Shuru
Apke Nagar Ki App…
Sandeep Barla
More news from Sundargarh and nearby areas
- Post by Sandeep Barla1
- ବାମରା ନିକଟ ରାବଣଡିହି ବୃଦ୍ଧାଶ୍ରମରେ କୁଚିଣ୍ଡା ବିଜୁ ପାଠାଗାର ଟ୍ରଷ୍ଟ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିବା ଜଣାପଡିଛି। ବିଜୁ ପାଠାଗାର ଟ୍ରଷ୍ଟ ସଦସ୍ୟ ମାନେ ବୃଦ୍ଧାଶ୍ରମ କୁ ପହଞ୍ଚି ଅନ୍ତେବାସୀ ଙ୍କୁ ଜେକେଟ, ଟୋପି ଓ ମୁଜା ସମେତ ଅନ୍ୟାନ୍ୟ ଶୀତବସ୍ତ୍ର ବଣ୍ଟନ କରିଥିଲେ। ଏହି ସମୟର ମୁଖ୍ୟ ଅତିଥି ଭାବେ କୁଚିଣ୍ଡା ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ନାଏକ ଉପସ୍ଥିତ ରହି ଅନ୍ତେବାସୀଙ୍କ ଦୁଖସୁଖ ପଚାରି ବୁଝିବା ସହ ମାନବ ସେବା ହିଁ ମାଧବ ସେବା ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଟ୍ରଷ୍ଟ ସଭାପତି ସଞ୍ଜୟ କୁମାର ବେହେରା, ଜିଲ୍ଲା ପରିଷଦ ସଭ୍ୟ ଅଜିତ ମହାପାତ୍ର, ଓକିଲ ବରଦାନନ୍ଦ ଶର୍ମା, କେନାଢ଼ିପା ପୁର୍ବତନ ସରପଞ୍ଚ ଶାନ୍ତନୁ ନାଏକ ଓ ବରିଷ୍ଠ ଚାଷୀ ସୁଶିଲ ନାଏକ ଉପସ୍ଥିତ ରହି ଅସହାୟ ବୃଦ୍ଧବୃଦ୍ଧା ଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ।1
- Post by User9028jemsrourkela1
- बामरा रेलवे फाटक की समस्या से जल्द मिलेगी छुटकारा फाटक में ब्रिज निर्माण का कार्य चालू एकबार फिर मार्किंग करते दिखे लोग अब देखना यह बाकी हे कि काम कब चालू से होती है #bamrarailwaygate #overbridgework #bamranews #P24NEWSEXPRESS #LatestNews1
- I miss you bhai1
- ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"- ୨୦୨୬ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାର ସାଂସ୍କୃତିକ କାର୍ଯ୍ୟକ୍ରମର ଦ୍ବିତୀୟ ସଂନ୍ଧ୍ୟାରେ ମନ ମୋହିଲା ନଟରାଜ ବଲାଙ୍ଗୀର ର କଳାକାର ମାନଙ୍କ ସମ୍ବଲପୁରୀ ଲୋକ ନୃତ୍ୟ।1
- ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ସୁବର୍ଣ୍ଣପୁର ଜିଲ୍ଲାର ଆଗାମୀ ଜିଲ୍ଲା ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର ଏହି ପ୍ରସ୍ତୁତି ବୈଠକରେ ଆଲୋଚ୍ୟ ବିଷୟ ବସ୍ତୁ ଅନୁଯାୟୀ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ ଓ ଆଲୋଚନା ଅନୁଯାୟୀ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ କରାଯାଇଥିଲା । ଆଲୋଚନା ସମୟରେ ଜିଲ୍ଲାପାଳ, ସୁବର୍ଣ୍ଣପୁର ଯେଉଁ ଅଧିକାରୀମାନଙ୍କୁ ଆବଶ୍ୟକୀୟ ଆୟୋଜନ ପାଇଁ ଦାୟିତ୍ଵ ପ୍ରଦାନ କରାଯାଇଛି, ସେମାନଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସେମାନଙ୍କ ଦାୟିତ୍ଵ ସମ୍ପନ୍ନ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।ଏହି ପ୍ରସ୍ତୁତି ବୈଠକରେ ଆରକ୍ଷୀ ଅଧିକ୍ଷକ, ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସୁବର୍ଣ୍ଣପୁର, ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର, ଶ୍ରୀମତି ଅଞ୍ଜଳିନା ପ୍ରଧାନ, ଉପ- ଜିଲ୍ଲାପାଳ, ସୋନପୁର, ଶ୍ରୀମତି ସୌମ୍ୟାରୁପା ରଥ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ, ବେଣୁଧର ଦାଶ, ସମାଜସେବୀ, ବୀରମହାରାଜପୁର, ସୋନପୁର ସହରର ବୁଦ୍ଧିଜୀବୀ ବୃନ୍ଦ, ବରିଷ୍ଠ ନାଗରିକ ବୃନ୍ଦ, ସୋନପୁର ସହରର ବିଭିନ୍ନ ଅନୁଷ୍ଠାନ ମାନଙ୍କର ପ୍ରତିନିଧି ବୃନ୍ଦ, ବିଭିନ୍ନ ମହାବିଦ୍ୟାଳୟ ଅଧ୍ୟକ୍ଷ/ ଅଧ୍ୟକ୍ଷା ଓ ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକ/ ଶିକ୍ଷୟତ୍ରୀ ବୃନ୍ଦ,ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସମ୍ବାଦ ପତ୍ର ଗୁଡିକର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରି ସେମାନଙ୍କର ସୁଚିତିନ୍ତ ମତାମତ ପ୍ରଦାନ କରିଥିଲେ। ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର ଶ୍ରୀ ଅର୍ଜୁନ ମାଝୀ ଏହି ପ୍ରସ୍ତୁତି ବୈଠକରେ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସଙ୍ଗେ ସଙ୍ଗେ ବୈଠକ ଶେଷରେ ଧନ୍ୟବାଦ୍ ଜ୍ଞାପନ କରିଥିଲେ ।3
- କୁଚିଣ୍ଡା ରେ ପାଣି ପଞ୍ଚାୟତ ପକ୍ଷ ପାଳନ1