Shuru
Apke Nagar Ki App…
Jay Jagannath 🙏
Rajesh Samantaray
Jay Jagannath 🙏
More news from ଓଡ଼ିଶା and nearby areas
- ଶ୍ରୀପର୍ଣ୍ଣା ପକ୍ଷରୁ ୩୯ତମ ମକର ମିଳନ ଓ କବିତା ପାଠ ଅନୁଷ୍ଠିତ। ପୁରୀ ୟୁଥ ହଷ୍ଟେଲ ସଭାକକ୍ଷରେ ଶ୍ରୀପର୍ଣ୍ଣାର ୩୯ତମ ମକର ମିଳନ,କବିତା ପାଠ ଓ ଇଂରାଜୀର ବିଖ୍ୟାତ ଶିଶୁ କିଶୋର ଗଳ୍ପ ପୁସ୍ତକ "ଆରବୀୟ ରଜନୀ "କୁ ଶ୍ରୀମତୀ ସୁଜାତା ସିହ୍ନାଙ୍କ ଓଡ଼ିଆ ଅନୁବାଦ "ଆରବୀୟ ରଜନୀ କାହାଣୀ " ଲୋକାର୍ପଣ ହୋଇଯାଇଛି l ଏହି ସାରସ୍ୱତ ଆସର ମକର ମିଳନକୁ ପ୍ରଦୀପ ପ୍ରଜ୍ୱାଳନ କରି ଶୁଭ ଉଦଘାଟନ କରିଥିଲେ ପ୍ରଖ୍ୟାତ ପ୍ରାବନ୍ଧିକ ସମାଲୋଚକ ପ୍ରଫେସର ଡ଼କ୍ଟର ହରପ୍ରସାଦ ମିଶ୍ର, ଶିଶୁ କିଶୋର ସାହିତ୍ୟିକ ଡ଼କ୍ଟର ଲଷ୍ମୀକାନ୍ତ ଖୁଣ୍ଟିଆ, ଶ୍ରୀକ୍ଷେତ୍ର ପୁରୀର ପରମ ବିଦୁଷୀ ଶ୍ରୀମତୀ ବିଜୟଲଷ୍ମୀ ଦାଶ ମିଶ୍ର, ଶ୍ରୀମତୀ ମଞ୍ଜୁଶ୍ରୀ ମିଶ୍ର l ମୁଖ୍ୟ ବକ୍ତା ଡ଼କ୍ଟର ହରପ୍ରସାଦ ମିଶ୍ର, ସମ୍ମାନିତ ଅତିଥି ବିଜୟ ଲଷ୍ମୀ ଦାଶ ମିଶ୍ର ଫକୀର ମୋହନ ସ୍ମରଣୀୟେଷୁ ନିଜ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଡ଼କ୍ଟର ଲଷ୍ମୀକାନ୍ତ ଖୁଣ୍ଟିଆ ପ୍ରକାଶିତ ପୁସ୍ତକର ଆଲୋଚନା କରି ଶ୍ରୀମତୀ ସୁଜାତା ସିହ୍ନାଙ୍କ ଏ କୃତିର ବହୁତ ପ୍ରଶଂସା କରି ଏହା ଶିଶୁ କିଶୋର ମାନଙ୍କ ପାଇଁ ଏକ ଯଥାର୍ଥ କୃତି ଭାବରେ ଉପସ୍ଥାପନା କରିଥିଲେ l ଶ୍ରୀମତୀ ମଞ୍ଜୁଶ୍ରୀ ମିଶ୍ର ଏ ସଭାଟିକୁ ପରିଚାଳନା କରିଥିଲେ l "ମକର ଚାଉଳ" ପରିବେଷଣ ଓ ମଧ୍ୟାହ୍ନ ଭୋଜନ ପରେ ଦ୍ୱତୀୟ ପର୍ବ କବିତା ପାଠ ଅନୁଷ୍ଠିତ ହୋଇଥିଲା l କବିତା ଆସରରେ ଅଧ୍ୟକ୍ଷତା କରିଥିଲେ କବୀ ଶ୍ରୀମତୀ ସୌଭାଗ୍ୟ ପଟ୍ଟନାୟକ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କବି ଯୋଗେଶ ପ୍ରସାଦ ହୋତା l କବିତା ଆସର କୁ ସଂଯୋଜନା କରିଥିଲେ ଶ୍ରୀମତୀ ମମତା ଦାସ ଓ ଶ୍ରୀମତୀ ସୁଜାତା ସିହ୍ନା l ଉପସ୍ଥିତ ସମସ୍ତ କବି ଓ ଅତିଥିମାନଙ୍କୁ ଶ୍ରୀପର୍ଣ୍ଣା ତରଫରୁ ଉପହାର ପ୍ରଦାନ କରାଯାଇଥିଲା l ଏହି ସାରସ୍ୱତ ଆସରରେ କବି ଡ଼କ୍ଟର ଚିତ୍ତରଞ୍ଜନ ମିଶ୍ର, ଡ଼କ୍ଟର ରବୀନ୍ଦ୍ର କୁମାର ପ୍ରଧାନ, ସର୍ବଶ୍ରୀ କମଳ ଦାସ, ଡ଼କ୍ଟର ସସ୍ମିତା ମିଶ୍ର, ନିଶିଥ ବୋଷ, ଶ୍ରୀମତୀ ଜୟନ୍ତୀ ନନ୍ଦ, ଭାଗିରଥି ନାୟକ, ପ୍ରଭାତୀ ଦାଶ, ଶ୍ରୀମତୀ ପ୍ରବାସିନୀ ମିଶ୍ର,ସୁଶ୍ରୀ ରଶ୍ମିତା ବେହେରା, ବିଚିତ୍ର ମହାପାତ୍ର, ରବୀନ୍ଦ୍ର କୁମାର ବାହିନୀପତି, ସୁଶ୍ରୀ ହରପ୍ରିୟା ସାହୁ,ରମେଶ ଚନ୍ଦ୍ର ଦାଶ, ଦୁର୍ଗାବତୀ ପ୍ରଧାନ, ରିତାଞ୍ଜଳୀ ପ୍ରଧାନ, ଦେବଯାନୀ ସ୍ୱାଇଁ, ସିଲି ପ୍ରଧାନ, ମୋହିନୀ ସାହୁ,ଜ୍ୟୋତିର୍ମୟୀ ବରାଳ, ପର୍ଶୁରାମ ପାତ୍ର, ରବୀନ୍ଦ୍ର ନାଥ ପ୍ରଧାନ,ହେମନ୍ତ କୁମାର ଛୋଟରାୟ, ଅନନ୍ତ ପ୍ରଧାନ, ଡ଼କ୍ଟର ରାଜେନ୍ଦ୍ର କୁମାର ବେହେରା, ବାଳକୃଷ୍ଣ ଜେନା, ସୁକାନ୍ତ ପଣ୍ଡା, ପୁରୁଷୋତ୍ତମ ନନ୍ଦ, କସ୍ତୁରିକା ମିଶ୍ର, ରଶ୍ମିତା ନନ୍ଦ, ସୁଶାନ୍ତ ବେହେରା, ଅନୁପମା ପଣ୍ଡା,ରୁନୁ ମହାନ୍ତି, ଅଜୟ ପ୍ରଧାନ, ସୁବାସ ଚନ୍ଦ୍ର ପରିଡା ଆଦି ଯୋଗ ଦେଇଥିଲେ l ପରିଶେଷରେ ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l4
- Jay Jagannath 🙏1
- ସିଧ୍ୟାନ୍ତ ମହାପାତ୍ର1
- ଛୁଆ ପାଇଁ ଗୁଆ ଖୋଜା, ଅଟ୍ରିରେ ନିଆରା ମକର ମେଳା ଖୋର୍ଦ୍ଧା:- ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ବାଘମାରୀ ଅଟ୍ରି ଉଷ୍ଣପ୍ରସବଣରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଅଟ୍ରିର ପବିତ୍ର ଜଳରେ ବହୁସଂଖ୍ୟାରେ ଭକ୍ତ ବୁଡ ପକାଉଛନ୍ତି । ମକର ମେଳା ପାଇଁ ଏକାଦଶ ରୁଦ୍ର ହଟନାଥ ହଟକେଶ୍ୱରଙ୍କ ପବିତ୍ର ପୀଠ ଚଳଚଞ୍ଚଳ ହୋଇଉଠିଛି । ଅଟ୍ରି ଉଷ୍ଣପ୍ରସବଣ ଉଷ୍ଣ ପାଣି ପାଇଁ ଯେତିକି ପରିଚିତ ପୌରାଣିକ ମତ ପାଇଁ ମଧ୍ୟ ଇତିହାସରେ ସେତିକି ବର୍ଣ୍ଣିତ । ପୁରାଣ ଅନୁଯାୟୀ, ଦକ୍ଷ ରାଜାଙ୍କ ଯଜ୍ଞକୁଣ୍ଡ ଭାବରେ ପରିଚିତ ଏହି ସ୍ଥାନ ମକର ସଂକ୍ରାନ୍ତିରେ ଏକ ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି । ଏହି ଦିନ ଅର୍ଦ୍ଧରାତ୍ରିରୁ ସନ୍ତାନ ନଥିବା ନାରୀମାନେ ମହାଦେବ ହଟକେଶ୍ୱରଙ୍କ ପାଖରେ ମାନସିକ କରି କୁଣ୍ଡରୁ ଗୁଆ ଖୋଜି ସେବନ କଲେ ବନ୍ଧ୍ୟା ଦୋଷ ହରଣ ହୁଏ ବୋଲି ବିଶ୍ୱାସ ରହିଛି । ସେହିପରି ଏହି ପାଣିରେ ଗାଧୋଇଲେ ଚର୍ମରୋଗ ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ବୁଡ ପକାଇବାକୁ ଆସିଥାନ୍ତି । ଏଥିସହ ଶୀତ ଦିନ ହୋଇଥିବାରୁ ଅଟ୍ରିର ଉଷୁମ ପାଣିରେ ଗାଧୋଇବାର ମଜା ନେଇଥାନ୍ତି ପର୍ଯ୍ୟଟକ । ତେଣୁ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି । ଏଠାରେ ମକର ସଂକ୍ରାନ୍ତି ଠାରୁ ମାଘ ସପ୍ତମୀ ଦିନ ପର୍ଯ୍ଯନ୍ତ ଧରି ମକର ମେଳା ଚାଲିଥାଏ । ମକର ମେଳାରେ ହଜାର ହଜାର ଲୋକଙ୍କ ଗହଳି ଲାଗୁଥିବାରୁ ଧାଡି ଦର୍ଶନ ବ୍ୟବସ୍ଥା ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି । ଏନେଇ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ କହିଛନ୍ତି, “ଅଟ୍ରି ମକର ମେଳାକୁ ସରସ ସୁନ୍ଦର କରିବା ପାଇଁ ମହୋତ୍ସବର ଆୟୋଜନ କରାଯାଇଛି । ବିଶ୍ବାସ ରହିଛି ଯେ, ସନ୍ତାନ ନଥିବା ନାରୀମାନେ ମାନସିକ କରି ବାବା ହଟକେଶ୍ବରଙ୍କ ପୀଠରେ ଥିବା ଗୁଆ ଖୋଜା କୁଣ୍ଡରୁ ଗୁଆ ଖୋଜି ପାଇ ତାକୁ ସେବନ କଲେ ସନ୍ତାନଲାଭ ହୋଇଥାଏ । ସାରା ରାଜ୍ୟରୁ ଶହ ଶହ ସଂଖ୍ୟାରେ ଭକ୍ତମାନେ ବାବା ହଟକେଶ୍ବରଙ୍କ ପୀଠକୁ ଆସିଛନ୍ତି । ସୁରକ୍ଷ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।2
- ଶୀର୍ଷକ: 🚩 ଜୟ ମା' ଭୁଇଁଆଣି 🚩 ଆଜି ନୟାଗଡ଼ର ସୋଲପଟା ପଞ୍ଚାୟତସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା' ଭୁଇଁଆଣିଙ୍କ ପବିତ୍ର ପୀଠରେ ମକର ଯାତ୍ରା ଦର୍ଶନ କରି ମନ ଶାନ୍ତିରେ ଭରିଗଲା। ୩୦,୦୦୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ଏବଂ ମାଆଙ୍କ ପ୍ରତି ସଭିଙ୍କ ଅତୁଟ ବିଶ୍ୱାସ ଦେଖିଲେ ମନେହୁଏ ଏହି ପୀଠ ପ୍ରକୃତରେ ଏକ ଅନନ୍ୟ ସ୍ଥଳୀ। 🙏 ମାଆଙ୍କ ଆଶିଷରୁ ସବୁ କିଛି ମିଳୁଛି, କିନ୍ତୁ ଏହି ପୀଠର ବିକାଶ ପାଇଁ ଆଉ ଟିକେ ଆନ୍ତରିକତାର ଆବଶ୍ୟକତା ରହିଛି। ଯଦି ସରକାର ଓ ସଂସ୍କୃତି ବିଭାଗ ଏହି ପୀଠକୁ 'ପର୍ଯ୍ୟଟନ ସ୍ଥଳୀ' ର ମାନ୍ୟତା ପ୍ରଦାନ କରନ୍ତେ ଏବଂ ମନ୍ଦିରକୁ ଯିବା ପାଇଁ ରାସ୍ତାଘାଟର ଉନ୍ନତି ହୁଅନ୍ତା, ତେବେ ହଜାର ହଜାର ଭକ୍ତଙ୍କ ପାଇଁ ଏହା ବହୁତ ସୁବିଧାଜନକ ହୁଅନ୍ତା।4
- Post by Swadhin kumar behera1
- Post by Chocolate Boy Aju🫡1
- ଶ୍ରୀକ୍ଷେତ୍ରରେ ପବିତ୍ର ମକର ସଂକ୍ରାନ୍ତି ଉତ୍ସବ ପାଳିତ। ମଠ–ମନ୍ଦିରରେ ମକର ଚାଉଳ ପ୍ରସ୍ତୁତି ଓ ଭକ୍ତିମୟ ପରିବେଶ। ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀକ୍ଷେତ୍ର ପୁରୀର ବିଭିନ୍ନ ମଠ ଓ ମନ୍ଦିରରେ ଭକ୍ତି ଓ ଆସ୍ଥାର ସହିତ ମକର ପର୍ବ ପାଳିତ ହେଉଛି। ପ୍ରଭାତରୁ ମନ୍ଦିରଗୁଡ଼ିକରେ ପୂଜାର୍ଚ୍ଚନା, ହୋମ–ଯଜ୍ଞ ଓ ଭକ୍ତଙ୍କ ଆଗମନରେ ଶ୍ରୀକ୍ଷେତ୍ର ଆଧ୍ୟାତ୍ମିକ ରୂପ ଧାରଣ କରିଛି। ମକର ସଂକ୍ରାନ୍ତି ଅବସରରେ ପ୍ରମୁଖ ଆକର୍ଷଣ ହେଉଛି ପାରମ୍ପରିକ ମକର ଚାଉଳ। ଏହି ଚାଉଳ ନୂଆ ଧାନର ଚାଉଳ, ଗୁଡ଼, ନଡିଆ,କଦଳୀ, ଖୀର, ଛେନା ଓ ଫଳ ମିଶାଇ ପ୍ରସ୍ତୁତ କରାଯାଏ। ମଠ–ମନ୍ଦିରରେ ପ୍ରଭୁଙ୍କୁ ଭୋଗ ଅର୍ପଣ ପରେ ଏହାକୁ ପ୍ରସାଦ ରୂପେ ଭକ୍ତମାନଙ୍କ ମଧ୍ୟରେ ବଣ୍ଟନ କରାଯାଉଛି। ଧାର୍ମିକ ମତାନୁସାରେ, ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଦକ୍ଷିଣାୟନ ଠାରୁ ଉତ୍ତରାୟଣ ଗମନ କରିଥାନ୍ତି, ଯାହାକୁ ପୁଣ୍ୟଦାୟକ ବୋଲି ବିଶ୍ୱାସ କରାଯାଏ। ଏହି ଦିନ ଦାନ–ଧର୍ମ, ପୂଜା–ପାଠ ଓ ପବିତ୍ର ଭୋଗ ଅର୍ପଣର ବିଶେଷ ମହତ୍ତ୍ୱ ରହିଛି। ମକର ସଂକ୍ରାନ୍ତି ଉପଲକ୍ଷେ ଶ୍ରୀକ୍ଷେତ୍ରରେ ଭକ୍ତି, ପରମ୍ପରା ଓ ସାଂସ୍କୃତିକ ଐତିହ୍ୟର ଏକ ଅପୂର୍ବ ସମନ୍ୱୟ ଦେଖିବାକୁ ମିଳୁଛି।4