ଧାନ କାଟିବାକୁ ଦିଆଯାଇନଥିବା ପରିବାରକୁ ସେଙ୍ଗେଲ'ର ସହଯୋଗ* ଦରକଣ୍ଟିଆ ଗ୍ରାମ ଆଦର୍ଶ ଗ୍ରାମ ଭାବରେ ପ୍ରତିଷ୍ଠା ହେଉ ବାସନ୍ଦ ପରିବାର ପାଇଁ ଧାନ-ରୁଆ ସେଙ୍ଗେଲ କ୍ରାନ୍ତି ଆଦିବାସୀ ସେଙ୍ଗେଲ ଅଭିଯାନ ବାରିପଦା ଜୋନାଲ ମହିଳା ମୋର୍ଚ୍ଚା କମିଟିର ସଭାପତି ଶ୍ରୀମତୀ ପାନମଣି ହେମ୍ବ୍ରମଙ୍କ ନେତୃତ୍ବରେ ଏବଂ ସାରସକଣା ବ୍ଲକ କମିଟିର ସେଙ୍ଗେଲ ସଭାପତି ଶ୍ରୀ ଅନନ୍ତ ଚରଣ ମାର୍ଣ୍ଡିଙ୍କ ସହଯୋଗରେ ଦୁଇ ଗୋଟି ବ୍ଲକର ସେଙ୍ଗେଲ'ର କାର୍ଯ୍ୟକର୍ତ୍ତା ନେତାମାନଙ୍କ ପକ୍ଷରୁ ଦିଘି ଗ୍ରାମପଞ୍ଚାୟତ ଦରକଣ୍ଟିଆ ଗ୍ରାମର ସାମାଜିକ ବାସନ୍ଦ ପରିବାର ଶ୍ରୀ ସୁନ୍ଦର ମୋହନ ମାଝୀଙ୍କର ଚାଷଜମିକୁ ହଳ କରାଇ ବିନା ମୂଲ୍ୟରେ ଧାନ ରୋଇବାକୁ ସହଯୋଗ ପ୍ରଦାନ କରାଯାଇଛି । କାରଣ, ଶ୍ରୀ ମାଝୀଙ୍କୁ ଡାହାଣୀ ସନ୍ଦେହ କରି କରାଯାଇଥିବା ୨୫ ହଜାର ଟଙ୍କା ଜରିମାନା ଦେଇ ପାରିନଥିବାରୁ ୧୮ ବର୍ଷରୁ ସାମାଜିକ ବାସନ୍ଦ କରାଯାଇଛି ଏବଂ ଗତବର୍ଷ ପାଞ୍ଚ ଏକର ଚାଷଜମିର ଧାନ କାଟିବାକୁ ଦିଆଯାଇନଥିଲା । ଫଳରେ ପାଞ୍ଚଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଥିବାରୁ ନିଜର ପରିବାରକୁ ଭରଣପୋଷଣ କରିବା ପାଇଁ ତାଙ୍କୁ ବହୁତ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଥିଲା । ତେବେ ପରିବାରର ଏହିପରି ପରିସ୍ଥତିରେ ଓଡିଶା ପ୍ରଦେଶ ସେଙ୍ଗେଲ କମିଟି ଏବଂ ସେଙ୍ଗେଲ'ର ରାଷ୍ଟ୍ରୀୟ ସଭାପତି ସହ ପୁର୍ବତନ ସାଂସଦ ସାଲଖାନ ମୁର୍ମୁଙ୍କ ତରଫରୁ ଖାଇବା ପାଇଁ ଚାଉଳ ଏବଂ ଚଳିବା ପାଇଁ ଟଙ୍କା ଆଦି ସହାୟତା ପ୍ରଦାନ କରାଯାଇଥିଲା ଏବଂ ଚଳିତବର୍ଷ ମଧ୍ୟ ତାଙ୍କୁ ହଳ କରିବାକୁ ଦିଆଯାଉନଥିବା ବେଳେ ସେଙ୍ଗେଲ ତରଫରୁ ତାଙ୍କର ବିଲକୁ ଟ୍ରାକ୍ଟରରେ ହଳ କରାଇ ଧାନ ରୁଇବାକୁ ସହଯୋଗ ପ୍ରଦାନ କରାଯାଇଛି । ଅତଃ ଏହିପରି ମନଇଚ୍ଛା ଜରିମାନା ଆଦାୟ କରାଯିବା ପ୍ରଥା ଏବଂ ସାମାଜିକ ବାସନ୍ଦ କରିବା ପ୍ରଥାକୁ ହଟାଇ ଦରକଣ୍ଟିଆ ଗ୍ରାମର ସମସ୍ତ ସ୍ତ୍ରୀ-ପୁରୁଷ, ଭାଇ-ବନ୍ଧୁମାନେ ମିଳିମିଶି ଭଲରେ ରହି ସୁଖ-ଶାନ୍ତି ଗଢି ଦରକଣ୍ଟିଆ ଗ୍ରାମକୁ ଏକ ଆଦର୍ଶ ଗ୍ରାମ ଭାବରେ ପ୍ରତିଷ୍ଠା କରନ୍ତୁ ବୋଲି ପ୍ରଦେଶ ସେଙ୍ଗେଲ ପାର୍ଗାନା ସହ ବାରିପଦା ଜୋନାଲ କମିଟିର ସେଙ୍ଗେଲ ସଭାପତି ଶ୍ରୀ ନାରାନ ମୁର୍ମୁ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ନିବେଦନ କରିଛନ୍ତି ।
ଧାନ କାଟିବାକୁ ଦିଆଯାଇନଥିବା ପରିବାରକୁ ସେଙ୍ଗେଲ'ର ସହଯୋଗ* ଦରକଣ୍ଟିଆ ଗ୍ରାମ ଆଦର୍ଶ ଗ୍ରାମ ଭାବରେ ପ୍ରତିଷ୍ଠା ହେଉ ବାସନ୍ଦ ପରିବାର ପାଇଁ ଧାନ-ରୁଆ ସେଙ୍ଗେଲ କ୍ରାନ୍ତି ଆଦିବାସୀ ସେଙ୍ଗେଲ ଅଭିଯାନ ବାରିପଦା ଜୋନାଲ ମହିଳା ମୋର୍ଚ୍ଚା କମିଟିର ସଭାପତି ଶ୍ରୀମତୀ ପାନମଣି ହେମ୍ବ୍ରମଙ୍କ ନେତୃତ୍ବରେ ଏବଂ ସାରସକଣା ବ୍ଲକ କମିଟିର ସେଙ୍ଗେଲ ସଭାପତି ଶ୍ରୀ ଅନନ୍ତ ଚରଣ ମାର୍ଣ୍ଡିଙ୍କ ସହଯୋଗରେ ଦୁଇ ଗୋଟି ବ୍ଲକର ସେଙ୍ଗେଲ'ର କାର୍ଯ୍ୟକର୍ତ୍ତା ନେତାମାନଙ୍କ ପକ୍ଷରୁ ଦିଘି ଗ୍ରାମପଞ୍ଚାୟତ ଦରକଣ୍ଟିଆ ଗ୍ରାମର ସାମାଜିକ ବାସନ୍ଦ
ପରିବାର ଶ୍ରୀ ସୁନ୍ଦର ମୋହନ ମାଝୀଙ୍କର ଚାଷଜମିକୁ ହଳ କରାଇ ବିନା ମୂଲ୍ୟରେ ଧାନ ରୋଇବାକୁ ସହଯୋଗ ପ୍ରଦାନ କରାଯାଇଛି । କାରଣ, ଶ୍ରୀ ମାଝୀଙ୍କୁ ଡାହାଣୀ ସନ୍ଦେହ କରି କରାଯାଇଥିବା ୨୫ ହଜାର ଟଙ୍କା ଜରିମାନା ଦେଇ ପାରିନଥିବାରୁ ୧୮ ବର୍ଷରୁ ସାମାଜିକ ବାସନ୍ଦ କରାଯାଇଛି ଏବଂ ଗତବର୍ଷ ପାଞ୍ଚ ଏକର ଚାଷଜମିର ଧାନ କାଟିବାକୁ ଦିଆଯାଇନଥିଲା । ଫଳରେ ପାଞ୍ଚଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଥିବାରୁ ନିଜର ପରିବାରକୁ ଭରଣପୋଷଣ କରିବା
ପାଇଁ ତାଙ୍କୁ ବହୁତ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଥିଲା । ତେବେ ପରିବାରର ଏହିପରି ପରିସ୍ଥତିରେ ଓଡିଶା ପ୍ରଦେଶ ସେଙ୍ଗେଲ କମିଟି ଏବଂ ସେଙ୍ଗେଲ'ର ରାଷ୍ଟ୍ରୀୟ ସଭାପତି ସହ ପୁର୍ବତନ ସାଂସଦ ସାଲଖାନ ମୁର୍ମୁଙ୍କ ତରଫରୁ ଖାଇବା ପାଇଁ ଚାଉଳ ଏବଂ ଚଳିବା ପାଇଁ ଟଙ୍କା ଆଦି ସହାୟତା ପ୍ରଦାନ କରାଯାଇଥିଲା ଏବଂ ଚଳିତବର୍ଷ ମଧ୍ୟ ତାଙ୍କୁ ହଳ କରିବାକୁ ଦିଆଯାଉନଥିବା ବେଳେ ସେଙ୍ଗେଲ ତରଫରୁ ତାଙ୍କର ବିଲକୁ ଟ୍ରାକ୍ଟରରେ ହଳ କରାଇ ଧାନ ରୁଇବାକୁ
ସହଯୋଗ ପ୍ରଦାନ କରାଯାଇଛି । ଅତଃ ଏହିପରି ମନଇଚ୍ଛା ଜରିମାନା ଆଦାୟ କରାଯିବା ପ୍ରଥା ଏବଂ ସାମାଜିକ ବାସନ୍ଦ କରିବା ପ୍ରଥାକୁ ହଟାଇ ଦରକଣ୍ଟିଆ ଗ୍ରାମର ସମସ୍ତ ସ୍ତ୍ରୀ-ପୁରୁଷ, ଭାଇ-ବନ୍ଧୁମାନେ ମିଳିମିଶି ଭଲରେ ରହି ସୁଖ-ଶାନ୍ତି ଗଢି ଦରକଣ୍ଟିଆ ଗ୍ରାମକୁ ଏକ ଆଦର୍ଶ ଗ୍ରାମ ଭାବରେ ପ୍ରତିଷ୍ଠା କରନ୍ତୁ ବୋଲି ପ୍ରଦେଶ ସେଙ୍ଗେଲ ପାର୍ଗାନା ସହ ବାରିପଦା ଜୋନାଲ କମିଟିର ସେଙ୍ଗେଲ ସଭାପତି ଶ୍ରୀ ନାରାନ ମୁର୍ମୁ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ନିବେଦନ କରିଛନ୍ତି ।
- ସ୍ୱାମୀ ସ୍ତ୍ରୀ ମତାନ୍ତର ପରେ, ସାମାନ୍ୟ ଜାଗା ପାଇଁ ଘରେ କେହି ନଥିବାର ସୁଯୋଗ ନେଇ ମାନବିକତା ଭୁଲି ଯାଇ ଘରେ ନିଆଁ ଲଗାଇ ଥିବା ଅଭିଯୋଗ ଆଣିଲା ସ୍ତ୍ରୀ, ଜଳି ପାଉଁଶ ହେଲା ସବୁ କିଛି, ବେସାହାରା ହେଲେ, ମାଆ ପୁଅ, ଥାନାରେ ହେଲା ଅଭିଯୋଗ, ପୋଲିସ ର ତଦନ୍ତ କେତେ ବାଟ ଯାଉଛି ଦେଖିବାକୁ ବାକି ରହିଛି....ଆଖି ଆଗରେ ଜଳିଗଲା ସ୍ବପ୍ନ, ଅଭାବ ନୀୟ ଘଟଣା1
- ମୋରଡା ବ୍ଲକ୍ ରେ କିଶ। ନତାଣ୍ଡି ସ୍ବାସ୍ଥ୍ୟ କେନ୍ଦ୍ର ରେ JMM ପକ୍ଷରୁ ହସ୍ପିଟାଲ ସମୁଖରେ ଧାରଣା ଓ ବିକ୍ଷୋଭ, ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ଦାସ ଙ୍କ ନେତୃତ୍ୱ ରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବ। ପାଇଁ ଦାବି।1
- ବାଲେଶ୍ବର ଷ୍ଟେସନ କ୍ଲବରେ "ଉତ୍ସବ ଉତ୍ତର ଓଡିଶା" ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ। ଆସନ୍ତା ୨୮ ତାରିଖରୁ ଆରମ୍ଭ ହୋଇ ଜାନୁୟାରୀ ୪ ପର୍ଯ୍ୟନ୍ତ ଉତ୍ସବ ଚାଲିବା ନେଇ ସୂଚନା ଦେଲେ କର୍ମକର୍ତ୍ତା।1
- ବିବାହିତା ମହିଳା ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ଯା ଅଭିଯୋଗ ଆଣିଲେ ମୃତକ ଙ୍କ ପରିବାର ଲୋକେ, ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ଯାନୁଷ୍ଠାନ ସମେତ ନ୍ଯାୟ ଦାବି ରେ ମହିଳା ଙ୍କ ଶବ ରଖି ବାଲିଆପାଳ - ବସ୍ତା ମୁଖ୍ଯ ରାସ୍ତା ର ହସପିଟାଲ ଛକ ରେ ରାସ୍ତା ଅବରୋଧ କଲେ ଉତ୍ଯକ୍ତ ଲୋକେ,2
- ବିକାଶ ଯେଉଁଠି ବିକାଶ ପୁରୁଷ ସେଇଠି1
- ପିତଳ ହନୁମନ୍1
- OTV ର ଫର୍ଦ୍ଧା ପାସ୍ କଲେ Mizoram ଛାତ୍ର1
- Post by Rajib Behera1