Shuru
Apke Nagar Ki App…
ମୁକୁନ୍ଦପୁର ଗ୍ରାମରେ ଡ. ଭୀମରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ
Sonu Bagh CREATION
ମୁକୁନ୍ଦପୁର ଗ୍ରାମରେ ଡ. ଭୀମରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ
More news from ଓଡ଼ିଶା and nearby areas
- ଗୁଣପୁର /ରାୟଗଡା : କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ "ନାରୀ ଶକ୍ତି ବନ୍ଧନ ଅଧିନିୟମ" ବିଲ୍କୁ ବିରୋଧ କରୁଥିବା କଂଗ୍ରେସ ଓ ବିଜେଡି ବିରୋଧରେ ଆଜି କପିଳାସ ଛକରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଅଣାଯାଇଥିବା ଏହି ଐତିହାସିକ ବିଲ୍କୁ କଂଗ୍ରେସ ଓ ବିଜେଡି ବିରୋଧ କରୁଥିବା ଅଭିଯୋଗ କରି ଯୁବ ମୋର୍ଚ୍ଚା କର୍ମକର୍ତ୍ତାମାନେ ରାଜପଥକୁ ଓହ୍ଲାଇଥିଲେ। ଜିଲ୍ଲା ସଭାପତି ଶ୍ରୀ ଗୋପୀ ଆନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦିକା ଶତାବ୍ଦୀ ପାଳ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିରୋଧୀଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ନାରୀଙ୍କ ସମ୍ମାନ ଓ ଅଧିକାର ପାଇଁ ଏହି ବିଲ୍ ଅତ୍ୟନ୍ତ ଜରୁରୀ, କିନ୍ତୁ ବିରୋଧୀ ଦଳଗୁଡ଼ିକ ଏଥିରେ ବାଧା ସୃଷ୍ଟି କରୁଛନ୍ତି। ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ ଉତ୍ତ୍ୟକ୍ତ କର୍ମକର୍ତ୍ତାମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, କୋରାପୁଟ ସାଂସଦ ଶ୍ରୀ ସପ୍ତଗିରୀ ଉଲ୍ଲାକା, ବିଧାୟକ ଶ୍ରୀ ଆପାଲ ସ୍ୱାମୀ କାଡ୍ରାକା, ଶ୍ରୀ ସତ୍ୟଜିତ୍ ଗୋମାଙ୍ଗ ଓ ଶ୍ରୀ ନୀଳ ମାଧବ ହିକକାଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ମହିଳା ବିରୋଧୀ ମାନସିକତା ରଖୁଥିବା ନେତାମାନଙ୍କୁ ଓଡ଼ିଶାର ଜନସାଧାରଣ ଉଚିତ୍ ଜବାବ ଦେବେ ବୋଲି ଦଳୀୟ ନେତୃବୃନ୍ଦ ଚେତାବନୀ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ବରିଷ୍ଠ ପଦାଧିକାରୀ ଓ ନାରୀ ନେତ୍ରୀମାନେ ଉପସ୍ଥିତ ରହି ନାରୀଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ବିଜେପି ଯୁବ ମୋର୍ଚ୍ଚା ସଦାବେଳେ ସଂଘର୍ଷ ଜାରି ରଖିବ ବୋଲି ସଂକଳ୍ପ ନେଇଥିଲେ।1
- ବିଭିନ୍ନ ଖବର ଓ ମନୋରଞ୍ଜନ ଭିଡ଼ିଓ ଗୁଡ଼ିକ ଦେଖିବା ପାଇଁ ଦୟାକରି ଆମ ସହ ଯୋଡ଼ି ହୁଅନ୍ତୁ।1
- ଶୁଣନ୍ତି ଦେଖନ୍ତୁ 🙏🙏🙏1
- ତା.22/04/2026 ରିଖ ପୁରୀ ଜିଲ୍ଲା ସ୍ତରୀୟ କବି ଜୟଦେବ ଜୟନ୍ତୀ ସମାରୋହ ସଂସ୍କୃତି ଭଵନ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଆ ବିଶ୍ବ ବିଦ୍ୟାଳୟ ର କୁଳପତି ପ୍ରଫେସର ଡ ସତ୍ୟ ନାରାୟଣ ଆଚାର୍ଯ୍ୟ ଭକ୍ତକବି ଜୟଦେବ ଆମ ଜାତିର ଚିର ନମସ୍ୟ ବୋଲି କହିଥିଲେ।ତାଙ୍କ ରଚିତ ମଧୁର କୋମଳ କାନ୍ତ ପଦାବଳୀ ଗୀତଗୋବିନ୍ଦ ର ପଟାନ୍ତର ନାହିଁ।ଯେଉଁ ଗୀତ ମହାପ୍ରଭୁଙ୍କ ର ପ୍ରିୟ ଓ ଯାହାକୁ ଶୁଣିଲେ ମହାପ୍ରଭୁ ନିଦ୍ରା ଯାଆନ୍ତି ତା ସମ ଆଉ ସୃଷ୍ଟି ନାହିଁ ବୋଲି କହିବା ସହ ଜୟଦେବ ଙ୍କ ପାଇଁ ଆମେ ସବୁ ଧନ୍ୟ ବୋଲି କହିଥିଲେ।ଶ୍ରୀଜୟଦେବ ଫାଉଣ୍ଡେସନ, ଓଡ଼ିଶାର ସମ୍ପାଦକ ପ୍ରଫୁଲ୍ଲ ତ୍ରିପାଠୀ ସରକାର ୧୯୯୧ ମସିହା ଠାରୁ ଜୟଦେବ ଜୟନ୍ତୀ ପାଳନ କରିବା ସହ ଜୟଦେବ ଙ୍କ ନାମରେ ଏକ ନିର୍ବାଚନ ମଣ୍ଡଳୀ ମଧ୍ୟ କରାଯାଇଛି।ଅନେକ ପୁସ୍ତକ ପ୍ରକାଶନ ମାଧ୍ୟମରେ ଜୟଦେବ ଓଡ଼ିଶାର ବୋଲି ପ୍ରମାଣିତ କରାଯାଇ ପାରିଛି ବୋଲି କହିଥିଲେ।ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତ ଙ୍କୁ ସ୍ବାଗତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଓଡିଆ ଭାଷା ପ୍ରତିଷ୍ଠାନ ର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର କୈଳାସ ଚନ୍ଦ୍ର ଟୀକାୟତରାୟ,ପ୍ରାକ୍ତନ ସଂସ୍କୃତି ସହ ନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ସାମନ୍ତରାୟ,ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ବଦ୍ରି ମିଶ୍ର, ଶ୍ରୀ ଜୟଦେବ ଫାଉଣ୍ଡେସନ ପୁରୀ ବ୍ରାଞ୍ଚ୍ ର ସଦସ୍ୟ ଅନାମ ଚନ୍ଦ୍ର ସାହୁ, ଚକ୍ରଧର ମହାପାତ୍ର ପ୍ରମୁଖ ଯୋଗ ଦେଇ କବି ଜୟଦେବ ଙ୍କ ଜୀବନୀ,ମହାପ୍ରଭୁଙ୍କ ପ୍ରତି ତାଙ୍କର ଭକ୍ତି, ସମର୍ପଣ ଓ ଗୀତ ଗୋବିନ୍ଦ ରଚନା ସମ୍ପର୍କରେ ଆଲୋକପାତ କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମକୁ ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ବସନ୍ତ କୁମାର ପ୍ରଧାନ ସଞ୍ଚାଳନ କରିଥିଲେ।ଏହି ଅବସରରେ ଜୟଦେବ ଙ୍କ ଜୟନ୍ତୀ ଠାରୁ ଜୟଦେବ ପୀଠ ରୁ ଆରମ୍ଭ ହୋଇଥିବା ସଂକୀର୍ତ୍ତନ ମଣ୍ଡଳୀ ସଂସ୍କୃତି ଭବନରେ ପହଞ୍ଚି କଳା ପରିବେଷଣ କରିଥିଲେ। ଏହାପରେ ସାଂସ୍କୃତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର1
- ସନ୍ଧ୍ୟା ହେଲେ ଜମୁଛି ଭିଡ଼। ଠିପି ବନ୍ଦ ମଦ ଦୋକାନ ନିକଟସ୍ଥ ପଡିଆରେ ଠିପି ଖୋଲି ମଦ ପିଇବା ପାଇଁ ଲୋକମାନେ ବଡ଼ ସଂଖ୍ୟାରେ ଭିଡ଼ ଜମାଉଛନ୍ତି। ଏହି ଦୃଶ୍ୟ ଦେଖିବାକୁ ମିଳୁଛି ଜୟପୁର କେନାଲ ରାସ୍ତାର ଗାନ୍ଧୀ ଛକ ନିକଟରେ। ସାଧାରଣ ଲୋକଙ୍କ ସୁରକ୍ଷା ଓ ଶାନ୍ତି-ଶୃଙ୍ଖଳା ପାଇଁ ପ୍ରଶାସନ କେବେ ପଦକ୍ଷେପ ନେବ, ସେଥିପାଇଁ ସମସ୍ତଙ୍କ ନଜର ରହିଛି।1
- ବେଆଇନ କଇଁଛ ଚୋରା ଚାଲାଣ ବେଳେ 761ଟି କଇଁଛ ଜବତ,ଜଣେ ଗିରଫ #Malkangiri1
- Post by Sonu Bagh CREATION1
- ଗୁଣପୁର /ରାୟଗଡା - ନାରୀ ଶକ୍ତି ବନ୍ଧନ ଅଧିନିୟମକୁ ନେଇ ଆଜି କପିଳାସ ଛକଠାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମହିଳା ମାନଙ୍କ ଅଧିକାର, ସମ୍ମାନ ଓ ସୁରକ୍ଷା ପ୍ରସଙ୍ଗକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପିର ଶତାଧିକ କର୍ମକର୍ତ୍ତା ସାମିଲ ହୋଇ ପ୍ରତିବାଦର ସ୍ୱର ଶାଣିତ କରିଥିଲେ। ଜିଲ୍ଲା ସଭାପତି ଶ୍ରୀ ଗୋପୀ ଆନନ୍ଦଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭ ପ୍ରଦର୍ଶନରେ ଜିଲ୍ଲାର ବହୁ ବରେଣ୍ୟ ପଦାଧିକାରୀଙ୍କ ସମେତ ରାଜ୍ୟ ସମ୍ପାଦିକା ଶତାବ୍ଦୀ ପାଳ ଓ ପ୍ରମୁଖ ନାରୀ ନେତ୍ରୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ବିକ୍ଷୋଭକାରୀମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କୋରାପୁଟ ସାଂସଦ ସପ୍ତଗିରୀ ଉଲ୍ଲାକା, ବିଧାୟକ ଆପାଲ ସ୍ୱାମୀ କାଡ୍ରାକା, ସତ୍ୟଜିତ୍ ଗୋମାଙ୍ଗ ଓ ନୀଳ ମାଧବ ହିକକାଙ୍କ ବିରୋଧରେ ନାରାବାଜି କରିବା ସହ ସେମାନଙ୍କର କୁଶପୁତ୍ତଳିକା ଦାହ କରିଥିଲେ। ମହିଳାମାନଙ୍କ ସଶକ୍ତିକରଣ କ୍ଷେତ୍ରରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଏହା ଏକ ଚେତାବନୀ ବୋଲି ଦଳ ପକ୍ଷରୁ କୁହାଯାଇଛି। ନାରୀଙ୍କ ସୁରକ୍ଷା ଓ ଅଧିକାର ପାଇଁ ବିଜେପି ଯୁବ ମୋର୍ଚ୍ଚା ଆଗାମୀ ଦିନରେ ନିଜର ସଂଘର୍ଷ ଜାରି ରଖିବ ବୋଲି ଜିଲ୍ଲା ସଭାପତି ଏହି ଅବସରରେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ବିକ୍ଷୋଭ ଯୋଗୁଁ କିଛି ସମୟ ପାଇଁ କପିଳାସ ଛକ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।1
- ଗୋ ସୁରକ୍ଷା ଆମର ଅଭିଯାନ ବିରାଟ ସାଇକେଲ ଓ ବାଇକ ଶୋଭାଯାତ୍ରା ରାଜ ନଗର, ରଥ ପଡିଆ ଠାରେ ତାରିଖ 27-04-2026 ସକାଳୁ 8.30ରୁ ନୂଆ ତହସିଲ କାର୍ଯ୍ୟଳୟ ପର୍ଯ୍ୟନ୍ତ ବାହାରିବା କାର୍ଯ୍ୟକ୍ରମ ରହିଛି!1