logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଲୋକଙ୍କ କାମରେ ଆସୁନି କଲ୍ୟାଣ ମଣ୍ଡପ, ଲିଜରେ ଦିଆଯାଇଛି ଏକ ଠିକା ସଂସ୍ଥାକୁ ବର୍ତମାନ ବିବାହ, ବ୍ରତ ଓ ଅନ୍ୟାନ୍ୟ ଉତ୍ସବ ଆୟୋଜନ କରିବାକୁ ହେଲେ ମଣ୍ଡପ ଓ ଟେଣ୍ଟ ବାବଦରେ ବହୁତ ଟଙ୍କା ବ୍ୟୟ କରିବାକୁ ପଡୁଛି ଯାହାକି ଗ୍ରାମାଞ୍ଚଳର ନିରୀହ ଗରିବ ମାନଙ୍କ ପକ୍ଷେ କଷ୍ଟକର ହୋଇପଡୁଛି। ଏହାକୁ ଦୃଷ୍ଟିରେ ରଖି ସରକାର ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ କଲ୍ୟାଣ ମଣ୍ଡପ ନିର୍ମାଣ କରିଛନ୍ତି ଯଦ୍ୱାରା ପଂଚାୟତବାସୀ ସ୍ୱଳ୍ପ ମୂଲ୍ୟରେ ଯେକୌଣସି ଉତ୍ସବ ଆୟୋଜନ କରିପାରିବେ। କିନ୍ତୁ କେତେକ ଅଧିକାରୀ ମାନଙ୍କ ମନମୁଖୀ କାର୍ଯ୍ୟ ପାଇଁ ତାହା ବ୍ୟବହାର ଯୋଗ୍ୟ ନହେବାରୁ ଲୋକଙ୍କ କାମରେ ଆସୁନଥିବା ଜଣାପଡିଛି। ହେଲେ ଏହାର ଜ୍ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଝାମୀ ପଞ୍ଚାୟତରେ। ଝାମୀ ଗ୍ରାମର ସାହିମୁଣ୍ଡରେ ସରକାର ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରିଛନ୍ତି। ହେଲେ ଏହି କଲ୍ୟାଣ ମଣ୍ଡପରେ କୌଣସି ଉତ୍ସବ ଆୟୋଜନ କରିବା ପରିବର୍ତ୍ତେ ଏହା ଗୋଟିଏ ଠିକା ସଂସ୍ଥାର ଗୋଦାମ ଗୃହ ପାଲଟିଥିବା ଦେଖିବାକୁ ମିଳିଛି। ପଂଚାୟତବାସୀ ଅଧିକ ଖର୍ଚ୍ଚାନ୍ତ ହୋଇ ବାହାରେ ଟେଣ୍ଟ ଲଗାଇ ବିବାହ,ବ୍ରତ ଓ ଅନ୍ୟାନ୍ୟ ଉତ୍ସବ ଆୟୋଜନ କରୁଥିବାବେଳେ କାହା ସ୍ୱାର୍ଥରେ ରୋଡ଼ କାମ କରୁଥିବା ଠିକା ସଂସ୍ଥାକୁ କଲ୍ୟାଣ ମଣ୍ଡପ ଲିଜରେ ଦିଆଯାଇଛିଏବଂ ଲୋକଙ୍କ ଅଧିକାରକୁ ବଳ ପୂର୍ବକ ଛଡାଇ ନେଲାପରି ଜଣା ପଡିଛି। ଏସମ୍ପର୍କରେ ଝାମୀ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ଏହା ବିଡିଓ ଙ୍କ ଜାଣତରେ ଦିଆଯାଇଛି ବୋଲି କହିଛନ୍ତି କିନ୍ତୁ ବିଡିଓଙ୍କ ପ୍ରତିକ୍ରିୟା ପାଇଁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇନଥିଲା।

7 hrs ago
user_KHABAR TARANGA
KHABAR TARANGA
ସେରଙ୍ଗୋ, ଗଜପତି, ଓଡ଼ିଶା•
7 hrs ago

ଲୋକଙ୍କ କାମରେ ଆସୁନି କଲ୍ୟାଣ ମଣ୍ଡପ, ଲିଜରେ ଦିଆଯାଇଛି ଏକ ଠିକା ସଂସ୍ଥାକୁ ବର୍ତମାନ ବିବାହ, ବ୍ରତ ଓ ଅନ୍ୟାନ୍ୟ ଉତ୍ସବ ଆୟୋଜନ କରିବାକୁ ହେଲେ ମଣ୍ଡପ ଓ ଟେଣ୍ଟ ବାବଦରେ ବହୁତ ଟଙ୍କା ବ୍ୟୟ କରିବାକୁ ପଡୁଛି ଯାହାକି ଗ୍ରାମାଞ୍ଚଳର ନିରୀହ ଗରିବ ମାନଙ୍କ ପକ୍ଷେ କଷ୍ଟକର ହୋଇପଡୁଛି। ଏହାକୁ ଦୃଷ୍ଟିରେ ରଖି ସରକାର ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ କଲ୍ୟାଣ ମଣ୍ଡପ ନିର୍ମାଣ କରିଛନ୍ତି ଯଦ୍ୱାରା ପଂଚାୟତବାସୀ ସ୍ୱଳ୍ପ ମୂଲ୍ୟରେ ଯେକୌଣସି ଉତ୍ସବ ଆୟୋଜନ କରିପାରିବେ। କିନ୍ତୁ କେତେକ ଅଧିକାରୀ ମାନଙ୍କ ମନମୁଖୀ କାର୍ଯ୍ୟ ପାଇଁ ତାହା ବ୍ୟବହାର ଯୋଗ୍ୟ ନହେବାରୁ ଲୋକଙ୍କ କାମରେ ଆସୁନଥିବା ଜଣାପଡିଛି। ହେଲେ ଏହାର ଜ୍ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଝାମୀ ପଞ୍ଚାୟତରେ। ଝାମୀ ଗ୍ରାମର ସାହିମୁଣ୍ଡରେ ସରକାର ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରିଛନ୍ତି। ହେଲେ ଏହି କଲ୍ୟାଣ ମଣ୍ଡପରେ କୌଣସି ଉତ୍ସବ ଆୟୋଜନ କରିବା ପରିବର୍ତ୍ତେ ଏହା ଗୋଟିଏ ଠିକା ସଂସ୍ଥାର ଗୋଦାମ ଗୃହ ପାଲଟିଥିବା ଦେଖିବାକୁ ମିଳିଛି। ପଂଚାୟତବାସୀ ଅଧିକ ଖର୍ଚ୍ଚାନ୍ତ ହୋଇ ବାହାରେ ଟେଣ୍ଟ ଲଗାଇ ବିବାହ,ବ୍ରତ ଓ ଅନ୍ୟାନ୍ୟ ଉତ୍ସବ ଆୟୋଜନ କରୁଥିବାବେଳେ କାହା ସ୍ୱାର୍ଥରେ ରୋଡ଼ କାମ କରୁଥିବା ଠିକା ସଂସ୍ଥାକୁ କଲ୍ୟାଣ ମଣ୍ଡପ ଲିଜରେ ଦିଆଯାଇଛିଏବଂ ଲୋକଙ୍କ ଅଧିକାରକୁ ବଳ ପୂର୍ବକ ଛଡାଇ ନେଲାପରି ଜଣା ପଡିଛି। ଏସମ୍ପର୍କରେ ଝାମୀ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ଏହା ବିଡିଓ ଙ୍କ ଜାଣତରେ ଦିଆଯାଇଛି ବୋଲି କହିଛନ୍ତି କିନ୍ତୁ ବିଡିଓଙ୍କ ପ୍ରତିକ୍ରିୟା ପାଇଁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇନଥିଲା।

More news from ଓଡ଼ିଶା and nearby areas
  • ଅଦ୍ୟ ତା.17/04/2026 ରିଖ ପୂର୍ବାହ୍ନରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ତାଳବଣିଆ ଆଇଟିଆଇ ପଡିଆ ଠାରେ ମେଗା ବା ବୃହତ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା।ଏହାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଉଦଘାଟନ କରିବା ସହ ଏହି ନିଯୁକ୍ତି ମେଳା ମାଧ୍ୟମରେ ବେରୋଜଗାର ଯୁବକ ଯୁବତୀ ଙ୍କୁ ନିଯୁକ୍ତି ସୁଯୋଗ ସହ ସେମାନଙ୍କ ଦକ୍ଷତା ବିକାଶ ପ୍ରଶିକ୍ଷଣ ପାଇଁ ସହାୟକ ହେଉଛି ବୋଲି କହିଥିଲେ।ସରକାରଙ୍କ ଲକ୍ଷ୍ୟ ଯୁବବର୍ଗ ସେମାନଙ୍କ ଯୋଗ୍ୟତା ଅନୁସାରେ ଆତ୍ମ ନିର୍ଭର ହୁଅନ୍ତୁ।ବର୍ତ୍ତମାନ ସମୟରେ ଯୁବବର୍ଗ ଙ୍କ ପାଇଁ ଅନେକ ସୁବିଧା ସୁଯୋଗ ରହିଛି।ସେମାନେ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପାଇ ପାରିବେ ବା ନିଜେ ତାଲିମ ନେଇ ଜଣେ ସଫଳ ଉଦ୍ୟୋଗପତି ହୋଇ ଅନ୍ୟ ମାନଙ୍କୁ ନିଯୁକ୍ତି ଦେଇ ପାରିବେ ବୋଲି ସେ ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ରାଜୀବ କୁମାର ବେହେରା, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପୁରୀ ର ଅଧ୍ୟକ୍ଷ ପ୍ରମୋଦ କୁମାର ସାମଲ, ସରକାରୀ ଶିଳ୍ପ ତାଲିମ କେନ୍ଦ୍ର କୃଷ୍ଣ ପ୍ରସାଦର ଅଧ୍ୟକ୍ଷ ଚନ୍ଦ୍ର ଶେଖର ସୁନ୍ଦରାୟ, ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ରୁଆ ର ଅଧ୍ୟକ୍ଷ ଦିପ୍ତୀ ମିଶ୍ର ପ୍ରମୁଖ ଯୋଗ ଦେଇ ନିଯୁକ୍ତି ମେଳା ଯୁବବର୍ଗ ପାଇଁ ଏକ ଭଲ ସୁଯୋଗ।ଏଥିରେ ଯୋଗ ଦେଇ ନିଜ ଯୋଗ୍ୟତା ଓ ଦକ୍ଷତା ଆଧାର ରେ ନିଜକୁ ପ୍ରତିପାଦିତ କରିବାକୁ ପରାମର୍ଶ ଦେଇଥିଲେ।ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଧର୍ମାନନ୍ଦ ବେହେରା ଏଥିରେ ଅଧ୍ୟକ୍ଷତା କରିଥିଲେ।ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ପ୍ରଭାତ କୁମାର ବସ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ସେକ୍ସନ ଅଫିସର ପୁଷ୍ପ ଲତା ପ୍ରଧାନ ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ନିଯୁକ୍ତି ମେଳା ପରିଚାଳନା ରେ ସହଯୋଗ କରିଥିଲେ।ନିଯୁକ୍ତି ମେଳାରେ ୩୯ ଗୋଟି ବେସରକାରୀ ସଂସ୍ଥା ଓ ୧୦ ଗୋଟି ପିଆଇଏ ଅଂଶଗ୍ରହଣ କରିଥିଲେ। ଏଥିରେ ୧୮୬୨ ଜଣ ପଞ୍ଜିକରଣ କରିଥିବା ବେଳେ ବିଭିନ୍ନ କମ୍ପାନୀ ୧୧୮୯ ଜଣ ଙ୍କୁ ସଟଲିଷ୍ଟ କରିଥିଲେ।ସେମାନଙ୍କ ମଧ୍ୟରୁ ତତକ୍ଷଣାତ ୧୦୧ ଜଣ ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା। ୫୪୭ ଜଣ ଙ୍କୁ ଦକ୍ଷତା ବିକାଶ ତାଲିମ ପାଇଁ ପିଆଇଏ ମାନେ ମନୋନୀତ କରିଥିଲେ। ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା, ଭୁବନେଶ୍ୱର
    1
    ଅଦ୍ୟ ତା.17/04/2026 ରିଖ ପୂର୍ବାହ୍ନରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ତାଳବଣିଆ ଆଇଟିଆଇ ପଡିଆ ଠାରେ ମେଗା ବା ବୃହତ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା।ଏହାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଉଦଘାଟନ କରିବା ସହ ଏହି ନିଯୁକ୍ତି ମେଳା ମାଧ୍ୟମରେ ବେରୋଜଗାର ଯୁବକ ଯୁବତୀ ଙ୍କୁ ନିଯୁକ୍ତି ସୁଯୋଗ ସହ ସେମାନଙ୍କ ଦକ୍ଷତା ବିକାଶ ପ୍ରଶିକ୍ଷଣ  ପାଇଁ ସହାୟକ ହେଉଛି ବୋଲି କହିଥିଲେ।ସରକାରଙ୍କ ଲକ୍ଷ୍ୟ ଯୁବବର୍ଗ ସେମାନଙ୍କ ଯୋଗ୍ୟତା ଅନୁସାରେ ଆତ୍ମ ନିର୍ଭର ହୁଅନ୍ତୁ।ବର୍ତ୍ତମାନ ସମୟରେ ଯୁବବର୍ଗ ଙ୍କ ପାଇଁ ଅନେକ ସୁବିଧା ସୁଯୋଗ ରହିଛି।ସେମାନେ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପାଇ ପାରିବେ ବା ନିଜେ ତାଲିମ ନେଇ ଜଣେ ସଫଳ ଉଦ୍ୟୋଗପତି ହୋଇ ଅନ୍ୟ ମାନଙ୍କୁ ନିଯୁକ୍ତି ଦେଇ ପାରିବେ ବୋଲି ସେ ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ରାଜୀବ କୁମାର ବେହେରା, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପୁରୀ ର ଅଧ୍ୟକ୍ଷ ପ୍ରମୋଦ କୁମାର ସାମଲ, ସରକାରୀ ଶିଳ୍ପ ତାଲିମ କେନ୍ଦ୍ର କୃଷ୍ଣ ପ୍ରସାଦର ଅଧ୍ୟକ୍ଷ ଚନ୍ଦ୍ର ଶେଖର ସୁନ୍ଦରାୟ,
ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ରୁଆ ର ଅଧ୍ୟକ୍ଷ ଦିପ୍ତୀ ମିଶ୍ର ପ୍ରମୁଖ ଯୋଗ ଦେଇ ନିଯୁକ୍ତି ମେଳା ଯୁବବର୍ଗ ପାଇଁ ଏକ ଭଲ ସୁଯୋଗ।ଏଥିରେ ଯୋଗ ଦେଇ ନିଜ ଯୋଗ୍ୟତା ଓ ଦକ୍ଷତା ଆଧାର ରେ ନିଜକୁ ପ୍ରତିପାଦିତ କରିବାକୁ ପରାମର୍ଶ ଦେଇଥିଲେ।ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଧର୍ମାନନ୍ଦ ବେହେରା ଏଥିରେ ଅଧ୍ୟକ୍ଷତା କରିଥିଲେ।ଦକ୍ଷତା ବିକାଶ  ଓ ନିୟୋଜନ ଅଧିକାରୀ ପ୍ରଭାତ କୁମାର ବସ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ସେକ୍ସନ ଅଫିସର ପୁଷ୍ପ ଲତା ପ୍ରଧାନ ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ନିଯୁକ୍ତି ମେଳା ପରିଚାଳନା ରେ ସହଯୋଗ କରିଥିଲେ।ନିଯୁକ୍ତି ମେଳାରେ ୩୯ ଗୋଟି ବେସରକାରୀ ସଂସ୍ଥା ଓ ୧୦ ଗୋଟି ପିଆଇଏ ଅଂଶଗ୍ରହଣ କରିଥିଲେ।
ଏଥିରେ ୧୮୬୨ ଜଣ ପଞ୍ଜିକରଣ କରିଥିବା ବେଳେ ବିଭିନ୍ନ କମ୍ପାନୀ ୧୧୮୯ ଜଣ ଙ୍କୁ ସଟଲିଷ୍ଟ କରିଥିଲେ।ସେମାନଙ୍କ ମଧ୍ୟରୁ ତତକ୍ଷଣାତ ୧୦୧ ଜଣ ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା। ୫୪୭ ଜଣ ଙ୍କୁ ଦକ୍ଷତା ବିକାଶ ତାଲିମ ପାଇଁ ପିଆଇଏ ମାନେ ମନୋନୀତ କରିଥିଲେ।
ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା, ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    14 hrs ago
  • ଦେଖନ୍ତୁ ଜିଲ୍ଲା କଳାହାଣ୍ଡି ଓ ରାୟଗଡ଼ା ର 🙏🙏🙏
    1
    ଦେଖନ୍ତୁ ଜିଲ୍ଲା କଳାହାଣ୍ଡି ଓ ରାୟଗଡ଼ା ର 🙏🙏🙏
    user_Baleswar Naik
    Baleswar Naik
    Thuamul Rampur, Kalahandi•
    9 hrs ago
  • ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ ତମ ଚିରୋଧାନ ଦିବସ ପାଟଣା ନିର୍ବାଚନ ମଣ୍ଡଳୀ ପକ୍ଷରୁ ରାଜନଗର ଠାରେ ଅନୁଷ୍ଠିତ ହୋଇଯାଇଛି।
    1
    ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ ତମ ଚିରୋଧାନ ଦିବସ ପାଟଣା ନିର୍ବାଚନ ମଣ୍ଡଳୀ ପକ୍ଷରୁ ରାଜନଗର ଠାରେ ଅନୁଷ୍ଠିତ ହୋଇଯାଇଛି।
    user_TV5ODIA 9556605993
    TV5ODIA 9556605993
    ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    14 hrs ago
  • Post by Bighne Rana
    1
    Post by Bighne Rana
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    14 hrs ago
  • କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକରେ ଆଜି ଚାଷି ମୂଳିଆ ସଂଘ ର ନେତାମାନେ ଓ କର୍ମୀ ଆସି ବନ୍ଧୁଗାଁ ତହସିଲଦାରଙ୍କୁ ଦାବିପତ୍ର ଦେଇଛନ୍ତି
    1
    କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକରେ ଆଜି ଚାଷି ମୂଳିଆ ସଂଘ ର ନେତାମାନେ ଓ କର୍ମୀ ଆସି ବନ୍ଧୁଗାଁ ତହସିଲଦାରଙ୍କୁ ଦାବିପତ୍ର ଦେଇଛନ୍ତି
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    2 hrs ago
  • ବର୍ତମାନ ସମଗ୍ର ଟିଟିଲାଗଡ଼ ଅଂଚଳ ରେ ତାପମାତ୍ରା ୪୩ଡିଗ୍ରୀ ଉପରେ ରହୁଛି l ଭୟଙ୍କର ରୌଦ୍ରତାପ ଜାରି ରହିଛି l ଅନ୍ୟ ପଟରେ ଟିଟିଲାଗଡ଼ ସହର କୁ ଲାଗି ରହିଥିବା ବର୍ଣ୍ଣି ଜଙ୍ଗଲ ରେ ନିଆଁ ଲାଗି ବହୁ ମୂଲ୍ୟବାନ ଗଛ ଗୁଡିକ ଜଳି ପୋଡି ପାଉଁଶ ହେବାରେ ଲାଗିଛି l ତାପମାତ୍ରା କୁ ରୋକିବାକୁ ହେଲେ ବ୍ୟାପକ ଵନିକରଣ ର ଆବଶ୍ୟକ ରହିଥିବା ବେଳେ ସ୍ଥାନୀୟ ଜଙ୍ଗଲ ବିଭାଗ ଅଧିକାରୀ ଙ୍କ ଅପାରଗତା ଯୋଗୁଁ ଯେଉଁ ଟିକକ ଜଙ୍ଗଲ ରହିଛି ତାହା ବି ନିଆଁ ର କବଳରେ ରହି ଛାରଖାର ହେବାରେ ଲାଗିଛି l ବୃକ୍ଷ ରୋପଣ, ଜଙ୍ଗଲ ସୃଷ୍ଟି ନେଇ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ଜଳବାୟୁ, ପାଣିପାଗ ତଥା ପରିବେଶ ର ସଠିକ ସନ୍ତୁଳନ ପାଇଁ ଜଙ୍ଗଲ ନିହାତି ଆବଶ୍ୟକ ହୋଇଥିବା ବେଳେ ଏବେ ଜଙ୍ଗଲ ନଷ୍ଟ ହେଉଥିବା ଯୋଗୁଁ ପରିବେଶବିତ ମାନେ ଏହାକୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି l ରାଜ୍ୟ ରାଜକୋଷ ରୁ ଦରମା ନେଉଥିବା ବନବିଭାଗ ଜଙ୍ଗଲ ସୁରକ୍ଷା କରିବା ସହିତ ବିଭିନ୍ନ ସ୍ଥାନରେ ଲାଗିଥିବା ନିଆଁ କୁ ଲିଭାଇ ଜଙ୍ଗଲ ବଞ୍ଚାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ l ନଚେତ ଆଗକୁ ଏହାର ପ୍ରଭାବ ପରିବେଶ ଉପରେ ପଡିବା ସହିତ ଟିଟିଲାଗଡ଼ ର ତାପମାତ୍ରା ଆହୁରି ବଢିବ....
    3
    ବର୍ତମାନ ସମଗ୍ର ଟିଟିଲାଗଡ଼ ଅଂଚଳ ରେ ତାପମାତ୍ରା ୪୩ଡିଗ୍ରୀ ଉପରେ ରହୁଛି l ଭୟଙ୍କର ରୌଦ୍ରତାପ ଜାରି ରହିଛି l ଅନ୍ୟ ପଟରେ ଟିଟିଲାଗଡ଼ ସହର କୁ ଲାଗି ରହିଥିବା ବର୍ଣ୍ଣି ଜଙ୍ଗଲ ରେ ନିଆଁ ଲାଗି ବହୁ ମୂଲ୍ୟବାନ ଗଛ ଗୁଡିକ ଜଳି ପୋଡି ପାଉଁଶ ହେବାରେ ଲାଗିଛି l ତାପମାତ୍ରା କୁ ରୋକିବାକୁ ହେଲେ ବ୍ୟାପକ ଵନିକରଣ ର ଆବଶ୍ୟକ ରହିଥିବା ବେଳେ ସ୍ଥାନୀୟ ଜଙ୍ଗଲ ବିଭାଗ ଅଧିକାରୀ ଙ୍କ ଅପାରଗତା ଯୋଗୁଁ ଯେଉଁ ଟିକକ ଜଙ୍ଗଲ ରହିଛି ତାହା ବି ନିଆଁ ର କବଳରେ ରହି ଛାରଖାର ହେବାରେ ଲାଗିଛି l ବୃକ୍ଷ ରୋପଣ, ଜଙ୍ଗଲ ସୃଷ୍ଟି ନେଇ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l  ଜଳବାୟୁ, ପାଣିପାଗ ତଥା ପରିବେଶ ର ସଠିକ ସନ୍ତୁଳନ ପାଇଁ ଜଙ୍ଗଲ ନିହାତି ଆବଶ୍ୟକ ହୋଇଥିବା ବେଳେ ଏବେ ଜଙ୍ଗଲ ନଷ୍ଟ ହେଉଥିବା ଯୋଗୁଁ ପରିବେଶବିତ ମାନେ ଏହାକୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି l ରାଜ୍ୟ ରାଜକୋଷ ରୁ ଦରମା ନେଉଥିବା ବନବିଭାଗ ଜଙ୍ଗଲ ସୁରକ୍ଷା କରିବା ସହିତ ବିଭିନ୍ନ ସ୍ଥାନରେ ଲାଗିଥିବା ନିଆଁ କୁ ଲିଭାଇ ଜଙ୍ଗଲ ବଞ୍ଚାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ l ନଚେତ ଆଗକୁ ଏହାର ପ୍ରଭାବ ପରିବେଶ ଉପରେ ପଡିବା ସହିତ ଟିଟିଲାଗଡ଼ ର ତାପମାତ୍ରା ଆହୁରି ବଢିବ....
    user_ସଞ୍ଜୟ କୁମାର ବେହେରା
    ସଞ୍ଜୟ କୁମାର ବେହେରା
    Photographer ଟିଟିଲାଗଡ଼, ବଲାଙ୍ଗୀର, ଓଡ଼ିଶା•
    10 hrs ago
  • ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଳକ ଥିବା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ରାତ୍ରୀ ଅଧରେ ରୋଗିଙ୍କୁ ଦେଖିବାକୁ ପହଞ୍ଚିଲେ
    1
    ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଳକ ଥିବା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ରାତ୍ରୀ ଅଧରେ ରୋଗିଙ୍କୁ ଦେଖିବାକୁ ପହଞ୍ଚିଲେ
    user_Tuna Behera
    Tuna Behera
    କାଶୀପୁର, ରାୟଗଡା, ଓଡ଼ିଶା•
    7 hrs ago
  • ଅଦ୍ୟ ତା. 17/04/2026 ରିଖ,ମହିଳା ଓ ଶିଶୁ ବିକାଶ ବିଭାଗ, ଓଡିଶା ସରକାର ଙ୍କ ନିର୍ଦ୍ଧେଶ କ୍ରମେ ପୁରୀରେ ନୂତନ ଶିଶୁ ମଙ୍ଗଳ କମିଟି କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି। ନୂତନ ସିଡବ୍ଲୁସି ର ଅଧ୍ୟକ୍ଷ ମହାବୀର ରୁଦ୍ର ନାରାୟଣ ସାହୁ ପୂର୍ବତନ ଅଧ୍ୟକ୍ଷ ଡଃ ଅଜିତ କୁମାର ମହାପାତ୍ର ଙ୍କ ଠାରୁ ଆଜି ୧୭ ତାରିଖ ଦିନ ଶିଶୁ ମଙ୍ଗଳ କମିଟି କାର୍ଯ୍ୟାଳୟ ଠାରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଅଧ୍ୟକ୍ଷ ଶ୍ରୀ ସାହୁଙ୍କ ସହିତ ଅନ୍ୟ ସଦସ୍ୟ ସଦସ୍ୟା ଶକ୍ତିପାଦ ମିଶ୍ର, ଦୀପ୍ତି ଦାସ, ବିଜୟଲକ୍ଷ୍ମୀ ମହାନ୍ତି, ସୌଭାଗ୍ୟ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ। ସେହିପରି ପୂର୍ବତନ କମିଟିର ସଦସ୍ୟ ଉପେନ୍ଦ୍ର ବିଶ୍ୱାଳ, ସଦସ୍ୟା ଲଷ୍ମୀପ୍ରିୟା ପାତ୍ର, ଦେବଯାନୀ ହିମାଂଶୁ ଉପସ୍ଥିତ ରହି ବିଗତ ବର୍ଷ ଗୁଡିକର କାର୍ଯ୍ୟ, ଅଭିଜ୍ଞତା ପରିପ୍ରକାଶ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ ଦାୟିତ୍ୱ ହସ୍ତାନ୍ତର, ସ୍ୱାଗତ ଓ ବିଦାୟ କାଳିନ କାର୍ଯ୍ୟକୁ ପରିଚାଳନା କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ରୋଜାଲିନ ପାତ୍ର, ସନ୍ତୋଷ କୁମାର ସାହୁ, ସ୍ନିଗ୍ଧାରାଣୀ ସାହୁ, ହରେକୃଷ୍ଣ ସାହୁ, ଚାଇଲଡ ହେଲ୍ପ ଲାଇନ କାର୍ଯ୍ୟକର୍ତ୍ତl କୃଷ୍ଣଚନ୍ଦ୍ର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ନୂତନ ଭାବେ ଅବସ୍ଥାପିତ ଅଧ୍ୟକ୍ଷ ମହାବୀର ରୁଦ୍ର ନାରାୟଣ ସାହୁ କହିଥିଲେ ଯେ, ପ୍ରତ୍ୟେକ ଶିଶୁ କୁ ଯତ୍ନ, ସୁରକ୍ଷା ଏବଂ ପରିବାର ଯୋଗାଇଦେବା କମିଟି ର ପ୍ରାଥମିକତା ହେବ। ବିପରୀତ ପରିସ୍ଥିତିରେ ଥିବା ଶିଶୁ ମାନଙ୍କ ଥଇଥାନ ପାଇଁ ମୋବାଇଲ ନଂ -୬୩୭୨୨୨୨୬୬୪ ରେ ତୁରନ୍ତ ଯୋଗାଯୋଗ କରିବାକୁ ଜନସାଧାରଣ ଙ୍କୁ ନିବେଦନ କରିଥିଲେ। ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା, ଭୁବନେଶ୍ୱର
    1
    ଅଦ୍ୟ ତା. 17/04/2026 ରିଖ,ମହିଳା ଓ ଶିଶୁ ବିକାଶ ବିଭାଗ, ଓଡିଶା ସରକାର ଙ୍କ ନିର୍ଦ୍ଧେଶ କ୍ରମେ ପୁରୀରେ ନୂତନ ଶିଶୁ ମଙ୍ଗଳ କମିଟି କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି। ନୂତନ ସିଡବ୍ଲୁସି ର ଅଧ୍ୟକ୍ଷ ମହାବୀର ରୁଦ୍ର ନାରାୟଣ ସାହୁ ପୂର୍ବତନ ଅଧ୍ୟକ୍ଷ ଡଃ ଅଜିତ କୁମାର ମହାପାତ୍ର ଙ୍କ ଠାରୁ ଆଜି ୧୭ ତାରିଖ ଦିନ ଶିଶୁ ମଙ୍ଗଳ କମିଟି କାର୍ଯ୍ୟାଳୟ ଠାରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଅଧ୍ୟକ୍ଷ ଶ୍ରୀ ସାହୁଙ୍କ ସହିତ ଅନ୍ୟ ସଦସ୍ୟ ସଦସ୍ୟା ଶକ୍ତିପାଦ ମିଶ୍ର, ଦୀପ୍ତି ଦାସ, ବିଜୟଲକ୍ଷ୍ମୀ ମହାନ୍ତି, ସୌଭାଗ୍ୟ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ। ସେହିପରି ପୂର୍ବତନ କମିଟିର ସଦସ୍ୟ ଉପେନ୍ଦ୍ର ବିଶ୍ୱାଳ, ସଦସ୍ୟା ଲଷ୍ମୀପ୍ରିୟା ପାତ୍ର, ଦେବଯାନୀ ହିମାଂଶୁ ଉପସ୍ଥିତ ରହି ବିଗତ ବର୍ଷ ଗୁଡିକର କାର୍ଯ୍ୟ, ଅଭିଜ୍ଞତା ପରିପ୍ରକାଶ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ ଦାୟିତ୍ୱ ହସ୍ତାନ୍ତର, ସ୍ୱାଗତ ଓ ବିଦାୟ କାଳିନ କାର୍ଯ୍ୟକୁ ପରିଚାଳନା କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ରୋଜାଲିନ ପାତ୍ର, ସନ୍ତୋଷ କୁମାର ସାହୁ, ସ୍ନିଗ୍ଧାରାଣୀ ସାହୁ, ହରେକୃଷ୍ଣ ସାହୁ, ଚାଇଲଡ ହେଲ୍ପ ଲାଇନ କାର୍ଯ୍ୟକର୍ତ୍ତl କୃଷ୍ଣଚନ୍ଦ୍ର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ନୂତନ ଭାବେ ଅବସ୍ଥାପିତ ଅଧ୍ୟକ୍ଷ ମହାବୀର ରୁଦ୍ର ନାରାୟଣ ସାହୁ କହିଥିଲେ ଯେ, ପ୍ରତ୍ୟେକ ଶିଶୁ କୁ ଯତ୍ନ, ସୁରକ୍ଷା ଏବଂ ପରିବାର ଯୋଗାଇଦେବା କମିଟି ର ପ୍ରାଥମିକତା ହେବ। ବିପରୀତ ପରିସ୍ଥିତିରେ ଥିବା ଶିଶୁ ମାନଙ୍କ ଥଇଥାନ ପାଇଁ ମୋବାଇଲ ନଂ -୬୩୭୨୨୨୨୬୬୪  ରେ ତୁରନ୍ତ ଯୋଗାଯୋଗ କରିବାକୁ ଜନସାଧାରଣ ଙ୍କୁ ନିବେଦନ କରିଥିଲେ।
ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା, ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    15 hrs ago
  • ଦେଖନ୍ତୁ କଣ୍ଟାମାଳ ଗ୍ରାମ ର 🙏🙏🙏
    1
    ଦେଖନ୍ତୁ କଣ୍ଟାମାଳ ଗ୍ରାମ ର 🙏🙏🙏
    user_Baleswar Naik
    Baleswar Naik
    Thuamul Rampur, Kalahandi•
    10 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.