ପ୍ରତିବର୍ଷ ଜୁନ ୨୧ ତାରିଖକୁ ବିଶ୍ୱବାସୀଙ୍କୁ ଏକ ସୁସ୍ଥ, ଶାନ୍ତିପୂର୍ଣ୍ଣ ଏବଂ ନିରାମୟ ଜୀବନଶୈଳୀ ଆପଣାଇବାକୁ ପ୍ରେରଣା ଦେବା ଉଦ୍ଦେଶ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରାଯାଏ। ନିୟମିତ ଯୋଗାଭ୍ୟାସ ଦ୍ୱାରା ମାନସିକ ଚାପ ଓ ଦୁଶ୍ଚିନ୍ତା ଦୂର ହେବା ସହ ଶରୀର ସୁସ୍ଥ ଓ ନିରୋଗ ରହିଥାଏ। ଏହା ମନରେ ଏକାଗ୍ରତା, ସକାରାତ୍ମକ ଚିନ୍ତାଧାରା ଏବଂ ଆତ୍ମବିଶ୍ୱାସ ବୃଦ୍ଧି କରି ମଣିଷ, ପ୍ରକୃତି ଓ ସମଗ୍ର ବିଶ୍ୱ ମଧ୍ୟରେ ସନ୍ତୁଳନ ଓ ଭାଇଚାରା ବଜାୟ ରଖିବାରେ ସହାୟକ ହୋଇଥାଏ। ଭାରତର ଏହି ପ୍ରାଚୀନ ପରମ୍ପରା ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ଏବଂ ଦୈନନ୍ଦିନ ଜୀବନରେ ଏହାକୁ ସାମିଲ କରିବା ପାଇଁ ଲୋକଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ସମଗ୍ର ଦେଶରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଏହି ଅବସରରେ ନାଲକୋ ଦାମନଯୋଡ଼ି ପକ୍ଷରୁ ଟାଉନସିପ ସ୍ଥିତ ନାଲକୋ କ୍ଲବ ପରିସରରେ ଏହି ଦିବସ ପାଳିତ ହୋଇଥିଲା, ଯେଉଁଥିରେ ନାଲକୋର ବରିଷ୍ଠ ଅଧିକାରୀ, କର୍ମଚାରୀ ଏବଂ ବିଭିନ୍ନ ସଂଗଠନର ସଦସ୍ୟମାନେ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ। ସେହିପରି, ଦାମନଯୋଡିରେ ସ୍ଥାନୀୟ ମାଥାଲପୁଟ କଲ୍ୟାଣ ମଣ୍ଡପ, ସ୍ୱାସ୍ଥ୍ୟକେନ୍ଦ୍ର, ଶିକ୍ଷାନୁଷ୍ଠାନ ଏବଂ ପ୍ରତ୍ୟେହ ଅନୁଷ୍ଠିତ ଯୋଗ ଶିବିରମାନଙ୍କରେ ମଧ୍ୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି।

- ପ୍ରତିବର୍ଷ ଜୁନ ୨୧ ତାରିଖକୁ ବିଶ୍ୱବାସୀଙ୍କୁ ଏକ ସୁସ୍ଥ, ଶାନ୍ତିପୂର୍ଣ୍ଣ ଏବଂ ନିରାମୟ ଜୀବନଶୈଳୀ ଆପଣାଇବାକୁ ପ୍ରେରଣା ଦେବା ଉଦ୍ଦେଶ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରାଯାଏ। ନିୟମିତ ଯୋଗାଭ୍ୟାସ ଦ୍ୱାରା ମାନସିକ ଚାପ ଓ ଦୁଶ୍ଚିନ୍ତା ଦୂର ହେବା ସହ ଶରୀର ସୁସ୍ଥ ଓ ନିରୋଗ ରହିଥାଏ। ଏହା ମନରେ ଏକାଗ୍ରତା, ସକାରାତ୍ମକ ଚିନ୍ତାଧାରା ଏବଂ ଆତ୍ମବିଶ୍ୱାସ ବୃଦ୍ଧି କରି ମଣିଷ, ପ୍ରକୃତି ଓ ସମଗ୍ର ବିଶ୍ୱ ମଧ୍ୟରେ ସନ୍ତୁଳନ ଓ ଭାଇଚାରା ବଜାୟ ରଖିବାରେ ସହାୟକ ହୋଇଥାଏ। ଭାରତର ଏହି ପ୍ରାଚୀନ ପରମ୍ପରା ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ଏବଂ ଦୈନନ୍ଦିନ ଜୀବନରେ ଏହାକୁ ସାମିଲ କରିବା ପାଇଁ ଲୋକଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ସମଗ୍ର ଦେଶରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଏହି ଅବସରରେ ନାଲକୋ ଦାମନଯୋଡ଼ି ପକ୍ଷରୁ ଟାଉନସିପ ସ୍ଥିତ ନାଲକୋ କ୍ଲବ ପରିସରରେ ଏହି ଦିବସ ପାଳିତ ହୋଇଥିଲା, ଯେଉଁଥିରେ ନାଲକୋର ବରିଷ୍ଠ ଅଧିକାରୀ, କର୍ମଚାରୀ ଏବଂ ବିଭିନ୍ନ ସଂଗଠନର ସଦସ୍ୟମାନେ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ। ସେହିପରି, ଦାମନଯୋଡିରେ ସ୍ଥାନୀୟ ମାଥାଲପୁଟ କଲ୍ୟାଣ ମଣ୍ଡପ, ସ୍ୱାସ୍ଥ୍ୟକେନ୍ଦ୍ର, ଶିକ୍ଷାନୁଷ୍ଠାନ ଏବଂ ପ୍ରତ୍ୟେହ ଅନୁଷ୍ଠିତ ଯୋଗ ଶିବିରମାନଙ୍କରେ ମଧ୍ୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି।1
- ଜୀବନରେ ବୟସ ବଢ଼ିବା ସହିତ ଅନେକ ସମୟରେ ଉତ୍ସାହ କମିଯାଏ, କିନ୍ତୁ ଏ କ୍ଷେତ୍ରରେ ବୟସ ବୃଦ୍ଧି ସତ୍ତ୍ୱେ ଉତ୍ସାହରେ କୌଣସି ହ୍ରାସ ଘଟିନାହିଁ।1
- କୋରାପୁଟ ଜିଲ୍ଲାର କୋଟପାଡ଼ ଅଞ୍ଚଳରୁ ମୋଟ ୫ ଜଣ ପରୀକ୍ଷାର୍ଥୀ NEET ପରୀକ୍ଷାରେ ଅଂଶଗ୍ରହଣ କରିଛନ୍ତି।1
- ଡାବୁଗାଁ ବନ ବିଭାଗ ପକ୍ଷରୁ ପାତ୍ରୀ ଜଙ୍ଗଲ ନିକଟରେ ଚାଲିଥିବା ଏକ ମହାବଳ ବାଘ ଛାଲ ବିକ୍ରି କାରବାରକୁ ପଣ୍ଡ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ସମୟରେ ବନ ବିଭାଗ ଜଣେ ବ୍ୟକ୍ତିଙ୍କୁ ବାଘ ଛାଲ ସହିତ ଧରିବାରେ ସଫଳ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ବିନବରଙ୍ଗପୁର ଡିଏଫଓ ଉଦୟମାନ ସୁବୁଦ୍ଧିଙ୍କ ନେତୃତ୍ୱରେ ନବରଙ୍ଗପୁର ଏବଂ ଡାବୁଗାଁ ବନବିଭାଗ ପାତ୍ରୀ ଜଙ୍ଗଲ ନିକଟରେ ଚଢ଼ାଉ କରିଥିଲା। ତିନି ଜଣ ବେପାରୀ ୧୦ ଲକ୍ଷ ଟଙ୍କାରେ ବାଘ ଛାଲର ମୂଲଚାଲ କରୁଥିବା ସମୟରେ ବନ ବିଭାଗ ସେମାନଙ୍କୁ ମାଡ଼ି ବସିଥିଲା। ତେବେ ଦୁଇ ଜଣ ବେପାରୀ ଘଟଣାସ୍ଥଳରୁ ଫେରାର ହୋଇଥିବା ବେଳେ ଜଣେ ବେପାରୀଙ୍କ ସହ ବାଘ ଛାଲ ଜବତ କରାଯାଇଛି।1
- ରାଜ୍ୟ ସରକାରଙ୍କ ଦ୍ଵାରା ଆୟୋଜିତ 'ବିକାଶର ଧାରା, ଓଡ଼ିଶା ସାରା' କାର୍ଯ୍ୟକ୍ରମର ଏକ ପ୍ରମୁଖ ଦିବସ 'ସ୍ୱାବଲମ୍ବୀ ଯୁବା, ସମୃଦ୍ଧ ଓଡ଼ିଶା' କୋଷାଗୁମୁଡା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ 'ବିକାଶର ଧାରା, ଓଡ଼ିଶା ସାରା'ର ଚତୁର୍ଥ ଦିବସ ଭାବେ ପାଳିତ ହୋଇଛି। ଏହି ଅଭିଯାନ ମାଧ୍ୟମରେ ଯୁବପିଢ଼ିଙ୍କ ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ, ଉଦ୍ୟୋଗୀକରଣ ଏବଂ ସରକାରଙ୍କ ବିଭିନ୍ନ ଯୁବକଲ୍ୟାଣ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି। କୋଷାଗୁମୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ ତ୍ରିପାଠୀଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପାଦିତ ହୋଇଛି।1
- ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏହି ଅବସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡ଼ିଓ) ଆଶିଷ ତ୍ରିପାଠୀଙ୍କ ନେତୃତ୍ୱରେ ବ୍ଲକ ପ୍ରଶାସନ, ରାଜନେତା, ସ୍କୁଲ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ବାସିନ୍ଦା ମିଳିତ ଭାବେ ଏହି ଯୋଗ ଦିବସରେ ଯୋଗ ଦେଇଥିଲେ। ସମସ୍ତେ ଏକ ମନ ଓ ଏକ ଧ୍ୟାନରେ ଯୋଗାଭ୍ୟାସ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କ ପାଇଁ ଗଜାମୁଗ ଓ ଚଣା ବଣ୍ଟାଯାଇଥିଲା। ବିଡ଼ିଓ ଆଶିଷ ତ୍ରିପାଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି କୁଞ୍ଜ ବିହାରୀ ଦାସ ଏବଂ ସିମାଞ୍ଚଳ ବିଶୋଇ ଯୋଗ ଗୁରୁଭାବେ ଉପସ୍ଥିତ ଥିଲେ। ସିମାଞ୍ଚଳ ବିଶୋଇ ସମସ୍ତଙ୍କୁ ଯୋଗ ଶିକ୍ଷା ଦେବା ସହ ପ୍ରତିଦିନ ଯୋଗ କରିବା ପାଇଁ ଶପଥ ପାଠ କରାଇଥିଲେ। ଯୋଗକୁ ଭାରତୀୟ ପରମ୍ପରାର ଏକ ଅମୂଲ୍ୟ ଉପହାର ଭାବରେ ବର୍ଣ୍ଣନା କରାଯାଇଛି, ଯାହା ଶାରୀରିକ ଓ ମାନସିକ ସୁସ୍ଥତା ବୃଦ୍ଧି ପାଇଁ ଅନ୍ୟତମ ବିଶ୍ୱାସଯୋଗ୍ୟ ମାଧ୍ୟମ ଭାବରେ ଉଭା ହୋଇଛି। ଏହି ଦିବସ ପାଳନର ପ୍ରମୁଖ କାରଣ ହେଉଛି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିରନ୍ତର ପ୍ରୟାସ। ତାଙ୍କରି ଉଦ୍ୟମ ଯୋଗୁଁ ଜୁନ୍ ୨୧ ତାରିଖକୁ ଜାତିସଂଘ ସାଧାରଣ ସଭା ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ଘୋଷଣା କରିଥିଲା। ସେହି ଦିନଠାରୁ ସମଗ୍ର ବିଶ୍ୱ ଯୋଗ ଦିବସ ପାଳନ କରିଆସୁଛି।4
- କୋରାପୁଟ ଜିଲ୍ଲାରେ ଅଦା ଦରରେ ଏକ ବଡ଼ ଧରଣର ବୃଦ୍ଧି ପରିଲକ୍ଷିତ ହୋଇଛି। ପୂର୍ବରୁ ଏଠାରେ ଅଦା ପ୍ରତି କିଲୋଗ୍ରାମ ୬୦ ଟଙ୍କାରେ ବିକ୍ରି ହେଉଥିଲା। ତେବେ, ବର୍ତ୍ତମାନ ଏହି ଅଦା ୧୬୦ ଟଙ୍କାରେ ବିକ୍ରି ହେଉଛି।1