logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କରଞ୍ଜିଆ ବନଖଣ୍ଡ ଅଧିକାରୀ ବୈଦ୍ୟନାଥ ମାଝୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରଞ୍ଜିଆ,୩୧/୩,(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ବନଖଣ୍ଡ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଆଜି ବନଖଣ୍ଡ ଅଧିକାରୀ ବୈଦ୍ୟନାଥ ମାଝୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। କରଞ୍ଜିଆ ବାନଖଣ୍ଡର ସହକାରୀ ବନ ସଂରକ୍ଷକ ମଦନ ମୋହନ ମହାନ୍ତ ଓ ପ୍ରଭାତ କୁମାର କୁଅଁରଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କରଞ୍ଜିଆ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଚିତ୍ତରଞ୍ଜନ ମହାନ୍ତ,ସମ୍ମାନୀତ ଅତିଥି ଭାବେ କରଞ୍ଜିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ନାୟକ,ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ସୁବ୍ରତ କୁମାର ପାତ୍ର,ସାଂସଦ ପ୍ରତିନିଧି ଆଶିଷ କୁମାର ମହାନ୍ତ,ଓକିଲ ସଂଘ ସଭାପତି ବିଶ୍ବଜିତ ଚୌଧୁରୀ ପ୍ରମୁଖ ଯୋଗଦେଇ ନିଜ ନିଜ ବକ୍ତବ୍ୟ ରଖିବା ସହିତ ଶ୍ରୀ ମାଝୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମକୁ କରଞ୍ଜିଆ ବନଖଣ୍ଡ ଅଧିନ ସମସ୍ତ ବନାଞ୍ଚଳ ଅଧିକାରୀ,ବନପାଳ,ବନରକ୍ଷୀ ଓ ବନ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିବା ସହିତ ଶ୍ରୀ ମାଝୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।

8 hrs ago
user_Partha Prasanna Mishra
Partha Prasanna Mishra
ସାମ୍ବାଦିକ Karanjia, Mayurbhanj•
8 hrs ago
1a444fe8-02c9-4bcc-916d-f0794cf991d3

କରଞ୍ଜିଆ ବନଖଣ୍ଡ ଅଧିକାରୀ ବୈଦ୍ୟନାଥ ମାଝୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରଞ୍ଜିଆ,୩୧/୩,(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ବନଖଣ୍ଡ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଆଜି ବନଖଣ୍ଡ ଅଧିକାରୀ ବୈଦ୍ୟନାଥ ମାଝୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। କରଞ୍ଜିଆ ବାନଖଣ୍ଡର ସହକାରୀ ବନ ସଂରକ୍ଷକ ମଦନ ମୋହନ ମହାନ୍ତ ଓ ପ୍ରଭାତ କୁମାର କୁଅଁରଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କରଞ୍ଜିଆ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଚିତ୍ତରଞ୍ଜନ ମହାନ୍ତ,ସମ୍ମାନୀତ ଅତିଥି ଭାବେ କରଞ୍ଜିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ନାୟକ,ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ସୁବ୍ରତ କୁମାର ପାତ୍ର,ସାଂସଦ ପ୍ରତିନିଧି ଆଶିଷ କୁମାର ମହାନ୍ତ,ଓକିଲ ସଂଘ ସଭାପତି ବିଶ୍ବଜିତ ଚୌଧୁରୀ ପ୍ରମୁଖ ଯୋଗଦେଇ ନିଜ ନିଜ ବକ୍ତବ୍ୟ ରଖିବା ସହିତ ଶ୍ରୀ ମାଝୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମକୁ କରଞ୍ଜିଆ ବନଖଣ୍ଡ ଅଧିନ ସମସ୍ତ ବନାଞ୍ଚଳ ଅଧିକାରୀ,ବନପାଳ,ବନରକ୍ଷୀ ଓ ବନ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିବା ସହିତ ଶ୍ରୀ ମାଝୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।

More news from Mayurbhanj and nearby areas
  • କରଞ୍ଜିଆ,୩୧/୩,(ପାର୍ଥ ପ୍ରଶନ୍ନ ମିଶ୍ର): କରଞ୍ଜିଆ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବାଣୀତୀର୍ଥ ପରିସରରେ ଆଜି ବିଦ୍ୟାଳୟର ପ୍ରଗତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଆଚାର୍ଯ୍ୟ ମହେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଦିଲ୍ଲୀପ କୁମାର ପୃଷ୍ଟି,ସମ୍ମାନୀତ ଅତିଥି ଭାବେ ପରିଚାଳନା ସମିତିର ଉପସଭାପତି ଇଂ ତ୍ରିଲୋଚନ ସେଠୀ,ସଦସ୍ୟା ରଞ୍ଜିତା ପ୍ରମାଣିକ,କରଞ୍ଜିଆ ପ୍ରଗତିବାଦୀ ପ୍ରତିନିଧି ତଥା ଓଡ଼ିଶା ସାମ୍ୱାଦିକ ସଂଘର ଜିଲ୍ଲା ସହ ସମ୍ପାଦକ ପାର୍ଥ ପ୍ରଶନ୍ନ ମିଶ୍ର ଯୋଗଦେଇ ବିଦ୍ୟାର୍ଥୀଙ୍କ ପ୍ରଗତି ବାବଦକୁ ଉଦବୋଧନ ରଖିଥିଲେ। ଏହି ଅବସରରେ ପ୍ରୋଜେକ୍ଟର ମାଧ୍ୟମରେ ଶ୍ରେଣୀର ସର୍ବୋଚ୍ଚ ନମ୍ବର ରଖିଥିବା ଶିଶୁଙ୍କ ଭିଡିଓ ପ୍ରଦର୍ଶନ କରାଯାଇ ସଭାପତି ଶ୍ରୀ ପୃଷ୍ଟିଙ୍କ ଦ୍ଵାରା ଅନୁଷ୍ଠାନିକ ଭାବେ ପରୀକ୍ଷାଫଳକୁ ଉନ୍ନୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ,ଗୁରୁମାଆ, ଅବିଭାବକ ବୃନ୍ଦଙ୍କ ସହିତ ପ୍ରଥମରୁ ନବମ ଶ୍ରେଣୀର ବିଦ୍ୟାର୍ଥୀ ମାନେ ଯୋଗଦେଇଥିଲେ। ପ୍ରଥମ ଶ୍ରେଣୀରୁ ପ୍ରୀୟାଙ୍ଗସି ମହାନ୍ତ (୯୮.୬୧ ପ୍ରତିଶତ),ଦ୍ୱିତୀୟ ଶ୍ରେଣୀରୁ ପ୍ରତ୍ୟୁଷ କୁମାର ମହାନ୍ତ (୯୮.୫୨ ପ୍ରତିଶତ),ତୃତୀୟ ଶ୍ରେଣୀରୁ ଶିଶିର କୁମାର ଧଳ(୯୬.୯୧ ପ୍ରତିଶତ),ଚତୁର୍ଥ ଶ୍ରେଣୀରୁ ସୁନାମଣି ଜୋଜୋ (୯୫.୮୬ ପ୍ରତିଶତ),ପଞ୍ଚମ ଶ୍ରେଣୀରୁ ଆଦ୍ୟାସା ମହାନ୍ତ(୯୬.୬୩ ପ୍ରତିଶତ),ଷଷ୍ଠ ଶ୍ରେଣୀରୁ ଶୁଭଶ୍ରୀ ମହାନ୍ତ(୯୨.୨୭ ପ୍ରତିଶତ),ସପ୍ତମ ଶ୍ରେଣୀରୁ ଅଭିଷେକ ବେହେରା (୮୯.୬୩ ପ୍ରତିଶତ),ଅଷ୍ଟମ ଶ୍ରେଣୀରୁ ଆଦର୍ଶ ମଣ୍ଡଳ (୯୬.୮୦ ପ୍ରତିଶତ) ଓ ନବମ ଶ୍ରେଣୀରୁ ଦୀପସା ନାଏକ ୯୪.୮୩ ପ୍ରତିଶତ ନମ୍ୱର ରଖି ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସେମାନଙ୍କୁ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମାଆ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ଶେଷରେ ରାଜଶ୍ରୀଗୁରୁମା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
    1
    କରଞ୍ଜିଆ,୩୧/୩,(ପାର୍ଥ ପ୍ରଶନ୍ନ ମିଶ୍ର): କରଞ୍ଜିଆ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବାଣୀତୀର୍ଥ ପରିସରରେ ଆଜି ବିଦ୍ୟାଳୟର ପ୍ରଗତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଆଚାର୍ଯ୍ୟ ମହେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଦିଲ୍ଲୀପ କୁମାର ପୃଷ୍ଟି,ସମ୍ମାନୀତ ଅତିଥି ଭାବେ ପରିଚାଳନା ସମିତିର ଉପସଭାପତି ଇଂ ତ୍ରିଲୋଚନ ସେଠୀ,ସଦସ୍ୟା ରଞ୍ଜିତା ପ୍ରମାଣିକ,କରଞ୍ଜିଆ ପ୍ରଗତିବାଦୀ ପ୍ରତିନିଧି ତଥା ଓଡ଼ିଶା ସାମ୍ୱାଦିକ ସଂଘର ଜିଲ୍ଲା ସହ ସମ୍ପାଦକ ପାର୍ଥ ପ୍ରଶନ୍ନ ମିଶ୍ର ଯୋଗଦେଇ ବିଦ୍ୟାର୍ଥୀଙ୍କ ପ୍ରଗତି ବାବଦକୁ ଉଦବୋଧନ ରଖିଥିଲେ। ଏହି ଅବସରରେ ପ୍ରୋଜେକ୍ଟର ମାଧ୍ୟମରେ ଶ୍ରେଣୀର ସର୍ବୋଚ୍ଚ ନମ୍ବର ରଖିଥିବା ଶିଶୁଙ୍କ ଭିଡିଓ ପ୍ରଦର୍ଶନ କରାଯାଇ ସଭାପତି ଶ୍ରୀ ପୃଷ୍ଟିଙ୍କ ଦ୍ଵାରା ଅନୁଷ୍ଠାନିକ ଭାବେ ପରୀକ୍ଷାଫଳକୁ ଉନ୍ନୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ,ଗୁରୁମାଆ, ଅବିଭାବକ ବୃନ୍ଦଙ୍କ ସହିତ ପ୍ରଥମରୁ ନବମ ଶ୍ରେଣୀର ବିଦ୍ୟାର୍ଥୀ ମାନେ ଯୋଗଦେଇଥିଲେ। ପ୍ରଥମ ଶ୍ରେଣୀରୁ ପ୍ରୀୟାଙ୍ଗସି ମହାନ୍ତ (୯୮.୬୧ ପ୍ରତିଶତ),ଦ୍ୱିତୀୟ ଶ୍ରେଣୀରୁ ପ୍ରତ୍ୟୁଷ କୁମାର ମହାନ୍ତ (୯୮.୫୨ ପ୍ରତିଶତ),ତୃତୀୟ ଶ୍ରେଣୀରୁ ଶିଶିର କୁମାର ଧଳ(୯୬.୯୧ ପ୍ରତିଶତ),ଚତୁର୍ଥ ଶ୍ରେଣୀରୁ ସୁନାମଣି ଜୋଜୋ (୯୫.୮୬ ପ୍ରତିଶତ),ପଞ୍ଚମ ଶ୍ରେଣୀରୁ ଆଦ୍ୟାସା ମହାନ୍ତ(୯୬.୬୩ ପ୍ରତିଶତ),ଷଷ୍ଠ ଶ୍ରେଣୀରୁ ଶୁଭଶ୍ରୀ ମହାନ୍ତ(୯୨.୨୭ ପ୍ରତିଶତ),ସପ୍ତମ ଶ୍ରେଣୀରୁ ଅଭିଷେକ ବେହେରା (୮୯.୬୩ ପ୍ରତିଶତ),ଅଷ୍ଟମ ଶ୍ରେଣୀରୁ ଆଦର୍ଶ ମଣ୍ଡଳ (୯୬.୮୦ ପ୍ରତିଶତ) ଓ ନବମ ଶ୍ରେଣୀରୁ ଦୀପସା ନାଏକ ୯୪.୮୩ ପ୍ରତିଶତ ନମ୍ୱର ରଖି ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସେମାନଙ୍କୁ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମାଆ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ଶେଷରେ ରାଜଶ୍ରୀଗୁରୁମା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
    user_Partha Prasanna Mishra
    Partha Prasanna Mishra
    ସାମ୍ବାଦିକ Karanjia, Mayurbhanj•
    2 hrs ago
  • Post by Jitendra raj
    1
    Post by Jitendra raj
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    7 hrs ago
  • #ମେଡିକାଲ_ଛାତ୍ରଙ୍କୁ_ମାଡ଼ ମେଡିକାଲ କଲେଜ ଛାତ୍ରଙ୍କୁ ମାଡ଼ । ଜଣେ ଆହତ ଡ଼ାକ୍ତରଖାନାରେ ଭର୍ତ୍ତି । ବାରିପଦା ପିଆରଏମ ମେଡିକାଲ କଲେଜର ଦୁଇ ଛାତ୍ର ଜଣେ ଛାତ୍ରୀଙ୍କୁ କିଛି ଯୁବକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଜଣେ ଛାତ୍ର ଙ୍କ ମୁଣ୍ଡ ଫାଟିଥିବା ବେଳେ ଅନ୍ୟ ଜଣେ ମେଡିକାଲ ଛାତ୍ରଙ୍କ ଗାଡି ଭାଙ୍ଗି ଦେଇଛନ୍ତି କିଛି ଯୁବକ । ଗାଡ଼ି ପାର୍କିଂକୁ ନେଇ ଏଇ ଗଣ୍ଡଗୋଳ ଘଟିଛି ।
    1
    #ମେଡିକାଲ_ଛାତ୍ରଙ୍କୁ_ମାଡ଼
ମେଡିକାଲ କଲେଜ ଛାତ୍ରଙ୍କୁ ମାଡ଼ । ଜଣେ ଆହତ ଡ଼ାକ୍ତରଖାନାରେ ଭର୍ତ୍ତି । ବାରିପଦା ପିଆରଏମ ମେଡିକାଲ କଲେଜର ଦୁଇ ଛାତ୍ର ଜଣେ ଛାତ୍ରୀଙ୍କୁ କିଛି ଯୁବକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଜଣେ ଛାତ୍ର ଙ୍କ ମୁଣ୍ଡ ଫାଟିଥିବା ବେଳେ ଅନ୍ୟ ଜଣେ ମେଡିକାଲ ଛାତ୍ରଙ୍କ ଗାଡି ଭାଙ୍ଗି ଦେଇଛନ୍ତି କିଛି ଯୁବକ । ଗାଡ଼ି ପାର୍କିଂକୁ ନେଇ ଏଇ ଗଣ୍ଡଗୋଳ ଘଟିଛି ।
    user_All India News
    All India News
    ଶରତ, ମୟୂରଭଞ୍ଜ, ଓଡ଼ିଶା•
    19 min ago
  • ପୋଲିସକୁ ପୋଲିସର ନିର୍ଯାତନା ଅଭିଯୋଗ। ଅନୁଗୋଳ ପୋଲିସ ବିରୁଦ୍ଧରେ ମହିଳା ହାବିଲଦାର ଆଣିଲେ ନିର୍ଯାତନା ଅଭିଯୋଗ। କେବଳ ଅଭିଯୋଗ ନୁହେଁ ନିର୍ଯାତନା ସହି ନ ପାରି ଚାକିରିରୁ ଇସ୍ତଫା ମଧ୍ୟ ଦେଇଛନ୍ତି। ଶୁଣନ୍ତୁ କ'ଣ ଅଭିଯୋଗ କରିଛନ୍ତି ମହିଳା ପୋଲିସ ଜଣଙ୍କ...#PoliceHarassment
    1
    ପୋଲିସକୁ ପୋଲିସର ନିର୍ଯାତନା ଅଭିଯୋଗ। ଅନୁଗୋଳ ପୋଲିସ ବିରୁଦ୍ଧରେ ମହିଳା ହାବିଲଦାର ଆଣିଲେ ନିର୍ଯାତନା ଅଭିଯୋଗ। କେବଳ ଅଭିଯୋଗ ନୁହେଁ ନିର୍ଯାତନା ସହି ନ ପାରି ଚାକିରିରୁ ଇସ୍ତଫା ମଧ୍ୟ ଦେଇଛନ୍ତି। ଶୁଣନ୍ତୁ କ'ଣ ଅଭିଯୋଗ କରିଛନ୍ତି ମହିଳା ପୋଲିସ ଜଣଙ୍କ...#PoliceHarassment
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    6 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    6 hrs ago
  • ସରି ସରି ଯାଉଚି ବିଜେଡି ଦୀପ ର ତେଲ ମୁଖିଆ ଙ୍କ ଚିନ୍ତା ନାହିଁ କି କୌଣସି ବଡ ନେତା ଙ୍କ ମୁଁହ ଖୋଲୁ ନଥିବା ଅକଳ ରେ ପକେଇବ କି ପଞ୍ଚାୟତ ନିର୍ବାଚନ ରେ।
    1
    ସରି ସରି ଯାଉଚି ବିଜେଡି ଦୀପ ର ତେଲ ମୁଖିଆ ଙ୍କ ଚିନ୍ତା ନାହିଁ କି କୌଣସି ବଡ ନେତା ଙ୍କ ମୁଁହ ଖୋଲୁ ନଥିବା ଅକଳ ରେ ପକେଇବ କି ପଞ୍ଚାୟତ ନିର୍ବାଚନ ରେ।
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    14 hrs ago
  • #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews Date - 28.03.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
    1
    #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews 
Date - 28.03.2026
ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। 
ଆମକୁ ଯୋଗାଯୋଗ କରନ୍ତୁ - 7008944703
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    15 hrs ago
  • Post by Partha Prasanna Mishra
    1
    Post by Partha Prasanna Mishra
    user_Partha Prasanna Mishra
    Partha Prasanna Mishra
    ସାମ୍ବାଦିକ Karanjia, Mayurbhanj•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.