logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବନ୍ଧୁକ ମୁନରେ ମାରଣା ନ୍ତାକ ଆକ୍ରମଣ କରି ଲୁଟି ନେ଼ଇ ଗାଲେ ସୁନା ଅଳଙ୍କାର ରାୟଗଡା ସହର ରେ ମତିଲେନି ବନ୍ଧୁକ ମୁନରେ ମରଣାନ୍ତକ ଆକ୍ରମଣ କରି ଲୁଟ୍, ଫ୍ରିଜଠୁ ନେଇ ସୁନାଗହଣା….. ରିପୋର୍ଟର ନରୋତ୍ତମ ପାଢ଼ୀ ରାୟଗଡ଼ା,୧୩।୩(): ବନ୍ଧୁକ ଦେଖାଇ ମାଡ ମାରିବା ସହ ସୁନା ଅଳଙ୍କାର ଓ ଆସବାବପତ୍ର ଲୁଟିନେଲେ ଲୁଟେରା । ଏମିତି ଘଟଣା ଘଟିଛି ରାୟଗଡା ସହରର ଫାୟାର୍ ଷ୍ଟେସନ୍ ନିକଟରେ ଘଟିଛି । ଦୁର୍ବୃତ୍ତଙ୍କ ମାଡରେ ଆହତ ହୋଇଥିବା ବ୍ୟକ୍ତି ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ, ଗୁରୁବାର ମଧ୍ୟରାତ୍ରିରେ ପୂର୍ତ୍ତ ବିଭାଗର କର୍ମଚାରୀ ବସନ୍ତ କୁମାର ମିଶ୍ର ଏକୁଟିଆ ଘରେ ଶୋଇଥିବା ବେଳେ ୫ ଜଣ ଦୁର୍ବୃତ୍ତ ଘରେ ପସି ବନ୍ଧୁକ ଦେଖାଇବା ସହ ଘରେ ଥିବା ସୁନା ଅଳଙ୍କାର, ୱାସିଙ୍ଗ୍ ମେସିନ୍, ଫ୍ରିଜ୍, ମୋଟରସାଇକୋଲ ଓ ଗ୍ୟାସ୍ ସିଲିଣ୍ଡର ସମେତ ଅନେକ ଆସବାବପତ୍ର ଲୁଟି ନେଇଥିଲେ । ଲୁଟେରାମାନେ ଘର ଭିତରେ ବସନ୍ତ ମିଶ୍ରଙ୍କୁ ବନ୍ଧୁକ ଦେଖାଇ ଭୟବିତ କରିବା ସହ ନିସ୍ତୁକ ମାଡ ମାରିଥିଲେ । ବସନ୍ତଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ଜଣାପଡିଛି । ଏନେଇ ଆଜି ସକାଳୁ(ଶୁକ୍ରବାର) ଟାଉନ୍ ଥାନା ପୋଲିସକୁ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। ରାୟଗଡା ଜିଲ୍ଲା ରୁ ନରୋତ୍ତମ ପାଢ଼ୀ ଙ୍କ ରିପୋର୍ଟ

on 13 March
user_Narattam Kumar padhy
Narattam Kumar padhy
ବିଷମାକଟକ, ରାୟଗଡା, ଓଡ଼ିଶା•
on 13 March

ବନ୍ଧୁକ ମୁନରେ ମାରଣା ନ୍ତାକ ଆକ୍ରମଣ କରି ଲୁଟି ନେ଼ଇ ଗାଲେ ସୁନା ଅଳଙ୍କାର ରାୟଗଡା ସହର ରେ ମତିଲେନି ବନ୍ଧୁକ ମୁନରେ ମରଣାନ୍ତକ ଆକ୍ରମଣ କରି ଲୁଟ୍, ଫ୍ରିଜଠୁ ନେଇ ସୁନାଗହଣା….. ରିପୋର୍ଟର ନରୋତ୍ତମ ପାଢ଼ୀ ରାୟଗଡ଼ା,୧୩।୩(): ବନ୍ଧୁକ ଦେଖାଇ ମାଡ ମାରିବା ସହ ସୁନା ଅଳଙ୍କାର ଓ ଆସବାବପତ୍ର ଲୁଟିନେଲେ ଲୁଟେରା । ଏମିତି ଘଟଣା ଘଟିଛି ରାୟଗଡା ସହରର ଫାୟାର୍ ଷ୍ଟେସନ୍ ନିକଟରେ ଘଟିଛି । ଦୁର୍ବୃତ୍ତଙ୍କ ମାଡରେ ଆହତ ହୋଇଥିବା ବ୍ୟକ୍ତି ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ, ଗୁରୁବାର ମଧ୍ୟରାତ୍ରିରେ ପୂର୍ତ୍ତ ବିଭାଗର କର୍ମଚାରୀ ବସନ୍ତ କୁମାର ମିଶ୍ର ଏକୁଟିଆ ଘରେ ଶୋଇଥିବା ବେଳେ ୫ ଜଣ ଦୁର୍ବୃତ୍ତ ଘରେ ପସି ବନ୍ଧୁକ ଦେଖାଇବା ସହ ଘରେ ଥିବା ସୁନା ଅଳଙ୍କାର, ୱାସିଙ୍ଗ୍ ମେସିନ୍, ଫ୍ରିଜ୍, ମୋଟରସାଇକୋଲ ଓ ଗ୍ୟାସ୍ ସିଲିଣ୍ଡର ସମେତ ଅନେକ ଆସବାବପତ୍ର ଲୁଟି ନେଇଥିଲେ । ଲୁଟେରାମାନେ ଘର ଭିତରେ ବସନ୍ତ ମିଶ୍ରଙ୍କୁ ବନ୍ଧୁକ ଦେଖାଇ ଭୟବିତ କରିବା ସହ ନିସ୍ତୁକ ମାଡ ମାରିଥିଲେ । ବସନ୍ତଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ଜଣାପଡିଛି । ଏନେଇ ଆଜି ସକାଳୁ(ଶୁକ୍ରବାର) ଟାଉନ୍ ଥାନା ପୋଲିସକୁ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। ରାୟଗଡା ଜିଲ୍ଲା ରୁ ନରୋତ୍ତମ ପାଢ଼ୀ ଙ୍କ ରିପୋର୍ଟ

More news from ଓଡ଼ିଶା and nearby areas
  • ରାୟଗଡା ଜିଲ୍ଲାର ବୁଦ୍ରାବାଲସା ସରକାରୀ ପ୍ରାଥମିକ ବିଦ୍ୟାଳୟ, ଯାହା ୧୬ ଅକ୍ଟୋବର ୧୯୭୧ ରେ ସ୍ଥାପିତ, ସେଠାରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଗଭୀର ପ୍ରଶ୍ନ ଉଠିଛି। ଆଜି ସକାଳ ୮ଟା ସମୟରେ ଏକ ଅଚମ୍କା ଦର୍ଶନ ସମୟରେ ଦେଖାଯାଇଥିଲା ଯେ, ଛାତ୍ରଛାତ୍ରୀମାନେ କ୍ଲାସ୍ ରୁମ୍ ଭିତରେ ନୁହେଁ, ବରଂ ବାହାରେ ବସି ପଢୁଛନ୍ତି। ବିଦ୍ୟାଳୟରେ ଥିବା ଶିକ୍ଷୟିତ୍ରୀ ବିନା ୟୁନିଫର୍ମରେ କ୍ଲାସ୍ ନେଉଥିବା ଦେଖାଯାଇଥିଲା, ଯାହା ନିୟମ ଉଲ୍ଲଂଘନ କୁ ସୂଚିତ କରୁଛି। ଏହା ସହ ଏସିସ୍ଟାଣ୍ଟ ଶିକ୍ଷକଙ୍କ ଅନୁପସ୍ଥିତି ମଧ୍ୟ ପ୍ରଶ୍ନ ଉଠାଇଛି। ଅନ୍ୟପଟେ, କିଛି ଛାତ୍ରଛାତ୍ରୀ ୟୁନିଫର୍ମରେ ଥିଲେ ମଧ୍ୟ, ଅନେକ ଛାତ୍ରଛାତ୍ରୀ ୟୁନିଫର୍ମ ବିହୀନ ଅବସ୍ଥାରେ ଦେଖାଯାଇଥିଲେ। ସବୁଠୁ ଚମତ୍କାର କଥା ହେଉଛି, ବିଦ୍ୟାଳୟରେ ନବୀକରଣ କରାଯାଇଥିବା ଦୁଇଟି କ୍ଲାସ୍ ରୁମ୍ ତାଲା ପଡିଥିବା ଅବସ୍ଥାରେ ଥିଲା। ଶିକ୍ଷୟିତ୍ରୀଙ୍କୁ ପଚାରିବା ପରେ ଘର ଖୋଲାଯାଇଥିଲା, ଯେଉଁଠାରେ ଗୋଟିଏ ଘରରେ ପୁସ୍ତକ ଓ ଅନ୍ୟ ଘରରେ ପ୍ଲାଷ୍ଟିକ ଚେୟାର ରଖାଯାଇଥିଲା। ଏଥିରୁ ସ୍ପଷ୍ଟ ଯେ, ପାଠପାଠନ ପାଇଁ ଥିବା କ୍ଲାସ୍ ରୁମ୍ ଗୁଡିକୁ ଷ୍ଟୋର ରୁମ୍ ଭାବେ ବ୍ୟବହାର କରାଯାଉଛି। ତେବେ ପ୍ରଶ୍ନ ଉଠୁଛି— ୧: କ୍ଲାସ୍ ରୁମ୍ ଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ବାହାରେ କାହିଁକି ପଢୁଛନ୍ତି? ୨: ଶିକ୍ଷକ ମାନଙ୍କ ଅନୁପସ୍ଥିତି ଓ ନିୟମ ଉଲ୍ଲଂଘନ କାହିଁକି? ୩: ଶିକ୍ଷା ବ୍ୟବସ୍ଥା ଉପରେ କାହାର ନଜର ନାହିଁ କି? ଏହି ଘଟଣାକୁ ନେଇ ଅଭିଭାବକ ଓ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ସମ୍ବନ୍ଧିତ ଶିକ୍ଷା ବିଭାଗ ଏହାକୁ ଗମ୍ଭୀରତାର ସହ ନେଇ ତତ୍କାଳ କାର୍ଯ୍ୟନୁଷ୍ଠାନ ନେବେ କି ନାହିଁ, ସେଥିରେ ସମସ୍ତଙ୍କ ନଜର ରହିଛି।
    3
    ରାୟଗଡା ଜିଲ୍ଲାର ବୁଦ୍ରାବାଲସା ସରକାରୀ ପ୍ରାଥମିକ ବିଦ୍ୟାଳୟ, ଯାହା ୧୬ ଅକ୍ଟୋବର ୧୯୭୧ ରେ ସ୍ଥାପିତ, ସେଠାରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଗଭୀର ପ୍ରଶ୍ନ ଉଠିଛି।
ଆଜି ସକାଳ ୮ଟା ସମୟରେ ଏକ ଅଚମ୍କା ଦର୍ଶନ ସମୟରେ ଦେଖାଯାଇଥିଲା ଯେ, ଛାତ୍ରଛାତ୍ରୀମାନେ କ୍ଲାସ୍ ରୁମ୍ ଭିତରେ ନୁହେଁ, ବରଂ ବାହାରେ ବସି ପଢୁଛନ୍ତି।
ବିଦ୍ୟାଳୟରେ ଥିବା ଶିକ୍ଷୟିତ୍ରୀ ବିନା ୟୁନିଫର୍ମରେ କ୍ଲାସ୍ ନେଉଥିବା ଦେଖାଯାଇଥିଲା, ଯାହା ନିୟମ ଉଲ୍ଲଂଘନ କୁ ସୂଚିତ କରୁଛି। ଏହା ସହ ଏସିସ୍ଟାଣ୍ଟ ଶିକ୍ଷକଙ୍କ ଅନୁପସ୍ଥିତି ମଧ୍ୟ ପ୍ରଶ୍ନ ଉଠାଇଛି।
ଅନ୍ୟପଟେ, କିଛି ଛାତ୍ରଛାତ୍ରୀ ୟୁନିଫର୍ମରେ ଥିଲେ ମଧ୍ୟ, ଅନେକ ଛାତ୍ରଛାତ୍ରୀ ୟୁନିଫର୍ମ ବିହୀନ ଅବସ୍ଥାରେ ଦେଖାଯାଇଥିଲେ।
ସବୁଠୁ ଚମତ୍କାର କଥା ହେଉଛି, ବିଦ୍ୟାଳୟରେ ନବୀକରଣ କରାଯାଇଥିବା ଦୁଇଟି କ୍ଲାସ୍ ରୁମ୍ ତାଲା ପଡିଥିବା ଅବସ୍ଥାରେ ଥିଲା। ଶିକ୍ଷୟିତ୍ରୀଙ୍କୁ ପଚାରିବା ପରେ ଘର ଖୋଲାଯାଇଥିଲା, ଯେଉଁଠାରେ ଗୋଟିଏ ଘରରେ ପୁସ୍ତକ ଓ ଅନ୍ୟ ଘରରେ ପ୍ଲାଷ୍ଟିକ ଚେୟାର ରଖାଯାଇଥିଲା।
ଏଥିରୁ ସ୍ପଷ୍ଟ ଯେ, ପାଠପାଠନ ପାଇଁ ଥିବା କ୍ଲାସ୍ ରୁମ୍ ଗୁଡିକୁ ଷ୍ଟୋର ରୁମ୍ ଭାବେ ବ୍ୟବହାର କରାଯାଉଛି।
ତେବେ ପ୍ରଶ୍ନ ଉଠୁଛି—
୧: କ୍ଲାସ୍ ରୁମ୍ ଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ବାହାରେ କାହିଁକି ପଢୁଛନ୍ତି?
୨: ଶିକ୍ଷକ ମାନଙ୍କ ଅନୁପସ୍ଥିତି ଓ ନିୟମ ଉଲ୍ଲଂଘନ କାହିଁକି?
୩: ଶିକ୍ଷା ବ୍ୟବସ୍ଥା ଉପରେ କାହାର ନଜର ନାହିଁ କି?
ଏହି ଘଟଣାକୁ ନେଇ ଅଭିଭାବକ ଓ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।
ସମ୍ବନ୍ଧିତ ଶିକ୍ଷା ବିଭାଗ ଏହାକୁ ଗମ୍ଭୀରତାର ସହ ନେଇ ତତ୍କାଳ କାର୍ଯ୍ୟନୁଷ୍ଠାନ ନେବେ କି ନାହିଁ, ସେଥିରେ ସମସ୍ତଙ୍କ ନଜର ରହିଛି।
    user_Maa Tv Odia News channel
    Maa Tv Odia News channel
    Grain Trader ରାୟଗଡା, ରାୟଗଡା, ଓଡ଼ିଶା•
    18 hrs ago
  • ଗ୍ରାମ ମାରଲାଙ୍ଗା ଗାଁ ଦୁରିକୁପୁଡ଼ା ମହୁଲ ଭଜା ଜାତରା ହଇ ଥିଲା ଅପଣଙ୍କ ଦେଖାଉ ଛି
    1
    ଗ୍ରାମ ମାରଲାଙ୍ଗା ଗାଁ ଦୁରିକୁପୁଡ଼ା ମହୁଲ ଭଜା ଜାତରା ହଇ ଥିଲା ଅପଣଙ୍କ ଦେଖାଉ ଛି
    user_ଅଜିତ ପାତ୍ର
    ଅଜିତ ପାତ୍ର
    Kotagarh, Kandhamal•
    1 hr ago
  • 💋💋💋💋💋💋🤭💋💋💋
    1
    💋💋💋💋💋💋🤭💋💋💋
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    2 hrs ago
  • Post by Ansubhai Pandey
    3
    Post by Ansubhai Pandey
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    2 hrs ago
  • ଗଜପତି ଜିଲ୍ଲା ମୋହନା ବ୍ଲକର ଚାନ୍ଦିପୁଟ ଗ୍ରାମ ପଞ୍ଚାୟତର ବାଙ୍କିଜୋଲା ଗ୍ରାମର ଏକ କୁମାର ବାଳକ ଧନଞ୍ଜୟ ନାୟକ ବର୍ତ୍ତମାନ ବୋନ୍ ମାରୋ କ୍ୟାନ୍ସର ରୋଗରେ ପୀଡ଼ିତ ଅଛନ୍ତି। ଧନଞ୍ଜୟଙ୍କ ପରିବାର ଜୀବିକା ପାଇଁ ଦିନମଜୁରି ଉପରେ ନିର୍ଭରଶୀଳ ଥିବାରୁ ଏତେ ବଡ଼ ରୋଗର ଚିକିତ୍ସା କରିବା ସମ୍ଭବ ହୋଇପାରୁ ନାହିଁ, ତାଙ୍କର ପରିବାର ଆର୍ଥିକ ଭାବେ ଅତ୍ୟନ୍ତ ଦୁର୍ବଳ ଥିବାରୁ ଚିକିତ୍ସା ପାଇଁ ବଡ଼ ସମସ୍ୟା ସୃଷ୍ଟି ହୋଇଛି। ଦିନକୁ ଦିନ ଚିକିତ୍ସା ଖର୍ଚ୍ଚ ବଢ଼ୁଥିବା ବେଳେ ପରିବାର ପାଇଁ ଏହା ବହୁତ କଷ୍ଟକର ପରିସ୍ଥିତି ହୋଇପଡ଼ିଛି। ତାଙ୍କର ଚିକିତ୍ସା ପାଇଁ ଆର୍ଥିକ ସମସ୍ୟା ଦେଖାଦେଇଥିବା ବେଳେ ବିଭିନ୍ନ ସାମାଜିକ ସଂଗଠନ ଆଗକୁ ଆସି ସହଯୋଗର ହାତ ବଢ଼ାଇଛନ୍ତି।ଆଜି କିଛି ସଂଗଠନ ତଥା Help Ever Hurt Never Group” ପକ୍ଷରୁ ସମନ୍ୱୟ କରାଯାଇ ମୋଟ ₹54,414 ଟଙ୍କା ଧନଞ୍ଜୟ ନାୟକଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି। ଏଥିରେ Help Ever Hurt Never Group ପକ୍ଷରୁ ₹30,000, Rishi Mahima Seva Group ପକ୍ଷରୁ ₹13,000, GBD Group ପକ୍ଷରୁ ₹6,414 ଏବଂ Team Work Group ପକ୍ଷରୁ ₹5,000 ଅର୍ଥ ସହଯୋଗ ଏହି ସହଯୋଗ ତାଙ୍କ ପାଇଁ ଏକ ବଡ଼ ସାହାଯ୍ୟ ହୋଇଛି ଏବଂ ଆଶାର ଆଲୋକ ଜଗାଇଛି। ଏହି ସମସ୍ତ ସଂଗଠନର ସଦସ୍ୟମାନେ ଏକତ୍ରିତ ହୋଇ ଏହି ମାନବିକ ସେବା କାର୍ଯ୍ୟକୁ ସଫଳ କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇଛନ୍ତି। ଏହା ସହ ଅନ୍ୟମାନେ ମଧ୍ୟ ଆଗକୁ ଆସି ଏହି ଶିଶୁଙ୍କ ଚିକିତ୍ସା ପାଇଁ ସହଯୋଗ କରିବାକୁ ଆହ୍ୱାନ କରାଯାଇଛି।
    1
    ଗଜପତି ଜିଲ୍ଲା ମୋହନା ବ୍ଲକର ଚାନ୍ଦିପୁଟ ଗ୍ରାମ ପଞ୍ଚାୟତର ବାଙ୍କିଜୋଲା ଗ୍ରାମର ଏକ କୁମାର ବାଳକ ଧନଞ୍ଜୟ ନାୟକ ବର୍ତ୍ତମାନ ବୋନ୍ ମାରୋ କ୍ୟାନ୍ସର ରୋଗରେ ପୀଡ଼ିତ ଅଛନ୍ତି। ଧନଞ୍ଜୟଙ୍କ ପରିବାର ଜୀବିକା ପାଇଁ ଦିନମଜୁରି ଉପରେ ନିର୍ଭରଶୀଳ ଥିବାରୁ ଏତେ ବଡ଼ ରୋଗର ଚିକିତ୍ସା କରିବା ସମ୍ଭବ ହୋଇପାରୁ ନାହିଁ, ତାଙ୍କର ପରିବାର ଆର୍ଥିକ ଭାବେ ଅତ୍ୟନ୍ତ ଦୁର୍ବଳ ଥିବାରୁ ଚିକିତ୍ସା ପାଇଁ ବଡ଼ ସମସ୍ୟା ସୃଷ୍ଟି ହୋଇଛି। ଦିନକୁ ଦିନ ଚିକିତ୍ସା ଖର୍ଚ୍ଚ ବଢ଼ୁଥିବା ବେଳେ ପରିବାର ପାଇଁ ଏହା ବହୁତ କଷ୍ଟକର ପରିସ୍ଥିତି ହୋଇପଡ଼ିଛି।
ତାଙ୍କର ଚିକିତ୍ସା ପାଇଁ ଆର୍ଥିକ ସମସ୍ୟା ଦେଖାଦେଇଥିବା ବେଳେ ବିଭିନ୍ନ ସାମାଜିକ ସଂଗଠନ ଆଗକୁ ଆସି ସହଯୋଗର ହାତ ବଢ଼ାଇଛନ୍ତି।ଆଜି କିଛି ସଂଗଠନ ତଥା 
Help Ever Hurt Never Group” ପକ୍ଷରୁ ସମନ୍ୱୟ କରାଯାଇ ମୋଟ ₹54,414 ଟଙ୍କା ଧନଞ୍ଜୟ ନାୟକଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି। ଏଥିରେ Help Ever Hurt Never Group ପକ୍ଷରୁ ₹30,000, Rishi Mahima Seva Group ପକ୍ଷରୁ ₹13,000, GBD Group ପକ୍ଷରୁ ₹6,414 ଏବଂ Team Work Group ପକ୍ଷରୁ ₹5,000 ଅର୍ଥ ସହଯୋଗ ଏହି ସହଯୋଗ ତାଙ୍କ ପାଇଁ ଏକ ବଡ଼ ସାହାଯ୍ୟ ହୋଇଛି ଏବଂ ଆଶାର ଆଲୋକ ଜଗାଇଛି।
ଏହି ସମସ୍ତ ସଂଗଠନର ସଦସ୍ୟମାନେ ଏକତ୍ରିତ ହୋଇ ଏହି ମାନବିକ ସେବା କାର୍ଯ୍ୟକୁ ସଫଳ କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇଛନ୍ତି। ଏହା ସହ ଅନ୍ୟମାନେ ମଧ୍ୟ ଆଗକୁ ଆସି ଏହି ଶିଶୁଙ୍କ ଚିକିତ୍ସା ପାଇଁ ସହଯୋଗ କରିବାକୁ ଆହ୍ୱାନ କରାଯାଇଛି।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    6 hrs ago
  • Post by BIDYADHAR SAHANI
    2
    Post by BIDYADHAR SAHANI
    user_BIDYADHAR SAHANI
    BIDYADHAR SAHANI
    ବାଲିଗୁଡା, କନ୍ଧମାଳ, ଓଡ଼ିଶା•
    19 hrs ago
  • ସ୍ଥାନୀୟ ମାଥାଲପୁଟ ରାଧାକୃଷ୍ଣ ମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ ପାଳିତ ହୋଇଛି।୨ ଦିନ ଧରି ଏହି ଉତ୍ସବରେ କଳଶ ଶୋଭାଯାତ୍ରା,ଘୃତ ଯଜ୍ଞ, ଅନ୍ନ ଯଜ୍ଞ ଏବଂ ଅଷ୍ଟମପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା।ସ୍ଥାନୀୟ ମରିଚମାଳ ନଦୀରୁ ଶତାଧିକ ମହିଳା ଶ୍ରଦ୍ଧାଳୁ କଳଶ ଧରି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।ସୁନାବେଡ଼ା ର ପର୍ବତ ମହାରାଜ ନାମଯଜ୍ଞ କରିଥିଲା ବେଳେ ମନ୍ଦିରର ଦୈନନ୍ଦିନ ପୂଜକ ପ୍ରତାପ ପଣ୍ଡା ଓ ପ୍ରଣୟ ଦେବତାଙ୍କ ସହ ସୀମାଞ୍ଚଳ କର ରାଧାକୃଷ୍ଣଙ୍କ ପୂଜାର୍ଚ୍ଚନା ଓ ଘୃତ ଯଜ୍ଞ କରିଥିଲେ। ମନ୍ଦିର ପରିଚାଳନା କମିଟି ପକ୍ଷରୁ ହରିବନ୍ଧୁ ବିଶ୍ବାଳ,କାଳୀ ପାଟ୍ଟଯୋଶୀ,ଆକୁଳ ଜେନା,ସୁଦାମ ବାରିକ,କେ ଶଙ୍କର ପାତ୍ର,କେଶବ ଚୌଧୁରୀ, ବିଶ୍ବନାଥ ଚୌଧୁରୀ,ବେଣୁପାଣି ସାହୁ,ସଞ୍ଜୟ ବିଶ୍ବାଳ ମାର୍କେଟର ବ୍ୟବସାୟୀ ଓ ଗ୍ରାମ ଲୋକେ ଉତ୍ସବ ପରିଚାଳନା କରିଥିଲେ।
    1
    ସ୍ଥାନୀୟ ମାଥାଲପୁଟ ରାଧାକୃଷ୍ଣ ମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ ପାଳିତ ହୋଇଛି।୨ ଦିନ ଧରି ଏହି ଉତ୍ସବରେ କଳଶ ଶୋଭାଯାତ୍ରା,ଘୃତ ଯଜ୍ଞ, ଅନ୍ନ ଯଜ୍ଞ ଏବଂ ଅଷ୍ଟମପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା।ସ୍ଥାନୀୟ ମରିଚମାଳ ନଦୀରୁ ଶତାଧିକ ମହିଳା ଶ୍ରଦ୍ଧାଳୁ କଳଶ ଧରି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।ସୁନାବେଡ଼ା ର ପର୍ବତ ମହାରାଜ ନାମଯଜ୍ଞ କରିଥିଲା ବେଳେ ମନ୍ଦିରର ଦୈନନ୍ଦିନ ପୂଜକ ପ୍ରତାପ ପଣ୍ଡା ଓ ପ୍ରଣୟ ଦେବତାଙ୍କ ସହ ସୀମାଞ୍ଚଳ କର ରାଧାକୃଷ୍ଣଙ୍କ ପୂଜାର୍ଚ୍ଚନା ଓ ଘୃତ ଯଜ୍ଞ କରିଥିଲେ। ମନ୍ଦିର ପରିଚାଳନା କମିଟି ପକ୍ଷରୁ ହରିବନ୍ଧୁ ବିଶ୍ବାଳ,କାଳୀ ପାଟ୍ଟଯୋଶୀ,ଆକୁଳ ଜେନା,ସୁଦାମ ବାରିକ,କେ ଶଙ୍କର ପାତ୍ର,କେଶବ ଚୌଧୁରୀ, ବିଶ୍ବନାଥ ଚୌଧୁରୀ,ବେଣୁପାଣି ସାହୁ,ସଞ୍ଜୟ ବିଶ୍ବାଳ ମାର୍କେଟର ବ୍ୟବସାୟୀ ଓ ଗ୍ରାମ ଲୋକେ ଉତ୍ସବ ପରିଚାଳନା କରିଥିଲେ।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    10 hrs ago
  • ଗଜପତି ଜିଲ୍ଲା ମୋହନାଠାରେ ଭାରତରତ୍ନ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ ହୋଇଯାଇଛି | ଏହି ଅବସରରେ ହିଲ୍‌ଟପ୍ କଲେଜଠାରୁ ହାଇସ୍କୁଲ ପଡ଼ିଆ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ହଜାର ହଜାର ଜନସାଧାରଣ ସାମିଲ ହୋଇ ଏହାକୁ ଏକ ଐତିହାସିକ ରୂପ ଦେଇଥିଲେ | ହାଇସ୍କୁଲ ପଡ଼ିଆଠାରେ ଆୟୋଜିତ ସଭାରେ ବିଭିନ୍ନ ଆମ୍ବେଦକରବାଦୀ ସଂଗଠନର କର୍ମକର୍ତ୍ତା, ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ ମୋର୍ଚ୍ଚାର ରାଜ୍ୟ ସଭାପତି ଡକ୍ଟର ପଲ୍ଲବ ଲିମା, ଭୀମ ଆର୍ମିର ବହୁ ରାଜ୍ୟସ୍ତରୀୟ ପଦାଧିକାରୀଙ୍କ ସମେତ ମୋହନା, ରାୟଗଡ଼ା ଓ କନ୍ଧମାଳ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ବାବାସାହେବଙ୍କ ଆଦର୍ଶ ଓ ସାମାଜିକ ନ୍ୟାୟ ଉପରେ ନିଜର ବକ୍ତବ୍ୟ ରଖିଥିଲେ | ଏହି ଅବସରରେ ଉପସ୍ଥିତ ହଜାର ହଜାର ଆମ୍ବେଦକର ପ୍ରେମୀ ଭୀମ ରାଓ ଆମ୍ବେଦକରଙ୍କ ସ୍ୱପ୍ନର ଭାରତ ଗଠନ ଲକ୍ଷ୍ୟରେ ଏକତ୍ରିତ ହୋଇ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ପ୍ରତିଜ୍ଞା କରିଥଲେ। ଆମସୋଲମ୍ ନାୟକ, ସାଗର ବଳିଆର ସିଂ ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ସହଯୋଗ କରିଥିଲେ।
    1
    ଗଜପତି ଜିଲ୍ଲା ମୋହନାଠାରେ ଭାରତରତ୍ନ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ ହୋଇଯାଇଛି | ଏହି ଅବସରରେ ହିଲ୍‌ଟପ୍ କଲେଜଠାରୁ ହାଇସ୍କୁଲ ପଡ଼ିଆ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ହଜାର ହଜାର ଜନସାଧାରଣ ସାମିଲ ହୋଇ ଏହାକୁ ଏକ ଐତିହାସିକ ରୂପ ଦେଇଥିଲେ | ହାଇସ୍କୁଲ ପଡ଼ିଆଠାରେ ଆୟୋଜିତ ସଭାରେ ବିଭିନ୍ନ ଆମ୍ବେଦକରବାଦୀ ସଂଗଠନର କର୍ମକର୍ତ୍ତା, ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ ମୋର୍ଚ୍ଚାର ରାଜ୍ୟ ସଭାପତି ଡକ୍ଟର ପଲ୍ଲବ ଲିମା, ଭୀମ ଆର୍ମିର ବହୁ ରାଜ୍ୟସ୍ତରୀୟ ପଦାଧିକାରୀଙ୍କ ସମେତ ମୋହନା, ରାୟଗଡ଼ା ଓ କନ୍ଧମାଳ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ବାବାସାହେବଙ୍କ ଆଦର୍ଶ ଓ ସାମାଜିକ ନ୍ୟାୟ ଉପରେ ନିଜର ବକ୍ତବ୍ୟ ରଖିଥିଲେ | ଏହି ଅବସରରେ ଉପସ୍ଥିତ ହଜାର ହଜାର ଆମ୍ବେଦକର ପ୍ରେମୀ ଭୀମ ରାଓ ଆମ୍ବେଦକରଙ୍କ ସ୍ୱପ୍ନର ଭାରତ ଗଠନ ଲକ୍ଷ୍ୟରେ ଏକତ୍ରିତ ହୋଇ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ପ୍ରତିଜ୍ଞା କରିଥଲେ। ଆମସୋଲମ୍ ନାୟକ, ସାଗର ବଳିଆର ସିଂ ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ସହଯୋଗ କରିଥିଲେ।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    19 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.