ଗଞ୍ଜାମ ଜିଲ୍ଲା ଧରାକୋଟ ଜଗମୋହନ ରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ l ଆସିକା:(୧୩/୪/୨୬)(ଗଣେଶ ପାଣିଗ୍ରାହୀ ରିପୋର୍ଟ)ଧରାକୋଟ ବ୍ଲକର ଜଗମୋହନ ଗ୍ରାମରେ ଶ୍ରୀ ଶ୍ରୀ ମହାବୀର ହନୁମାନଙ୍କ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ତିନି ଦିନ ଧରି ବେଶ ଆଡମ୍ବର ସହ ପାଳିତ ହୋଇଯାଇଛି । ଶୁକ୍ରବାର ଦିନ ଦୀକ୍ଷା ଗ୍ରହଣ,ଜଳଯାତ୍ରା, ଅଙ୍କୁରା ରୋପଣ ପରେ ଘୃତ ଯଜ୍ଞ, ନାମ ଯଜ୍ଞ,ବିଗ୍ରହ ପ୍ରତିଷ୍ଠାପରେ ଅର୍ଣ୍ଣ ପ୍ରସାଦ ସେବନ ସହ ନଗର ପରିଭ୍ରମଣ କାର୍ଯ୍ୟ ସମାପନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଧରାକୋଟ ରାଜ ଜେମା ଶାନ୍ତିପ୍ରିୟା ଦେବୀ ଯୋଗଦେଇ ପୂର୍ଣ୍ଣାହୂତି ପ୍ରଦାନ କରିଥିବା ବେଳେ ସତୀମଠ ମହନ୍ତ କୃପାସିନ୍ଧୁ ଦାସ ମହାରାଜ ଉପସ୍ଥିତ ରହିଥିଲେ । ପ୍ରତିଷ୍ଠା କାର୍ଯ୍ୟରେ କର୍ତ୍ତା ଭାବରେ ଲକ୍ଷ୍ମଣ ବଡତ୍ୟା ଓ ତାଙ୍କ ପତ୍ନୀ ସୁଗ୍ୟାନି ବାଡତ୍ୟା ଦାୟିତ୍ଵ ତୁଲାଇଥିବା ବେଳେ ପୁରୋହିତ ଭାବରେ ବସନ୍ତ କୁମାର ରଥ କାର୍ଯ୍ୟ ସମାପନ କରିଥିଲେ । ମୂଖ୍ୟ ସହଯୋଗୀ ଭାବରେ ତ୍ରିଲୋଚନ ସାହୁ,ପ୍ରକାଶ ସାହୁ,ପ୍ରମୋଦ କୁମାର ମହାରଣା ରହିଥିବା ବେଳେ ଜଗମୋହନ ଗ୍ରାମବାସୀ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
ଗଞ୍ଜାମ ଜିଲ୍ଲା ଧରାକୋଟ ଜଗମୋହନ ରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ l ଆସିକା:(୧୩/୪/୨୬)(ଗଣେଶ ପାଣିଗ୍ରାହୀ ରିପୋର୍ଟ)ଧରାକୋଟ ବ୍ଲକର ଜଗମୋହନ ଗ୍ରାମରେ ଶ୍ରୀ ଶ୍ରୀ ମହାବୀର ହନୁମାନଙ୍କ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ତିନି ଦିନ ଧରି ବେଶ ଆଡମ୍ବର
ସହ ପାଳିତ ହୋଇଯାଇଛି । ଶୁକ୍ରବାର ଦିନ ଦୀକ୍ଷା ଗ୍ରହଣ,ଜଳଯାତ୍ରା, ଅଙ୍କୁରା ରୋପଣ ପରେ ଘୃତ ଯଜ୍ଞ, ନାମ ଯଜ୍ଞ,ବିଗ୍ରହ ପ୍ରତିଷ୍ଠାପରେ ଅର୍ଣ୍ଣ ପ୍ରସାଦ ସେବନ ସହ ନଗର ପରିଭ୍ରମଣ କାର୍ଯ୍ୟ ସମାପନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଧରାକୋଟ
ରାଜ ଜେମା ଶାନ୍ତିପ୍ରିୟା ଦେବୀ ଯୋଗଦେଇ ପୂର୍ଣ୍ଣାହୂତି ପ୍ରଦାନ କରିଥିବା ବେଳେ ସତୀମଠ ମହନ୍ତ କୃପାସିନ୍ଧୁ ଦାସ ମହାରାଜ ଉପସ୍ଥିତ ରହିଥିଲେ । ପ୍ରତିଷ୍ଠା କାର୍ଯ୍ୟରେ କର୍ତ୍ତା ଭାବରେ ଲକ୍ଷ୍ମଣ ବଡତ୍ୟା ଓ ତାଙ୍କ ପତ୍ନୀ ସୁଗ୍ୟାନି ବାଡତ୍ୟା ଦାୟିତ୍ଵ ତୁଲାଇଥିବା ବେଳେ
ପୁରୋହିତ ଭାବରେ ବସନ୍ତ କୁମାର ରଥ କାର୍ଯ୍ୟ ସମାପନ କରିଥିଲେ । ମୂଖ୍ୟ ସହଯୋଗୀ ଭାବରେ ତ୍ରିଲୋଚନ ସାହୁ,ପ୍ରକାଶ ସାହୁ,ପ୍ରମୋଦ କୁମାର ମହାରଣା ରହିଥିବା ବେଳେ ଜଗମୋହନ ଗ୍ରାମବାସୀ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
- ଅଁଳାଇ ପୀଠ ରେ 24 ତମ ମହାବୀର ଜୟନ୍ତୀ ଓ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଶୋଭାଯାତ୍ରା ରେ ସାମିଲ ହେଲେ 100 ରୁ ଉର୍ଦ୍ଧ ମାନସିକ ବ୍ରତଧାରୀ ------------------------------------- ଖୋର୍ଦ୍ଧା ବ୍ଲକ ଟାଙ୍ଗିଆପଡା ପଂଚାୟତ ଅଧୀନ ଉଇଲ କିଶନ ନଗର ମା ଅଁଳାଇ ଦେବୀ ପୀଠ ରେ 24 ତମ ମହାବୀର ଜୟନ୍ତୀ ଓ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଗତକାଲି ଅଙ୍କୁରାରୋପଣ ଓ ମଣ୍ଡଳକରଣ ଗ୍ରାମରେ ପୂଜା ପାଉଥିବା ବିଭିନ୍ନ ଠାକୁର ଙ୍କୁ ନିମତ୍ରଣ କରାଯାଇଥିଲା l ଆଜି ଗ୍ରାମ କୁଳଗୁରୁ ପୁରୋହିତ ବିଶ୍ୱନାଥ ନନ୍ଦ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଗ୍ରାମ ର ଝାରିଆ ପୋଖରୀ ଠାରୁ ଶହେ ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ପୋଖରୀରୁ ଜଳ କଳସ ଧରି ଗ୍ରାମ୍ୟ ପରିକ୍ରମା କରି ଶୋଭାଯାତ୍ରା ରେ ଆସିଥିଲେ l ଘଣ୍ଟ ଘଣ୍ଟା,ହରିବୋଲ ହୁଳହୁଳି ନାଦରେ ପ୍ରକମ୍ପିତ ହୋଇ ଉଠିଥିଲା ଗାଁ ର ଦାଣ୍ଡ l ଗ୍ରାମର ଭାଗବତ ଠାକୁର, ତ୍ରିନାଥ ଠାକୁର, ଧବଳେଶ୍ୱର ମହାଦେବ,ରାଧାକୃଷ୍ଣ ଆଦି ନିଜ ନିଜ ସୁସଜ୍ଜିତ ବିମାନ ରେ ଯଜ୍ଞ ସ୍ଥଳ କୁ ଯାଇଥିଲେ l ଏହି ଅବସରେ ବିଭିନ୍ନ ବାଣ ଫୁଟା , ରୋଷଣୀ କଳଘୋଡା ନୃତ୍ୟ, ବୁଢାବୁଢ଼ି ନୃତ୍ୟ କୁ ଦେଖିବାକୁ ଶହ ଶହ ଲୋକ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ଯଜ୍ଞ ସ୍ଥଳରେ ପହଂଚିବା ପରେ ସୂର୍ଯ୍ୟ ପୂଜା, ମଣ୍ଡଳ ପୂଜା, ଓ ଅଗ୍ନି ସ୍ଥାପନ କରାଯାଇଥିଲା l ପରେ ଅପରାହ୍ନ ସମୟରେ ଯଜ୍ଞ କର୍ତ୍ତା ଆକାଶ ବିଶ୍ୱାଳ ଙ୍କ ଉପସ୍ଥିତି ରେ ବିଶ୍ୱଶାନ୍ତି ଯଜ୍ଞ ଆରମ୍ଭ ହୋଇଥିଲା l.ଏହି ବାର୍ଷିକ ଯଜ୍ଞ ଗ୍ରାମ ର ସମ୍ପାଦକ ସନାତନ ବିଶ୍ୱାଳ,ଙ୍କ ପରିଚାଳନା ରେ ଆୟୋଜନ ହେଉଥିଲା ବେଳେ ଆସନ୍ତାକାଲି ଅପରାହ୍ନ 5 ଟା ରେ ପୂର୍ଣ୍ଣାହୁତି ସହିତ ଯଜ୍ଞ ସମାପନ ହେବା ପରେ ସମୂହ ପ୍ରସାଦ ସେବନ ହେବ ବୋଲି ପୁରୋହିତ ବିଶ୍ୱନାଥ ନନ୍ଦ ସୂଚନା ଦେଇଛନ୍ତି l1
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ପାଟଲା ଗାଁରେ ଦଣ୍ଡ ନୃତ୍ୟ ପୂର୍ବରୁ ଚାଲିଗଲା ଦଣ୍ଡୁଆଙ୍କ ଜୀବନ. ସାତମାଇଲ ଠାରେ ୮ଘଣ୍ଟା ରାସ୍ତା ଅବରୋଧ ପରେ ପୋଲିସ ପ୍ରଶାସନ ଏବଂ ରାଜନେତା ନାକେଦନ ପରେ ଗାଁ ମଶାଣିରେ ଜଳିଲା ଦୁଇ ଯୁବକଙ୍କୁ ଜୁଇ. ସାରା ରାଜ୍ୟରେ ଆଲୋଡନ. ମୁଖ୍ୟମନ୍ତ୍ରୀ. ପୂର୍ବତନ ମୁଖ୍ୟମନ୍ତ୍ରୀ. କେନ୍ଦ୍ରମନ୍ତ୍ରୀ କଲେ ଶୋକ ପ୍ରକାଶ.1
- Post by SOUMYA RANJAN2
- Post by Swapnendu Rout1
- ଆମ ଅଞ୍ଚଳର ଡକା ହକା ଠାକୁର ପ୍ରଭୁ ଗ୍ରାମେଶ୍ୱର1
- Post by Manoj kumar baliyarsingh4
- ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ବ୍ରହ୍ମପୁର ପ୍ରସିଦ୍ଧ କଣ୍ଟାଦୋଳି ଝାମୁଯାତ୍ରା କୁକୁଡ଼ାଖଣ୍ତି ବ୍ଳକ ଅନ୍ତର୍ଗତ ଅମ୍ବଗଡ଼ ଅଞ୍ଚଳରେ ଗଭୀର ଭକ୍ତି ଓ ଆଧ୍ୟାତ୍ମିକ ଭାବନା ମଧ୍ୟରେ ପାଳିତ ହେଉଛି ମାଁ ମଙ୍ଗଳାଙ୍କ ପ୍ରସିଦ୍ଧ କଣ୍ଟାଦୋଳି ଝାମୁ ଯାତ୍ରା । ପ୍ରତିବର୍ଷ ଚୈତ୍ର ମାସରେ ଅନୁଷ୍ଠିତ ହେଉଥିବା ଏହି ନିଆରା ପରମ୍ପରା ଅଞ୍ଚଳର ଧାର୍ମିକ ଓ ସାମ୍ପ୍ରଦାୟିକ ଐତିହ୍ୟକୁ ଉଜାଗର କରିଥାଏ । ଏହି ଯାତ୍ରାର ସବୁଠାରୁ ବିଶେଷତା ହେଉଛି। ମାଁ ମଙ୍ଗଳା କନ୍ୟା ରୂପରେ ବାପଘରକୁ ଆସି ପୂଜାପାଆନ୍ତି । ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରାର ପରମ୍ପରାକୁ ଅନୁସରଣ କରି ଏହି କଣ୍ଟାଦୋଳି ଯାତ୍ରା ପ୍ରଚଳିତ ହୋଇଆସିଛି । ଚୈତ୍ର ମାସରେ ମାଁଙ୍କ ସ୍ୱପ୍ନାଦେଶ ପାଇବା ପରେ ଏହି ପବିତ୍ର ଯାତ୍ରାର ଆରମ୍ଭ ହୁଏ ।1
- Post by SOUMYA RANJAN1
- Post by Manoj kumar baliyarsingh4