ଶ୍ରୀକ୍ଷେତ୍ରରେ ବାଦି ପାଲାର ଉଦ୍ଘାଟନ। ( ପୁରାତନ ପାଲା ପରମ୍ପରାକୁ ବଞ୍ଚାଇବାରେ ସତ୍ୟନାରାୟଣ ମନ୍ଦିର କର୍ତ୍ତୃପକ୍ଷଙ୍କ ପ୍ରୟାସ) (ଡ଼ଃ ମନୋଜ କୁମାର ବଳିଆରସିଂ)ପୁରୀ, ୯/୩: ଡିଜିଟାଲ ଯୁଗରେ ଆମ ସଂସ୍କୃତି ଓ ପରମ୍ପରା କାଳକ୍ରମେ ହଜିଯାଉଥିବା ବେଳେ ଓଡ଼ିଶାର ପ୍ରାଚୀନ ଲୋକସଂସ୍କୃତି ପାଲା ମଧ୍ୟ ଆଜି ଅନେକ ସ୍ଥାନରେ ଦେଖିବାକୁ ଓ ଶୁଣିବାକୁ ମିଳୁନାହିଁ। ତଥାପି କିଛି ସଂସ୍କୃତିପ୍ରେମୀ ଲୋକ ଏହି ପାଲା ପରମ୍ପରାକୁ ଜୀବନ୍ତ ରଖିବା ପାଇଁ ଅବିରତ ପ୍ରୟାସ ଜାରି ରଖିଛନ୍ତି। ତାଙ୍କର ଗମ୍ଭୀର ସ୍ୱର ଓ ଭାବବ୍ୟଞ୍ଜନା ମାଧ୍ୟମରେ ପାଲାକୁ ଆଜିବି ଲୋକଙ୍କ ହୃଦୟରେ ସ୍ଥାନ ଦେଇଆସୁଛନ୍ତି। ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ଏହି ପୁରାତନ ସଂସ୍କୃତିର ଝଲକ ଦେଖିବାକୁ ମିଳୁଛି। ଦୋଳବେଦୀ କୋଣରେ ଅବସ୍ଥିତ ଶ୍ରୀ ଶ୍ରୀ ସତ୍ୟନାରାୟଣ ମନ୍ଦିର କର୍ତ୍ତୃପକ୍ଷ ପ୍ରତିବର୍ଷ ପାଲା ପରମ୍ପରାକୁ ବଞ୍ଚାଇ ରଖିବା ନିମନ୍ତେ ବାଦି ପାଲାର ଆୟୋଜନ କରୁଛନ୍ତି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଶ୍ରୀ ଶ୍ରୀ ସତ୍ୟନାରାୟଣଙ୍କ ସନ୍ନିଧାନରେ ବାଦି ପାଲା ଆଜି ଠାରୁ ଆରମ୍ଭ ହୋଇଛି।ପୁରୀ ଏସ୍ପି ପ୍ରତୀକ ସିଂ ଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଉଦଘାଟନ କରାଯାଇଥିଲା। ବାଦିପାଲା ହେଉଛି ଓଡ଼ିଶାର ଏକ ପ୍ରାଚୀନ ଲୋକନାଟ୍ୟ ଓ ଲୋକସାହିତ୍ୟର ଗୌରବମୟ ଧାରା, ଯାହା ଧାର୍ମିକ, ସାମାଜିକ ଓ ନୈତିକ ବାର୍ତ୍ତାକୁ ଗୀତ, ଗଳ୍ପ ଓ ବାଦବିବାଦ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚାଏ। ଏହି ପବିତ୍ର ଅବସରରେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ, ପୁରୀର ଆରକ୍ଷୀ ଅଧିକ୍ଷକ ଏବଂ ସତ୍ୟନାରାୟଣ ମନ୍ଦିରର ମୁଖ୍ୟ ପୂଜକ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ବାଦି ପାଲାର ଶୁଭ ଉଦ୍ଘାଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ବାବାଜୀ ଚରଣ ସ୍ୱାଇଁ, ସଂପାଦକ ବଳଭଦ୍ର ମହାନ୍ତି ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହଯୋଗରେ ସୁଚାରୁ ଭାବେ ପରିଚାଳନା କରାଯାଇଥିଲା। ଏହି ପାଲା ଆୟୋଜନ ମାଧ୍ୟମରେ ଓଡ଼ିଶାର ପୁରାତନ ଲୋକସଂସ୍କୃତିକୁ ନୂତନ ପିଢି ସମ୍ମୁଖରେ ପହଞ୍ଚାଇବା ଓ ତାହାକୁ ଜୀବନ୍ତ ରଖିବାରେ ଏକ ମୂଲ୍ୟବାନ ପଦକ୍ଷେପ ବୋଲି ସଂସ୍କୃତିପ୍ରେମୀମାନେ ମତ ପ୍ରକାଶ କରିଛନ୍ତି।
ଶ୍ରୀକ୍ଷେତ୍ରରେ ବାଦି ପାଲାର ଉଦ୍ଘାଟନ। ( ପୁରାତନ ପାଲା ପରମ୍ପରାକୁ ବଞ୍ଚାଇବାରେ ସତ୍ୟନାରାୟଣ ମନ୍ଦିର କର୍ତ୍ତୃପକ୍ଷଙ୍କ ପ୍ରୟାସ) (ଡ଼ଃ ମନୋଜ କୁମାର ବଳିଆରସିଂ)ପୁରୀ, ୯/୩: ଡିଜିଟାଲ ଯୁଗରେ ଆମ ସଂସ୍କୃତି ଓ ପରମ୍ପରା କାଳକ୍ରମେ ହଜିଯାଉଥିବା ବେଳେ ଓଡ଼ିଶାର ପ୍ରାଚୀନ ଲୋକସଂସ୍କୃତି ପାଲା ମଧ୍ୟ ଆଜି ଅନେକ ସ୍ଥାନରେ ଦେଖିବାକୁ ଓ ଶୁଣିବାକୁ ମିଳୁନାହିଁ। ତଥାପି କିଛି ସଂସ୍କୃତିପ୍ରେମୀ ଲୋକ ଏହି ପାଲା ପରମ୍ପରାକୁ ଜୀବନ୍ତ ରଖିବା ପାଇଁ ଅବିରତ ପ୍ରୟାସ ଜାରି
ରଖିଛନ୍ତି। ତାଙ୍କର ଗମ୍ଭୀର ସ୍ୱର ଓ ଭାବବ୍ୟଞ୍ଜନା ମାଧ୍ୟମରେ ପାଲାକୁ ଆଜିବି ଲୋକଙ୍କ ହୃଦୟରେ ସ୍ଥାନ ଦେଇଆସୁଛନ୍ତି। ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ଏହି ପୁରାତନ ସଂସ୍କୃତିର ଝଲକ ଦେଖିବାକୁ ମିଳୁଛି। ଦୋଳବେଦୀ କୋଣରେ ଅବସ୍ଥିତ ଶ୍ରୀ ଶ୍ରୀ ସତ୍ୟନାରାୟଣ ମନ୍ଦିର କର୍ତ୍ତୃପକ୍ଷ ପ୍ରତିବର୍ଷ ପାଲା ପରମ୍ପରାକୁ ବଞ୍ଚାଇ ରଖିବା ନିମନ୍ତେ ବାଦି ପାଲାର ଆୟୋଜନ କରୁଛନ୍ତି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଶ୍ରୀ ଶ୍ରୀ ସତ୍ୟନାରାୟଣଙ୍କ ସନ୍ନିଧାନରେ ବାଦି
ପାଲା ଆଜି ଠାରୁ ଆରମ୍ଭ ହୋଇଛି।ପୁରୀ ଏସ୍ପି ପ୍ରତୀକ ସିଂ ଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଉଦଘାଟନ କରାଯାଇଥିଲା। ବାଦିପାଲା ହେଉଛି ଓଡ଼ିଶାର ଏକ ପ୍ରାଚୀନ ଲୋକନାଟ୍ୟ ଓ ଲୋକସାହିତ୍ୟର ଗୌରବମୟ ଧାରା, ଯାହା ଧାର୍ମିକ, ସାମାଜିକ ଓ ନୈତିକ ବାର୍ତ୍ତାକୁ ଗୀତ, ଗଳ୍ପ ଓ ବାଦବିବାଦ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚାଏ। ଏହି ପବିତ୍ର ଅବସରରେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ, ପୁରୀର ଆରକ୍ଷୀ ଅଧିକ୍ଷକ ଏବଂ ସତ୍ୟନାରାୟଣ ମନ୍ଦିରର ମୁଖ୍ୟ
ପୂଜକ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ବାଦି ପାଲାର ଶୁଭ ଉଦ୍ଘାଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ବାବାଜୀ ଚରଣ ସ୍ୱାଇଁ, ସଂପାଦକ ବଳଭଦ୍ର ମହାନ୍ତି ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହଯୋଗରେ ସୁଚାରୁ ଭାବେ ପରିଚାଳନା କରାଯାଇଥିଲା। ଏହି ପାଲା ଆୟୋଜନ ମାଧ୍ୟମରେ ଓଡ଼ିଶାର ପୁରାତନ ଲୋକସଂସ୍କୃତିକୁ ନୂତନ ପିଢି ସମ୍ମୁଖରେ ପହଞ୍ଚାଇବା ଓ ତାହାକୁ ଜୀବନ୍ତ ରଖିବାରେ ଏକ ମୂଲ୍ୟବାନ ପଦକ୍ଷେପ ବୋଲି ସଂସ୍କୃତିପ୍ରେମୀମାନେ ମତ ପ୍ରକାଶ କରିଛନ୍ତି।
- Post by Manoj kumar baliyarsingh4
- Post by Rajesh Samantaray1
- ଜଟଣୀ :ପିପିଲି ଖୋର୍ଦ୍ଧା ମୂଖ୍ୟ ରାସ୍ତା ନାଇଜର ପାଖରେ ମରମନ୍ତୁଦ ସଡ଼କ ଦୁର୍ଘଟଣା। ପାସେଞ୍ଜର ଅଟକୁ ଧକାଦେଲା କାର। ଦୁର୍ଘଟଣା ରେ ମହିଳା ଯାତ୍ରୀ ମୃତ। ଘଟଣା ସ୍ଥଳରେ ଜଟଣୀ ପୋଲିସ ପହଁଚି ଦୁଇଟି ଗାଡି ଜବତ କରି ଅଧିକ ତଦନ୍ତ କରୁଛି। ବିଗତ ୧ ବର୍ଷ ଭିତରେ ୧୪ ଜଣଙ୍କ ଜୀବନ ଗଲାଣି ଏହି ରାସ୍ତାରେ। ତଥାପି ପ୍ରଶାସନ ତରଫରୁ ସ୍ପିଡ଼ ଗାଡି ଚାଳନା ଉପରେ ରୋକ ଲଗାଇପାରୁନି ପ୍ରଶାସନ।8
- Post by Darbar Tv1
- Post by Gagan Bhoi1
- Post by Utkal sib1
- ରଣପୁର ପଞ୍ଚୁଦୋଳ ମହାମେଳନ ର ସବୁଠାରୁ latest update1
- Post by Manoj kumar baliyarsingh4