ସୋସିଆଲ ମିଡିଆରେ ମାନବିକତାର ନୂଆ ମୁହଁ ରିଲ୍ସରୁ ରୋଗୀଙ୍କ ପାଇଁ ସହାୟତା, ରିଲ୍ସ ଦେଖି ଲୋକେ ହସନ୍ତି, ମନୋରଞ୍ଜନ କରନ୍ତି। କିନ୍ତୁ ସେହି ରିଲ୍ସ ଯଦି କାହାର ଦୁଃଖ କହେ, କାହାର ଚିକିତ୍ସା ପାଇଁ ସହାୟତା ମାଗେ, ତେବେ ଏହା କେବଳ ଏକ ଭିଡିଓ ହୋଇ ରହେନି। ପାଲଟିଯାଏ ମାନବିକତାର ଏକ ମାଧ୍ୟମ। ମାଲକାନଗିରିରେ ଏବେ ଏଭଳି କିଛି ଯୁବ ସୋସିଆଲ ମିଡିଆ କ୍ରିଏଟର ନିଜ ଲୋକପ୍ରିୟତାକୁ ଅସହାୟଙ୍କ ସହାୟତାରେ ବ୍ୟବହାର କରି ସୃଷ୍ଟି କରୁଛନ୍ତି ଏକ ଭିନ୍ନ ଉଦାହରଣ।ଆପଣ ଯଦି ମାଲକାନଗିରି ଜିଲ୍ଲାର ହୋଇଥିବେ, ସୋସିଆଲ ମିଡିଆ ସ୍କ୍ରୋଲ କରୁ କରୁ ହୁଏତ ଆପଣଙ୍କ ଆଖିରେ ପଡ଼ିଥିବ ଏହି ଭିଡିଓ।ଜଣେ ଅସହାୟ ରୋଗୀଙ୍କ ଚିକିତ୍ସା ପାଇଁ ସହାୟତାର ନିବେଦନ। ଜଣେ କ୍ରିଏଟରଙ୍କ ଏହି ଆହ୍ୱାନ ଏବେ ପହଞ୍ଚୁଛି ଶହ ଶହ ଲୋକଙ୍କ ପାଖରେ।ଇନଷ୍ଟାଗ୍ରାମ, ଫେସବୁକ୍ କିମ୍ବା ୟୁଟ୍ୟୁବରେ ଯେଉଁ କ୍ରିଏଟରଙ୍କ ଭିଡିଓ ହଜାର ହଜାର ଲୋକ ଦେଖନ୍ତି, ଆଜି ସେହି କ୍ରିଏଟରଙ୍କ କଥା ଶୁଣି ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇବା ପାଇଁ ଆଗକୁ ଆସୁଛନ୍ତି ଲୋକେ।କେହି ଶହେ ଟଙ୍କା, କେହି ହଜାର ଟଙ୍କା, ଆଉ କେହି ନିଜ ସାମର୍ଥ୍ୟ ଅନୁଯାୟୀ ସହାୟତା କରୁଛନ୍ତି। ଲକ୍ଷ୍ୟ ଗୋଟିଏ—ଅସହାୟ ରୋଗୀଙ୍କ ଚିକିତ୍ସାରେ ସହଯୋଗ କରିବା।ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଆବେଦନ—ଜଣେ ଅସହାୟ ରୋଗୀଙ୍କ ଚିକିତ୍ସା ପାଇଁ ସହାୟତା କରନ୍ତୁ। ଏ ହେଉଛନ୍ତି ଅନୁପମା ଡିମ୍ପଲ୍। କେବଳ ଭିଡିଓ କରି ଆବେଦନ କରିବାରେ ସେ ଅଟକି ଯାଇନାହାନ୍ତି। ନିଜ ହାତରେ ସହାୟତା ବକ୍ସ ଧରି ନିଜ ଗାଁରୁ ଆରମ୍ଭ କରି କାଲିମେଳା ଓ ଆଖପାଖ ଅଞ୍ଚଳର ବିଭିନ୍ନ ଗାଁକୁ ଯାଇଛନ୍ତି। ଘର ଘର ବୁଲି ରୋଗୀଙ୍କ ପାଇଁ ସହାୟତା ମାଗିଛନ୍ତି। ରୋଗୀଙ୍କ ସହ କୌଣସି ସମ୍ପର୍କ ନଥିଲେ ମଧ୍ୟ, ରୋଗ ବିଷୟରେ ଜାଣିନଥିଲେ ମଧ୍ୟ—କେବଳ ଜଣେ ଅସହାୟଙ୍କ ଅସୁବିଧା ଜାଣିବା ପରେ ନିଜ ସାମର୍ଥ୍ୟ ଅନୁଯାୟୀ ସହଯୋଗ କରିଛନ୍ତି ଲୋକେ।ଏଭଳି ଆହ୍ୱାନ ନେଇ ଆଗକୁ ଆସୁଛନ୍ତି ଆହୁରି ଅନେକ କଣ୍ଟେଣ୍ଟ କ୍ରିଏଟର। ତାପସ ମୋବାଇଲ କେୟର ଓ ସଞ୍ଜନା ଖରା ଏବଂ ଗୁଡ଼ି କଣ କହୁଛନ୍ତି ସୁନ୍ତୁ... ଏ ହେଉଛି ପ୍ୟାସନ୍ ଫ୍ରେମ୍ର ସ୍ୱରୂପ କୁମାର ବୈଦ୍ୟଙ୍କ ଆବେଦନ। ଭିଡିଓରେ ରହିଛି ଜଣେ ଅସହାୟଙ୍କ ପାଇଁ ସହଯୋଗର ନିବେଦନ। ଆଉ ଏହି ଆହ୍ୱାନ ଦେଖି ଅନେକ ଲୋକ ମଧ୍ୟ ଆଗକୁ ଆସୁଛନ୍ତି ସହାୟତାର ହାତ ବଢ଼ାଇବାକୁ।ଜଣେ, ଦୁଇଜଣ ନୁହେଁ—ଏକାଧିକ କ୍ରିଏଟର ଆଜି ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଅସହାୟଙ୍କ ସ୍ୱର କରିବାକୁ ଚେଷ୍ଟା କରୁଛନ୍ତି।ଯେଉଁମାନଙ୍କୁ ଲୋକେ ଦେଖନ୍ତି, ଯେଉଁମାନଙ୍କ କଥା ଶୁଣନ୍ତି, ସେହି ଲୋକପ୍ରିୟତା ଏବେ କାହାର ଚିକିତ୍ସା, କାହାର ଅସ୍ତ୍ରୋପଚାର ଓ କାହାର ପରିବାର ପାଇଁ ଆଶାର କିରଣ ପାଲଟୁଛି।କେହି କେବଳ ରିଲ୍ସ ତିଆରି କରୁନାହାନ୍ତି। ରାସ୍ତା, ପାନୀୟଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ସାଧାରଣ ଲୋକଙ୍କ ସମସ୍ୟାକୁ ମଧ୍ୟ ନିଜ ଭିଡିଓ ମାଧ୍ୟମରେ ସାମ୍ନାକୁ ଆଣୁଛନ୍ତି।କେଉଁଠି ସରକାରୀ ଯୋଜନାର ସୁଯୋଗ କିପରି ମିଳିବ, କେଉଁଠି କେଉଁ ଦଲିଲ ଦରକାର—ଏଭଳି ଜରୁରୀ ସୂଚନା ଦେଇ ସାଧାରଣ ଲୋକଙ୍କୁ ମଧ୍ୟ ସଚେତନ କରୁଛନ୍ତି।ଜେନ୍ ଜି ପିଢ଼ିକୁ ନେଇ ଅନେକ କଥା ଶୁଣିବାକୁ ମିଳେ।ସୋସିଆଲ ମିଡିଆରେ ଅଧିକ ସମୟ, ରିଲ୍ସରେ ମଗ୍ନ ଯୁବପିଢ଼ି—ଏଭଳି ଆଲୋଚନା ମଧ୍ୟ ହୁଏ।କିନ୍ତୁ ଏହି ଚିତ୍ରର ଅନ୍ୟ ଏକ ପାର୍ଶ୍ୱ ମଧ୍ୟ ରହିଛି। ସେହି ସୋସିଆଲ ମିଡିଆରୁ ଯଦି ଜଣେ ରୋଗୀଙ୍କ ପାଇଁ ସହାୟତା ପହଞ୍ଚେ, ଯଦି ଜଣେ ଗରିବ ପରିବାରର ଚିକିତ୍ସା ସମ୍ଭବ ହୁଏ, ତେବେ ଏହି ପିଢ଼ିର ମାନବିକତାକୁ ମଧ୍ୟ ଦେଖିବା ଦରକାର।ଅସୁବିଧା ସମୟରେ ଯେଉଁମାନେ ପାଖରେ ଛିଡ଼ା ହୁଅନ୍ତି, ସେମାନଙ୍କ ପାଇଁ ରୋଗୀଙ୍କ ପରିବାରର ଆଶୀର୍ବାଦ ହିଁ ବୋଧହୁଏ ସବୁଠାରୁ ବଡ଼ ପୁରସ୍କାର।.....
ସୋସିଆଲ ମିଡିଆରେ ମାନବିକତାର ନୂଆ ମୁହଁ ରିଲ୍ସରୁ ରୋଗୀଙ୍କ ପାଇଁ ସହାୟତା, ରିଲ୍ସ ଦେଖି ଲୋକେ ହସନ୍ତି, ମନୋରଞ୍ଜନ କରନ୍ତି। କିନ୍ତୁ ସେହି ରିଲ୍ସ ଯଦି କାହାର ଦୁଃଖ କହେ, କାହାର ଚିକିତ୍ସା ପାଇଁ ସହାୟତା ମାଗେ, ତେବେ ଏହା କେବଳ ଏକ ଭିଡିଓ ହୋଇ ରହେନି। ପାଲଟିଯାଏ ମାନବିକତାର ଏକ ମାଧ୍ୟମ। ମାଲକାନଗିରିରେ ଏବେ ଏଭଳି କିଛି ଯୁବ ସୋସିଆଲ ମିଡିଆ କ୍ରିଏଟର ନିଜ ଲୋକପ୍ରିୟତାକୁ ଅସହାୟଙ୍କ ସହାୟତାରେ ବ୍ୟବହାର କରି ସୃଷ୍ଟି କରୁଛନ୍ତି ଏକ ଭିନ୍ନ ଉଦାହରଣ।ଆପଣ ଯଦି ମାଲକାନଗିରି ଜିଲ୍ଲାର ହୋଇଥିବେ, ସୋସିଆଲ ମିଡିଆ ସ୍କ୍ରୋଲ କରୁ କରୁ ହୁଏତ ଆପଣଙ୍କ ଆଖିରେ ପଡ଼ିଥିବ ଏହି ଭିଡିଓ।ଜଣେ ଅସହାୟ ରୋଗୀଙ୍କ ଚିକିତ୍ସା ପାଇଁ ସହାୟତାର ନିବେଦନ। ଜଣେ କ୍ରିଏଟରଙ୍କ ଏହି ଆହ୍ୱାନ ଏବେ ପହଞ୍ଚୁଛି ଶହ ଶହ ଲୋକଙ୍କ ପାଖରେ।ଇନଷ୍ଟାଗ୍ରାମ, ଫେସବୁକ୍ କିମ୍ବା ୟୁଟ୍ୟୁବରେ ଯେଉଁ କ୍ରିଏଟରଙ୍କ ଭିଡିଓ ହଜାର ହଜାର ଲୋକ ଦେଖନ୍ତି, ଆଜି ସେହି କ୍ରିଏଟରଙ୍କ କଥା ଶୁଣି ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇବା ପାଇଁ ଆଗକୁ ଆସୁଛନ୍ତି ଲୋକେ।କେହି ଶହେ ଟଙ୍କା, କେହି ହଜାର ଟଙ୍କା, ଆଉ କେହି ନିଜ ସାମର୍ଥ୍ୟ ଅନୁଯାୟୀ ସହାୟତା କରୁଛନ୍ତି। ଲକ୍ଷ୍ୟ
ଗୋଟିଏ—ଅସହାୟ ରୋଗୀଙ୍କ ଚିକିତ୍ସାରେ ସହଯୋଗ କରିବା।ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଆବେଦନ—ଜଣେ ଅସହାୟ ରୋଗୀଙ୍କ ଚିକିତ୍ସା ପାଇଁ ସହାୟତା କରନ୍ତୁ। ଏ ହେଉଛନ୍ତି ଅନୁପମା ଡିମ୍ପଲ୍। କେବଳ ଭିଡିଓ କରି ଆବେଦନ କରିବାରେ ସେ ଅଟକି ଯାଇନାହାନ୍ତି। ନିଜ ହାତରେ ସହାୟତା ବକ୍ସ ଧରି ନିଜ ଗାଁରୁ ଆରମ୍ଭ କରି କାଲିମେଳା ଓ ଆଖପାଖ ଅଞ୍ଚଳର ବିଭିନ୍ନ ଗାଁକୁ ଯାଇଛନ୍ତି। ଘର ଘର ବୁଲି ରୋଗୀଙ୍କ ପାଇଁ ସହାୟତା ମାଗିଛନ୍ତି। ରୋଗୀଙ୍କ ସହ କୌଣସି ସମ୍ପର୍କ ନଥିଲେ ମଧ୍ୟ, ରୋଗ ବିଷୟରେ ଜାଣିନଥିଲେ ମଧ୍ୟ—କେବଳ ଜଣେ ଅସହାୟଙ୍କ ଅସୁବିଧା ଜାଣିବା ପରେ ନିଜ ସାମର୍ଥ୍ୟ ଅନୁଯାୟୀ ସହଯୋଗ କରିଛନ୍ତି ଲୋକେ।ଏଭଳି ଆହ୍ୱାନ ନେଇ ଆଗକୁ ଆସୁଛନ୍ତି ଆହୁରି ଅନେକ କଣ୍ଟେଣ୍ଟ କ୍ରିଏଟର। ତାପସ ମୋବାଇଲ କେୟର ଓ ସଞ୍ଜନା ଖରା ଏବଂ ଗୁଡ଼ି କଣ କହୁଛନ୍ତି ସୁନ୍ତୁ... ଏ ହେଉଛି ପ୍ୟାସନ୍ ଫ୍ରେମ୍ର ସ୍ୱରୂପ କୁମାର ବୈଦ୍ୟଙ୍କ ଆବେଦନ। ଭିଡିଓରେ ରହିଛି ଜଣେ ଅସହାୟଙ୍କ ପାଇଁ ସହଯୋଗର ନିବେଦନ। ଆଉ ଏହି ଆହ୍ୱାନ ଦେଖି ଅନେକ ଲୋକ ମଧ୍ୟ ଆଗକୁ ଆସୁଛନ୍ତି ସହାୟତାର ହାତ ବଢ଼ାଇବାକୁ।ଜଣେ, ଦୁଇଜଣ ନୁହେଁ—ଏକାଧିକ କ୍ରିଏଟର ଆଜି ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମକୁ
ଅସହାୟଙ୍କ ସ୍ୱର କରିବାକୁ ଚେଷ୍ଟା କରୁଛନ୍ତି।ଯେଉଁମାନଙ୍କୁ ଲୋକେ ଦେଖନ୍ତି, ଯେଉଁମାନଙ୍କ କଥା ଶୁଣନ୍ତି, ସେହି ଲୋକପ୍ରିୟତା ଏବେ କାହାର ଚିକିତ୍ସା, କାହାର ଅସ୍ତ୍ରୋପଚାର ଓ କାହାର ପରିବାର ପାଇଁ ଆଶାର କିରଣ ପାଲଟୁଛି।କେହି କେବଳ ରିଲ୍ସ ତିଆରି କରୁନାହାନ୍ତି। ରାସ୍ତା, ପାନୀୟଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ସାଧାରଣ ଲୋକଙ୍କ ସମସ୍ୟାକୁ ମଧ୍ୟ ନିଜ ଭିଡିଓ ମାଧ୍ୟମରେ ସାମ୍ନାକୁ ଆଣୁଛନ୍ତି।କେଉଁଠି ସରକାରୀ ଯୋଜନାର ସୁଯୋଗ କିପରି ମିଳିବ, କେଉଁଠି କେଉଁ ଦଲିଲ ଦରକାର—ଏଭଳି ଜରୁରୀ ସୂଚନା ଦେଇ ସାଧାରଣ ଲୋକଙ୍କୁ ମଧ୍ୟ ସଚେତନ କରୁଛନ୍ତି।ଜେନ୍ ଜି ପିଢ଼ିକୁ ନେଇ ଅନେକ କଥା ଶୁଣିବାକୁ ମିଳେ।ସୋସିଆଲ ମିଡିଆରେ ଅଧିକ ସମୟ, ରିଲ୍ସରେ ମଗ୍ନ ଯୁବପିଢ଼ି—ଏଭଳି ଆଲୋଚନା ମଧ୍ୟ ହୁଏ।କିନ୍ତୁ ଏହି ଚିତ୍ରର ଅନ୍ୟ ଏକ ପାର୍ଶ୍ୱ ମଧ୍ୟ ରହିଛି। ସେହି ସୋସିଆଲ ମିଡିଆରୁ ଯଦି ଜଣେ ରୋଗୀଙ୍କ ପାଇଁ ସହାୟତା ପହଞ୍ଚେ, ଯଦି ଜଣେ ଗରିବ ପରିବାରର ଚିକିତ୍ସା ସମ୍ଭବ ହୁଏ, ତେବେ ଏହି ପିଢ଼ିର ମାନବିକତାକୁ ମଧ୍ୟ ଦେଖିବା ଦରକାର।ଅସୁବିଧା ସମୟରେ ଯେଉଁମାନେ ପାଖରେ ଛିଡ଼ା ହୁଅନ୍ତି, ସେମାନଙ୍କ ପାଇଁ ରୋଗୀଙ୍କ ପରିବାରର ଆଶୀର୍ବାଦ ହିଁ ବୋଧହୁଏ ସବୁଠାରୁ ବଡ଼ ପୁରସ୍କାର।.....
- ସୋସିଆଲ ମିଡିଆରେ ମାନବିକତାର ନୂଆ ମୁହଁ ରିଲ୍ସରୁ ରୋଗୀଙ୍କ ପାଇଁ ସହାୟତା, ରିଲ୍ସ ଦେଖି ଲୋକେ ହସନ୍ତି, ମନୋରଞ୍ଜନ କରନ୍ତି। କିନ୍ତୁ ସେହି ରିଲ୍ସ ଯଦି କାହାର ଦୁଃଖ କହେ, କାହାର ଚିକିତ୍ସା ପାଇଁ ସହାୟତା ମାଗେ, ତେବେ ଏହା କେବଳ ଏକ ଭିଡିଓ ହୋଇ ରହେନି। ପାଲଟିଯାଏ ମାନବିକତାର ଏକ ମାଧ୍ୟମ। ମାଲକାନଗିରିରେ ଏବେ ଏଭଳି କିଛି ଯୁବ ସୋସିଆଲ ମିଡିଆ କ୍ରିଏଟର ନିଜ ଲୋକପ୍ରିୟତାକୁ ଅସହାୟଙ୍କ ସହାୟତାରେ ବ୍ୟବହାର କରି ସୃଷ୍ଟି କରୁଛନ୍ତି ଏକ ଭିନ୍ନ ଉଦାହରଣ।ଆପଣ ଯଦି ମାଲକାନଗିରି ଜିଲ୍ଲାର ହୋଇଥିବେ, ସୋସିଆଲ ମିଡିଆ ସ୍କ୍ରୋଲ କରୁ କରୁ ହୁଏତ ଆପଣଙ୍କ ଆଖିରେ ପଡ଼ିଥିବ ଏହି ଭିଡିଓ।ଜଣେ ଅସହାୟ ରୋଗୀଙ୍କ ଚିକିତ୍ସା ପାଇଁ ସହାୟତାର ନିବେଦନ। ଜଣେ କ୍ରିଏଟରଙ୍କ ଏହି ଆହ୍ୱାନ ଏବେ ପହଞ୍ଚୁଛି ଶହ ଶହ ଲୋକଙ୍କ ପାଖରେ।ଇନଷ୍ଟାଗ୍ରାମ, ଫେସବୁକ୍ କିମ୍ବା ୟୁଟ୍ୟୁବରେ ଯେଉଁ କ୍ରିଏଟରଙ୍କ ଭିଡିଓ ହଜାର ହଜାର ଲୋକ ଦେଖନ୍ତି, ଆଜି ସେହି କ୍ରିଏଟରଙ୍କ କଥା ଶୁଣି ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇବା ପାଇଁ ଆଗକୁ ଆସୁଛନ୍ତି ଲୋକେ।କେହି ଶହେ ଟଙ୍କା, କେହି ହଜାର ଟଙ୍କା, ଆଉ କେହି ନିଜ ସାମର୍ଥ୍ୟ ଅନୁଯାୟୀ ସହାୟତା କରୁଛନ୍ତି। ଲକ୍ଷ୍ୟ ଗୋଟିଏ—ଅସହାୟ ରୋଗୀଙ୍କ ଚିକିତ୍ସାରେ ସହଯୋଗ କରିବା।ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଆବେଦନ—ଜଣେ ଅସହାୟ ରୋଗୀଙ୍କ ଚିକିତ୍ସା ପାଇଁ ସହାୟତା କରନ୍ତୁ। ଏ ହେଉଛନ୍ତି ଅନୁପମା ଡିମ୍ପଲ୍। କେବଳ ଭିଡିଓ କରି ଆବେଦନ କରିବାରେ ସେ ଅଟକି ଯାଇନାହାନ୍ତି। ନିଜ ହାତରେ ସହାୟତା ବକ୍ସ ଧରି ନିଜ ଗାଁରୁ ଆରମ୍ଭ କରି କାଲିମେଳା ଓ ଆଖପାଖ ଅଞ୍ଚଳର ବିଭିନ୍ନ ଗାଁକୁ ଯାଇଛନ୍ତି। ଘର ଘର ବୁଲି ରୋଗୀଙ୍କ ପାଇଁ ସହାୟତା ମାଗିଛନ୍ତି। ରୋଗୀଙ୍କ ସହ କୌଣସି ସମ୍ପର୍କ ନଥିଲେ ମଧ୍ୟ, ରୋଗ ବିଷୟରେ ଜାଣିନଥିଲେ ମଧ୍ୟ—କେବଳ ଜଣେ ଅସହାୟଙ୍କ ଅସୁବିଧା ଜାଣିବା ପରେ ନିଜ ସାମର୍ଥ୍ୟ ଅନୁଯାୟୀ ସହଯୋଗ କରିଛନ୍ତି ଲୋକେ।ଏଭଳି ଆହ୍ୱାନ ନେଇ ଆଗକୁ ଆସୁଛନ୍ତି ଆହୁରି ଅନେକ କଣ୍ଟେଣ୍ଟ କ୍ରିଏଟର। ତାପସ ମୋବାଇଲ କେୟର ଓ ସଞ୍ଜନା ଖରା ଏବଂ ଗୁଡ଼ି କଣ କହୁଛନ୍ତି ସୁନ୍ତୁ... ଏ ହେଉଛି ପ୍ୟାସନ୍ ଫ୍ରେମ୍ର ସ୍ୱରୂପ କୁମାର ବୈଦ୍ୟଙ୍କ ଆବେଦନ। ଭିଡିଓରେ ରହିଛି ଜଣେ ଅସହାୟଙ୍କ ପାଇଁ ସହଯୋଗର ନିବେଦନ। ଆଉ ଏହି ଆହ୍ୱାନ ଦେଖି ଅନେକ ଲୋକ ମଧ୍ୟ ଆଗକୁ ଆସୁଛନ୍ତି ସହାୟତାର ହାତ ବଢ଼ାଇବାକୁ।ଜଣେ, ଦୁଇଜଣ ନୁହେଁ—ଏକାଧିକ କ୍ରିଏଟର ଆଜି ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଅସହାୟଙ୍କ ସ୍ୱର କରିବାକୁ ଚେଷ୍ଟା କରୁଛନ୍ତି।ଯେଉଁମାନଙ୍କୁ ଲୋକେ ଦେଖନ୍ତି, ଯେଉଁମାନଙ୍କ କଥା ଶୁଣନ୍ତି, ସେହି ଲୋକପ୍ରିୟତା ଏବେ କାହାର ଚିକିତ୍ସା, କାହାର ଅସ୍ତ୍ରୋପଚାର ଓ କାହାର ପରିବାର ପାଇଁ ଆଶାର କିରଣ ପାଲଟୁଛି।କେହି କେବଳ ରିଲ୍ସ ତିଆରି କରୁନାହାନ୍ତି। ରାସ୍ତା, ପାନୀୟଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ସାଧାରଣ ଲୋକଙ୍କ ସମସ୍ୟାକୁ ମଧ୍ୟ ନିଜ ଭିଡିଓ ମାଧ୍ୟମରେ ସାମ୍ନାକୁ ଆଣୁଛନ୍ତି।କେଉଁଠି ସରକାରୀ ଯୋଜନାର ସୁଯୋଗ କିପରି ମିଳିବ, କେଉଁଠି କେଉଁ ଦଲିଲ ଦରକାର—ଏଭଳି ଜରୁରୀ ସୂଚନା ଦେଇ ସାଧାରଣ ଲୋକଙ୍କୁ ମଧ୍ୟ ସଚେତନ କରୁଛନ୍ତି।ଜେନ୍ ଜି ପିଢ଼ିକୁ ନେଇ ଅନେକ କଥା ଶୁଣିବାକୁ ମିଳେ।ସୋସିଆଲ ମିଡିଆରେ ଅଧିକ ସମୟ, ରିଲ୍ସରେ ମଗ୍ନ ଯୁବପିଢ଼ି—ଏଭଳି ଆଲୋଚନା ମଧ୍ୟ ହୁଏ।କିନ୍ତୁ ଏହି ଚିତ୍ରର ଅନ୍ୟ ଏକ ପାର୍ଶ୍ୱ ମଧ୍ୟ ରହିଛି। ସେହି ସୋସିଆଲ ମିଡିଆରୁ ଯଦି ଜଣେ ରୋଗୀଙ୍କ ପାଇଁ ସହାୟତା ପହଞ୍ଚେ, ଯଦି ଜଣେ ଗରିବ ପରିବାରର ଚିକିତ୍ସା ସମ୍ଭବ ହୁଏ, ତେବେ ଏହି ପିଢ଼ିର ମାନବିକତାକୁ ମଧ୍ୟ ଦେଖିବା ଦରକାର।ଅସୁବିଧା ସମୟରେ ଯେଉଁମାନେ ପାଖରେ ଛିଡ଼ା ହୁଅନ୍ତି, ସେମାନଙ୍କ ପାଇଁ ରୋଗୀଙ୍କ ପରିବାରର ଆଶୀର୍ବାଦ ହିଁ ବୋଧହୁଏ ସବୁଠାରୁ ବଡ଼ ପୁରସ୍କାର।.....3
- ଓଡ଼ିଶା-ଛତିଶଗଡ଼ ସୀମାନ୍ତରୁ ବିପୁଳ ଅସ୍ତ୍ରଶସ୍ତ୍ର ଓ IED ଜବତ ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଏକ ବଡ଼ ଧରଣର ଷଡ଼ଯନ୍ତ୍ରକୁ ପଣ୍ଡ କରିବାରେ ସଫଳ ହୋଇଛି ସୁରକ୍ଷା ବାହିନୀ। ଓଡ଼ିଶା-ଛତିଶଗଡ଼ ସୀମାନ୍ତରୁ ବିପୁଳ ଅସ୍ତ୍ରଶସ୍ତ୍ର ଓ IED ଜବତ ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଏକ ବଡ଼ ଧରଣର ଷଡ଼ଯନ୍ତ୍ରକୁ ପଣ୍ଡ କରିବାରେ ସଫଳ ହୋଇଛି ସୁରକ୍ଷା ବାହିନୀ। ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଜଙ୍ଗଲରୁ ବିପୁଳ ପରିମାଣର ମାରାତ୍ମକ ଅସ୍ତ୍ରଶସ୍ତ୍ର, IED ବିସ୍ଫୋରକ ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କୁ ଜେରା କରାଯିବା ପରେ ମିଳିଥିବା ତଥ୍ୟ ଆଧାରରେ ମାଲକାନଗିରି ଡିଷ୍ଟ୍ରିକ୍ଟ ଭଲଣ୍ଟର ଫୋର୍ସ ଟିମ୍ ଦ୍ୱାରା ଏକ ଜୋରଦାର ସର୍ଚ୍ଚ ଅପରେସନ୍ କରାଯାଇଥିଲା। ମାଥଲି ଥାନା ଅନ୍ତର୍ଗତ ଚେରକୋଟଲା, କିରମିଟି, କୋଟୱାପଦର ଓ କଡ଼ାଭାଟା ଜଙ୍ଗଲ ଅଞ୍ଚଳରେ ଆଜି ସକାଳ ପ୍ରାୟ ୫:୩୦ ମିନିଟ୍ରେ ପୋଲିସ ଚଢ଼ାଉ କରି ମାଓବାଦୀଙ୍କ ଏହି ବଡ଼ ଡମ୍ପକୁ ଠାବ କରିବାରେ ସକ୍ଷମ ହୋଇଥିଲା। ଜବତ ହୋଇଥିବା ମାଓ ସାମଗ୍ରୀ ୩ଟି ଦେଶୀ ବନ୍ଧୁକ ୪ଟି ପ୍ରବଳ କ୍ଷମତାସମ୍ପନ୍ନ IED ଯେଉଁଥିରେ ୫ କିଲୋ, ୩ କିଲୋ ଓ ୨ କିଲୋ ଓଜନର ବିସ୍ଫୋରକ ରହିଛି କୋଡେକ୍ସ ୱାୟାର, ବ୍ୟାଟେରୀ, ରେଡିଓ ଆଣ୍ଟେନା ମାଓ ପୋଷାକ, ବ୍ୟାନର, ଔଷଧ ଏବଂ ଅନ୍ୟାନ୍ୟ ସାମଗ୍ରୀ ସୁରକ୍ଷା ବାହିନୀ ଓ ସାଧାରଣ ନାଗରିକଙ୍କୁ ଲକ୍ଷ୍ୟ କରି କୌଣସି ବଡ଼ ଧରଣର ବିସ୍ଫୋରଣ ଘଟାଇବା ଉଦ୍ଦେଶ୍ୟରେ ମାଓବାଦୀମାନେ ଏହି ବିସ୍ଫୋରକ ସାମଗ୍ରୀଗୁଡ଼ିକୁ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି। ଏହି ସମସ୍ତ ସାମଗ୍ରୀ AOBSZC ଆନ୍ଧ୍ର-ଓଡ଼ିଶା ବୋର୍ଡର ସ୍ପେଶାଲ ଝୋନାଲ କମିଟି କ୍ୟାଡରର ମାଓବାଦୀଙ୍କର ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ ଯେ, ଗୃହ ମନ୍ତ୍ରଣାଳୟର ଲକ୍ଷ୍ୟ ଅନୁସାରେ ଗତ ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ମାଲକାନଗିରି ଜିଲ୍ଲା ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ହୋଇସାରିଛି। ଜାନୁଆରୀ ୨୦୨୫ ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ୨ ଜଣ ନକ୍ସଲ ଗିରଫ ହୋଇଥିବା ବେଳେ ୨୩ ଜଣ ଆତ୍ମସମର୍ପଣ କରିଛନ୍ତି। ମାଲକାନଗିରି ଏସପି ବିନୋଦ ପାଟିଲଙ୍କ ସୂଚନା ଅନୁଯାୟୀ, ଭବିଷ୍ୟତରେ ଯେପରି ନକ୍ସଲ କାର୍ଯ୍ୟକଳାପ ଆଉ ମୁଣ୍ଡ ଟେକି ନପାରେ, ସେଥିପାଇଁ SOG ଓ DVF ଟିମ୍ ଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ନିୟମିତ କୋମ୍ବିଂ ଓ ସର୍ଚ୍ଚ ଅପରେସନ୍ ଜାରି ରହିଛି।4
- ମାଲକାନଗିରି କାଲିମେଳାରେ ପୋଲିସକୁ ବଡ଼ ସଫଳତା ବୃହତ ମାତ୍ରାରେ ଗଞ୍ଜେଇ ଜବତ1
- ନାୟକଗୁଡା. ରୁ. ଧମଗୁଡା. ମାଟି. ରଡ଼. ଏତେ କୋରାପ. ଲୋକ ଯିବା ହସିବା. କରି ପରିନାହାଂତି3
- ମାଲକାନଗିରିରେ ବଡ଼ ମାଓବାଦୀ ଡମ୍ପ ଠାବ । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, IED, ବିସ୍ଫୋରକ ଓ କ୍ଲେମୋର ମାଇନ୍ ଜବତ । ମାଲକାନଗିରିରେ ବଡ଼ ମାଓବାଦୀ ଡମ୍ପ ଠାବ । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, IED, ବିସ୍ଫୋରକ ଓ କ୍ଲେମୋର ମାଇନ୍ ଜବତ । ମାଲକାନଗିରି । - ମାଓବାଦୀ ବିରୋଧୀ ଅଭିଯାନରେ ମାଲକାନଗିରି ପୋଲିସକୁ ବଡ଼ ସଫଳତା । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୁଚନା ଆଧାରରେ ମାଥିଲି ଥାନା ଅଧୀନ ଚେରକୋଟଲା, କିର୍ମିଟି, କୋଟୱାପଦର ଓ କଡ଼ାଭଟା ଜଙ୍ଗଲ ଅଞ୍ଚଳରେ ଡିଭିଏଫ୍ ଟିମ୍ ପକ୍ଷରୁ ଚାଲିଥିବା ସର୍ଚ୍ଚ ଅପରେସନ ସମୟରେ ଏକ ବଡ ମାଓ ଡମ୍ପ ଠାବ କରିଛି ପୋଲିସ୍ । ଏହି ଅଞ୍ଚଳଟି ଛତିଶଗଡ଼ର ବସ୍ତର ଜିଲ୍ଲାର ଦରଭା ଥାନା ଏବଂ ସୁକମା ଜିଲ୍ଲାର ପୁଷପାଲ ଥାନା ଅଞ୍ଚଳ ସୀମାକୁ ଲାଗି ରହିଛି । ଠାବ ହୋଇଥିବା ଡମ୍ପରୁ ୩ ବନ୍ଧୁକ ସହ IED, ବିସ୍ଫୋରକ, କ୍ଲେମୋର ମାଇନ୍ ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମାଓବାଦୀ ସାମଗ୍ରୀ ଜବତ ହୋଇଛି । ଏହି ଅସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ସାଧାରଣ ଲୋକ ଏବଂ ସୁରକ୍ଷାବଳଙ୍କୁ ଟାର୍ଗେଟ କରିବା ପାଇଁ ମାଓବାଦୀମାନେ ବ୍ୟବହାର କରିବାକୁ ରଖିଥିବା ସନ୍ଦେହ କରାଯାଉଛି । ଜବତ ସାମଗ୍ରୀଗୁଡ଼ିକ AOBSZCର ମାଓବାଦୀ କ୍ୟାଡରଙ୍କର ହୋଇଥିବା ବେଳେ ଚଳିତ ବର୍ଷ ଜୁନ୍ ମାସରେ ମଧ୍ୟ ମାଲକାନଗିରି ଜିଲ୍ଲାରୁ ୩ଟି ବଡ଼ ମାଓବାଦୀ ଡମ୍ପ ଠାବ କରାଯାଇଥିଲା । ମାଓବାଦୀମାନେ ଜଙ୍ଗଲରେ ଲୁଚାଇ ରଖିଥିବା ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଠାବ କରିବା ପାଇଁ SOG ଓ DVF ପକ୍ଷରୁ ନିୟମିତ କମ୍ବିଂ ଓ ସର୍ଚ୍ଚ ଅପରେସନ୍ ଜାରି ରହିଛି । ମାଓବାଦୀ ଗତିବିଧିର ପୁନରାବୃତ୍ତି ରୋକିବା ଏବଂ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଉଦ୍ଧାର ପାଇଁ ସୁରକ୍ଷାବାହିନୀର ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ଏସପି କହିଛନ୍ତି।2
- ଛାତ୍ରଙ୍କ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ କଲେ ପରିବାର l Student Death Body recovery l Boriguma l Koraput1
- ଭାଇଚାରାର ଜୟପୁର ସହରରେ ଇଦ୍-ଇ-ମିଲାଦ୍ ମୁବାରକ ପବିତ୍ର ଇଦ୍-ଇ-ମିଲାଦ୍କୁ ନେଇ ଉତ୍ସବମୁଖର ଜୟପୁର ଭାଇଚାରାର ଜୟପୁର ସହରରେ ଇଦ୍-ଇ-ମିଲାଦ୍ ମୁବାରକ ପବିତ୍ର ଇଦ୍-ଇ-ମିଲାଦ୍କୁ ନେଇ ଉତ୍ସବମୁଖର ଜୟପୁର1
- ମାଥିଲି ଏରିଆରୁ ଆଉ ଗୋଟେ ମାଓ ଡ଼ମ୍ପ ଉଦ୍ଧାର କରି ବିପୁଳ ଅସ୍ତ୍ର ସସ୍ତ୍ର ଜବତ କରିଛି ମାଲକାନଗିରି ପୋଲିସ #maodump #armrecovery #PoliceSuccess #MalkangiriDistrict #odisha1