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ଆଇନର ଉଦ୍ଦେଶ୍ୟ, କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ଓ ପଞ୍ଚାୟତିରାଜ ଅନୁଷ୍ଠାନର ଭୂମିକା ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ। ଜିଲ୍ଲାପାଳ କହିଥିଲେ ଯେ, ଏହି ଅଧିନିୟମ କେବଳ ରୋଜଗାର ସୃଷ୍ଟି ନୁହେଁ, ବରଂ ଗ୍ରାମୀଣ ଭିତ୍ତିଭୂମି, ଜୀବିକା ବିକାଶ ଓ ସୁଶାସନକୁ ସୁଦୃଢ଼ କରିବାର ଏକ ପ୍ରମୁଖ ପଦକ୍ଷେପ।ଏଥିରେ ଶ୍ରମିକ ହିତାଧିକାରୀ ଏବଂ ଜନ ପ୍ରତିନିଧି ମାନଙ୍କୁ ସଚେତନ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ l ଅତିଥିମାନେ ଏହି ଜନ କଲ୍ୟାଣକାରୀ ଯୋଜନା ଦ୍ୱାରା ଜନ ସାଧାରଣଙ୍କ ଯେମିତି ସୁବିଧା ହେବ ତା ଉପରେ ପ୍ରଶାସନ ଗୁରୁତ୍ୱ ଦେବା ପାଇଁ କହିଥିଲେ l ବୈଷୟିକ ଅଧିବେଶନରେ ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା (VGPP), ପରିବାର ପଞ୍ଜୀକରଣ, ୧୨୫ ଦିନର ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି, ସମ୍ପତ୍ତି ସୃଷ୍ଟି, ସାମାଜିକ ନିରୀକ୍ଷଣ, ଅଭିଯୋଗ ନିରାକରଣ ଏବଂ ବାୟୋମେଟ୍ରିକ, ଜିଓ-ଟ୍ୟାଗିଂ, ଏଆଇ ଆଧାରିତ ଯୋଜନା ପ୍ରସ୍ତୁତି ଭଳି ବିଷୟରେ ତାଲିମପ୍ରାପ୍ତ ଅଧିକାରୀମାନେ ପ୍ରଶିକ୍ଷଣ ଦେଇଥିଲେ l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସଭା ସଂଯୋଜନା କରିଥିଲେ। ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ପଞ୍ଚାୟତିରାଜ ବିଭାଗର ଅଧିକାରୀ, ବିଭିନ୍ନ ଲାଇନ୍ ବିଭାଗ ଅଧିକାରୀ,ବୈଷୟିକ ଅଧିକାରୀ ମାନେ ଯୋଗଦେଇଥିଲେ।

15 hrs ago
user_RABINDRA PATTNAIK
RABINDRA PATTNAIK
Social worker ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
15 hrs ago
d9d5b8be-7430-4a84-840e-cf2916c96302

ଭିବି-ଜି ରାମ ଜି ଅଧିନିୟମ ଉପରେ ବୌଦ୍ଧରେ ଜିଲ୍ଲାସ୍ତରୀୟ ପଞ୍ଚ ସମ୍ମିଳନୀ ଅନୁଷ୍ଠିତ । ବୌଦ୍ଧ:-ବିକଶିତ ଭାରତ-ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ (ଗ୍ରାମୀଣ) [VB-G RAM G] ଅଧିନିୟମ– ୨୦୨୫ ସମ୍ପର୍କରେ ସରପଞ୍ଚ, ଜନପ୍ରତିନିଧି ଓ ପଞ୍ଚାୟତିରାଜ କର୍ମକର୍ତ୍ତାଙ୍କୁ ସଚେତନ ଓ ଦକ୍ଷ କରିବା ଉଦ୍ଦେଶ୍ୟରେ ଆଜି ବୌଦ୍ଧ ଜିଲ୍ଲା ପରିଷଦସ୍ଥ ପଞ୍ଚାୟତ ଭବନରେ ଜିଲ୍ଲାସ୍ତରୀୟ ପଞ୍ଚ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପ୍ରଭାସିନୀ ଦାଶ ମୁଖ୍ୟ ଅତିଥି ଏବଂ ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ସମ୍ମାନିତ

ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ଆଇନର ଉଦ୍ଦେଶ୍ୟ, କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ଓ ପଞ୍ଚାୟତିରାଜ ଅନୁଷ୍ଠାନର ଭୂମିକା ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ। ଜିଲ୍ଲାପାଳ କହିଥିଲେ ଯେ, ଏହି ଅଧିନିୟମ କେବଳ ରୋଜଗାର ସୃଷ୍ଟି ନୁହେଁ, ବରଂ ଗ୍ରାମୀଣ ଭିତ୍ତିଭୂମି, ଜୀବିକା ବିକାଶ ଓ ସୁଶାସନକୁ ସୁଦୃଢ଼ କରିବାର ଏକ ପ୍ରମୁଖ ପଦକ୍ଷେପ।ଏଥିରେ ଶ୍ରମିକ ହିତାଧିକାରୀ ଏବଂ ଜନ ପ୍ରତିନିଧି ମାନଙ୍କୁ ସଚେତନ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ l ଅତିଥିମାନେ ଏହି ଜନ କଲ୍ୟାଣକାରୀ ଯୋଜନା ଦ୍ୱାରା ଜନ ସାଧାରଣଙ୍କ ଯେମିତି ସୁବିଧା ହେବ ତା

ଉପରେ ପ୍ରଶାସନ ଗୁରୁତ୍ୱ ଦେବା ପାଇଁ କହିଥିଲେ l ବୈଷୟିକ ଅଧିବେଶନରେ ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା (VGPP), ପରିବାର ପଞ୍ଜୀକରଣ, ୧୨୫ ଦିନର ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି, ସମ୍ପତ୍ତି ସୃଷ୍ଟି, ସାମାଜିକ ନିରୀକ୍ଷଣ, ଅଭିଯୋଗ ନିରାକରଣ ଏବଂ ବାୟୋମେଟ୍ରିକ, ଜିଓ-ଟ୍ୟାଗିଂ, ଏଆଇ ଆଧାରିତ ଯୋଜନା ପ୍ରସ୍ତୁତି ଭଳି ବିଷୟରେ ତାଲିମପ୍ରାପ୍ତ ଅଧିକାରୀମାନେ ପ୍ରଶିକ୍ଷଣ ଦେଇଥିଲେ l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସଭା ସଂଯୋଜନା କରିଥିଲେ। ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ପଞ୍ଚାୟତିରାଜ ବିଭାଗର ଅଧିକାରୀ, ବିଭିନ୍ନ ଲାଇନ୍ ବିଭାଗ ଅଧିକାରୀ,ବୈଷୟିକ ଅଧିକାରୀ ମାନେ ଯୋଗଦେଇଥିଲେ।

More news from ଓଡ଼ିଶା and nearby areas
  • ଲଗାଣ ବର୍ଷା ଜନିତ ପରିସ୍ଥିତି ଓ ମହାନଦୀ ଜଳ ସ୍ତର ଅନୁଧ୍ୟାନ କଲେ ବୌଦ୍ଧ ଜିଲ୍ଲାପାଳ l ବୌଦ୍ଧ ଜିଲ୍ଲାରେ ଗତ କାଲିଠାରୁ ଲଗାଣ ବର୍ଷା ହେଉଥିବାରୁ ବହୁ ଅଞ୍ଚଳରେ ପାଣି ଜମିଯାଇଥିବାବେଳେ ମହାନଦୀର ଜଳସ୍ତର ମଧ୍ୟବୃଦ୍ଧି ପାଇଛି। ଏହି ପରିସ୍ଥିତିରେ ବୌଦ୍ଧ ଜିଲ୍ଲାପାଳ ନିଜେ ମହାନଦୀକୂଳ ଅଞ୍ଚଳକୁ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଥିଲେ। ସେ ତଳଗାଁ ରାସ୍ତାରେ କରଡ଼ି, ମଥୁରା, ରାଧାନଗର ଇତ୍ୟାଦି ଅଞ୍ଚଳ ଗସ୍ତ କରି ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରିଥିଲେ। ନଦୀକୂଳ ଅଞ୍ଚଳର ଲୋକମାନେ ନଦୀରେ କୁମ୍ଭୀର ଥିବା ବିଷୟ ଉଲ୍ଲେଖ କରିବା ପରେ ଜିଲ୍ଲାପାଳ ବନ ବିଭାଗକୁ ସତର୍କ ରହିବା ଏବଂ ନିରନ୍ତର ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ବନ୍ୟା ପରିସ୍ଥିତିରେ ନଦୀକୁ ଗାଧୋଇବା କିମ୍ବା ମାଛ ଧରିବା ପାଇଁ ନଯିବାକୁ ସେମାନଙ୍କୁ ବୁଝାଇଥିଲେ l ଇରିଗେସନ କଲୋନି ନିକଟସ୍ଥ ନଦୀ ବନ୍ୟା ମାପ ଯନ୍ତ୍ରକୁ ମଧ୍ୟ ପରିଦର୍ଶନ କରି ଯନ୍ତ୍ରୀମାନଙ୍କୁ ନିୟମିତ ଭାବେ ଜଳସ୍ତର ରିପୋର୍ଟ ପ୍ରଦାନ କରିବାକୁ କହିଥିଲେ।ସନ୍ଧ୍ୟାରେ ଜିଲ୍ଲାପାଳ ଆଭାସୀ ମାଧ୍ୟମରେ ସମସ୍ତ ବିଡ଼ିଓ, ତହସିଲଦାର ଏବଂ ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ବୈଠକରେ ଯୋଗଦେଇ ପରିସ୍ଥିତିର ସମୀକ୍ଷା କରିଥିଲେ। ବିଡ଼ିଓ ଏବଂ ତହସିଲଦାରମାନଙ୍କୁ ଯେଉଁଠି ଘର ଭାଙ୍ଗିଯାଇଛି ସେଠାର ଲୋକମାନଙ୍କୁ ତତ୍କ୍ଷଣାତ ନିକଟସ୍ଥ ସ୍କୁଲରେ ଥଇଥାନ କରି ସେମାନଙ୍କର ଖାଦ୍ୟ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କହିଥିଲେ। ନଦୀରେ ଗାଧୋଇବା ଏବଂ ମାଛ ଧରିବା ପାଇଁ ଏହି ସମୟରେ ନଯିବାକୁ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦିଆଯାଇଥିଲା। ୨୪x୭ ଜିଲ୍ଲାର ସମସ୍ତ କଣ୍ଟ୍ରୋଲ ରୁମ ଖୋଲା ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ କହିଥିଲେ ଯେ, ଲଗାଣ ବର୍ଷା ଯୋଗୁଁ ଘର ଭାଙ୍ଗିବା ପରିସ୍ଥିତିରେ ପୋଲିସ ଏବଂ ଚିକିତ୍ସା ବାହିନୀ ସବୁବେଳେ ସତର୍କ ରହିବେ। ଗଛ ଭାଙ୍ଗି ରାସ୍ତା ଅବରୋଧ ହେଲେ ଅଗ୍ନିଶମ ଓ ଓଡ୍ରାଫ୍ଟ ଟିମ୍ ତୁରନ୍ତ ରାସ୍ତା ସଫା କରିବେ l ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସତର୍କ ରହିବା ପାଇଁ ଜିଲ୍ଲପାଳ ନିର୍ଦ୍ଦେଶ ଦେଇଛନ୍ତି l କୌଣସି ଆପାଦ କାଳୀନ ପରିସ୍ଥିତିରେ ସହାୟତା ପାଇଁ ଜିଲ୍ଲାର ବିଭିନ୍ନ କଣ୍ଟ୍ରୋଲ ରୁମ୍ ନମ୍ବର ଜାରି କରାଯାଇଛି l ଜରୁରୀ ଆବଶ୍ୟକତା ପଡ଼ିଲେ ଜନସାଧାରଣ ଜିଲ୍ଲା ନିୟନ୍ତ୍ରଣ କକ୍ଷର ଫୋନ୍ ୦୬୮୪୧-୨୨୨୦୨୩ କିମ୍ବା ମୋବାଇଲ୍ ୭୩୨୮୦୫୩୧୧୩ ନମ୍ବରରେ ଯୋଗାଯୋଗ କରିପାରିବେ। ସେହିପରି ସ୍ୱାସ୍ଥ୍ୟ ବିଭାଗ ନ ୯୪୩୯୯୯୦୯୯୬ ଟିପିଏସଓଡିଏଲ୍ ନ୯୪୩୭୯୫୯୯୦୫ ବୌଦ୍ଧଗଡ଼ ଏନ୍‌ଏସି ନ ୮୦୯୩୮୦୨୪୫୪, ତହସିଲ କଣ୍ଟ୍ରୋଲ ରୁମ୍ ବୌଦ୍ଧ ନ ୯୩୩୭୫୧୧୫୬୪ ହରଭଙ୍ଗା ନ ୭୦୦୮୦୩୩୦୩୫ ଓ କଣ୍ଟାମାଳ ନ ୭୯୯୧୦୦୫୮୪୪ ଏବଂ ଅଗ୍ନିଶମ ବିଭାଗର ନିୟନ୍ତ୍ରଣ କକ୍ଷ ନମ୍ବର ୬୩୭୦୫୦୩୭୫୯ ରେ ଯୋଗାଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
    2
    ଲଗାଣ ବର୍ଷା ଜନିତ ପରିସ୍ଥିତି ଓ ମହାନଦୀ ଜଳ ସ୍ତର ଅନୁଧ୍ୟାନ କଲେ ବୌଦ୍ଧ ଜିଲ୍ଲାପାଳ l
ବୌଦ୍ଧ ଜିଲ୍ଲାରେ ଗତ କାଲିଠାରୁ ଲଗାଣ ବର୍ଷା ହେଉଥିବାରୁ ବହୁ ଅଞ୍ଚଳରେ ପାଣି ଜମିଯାଇଥିବାବେଳେ ମହାନଦୀର ଜଳସ୍ତର ମଧ୍ୟବୃଦ୍ଧି ପାଇଛି। ଏହି ପରିସ୍ଥିତିରେ ବୌଦ୍ଧ ଜିଲ୍ଲାପାଳ ନିଜେ ମହାନଦୀକୂଳ ଅଞ୍ଚଳକୁ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଥିଲେ। ସେ ତଳଗାଁ ରାସ୍ତାରେ କରଡ଼ି, ମଥୁରା, ରାଧାନଗର ଇତ୍ୟାଦି ଅଞ୍ଚଳ ଗସ୍ତ କରି ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରିଥିଲେ। ନଦୀକୂଳ ଅଞ୍ଚଳର ଲୋକମାନେ ନଦୀରେ କୁମ୍ଭୀର ଥିବା ବିଷୟ ଉଲ୍ଲେଖ କରିବା ପରେ ଜିଲ୍ଲାପାଳ ବନ ବିଭାଗକୁ ସତର୍କ ରହିବା ଏବଂ ନିରନ୍ତର ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ବନ୍ୟା ପରିସ୍ଥିତିରେ ନଦୀକୁ ଗାଧୋଇବା କିମ୍ବା ମାଛ ଧରିବା ପାଇଁ ନଯିବାକୁ ସେମାନଙ୍କୁ ବୁଝାଇଥିଲେ l  ଇରିଗେସନ କଲୋନି ନିକଟସ୍ଥ ନଦୀ ବନ୍ୟା ମାପ ଯନ୍ତ୍ରକୁ ମଧ୍ୟ ପରିଦର୍ଶନ କରି ଯନ୍ତ୍ରୀମାନଙ୍କୁ ନିୟମିତ ଭାବେ ଜଳସ୍ତର ରିପୋର୍ଟ ପ୍ରଦାନ କରିବାକୁ କହିଥିଲେ।ସନ୍ଧ୍ୟାରେ ଜିଲ୍ଲାପାଳ ଆଭାସୀ ମାଧ୍ୟମରେ ସମସ୍ତ ବିଡ଼ିଓ, ତହସିଲଦାର ଏବଂ ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ବୈଠକରେ ଯୋଗଦେଇ ପରିସ୍ଥିତିର ସମୀକ୍ଷା କରିଥିଲେ। ବିଡ଼ିଓ ଏବଂ ତହସିଲଦାରମାନଙ୍କୁ ଯେଉଁଠି ଘର ଭାଙ୍ଗିଯାଇଛି ସେଠାର ଲୋକମାନଙ୍କୁ ତତ୍କ୍ଷଣାତ ନିକଟସ୍ଥ ସ୍କୁଲରେ ଥଇଥାନ କରି ସେମାନଙ୍କର ଖାଦ୍ୟ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କହିଥିଲେ। ନଦୀରେ ଗାଧୋଇବା ଏବଂ ମାଛ ଧରିବା ପାଇଁ ଏହି ସମୟରେ ନଯିବାକୁ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦିଆଯାଇଥିଲା। ୨୪x୭ ଜିଲ୍ଲାର ସମସ୍ତ କଣ୍ଟ୍ରୋଲ ରୁମ ଖୋଲା ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ କହିଥିଲେ ଯେ, ଲଗାଣ ବର୍ଷା ଯୋଗୁଁ ଘର ଭାଙ୍ଗିବା ପରିସ୍ଥିତିରେ ପୋଲିସ ଏବଂ ଚିକିତ୍ସା ବାହିନୀ ସବୁବେଳେ ସତର୍କ ରହିବେ। ଗଛ ଭାଙ୍ଗି ରାସ୍ତା ଅବରୋଧ ହେଲେ ଅଗ୍ନିଶମ ଓ ଓଡ୍ରାଫ୍ଟ ଟିମ୍ ତୁରନ୍ତ ରାସ୍ତା ସଫା କରିବେ l ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସତର୍କ ରହିବା ପାଇଁ ଜିଲ୍ଲପାଳ ନିର୍ଦ୍ଦେଶ ଦେଇଛନ୍ତି l କୌଣସି ଆପାଦ କାଳୀନ ପରିସ୍ଥିତିରେ ସହାୟତା ପାଇଁ ଜିଲ୍ଲାର ବିଭିନ୍ନ କଣ୍ଟ୍ରୋଲ ରୁମ୍ ନମ୍ବର ଜାରି କରାଯାଇଛି l
ଜରୁରୀ ଆବଶ୍ୟକତା ପଡ଼ିଲେ ଜନସାଧାରଣ ଜିଲ୍ଲା ନିୟନ୍ତ୍ରଣ କକ୍ଷର ଫୋନ୍ ୦୬୮୪୧-୨୨୨୦୨୩ କିମ୍ବା ମୋବାଇଲ୍ ୭୩୨୮୦୫୩୧୧୩ ନମ୍ବରରେ ଯୋଗାଯୋଗ କରିପାରିବେ।
ସେହିପରି ସ୍ୱାସ୍ଥ୍ୟ ବିଭାଗ ନ ୯୪୩୯୯୯୦୯୯୬ ଟିପିଏସଓଡିଏଲ୍ ନ୯୪୩୭୯୫୯୯୦୫ ବୌଦ୍ଧଗଡ଼ ଏନ୍‌ଏସି ନ ୮୦୯୩୮୦୨୪୫୪, ତହସିଲ  କଣ୍ଟ୍ରୋଲ ରୁମ୍ ବୌଦ୍ଧ ନ ୯୩୩୭୫୧୧୫୬୪ ହରଭଙ୍ଗା ନ ୭୦୦୮୦୩୩୦୩୫
ଓ କଣ୍ଟାମାଳ ନ ୭୯୯୧୦୦୫୮୪୪
ଏବଂ ଅଗ୍ନିଶମ ବିଭାଗର ନିୟନ୍ତ୍ରଣ କକ୍ଷ ନମ୍ବର ୬୩୭୦୫୦୩୭୫୯ ରେ ଯୋଗାଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
    user_RABINDRA PATTNAIK
    RABINDRA PATTNAIK
    Social worker ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    13 hrs ago
  • ଲଘୁଚାପ ଜନିତ ଲଗାଣ ବର୍ଷା ବୀରମହାରାଜପୁର ଅଞ୍ଚଳରେ ଲାଗି ରହିଛି। ମଙ୍ଗଳବାର ଦିନତମାମ ଲଗାଣ ବର୍ଷା ଲାଗି ରହିଥିଲା। ଜଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା।
    2
    ଲଘୁଚାପ ଜନିତ ଲଗାଣ ବର୍ଷା ବୀରମହାରାଜପୁର ଅଞ୍ଚଳରେ ଲାଗି ରହିଛି। ମଙ୍ଗଳବାର ଦିନତମାମ ଲଗାଣ ବର୍ଷା ଲାଗି ରହିଥିଲା। ଜଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    19 hrs ago
  • ସୁବର୍ଣ୍ଣପୁର ଗୁରୁପୂର୍ଣ୍ଣିମା ରେ କିଛି ମୁହୂର୍ତ ଗୋ ସେବା ରେ ଅତିବାହିତ l ସୁବର୍ଣ୍ଣପୁର ଗୁରୁପୂର୍ଣ୍ଣିମା ରେ କିଛି ମୁହୂର୍ତ ଗୋ ସେବା ରେ ଅତିବାହିତ lଯୁବ ସାମ୍ବାଦିକ ସମାଜସେବୀ ଦେବାନନ୍ଦ ମେଣ୍ଡିଲି ସୁବର୍ଣ୍ଣପୁର l
    1
    ସୁବର୍ଣ୍ଣପୁର ଗୁରୁପୂର୍ଣ୍ଣିମା ରେ କିଛି ମୁହୂର୍ତ ଗୋ ସେବା ରେ ଅତିବାହିତ l
ସୁବର୍ଣ୍ଣପୁର ଗୁରୁପୂର୍ଣ୍ଣିମା ରେ କିଛି ମୁହୂର୍ତ ଗୋ ସେବା ରେ ଅତିବାହିତ lଯୁବ ସାମ୍ବାଦିକ ସମାଜସେବୀ ଦେବାନନ୍ଦ ମେଣ୍ଡିଲି ସୁବର୍ଣ୍ଣପୁର l
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    7 min ago
  • ବୀରମହାରାଜପୁର ରଣାପାଲି ପ୍ରମୋଦ କୁମାର ମିଶ୍ର ଙ୍କ ଘର ଏବେ ପାଣିଘେରରେ, ଘର ଭିତରେ ୨ ଫୁଟ ପାଣି।
    3
    ବୀରମହାରାଜପୁର ରଣାପାଲି ପ୍ରମୋଦ କୁମାର ମିଶ୍ର ଙ୍କ ଘର ଏବେ ପାଣିଘେରରେ, ଘର ଭିତରେ ୨ ଫୁଟ ପାଣି।
    user_BAHUJAN ADHIKAR
    BAHUJAN ADHIKAR
    Media house Sonapur, Sonepur•
    7 hrs ago
  • ଅଁଳାପାଲି ଅଙ୍ଗନ ବାଡି କେନ୍ଦ୍ର ଶୌଚାଳୟରୁ ମହୁଲ ଖାଇ ମୂଷା ଉଦ୍ଧାର
    1
    ଅଁଳାପାଲି ଅଙ୍ଗନ ବାଡି କେନ୍ଦ୍ର ଶୌଚାଳୟରୁ ମହୁଲ ଖାଇ ମୂଷା ଉଦ୍ଧାର
    user_Satyajit Panda
    Satyajit Panda
    Journalist ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    14 hrs ago
  • ଟ୍ରକ ପଛକୁ ଘୁଞ୍ଚାଉଥିବା ବେଳେ ଚକ ତଳେ ପଡ଼ି ପ୍ରାଣ ହାରିଲେ ମହିଳା, ବୌଦ୍ଧ -ବଘିୟା ପଡା ରାସ୍ତା ରୋକ
    1
    ଟ୍ରକ ପଛକୁ ଘୁଞ୍ଚାଉଥିବା ବେଳେ ଚକ ତଳେ ପଡ଼ି ପ୍ରାଣ ହାରିଲେ ମହିଳା, ବୌଦ୍ଧ -ବଘିୟା ପଡା ରାସ୍ତା ରୋକ
    user_Satyajit Panda
    Satyajit Panda
    Journalist ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.