Shuru
Apke Nagar Ki App…
#ଜଳମଗ୍ନରେ_ଏବେ_ବି_ଶତାଧିକ_ଲୋକେ ବିପଦ ପୂର୍ଣ୍ଣ ଛାତ ଉପରେ କଟୁଛି ଦିନ ରାତି, ଦବିଗଲାଣି କୋଠା । ଭାଙ୍ଗିଲାଣି ଘରର କାନ୍ଥ, ଶିଶୁ ସନ୍ତାନ ଓ ଭିନ୍ନକ୍ଷମଙ୍କୁ ମୁକୁଳା ଛାତ ପାଲଟିଛି ସାହାରା
Rajib Behera
#ଜଳମଗ୍ନରେ_ଏବେ_ବି_ଶତାଧିକ_ଲୋକେ ବିପଦ ପୂର୍ଣ୍ଣ ଛାତ ଉପରେ କଟୁଛି ଦିନ ରାତି, ଦବିଗଲାଣି କୋଠା । ଭାଙ୍ଗିଲାଣି ଘରର କାନ୍ଥ, ଶିଶୁ ସନ୍ତାନ ଓ ଭିନ୍ନକ୍ଷମଙ୍କୁ ମୁକୁଳା ଛାତ ପାଲଟିଛି ସାହାରା
More news from ଓଡ଼ିଶା and nearby areas
- ₹୧,୦୦୦ ବଦଳରେ କାହିଁକି କଟିଲା ₹୩,୦୦୦ ଚାଲାଣ? ଉଠିଲା ପ୍ରଶ୍ନ! 📍 ପୁରୁଣାପାଣି ଯିବା ରାସ୍ତାରେ RTO ଚେକିଂ ସମୟରେ ଗୋଟିଏ ବାଇକ୍ରେ ଦୁଇଜଣ ଯାତ୍ରୀଙ୍କୁ ଅଟକାଇ କାଗଜପତ୍ର ଯାଞ୍ଚ କରାଯାଇଥିବା ଅଭିଯୋଗ ହୋଇଛି। ବାଇକ୍ର କାଗଜପତ୍ର ସବୁ ଠିକ୍ ଥିବା ସତ୍ତ୍ୱେ ଦୁଇଜଣଙ୍କ ହେଲମେଟ୍ ସମ୍ପର୍କିତ ନିୟମ ଉଲ୍ଲଂଘନ ପାଇଁ ₹୧,୦୦୦ ଫାଇନ୍ ହେବ ବୋଲି କୁହାଯାଇଥିବା ଦାବି କରାଯାଇଛି। କିନ୍ତୁ କିଛି ବାଟ ଯିବା ପରେ ମୋବାଇଲ୍ ନୋଟିଫିକେସନ୍ରେ ₹୩,୦୦୦ ଚାଲାଣ କଟିଥିବା ଦେଖି ସମ୍ପୃକ୍ତ ବ୍ୟକ୍ତି ପୁଣି ଚେକିଂ ସ୍ଥାନକୁ ଯାଇ କାରଣ ପଚାରିଥିବା କୁହାଯାଇଛି। 🎥 ସେହି ସମୟର ଭିଡିଓରେ ହୋଇଥିବା କଥାବାର୍ତ୍ତାକୁ ନେଇ ଏବେ ପ୍ରଶ୍ନ ଉଠିଛି— ❓ ₹୧,୦୦୦ ପରିବର୍ତ୍ତେ ₹୩,୦୦୦ ଚାଲାଣ କାହିଁକି କଟିଲା? ❓ ଚାଲାଣରେ କେଉଁ କେଉଁ ଧାରା ଲାଗୁ ହୋଇଛି? ❓ ଏହା ପଛରେ କୌଣସି ତ୍ରୁଟି ହୋଇଛି କି? 🚨 ₹୧,୦୦୦ ବଦଳରେ କାହିଁକି କଟିଲା ₹୩,୦୦୦ ଚାଲାଣ? ଉଠିଲା ପ୍ରଶ୍ନ! 📍 ପୁରୁଣାପାଣି ଯିବା ରାସ୍ତାରେ RTO ଚେକିଂ ସମୟରେ ଗୋଟିଏ ବାଇକ୍ରେ ଦୁଇଜଣ ଯାତ୍ରୀଙ୍କୁ ଅଟକାଇ କାଗଜପତ୍ର ଯାଞ୍ଚ କରାଯାଇଥିବା ଅଭିଯୋଗ ହୋଇଛି। ବାଇକ୍ର କାଗଜପତ୍ର ସବୁ ଠିକ୍ ଥିବା ସତ୍ତ୍ୱେ ଦୁଇଜଣଙ୍କ ହେଲମେଟ୍ ସମ୍ପର୍କିତ ନିୟମ ଉଲ୍ଲଂଘନ ପାଇଁ ₹୧,୦୦୦ ଫାଇନ୍ ହେବ ବୋଲି କୁହାଯାଇଥିବା ଦାବି କରାଯାଇଛି। କିନ୍ତୁ କିଛି ବାଟ ଯିବା ପରେ ମୋବାଇଲ୍ ନୋଟିଫିକେସନ୍ରେ ₹୩,୦୦୦ ଚାଲାଣ କଟିଥିବା ଦେଖି ସମ୍ପୃକ୍ତ ବ୍ୟକ୍ତି ପୁଣି ଚେକିଂ ସ୍ଥାନକୁ ଯାଇ କାରଣ ପଚାରିଥିବା କୁହାଯାଇଛି। 🎥 ସେହି ସମୟର ଭିଡିଓରେ ହୋଇଥିବା କଥାବାର୍ତ୍ତାକୁ ନେଇ ଏବେ ପ୍ରଶ୍ନ ଉଠିଛି— ❓ ₹୧,୦୦୦ ପରିବର୍ତ୍ତେ ₹୩,୦୦୦ ଚାଲାଣ କାହିଁକି କଟିଲା? ❓ ଚାଲାଣରେ କେଉଁ କେଉଁ ଧାରା ଲାଗୁ ହୋଇଛି? ❓ ଏହା ପଛରେ କୌଣସି ତ୍ରୁଟି ହୋଇଛି କି? ସମ୍ପୃକ୍ତ ବିଭାଗ ପକ୍ଷରୁ ଘଟଣାର ସ୍ପଷ୍ଟୀକରଣ ଆସିଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ।1
- ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟ କନ୍ଫରେନସ୍ ଗୃହରେ ଅବସର ପ୍ରାପ୍ତ ସାମରିକ ବାହିନୀ ସଂଘ ବୈଠକ ଅନୁଷ୍ଠିତ ମୟୁରଭଞ୍ଜ ଜିଲ୍ଲା ପୂର୍ବତନ ସାମରୀକ ବାହିନୀ ସଂଘ ର ଖୁଣ୍ଟା ଶାଖା ପକ୍ଷରୁ ସାଧାରଣ ପରିଷଦ ବୈଠକ ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟ କନ୍ଫରେନସ୍ ଗୃହରେ ଆଜି ଅର୍ଥାତ୍ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଖୁଣ୍ଟା ବ୍ଲକ ପୂର୍ବତନ ସାମରୀକ ସଂଘର ସଭାପତି ଜୟଦୀପ ସାହୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂଘର ସଭାପତି ଜନାର୍ଦ୍ଧନ ମହାନ୍ତ , ସମ୍ମାନୀତ ଅତିଥି ଭାବେ ସମ୍ପାଦକ ସମନାଥ ମୁର୍ମୁ , ଜିଲା ସଂଘର ସମ୍ପାଦକ ପରମଶ୍ଵର ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ । ବୈଠକ ରେ ଅତିଥିଗଣ ସାମରୀକ ବାହିନୀରୁ ଅବସର ଗ୍ରହଣ ପରେ ସେନା କର୍ମଚାରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ସେହିପରି ଅବସର ପ୍ରାପ୍ତ ସାମରୀକ କର୍ମଚ଼ାରୀ ମାନଙ୍କ ନିମନ୍ତ ସିଏସଡ଼ି କେଣ୍ଟିନ , ଜିଲ୍ଲା ସୌନିକ ବୋର୍ଡ଼ , ଇସିଏଚ ର ସ୍ଥାପନା ଜିଲ୍ଲାର ମୁଖ୍ୟ ସ୍ଥଳ ବାରିପଦା ଠାରେ ନ ହୋଇ ରାଇରଙ୍ଗପୁର ଠାରେ ହେବା ପ୍ରସ୍ତାବକୁ ସଂଘ ପକ୍ଷରୁ ବିରୋଧ କରାଯିବା ସହିତ ଏହାର ପୁନଃବିଚ଼ାର କରାଯିବା ପାଇଁ ସଂଘ ସଦସ୍ୟ ମାନେ ଦାବି ଉପସ୍ଥାପନ କରିଥିଲେ । ସେହିପରି ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଲକ ଦ୍ୱୟରେ ଥିବା ଅବସର ପ୍ରାପ୍ତ ସେନା କର୍ମଚ଼ାରୀ ମାନଙ୍କ ନିମନ୍ତ ଖୁଣ୍ଟା ଠାରେ ଏକ ସଂଘ ଗୃହ ନିର୍ମାଣ ଏବଂ ଏଥି ନିମନ୍ତେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ସଦସ୍ୟମାନେ ପ୍ରସ୍ତାବ ଦେଇଥିଲେ । ଏହି ବୈଠକ ରେ ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଲକ ଦ୍ବୟ ଅଧିନରେ ଥିବା ଅବସରପ୍ରାପ୍ତ ସାମରୀକ ବାହିନୀର କର୍ମଚାରୀମାନେ ଯୋଗ ଦେଇଥିଲେ।4
- ବାଲେଶ୍ୱର ବଣିଆପଟି ହତ୍ୟାକାଣ୍ଡର ପର୍ଦାଫାସ, ଅଭିଯୁକ୍ତ ଗିରଫ। #crimenews #Balasorenews News ବାଲେଶ୍ୱର ବଣିଆପଟି ହତ୍ୟାକାଣ୍ଡ ଘଟଣାର ପର୍ଦାଫାସ୍ କରିଛି ପୋଲିସ। ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଘଟଣାର କାରଣ ଓ ହତ୍ୟାକାଣ୍ଡ ସମ୍ପର୍କିତ ଅଧିକ ତଥ୍ୟ ପୋଲିସ ତଦନ୍ତରୁ ସାମ୍ନାକୁ ଆସିବ।1
- ବାପାଙ୍କ ରାଗକୁ ସହି ନପାରି ଅଷ୍ଟମ ଶ୍ରେଣୀ ଛାତ୍ର ଫେରାର ।ବାପାଙ୍କ ଉପରେ ଅଭିମାନ କରି ଘର ଛାଡିଲ ନାବାଳକା ପୁଅ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା କୃଷ୍ଣପୁରୁ ଗ୍ରାମର ଶକ୍ତି ପାଣି, ୧୪ ବର୍ଷ ପିତା - ମହେଶ୍ୱର ପାଣି । ଛାତ୍ର ଜଣକ ମାର୍ଥାପୁର ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର । ଆଜିକୁ ଦୁଇ ଦିନ ପୂର୍ବରୁ ଛାତ୍ର ଜଣକ କୌଣସି କାରଣରୁ ଘରେ ଥିବା ଦୁଇଟି ମୋବାଇଲ କଚାଡି ଭାଙ୍ଗି ଦେଇଥିଲେ । ଯାହାଫଳରେକି ବାପା ମହେଶ୍ବର ପାଣୀ ତାଙ୍କୁ ଗାଳିଗୁଲଜ କରିଥିଲେ । ତେଣୁ ଆଜି ମଙ୍ଗଳବାର ସକାଳ ୬ଟା ସମୟରେ ଟ୍ୟୁସନ୍ ଫିସ୍ ଦେବା ବାହାନାରେ ଘରୁ ୧୦୦୦ ଟଙ୍କା ଏବଂ ସାଇକେଲ୍ ନେଇ ବାହାରିଥିଲେ।ପରେ ସାଇକେଲ୍ ରଖି ‘କାହ୍ନା’ ନାମକ ବସ୍ରେ କଟକ ନୂଆ ବସ୍ଷ୍ଟାଣ୍ଡରେ ଓହ୍ଲାଇ ନିଖୋଜ ହୋଇଯାଇଛନ୍ତି। ଯଦି କୌଣସି ବ୍ୟକ୍ତି ଏହି ନିଖୋଜ ଛାତ୍ରଙ୍କ ସମ୍ପର୍କରେ ସୂଚନା ପାଆନ୍ତି, ତେବେ ତୁରନ୍ତ ନିକଟସ୍ଥ ପୁଲିସ୍ ଷ୍ଟେସନ ସହ ଯୋଗାଯୋଗ କରିବାକୁ ଅନୁରୋଧ ।1
- ଜଗଦଳା ଡ୍ୟାମ : ପ୍ରକୃତିର କୋଳରେ ଜଳସେଚନ ସହ ପର୍ଯ୍ୟଟନର ଅପୂର୍ବ ସ୍ଥାନ କେନ୍ଦୁଝର, (ଧ୍ୟାନକୃଷ୍ଣ ନାୟକ) : ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟରେ ଭରପୂର କେନ୍ଦୁଝର ଜିଲ୍ଲାରେ ଅନେକ ଜଳଭଣ୍ଡାର, ଜଳପ୍ରପାତ ଓ ସବୁଜିମା ଭରା ପର୍ଯ୍ୟଟନସ୍ଥଳୀ ରହିଛି। ସେହିପରି ଏକ ମନୋରମ ସ୍ଥାନ ହେଉଛି ଜଗଦଳା ଡ୍ୟାମ। ଏହା କେବଳ ଏକ ଜଳସେଚନ ପ୍ରକଳ୍ପ ନୁହେଁ, ବରଂ ପ୍ରକୃତିପ୍ରେମୀ ଓ ବଣଭୋଜି ପ୍ରିୟଙ୍କ ପାଇଁ ମଧ୍ୟ ଏକ ଆକର୍ଷଣୀୟ ସ୍ଥାନ। କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ବ୍ଲକ ଅଧୀନ ଗୋଡୁଅଟୋପା ଗ୍ରାମରେ ଅବସ୍ଥିତ ଏହି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୧୯୯୬ ମସିହାରେ ଆରମ୍ଭ ହୋଇ ୧୯୯୯ ମସିହାରେ ସମ୍ପୂର୍ଣ୍ଣ ହୋଇଥିଲା। କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟଠାରୁ ଏହାର ଦୂରତା ପ୍ରାୟ ୩୨ କିଲୋମିଟର। ନିକଟସ୍ଥ ରେଳଷ୍ଟେସନ ଭାବେ ପର୍ଜନପୁର ରେଳଷ୍ଟେସନ ରହିଛି। ଜଳସେଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ମାଟିବନ୍ଧ ଭାବେ ନିର୍ମିତ ଜଗଦଳା ଡ୍ୟାମର ମୁଖ୍ୟ ଡ୍ୟାମର ଦୈର୍ଘ୍ୟ ୧୦୧୮ ମିଟର। ଏହାର ମୁଖ୍ୟ କେନାଲର ଦୈର୍ଘ୍ୟ ପ୍ରାୟ ୫୭୩୦ ମିଟର। କେନାଲ ମାଧ୍ୟମରେ ପ୍ରତି ସେକେଣ୍ଡରେ ୬୪ କ୍ୟୁସେକ ଜଳ ଛାଡ଼ିବାର ସୁବିଧା ରହିଛି। ଏହି ଜଳସେଚନ ପ୍ରକଳ୍ପ ଯୋଗୁଁ ଆଖପାଖ ଅଞ୍ଚଳର ଚାଷଜମିକୁ ଜଳ ଯୋଗାଣରେ ସହାୟତା ମିଳୁଛି। ଜଗଦଳା ଡ୍ୟାମର ଜଳ ଉପରେ ନିର୍ଭର କରି ଗୋଡୁଆଟୋପା, ରେଙ୍ଗାଳବେଡ଼ା, ଧନୁର୍ଜୟପୁର, କଣ୍ଡରାପଶି, ତୁଳସୀପୁର, କାଳୀସୁଈ, କୁଞ୍ଜରବାହାଳ ଓ ସିଲିସୁଆଁ ଆଦି ମୋଟ ୮ଟି ଗ୍ରାମର ଲୋକେ ଉପକୃତ ହେଉଛନ୍ତି। ସବୁଜିମା ମଧ୍ୟରେ ମନୋରମ ପରିବେଶ ଜଳସେଚନ କ୍ଷେତ୍ରରେ ଗୁରୁତ୍ୱ ବହନ କରୁଥିବା ଜଗଦଳା ଡ୍ୟାମର ଅନ୍ୟ ଏକ ଆକର୍ଷଣ ହେଉଛି ଏହାର ପ୍ରାକୃତିକ ପରିବେଶ। ଡ୍ୟାମଟି ଚାରିପଟେ ସବୁଜିମା ଭରା ଜଙ୍ଗଲ ଓ ମନୋରମ ପ୍ରାକୃତିକ ପରିବେଶ ରହିଛି। ଜଳରାଶି, ପାହାଡ଼ିଆ ପରିବେଶ ଓ ସବୁଜ ବନାନୀର ସମନ୍ୱୟ ଏହି ସ୍ଥାନର ସୌନ୍ଦର୍ଯ୍ୟକୁ ଆହୁରି ମନମୁଗ୍ଧକର କରିଥାଏ। ବିଶେଷକରି ଶୀତ ଋତୁରେ ଏଠାକାର ପରିବେଶ ଅତ୍ୟନ୍ତ ମନୋରମ ହୋଇଉଠେ। ଶୀତଦିନେ ବଣଭୋଜି କରିବା ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ। ପରିବାର, ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କ ସହ ଏଠାକୁ ଆସି ପ୍ରକୃତିର ନିରବତା ଓ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାର ଅଲଗା ଆନନ୍ଦ ରହିଛି। ପର୍ଯ୍ୟଟନର ନୂଆ ସମ୍ଭାବନା ଜଗଦଳା ଡ୍ୟାମର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଯଦି ସୁଚିନ୍ତିତ ଭାବେ ବିକଶିତ କରାଯାଏ, ତେବେ ଏହା କେନ୍ଦୁଝର ଜିଲ୍ଲାର ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତି ଲାଭ କରିପାରିବ। ଏଠାରେ ଆବଶ୍ୟକ ମୌଳିକ ସୁବିଧା, ବସିବା ସ୍ଥାନ, ପରିମଳ ବ୍ୟବସ୍ଥା, ସୁରକ୍ଷା ଓ ଉନ୍ନତ ଯାତାୟାତ ସୁବିଧା ଯୋଗାଇ ଦିଆଗଲେ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯାଇପାରିବ। ଜଳସେଚନରେ ଚାଷୀଙ୍କ ସାଥୀ, ଆଉ ପ୍ରକୃତିପ୍ରେମୀଙ୍କ ପାଇଁ ମନୋରମ ଠିକଣା—ଜଗଦଳା ଡ୍ୟାମ କେନ୍ଦୁଝରର ପ୍ରାକୃତିକ ସୌନ୍ଦର୍ଯ୍ୟର ଆଉ ଏକ ନିଆରା ପରିଚୟ।4
- ଭୋଗରାଇ ର ବନ୍ୟା ଅଞ୍ଚଳ ପରିଦର୍ଶ ପରେ ପ୍ରତିକ୍ରିୟା ରଖିଲେ ବାଲେଶ୍ଵର ଜିଲ୍ଲାପାଳ ।1
- 🌹🌹🌹ରଙ୍ଗର ରଙ୍ଗୋଲି 🌹🌹🌹 ରଙ୍ଗ ତୁଳୀ ଦ୍ଵାରା ଫୁଲ ଅଙ୍କିବା ସହଜରେ ଶିଖନ୍ତୁ 🌹🌹🌹1
- ନେପାଳ ପ୍ରଳୟଙ୍କରୀ ବନ୍ୟାରୁ ବଞ୍ଚିଗଲେ ୪୦୦ ସ୍କୁଲ ପିଲା... ବ୍ୟାଗ୍ ଛାଡ଼ି ଘରକୁ ଦୌଡ଼ିଥିଲେ |1