logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମାଲକାନଗିରି ଏବଂ କୋରାପୁଟ ଜିଲ୍ଲା ସୀମାନ୍ତରେ ଥିବା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ମନ୍ତ୍ରୀଆମ୍ବ ଘାଟି ନିକଟରେ ଏକ ଡିଜେଲ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି। ୩୨୬ ନମ୍ବର ଜାତୀୟ ରାଜପଥର ମନ୍ତ୍ରୀଆମ୍ବ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ଅନୁଯାୟୀ, ଡିଜେଲ ବୋଝେଇ ହୋଇ ଟ୍ୟାଙ୍କରଟି ମାଲକାନଗିରି ଅଭିମୁଖେ ଆସୁଥିବା ବେଳେ ଘାଟିର ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଗ୍ରାମବାସୀ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଗାଡ଼ି ଭିତରୁ ଚାଳକଙ୍କୁ ବାହାର କରିଥିଲେ। ଚାଳକଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ବୈପାରିଗୁଡା ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡ଼ିଛି।

8 hrs ago
user_KOSAL TIMES
KOSAL TIMES
ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
8 hrs ago

ମାଲକାନଗିରି ଏବଂ କୋରାପୁଟ ଜିଲ୍ଲା ସୀମାନ୍ତରେ ଥିବା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ମନ୍ତ୍ରୀଆମ୍ବ ଘାଟି ନିକଟରେ ଏକ ଡିଜେଲ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି। ୩୨୬ ନମ୍ବର ଜାତୀୟ ରାଜପଥର ମନ୍ତ୍ରୀଆମ୍ବ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ଅନୁଯାୟୀ, ଡିଜେଲ ବୋଝେଇ ହୋଇ ଟ୍ୟାଙ୍କରଟି ମାଲକାନଗିରି ଅଭିମୁଖେ ଆସୁଥିବା ବେଳେ ଘାଟିର ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଗ୍ରାମବାସୀ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଗାଡ଼ି ଭିତରୁ ଚାଳକଙ୍କୁ ବାହାର କରିଥିଲେ। ଚାଳକଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ବୈପାରିଗୁଡା ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡ଼ିଛି।

More news from Odisha and nearby areas
  • ଭୁବନେଶ୍ୱରରେ ଶ୍ରୀ ପଟ୍ଟନାୟକଙ୍କର ଏକ କୋଠା ରହିଛି, ଯିଏକି ଜଣେ ଇଇ ଅଟନ୍ତି।
    1
    ଭୁବନେଶ୍ୱରରେ ଶ୍ରୀ ପଟ୍ଟନାୟକଙ୍କର ଏକ କୋଠା ରହିଛି, ଯିଏକି ଜଣେ ଇଇ ଅଟନ୍ତି।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    13 min ago
  • କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ବଙ୍ଗୋମୁଣ୍ଡା ଗ୍ରାମର ପ୍ରତିଭାବାନ ଗଣମାଧ୍ୟମ ପ୍ରତିନିଧି ଅଶୋକ ନାରାୟଣ ଭୋଇଙ୍କ ଅକାଳ ବିୟୋଗରେ ଟିଟିଲାଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ଡାକବଙ୍ଗଳାରେ ଏକ ଶୋକସଭା ତଥା ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି। ସାମ୍ବାଦିକ ସଞ୍ଜୟ ବେହେରାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ସାମ୍ବାଦିକ ଦିଲୀପ ପୁରୋହିତ, ଜଗଦିଶ ଜୈନ, ଦୀପକ ସମାଦ୍ଦାର, ମାନସ ମହାନ୍ତି ଏବଂ ମନୋଜ ଶତପଥି ପ୍ରମୁଖ ସ୍ୱର୍ଗତ ଅଶୋକ ନାରାୟଣ ଭୋଇଙ୍କ ସ୍ମୃତିଚାରଣ କରିଥିଲେ। ଶ୍ରଦ୍ଧାଞ୍ଜଳି ସଭା ପୂର୍ବରୁ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ଟିଟିଲାଗଡ଼ରେ କାର୍ଯ୍ୟରତ ସାମ୍ବାଦିକ ତୀର୍ଥଙ୍କର ପଟେଲ, ଅଶୋକ ତ୍ରିପାଠୀ, ଜିତୁ ସାହୁ, ସଞ୍ଜୟ ନାୟକ, ସୁଧୀର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଦିନେଶ ଶର୍ମା ଏବଂ ହେମରାଜ କଟା ସହଯୋଗ କରିଥିଲେ। ଅଶୋକ ନାରାୟଣ ଭୋଇଙ୍କ ମୃତ୍ୟୁ ଅତ୍ୟଧିକ ରକ୍ତଚାପ ଯୋଗୁଁ ଘଟିଥିଲା। ପ୍ରଥମେ ତାଙ୍କୁ ଖରିଆର ମିଶନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଛତିଶଗଡ଼ ରାଜ୍ୟ ରାଜଧାନୀ ରାୟପୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଯୁବ ସାମ୍ବାଦିକଙ୍କ ଏହି ଅକାଳ ବିୟୋଗ ଯୋଗୁଁ ଟିଟିଲାଗଡ଼ ଉପଖଣ୍ଡ ସାମ୍ବାଦିକ ସଂଘ ସ୍ତବ୍ଧ ହୋଇଯାଇଛି ଏବଂ ସମସ୍ତେ ସ୍ୱର୍ଗତ ଅଶୋକ ନାରାୟଣ ଭୋଇଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
    4
    କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ବଙ୍ଗୋମୁଣ୍ଡା ଗ୍ରାମର ପ୍ରତିଭାବାନ ଗଣମାଧ୍ୟମ ପ୍ରତିନିଧି ଅଶୋକ ନାରାୟଣ ଭୋଇଙ୍କ ଅକାଳ ବିୟୋଗରେ ଟିଟିଲାଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ଡାକବଙ୍ଗଳାରେ ଏକ ଶୋକସଭା ତଥା ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି। ସାମ୍ବାଦିକ ସଞ୍ଜୟ ବେହେରାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ସାମ୍ବାଦିକ ଦିଲୀପ ପୁରୋହିତ, ଜଗଦିଶ ଜୈନ, ଦୀପକ ସମାଦ୍ଦାର, ମାନସ ମହାନ୍ତି ଏବଂ ମନୋଜ ଶତପଥି ପ୍ରମୁଖ ସ୍ୱର୍ଗତ ଅଶୋକ ନାରାୟଣ ଭୋଇଙ୍କ ସ୍ମୃତିଚାରଣ କରିଥିଲେ। ଶ୍ରଦ୍ଧାଞ୍ଜଳି ସଭା ପୂର୍ବରୁ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

ଏହି ଅବସରରେ ଟିଟିଲାଗଡ଼ରେ କାର୍ଯ୍ୟରତ ସାମ୍ବାଦିକ ତୀର୍ଥଙ୍କର ପଟେଲ, ଅଶୋକ ତ୍ରିପାଠୀ, ଜିତୁ ସାହୁ, ସଞ୍ଜୟ ନାୟକ, ସୁଧୀର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଦିନେଶ ଶର୍ମା ଏବଂ ହେମରାଜ କଟା ସହଯୋଗ କରିଥିଲେ। ଅଶୋକ ନାରାୟଣ ଭୋଇଙ୍କ ମୃତ୍ୟୁ ଅତ୍ୟଧିକ ରକ୍ତଚାପ ଯୋଗୁଁ ଘଟିଥିଲା। ପ୍ରଥମେ ତାଙ୍କୁ ଖରିଆର ମିଶନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଛତିଶଗଡ଼ ରାଜ୍ୟ ରାଜଧାନୀ ରାୟପୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଯୁବ ସାମ୍ବାଦିକଙ୍କ ଏହି ଅକାଳ ବିୟୋଗ ଯୋଗୁଁ ଟିଟିଲାଗଡ଼ ଉପଖଣ୍ଡ ସାମ୍ବାଦିକ ସଂଘ ସ୍ତବ୍ଧ ହୋଇଯାଇଛି ଏବଂ ସମସ୍ତେ ସ୍ୱର୍ଗତ ଅଶୋକ ନାରାୟଣ ଭୋଇଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
    user_ସଞ୍ଜୟ କୁମାର ବେହେରା
    ସଞ୍ଜୟ କୁମାର ବେହେରା
    Photographer ଟିଟିଲାଗଡ଼, ବଲାଙ୍ଗୀର, ଓଡ଼ିଶା•
    23 hrs ago
  • ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ କାପାସିରା ଗ୍ରାମରେ ବିଦ୍ୟୁତ ବିଭାଗର ଜଣେ କର୍ମଚାରୀଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି।
    1
    ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ କାପାସିରା ଗ୍ରାମରେ ବିଦ୍ୟୁତ ବିଭାଗର ଜଣେ କର୍ମଚାରୀଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି।
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    19 hrs ago
  • ଜଣେ ପୁରୁଣା ବ୍ୟକ୍ତି ସତ୍ୟ କଥା କହିବା ସହିତ ଏହାର ଗଭୀର ଅର୍ଥ ମଧ୍ୟ ସ୍ପଷ୍ଟ ଭାବରେ ବୁଝାଇଛନ୍ତି। ତାଙ୍କର ଏହି କାର୍ଯ୍ୟ ପାଇଁ ତାଙ୍କୁ ଜଣେ ମହାନ ବ୍ୟକ୍ତି ଭାବରେ ବର୍ଣ୍ଣନା କରାଯାଇଛି। ସମସ୍ତଙ୍କୁ ଏହି ଅନୁଭୂତିକୁ ଦେଖିବା ଏବଂ ଅନୁଭବ କରିବାକୁ ଆହ୍ୱାନ କରାଯାଇଛି।
    1
    ଜଣେ ପୁରୁଣା ବ୍ୟକ୍ତି ସତ୍ୟ କଥା କହିବା ସହିତ ଏହାର ଗଭୀର ଅର୍ଥ ମଧ୍ୟ ସ୍ପଷ୍ଟ ଭାବରେ ବୁଝାଇଛନ୍ତି। ତାଙ୍କର ଏହି କାର୍ଯ୍ୟ ପାଇଁ ତାଙ୍କୁ ଜଣେ ମହାନ ବ୍ୟକ୍ତି ଭାବରେ ବର୍ଣ୍ଣନା କରାଯାଇଛି। ସମସ୍ତଙ୍କୁ ଏହି ଅନୁଭୂତିକୁ ଦେଖିବା ଏବଂ ଅନୁଭବ କରିବାକୁ ଆହ୍ୱାନ କରାଯାଇଛି।
    user_Manoj kumar Khamari
    Manoj kumar Khamari
    ବୋଡେନ, ନୂଆପଡ଼ା, ଓଡ଼ିଶା•
    3 hrs ago
  • ଜଡାମୁଣ୍ଡା ଗ୍ରାମରେ ଧାନ ବିକ୍ରି କରି ନପାରି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଏହି ଘଟଣା ପରେ ଶତାଧିକ ଚାଷୀ ଜାତୀୟ ରାଜପଥ ଅବରୋଧ କରିଥିଲେ। ସେମାନେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାର ପାଇଁ କ୍ଷତିପୂରଣ ପ୍ରଦାନ ଦାବି କରିଛନ୍ତି।
    1
    ଜଡାମୁଣ୍ଡା ଗ୍ରାମରେ ଧାନ ବିକ୍ରି କରି ନପାରି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଏହି ଘଟଣା ପରେ ଶତାଧିକ ଚାଷୀ ଜାତୀୟ ରାଜପଥ ଅବରୋଧ କରିଥିଲେ। ସେମାନେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାର ପାଇଁ କ୍ଷତିପୂରଣ ପ୍ରଦାନ ଦାବି କରିଛନ୍ତି।
    user_HEMANTA KUMAR BEHERA
    HEMANTA KUMAR BEHERA
    Video Creator ଖରିଆର, ନୂଆପଡ଼ା, ଓଡ଼ିଶା•
    17 hrs ago
  • କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ଓ ମରଣାନ୍ତକ ଆକ୍ରମଣ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ମହିଳା ଜଣକ ଘରେ ଏକାକୀ ରୋଷେଇ କରୁଥିବା ସମୟରେ ଜୟପାଟଣା କିଶୋରପଡ଼ାର ସୁମନ୍ତ ରାଉତ ତାଙ୍କ ଘର ଭିତରକୁ ପ୍ରବେଶ କରି ତାଙ୍କୁ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ। ଏହା ସହିତ ଅଭିଯୁକ୍ତ ମହିଳାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ପ୍ରତିରୋଧ କରିବାରୁ ଅଭିଯୁକ୍ତ ତାଙ୍କ ଗଳାରେ ଥିବା ମଙ୍ଗଳସୂତ୍ର ଓ ହାର ଛିଣ୍ଡାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ପୀଡ଼ିତା ଜୟପାଟଣା ଥାନାରେ ଏକ ଲିଖିତ ଅଭିଯୋଗ ଦାୟର କରିଥିଲେ। ଅଭିଯୋଗକୁ ଭିତ୍ତି କରି ଜୟପାଟଣା ଥାନା ଅଧିକାରିଣୀ ଅର୍ଚ୍ଚନା ନାୟକ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତିନୋଟି ଟିମ୍‌ ଗଠନ କରାଯାଇଥିଲା। ସୂଚନା ମୁତାବକ, ଅଭିଯୁକ୍ତ ସୁମନ୍ତ ରାଉତ ପୂର୍ବରୁ ମଧ୍ୟ ଏକ ମାମଲାରେ ଜଡ଼ିତ ଥିଲେ ଏବଂ ଜେଲ୍‌ ହାଜତରେ ରହିଥିଲେ। ପ୍ରାୟ ୧୫ ଦିନ ପୂର୍ବରୁ ସେ ଜେଲ୍‌ରୁ ବାହାରିଥିବା ବେଳେ ପୁଣି ଏହି ଘଟଣା ଘଟାଇଥିବା ଅଭିଯୋଗ ହୋଇଛି। ପୋଲିସ ଶେଷରେ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ସୁମନ୍ତ ରାଉତଙ୍କୁ ଗିରଫ କରିବାରେ ସଫଳ ହୋଇଛି ଏବଂ ଗିରଫ ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜୟପାଟଣା ପୋଲିସର ଏହି ତତ୍ପରତାକୁ ନେଇ ଅଞ୍ଚଳରେ ପ୍ରଶଂସା କରାଯାଉଛି।
    2
    କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ଓ ମରଣାନ୍ତକ ଆକ୍ରମଣ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ମହିଳା ଜଣକ ଘରେ ଏକାକୀ ରୋଷେଇ କରୁଥିବା ସମୟରେ ଜୟପାଟଣା କିଶୋରପଡ଼ାର ସୁମନ୍ତ ରାଉତ ତାଙ୍କ ଘର ଭିତରକୁ ପ୍ରବେଶ କରି ତାଙ୍କୁ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ। ଏହା ସହିତ ଅଭିଯୁକ୍ତ ମହିଳାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ମହିଳା ଜଣକ ପ୍ରତିରୋଧ କରିବାରୁ ଅଭିଯୁକ୍ତ ତାଙ୍କ ଗଳାରେ ଥିବା ମଙ୍ଗଳସୂତ୍ର ଓ ହାର ଛିଣ୍ଡାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ପୀଡ଼ିତା ଜୟପାଟଣା ଥାନାରେ ଏକ ଲିଖିତ ଅଭିଯୋଗ ଦାୟର କରିଥିଲେ। ଅଭିଯୋଗକୁ ଭିତ୍ତି କରି ଜୟପାଟଣା ଥାନା ଅଧିକାରିଣୀ ଅର୍ଚ୍ଚନା ନାୟକ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତିନୋଟି ଟିମ୍‌ ଗଠନ କରାଯାଇଥିଲା।

ସୂଚନା ମୁତାବକ, ଅଭିଯୁକ୍ତ ସୁମନ୍ତ ରାଉତ ପୂର୍ବରୁ ମଧ୍ୟ ଏକ ମାମଲାରେ ଜଡ଼ିତ ଥିଲେ ଏବଂ ଜେଲ୍‌ ହାଜତରେ ରହିଥିଲେ। ପ୍ରାୟ ୧୫ ଦିନ ପୂର୍ବରୁ ସେ ଜେଲ୍‌ରୁ ବାହାରିଥିବା ବେଳେ ପୁଣି ଏହି ଘଟଣା ଘଟାଇଥିବା ଅଭିଯୋଗ ହୋଇଛି। ପୋଲିସ ଶେଷରେ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ସୁମନ୍ତ ରାଉତଙ୍କୁ ଗିରଫ କରିବାରେ ସଫଳ ହୋଇଛି ଏବଂ ଗିରଫ ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜୟପାଟଣା ପୋଲିସର ଏହି ତତ୍ପରତାକୁ ନେଇ ଅଞ୍ଚଳରେ ପ୍ରଶଂସା କରାଯାଉଛି।
    user_Subrat Kumar sahu
    Subrat Kumar sahu
    ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    20 hrs ago
  • ୨୪ ଜୁନ୍ ୨୦୨୬ ରେ ଭୁବନେଶ୍ୱରର ଲୋକସେବା ଭବନ ଠାରେ ୧୪ତମ ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ (ପଲିସି) ବୈଠକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି ଯେ, ସାମୁଦ୍ରିକ ବାଣିଜ୍ୟ ଓ ସୁରକ୍ଷା ହେଉଛି ବ୍ୟାପକ ପ୍ରଗତିର ପ୍ରବେଶ ପଥ। ଏହି ଉଚ୍ଚସ୍ତରୀୟ ଜାତୀୟ ବୈଠକ ପ୍ରଥମ ଥର ପାଇଁ ନୂଆଦିଲ୍ଲୀ ବାହାରେ ଓଡ଼ିଶାରେ ଆୟୋଜିତ ହୋଇଛି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆମର ସମୁଦ୍ର କେବଳ ଏକ ଭୌଗୋଳିକ ସୀମା ନୁହେଁ, ବରଂ ଏହା ବ୍ୟାପକ ସୁଯୋଗ, ସମୃଦ୍ଧି ଏବଂ ଆନ୍ତର୍ଜାତୀୟ ସହଭାଗିତାର ପ୍ରବେଶ ପଥ। ସେ ଏକବିଂଶ ଶତାବ୍ଦୀକୁ ଇଣ୍ଡୋ-ପାସିଫିକ୍ ଶତାବ୍ଦୀ ଭାବେ ବର୍ଣ୍ଣନା କରିଛନ୍ତି, ଯେଉଁଥିରେ ଭାରତ ବିଶ୍ୱର ଏକ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହେଉଛି। ନୂଆଦିଲ୍ଲୀ ବାହାରେ ଏହି ବୈଠକର ଆୟୋଜନ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂଘୀୟ ବ୍ୟବସ୍ଥା ବା Cooperative Federalism ପ୍ରତି ଥିବା ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି। ସମୁଦ୍ର, ବନ୍ଦର, ମତ୍ସ୍ୟ ସମ୍ପଦ ଏବଂ ବ୍ଲୁ ଇକୋନୋମି ଆମର ମହତ୍ତ୍ୱପୂର୍ଣ୍ଣ ଜାତୀୟ ସମ୍ପତ୍ତି। ଏଗୁଡ଼ିକର ସୁରକ୍ଷା ଦେଶର ସୁରକ୍ଷା ସହ ଆର୍ଥିକ ବିକାଶ ଏବଂ ଲକ୍ଷ ଲକ୍ଷ ଉପକୂଳବାସୀଙ୍କ ଜୀବିକା ପାଇଁ ଅତ୍ୟନ୍ତ ଜରୁରୀ। ସାମୁଦ୍ରିକ ସୁରକ୍ଷା ଆଜି ପାରମ୍ପରିକ ଆଇନ-ଶୃଙ୍ଖଳା ମଧ୍ୟରେ ସୀମିତ ନାହିଁ, ବରଂ ଏଥିରେ ଜଟିଳ ଭିତ୍ତିଭୂମିର ସୁରକ୍ଷା, ସାମୁଦ୍ରିକ କ୍ଷେତ୍ରର ଗୁରୁତ୍ୱ, ସାଇବର ସୁରକ୍ଷା, ବିପର୍ଯ୍ୟୟ ପରିଚାଳନା ଏବଂ ପରିବେଶ ସୁରକ୍ଷା ଭଳି ଅନେକ ଆହ୍ୱାନ ସାମିଲ ରହିଛି। ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଇତିହାସ ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବଙ୍ଗୋପସାଗର ତଟରେ ଓଡ଼ିଶାର ପ୍ରାୟ ୫୭୫ କିଲୋମିଟର ଦୀର୍ଘ ତଟରେଖା ରହିଛି। ପ୍ରାଚୀନ କଳିଙ୍ଗର ସାଧବ ପୁଅମାନେ ସମୁଦ୍ର ପଥରେ ଦକ୍ଷିଣ-ପୂର୍ବ ଏସିଆର ବିଭିନ୍ନ ଦେଶ ସହ ବ୍ୟାପାର ଓ ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲେ, ଯାହାର ଜୀବନ୍ତ ପ୍ରତୀକ ଭାବେ ଆଜି ମଧ୍ୟ ବାଲିଯାତ୍ରା ଉତ୍ସବ ପାଳିତ ହେଉଛି। ବର୍ତ୍ତମାନ ଓଡ଼ିଶା ଭାରତର ସାମୁଦ୍ରିକ ବିକାଶ ଗାଥାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ଏବଂ ରାଜ୍ୟର ସାମୁଦ୍ରିକ ରଣନୀତିକ ସ୍ଥିତିକୁ ମଜବୁତ କରିବା ପାଇଁ ଗଞ୍ଜାମଠାରେ ଏକ ଗଭୀର-ସମୁଦ୍ର ବନ୍ଦର ଏବଂ ପାରାଦୀପ ନିକଟରେ ଏକ ସିପ୍ ବିଲ୍ଡିଂ କ୍ଲଷ୍ଟର ନିର୍ମାଣ କରାଯାଉଛି। ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ‘ସାଗର’ (SAGAR- Security and Growth for All in the Region), ‘ଆକ୍ଟ ଇଷ୍ଟ ପଲିସି’, ‘ବିମଷ୍ଟେକ’ (BIMSTEC) ଏବଂ ‘କୋଷ୍ଟାଲ ସିକ୍ୟୁରିଟି ସ୍କିମ ଫେଜ-୩’ ଭଳି ପ୍ରଗତିଶୀଳ ନୀତିକୁ ସମ୍ପୂର୍ଣ୍ଣ ସମର୍ଥନ କରୁଛନ୍ତି। ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା (AI), ଅନ୍‌ମ୍ୟାନ୍‌ଡ ସିଷ୍ଟମ ଏବଂ ଅତ୍ୟାଧୁନିକ ମନିଟରିଂ ନେଟୱାର୍କର ଉପଯୋଗ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏହା ସହ ମାଛଧରା ଡଙ୍ଗାଗୁଡ଼ିକରେ ‘ନଭମିତ୍ର’ (NABHMITRA) ଟ୍ରାନ୍ସପଣ୍ଡର ଲଗାଇବା ଏବଂ କୋଷ୍ଟାଲ ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ ଭଳି କାର୍ଯ୍ୟକ୍ରମକୁ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଛନ୍ତି। ସାମୁଦ୍ରିକ ସୀମା ସୁରକ୍ଷାରେ ନିୟୋଜିତ ଭାରତୀୟ ନୌସେନା, କୋଷ୍ଟ ଗାର୍ଡ, ଓଡ଼ିଶା ପୋଲିସ ଏବଂ ଅନ୍ୟ ସମସ୍ତ ସଂସ୍ଥାର କାର୍ଯ୍ୟକୁ ସେ ଉଚ୍ଚ ପ୍ରଶଂସା କରିଥିଲେ। ଏହି ବୈଠକରେ ଜାତୀୟ ମାରିଟାଇମ୍ ସୁରକ୍ଷା ସମନ୍ୱୟକାରୀ (NMSC) ଅବସରପ୍ରାପ୍ତ ଭାଇସ୍ ଆଡମିରାଲ୍ ବିଶ୍ୱଜିତ୍ ଦାସଗୁପ୍ତା କହିଛନ୍ତି ଯେ, ସାମୁଦ୍ରିକ ସୁରକ୍ଷା ପାଇଁ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ମଡେଲ ଖୋଜିବା ଅତ୍ୟନ୍ତ କଷ୍ଟକର ଏବଂ ଏଥିପାଇଁ ବିଭିନ୍ନ ମଡେଲକୁ ନେଇ ଏକ ସୁଚିନ୍ତିତ ରଣନୈତିକ ଢାଞ୍ଚା ପ୍ରସ୍ତୁତ କରିବା ଆବଶ୍ୟକ। ସେ ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ୍ ମାରିଟାଇମ୍ ସିକ୍ୟୁରିଟି ଅଫିସ୍ ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା ସହ ସମସ୍ତ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକୁ ମାର୍ଗଦର୍ଶନ ପ୍ରଦାନ କରୁଛି ବୋଲି ସୂଚନା ଦେଇଛନ୍ତି। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଛନ୍ତି ଯେ, ସାମୁଦ୍ରିକ ସୁରକ୍ଷା କେବଳ ସାମରିକ ବା ସୁରକ୍ଷାଗତ ଦିଗ ମଧ୍ୟରେ ସୀମିତ ନୁହେଁ। ସେ ସମ୍ମିଳନୀରେ ଉପସ୍ଥିତ ବରିଷ୍ଠ ଅଧିକାରୀମାନଙ୍କୁ କେବଳ ମୁଖ୍ୟ ଉପକୂଳ ଅଞ୍ଚଳ ନୁହେଁ, ବରଂ ସମୁଦ୍ର ମଧ୍ୟରେ ଥିବା ଦ୍ୱୀପଗୁଡ଼ିକର ସୁରକ୍ଷା ଏବଂ ବିକାଶ ଉପରେ ମଧ୍ୟ ସମାନ ଭାବେ ଗୁରୁତ୍ୱ ଦେବାକୁ ଅନୁରୋଧ କରିଛନ୍ତି। ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ପ୍ରକାଶ ମିଶ୍ର, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ. ବି. ଖୁରାନିଆଙ୍କ ସମେତ ଉପକୂଳବର୍ତ୍ତୀ ରାଜ୍ୟର ସାମୁଦ୍ରିକ ସୁରକ୍ଷା ସମନ୍ୱୟକାରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ. ବି. ଖୁରାନିଆ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
    1
    ୨୪ ଜୁନ୍ ୨୦୨୬ ରେ ଭୁବନେଶ୍ୱରର ଲୋକସେବା ଭବନ ଠାରେ ୧୪ତମ ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ (ପଲିସି) ବୈଠକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି ଯେ, ସାମୁଦ୍ରିକ ବାଣିଜ୍ୟ ଓ ସୁରକ୍ଷା ହେଉଛି ବ୍ୟାପକ ପ୍ରଗତିର ପ୍ରବେଶ ପଥ। ଏହି ଉଚ୍ଚସ୍ତରୀୟ ଜାତୀୟ ବୈଠକ ପ୍ରଥମ ଥର ପାଇଁ ନୂଆଦିଲ୍ଲୀ ବାହାରେ ଓଡ଼ିଶାରେ ଆୟୋଜିତ ହୋଇଛି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆମର ସମୁଦ୍ର କେବଳ ଏକ ଭୌଗୋଳିକ ସୀମା ନୁହେଁ, ବରଂ ଏହା ବ୍ୟାପକ ସୁଯୋଗ, ସମୃଦ୍ଧି ଏବଂ ଆନ୍ତର୍ଜାତୀୟ ସହଭାଗିତାର ପ୍ରବେଶ ପଥ। ସେ ଏକବିଂଶ ଶତାବ୍ଦୀକୁ ଇଣ୍ଡୋ-ପାସିଫିକ୍ ଶତାବ୍ଦୀ ଭାବେ ବର୍ଣ୍ଣନା କରିଛନ୍ତି, ଯେଉଁଥିରେ ଭାରତ ବିଶ୍ୱର ଏକ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହେଉଛି। ନୂଆଦିଲ୍ଲୀ ବାହାରେ ଏହି ବୈଠକର ଆୟୋଜନ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂଘୀୟ ବ୍ୟବସ୍ଥା ବା Cooperative Federalism ପ୍ରତି ଥିବା ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି। ସମୁଦ୍ର, ବନ୍ଦର, ମତ୍ସ୍ୟ ସମ୍ପଦ ଏବଂ ବ୍ଲୁ ଇକୋନୋମି ଆମର ମହତ୍ତ୍ୱପୂର୍ଣ୍ଣ ଜାତୀୟ ସମ୍ପତ୍ତି। ଏଗୁଡ଼ିକର ସୁରକ୍ଷା ଦେଶର ସୁରକ୍ଷା ସହ ଆର୍ଥିକ ବିକାଶ ଏବଂ ଲକ୍ଷ ଲକ୍ଷ ଉପକୂଳବାସୀଙ୍କ ଜୀବିକା ପାଇଁ ଅତ୍ୟନ୍ତ ଜରୁରୀ। ସାମୁଦ୍ରିକ ସୁରକ୍ଷା ଆଜି ପାରମ୍ପରିକ ଆଇନ-ଶୃଙ୍ଖଳା ମଧ୍ୟରେ ସୀମିତ ନାହିଁ, ବରଂ ଏଥିରେ ଜଟିଳ ଭିତ୍ତିଭୂମିର ସୁରକ୍ଷା, ସାମୁଦ୍ରିକ କ୍ଷେତ୍ରର ଗୁରୁତ୍ୱ, ସାଇବର ସୁରକ୍ଷା, ବିପର୍ଯ୍ୟୟ ପରିଚାଳନା ଏବଂ ପରିବେଶ ସୁରକ୍ଷା ଭଳି ଅନେକ ଆହ୍ୱାନ ସାମିଲ ରହିଛି।

ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଇତିହାସ ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବଙ୍ଗୋପସାଗର ତଟରେ ଓଡ଼ିଶାର ପ୍ରାୟ ୫୭୫ କିଲୋମିଟର ଦୀର୍ଘ ତଟରେଖା ରହିଛି। ପ୍ରାଚୀନ କଳିଙ୍ଗର ସାଧବ ପୁଅମାନେ ସମୁଦ୍ର ପଥରେ ଦକ୍ଷିଣ-ପୂର୍ବ ଏସିଆର ବିଭିନ୍ନ ଦେଶ ସହ ବ୍ୟାପାର ଓ ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲେ, ଯାହାର ଜୀବନ୍ତ ପ୍ରତୀକ ଭାବେ ଆଜି ମଧ୍ୟ ବାଲିଯାତ୍ରା ଉତ୍ସବ ପାଳିତ ହେଉଛି। ବର୍ତ୍ତମାନ ଓଡ଼ିଶା ଭାରତର ସାମୁଦ୍ରିକ ବିକାଶ ଗାଥାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ଏବଂ ରାଜ୍ୟର ସାମୁଦ୍ରିକ ରଣନୀତିକ ସ୍ଥିତିକୁ ମଜବୁତ କରିବା ପାଇଁ ଗଞ୍ଜାମଠାରେ ଏକ ଗଭୀର-ସମୁଦ୍ର ବନ୍ଦର ଏବଂ ପାରାଦୀପ ନିକଟରେ ଏକ ସିପ୍ ବିଲ୍ଡିଂ କ୍ଲଷ୍ଟର ନିର୍ମାଣ କରାଯାଉଛି।

ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ‘ସାଗର’ (SAGAR- Security and Growth for All in the Region), ‘ଆକ୍ଟ ଇଷ୍ଟ ପଲିସି’, ‘ବିମଷ୍ଟେକ’ (BIMSTEC) ଏବଂ ‘କୋଷ୍ଟାଲ ସିକ୍ୟୁରିଟି ସ୍କିମ ଫେଜ-୩’ ଭଳି ପ୍ରଗତିଶୀଳ ନୀତିକୁ ସମ୍ପୂର୍ଣ୍ଣ ସମର୍ଥନ କରୁଛନ୍ତି। ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା (AI), ଅନ୍‌ମ୍ୟାନ୍‌ଡ ସିଷ୍ଟମ ଏବଂ ଅତ୍ୟାଧୁନିକ ମନିଟରିଂ ନେଟୱାର୍କର ଉପଯୋଗ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏହା ସହ ମାଛଧରା ଡଙ୍ଗାଗୁଡ଼ିକରେ ‘ନଭମିତ୍ର’ (NABHMITRA) ଟ୍ରାନ୍ସପଣ୍ଡର ଲଗାଇବା ଏବଂ କୋଷ୍ଟାଲ ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ ଭଳି କାର୍ଯ୍ୟକ୍ରମକୁ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଛନ୍ତି। ସାମୁଦ୍ରିକ ସୀମା ସୁରକ୍ଷାରେ ନିୟୋଜିତ ଭାରତୀୟ ନୌସେନା, କୋଷ୍ଟ ଗାର୍ଡ, ଓଡ଼ିଶା ପୋଲିସ ଏବଂ ଅନ୍ୟ ସମସ୍ତ ସଂସ୍ଥାର କାର୍ଯ୍ୟକୁ ସେ ଉଚ୍ଚ ପ୍ରଶଂସା କରିଥିଲେ।

ଏହି ବୈଠକରେ ଜାତୀୟ ମାରିଟାଇମ୍ ସୁରକ୍ଷା ସମନ୍ୱୟକାରୀ (NMSC) ଅବସରପ୍ରାପ୍ତ ଭାଇସ୍ ଆଡମିରାଲ୍ ବିଶ୍ୱଜିତ୍ ଦାସଗୁପ୍ତା କହିଛନ୍ତି ଯେ, ସାମୁଦ୍ରିକ ସୁରକ୍ଷା ପାଇଁ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ମଡେଲ ଖୋଜିବା ଅତ୍ୟନ୍ତ କଷ୍ଟକର ଏବଂ ଏଥିପାଇଁ ବିଭିନ୍ନ ମଡେଲକୁ ନେଇ ଏକ ସୁଚିନ୍ତିତ ରଣନୈତିକ ଢାଞ୍ଚା ପ୍ରସ୍ତୁତ କରିବା ଆବଶ୍ୟକ। ସେ ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ୍ ମାରିଟାଇମ୍ ସିକ୍ୟୁରିଟି ଅଫିସ୍ ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା ସହ ସମସ୍ତ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକୁ ମାର୍ଗଦର୍ଶନ ପ୍ରଦାନ କରୁଛି ବୋଲି ସୂଚନା ଦେଇଛନ୍ତି। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଛନ୍ତି ଯେ, ସାମୁଦ୍ରିକ ସୁରକ୍ଷା କେବଳ ସାମରିକ ବା ସୁରକ୍ଷାଗତ ଦିଗ ମଧ୍ୟରେ ସୀମିତ ନୁହେଁ। ସେ ସମ୍ମିଳନୀରେ ଉପସ୍ଥିତ ବରିଷ୍ଠ ଅଧିକାରୀମାନଙ୍କୁ କେବଳ ମୁଖ୍ୟ ଉପକୂଳ ଅଞ୍ଚଳ ନୁହେଁ, ବରଂ ସମୁଦ୍ର ମଧ୍ୟରେ ଥିବା ଦ୍ୱୀପଗୁଡ଼ିକର ସୁରକ୍ଷା ଏବଂ ବିକାଶ ଉପରେ ମଧ୍ୟ ସମାନ ଭାବେ ଗୁରୁତ୍ୱ ଦେବାକୁ ଅନୁରୋଧ କରିଛନ୍ତି।

ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ପ୍ରକାଶ ମିଶ୍ର, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ. ବି. ଖୁରାନିଆଙ୍କ ସମେତ ଉପକୂଳବର୍ତ୍ତୀ ରାଜ୍ୟର ସାମୁଦ୍ରିକ ସୁରକ୍ଷା ସମନ୍ୱୟକାରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ. ବି. ଖୁରାନିଆ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    23 min ago
  • ମାଲକାନଗିରି ଏବଂ କୋରାପୁଟ ଜିଲ୍ଲା ସୀମାନ୍ତରେ ଥିବା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ମନ୍ତ୍ରୀଆମ୍ବ ଘାଟି ନିକଟରେ ଏକ ଡିଜେଲ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି। ୩୨୬ ନମ୍ବର ଜାତୀୟ ରାଜପଥର ମନ୍ତ୍ରୀଆମ୍ବ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ଅନୁଯାୟୀ, ଡିଜେଲ ବୋଝେଇ ହୋଇ ଟ୍ୟାଙ୍କରଟି ମାଲକାନଗିରି ଅଭିମୁଖେ ଆସୁଥିବା ବେଳେ ଘାଟିର ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଗ୍ରାମବାସୀ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଗାଡ଼ି ଭିତରୁ ଚାଳକଙ୍କୁ ବାହାର କରିଥିଲେ। ଚାଳକଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ବୈପାରିଗୁଡା ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡ଼ିଛି।
    1
    ମାଲକାନଗିରି ଏବଂ କୋରାପୁଟ ଜିଲ୍ଲା ସୀମାନ୍ତରେ ଥିବା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ମନ୍ତ୍ରୀଆମ୍ବ ଘାଟି ନିକଟରେ ଏକ ଡିଜେଲ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି। ୩୨୬ ନମ୍ବର ଜାତୀୟ ରାଜପଥର ମନ୍ତ୍ରୀଆମ୍ବ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ଅନୁଯାୟୀ, ଡିଜେଲ ବୋଝେଇ ହୋଇ ଟ୍ୟାଙ୍କରଟି ମାଲକାନଗିରି ଅଭିମୁଖେ ଆସୁଥିବା ବେଳେ ଘାଟିର ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଗ୍ରାମବାସୀ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଗାଡ଼ି ଭିତରୁ ଚାଳକଙ୍କୁ ବାହାର କରିଥିଲେ। ଚାଳକଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ବୈପାରିଗୁଡା ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡ଼ିଛି।
    user_KOSAL TIMES
    KOSAL TIMES
    ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.