Shuru
Apke Nagar Ki App…
ଆଜି ମୋ ସ୍ବାମୀ ର ବାହାଘର
BISHAM BABU IPS
ଆଜି ମୋ ସ୍ବାମୀ ର ବାହାଘର
More news from ଓଡ଼ିଶା and nearby areas
- ଟ୍ରକ ଧକ୍କାରେ ମହିଳା ମୃତ। ମୃତ ମହିଳା ଜଣଙ୍କ ସ୍ଥାନୀୟ କଳାହାଣ୍ଡି କଲୋନୀର କରିସ୍ମା ବାଘ ବୟସ ୨୮ ବୋଲି ଜଣାପଡ଼ିଛି। କରିସ୍ମା ମାଥାଲପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଜଣେ ଆଶା କର୍ମୀ ଭାବେ କାମ କରୁଥିଲେ। ବୁଧବାର ସକାଳେ କରିସ୍ମା ସ୍ବାସ୍ଥ୍ୟକେନ୍ଦ୍ରରୁ ଡିଉଟି ସାରି ଫେରୁଥିଲେ। ଦାମନଯୋଡି ଥାନା ଅନ୍ତର୍ଗତ ମାଥାଲପୁଟ ବସଷ୍ଟାଣ୍ଡ ନିକଟରେ ଥିବା ଟ୍ରକ ଆସୋସିଏସନ ଏଣ୍ଟ୍ରି ଗେଟ୍ ପାଖରେ OD 07 T 7075 ନମ୍ବର ଏକ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଦେଖଣାହାରୀ କହିଛନ୍ତି। ଦେଖଣାହାରୀଙ୍କ କହିବା ମୁତାବକ କରିସ୍ମାର ପଛରେ ଟ୍ରକଟି ଆସୁଥିଲା। ଆସୋସିଏସନ୍ ଭିତରକୁ ଏଣ୍ଟ୍ରି କଲା ବେଳେ ଧକ୍କା ଦେଇ ଟ୍ରକ ଟି କରିସ୍ମା ଉପରେ ଚଢ଼ି ଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଘଟଣାସ୍ଥଳରେ ଦାମନଯୋଡି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିବା ଦେଖିବାକୁ ମିଳିଛି। ରାସ୍ତାରୋକ ଯୋଗୁଁ ଏହି ବାଟ ଦେଇ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି। ମୃତ କରିସ୍ମାଙ୍କର ସ୍ବାମୀ ବିଜୟ ନାୟାର ଡିଉଟି ଯାଇଥିଲେ। ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ମାଆକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି। ତେବେ ଏହି ଟ୍ରକ ଆସୋସିଏସନକୁ ବଡ଼ ବଡ଼ ଟ୍ରକ ଆସୁଥିବା ବେଳେ ଏଣ୍ଟ୍ରି ଏବଂ ଆଉଟ୍ ପାଇଁ କେବଳ ଗୋଟିଏ ରାସ୍ତା ରହିଛି। ରାସ୍ତା ସଂକୀର୍ଣ୍ଣ ଯୋଗୁଁ ବଡ଼ ବଡ଼ ଗାଡ଼ି ଏଣ୍ଟ୍ରି ଏବଂ ଆଉଟ୍ କରିବାରେ ସମସ୍ୟା ଦେଖା ଦେବା ସହ ଦୁର୍ଘଟଣା ଘଟୁଥିବା ଟ୍ରକ ଆସୋସିଏସନ୍ ସଦସ୍ୟ କହିଛନ୍ତି।1
- ବୁଧବାର ଦିନ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବିଡ଼ିଓ ବିପିନ ବିହାରୀ ଦୀପଙ୍କ ସଂଯୋଜନାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ କଳାହାଣ୍ଡି, ବିଧାୟକ ପ୍ରତିନିଧୂ ସରୋଜ କୁମାର ରାଉତ, ନର୍ଲା ବ୍ଲକ ସରପଞ୍ଚ ସଂଘ ସଭାପତି ଅନୁରାମ ମାଝୀ, ନର୍ଲା ସହକାରୀ ସମ୍ପ୍ରସାରଣ ଯନ୍ତ୍ରୀ ସୁଧାଂଶୁ ମହାଲି, ଜିପିଡିଓ ଯଦୁମଣି ନାଏକ, ତହସିଲ ଅଫିସ ତରଫରୁ ସେକ୍ସନ ଅଫିସର ଦିଗ ପଧାନ, ପାନୀୟ ଜଳ ତଥା ସ୍ବଚ୍ଛ ଓ ପରିମଳ ବିଭାଗ ର ସହକରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ ପ୍ରମୁଖ ମଞ୍ଚାସୀନ ଥିଲେ। ବୈଠକରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ବିଦ୍ୟୁତ, କୃଷି, ଉଦ୍ୟାନ କୃଷି ଆଦି ବିଭିନ୍ନ ବିଷୟରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। ଏଥିରେ ରାକସୀ ସରପଞ୍ଚ ଯେମନୁ ପୋଢ଼, ରୁପ୍ରାରୋଡ ସରପଞ୍ଚ ହେମନୁ ଭୋଇ, ନର୍ଲା ସରପଞ୍ଚ ତନୁଜା ହରପାଲ, ମାଣ୍ଡେଲ ସରପଞ୍ଚ, ବାଗପୁର ସରପଞ୍ଚ ଗୋପାଳ ହାତୀ, ନର୍ଲା ସମିତି ସଦସ୍ୟ ସଙ୍ଘ ସଭାପତି ଜୟ ମେହେର, ଘଣ୍ଟମାଳ ସମିତି ସଦସ୍ୟା ଅବନ୍ତିକା ଦଳେଇ, ସୁଦାମ ଝାଙ୍କର, ଦୀପା ମାଝୀଙ୍କ ସମେତ ୨୬ ଗୋଟି ପଞ୍ଚାୟତର ଅନେକ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବିଭିନ୍ନ ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅନ୍ୟ ଅଧିକାରୀ ମାନଙ୍କ ମଧ୍ୟରେ ଏବିଇଓ ଗୋବର୍ଦ୍ଧନ ମାଝୀ, ନର୍ଲା କନିଷ୍ଠ ଯନ୍ତ୍ରୀ ଆଲୋକ ନାଏକ, ବିଚିତ୍ରାନନ୍ଦ ନାଏକ, ରଞ୍ଜିତା ନାଏକ, ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧୂକାରୀ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ କୃଷି, ଶିକ୍ଷା,ସ୍ବାସ୍ଥ୍ୟ ଓ ଉନ୍ନୟନ ବିଭାଗ ର ବିଭିନ୍ନ ସମସ୍ୟା ବିଷୟରେ ଆଲେଚନା କରିଥିଲେ। ବିଏସଏସଓ ପ୍ରଦୀପ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ବିଡିଓ ଶ୍ରୀ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ।1
- କଣ୍ଠଶିଳ୍ପୀ କୁନାଲ୍ ଚରଣ ବେହେରା ଜଣେ କବି ଓ କଣ୍ଠଶିଳ୍ପୀ। ସେ ଅନେକ କଳାର ଅଧିକାରୀ।1
- Post by Sonu Bagh CREATION1
- ସାପ କାମୁଡ଼ାରେ ୯ ବର୍ଷୀୟ ବାଳିକା ମୃତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ଯୋଗୁ ଶୀତଲତା ସନ୍ଧାନରେ ସରି ସୃପ ନଦୀ ନାଳ, ଘର ବାରିରେ ପଶିଆସୁଥିବା ଦେଖିବାକୁ ମିଳୁଛି । ଯାହା ଫଳରେ ସରୀସୃପ ଦ୍ୱାରା ବିଭିନ୍ନ ବିପଦ ପୂର୍ଣ୍ଣ ଘଟଣା ଘଟିବାକୁ ଦେଖା ଯାଉଛି । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ପୁସୁଗୁଡା ପଞ୍ଚାୟତ ଅନ୍ତର୍ଗତ ମେଟାଗୁଡା ଗ୍ରାମରେ ଦିଲ୍ଲୀବାକୁ ଏପରି ଏକ ଦୁଃଖଦ ଘଟଣା । ମହାରାଜପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ମେଟାଗୁଡା ର କାନା ପୁସାମ ଙ୍କ ୯ ବର୍ଷୀୟ ଝିଅ ରିବିକା ପୁସାମ ରାଜଗିରି ଆଶ୍ରମ ବିଦ୍ୟାଳୟ ରେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ଗ୍ରୀଷ୍ମ ଛୁଟି ରେ ନିଜ ଗାଁ ମେଟାଗୁଡା କୁ ଆସିଥିଲା । ଗତ ଦୁଇ ଦିନ ପୂର୍ବରୁ ମୁକାନପାଲୀ ଗ୍ରାମ ରେ ନାନି ଜ୍ୱାଇଁ ଘରକୁ ବୁଲିବାକୁ ଯାଇଥିଲା । ଗତ ରାତି ୨୮ ତାରିଖରେ ପ୍ରାୟ ୨ ଟା ବେଳେ ନିଦ ଭାଙ୍ଗିଯିବାରୁ ସେ ଉଠି ସାପଟିକୁ ନିଜ ପାଖରେ ଦେଖି ଘର ଲୋକଙ୍କୁ ଜଣେଇବାରୁ ସମ୍ପର୍କୀୟ ସପଟିକୁ ମାରିଦେଇଥିଲେ। ପାହାନ୍ତିଆ ପ୍ରାୟ ୪ ଟା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ର ନେବା ପରିବର୍ତ୍ତେ ମୁକାନପାଲୀ ଗ୍ରାମର ବଡଗୁଡା ଠାରେ ଏକ ଦେଶୀ ଜଡ଼ି ବୁଟି ଦେଉଥିବା କ୍ଵାକ ପାଖକୁ ନେଇଯାଇଥିଲେ। ପରବର୍ତ୍ତୀ ସମୟରେ କ୍ଵାକ ଜଣକ ଦେଶୀ ଜଡ଼ି ବୁଟି ଜଙ୍ଗଲୀ ପତ୍ର ଆଦି ଦେଇଥିଲେ। ରିବିକା ଅଚେତ ହୋଇ ମାଟିରେ ପଡିରହିଥିଲା କିନ୍ତୁ ସ୍ଥିତି ଅସମ୍ଭାଳ ହେବାରୁ ମଧ୍ୟ ବହୁ ବିଳମ୍ବ କରି ସକାଳ ୮ ବେଳେ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ । ସକାଳ ପ୍ରାୟ ୧୦ ଟା ସମୟ ରେ ରିବିକା କୁ ଏମ୍ ଭି ୭୯ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ହେଲେ ସାପ କାମୁଡ଼ିବାର ପ୍ରାୟ ଆଠ ଘଣ୍ଟା ପରେ ନାବାଳିକା କୁ ସ୍ୱାସ୍ଥ୍ୟ କେନ୍ଦ୍ର ଅଣାଯିବା ଶିକ୍ଷା ଏବଂ ସଚେତନାର ପୂର୍ଣ୍ଣ ଅଭାବ କୁ ଦର୍ଶାଉଛି । ସମ୍ପର୍କୀୟ କହିବା ଅନୁସାରେ ଯାତାୟାତ ପାଇଁ ରାସ୍ତା ଘାଟ ଠିକ ନଥିବା ଏବଂ ମୋବାଇଲ ନେଟୱର୍କ ଠିକ ନଥିବା ଯୋଗୁ ଏପରି ବିଳମ୍ବ ହୋଇଥିବା ଦର୍ଶାଇଛନ୍ତି । ଅପର ପକ୍ଷରେ ଏମ୍ ଭି ୭୯ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପ୍ରଶଂଜିତ ରାୟ ସାପ କାମୁଡ଼ିବାର କୌଣ୍ଡୀ ଚି଼ହ୍ନ କିମ୍ବା କୌଣସି ଲକ୍ଷଣ ନଥିବା ସୂଚନା ପ୍ରଦାନ ସହ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ସାମନାକୁ ଆସିବ କଥା କହିଥିଲେ । ପ୍ରତି ବର୍ଷ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ରେ ସହସ୍ର ଆଦିବାସୀ ସାମ୍ପ୍ରଦାୟର ବ୍ୟକ୍ତି ବିଶେଷ ସାପ କାମୁଡ଼ା, ଗୁଣି ଗାରେଡି ଏବଂ ଅନ୍ଧବିଶ୍ୱାସ ଭଳି ଘଟଣାରେ ନିଜର ପ୍ରାଣ ହରେଇ ଥାଆନ୍ତି । କିଛି ମନ୍ଦ ପ୍ରକୃତିର ବ୍ୟକ୍ତି କ୍ଵାକ ସାଜି ଏପରି ନିରୀହ ଆଦିବାସୀଙ୍କ ଜୀବନ ନେଇ ଖେଳ ଖେଳନ୍ତି । ଏପରି ଘଟଣା ପ୍ରତି ବର୍ଷ ଘଟୁ ଥିବା ସତ୍ୱେ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ଏହାକୁ ସମ୍ପୂର୍ଣ୍ଣ ଭାବେ ରୋକିବାକୁ ବିଫଳ ହୋଇଥିବା ଜଣାପଡୁଛି । ସ୍ୱାସ୍ଥ୍ୟ ବିଭାଗ ସଠିକ ଏବଂ ସମ୍ପୂର୍ଣ୍ଣ ଅଂଚଳରେ ସଚେତନତା ପହଞ୍ଚାଇବାରେ ସଫଳ ହୋଇନଥିବାରୁ ଏପରି କ୍ଵାକ ଏବଂ ଅନ୍ଧବିଶ୍ୱାସ ର କବଳରେ ପଡ଼ି ନିରୀହ ଲୋକେ ଜୀବନ ହରାଉଥିବା ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି ।4
- ନୂଆପଡ଼ା -୨୯/୪ -ନୂଆପଡ଼ା ଜିଲ୍ଲା ସଦଭାବନା ସଭାଗୃହଠାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଜଳ ଓ ପରିମଳ ମିଶନ ର ୧୭ ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଜଳ ସଂରକ୍ଷଣ, ପାନୀୟ ଜଳ ଯୋଗାଣ ଏବଂ ସ୍ୱଚ୍ଛତା ବ୍ୟବସ୍ଥାର ଅଗ୍ରଗତି ସମ୍ପର୍କରେ ଏହି ବୈଠକରେ ବିସ୍ତୃତ ସମୀକ୍ଷା କରାଯାଇଛି। ଜଳ ସଂକଟର ମୁକାବିଲା ପାଇଁ ବ୍ଲୁ-ପ୍ରିଣ୍ଟ ବୈଠକର ପ୍ରାରମ୍ଭରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରହଲ୍ଲାଦ ସାହୁ ସ୍ୱାଗତ ଭାଷଣ ଦେବା ସହ ଆଗାମୀ ଦିନର କାର୍ଯ୍ୟଖସଡ଼ା ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ଶ୍ରୀ ଦାଶ ଜଳାଭାବ ପରିଲକ୍ଷିତ ହେଉଥିବା ଅଞ୍ଚଳଗୁଡ଼ିକ ଉପରେ ବିଶେଷ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ମନରେଗା ଯୋଜନାର ବିନିଯୋଗ କରି ନୂତନ ଜଳାଶୟ ସୃଷ୍ଟି କରିବା ଓ ଜଳ ସଂରକ୍ଷଣ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜଳର ଅପବ୍ୟବହାର ରୋକିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଗ୍ରାମ୍ୟ ଜଳ ଓ ପରିମଳ ମିଶନ ବିଭାଗକୁ ପରାମର୍ଶ ଦିଆଯାଇଛି। ପ୍ଲାଷ୍ଟିକ୍ ମୁକ୍ତ ନୂଆପଡ଼ା ଗଠନ ପାଇଁ କଡ଼ା ପଦକ୍ଷେପ ଓ ଜରିମାନା। ଜିଲ୍ଲାରେ “ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ନୂଆପଡ଼ା” ଅଭିଯାନ ଜୋରଦାର ଚାଲିଥିବା ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ: ୫ ଜୁନ୍ ୨୦୨୫ ଠାରୁ ଏପର୍ଯ୍ୟନ୍ତ ୨୩୮ ଟନ୍ ପ୍ଲାଷ୍ଟିକ୍ ଆବର୍ଜନା ସଂଗ୍ରହ କରାଯାଇଛି। ୩୬୬୪ କିଲୋଗ୍ରାମ ନିଷିଦ୍ଧ ପ୍ଲାଷ୍ଟିକ୍ ଜବତ କରାଯାଇଥିବା ବେଳେ ଏଥିପାଇଁ ମୋଟ ୩,୮୩,୪୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଜିଲ୍ଲା ରେ ସଚ୍ଛତା ଓ 'ବର୍ତନ ବ୍ୟାଙ୍କ'ର ସଫଳତା ଦେଖାଦେଇଛି। ପରିମଳ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଜିଲ୍ଲାର ୫ଟି ବ୍ଲକ୍ ଓ ୩ଟି ଏନଏସିରେ 'ବର୍ତନ ବ୍ୟାଙ୍କ' ସ୍ଥାପନ ପ୍ରକ୍ରିୟା ଜାରି ରହିଛି। ମୋଟ ୧୭୭ଟି ଲକ୍ଷ୍ୟ ମଧ୍ୟରୁ ୧୬୪ଟି ବ୍ୟାଙ୍କ କାର୍ଯ୍ୟକ୍ଷମ ହୋଇସାରିଛି। ସେହିପରି ପ୍ଲାଷ୍ଟିକ୍ ପରିଚାଳନା ପାଇଁ ୫୩ଟି ସଂଗ୍ରହ ଓ ବିଭାଜନ ଶେଡ୍ ନିର୍ମାଣ ସରିଥିବା ବେଳେ ୩୧ଟିର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜିଲ୍ଲାର ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଅସମ୍ପୂର୍ଣ୍ଣ ଥିବା ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଶତ ପ୍ରତିଶତ ଲକ୍ଷ୍ୟ ହାସଲ ହିଁ ଜିଲ୍ଲାର ବିକାଶର ମାପକାଠି ବୋଲି ସେ ପ୍ରକାଶ କରିଛନ୍ତି। ଏହି ସମୀକ୍ଷା ବୈଠକରେ ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ, ଜିଲ୍ଲା ସ୍ୱଚ୍ଛ ଭାରତ ଅଭିଯାନ ସଂଯୋଜକ ଅନିଲ କୁମାର ଲେଙ୍କା ଙ୍କ ସମେତ ବିଦ୍ୟୁତ୍ ବିଭାଗର ନିର୍ବାହୀ ଯନ୍ତ୍ରୀ ଓ ସମସ୍ତ ବ୍ଲକର ବିଡିଓମାନେ ଉପସ୍ଥିତ ଥିଲେ।1
- ବିଶ୍ଵନାଥ ପୁର ଓ ଲାଞ୍ଜିଗଡ଼ ମଣ୍ଡଳ ର ମିଳିତ ଉଦ୍ୟମରେ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ରମେଶ ମାଝୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ପ୍ରଥମେ ଲାଞ୍ଜିଗଡ଼ ବ୍ଲକ ବିଜେପି ପକ୍ଷରୁ କଲେଜ ଛକରୁ ହସ୍ପିଟାଲ ଛକ ପର୍ଯ୍ୟନ୍ତ ଏକ ଶୋଭା ରେ ବାହାରି ଥିଲେ।କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟା ସର୍ମିଷ୍ପା ନାଏକ, ଅଧ୍ୟକ୍ଷା କମଳା ପାତ୍ର, ଓବିସି ମୋର୍ଚ୍ଚା ସଦସ୍ୟ ମିଳନ କୁମାର ମହାପାତ୍ର, ବିଶ୍ଵନାଥପୁର ମଣ୍ଡଳ ପ୍ରଭାରୀ ସନ୍ତୋଷ ବିଶି,ସହ ପ୍ରଭାରୀ ସୁବାସ ଅଗ୍ରୱାଲ, ସମ୍ପାଦକ ଗୌତମ କୁମାର ନାଗ, ଅମରେଶ କୁମାର ବୁଦ୍ଧିଆ,ଉପସଭାପତି ସୁନିଲ ବାଗ,ଦେବ ପୁଟେଲ, ବରିଷ୍ଠ କର୍ମକର୍ତ୍ତା ଅନନ୍ତ ପ୍ରଧାନୀ ପ୍ରମୁଖ ପରିଚାଳନା ରେ କରିଥିବା ବେଳେ ଲାଞ୍ଜିଗଡ଼ ମଣ୍ଡଳ ସଭାପତି ନରେନ୍ଦ୍ର ବେହେରା ଓ ବିଶ୍ଵନାଥ ପୁର ମଣ୍ଡଳ ସଭାପତି ତୁଳସୀ ମାଝୀ ନେତୃତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଆଜି ବୁଧବାର ଅପରାହ୍ନ ଚାରିଟା ସମୟରେ ଶ୍ରୀବେହେରା ଦ୍ଵାରା ସୁଚନା। ବ୍ଲକ ସମସ୍ତ ପଞ୍ଚାୟତ ର କର୍ମକର୍ତ୍ତା ଏବଂ ସମସ୍ତ କମିଟି ଓ ଉପ କମିଟି ର ସଦସ୍ୟ ସଦସ୍ୟା ଯୋଗଦେଇ ଥିଲେ।1
- ଭାଇରାଲ ହେଉଛି କଙ୍କାଳ କୁ ବୋହି ବ୍ୟାଙ୍କ କୁ ଯିବା ଭିଡ଼ିଓ ଏବେ ମୋବାଇଲ ରୁ ମୋବାଇଲ ଘୁରିବୁଲୁଛି।1
- ବିଶ୍ଵରେ No11