Shuru
Apke Nagar Ki App…
ଆଗ ଚକା ଫାଟି ଓଲଟିଲା ଷ୍ଟିଲ୍ ବୋଝେଇ ଟ୍ରକ MPV-23 ଛକ ନିକଟରେ ଦୁର୍ଘଟଣା, ଡ୍ରାଇଭର ଆହତ କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ MPV-23 ନମ୍ବର ଛକ ନିକଟରେ ଏକ ଷ୍ଟିଲ୍ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ପାର୍ଶ୍ୱରେ ଓଲଟି ପଡ଼ିଛି। ଦୁର୍ଘଟଣାରେ ଟ୍ରକ ଚାଳକ ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, TS-29-TB-9135 ନମ୍ବର ବିଶିଷ୍ଟ ଟ୍ରକଟି ଝାରସୁଗୁଡ଼ାରୁ ଷ୍ଟିଲ୍ ଲୋଡ୍ କରି ଚେନ୍ନାଇ ଅଭିମୁଖେ ଯାଉଥିଲା। MPV-23 ଛକ ନିକଟରେ ବ୍ରିଜ୍ ପାଖରେ ଯିବା ସମୟରେ ହଠାତ୍ ଟ୍ରକର ଆଗ ଚକା ଫାଟିଯାଇଥିଲା। ଫଳରେ ଚାଳକ ଟ୍ରକ ଉପରୁ ନିୟନ୍ତ୍ରଣ ହରାଇବାରୁ ଭାରୀ ଯାନଟି ରାସ୍ତା ପାର୍ଶ୍ୱରେ ଓଲଟି ପଡ଼ିଥିଲା।
Malkangiri Update news
ଆଗ ଚକା ଫାଟି ଓଲଟିଲା ଷ୍ଟିଲ୍ ବୋଝେଇ ଟ୍ରକ MPV-23 ଛକ ନିକଟରେ ଦୁର୍ଘଟଣା, ଡ୍ରାଇଭର ଆହତ କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ MPV-23 ନମ୍ବର ଛକ ନିକଟରେ ଏକ ଷ୍ଟିଲ୍ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ପାର୍ଶ୍ୱରେ ଓଲଟି ପଡ଼ିଛି। ଦୁର୍ଘଟଣାରେ ଟ୍ରକ ଚାଳକ ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, TS-29-TB-9135 ନମ୍ବର ବିଶିଷ୍ଟ ଟ୍ରକଟି ଝାରସୁଗୁଡ଼ାରୁ ଷ୍ଟିଲ୍ ଲୋଡ୍ କରି ଚେନ୍ନାଇ ଅଭିମୁଖେ ଯାଉଥିଲା। MPV-23 ଛକ ନିକଟରେ ବ୍ରିଜ୍ ପାଖରେ ଯିବା ସମୟରେ ହଠାତ୍ ଟ୍ରକର ଆଗ ଚକା ଫାଟିଯାଇଥିଲା। ଫଳରେ ଚାଳକ ଟ୍ରକ ଉପରୁ ନିୟନ୍ତ୍ରଣ ହରାଇବାରୁ ଭାରୀ ଯାନଟି ରାସ୍ତା ପାର୍ଶ୍ୱରେ ଓଲଟି ପଡ଼ିଥିଲା।
More news from ଓଡ଼ିଶା and nearby areas
- ଆଗ ଚକା ଫାଟି ଓଲଟିଲା ଷ୍ଟିଲ୍ ବୋଝେଇ ଟ୍ରକ MPV-23 ଛକ ନିକଟରେ ଦୁର୍ଘଟଣା, ଡ୍ରାଇଭର ଆହତ କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ MPV-23 ନମ୍ବର ଛକ ନିକଟରେ ଏକ ଷ୍ଟିଲ୍ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ପାର୍ଶ୍ୱରେ ଓଲଟି ପଡ଼ିଛି। ଦୁର୍ଘଟଣାରେ ଟ୍ରକ ଚାଳକ ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, TS-29-TB-9135 ନମ୍ବର ବିଶିଷ୍ଟ ଟ୍ରକଟି ଝାରସୁଗୁଡ଼ାରୁ ଷ୍ଟିଲ୍ ଲୋଡ୍ କରି ଚେନ୍ନାଇ ଅଭିମୁଖେ ଯାଉଥିଲା। MPV-23 ଛକ ନିକଟରେ ବ୍ରିଜ୍ ପାଖରେ ଯିବା ସମୟରେ ହଠାତ୍ ଟ୍ରକର ଆଗ ଚକା ଫାଟିଯାଇଥିଲା। ଫଳରେ ଚାଳକ ଟ୍ରକ ଉପରୁ ନିୟନ୍ତ୍ରଣ ହରାଇବାରୁ ଭାରୀ ଯାନଟି ରାସ୍ତା ପାର୍ଶ୍ୱରେ ଓଲଟି ପଡ଼ିଥିଲା।4
- ଫାଟିଲା AM/NS କମ୍ପାନୀର ସ୍ଲରି ପାଇପ୍ଲାଇନ୍, ରାସ୍ତାରେ ଲୁହା ଗୁଣ୍ଡ ଛିଟିବାରୁ ଆତଙ୍କ ଫାଟିଲା AM/NS କମ୍ପାନୀର ସ୍ଲରି ପାଇପ୍ଲାଇନ୍, ରାସ୍ତାରେ ଲୁହା ଗୁଣ୍ଡ ଛିଟିବାରୁ ଆତଙ୍କ ଚିତ୍ରକୋଣ୍ଡାରେ AM/NS ଇଣ୍ଡିଆ କମ୍ପାନୀର ସ୍ଲରି ପାଇପ୍ଲାଇନ୍ ଫାଟି ଯାଇଥିବା ଅଭିଯୋଗ। ଚିତ୍ରକୋଣ୍ଡା ବୁଷ୍ଟିଂ ସେଣ୍ଟର ନିକଟସ୍ଥ ପାବିଲିଗୁଡ଼ା ଗ୍ରାମ ନିକଟରେ ପାଇପ୍ ଫାଟି ଯିବାରୁ ପାଇପ୍ ଭିତରେ ପରିବହନ ହେଉଥିବା ଲୁହା ଗୁଣ୍ଡ ଓ ତରଳ ପଦାର୍ଥ ବାହାରକୁ ଛିଟି ପଡ଼ିଥିବା ଜଣାପଡ଼ିଛି। AM/NS Indiaର ଅଧିକାରିକ ତଥ୍ୟ ଅନୁସାରେ, କିରଣ୍ଡୁଲରୁ ବିଶାଖାପାଟଣମ ପର୍ଯ୍ୟନ୍ତ ଲୁହା ଗୁଣ୍ଡକୁ slurry ଆକାରରେ ପାଇପ୍ଲାଇନ୍ ଯୋଗେ ପରିବହନ କରାଯାଏ। ଏହି ପାଇପ୍ଲାଇନ୍ ଚତିଶଗଡ଼, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଦେଇ ଯାଇଛି। ପାଇପ୍ ଫାଟିବା ପରେ ଘଟଣାସ୍ଥଳ ଦେଇ ଯାତାୟାତ କରୁଥିବା ଲୋକଙ୍କ ଆଖିରେ ଜଳାପୋଡ଼ା ଓ ନିଶ୍ୱାସ ନେବା କଷ୍ଟ କର୍ ଏଥିସହ ପାଇପ୍ରୁ ବାହାରିଥିବା ପଦାର୍ଥ ଚାଷଜମିରେ ପଡ଼ିଥିବାରୁ ଫସଲ ଓ ମାଟି ଉପରେ କ୍ଷତିକାରକ ପ୍ରଭାବ ପଡ଼ିଥିବା ଆଶଙ୍କା କରାଯାଉଛି। ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ସେପଟେ ଘଟଣାସ୍ଥଳରେ କମ୍ପାନୀ ପକ୍ଷରୁ ମରାମତି ଓ ସୁରକ୍ଷା ବ୍ୟବସ୍ଥା ନିଆଯାଇଛି, ଚାଷଜମି ନଷ୍ଟ ର ଅନୁଦାନ ପ୍ରଦାନ କରାଯିବ ନେଇ ସୂଚନା ଦେଇଛନ୍ତି।1
- ଶତକଥା କହି ମାନସିକ ଭାବେ ଭାଙ୍ଗିପଡ଼ିଲେ ଅଙ୍ଗନବାଡ଼ି କର୍ମୀ, ମେଡିକାଲ ବେଡ୍ରେ ଚିକିତ୍ସାଧୀନ #AnganwadiWorker #Anganwadi #MentalHealth #MentalStress #WomenEmpowerment #WorkerRights #odishanewsepaper1
- ଚିତ୍ରକୋଣ୍ଡାରେ ପାନୀୟଜଳ ସମସ୍ୟା: ଅଚଳ ସୋଲାର ମଟର, ଫାଟିଛି ପାଣିଟାଙ୍କି; ତଥ୍ୟ ଖୋଜୁଛି ପ୍ରଶାସନ ନା ଅପେକ୍ଷାରେ ଗ୍ରାମବାସୀ? ଚିତ୍ରକୋଣ୍ଡା: ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳର ଲୋକଙ୍କୁ ନିରାପଦ ପାନୀୟଜଳ ଯୋଗାଇଦେବା ପାଇଁ ବିଭିନ୍ନ ଯୋଜନା ଚାଲୁଥିଲେ ମଧ୍ୟ ଚିତ୍ରକୋଣ୍ଡା ବ୍ଲକ୍ର କିଛି ଅଞ୍ଚଳରେ ଏବେ ବି ପାଣି ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇଛି। ବଡ଼ପଦର ପଞ୍ଚାୟତର ବନଗୁରୁ ଗ୍ରାମରେ ପାଣି ମଟର କାମ କରୁନଥିବା ବେଳେ, ସେହି ପଞ୍ଚାୟତର ରେଖାପାଲି କଲୋନିରେ ମଧ୍ୟ ପାଣି ମଟର ଅଚଳ ଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ପଣସପୁଟ ପଞ୍ଚାୟତର ଶିନ୍ଦିପୁଟ ଗ୍ରାମରେ ପାଣିଟାଙ୍କି ଫାଟିଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଅନେକ ସ୍ଥାନରେ ପାନୀୟଜଳ ପାଇଁ ଲୋକଙ୍କୁ ଭଗବାନଙ୍କ ଭରସା ଓ ପାହାଡ଼ରୁ ବହିଆସୁଥିବା ଝରଣା ଉପରେ ନିର୍ଭର କରିବାକୁ ପଡ଼ୁଛି। ପ୍ରାୟ ୫୦ ବର୍ଷ ପୁରୁଣା ଖୋଲା ପଥର କୂଅ ମଧ୍ୟ ଖରାଦିନେ ଶୁଖିଯାଉଥିବାରୁ ସମସ୍ୟା ଆହୁରି ଗମ୍ଭୀର ହେଉଛି। ପାଣି ମଟର ଅଚଳ ହେବା ପରେ କେତେକ ପରିବାର ନିଜସ୍ୱ ଖର୍ଚ୍ଚରେ ମଟର ଲଗାଇ ପାଣି ଉଠାଉଥିବା ଏବଂ ଏଥିପାଇଁ ପ୍ରାୟ ୮୦୦ରୁ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଖର୍ଚ୍ଚ ହେଉଥିବା କୁହାଯାଉଛି। ଏଠାରେ ଆଉ ଏକ ବଡ଼ ପ୍ରଶ୍ନ ହେଉଛି—ଚିତ୍ରକୋଣ୍ଡା ବ୍ଲକ୍ରେ କେତୋଟି ସୋଲାର ମଟର ପମ୍ପ ସ୍ଥାପନ ହୋଇଛି? ସେଥିରୁ କେତୋଟି କାର୍ଯ୍ୟକ୍ଷମ ଏବଂ କେତୋଟି ଅଚଳ? କେତେ ଦିନ ହେଲା ଅଚଳ ରହିଛି? କେଉଁଗୁଡ଼ିକ ମରାମତି ହୋଇପାରିବ ଏବଂ କେଉଁ ସ୍ଥାନରେ ନୂଆ ନଳକୂପ ଆବଶ୍ୟକ—ଏହାର ସଠିକ୍ ତଥ୍ୟ କଣ? ଚିତ୍ରକୋଣ୍ଡା ବ୍ଲକ୍ରେ ପୂର୍ବରୁ ଦୁଇଜଣ କନିଷ୍ଠ ଯନ୍ତ୍ରୀ ଦାୟିତ୍ୱରେ ଥିବା ବେଳେ, ସେମାନଙ୍କ ମଧ୍ୟରୁ ଜଣେ ବର୍ତ୍ତମାନ ଅବସର ନେଇଛନ୍ତି। ନୂତନ କନିଷ୍ଠ ଯନ୍ତ୍ରୀ ସେପ୍ଟେମ୍ବର ମାସରୁ ଦାୟିତ୍ୱ ନେବେ ବୋଲି ଜଣାପଡ଼ିଛି। ବର୍ତ୍ତମାନ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ ମଧ୍ୟରେ ସୁଗଡ଼ା ଚରଣ ହେମ୍ବ୍ରମ୍ ଏବଂ ଏନ୍. ମହାନ୍ତିଙ୍କ ନାମ ରହିଛି। ବସୁଧା ଯୋଜନା ସମ୍ପର୍କିତ ସମସ୍ୟା ପାଇଁ ୧୯୧୬ ହେଲ୍ପଲାଇନ୍ରେ ଅଭିଯୋଗ କରିବାର ବ୍ୟବସ୍ଥା ରହିଛି। ତେବେ ପ୍ରଶ୍ନ ଉଠୁଛି—ଯଦି ବର୍ଷ ବର୍ଷ ଧରି ଗ୍ରାମରେ ପାଣି ସମସ୍ୟା ରହିଛି, ତେବେ ଅଭିଯୋଗ ଓ ସମାଧାନ ମଧ୍ୟରେ ଏତେ ବିଳମ୍ବ କାହିଁକି? କନିଷ୍ଠ ଯନ୍ତ୍ରୀ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି କି? ପଞ୍ଚାୟତ ଅଧିକାରୀ ଓ ଜନପ୍ରତିନିଧିମାନେ ଏ ସମସ୍ୟା ସମ୍ପର୍କରେ ନିୟମିତ ଭାବେ ଉପରିସ୍ଥ ଅଧିକାରୀଙ୍କୁ ଜଣାଉଛନ୍ତି କି? ସ୍ୱାଭିମାନ ଅଞ୍ଚଳର ସର୍ବାଙ୍ଗୀଣ ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ସ୍ୱତନ୍ତ୍ର ଯୋଜନା ସହ ସେତୁ ପ୍ରକଳ୍ପ ଭଳି କାର୍ଯ୍ୟକ୍ରମ ଚାଲିଥିବା ସତ୍ତ୍ୱେ, ଯଦି ମୌଳିକ ଆବଶ୍ୟକତା ଭାବେ ପରିଗଣିତ ପିଇବା ପାଣି ମଧ୍ୟ ଲୋକଙ୍କ ନିକଟରେ ସୁବ୍ୟବସ୍ଥିତ ଭାବେ ପହଞ୍ଚୁନାହିଁ, ତେବେ ଏହା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ପୂର୍ବରୁ ଶହେ ଦିନ ମଧ୍ୟରେ ଆବାସ ଯୋଜନାର ଅବ୍ୟବସ୍ଥା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏବେ ପାନୀୟଜଳ ସମସ୍ୟା ଉପରେ ମଧ୍ୟ ବ୍ଲକ୍ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ, ସରକାରୀ ଅର୍ଥର ସଠିକ୍ ଓ ସ୍ୱଚ୍ଛ ବ୍ୟବହାର ସହ ଲୋକଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରିବେ ବୋଲି ଆଶା କରାଯାଉଛି। କନିଷ୍ଠ ଯନ୍ତ୍ରୀ ଓ ସମ୍ପୃକ୍ତ କର୍ମଚାରୀଙ୍କ ପାଇଁ ଅନୁରୋଧ—ନିଜ ଦାୟିତ୍ୱ ଅଧୀନରେ ଥିବା ସମସ୍ତ ଗ୍ରାମର ପାନୀୟଜଳ ବ୍ୟବସ୍ଥା ସମ୍ପର୍କରେ ନିୟମିତ ଭାବେ ଅବଗତ ରୁହନ୍ତୁ ଏବଂ ଅଚଳ ମଟର, ଫାଟିଥିବା ଟାଙ୍କି ଓ ଅନ୍ୟାନ୍ୟ ସମସ୍ୟାକୁ ଯଥାଶୀଘ୍ର ମରାମତି କରି ଲୋକଙ୍କୁ ନିରବଚ୍ଛିନ୍ନ ପାନୀୟଜଳ ଯୋଗାଇଦିଅନ୍ତୁ। ଭୁଲ୍ କି ଠିକ୍—ତାହା ତଦନ୍ତ ପରେ ସ୍ପଷ୍ଟ ହେବ। କିନ୍ତୁ ଲୋକଙ୍କ ପାଣି ସମସ୍ୟାର ସମାଧାନ ହେବା ହିଁ ଏବେ ସବୁଠାରୁ ବଡ଼ ପ୍ରଶ୍ନ।4
- ଜୟପୁର ବାଲିଆ ନିକଟରେ ଭୟାବହ ସଡ଼କ ଦୁର୍ଘଟଣା ନିୟନ୍ତ୍ରଣ ହରାଇ ରାସ୍ତାକଡ଼କୁ ଖସିଲା ମାଲବାହୀ ଟ୍ରକ୍ ଜୟପୁର ବାଲିଆ ନିକଟରେ ଭୟାବହ ସଡ଼କ ଦୁର୍ଘଟଣା ନିୟନ୍ତ୍ରଣ ହରାଇ ରାସ୍ତାକଡ଼କୁ ଖସିଲା ମାଲବାହୀ ଟ୍ରକ୍1
- ଜୟପୁରରେ ଜାତୀୟ ଡ୍ରାଇଭର ଦିବସ ପାଳିତ #Jeypore #National24 #OdishaNews1
- ନାଲକୋକୁ ଦାବି ପତ୍ର ପ୍ରଦାନ କଲା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ମାଥାଲପୁଟ ବସଷ୍ଟାଣ୍ଡ ଶହିଦ ଲକ୍ଷ୍ମଣ ନାୟକ ଛକରେ ଡ୍ରେନେଜ ସମସ୍ୟା,ଦାମନଯୋଡି ଶ୍ମଶାନରେ ୨୪ ଘଣ୍ଟିଆ ପାଣି ସପ୍ଲାଏ ଏବଂ କାଠ ଗଚ୍ଛିତ ରଖିବା ପାଇଁ ଏକ ସେଡ ନିର୍ମାଣ, ଭେଜାପୁଟ ମେନ୍ ରୋଡ ଉପରେ ପାଣି ଜମି ରହୁଥିବା ଆଦି ସମସ୍ୟାର ମୁଳ ସମାଧାନ ନେଇ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ନାଲକୋ କର୍ତ୍ତୃପକ୍ଷଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ବିଜେପି ଯୁବମୋର୍ଚ୍ଚାର ଉପସଭାପତି ଅମରେନ୍ଦ୍ର ଦାଶଙ୍କ ସହ ଏକ ଚାରି ଜଣିଆ ପ୍ରତିନିଧି ଦଳ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ନାଲକୋ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଏହାସହିତ ସମସ୍ୟା ଗୁଡିକର ତୁରନ୍ତ ସମାଧାନ ପାଇଁ ସିଭିଲ ଡିଜିଏମ ସତ୍ୟକାମ ନାୟକଙ୍କ ଜରିଆରେ ନାଲକୋ ମୁଖ୍ୟ ମହାପ୍ରବନ୍ଧକଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିବା ଉପସଭାପତି ଶ୍ରୀ ଦାଶ କହିଛନ୍ତି।1
- ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ: ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଇସ୍ତଫା ଦାବିରେ ବିଜେଡି। ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ: ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଇସ୍ତଫା ଦାବିରେ ବିଜେଡି।1