ନୂଆପଡାରେ ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରାବାସ ପରିଚାଳନା ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ନୂଆପଡା, ତା. ୧୯/୦୨ ନୂଆପଡା ଜିଲ୍ଲାର ଓଡିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ବାଦୀ ଓ ଝଗ୍ରାହିର ଛାତ୍ରାବାସମାନଙ୍କ ପରିଚାଳନା ସମ୍ବନ୍ଧୀୟ ଏକ ଜିଲ୍ଲାସ୍ତରୀୟ ସମିତି ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ବୈଠକ ଆରମ୍ଭରେ ଓଏଭି ଝଗ୍ରାହିର ଅଧ୍ୟକ୍ଷ ବିଚିତ୍ରାନନ୍ଦ ସାହୁ ସମସ୍ତଙ୍କୁ ସ୍ୱାଗତ ଜଣାଇ ବୈଠକର ଆଲୋଚ୍ୟ ବିଷୟ ଉପସ୍ଥାପନ କରିଥିଲେ। ବୈଠକରେ ଜଣାଗଲା ଯେ, ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପ୍ରତ୍ୟେକ ଛାତ୍ରାବାସ ପାଇଁ ବିଭିନ୍ନ ଅନୁଦାନ ଯଥା non-recurring grant, recurring grant, maintenance grant, medical grant ପ୍ରଦାନ କରୁଛି, ଯାହା ଛାତ୍ରାବାସର ବିଭିନ୍ନ ଜିନିଷ କ୍ରୟ ପାଇଁ ବ୍ୟୟ କରାଯାଏ। ଏହି କ୍ରୟ ପ୍ରକ୍ରିୟା ଜିଲ୍ଲାସ୍ତରୀୟ ସମିତିର ଚୟନ ଅନୁଯାୟୀ କରାଯିବାକୁ ନିଷ୍ପତ୍ତି ହୋଇଥିଲା।ଛାତ୍ରାବାସର ଛାତ୍ରମାନଙ୍କ ପାଇଁ ଆବଶ୍ୟକ ସାମଗ୍ରୀ କ୍ରୟ ଏବଂ ଛାତ୍ରାବାସ ପାଇଁ କର୍ମଚାରୀ ନିଯୁକ୍ତିକୁ ବୈଠକରେ ଅନୁମୋଦନ ଦିଆଯାଇଥିଲା। ଜିଲ୍ଲାପାଳ ଅଧିକାରୀମାନଙ୍କୁ Odisha General Financial Rules–୨୦୨୫ ଅନୁସାରେ ସମସ୍ତ (କ୍ରୟ) ପ୍ରକ୍ରିୟା କରିବାକୁ ଓ ନିୟମାନୁସାରେ କାର୍ଯ୍ୟସାଧନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏହି ବୈଠକରେ ସିଡିଏମଓ ଡା. ଧନେଶ୍ୱର ସେଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ପ୍ରଶାନ୍ତ କୁମାର ମହାନ୍ତି, ଜିଲ୍ଲା ମଙ୍ଗଳ ଅଧିକାରୀ ଦିପ୍ତିମନ୍ତ ଭୋଇ, ଜିଲ୍ଲା ଶିଳ୍ପ କେନ୍ଦ୍ର ଜେନରେଲ ମ୍ଯାନେଜର ସମୀର ମୁଦୁଲି, ଖରିଆର ବ୍ଲକ ଶିକ୍ଷା ଅଧିକାରୀ ଜୟଦେବ ପଣ୍ଡା, ଓଏଭି ବାଦୀର ଅଧ୍ୟକ୍ଷ ସୁନିଲ କୁମାର ସାହୁ, ଓଏଭି ଝଗରାହିର ଅଧ୍ୟକ୍ଷ ବିଚିତ୍ରାନନ୍ଦ ସାହୁ ଏବଂ ଓଏଭିମାନଙ୍କ ନୋଡାଲ ଅଧିକାରୀ ଖେତି ଭୂଷଣ ବିଶ୍ୱାଳ ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ନୂଆପଡାରେ ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରାବାସ ପରିଚାଳନା ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ନୂଆପଡା, ତା. ୧୯/୦୨ ନୂଆପଡା ଜିଲ୍ଲାର ଓଡିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ବାଦୀ ଓ ଝଗ୍ରାହିର ଛାତ୍ରାବାସମାନଙ୍କ ପରିଚାଳନା ସମ୍ବନ୍ଧୀୟ ଏକ ଜିଲ୍ଲାସ୍ତରୀୟ ସମିତି ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ବୈଠକ ଆରମ୍ଭରେ ଓଏଭି ଝଗ୍ରାହିର ଅଧ୍ୟକ୍ଷ ବିଚିତ୍ରାନନ୍ଦ ସାହୁ ସମସ୍ତଙ୍କୁ ସ୍ୱାଗତ ଜଣାଇ ବୈଠକର ଆଲୋଚ୍ୟ ବିଷୟ ଉପସ୍ଥାପନ କରିଥିଲେ। ବୈଠକରେ ଜଣାଗଲା ଯେ, ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପ୍ରତ୍ୟେକ ଛାତ୍ରାବାସ ପାଇଁ ବିଭିନ୍ନ ଅନୁଦାନ ଯଥା non-recurring grant, recurring grant, maintenance grant, medical grant ପ୍ରଦାନ କରୁଛି, ଯାହା ଛାତ୍ରାବାସର ବିଭିନ୍ନ ଜିନିଷ କ୍ରୟ ପାଇଁ ବ୍ୟୟ କରାଯାଏ। ଏହି କ୍ରୟ ପ୍ରକ୍ରିୟା ଜିଲ୍ଲାସ୍ତରୀୟ ସମିତିର ଚୟନ ଅନୁଯାୟୀ କରାଯିବାକୁ ନିଷ୍ପତ୍ତି ହୋଇଥିଲା।ଛାତ୍ରାବାସର ଛାତ୍ରମାନଙ୍କ ପାଇଁ ଆବଶ୍ୟକ ସାମଗ୍ରୀ କ୍ରୟ ଏବଂ ଛାତ୍ରାବାସ ପାଇଁ କର୍ମଚାରୀ ନିଯୁକ୍ତିକୁ ବୈଠକରେ ଅନୁମୋଦନ ଦିଆଯାଇଥିଲା। ଜିଲ୍ଲାପାଳ ଅଧିକାରୀମାନଙ୍କୁ Odisha General Financial Rules–୨୦୨୫ ଅନୁସାରେ ସମସ୍ତ (କ୍ରୟ) ପ୍ରକ୍ରିୟା କରିବାକୁ ଓ ନିୟମାନୁସାରେ କାର୍ଯ୍ୟସାଧନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏହି ବୈଠକରେ ସିଡିଏମଓ ଡା. ଧନେଶ୍ୱର ସେଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ପ୍ରଶାନ୍ତ କୁମାର ମହାନ୍ତି, ଜିଲ୍ଲା ମଙ୍ଗଳ ଅଧିକାରୀ ଦିପ୍ତିମନ୍ତ ଭୋଇ, ଜିଲ୍ଲା ଶିଳ୍ପ କେନ୍ଦ୍ର ଜେନରେଲ ମ୍ଯାନେଜର ସମୀର ମୁଦୁଲି, ଖରିଆର ବ୍ଲକ ଶିକ୍ଷା ଅଧିକାରୀ ଜୟଦେବ ପଣ୍ଡା, ଓଏଭି ବାଦୀର ଅଧ୍ୟକ୍ଷ ସୁନିଲ କୁମାର ସାହୁ, ଓଏଭି ଝଗରାହିର ଅଧ୍ୟକ୍ଷ ବିଚିତ୍ରାନନ୍ଦ ସାହୁ ଏବଂ ଓଏଭିମାନଙ୍କ ନୋଡାଲ ଅଧିକାରୀ ଖେତି ଭୂଷଣ ବିଶ୍ୱାଳ ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
- ନୂଆପଡା, ତା. ୧୯/୦୨ ନୂଆପଡା ଜିଲ୍ଲାର ଓଡିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ବାଦୀ ଓ ଝଗ୍ରାହିର ଛାତ୍ରାବାସମାନଙ୍କ ପରିଚାଳନା ସମ୍ବନ୍ଧୀୟ ଏକ ଜିଲ୍ଲାସ୍ତରୀୟ ସମିତି ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ବୈଠକ ଆରମ୍ଭରେ ଓଏଭି ଝଗ୍ରାହିର ଅଧ୍ୟକ୍ଷ ବିଚିତ୍ରାନନ୍ଦ ସାହୁ ସମସ୍ତଙ୍କୁ ସ୍ୱାଗତ ଜଣାଇ ବୈଠକର ଆଲୋଚ୍ୟ ବିଷୟ ଉପସ୍ଥାପନ କରିଥିଲେ। ବୈଠକରେ ଜଣାଗଲା ଯେ, ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପ୍ରତ୍ୟେକ ଛାତ୍ରାବାସ ପାଇଁ ବିଭିନ୍ନ ଅନୁଦାନ ଯଥା non-recurring grant, recurring grant, maintenance grant, medical grant ପ୍ରଦାନ କରୁଛି, ଯାହା ଛାତ୍ରାବାସର ବିଭିନ୍ନ ଜିନିଷ କ୍ରୟ ପାଇଁ ବ୍ୟୟ କରାଯାଏ। ଏହି କ୍ରୟ ପ୍ରକ୍ରିୟା ଜିଲ୍ଲାସ୍ତରୀୟ ସମିତିର ଚୟନ ଅନୁଯାୟୀ କରାଯିବାକୁ ନିଷ୍ପତ୍ତି ହୋଇଥିଲା।ଛାତ୍ରାବାସର ଛାତ୍ରମାନଙ୍କ ପାଇଁ ଆବଶ୍ୟକ ସାମଗ୍ରୀ କ୍ରୟ ଏବଂ ଛାତ୍ରାବାସ ପାଇଁ କର୍ମଚାରୀ ନିଯୁକ୍ତିକୁ ବୈଠକରେ ଅନୁମୋଦନ ଦିଆଯାଇଥିଲା। ଜିଲ୍ଲାପାଳ ଅଧିକାରୀମାନଙ୍କୁ Odisha General Financial Rules–୨୦୨୫ ଅନୁସାରେ ସମସ୍ତ (କ୍ରୟ) ପ୍ରକ୍ରିୟା କରିବାକୁ ଓ ନିୟମାନୁସାରେ କାର୍ଯ୍ୟସାଧନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏହି ବୈଠକରେ ସିଡିଏମଓ ଡା. ଧନେଶ୍ୱର ସେଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ପ୍ରଶାନ୍ତ କୁମାର ମହାନ୍ତି, ଜିଲ୍ଲା ମଙ୍ଗଳ ଅଧିକାରୀ ଦିପ୍ତିମନ୍ତ ଭୋଇ, ଜିଲ୍ଲା ଶିଳ୍ପ କେନ୍ଦ୍ର ଜେନରେଲ ମ୍ଯାନେଜର ସମୀର ମୁଦୁଲି, ଖରିଆର ବ୍ଲକ ଶିକ୍ଷା ଅଧିକାରୀ ଜୟଦେବ ପଣ୍ଡା, ଓଏଭି ବାଦୀର ଅଧ୍ୟକ୍ଷ ସୁନିଲ କୁମାର ସାହୁ, ଓଏଭି ଝଗରାହିର ଅଧ୍ୟକ୍ଷ ବିଚିତ୍ରାନନ୍ଦ ସାହୁ ଏବଂ ଓଏଭିମାନଙ୍କ ନୋଡାଲ ଅଧିକାରୀ ଖେତି ଭୂଷଣ ବିଶ୍ୱାଳ ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।1
- ଅଙ୍ଗନବାଡ଼ି କେନ୍ଦ୍ର ରେ ଅନୁସୂଚିତ ଜାତି ସମ୍ପ୍ରଦାୟ ର ମହିଳା ଙ୍କୁ ଅଙ୍ଗନବାଡ଼ି ସହାୟକ ପଦବୀ ନିଯୁକ୍ତି କରିଥିବା ରୁ ଅବିଭାବକ ମାନେ ନିଜ ପୁଅଝିଅ ଙ୍କୁ ଅଙ୍ଗନବାଡ଼ି କେନ୍ଦ୍ର କୁ ଛାଡୁ ନ ଥିବା ଅଭିଯୋଗ ହୋଇଛି । ଏହିପରି ସଂଗୀନ ଅଭିଯୋଗ ଆସିଛି ନୂଆପଡା ଜିଲ୍ଲା ଉପାନ୍ତ ଅଞ୍ଚଳ ଭାବେ ପରିଚିତ ସିନାପାଲି ବ୍ଳକ ର ନୂଆପଡା ଅଧିନସ୍ଥ ପଲସାପଡ଼ା ଗାଁଁ ରୁ ।ଅଙ୍ଗନ ବାଡ଼ି କେନ୍ଦ୍ର ର ଅଙ୍ଗନ ବାଡ଼ି ସହାୟକ ଅନୁସୂଚିତ ଜାତି ସମ୍ପ୍ରଦାୟ ର ହୋଇ ଥିବା ରୁ ଜାତିଆଣ ମନୋଭାବ ରଖି କେନ୍ଦ୍ର କୁ ଛାତ୍ର ଛାତ୍ରୀ ଆସୁ ନ ଥିବା ଅଭିଯୋଗ ହୋଇଛି । ଏହିପରି ସଂଗୀନ ଅଭିଯୋଗ ହୋଇଛି ନୂଆପଡା ଜିଲ୍ଲା ର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ସିନାପାଲି ବ୍ଳକ ର ନୂଆପଡା ପଞ୍ଚାୟତ ଅଧିନସ୍ଥ ପଲସା ପଡ଼ା ଗାଁଁ ରେ । ପଲସା ପଡ଼ା ଗାଁଁ ର ଅଙ୍ଗନବାଡ଼ି କେନ୍ଦ୍ର ର ସହାୟକ ମମତା ବାଗ ଙ୍କ ଅଭିଯୋଗ ଅନୁସାରେ ଗତ ଅକଟୋବର 2024 ରେ ପଲସାପଡ଼ା ଅଙ୍ଗନବାଡ଼ି କେନ୍ଦ୍ର ର ସହାୟକ ପଦବୀ ରେ ନିଯୁକ୍ତି ହୋଇଥିଲେ ତେଵେ ନିଯୁକ୍ତି ପାଇବା ଦିନଠାରୁ ସେ ଅନୁସୂଚିତ ଜାତି ସମ୍ପ୍ରଦାୟ ର ହୋଇଥିବା ବେଳେ ପଳସାପଡ଼ା ଗାଁଁ ଲୋକେ ବିରୋଧ କରିବା ସହ ନିଜ କୁନି କୁନି ପୁଅଝିଅ କୁ ଅଙ୍ଗନବାଡ଼ି କେନ୍ଦ୍ର କୁ ଆସୁ ନ ଥିବା ସଂଗୀନ ଅଭିଯୋଗ ହୋଇଛି। ଦିନେ କି ଦି ଦିନ ନୁହଁ ଗତ ଏକ ବର୍ଷ ରୁ ଉର୍ଦ୍ଧ୍ୱ ହେଲା ଅଙ୍ଗନ ବାଡ଼ି କେନ୍ଦ୍ର ରେ ଛାତ୍ର ଛାତ୍ରୀ ଆସୁ ନ ଥିବାରୁ ଅଙ୍ଗନବାଡ଼ି କେନ୍ଦ୍ର ଏକ ପ୍ରକାର ଅଚଳବସ୍ଥା ଦେଖାଦେଇଛି ।ଗୋଟିଏ ପଟେ ଜାତିଆଣ ଭାବ ର ଅଭିଯୋଗ ନେଇ ସହାୟିକା ଜଣକ ବିଭାଗୀୟ ଅଧିକାରୀ ଙ୍କ ଠୁ ଆରମ୍ଭ କରି ପୋଲିସ ପ୍ରଶାସନ ପର୍ଯ୍ୟନ୍ତ ନ୍ୟାୟ ପାଇଁ ଦ୍ୱାରସ୍ତ ହୋଇ ଥିବା ବେଳେ ଅନ୍ୟପଟେ ଉକ୍ତ ଅଭିଯୋଗ ଖଣ୍ଡନ କରିଛନ୍ତି ଗ୍ରାମବାସୀ । ଜାତିଆଣ ଭାବ ନୁହଁ ନିଯୁକ୍ତି ପାଇଁ ପାଇଥିବା ସହାୟକ ଙ୍କ ନିଯୁକ୍ତି ସମ୍ପୂର୍ଣ୍ଣ ବେଆଇନ। ଗାଁଁ ରେ ଜଣେ ଉଚ୍ଚଶିକ୍ଷିତା ଦିବ୍ୟାଙ୍ଗ ମହିଳା ଯୋଗ୍ୟ ଥିଲେ ହେଁ ତାଙ୍କୁ ଉକ୍ତ ପଦବୀ ରୁ ବଞ୍ଚିତ କରିଥିବା ବେଳେ ଏହାକୁ ପ୍ରତିବାଦ କରି ଆମେ କେନ୍ଦ୍ର ଙ୍କୁ ଆମ ପୁଅଝିଅ କୁ ଛାଡୁ ନ ଥିବା କହିଛନ୍ତି ଅପର ପକ୍ଷରେ ଏ ନେଇ ସିନାପାଲି ସମନ୍ୱିତ ଶିଶୁ ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ ପଲସାପଡ଼ା ଅଙ୍ଗନବାଡ଼ି କେନ୍ଦ୍ର ର ସମସ୍ୟା ନେଇ ସମାଧାନ ପାଇଁ ପଦକ୍ଷେପ ନେଇଛୁ ସମାଧାନ ହୋଇ ପାରୁ ନାହିଁ ଏ ନେଇ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଛୁ ବୋଲି ସଫେଇ ଦେଇଛନ୍ତି।ତେଵେ ପଲସାପଡ଼ା ଅଙ୍ଗନ ବାଡ଼ି କେନ୍ଦ୍ର ରେ ଦେଖା ଦେଇଥିବା ବିବାଦ ଦିନେ ନୁହଁ କି ଦି ଦିନ ନୁହଁ ଏକ ବର୍ଷ ରୁ ବିତି ଯାଇଥିଲେ ହେଁ ସମାଧାନ ଦିଗରେ ପ୍ରଶାସନ ଠୋସ ପଦକ୍ଷେପ ନେଉ ନ ଥିବାରୁ ପ୍ରଶାସନ ର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି ।3
- ପାଟଣାଗଡ ଡାକ୍ତରଖାନା ରେ ମାତାଲ କର୍ମଚାରୀଙ୍କ ନିରାମୟ କାଉଣ୍ଟର ରେ ଭୁଲ ଔଷଧ ବଣ୍ଟନ ଅଭିଯୋଗ। ଭିଡିଓ ଭାଇରାଲ ।1
- ବୋଡେନ ବ୍ଲକ ର ଏକ୍ସ କେଡର ଶିକ୍ଷକ ମାନଙ୍କ ଜାତୀୟ ପେନସନ ଯୋଜନା ଟଙ୍କା ହଡପ ଅଭିଯୋଗ, ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କଲେ ଶିକ୍ଷକ ସମୂହ1
- ପାଟଣାଗଡ ଡାକ୍ତରଖାନା ରେ ମାତାଲ କର୍ମଚାରୀଙ୍କ ନିରାମୟ କାଉଣ୍ଟର ରେ ଭୁଲ ଔଷଧ ବଣ୍ଟନ ଅଭିଯୋଗ। ଭିଡିଓ ଭାଇରାଲ ।2
- ନୂଆ ଷ୍ଟାଇଲ ରେ ଚାଲାଣ ହେଉଥିଲା ଗଂଜେଇ, ପୋଲିସ ଆଖିରେ ଧୂଳି ଦେବା ସହ ସମସ୍ତ ଙ୍କୁ ମାତ ଦେଇ ଚାଲାଣ ହେଉଥିଲା ଗଂଜେଇ.. ବୌଦ୍ଧ ଜିଲ୍ଲା କଣ୍ଟାମାଲ ଅଂଚଳ ର ଚାରି ଜଣ ଗଂଜେଇ ମାଫିଆ ବାଇକ ର ସିଟ ଭିତରେ ଗଂଜେଇ ରଖି ଆରାମ ରେ ସହର ନିକଟସ୍ଥ ଝାରଦେବନ୍ଦ ଜଙ୍ଗଲ ରେ ରହିଥିଲେ l ଟିଟିଲାଗଡ଼ ପୋଲିସ ପାଖରେ ଖବର ଆସିଥିଲା ଯେ ବଡ଼ ଧରଣର ଗଂଜେଇ ଚାଲାଣ ହେଉଛି, ପୋଲିସ ଝାରଦେବନ୍ଦ ଜଙ୍ଗଲ ରେ ତାଲାସ କରିବା ପରେ କିଛି ମିଳି ନ ଥିଲା.. ହେଲେ ବାଇକ ର ସିଟ ଉପରେ ବସିଥିବା ଗଂଜେଇ ମାଫିଆ ମାନଙ୍କୁ ସିଟ ଛାଡ଼ିବା ପାଇଁ କହିବା ସହ ସିଟ ର କଭର କୁ କାଢି ଦେଖିବା ମାତ୍ର କୁ ସିଟ ଭିତରେ ବ୍ୟାଗ ବ୍ୟାଗ ଗଂଜେଇ ବାହାରି ଥିଲା l ଦେଖନ୍ତୁ କେମିତି ସିଟ କୁ ଗଂଜେଇ ଚାଲାଣ କରିବା ପାଇଁ ନୂଆ ରୂପ ଦିଆଯାଇଛି l କେବଳ ସିଟ ରୁ ନୁହେଁ ବାଇକ ର ଡ଼ିକି ଏବଂ ଜରି ବ୍ୟାଗ ଭିତରୁ ମଧ୍ୟ ପୁଳା ପୁଳା ଗଂଜେଇ ବାହାରୁଛି l ଏନେଇ ଟିଟିଲାଗଡ଼ ପୋଲିସ ତିନୋଟି ବାଇକ ସମେତ ଚାରି ଜଣ ଗଂଜେଇ ମାଫିଆ ଙ୍କୁ ଅଟକ ରଖି ଆହୁରି ଅଧିକ ତଦନ୍ତ ଆରମ୍ଭ କରିଛି l କେଉଁଠାରୁ ଗଂଜେଇ ଆସିଥିଲା, କିଏ ଗଂଜେଇ ପଠାଇଥିଲା, କେଉଁ ଅଂଚଳ କୁ ଚାଲାଣ ହେଉଥିଲା ତାହା ତଦନ୍ତ ପରେ ସାମ୍ନା କୁ ଆସିବ ବୋଳି ଟିଟିଲାଗଡ଼ ଏସ ଡି ପି ଓ ଯଶୋବନ୍ତ ପ୍ରଧାନୀ ସୂଚନା ଦେଇଛନ୍ତି1
- Post by Murari Sweet3
- ନୂଆପଡା ଜିଲା ଖଡିଆଳ ସହର ବ୍ରଜରାଜ ବାଗଠାରେ ରାଜାରାଜୁଡାଙ୍କ ସନ୍ତରଣ ପାଇଁ ଥିବା ବହୁ ପୁରାତନ ଏକ ଜଳାଶୟ ମୁକ୍ତାକୁମାରୀ ବାବୁଲୀ ଏବେ ଧ୍ୱଂସ ମୁହଁରେ । ଏକଦା ରାଜା ବ୍ରଜରାଜ ସିଂଦେଓ ତାଙ୍କର ଦ୍ବିତୀୟ ପତ୍ନୀ ମୁକ୍ତା କୁମାରୀ ଦେବୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ଜଳାଶୟ ନିର୍ମାଣ କରିଥିଲେ । ସ୍ମୃତି ରେ ଜଡିତ ଏହି ଜଳାଶୟ ଖଡିଆଳବାସୀଙ୍କ ପାଇଁ ବିଶେଷ ଗୁରୁତ୍ବ ବହନ କରୁଥିଲେ ହେଁ ରକ୍ଷଣାବେକ୍ଷଣର ଅଭାବ ଯୋଗୁ ଏହା ପରିତ୍ୟକ୍ତ ଅବସ୍ଥାରେ ପଡିଛି । ଜଙ୍ଗଲି ଗଛ ଓ ଲଟାରେ ପରିପୂର୍ଣ ହୋଇପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଜଳାଶୟ ।ଏହାର ପାଚେରି ଭାଙ୍ଗି ପଡିଲାଣି । ଏପରିକି ଜଳାଶୟଟି ମଧ୍ୟ ପୋତି ହୋଇପଡିଲାଣି । ଜଳାଶୟର ପାଣି ଏବେ ପ୍ରତିଗନ୍ଧମୟ ହୋଇପଡିଛି ।ଖଡିଆଳ କଲେଜର ପଛପାଖରେ ଥୁବା ବ୍ରଜରାଜବାଗ କଡରେ ରହିଛି ମୁକ୍ତାକୁମାରୀ ବାବୁଲୀ ବା ସନ୍ତରଣ ଜଳାଶୟ । ଜଳାଶୟଟି ୧୯୦୬ମସିହାରେ ନିର୍ମିତ ହୋଇଥିବା ଖଡିଆଳର ବରିଷ୍ଠ ନାଗରିଜମାନଙ୍କ ସୂତ୍ରରୁ ପ୍ରକାଶ । ପତ୍ନୀଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଏହି ଜଳାଶୟକୁ ରାଜା ବ୍ରଜରାଜ ସିଂଦେଓ ବହୁ ଯନୁରେ ତିଆରି କରିଥିଲେ। ପ୍ରାୟ ଅଧ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି ଜଳାଶୟଟିର ଲମ୍ବ ୪୫ ଫୁଟ ଓ ଚଉଡା ୩୦ ଫୁଟ ଥିଲା। ଗଭୀରତା ପ୍ରାୟ ୩୫ଫୁଟ ହେବ । ଏହି ଜଳାଶୟକୁ ବେଢି ରହିଛି ୨୫ ଫୁଟ ଉଚ୍ଚର ଏକ ବିରାଟ ପାଚେରି । ଜଳାଶୟଟି ପୋତି ହୋଇପଡିଥିଲେ ମଧ୍ୟ ୬ ପୁଟ୍ ପାଣି ରହିଛି । ଜଳାଶୟକୁ ଯିବାପାଇଁ ଦୁଇଟି ମୁଖ୍ୟ ଦ୍ଵାର ଥିଲା । ଏହି ମୁଖ୍ୟ ଦ୍ଵାରରେ ମୂଲ୍ୟବାନ କାଠରେ କାରୁକାର୍ଯ୍ୟ ସମ୍ପନ୍ନଦ୍ବାର ଲାଗିଥିଲା । ସାମ୍ନା ଗେଟ ପଟେ ଗଲେ ଉପରକୁ ଯିବାପାଇଁ ରହିଛି ପାହାଚ। ଏହି ପାହାଚ ଦେଇ ଉପରକୁ ଯାଇ ସନ୍ତରଣକାରୀମାନେ ପାଣିକୁ ଡେଉଁଥିଲେ । ଏହାର ଚାରିପଟେ ଥୁବା ଛାତରେ ଲାଗିଥିଲା ଶାଗୁଆନ କାଠର ବିମ୍ ଯାହାକି ଚୋରି ହୋଇଗଲାଣି । ଜଳାଶୟକୁ ଯିବାପାଇଁ ଥିଲା ସୁନ୍ଦର ରାସ୍ତା । ରାଜା ବ୍ରଜରାଜ ସିଂଦେଓଗଣେଶ ଭକ୍ତ ଥିବାରୁ ଜଳାଶୟ ଚାରିପଟେ ରଖାଇଥିଲେ ପଥର ଖୋଦିତ ଅନେକ ମୂଲ୍ୟବାନ ଗଣେଶଙ୍କ ମୂର୍ତ୍ତି ଯାହାକି ଜଳାଶୟର ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିଲା । ହେଲେ ଏବେ ଏହି ମୂର୍ତି ସବୁଚୋରିହୋଇଯାଇଥିବାବେଳେ ଅନେକ ମୂର୍ତି ଭାଙ୍ଗିରୁଜି ଗଲାଣି ଜଳାଶୟପୋତିହୋଇଯାଇଥିବାରବେଳେ ଚାରିପଟର ପାଚେରି ଭାଙ୍ଗି ରୁଜି ଗଲାଣି । ଜଳ ଶୟ ଭିତର ଅନବନା ଗଛଲଟାରେ ଭର୍ଜି ହୋଇ ପରିତ୍ୟକ୍ତ ହୋଇପଡିଛି । ଜଳାଶୟର ପାଣି ମଧ୍ୟ ନଷ୍ଟ ହୋଇଗଲାଣି । ହେଲେ ଜିଲା ପ୍ରଶାସନ କିମ୍ବା ପନୂତାକ୍ସି ଜ ବିଭାଗର ନଜର ନାହିଁ । ଯାହାଫଳଳରେ ଶତାଧୁକ ବର୍ଷର ଏହି ସ୍ମାରକୀ ଏବେ ଧ୍ବଂସ ପାଇବାରେ ଲାଗିଛି । ବ୍ରଜରାଜସିଂଦେଓ ମୁକ୍ତା କୁମାରୀଙ୍କୁ ବହୁତ ଭଲ ପାଉଥିଲେ || ହେଲେ ମୁଳାକୁମାରୀ ଦେବୀଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା । ତାଙ୍କର ମୃତ୍ୟୁ ପରେ ରାଣୀଙ୍କ ଗୁ ଡି ଉଦ୍ଦେଶ୍ୟରେ ରାଜା ବ୍ରଜରାଜ ସିଂଦେଓ ଜଳାଶୟକୁ ଖଡିଆଳ ରାଜା ବ୍ରଜରାଳ ସିଂଦେଓଙ୍କ ପ୍ରେମର ସ୍ମାରକୀ ଏହି ଜଳାଶୟ ଏକଦା ରାଜାଙ୍କର ଆମୋଦର କେନ୍ଦ୍ରବିନ୍ଦୁ ମଧ୍ୟ ଥିଲା । ରାଜଉଆସଠାରୁ ମାତ୍ର ୨ କିମି ଦୂରରେ ଥିବା ଏହି ଜଳାଶୟକୁ ରାଜାମାନେ ଅବସର ସମୟରେ ଆସି ସନ୍ତରଣ କରୁଥିଲେ । ଦ୍ଵିତୀୟ ପନ୍ତ୍ରୀଙ୍କ ସ୍ମୃତିରେ ଏହା କରିଥିବାରୁ ଏହା ମୁକ୍ତା କୁମାରୀ ବାବୁଲୀ ନାମରେ ପରିଚିତ ଥିଲା । ଖଡିଆଳ ରାଜା ପଦ୍ମନ ସିଂ ଦେଓଙ୍କ ପୁତ୍ର ଥିଲେ ବ୍ରଜରାଜ ସିଂଦେଓ । ସେ ବଣେଇ କଦମ୍ବ ବଂଶର ରାଜକୁମାରୀ ଧନେଶ୍ୱର ପ୍ରିୟାଦେବୀଙ୍କୁ ବିବାହ କରିଥିଲେ । ଦୁଇଟି ସନ୍ତାନ ପରେ ପ୍ରିୟା ଦେବୀଟ୍ଟର ଅକାଳ ବିୟୋଗ ହୋଇଥିଲା । ପରେ ରାଜା ବ୍ରଜରାଳ ସିଂଦେଓ ଆଗଳପୁର ରାଜ୍ୟର ଲାଲବଂଶ ବା ଶାହାଣୀ ବଂଶର ରାଜକୁମାରୀ ମୁକ୍ତା କୁମାରୀ ଦେବୀଙ୍କୁ ବିବାହ କରିଥିଲେ ।ଖଡିଆଳ ଗଡଜାତ ଅଞ୍ଚଳ ବ୍ରଜରାଇବାଗ ନିକଟରେ ସ୍ଥାପନ କରିଥିଲେ ମୁକ୍ତାପୁର ଗାଁ । ତାପରେ ଖୋଳାଇଥିଲେ ମୁକ୍ତା ସାଗର ପୋଖରୀ । ଏବେ ଏହି ଗାଁ ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ଡ ନଂ-୧ରେ ମୁକ୍ତାପୁର ନାମରେ ରହିଛି। ପରେ ରାଜା ବ୍ରଜରାଜସିଂଦେଓ ମୁକ୍ତା ସାଗର ପୋଖରୀ ଓ ମୁକ୍ତାପୁର ଗାଁର ପୂର୍ବଦିଗରେ ଅନତି ଦୂରରେ ନିର୍ମାଣ କରିଥିଲେ ମୁଭାସାଗର ବାବୁଲୀ । ପରେ ରାଜା ମୁକ୍ତା ଦେବୀଙ୍କ ଭଉଣୀ ରାଜକନ୍ୟା କ୍ଷରୋଦା ଦେବୀ ଙ୍କୁ ତୃତୀୟ ବିବାହ କରିଥିଲେ ।ହେଲେ ଶତାଧୁକ ବର୍ଷର ଏହି ପୋଖରୀ ଏବେ ବି ଖଡିଆଳ ରାଜାଙ୍କ ଅଧୀନରେ ରହିଛି । ହେଲେ ରକ୍ଷଣାବେକ୍ଷଣର ଅଭାବ ଯୋଗୁ ଏହା ମାନଚିତ୍ରରେ ହଜିଯିବାକୁ ବସିଛି । ଏ ପ୍ରକାର ବାବୁଲିମାନ ବିଶେଷକରି ରାଜସ୍ଥାନ ତଥା ଦକ୍ଷିଣଭାରତର ବିଭିନ୍ନ ରାଜ୍ୟରେ ଦେଖୁବାକୁ ମିଳେ । ପନୂ ତାତ୍ତ୍ୱିକ ବିଭାଗ ତଥା ଜିଲା ସଂସ୍କୃତି ବିଭାଗ ଯଦି ଏହାର ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଅନ୍ତେ ତେବେ ଏହା ଧ୍ୱଂସମୁହଁରୁ ରକ୍ଷା ପାଇପାରନ୍ତା । ତେବେ ଏପରି ଏକ ଐତିହ୍ୟ ସମ୍ପନ୍ନ ପୁନରୁଦ୍ଧାର କରି ସନ୍ତରଣପ୍ରେମୀଙ୍କ ପାଇଁ ଉସଗୀକୃତ କରି ବାକୁ ଜିଲାବାସୀ ଦାବି କରିଛନ୍ତି ।2