ଗଞ୍ଜାମ ଜିଲ୍ଲା ସାର କଳାବଜାରୀ ବେଳେ ମାଡ଼ି ବସିଲା ପ୍ରଶାସନ | ୨୨୫ ବସ୍ତା ୟୁରିଆ ସାର ଜବତ । ଖଣ୍ଡଦେଉଳି ପଞ୍ଚାୟତ ଗୌଡଗୋଠ ଗ୍ରାମରେ ସାର କଳାବଜାରୀ ଉଦ୍ଦେଶ୍ୟରେ ଗଚ୍ଛିତ ରଖାଯାଇଥିବା ୨୨୫ ବସ୍ତା ୟୁରିଆ ସାରଜବତ କରିଛି ପ୍ରଶାସନ । ଜିଲ୍ଲା କୃଷି ଅଧିକାରୀ, ଆସିକା ତହସିଲଦାର ଓ ପୋଲିସର ମିଳିତ ଚଢାଉ ବେଳେ ଏହି ସାର ଗୋଦାମକୁ ଜବତ କରାଯାଇଛି । ଗୋଟିଏ ପଟେ ରାଜ୍ୟରେ ସାର ସଙ୍କଟ ଦେଖାଯାଉଥିବା ବେଳେ ଚାଷୀମାନଙ୍କୁ ଆବଶ୍ୟକ ଅନୁଯାୟୀ ସାର ମିଳିପାରୁନି । ଏହି ସୁଯୋଗ ନେଇ ବିଭିନ୍ନ ସ୍ଥାନରେ ସାର କଳାବଜାରୀ ହେଉଛି । ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଦରରେ ସାର ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି । ଏହି ପରିପ୍ରେକ୍ଷୀରେ ଖଣ୍ଡଦେଉଳି ପଞ୍ଚାୟତ ଗୌଡଗୋଠ ଗ୍ରାମର ଗୋଟିଏ କମ୍ୟୁନିଟି ହଲରେ ୨୨୫ ବସ୍ତା ୟୁରିଆ ସାର କଳାବଜାରୀ ପାଇଁ ଗଚ୍ଛିତ ରଖାଯାଇଥିବା ବିଶେଷ ସୂତ୍ରୁ ଖବର ମିଳିଥିଲା । ଖବର ପାଇ ଜିଲ୍ଲା କୃଷି ଅଧିକାରୀ ଓ ଆସିକା ତହସିଲଦାରଙ୍କ ନେତୃତ୍ୱରେ ପୋଲିସ ସହ ମିଳିତ ଚଢାଉ କରାଯାଇଥିଲା । ଚଢାଉ ସମୟରେ ସେଠାରୁ ୨୨୫ ବସ୍ତା ୟୁରିଆ ସାର ଜବତ କରାଯିବା ସହ ସାର ଗୋଦାମକୁ ସିଜ୍ କରାଯାଇଛି । ଏନେଇ ତଦନ୍ତ ଜାରି ରହିଥିବା ବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛ । ଗଣେଶ ପାଣିଗ୍ରାହୀ ରିପୋର୍ଟ
ଗଞ୍ଜାମ ଜିଲ୍ଲା ସାର କଳାବଜାରୀ ବେଳେ ମାଡ଼ି ବସିଲା ପ୍ରଶାସନ | ୨୨୫ ବସ୍ତା ୟୁରିଆ ସାର ଜବତ । ଖଣ୍ଡଦେଉଳି ପଞ୍ଚାୟତ ଗୌଡଗୋଠ ଗ୍ରାମରେ ସାର କଳାବଜାରୀ ଉଦ୍ଦେଶ୍ୟରେ ଗଚ୍ଛିତ ରଖାଯାଇଥିବା ୨୨୫ ବସ୍ତା ୟୁରିଆ ସାରଜବତ କରିଛି ପ୍ରଶାସନ । ଜିଲ୍ଲା କୃଷି ଅଧିକାରୀ, ଆସିକା ତହସିଲଦାର ଓ ପୋଲିସର ମିଳିତ
ଚଢାଉ ବେଳେ ଏହି ସାର ଗୋଦାମକୁ ଜବତ କରାଯାଇଛି । ଗୋଟିଏ ପଟେ ରାଜ୍ୟରେ ସାର ସଙ୍କଟ ଦେଖାଯାଉଥିବା ବେଳେ ଚାଷୀମାନଙ୍କୁ ଆବଶ୍ୟକ ଅନୁଯାୟୀ ସାର ମିଳିପାରୁନି । ଏହି ସୁଯୋଗ ନେଇ ବିଭିନ୍ନ ସ୍ଥାନରେ ସାର କଳାବଜାରୀ ହେଉଛି । ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଦରରେ ସାର ବିକ୍ରି କରାଯାଉଥିବା
ଅଭିଯୋଗ ହେଉଛି । ଏହି ପରିପ୍ରେକ୍ଷୀରେ ଖଣ୍ଡଦେଉଳି ପଞ୍ଚାୟତ ଗୌଡଗୋଠ ଗ୍ରାମର ଗୋଟିଏ କମ୍ୟୁନିଟି ହଲରେ ୨୨୫ ବସ୍ତା ୟୁରିଆ ସାର କଳାବଜାରୀ ପାଇଁ ଗଚ୍ଛିତ ରଖାଯାଇଥିବା ବିଶେଷ ସୂତ୍ରୁ ଖବର ମିଳିଥିଲା । ଖବର ପାଇ ଜିଲ୍ଲା କୃଷି ଅଧିକାରୀ ଓ ଆସିକା ତହସିଲଦାରଙ୍କ ନେତୃତ୍ୱରେ ପୋଲିସ ସହ ମିଳିତ ଚଢାଉ
କରାଯାଇଥିଲା । ଚଢାଉ ସମୟରେ ସେଠାରୁ ୨୨୫ ବସ୍ତା ୟୁରିଆ ସାର ଜବତ କରାଯିବା ସହ ସାର ଗୋଦାମକୁ ସିଜ୍ କରାଯାଇଛି । ଏନେଇ ତଦନ୍ତ ଜାରି ରହିଥିବା ବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛ । ଗଣେଶ ପାଣିଗ୍ରାହୀ ରିପୋର୍ଟ
- ଭଞ୍ଜନଗର : ଜଗନ୍ନାଥପ୍ରସାଦ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଇଂରାଜୀ ଅଧ୍ୟାପକଙ୍କ ବିରୁଧ ରେ ଅଭିଯୋଗ ଆଣି ଉପଜିଲାପାଳ ଙ୍କ କାର୍ଯ୍ୟାଳୟରେ ପଂହଁଚିଲେ ଛାତ୍ର ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର +୨ ର ଛାତ୍ର ମାନେ ଅତିଥି ଶିକ୍ଷକ ଭାବେ ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକଙ୍କୁ ନରଖିବା ପାଇଁ ଭଂଜନଗର ଉପଜିଲାପାଳ ଙ୍କ କାର୍ଯ୍ୟାଳୟରେ ପଂହଁଚି ସହକାରୀ ଜିଲାପାଳ ଚନ୍ଦ୍ରଗିରି ଗାୟତ୍ରୀ ଙ୍କୁ ଅଭିଯୋଗ ପ୍ରଦାନ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଲା ଅବସର ନେଇଥିବା ଇଂରାଜୀ ଅଧ୍ୟାପାକ ସୁନିର କାନ୍ତ ମିଶ୍ର ଙ୍କୁ ପୁଣି ଅତିଥି ଅଧ୍ୟାପକ ଭାବେ ରଖିବାକୁ ବିରୋଧ କରିଛନ୍ତି । ସେ ଜଗନ୍ନଥପ୍ରସାଦ ନିକଟ ଜିରାବାଡ଼ି ଗାଁ ରେ କୋଚିଂ ସେଣ୍ଟର କରି ସେଠାରେ ପାଠ ପଢିବାକୁ ବାଧ୍ୟ କରୁଛନ୍ତି । ସେଠି ନପଢିଲେ ପିଲାଙ୍କୁ ମାନସିକ ଚାପ ଦେଉଛନ୍ତି । ମାର୍କ କାଟିବାକୁ ଧମକ ଦେଉଥିବା ଛାତ୍ର ମାନେ ଅଭିଯୋଗ କରିଛନ୍ତି ।1
- ମୋହନା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିଶ୍ୱର ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ ହେଇଚି ମୁଖ୍ୟ ଅତିଥି ଭାବେ ସୁତନ୍ତ୍ର ଉନୟନ ପରିଷଦ ଅଦକ୍ଷ କାମଦେବ ବଡ଼ନାୟକ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିଚାଳନା କମିଟି ଉପସ୍ଥିତ ରହିଥିଲେ1
- କୁକୁଡ଼ାଖଣ୍ତି ସରସ୍ଵତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଜ୍ଞାନବିଜ୍ଞାନ ମେଳା* କୁକୁଡ଼ାଖଣ୍ତି ସରସ୍ଵତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଜ୍ଞାନବିଜ୍ଞାନ ମେଳା* #Live_Odisha_News_update #FacebookPage P.k. Murty Liveodisha Newsupdate1
- ଚାଲନ୍ତୁ ଜାଣିବା ମଣିଷର ପାଞ୍ଚୋଟି ଗହଣା କଣ ? #gyan #knowledge #ହୁମାନବେହାବିର #shuruapp #publicpost #nuagaon #Nayagarh #socialmediapost1
- ବମ୍ବେ ରେ ଅଛନ୍ତି ଅଙ୍ଗନବାଡି କର୍ମୀ,ହେଲ୍ପରଙ୍କ ଦ୍ଵାରା ୧୦ ଦିନ ହେଲା ଚାଲିଛି ଅଙ୍ଗନବାଡି କେନ୍ଦ୍ର ବମ୍ବେ ରେ ଅଛନ୍ତି ଅଙ୍ଗନବାଡି କର୍ମୀ,ହେଲ୍ପରଙ୍କ ଦ୍ଵାରା ଚାଲିଛି ଅଙ୍ଗନବାଡି କେନ୍ଦ୍ର l ପିଲା ମାନଙ୍କୁ କେବଳ ହେଲ୍ପର ରନ୍ଧା ଖାଦ୍ୟ ଦେଇ ଚାଲି ଯାଉଛନ୍ତି l କେନ୍ଦ୍ର ରେ ୬ଗୋଟି ପିଲା ଥିବା ବେଳେ ସେମାଙ୍କୁ କୌଣସି ପାଠ ପଢ଼ା ଯାଉନି କି ଖେଳ କୁଦ କରା ଯାଉନି l ଏବଂ ସରାକରଙ୍କ ନିୟମ ଅନୁଯାୟୀ କିଶୋରୀ ଓ ଗର୍ଭବତୀଙ୍କୁ ଦିଆଯାଉନି ଅଣ୍ଡା ଓ ଛତୁଆ l ଏଭଳି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକ ନିଜୁମା ଅଙ୍ଗନବାଡି କେନ୍ଦ୍ର ରେ l ଗତ ୧୦ ଦିନ ହେଲାଣି ଅଙ୍ଗନବାଡି କେନ୍ଦ୍ର ର କର୍ମୀ ମମତା ରଇତ ଉପରିସ୍ଥ ଅଧିକାରୀଙ୍କୁ ବିନା ଜଣାତରେ ବମ୍ବେ ଯାଇଛନ୍ତି l ଫଳରେ କେନ୍ଦ୍ରର ସହାୟିକା କେବଳ ଶିଶୁମାନଙ୍କୁ ଖାଇବାକୁ ଦେଇ ଛାଡ଼ି ଦେଉଛନ୍ତି l ଅଙ୍ଗନବାଡି କର୍ମୀ ଚିକିତ୍ସା ପାଇଁ ବମ୍ବେ ଯାଇଥିବା ଗ୍ରାମବାସୀ କହୁଥିବା ବେଳେ ସିଡିପିଓ କହିଛନ୍ତି ଘଟଣା ସମ୍ପର୍କରେ ସେ ଜାଣି ନାହାଁନ୍ତି l ସୁପର୍ଭାଇଜର ଓ ହେଲପରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବେ ବୋଲି କହିଛନ୍ତି l ଗଜପତି ଜିଲ୍ଲା ରୁ ଟିକି ଲିମା ଙ୍କ ରିପୋର୍ଟ ଖବର ତରଙ୍ଗ1
- ଜରଡା ଥାନା ପୁଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ; ୧୫୦ ଲିଟର ପୋଚ ଓ ୨୦ ଲିଟର ଦେଶୀ ମଦ ଜବତ #ExciseRaid #JaradaPolice #DigapahandiNews #GanjamNews #IllegalLiquor #JagrutiKhabar #OdiaNews #Ganjam #BreakingNewsOdia #OdishaPolice1
- ଗଞ୍ଜାମ ଜିଲ୍ଲା ସୋରଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ସାଇବାଣୀ ମଳିକ ଙ୍କୁ ଅଧ୍ୟକ୍ଷା ପଦରୁ ହଟାଇଲେ ପଞ୍ଚାୟତ ରାଜ ବିଭାଗ ଗଞ୍ଜାମ ଜିଲ୍ଲା ସୋରଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦରୁ ହଟିଲେ ସାଇବାଣୀ ମଳିକ, ସୂଚନା ପ୍ରକାରେ ଅଧ୍ୟକ୍ଷା କ୍ରମାଗତ ସମିତି ବୈଠକ କରିବାରେ ବିଫଳତା ଯୋଗୁଁ ସମିତି ର ନିୟମିତ କାର୍ଯ୍ୟକାରିତା ଓ ଆଇନଗତ କାର୍ଯ୍ୟାବଳୀ ପ୍ରତିକୂଳ ଭାବେ ପ୍ରଭାବିତ ହୋଇ ବିଭିନ୍ନ କାର୍ଯ୍ୟ ଅଟକି ରହୁଥିବା ଅଭିଯୋଗ ରେ ଓଡିଶା ସରକାର ଙ୍କ ପଞ୍ଚାୟତ ରାଜ ବିଭାଗ ସାଇବାଣୀ ଙ୍କୁ ଅଧ୍ୟକ୍ଷା ପଦରୁ ଅପସାରିତ କରିଛନ୍ତି। ଅଧ୍ୟକ୍ଷା ଦାୟିତ୍ୱ ରୁ ଅପସାରିତ ହେବା ପରେ ପଞ୍ଚାୟତ ରାଜ ବିଭାଗ ର ନିର୍ଦେଶ ତଥା ନିୟମ ପ୍ରକାରେ ଆଜି ସୋରଡ଼ା ସୋରଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ସୋରଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମିତି ର ଉପାଧ୍ୟକ୍ଷ ଅମୁଲ୍ୟ ସାହୁ ଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଛନ୍ତି,ଦାୟିତ୍ୱ ପ୍ରଦାନ ସମୟ ରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଜିଲ୍ଲା ପରିଷଦ ସଭ୍ୟ ସମରେନ୍ଦ୍ର ସାହୁ ଓ ରାମ ଶବର ଙ୍କ ସହ ବହୁ ସମିତି ସଭ୍ୟ ଓ ସରପଞ୍ଚ ଓ ତାଙ୍କରି ସମର୍ଥକ ଉପସ୍ଥିତ ରହିଥିଲେ। ବର୍ତମାନ ଉପାଧ୍ୟକ୍ଷ ସମିତି ର ଚାରି ବର୍ଷ ହେଲା ପଡିରହିଥିବା ଅଧୁରା କାମ କୁ ଛଅ ମାସ ମଧ୍ୟରେ ସମ୍ପୂର୍ଣ କରିବାର ଆଶା ରଖିଛନ୍ତି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ। ଗଣେଶ ପାଣିଗ୍ରାହୀ ରିପୋର୍ଟ ଗଞ୍ଜାମ ଜିଲ୍ଲା ସୋରଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ସାଇବାଣୀ ମଳିକ ଙ୍କୁ ଅଧ୍ୟକ୍ଷା ପଦରୁ ହଟାଇଲେ ପଞ୍ଚାୟତ ରାଜ ବିଭାଗ ଗଞ୍ଜାମ ଜିଲ୍ଲା ସୋରଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦରୁ ହଟିଲେ ସାଇବାଣୀ ମଳିକ, ସୂଚନା ପ୍ରକାରେ ଅଧ୍ୟକ୍ଷା କ୍ରମାଗତ ସମିତି ବୈଠକ କରିବାରେ ବିଫଳତା ଯୋଗୁଁ ସମିତି ର ନିୟମିତ କାର୍ଯ୍ୟକାରିତା ଓ ଆଇନଗତ କାର୍ଯ୍ୟାବଳୀ ପ୍ରତିକୂଳ ଭାବେ ପ୍ରଭାବିତ ହୋଇ ବିଭିନ୍ନ କାର୍ଯ୍ୟ ଅଟକି ରହୁଥିବା ଅଭିଯୋଗ ରେ ଓଡିଶା ସରକାର ଙ୍କ ପଞ୍ଚାୟତ ରାଜ ବିଭାଗ ସାଇବାଣୀ ଙ୍କୁ ଅଧ୍ୟକ୍ଷା ପଦରୁ ଅପସାରିତ କରିଛନ୍ତି। ଅଧ୍ୟକ୍ଷା ଦାୟିତ୍ୱ ରୁ ଅପସାରିତ ହେବା ପରେ ପଞ୍ଚାୟତ ରାଜ ବିଭାଗ ର ନିର୍ଦେଶ ତଥା ନିୟମ ପ୍ରକାରେ ଆଜି ସୋରଡ଼ା ସୋରଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ସୋରଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମିତି ର ଉପାଧ୍ୟକ୍ଷ ଅମୁଲ୍ୟ ସାହୁ ଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଛନ୍ତି,ଦାୟିତ୍ୱ ପ୍ରଦାନ ସମୟ ରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଜିଲ୍ଲା ପରିଷଦ ସଭ୍ୟ ସମରେନ୍ଦ୍ର ସାହୁ ଓ ରାମ ଶବର ଙ୍କ ସହ ବହୁ ସମିତି ସଭ୍ୟ ଓ ସରପଞ୍ଚ ଓ ତାଙ୍କରି ସମର୍ଥକ ଉପସ୍ଥିତ ରହିଥିଲେ। ବର୍ତମାନ ଉପାଧ୍ୟକ୍ଷ ସମିତି ର ଚାରି ବର୍ଷ ହେଲା ପଡିରହିଥିବା ଅଧୁରା କାମ କୁ ଛଅ ମାସ ମଧ୍ୟରେ ସମ୍ପୂର୍ଣ କରିବାର ଆଶା ରଖିଛନ୍ତି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ। ଗଣେଶ ପାଣିଗ୍ରାହୀ ରିପୋର୍ଟ1