ଭଅଁରାପୋଷି ବାଲିଘାଟରୁ ବେଆଇନ ଉତ୍ତୋଳନ ସମୟରେ ଖଣି ବିଭାଗର ଚଢ଼ାଉ; ଜେସିବି ମେସିନ ଜବତ କରଞ୍ଜିଆ,୧୦/୩,(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ବ୍ଲକ ବଡଦେଉଳି ପଞ୍ଚାୟତର ଭଅଁରାପୋଷି ସ୍ଥିତ ଦେଓ ନଦୀରୁ ମଧ୍ୟରାତ୍ରରେ ବେଆଇନ ବାଲି ଉଠାଣ ହେଉଥିବା ଖବରପାଇ ଜିଲ୍ଲା ଖଣି ବିଭାଗ ପକ୍ଷରୁ ସ୍ଥାନୀୟ ପୋଲିସ ସହଯୋଗରେ ଚଢ଼ାଉ କରି ଏକ ଜେସିବି ମେସିନକୁ ଜବତ କରିଛନ୍ତି। ଜବତ ପରେ ଜେସିବିକୁ ଆଣି ଭଅଁରାପୋଷି ଗ୍ରାମରେ ରଖି ଗାଡି ମାଲିକଙ୍କ ଉପରେ ୨ ଲକ୍ଷ ଟଙ୍କା ଫାଇନ କରିଥିବା ଜଣାଯାଇଛି। ଗାଡି ମାଲିକ ଧନୁର୍ଜୟ ମହାନ୍ତ ନିୟମ ଅନୁଯାୟୀ ଫାଇନ ଅର୍ଥ ଭରଣା କରିବାକୁ ରାଜି ହେବାରୁ ତାଙ୍କ ସହ ଏକ ଜିମାନାମା କରାଇ ଗାଡିକୁ ହସ୍ତାନ୍ତର କରିଛନ୍ତି। ଜୋରିମାନା ଅର୍ଥ ଭରଣା ନକଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସହକାରୀ ଖଣି ଅଧିକାରୀ ଚାମୁରୁ ମାଝୀ ପ୍ରକାଶ କରିଥିଲେ। ଚଢ଼ାଉ ସମୟରେ ନଦୀ ପଠାରୁ ଜେସିବି ସାହାଯ୍ୟରେ ବାଲି ସଂଗ୍ରହ କରି ଠୁଳ କରୁଥିଲା ଏବଂ କୌଣସି ଯାନବାହାନ ନଥିଲା ବୋଲି ସେ ପ୍ରକାଶ କରିଥିଲେ। ଗାଡି ମାଲିକ ତୁରନ୍ତ ଜୋରିମାନା ଅର୍ଥ ପୈଠ କରି ଗ୍ରାମରୁ ଗାଡିଟିକୁ ନେଇଯିବା ପାଇଁ ଅଧିକାରୀ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।
ଭଅଁରାପୋଷି ବାଲିଘାଟରୁ ବେଆଇନ ଉତ୍ତୋଳନ ସମୟରେ ଖଣି ବିଭାଗର ଚଢ଼ାଉ; ଜେସିବି ମେସିନ ଜବତ କରଞ୍ଜିଆ,୧୦/୩,(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ବ୍ଲକ ବଡଦେଉଳି ପଞ୍ଚାୟତର ଭଅଁରାପୋଷି ସ୍ଥିତ ଦେଓ ନଦୀରୁ ମଧ୍ୟରାତ୍ରରେ ବେଆଇନ ବାଲି ଉଠାଣ ହେଉଥିବା ଖବରପାଇ ଜିଲ୍ଲା ଖଣି ବିଭାଗ ପକ୍ଷରୁ ସ୍ଥାନୀୟ ପୋଲିସ ସହଯୋଗରେ ଚଢ଼ାଉ କରି ଏକ ଜେସିବି ମେସିନକୁ ଜବତ କରିଛନ୍ତି। ଜବତ ପରେ ଜେସିବିକୁ ଆଣି ଭଅଁରାପୋଷି ଗ୍ରାମରେ ରଖି ଗାଡି ମାଲିକଙ୍କ ଉପରେ ୨ ଲକ୍ଷ ଟଙ୍କା ଫାଇନ କରିଥିବା ଜଣାଯାଇଛି। ଗାଡି ମାଲିକ ଧନୁର୍ଜୟ ମହାନ୍ତ ନିୟମ ଅନୁଯାୟୀ ଫାଇନ ଅର୍ଥ ଭରଣା କରିବାକୁ ରାଜି ହେବାରୁ ତାଙ୍କ ସହ ଏକ ଜିମାନାମା କରାଇ ଗାଡିକୁ ହସ୍ତାନ୍ତର କରିଛନ୍ତି। ଜୋରିମାନା ଅର୍ଥ ଭରଣା ନକଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସହକାରୀ ଖଣି ଅଧିକାରୀ ଚାମୁରୁ ମାଝୀ ପ୍ରକାଶ କରିଥିଲେ। ଚଢ଼ାଉ ସମୟରେ ନଦୀ ପଠାରୁ ଜେସିବି ସାହାଯ୍ୟରେ ବାଲି ସଂଗ୍ରହ କରି ଠୁଳ କରୁଥିଲା ଏବଂ କୌଣସି ଯାନବାହାନ ନଥିଲା ବୋଲି ସେ ପ୍ରକାଶ କରିଥିଲେ। ଗାଡି ମାଲିକ ତୁରନ୍ତ ଜୋରିମାନା ଅର୍ଥ ପୈଠ କରି ଗ୍ରାମରୁ ଗାଡିଟିକୁ ନେଇଯିବା ପାଇଁ ଅଧିକାରୀ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।
- କରଞ୍ଜିଆ,୧୦/୩,(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ଷ୍ଟାଡିୟମ ନିକଟରେ ଥିବା ଏକ ପ୍ରମିଳା ହୋଟେଲରେ କାର୍ଯ୍ୟରତ ରୋଷେୟା ବୀରେନ୍ଦ୍ର କୁମାର ନାୟକଙ୍କ ଗତକାଲି ବିଳମ୍ବିତ ରାତି ହୋଟେଲ ନିକଟରେ ଏକ ଟ୍ରକ ଚାପାରେ ମୃତ୍ୟୁ ଘଟିଛି |ସେ ଗତ କାଲି ରାତି ପରିସ୍ରା କରିବା ପାଇଁ ଊଠି ରାସ୍ତା କଡ଼କୁ ଆସିଥିଲେ, ଏହି ସମୟରେ ଏକ ଅଜଣା ଟ୍ରକ (12ଚକିଆ ) ଗାଡ଼ି ପଛକୁ କରୁଥିବା ସମୟରେ ବୀରେନ୍ଦ୍ର ନାୟକ ଉପରେ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ବୀରେନ୍ଦ୍ରର ମୃତ୍ୟୁ ହୋଇଥିଲା । ୩୮ ବର୍ଷିଆ ବୀରେନ୍ଦ୍ରର ସ୍ତ୍ରୀ ଓ ଛୋଟ ଛୋଟ ପିଲା ଅଛନ୍ତି । ତାଙ୍କ ଘର ଘର କରଞ୍ଜିଆ ସହର ନିକଟ ଶରଧା ଗ୍ରାମରେ ହୋଇଥିଲେ ମଧ୍ୟ ସେ ନେଡୁଆପାଳ ଗ୍ରାମରେ ରହୁଥିଲେ | ସେ କରଞ୍ଜିଆ ଅଂଚଳରେ ଦୀର୍ଘ ୨୨ ବର୍ଷ ଧରି ବିଭିନ୍ନ ହୋଟେଲରେ ମୁଖ୍ୟ ରୋଷେୟା ଭାବେ କାଯ୍ୟ କରୁଥିଲା | ଦୁର୍ଘଟଣା ପରେ ଟ୍ରକଟି ଫେରାର ହୋଇଯାଇଛି । କରଞ୍ଜିଆ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ପଠାଇ ଥାନାରେ ୮୩/୨୬ ନମ୍ୱରରେ ଏକ ମାମଲା ରୁଜୁ କରି ତଦନ୍ତ ଅଧିକାରୀ ଭାବେ ଏଏସଆଇ ସନ୍ତୋଷ ନାଏକଙ୍କୁ ଦାୟିତ୍ଵ ଦିଆଯାଇଥିବା କରଞ୍ଜିଆ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସେନାପତି ସୂଚନା ଦେଇଛନ୍ତି।1
- Post by Jitendra raj1
- Post by Uttam Kumar Mahakud 97773344221
- ଉଦଳା ଅଞ୍ଚଳରେ ପୁଣି ଛୁଆ ଚୋରୀ ଗୁଜବ,ଅମଣିଷ ପରି ଯୁବକଙ୍କୁ ପିଟି ପିଟି କଲେ ଗୁରୁତର, ଏଭଳି କିଛି ଅଭାବନୀୟ ଘଟଣା ଟି ଘଟିଛି ଉଦଳା ଜାଲଦା ଗ୍ରାମରେ, ଖବର ପାଇ , ଉଦଳା ପୋଲିସ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ଛି, ତେବେ ଯୁବକ ଜଣକ କପ୍ତିପଦା ଡାହିସାହି ଅଞ୍ଚଳ ର ପରିଚୟ ଦେବା ପରେ ମଧ୍ୟ ମାଡ ମାରି ଅଧlମରା କରିଛନ୍ତି , ପୋଲିସର ତଦନ୍ତ ଜାରି ରହିଛି, କେବେ ପୋଲିସ ଆକ୍ରମଣ କାରୀଙ୍କ ପାଖରେ ପହଞ୍ଚିବ ଦେଖିବାକୁ ବାକି ଅଛି..ଆଉ ନିର୍ଦୋଷ ଥିବା ଯୁବକଙ୍କୁ କେବେ ନ୍ୟାୟ ମିଳିବ2
- ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ, ଲୁହା ରଡ୍ରେ ପିଟି ଗୋଡ଼ ଭାଙ୍ଗିଦେଲେ ଦୁର୍ବୃତ୍ତ ସଙ୍କଟାପନ୍ନ ଅବସ୍ଥାରେ କଟକ SCB କୁ ସ୍ଥାନାନ୍ତରିତ କଳିଙ୍ଗନଗର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ସଂଘବଦ୍ଧ ଭାବେ ମରଣାତ୍ମକ ଆକ୍ରମଣ ଘଟିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିବା ସାମ୍ବାଦିକ ମହେନ୍ଦ୍ର କୁମାର ନାଥଙ୍କୁ ପ୍ରଥମେ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକର ବଡ଼ ଡାକ୍ତରଖାନା SCB ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ଶ୍ରୀ ନାଥ ରାସ୍ତାରେ ଯାଉଥିବା ସମୟରେ କିଛି ଯୁବକ ମଝିରାସ୍ତାରେ ଦଣ୍ଡାୟମାନ ହୋଇ ଯାତାୟାତରେ ବାଧା ସୃଷ୍ଟି କରୁଥିଲେ। ସେମାନଙ୍କୁ ରାସ୍ତାରୁ ହଟିଯିବାକୁ କହିବାକୁ ନେଇ ଉଭୟ ପକ୍ଷରେ ବଚସା ହୋଇଥିଲା। ଏହାରେ ଉତ୍କ୍ଷିପ୍ତ ହୋଇ ଯୁବକମାନେ ସଂଘବଦ୍ଧ ଭାବେ ସାମ୍ବାଦିକଙ୍କୁ ନିର୍ମମ ଭାବେ ପିଟିବା ସହ ଲୁହା ରଡ୍ରେ ଆକ୍ରମଣ କରିଥିଲେ। ଆକ୍ରମଣ ସମୟରେ ଶ୍ରୀ ନାଥ ତତ୍କ୍ଷଣାତ୍ ପୋଲିସକୁ ଫୋନ୍ ଯୋଗେ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚୁଥିବା ଦେଖି ଦୁର୍ବୃତ୍ତମାନେ ଛତ୍ରଭଙ୍ଗ ଦେଇଥିଲେ। ତେବେ ପୋଲିସ ଜଣେ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟମାନେ ଫେରାର୍ ହୋଇଯାଇଛନ୍ତି। ଏକ୍ସ-ରେ ରିପୋର୍ଟରୁ ଶ୍ରୀ ନାଥଙ୍କ ଡାହାଣ ଗୋଡ଼ର ହାଡ଼ ଭାଙ୍ଗିଥିବା ଜଣାପଡ଼ିଛି। ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କ ଅବସ୍ଥା ଗମ୍ଭୀର ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି। ଏହି ଘଟଣା ସମ୍ପର୍କରେ ଆହତ ସାମ୍ବାଦିକଙ୍କ ପରିବାର ପକ୍ଷରୁ ଦାନଗଦୀ ପୋଲିସ ଫାଣ୍ଡିରେ ଲିଖିତ ଏତଲା ଦିଆଯାଇଛି। ଘଟଣାକୁ ନେଇ କଳିଙ୍ଗନଗରର ସ୍ଥାନୀୟ ସାମ୍ବାଦିକ ସଂଘ ଓ ବୁଦ୍ଧିଜୀବୀ ମହଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସାମ୍ବାଦିକଙ୍କ ଉପରେ ଏପରି ଆକ୍ରମଣକୁ ନିନ୍ଦା କରି ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।4
- Post by MN.NEWS ODIA1
- *ପ୍ରେସ ବିଜ୍ଞପ୍ତି* ଗର୍ଭାଶୟ କ୍ୟାନ୍ସର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ବାରିପଦା, ୧୦/୦୩/୨୦୨୬: ଗର୍ଭାଶୟ କ୍ୟାନ୍ସର ସମ୍ପର୍କରେ ସଚେତନତାର ବାର୍ତ୍ତା ସାଇକଲିଂ ଯାତ୍ରା କରି ପ୍ରଚାର କରୁଛନ୍ତି ସମୀରା ଖାନ୍ । ଏଥିପାଇଁ ଆନ୍ଧ୍ରପ୍ରଦେଶରୁ ସାଇକଲିଂ ଯାତ୍ରା ଆରମ୍ଭ କରି ବିଭିନ୍ନ ରାଜ୍ୟ ଅତିକ୍ରମ କରି ଆଜି ବାରିପଦାରେ ପହଞ୍ଚି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ସମ୍ମୁଖରେ ଏ ସମ୍ପର୍କିତ ବୈଠକରେ ଯୋଗଦାନ କରିଛନ୍ତି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ ମୁଖ୍ୟଅତିଥି ଭାବେ ଯୋଗଦେଇ ସମୀରା ଖାନ୍ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ ଏଭଳି ପ୍ରଚାର ଯାତ୍ରା ଜିଲ୍ଲାରେ ତଥା ବିଶେଷ ଭାବରେ ଗ୍ରାମାଞ୍ଚଳରେ ଗର୍ଭାଶୟ କ୍ୟାନ୍ସର ବିଷୟରେ ସଚେତନତା ବଢ଼ାଇବାରେ ସହାୟକ ହେବ ଏବଂ ମହିଳାମାନଙ୍କୁ ନିୟମିତ ସ୍କ୍ରିନିଂ ପାଇଁ ପ୍ରେରିତ କରିବ ବୋଲି ନିଜ ଅଭିଭାଷଣରେ ମତପ୍ରକାଶ କରିଛନ୍ତି । ସେହିପରି ଏଡିପିଏଚଓ (ଭିବିଡି) ଡ଼ ବିଜୟ କୁମାର ଦାସ ସଠିକ୍ ସମୟରେ ସ୍କ୍ରିନିଂ ଓ ସଚେତନତା ମାଧ୍ୟମରେ ଗର୍ଭାଶୟ କ୍ୟାନ୍ସରକୁ ପ୍ରତିରୋଧ କରିବା ସମ୍ଭବ ବୋଲି ପ୍ରକାଶ କରିଛନ୍ତି । ଏହା ସହ ବର୍ତ୍ତମାନ ୧୪ ବର୍ଷରୁ କମ୍ ସମସ୍ତ ବାଳିକାମାନଙ୍କ ପାଇଁ ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ମାଗଣାରେ ଉପଲବ୍ଧ ହେଉଥିବା ସମ୍ପର୍କରେ ସୂଚାଇଥିଲେ । ସମୀରା ଖାନଙ୍କ ଏହି ସାଇକଲିଂ ଯାତ୍ରା ମହିଳା ସ୍ୱାସ୍ଥ୍ୟ ସୁରକ୍ଷା ଓ ଗର୍ଭାଶୟ କ୍ୟାନ୍ସର ବିରୋଧରେ ସଚେତନତା ବୃଦ୍ଧି ପାଇଁ ଏକ ପ୍ରେରଣାଦାୟୀ ପଦକ୍ଷେପ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଛନ୍ତି । ଏହି ଅବସରରେ ଏଡିପିଏଚଓ (ଏଫ୍ଡବ୍ଲ୍ୟୁ) ଡ଼ ସୁନାନ୍ଦା ମିଶ୍ର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟା , ଓ ଜିଲ୍ଲା କ୍ରୀଡା ଅଧିକାରୀ ଡ଼ ଶୁଭାଶିଷ ନାୟକ ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ, ମୟୂରଭଞ୍ଜ1
- Post by Jitendra raj1