ଗଜାନନଙ୍କ ଆରାଧନାରେ ଭକ୍ତିମୟ ପରିବେଶ। ପୁରୀ: ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥି ଅବସରରେ ପୁରୀ ମଧୁବନସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ବୌଦ୍ଧିକ ମଣ୍ଡପ ପରିସରରେ ପବିତ୍ର ଗଣେଶ ପୂଜା ଉତ୍ସବ-୨୦୨୬ ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଦାତା ଶ୍ରୀଗଣପତିଙ୍କ ପୂଜାର୍ଚ୍ଚନା ସହ ହୋମ ଓ ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମ ହୋଇଥିଲା। ଏହି ପୂଜନ ଉତ୍ସବରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ରତ୍ନାକର ସାହୁ ହୋମସ୍ଥଳରେ କର୍ତ୍ତା ଭାବେ ଯୋଗଦେଇଥିଲେ। ଉପସଭାପତି କୈଳାସ ଚନ୍ଦ୍ର ସାହୁ ଓ ପ୍ରଧାନ ଆଚାର୍ଯ୍ୟ ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ସମେତ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକର୍ତ୍ତା ଓ ଗୁରୁଜୀ-ଗୁରୁମା ଉପସ୍ଥିତ ଥିଲେ। ଉତ୍ସବରେ ସଂକୁଳ ଓ ଅନ୍ୟାନ୍ୟ ବିଦ୍ୟାଳୟର କାର୍ଯ୍ୟକର୍ତ୍ତା, ପୁରୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକର୍ତ୍ତା, ବର୍ତ୍ତମାନ ଓ ପୂର୍ବତନ ପରିଚାଳନା ସମିତିର ସଭ୍ୟସଭ୍ୟା, ବିଦ୍ୱତ ପରିଷଦ ସଦସ୍ୟ, ନୂତନ ଗଠିତ ମାତୃଭାରତୀ ସଂଗଠନର ସଦସ୍ୟା ଏବଂ ପୂର୍ବତନ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ବିଦ୍ୟାଳୟର ବିଭିନ୍ନ ଶ୍ରେଣୀର ଶିଶୁ ଭାଇଭଉଣୀମାନେ ଗଣପତିଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରି ଆଶୀର୍ବାଦ ଲାଭ କରିଥିଲେ। ପରେ ସମସ୍ତେ ପ୍ରସାଦ ସେବନ କରି ସ୍ୱଗୃହକୁ ଫେରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ସେବକ ଓ ସେବିକାଙ୍କ ସହଯୋଗରେ ଗଣେଶ ପୂଜନ ଉତ୍ସବ ସଫଳତାର ସହ ସମ୍ପନ୍ନ ହୋଇଥିଲା।ରିପୋର୍ଟର ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।
ଗଜାନନଙ୍କ ଆରାଧନାରେ ଭକ୍ତିମୟ ପରିବେଶ। ପୁରୀ: ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥି ଅବସରରେ ପୁରୀ ମଧୁବନସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ବୌଦ୍ଧିକ ମଣ୍ଡପ ପରିସରରେ ପବିତ୍ର ଗଣେଶ ପୂଜା ଉତ୍ସବ-୨୦୨୬ ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଦାତା ଶ୍ରୀଗଣପତିଙ୍କ ପୂଜାର୍ଚ୍ଚନା ସହ ହୋମ ଓ ପୁଷ୍ପାଞ୍ଜଳି
କାର୍ଯ୍ୟକ୍ରମ ହୋଇଥିଲା। ଏହି ପୂଜନ ଉତ୍ସବରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ରତ୍ନାକର ସାହୁ ହୋମସ୍ଥଳରେ କର୍ତ୍ତା ଭାବେ ଯୋଗଦେଇଥିଲେ। ଉପସଭାପତି କୈଳାସ ଚନ୍ଦ୍ର ସାହୁ ଓ ପ୍ରଧାନ ଆଚାର୍ଯ୍ୟ ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ସମେତ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକର୍ତ୍ତା ଓ ଗୁରୁଜୀ-ଗୁରୁମା ଉପସ୍ଥିତ ଥିଲେ। ଉତ୍ସବରେ ସଂକୁଳ
ଓ ଅନ୍ୟାନ୍ୟ ବିଦ୍ୟାଳୟର କାର୍ଯ୍ୟକର୍ତ୍ତା, ପୁରୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକର୍ତ୍ତା, ବର୍ତ୍ତମାନ ଓ ପୂର୍ବତନ ପରିଚାଳନା ସମିତିର ସଭ୍ୟସଭ୍ୟା, ବିଦ୍ୱତ ପରିଷଦ ସଦସ୍ୟ, ନୂତନ ଗଠିତ ମାତୃଭାରତୀ ସଂଗଠନର ସଦସ୍ୟା ଏବଂ ପୂର୍ବତନ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ବିଦ୍ୟାଳୟର ବିଭିନ୍ନ ଶ୍ରେଣୀର ଶିଶୁ ଭାଇଭଉଣୀମାନେ ଗଣପତିଙ୍କୁ ପୁଷ୍ପାଞ୍ଜଳି
ଅର୍ପଣ କରି ଆଶୀର୍ବାଦ ଲାଭ କରିଥିଲେ। ପରେ ସମସ୍ତେ ପ୍ରସାଦ ସେବନ କରି ସ୍ୱଗୃହକୁ ଫେରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ସେବକ ଓ ସେବିକାଙ୍କ ସହଯୋଗରେ ଗଣେଶ ପୂଜନ ଉତ୍ସବ ସଫଳତାର ସହ ସମ୍ପନ୍ନ ହୋଇଥିଲା।ରିପୋର୍ଟର ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।
- ଶହେ ବୈକୁଣ୍ଠ ର କରତା ଯୋଉଠି ମୋ ଜଗନ୍ନାଥ ପରା ସିଏ ⭕❗⭕🙏🙏🙏1
- ଶ୍ରୀକ୍ଷେତ୍ର ପୁରୀର ବିଭିନ୍ନ ପୂଜା ମଣ୍ଡପରେ ଧୁମ୍ଧାମ୍ରେ ଚାଲିଛି ବିଘ୍ନ ବିନାଶକ ଗଜାନନଙ୍କ ପୂଜା। ଗଣେଶ ପୂଜାକୁ ନେଇ ସବୁଠି ଦେଖିବାକୁ ମିଳୁଛି ଉତ୍ସାହ ଓ ଉଦ୍ଦୀପନା। ରଙ୍ଗୀନ ଆଲୋକମାଳା, ଆକର୍ଷଣୀୟ ସାଜସଜ୍ଜା ଓ ସୁସଜ୍ଜିତ ତୋରଣରେ ଝଲସୁଛି ପୁରୀର ବିଭିନ୍ନ ପୂଜା ମଣ୍ଡପ। ଏହା ସାଙ୍ଗକୁ ମନମୋହକ ଗଣେଶ ମୂର୍ତ୍ତି ଭକ୍ତ ଓ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରୁଛି। ସକାଳୁ ବିଭିନ୍ନ ମଣ୍ଡପରେ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ସହ ହୋମଯଜ୍ଞ ଓ ପ୍ରସାଦ ବଣ୍ଟନ କରାଯାଉଛି। ଗଜାନନଙ୍କ ଦର୍ଶନ ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼ ମଧ୍ୟ ଜମୁଛି। ସାରା ଶ୍ରୀକ୍ଷେତ୍ର ଏବେ ଗଣେଶମୟ ହୋଇଉଠିଥିବା ବେଳେ, ଭକ୍ତିମୟ ପରିବେଶ ସାଙ୍ଗକୁ ଆକର୍ଷଣୀୟ ସାଜସଜ୍ଜା ଉତ୍ସବର ମାହୋଲକୁ ଆହୁରି ରଙ୍ଗୀନ କରିଛି।ରିପୋର୍ଟର ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।4
- ବ୍ରହ୍ମ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ସାହିତ୍ୟ ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ସମ୍ମାନିତ ତାଳଦଣ୍ଡା ବ୍ରହ୍ମ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ସରିତା ସାହିତ୍ୟ ସଂସଦର ପ୍ରତିଷ୍ଠା ଦିବସରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଛି। କ୍ୟାପଟେନ ସଞ୍ଜୀବ ମୁଦୁଲିଙ୍କ ମୁଖ୍ୟ ସଂଯୋଜନାରେ ସାହିତ୍ୟ ସଭା ଅନୁଷ୍ଠିତ ହୋଇଥିଲା। କବିତା ପାଠ, ଆଲୋଚନା ଚକ୍ର, ସମ୍ବର୍ଦ୍ଧନା ସଭା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ସମ୍ପନ୍ନ ହୋଇଥିଲା।1
- ଏହି ଲୋକ ଜଣକ ନୟାଗଡ଼ ଯିବା ପାଇଁ ଭୁବନେଶ୍ୱର ଷ୍ଟେସନରେ ଭୁଲବଶତ ରାଉରକେଲା ଇଣ୍ଟରସିଟି ଟ୍ରେନ୍ରେ ଚଢ଼ୀଗଲେ କିନ୍ତୁ ଦୁଃଖର ବିଷୟ ଏହି ଲୋକଜନଙ୍କ କଥା କହିପାରୁନାହାନ୍ତି କି ଶୁଣିପାରୁନାହାନ୍ତି । ତାଙ୍କୁ ଆମେ ନରାଜ ଷ୍ଟେସନ ଠାରେ ଓହ୍ଲାଇ ଦେଇ ଅମୃତସର ବିଷାଖାପାଟନା ଟ୍ରେନରେ ଯିବାକୁ କହିଥିଲୁ ଭୁବନେଶ୍ୱରକୁ । ଗଲେ କି ନାହିଁ ଭଗବାନଙ୍କୁ ଜଣା।ସେଥିପାଇଁ ଚିନ୍ତିତ ଭଗବାନ ତାଙ୍କୁ ଘରେ ପହଞ୍ଚାଇ ଦିଅନ୍ତୁ1
- Title ରାଜଧାନୀରେ ଗଣେଶ ପୂଜାରେ ଶ୍ରୀମନ୍ଦୀରର ଭ୍ରମ, ଦେଖିଲେ ଘଡ଼ିଏ ଅଟକିବେ । ତୋରଣରେ ଶ୍ରୀମନ୍ଦିରର ପ୍ରତିକୃତି, ପ୍ରତିମୂର୍ତ୍ତି ରେ କାଳିଆ ସାଆନ୍ତ । ଏଥର ଭସାଣିରେ DJ କୁ ବାରଣ କରିଛି କମିଟି । ନୀଳାଦ୍ରି ବିହାର ପଣ୍ଡା ସାହି ପ୍ରଶଂସା କ୍ଳବ୍ ତରଫରୁ କରାଯାଇଛି ଏହି ପୂଜା । ଉତ୍କଳ ହସ୍ପିଟାଲ ରୋଡ୍ ରେ ଆସିଲେ ପଡ଼ିବ ଏହି ପୂଜା ମଣ୍ଡପ । #ganeshpuja2026 #pandasahi1
- ନୂଆପଡା ଗଣେଷ ପୁଜା ପୁରା ନିଆରା ଆସନ୍ତୁ ଦେଖିବା କଟକ4
- ଫୁଲନଖରା ରାସ୍ତାର ଶୋଚନୀୟ ଦୁରାବସ୍ଥା ଏବେ ସ୍ଥାନୀୟ ବାସିନ୍ଦା ଏବଂ ନିୟମିତ ଯାତାୟାତ କରୁଥିବା ପଥଚାରୀଙ୍କ ପାଇଁ ଏକ ବଡ଼ ସମସ୍ୟା ଫୁଲନଖରା ରାସ୍ତାର ଶୋଚନୀୟ ଦୁରାବସ୍ଥା ଏବେ ସ୍ଥାନୀୟ ବାସିନ୍ଦା ଏବଂ ନିୟମିତ ଯାତାୟାତ କରୁଥିବା ପଥଚାରୀଙ୍କ ପାଇଁ ଏକ ବଡ଼ ସମସ୍ୟା #LatestNews #UpdateNews #apanankakhabara #Niali #news #OdishaNews #odisha1
- ଗଜାନନଙ୍କ ଆରାଧନାରେ ଭକ୍ତିମୟ ପରିବେଶ। ପୁରୀ: ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥି ଅବସରରେ ପୁରୀ ମଧୁବନସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ବୌଦ୍ଧିକ ମଣ୍ଡପ ପରିସରରେ ପବିତ୍ର ଗଣେଶ ପୂଜା ଉତ୍ସବ-୨୦୨୬ ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଦାତା ଶ୍ରୀଗଣପତିଙ୍କ ପୂଜାର୍ଚ୍ଚନା ସହ ହୋମ ଓ ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମ ହୋଇଥିଲା। ଏହି ପୂଜନ ଉତ୍ସବରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ରତ୍ନାକର ସାହୁ ହୋମସ୍ଥଳରେ କର୍ତ୍ତା ଭାବେ ଯୋଗଦେଇଥିଲେ। ଉପସଭାପତି କୈଳାସ ଚନ୍ଦ୍ର ସାହୁ ଓ ପ୍ରଧାନ ଆଚାର୍ଯ୍ୟ ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ସମେତ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକର୍ତ୍ତା ଓ ଗୁରୁଜୀ-ଗୁରୁମା ଉପସ୍ଥିତ ଥିଲେ। ଉତ୍ସବରେ ସଂକୁଳ ଓ ଅନ୍ୟାନ୍ୟ ବିଦ୍ୟାଳୟର କାର୍ଯ୍ୟକର୍ତ୍ତା, ପୁରୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକର୍ତ୍ତା, ବର୍ତ୍ତମାନ ଓ ପୂର୍ବତନ ପରିଚାଳନା ସମିତିର ସଭ୍ୟସଭ୍ୟା, ବିଦ୍ୱତ ପରିଷଦ ସଦସ୍ୟ, ନୂତନ ଗଠିତ ମାତୃଭାରତୀ ସଂଗଠନର ସଦସ୍ୟା ଏବଂ ପୂର୍ବତନ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ବିଦ୍ୟାଳୟର ବିଭିନ୍ନ ଶ୍ରେଣୀର ଶିଶୁ ଭାଇଭଉଣୀମାନେ ଗଣପତିଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରି ଆଶୀର୍ବାଦ ଲାଭ କରିଥିଲେ। ପରେ ସମସ୍ତେ ପ୍ରସାଦ ସେବନ କରି ସ୍ୱଗୃହକୁ ଫେରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ସେବକ ଓ ସେବିକାଙ୍କ ସହଯୋଗରେ ଗଣେଶ ପୂଜନ ଉତ୍ସବ ସଫଳତାର ସହ ସମ୍ପନ୍ନ ହୋଇଥିଲା।ରିପୋର୍ଟର ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।4