logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜାପାନ ତତ୍ତୋରି ପ୍ରଦେଶର ବରିଷ୍ଠ ପ୍ରତିନିଧି ଦଳଙ୍କ ସହ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ଉଚ୍ଚସ୍ତରୀୟ ବୈଠକ • ତତ୍ତୋରି ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତିରେ ଆଲୋଚନା • ଓଡ଼ିଶା–ତତ୍ତୋରି ମୈତ୍ରୀ ଚୁକ୍ତି ଦିଗରେ ଅଗ୍ରଗତି • ପୁଞ୍ଜିନିବେଶ, ଦକ୍ଷ ମାନବ ସମ୍ବଳ, ପର୍ଯ୍ୟଟନ, ସଂସ୍କୃତି, ପ୍ରଯୁକ୍ତି ଓ ଗବେଷଣା ଆଦି କ୍ଷେତ୍ରରେ ସହଯୋଗକୁ ଗୁରୁତ୍ୱ ଭୁବନେଶ୍ୱର : ଓଡ଼ିଶା ଓ ଜାପାନ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ଜାପାନ ତତ୍ତୋରି ପ୍ରଦେଶ ( ପ୍ରିଫେକ୍ଚର) ର ମୁଖ୍ୟ ଶାସନ ସଚିବ ଶ୍ରୀ ତୋଶିକି ଏଣ୍ଡୋଙ୍କ ନେତୃତ୍ୱରେ ଓଡ଼ିଶା ଆସିଥିବା ୧୩ ଜଣିଆ ପ୍ରତିନିଧି ଦଳଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଥିଲେ । ଏହି ବୈଠକରେ ପୁଞ୍ଜିନିବେଶ, ଶିଳ୍ପ ବିକାଶ, ମାନବ ସମ୍ବଳ, ଶିକ୍ଷା, ପର୍ଯ୍ୟଟନ, ସଂସ୍କୃତି, ପ୍ରଯୁକ୍ତି ବିଦ୍ୟା ଆଦି କ୍ଷେତ୍ରରେ ଦୀର୍ଘମିଆଦି ସହଯୋଗ ସଂପର୍କରେ ବିଭିନ୍ନ ସମ୍ଭାବନା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ବୈଠକରେ ଯୋଗଦେଇଥିବା ତତ୍ତୋରି ପ୍ରଦେଶର ବରିଷ୍ଠ ପ୍ରତିନିଧିମାନଙ୍କୁ ପ୍ରାଚୀନ ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟିକ ପରମ୍ପରା ଓ ବୌଦ୍ଧ ଐତିହ୍ୟ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ, ଓଡ଼ିଶା ଓ ଜାପାନ ମଧ୍ୟରେ ଶତାବ୍ଦୀ ପୁରୁଣା ଐତିହାସିକ ଓ ସାଂସ୍କୃତିକ ସମ୍ପର୍କ ରହିଆସିଛି । ଉଭୟ ଦେଶ ମଧ୍ୟରେ ବଢୁଥିବା ବାଣିଜ୍ୟିକ ସମ୍ପର୍କ ସମ୍ବନ୍ଧରେ ଉଲ୍ଲେଖ କରି ସେ ଜାପାନର କମ୍ପାନୀମାନଙ୍କୁ ଓଡ଼ିଶାରେ ସବୁଜ ଶକ୍ତି, ଉନ୍ନତ ପ୍ରଯୁକ୍ତି ଓ ଗବେଷଣା, ଦକ୍ଷତା ବିକାଶ, 'ସ୍କିଲ୍ଡ ଇନ୍ ଓଡ଼ିଶା' କାର୍ଯ୍ୟକ୍ରମ, ଓଡ଼ିଶାର ସୁଦୀର୍ଘ ସାମୁଦ୍ରିକ ବେଳାଭୂମିର ବିକାଶ, ନୀଳ ଅର୍ଥନୀତି କ୍ଷେତ୍ରରେ ଦୂର ଓ ଗଭୀର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସଦୁପଯୋଗକୁ ପ୍ରୋତ୍ସାହନ, କ୍ଷୁଦ୍ର, ମଧ୍ୟମ ଓ ବୃହତ୍ ଶିଳ୍ପ କ୍ଷେତ୍ର ଆଦିରେ ପୁଞ୍ଜିନିବେଶ ପାଇଁ ଆହ୍ୱାନ ଦେଇଥିଲେ । ବୈଠକରେ ଓଡ଼ିଶାର ଶିଳ୍ପ, ଗୃହ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ସ୍ୱାଗତ ଅଭିଭାଷଣ ପ୍ରଦାନ କରି କହିଥିଲେ ଯେ, ଓଡ଼ିଶା ଓ ତତ୍ତୋରି ପ୍ରଦେଶ ଉଭୟ ସ୍ଥାୟୀ ବିକାଶ, ନବସୃଜନ ଓ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧିର ସମାନ ଦୃଷ୍ଟିଭଙ୍ଗୀ ରଖିଛନ୍ତି । ଏହି ସହଯୋଗ ଉଭୟ ପ୍ରଦେଶର ଦୀର୍ଘସ୍ଥାୟୀ ବିକାଶରେ ସହାୟକ ହେବ । ସେ ଓଡ଼ିଶାର ଶିଳ୍ପାୟନ, ବନ୍ଦରଭିତ୍ତିକ ଅର୍ଥନୀତି, ଖଣିଜ ସମ୍ପଦ, ସବୁଜ ଶକ୍ତି, ଦକ୍ଷ ମାନବ ସମ୍ବଳ, ନିବେଶକ ଅନୁକୂଳ ନୀତି ଓ ସହଜ ବ୍ୟବସାୟ ପରିବେଶ ସମ୍ପର୍କରେ ଅବଗତ କରିଥିଲେ । ଜାପାନର ଉନ୍ନତ ପ୍ରଯୁକ୍ତି ବିଦ୍ୟା, ନିର୍ଭୁଲ ଇଞ୍ଜିନିୟରିଂ ଓ ନବସୃଜନ କ୍ଷମତା ସହ ଓଡ଼ିଶାର ସମ୍ପଦ ଓ ସାମର୍ଥ୍ୟର ସମନ୍ୱୟ ବିଶ୍ୱସ୍ତରୀୟ ଉତ୍ପାଦନ ଓ ସ୍ଥାୟୀ ଶିଳ୍ପ ବିକାଶର ନୂଆ ସୁଯୋଗ ସୃଷ୍ଟି କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ବୈଠକରେ ଓଡ଼ିଶା ସରକାର ଓ ପ୍ରିଫେକ୍ଚର ମଧ୍ୟରେ ପ୍ରସ୍ତାବିତ ମୈତ୍ରୀ ଚୁକ୍ତି( ଫ୍ରେଣ୍ଡସିପ୍ ଏଗ୍ରିମେଣ୍ଟ) ସଂପର୍କରେ ଆଲୋଚନା କରାଯାଇଥିଲା । ଏହି ପ୍ରସ୍ତାବିତ ସହଯୋଗ ଅଧୀନରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବ୍ୟବସାୟ, ଉଭୟ ରାଜ୍ୟର ଦକ୍ଷ ମାନବ ସମ୍ବଳର ଆଦାନ-ପ୍ରଦାନ, ରୋଜଗାର ସୁଯୋଗ ସୃଷ୍ଟି , ଛାତ୍ରଛାତ୍ରୀ ବିନିମୟ କାର୍ଯ୍ୟକ୍ରମ ଏବଂ ଶିକ୍ଷାଗତ ସହଯୋଗକୁ ପ୍ରୋତ୍ସାହନ,ଉଭୟ ରାଜ୍ୟର ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ରର ସୁଯୋଗ ଓ ସୂଚନା ବିନିମୟକୁ ସୁଦୃଢ କରିବ । ଆଗାମୀ ନଭେମ୍ବର ମାସରେ ତତ୍ତୋରି ପ୍ରଦେଶର ମାନ୍ୟବର ରାଜ୍ୟପାଳ ଓଡ଼ିଶା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବା ସଂପର୍କରେ ବୈଠକରେ ସୂଚନା ଦିଆଯାଇଥିଲା । ତତ୍ତୋରି ପ୍ରିଫେକ୍ଚରର ମୁଖ୍ୟ ଶାସନ ସଚିବ ଏହି ଦୂରଦୃଷ୍ଟିସମ୍ପନ୍ନ ପ୍ରସ୍ତାବକୁ ସ୍ୱାଗତ କରି କହିଥିଲେ ଯେ, ଏହି ସହଯୋଗ ଭାରତ–ଜାପାନ ବନ୍ଧୁତ୍ୱକୁ ଆହୁରି ସୁଦୃଢ଼ କରିବ ଏବଂ ଓଡ଼ିଶା ଓ ତତ୍ତୋରି ପ୍ରଦେଶର ସହଯୋଗମୂଳକ ବିକାଶକୁ ତ୍ୱରାନ୍ୱିତ କରିବ । ସେ ମଧ୍ୟ ଶିଳ୍ପ, ଶିକ୍ଷା, ପର୍ଯ୍ୟଟନ, ସଂସ୍କୃତି ଓ ମାନବ ସମ୍ବଳ କ୍ଷେତ୍ରରେ ଓଡ଼ିଶା ସହ ଦୀର୍ଘମିଆଦି ସହଯୋଗ ସ୍ଥାପନ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ । ପର୍ଯ୍ୟଟନ କ୍ଷେତ୍ରରେ ବୌଦ୍ଧ ଐତିହ୍ୟକୁ ଆଧାର କରି ଉଭୟ ପ୍ରଦେଶ ମଧ୍ୟରେ ଅଭିଜ୍ଞତା ବିନିମୟ, ପ୍ରୋତ୍ସାହନ ଏବଂ ପରସ୍ପର ପ୍ରତିନିଧି ଦଳ ଗସ୍ତ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ସାଂସ୍କୃତିକ ସହଯୋଗ କ୍ଷେତ୍ରରେ ଓଡ଼ିଶାର ସଂସ୍କୃତିକୁ ଜାପାନରେ ଏବଂ ଜାପାନର ସ୍ଥାନୀୟ ସଂସ୍କୃତିକୁ ଓଡ଼ିଶାରେ ପ୍ରୋତ୍ସାହିତ କରିବା, ସାଂସ୍କୃତିକ ଉତ୍ସବ, ଭାଷା ଶିକ୍ଷା, ସାଂସ୍କୃତିକ ପ୍ରଦର୍ଶନୀ ଓ ଏନଜିଓ ସହଯୋଗ ଭଳି ବିଭିନ୍ନ ପଦକ୍ଷେପ ଉପରେ ବିଚାର ବିମର୍ଶ କରାଯାଇଥିଲା । ଏହି ସହଯୋଗକୁ ସୁଚାରୁ ଭାବେ ଆଗେଇ ନେବା ପାଇଁ ନିୟମିତ ସରକାରୀ ଆଦାନ-ପ୍ରଦାନ, ସମନ୍ୱୟ ବ୍ୟବସ୍ଥା ଏବଂ ଯୁଗ୍ମ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ଉପରେ ଉଭୟ ପକ୍ଷ ସହମତି ପ୍ରକାଶ କରିଥିଲେ । ବୈଠକ ଶେଷରେ ଉଭୟ ପକ୍ଷ ପାରସ୍ପରିକ ସହଯୋଗର ବିଭିନ୍ନ କ୍ଷେତ୍ରକୁ ଚୂଡ଼ାନ୍ତ ରୂପ ଦେଇ ଏକ କାର୍ଯ୍ୟକ୍ଷମ ରୋଡମ୍ୟାପ୍ ପ୍ରସ୍ତୁତ କରିବା ଏବଂ ଓଡ଼ିଶା-ତତ୍ତୋରି ସହଭାଗିତାକୁ ନୂତନ ଉଚ୍ଚତାକୁ ନେବା ପାଇଁ ସହମତି ପ୍ରକାଶ ପାଇଥିଲା । ବୈଠକରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ, ସଂସ୍କୃତି ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, କ୍ରୀଡ଼ା, ଏମଏସଏମଇ ଆଦି ବିଭାଗର ସଚିବବୃନ୍ଦ, ଇପିକଲର ପରିଚାଳନା ନିର୍ଦ୍ଦେଶକ ପ୍ରମୁଖ ଯୋଗଦେଇଥିବା ବେଳେ ଅନୁରୂପ ଭାବେ ତତ୍ତୋରି ପ୍ରଦେଶର ପର୍ଯ୍ୟଟନ ଓ ଆଦାନ-ପ୍ରଦାନ ବ୍ୟୁରୋର ମହାନିର୍ଦ୍ଦେଶକ, ବାଣିଜ୍ୟ ଓ ଲଜିଷ୍ଟିକ୍ସ ବିଭାଗର ନିର୍ଦ୍ଦେଶକ, କଲ୍ୟାଣ ବିଭାଗର ନିର୍ଦ୍ଦେଶକ, ବାଣିଜ୍ୟ ବିଭାଗର ନିଯୁକ୍ତି ନୀତି ବିଭାଗ ନିର୍ଦ୍ଦେଶକ, ନିଯୁକ୍ତି ସହାୟତା ସେବାର ନିର୍ଦ୍ଦେଶକ, ୱାଇସିପି ଇଣ୍ଟରନ୍ୟାସନାଲ୍ ବି.ଭି. କମ୍ପାନୀର ନିର୍ଦ୍ଦେଶକ ଏବଂ କମ୍ପାନୀର ଆନ୍ତର୍ଜାତିକ ସମ୍ପର୍କ ସଂଯୋଜକ ପ୍ରମୁଖ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ସମ୍ଭାବ୍ୟ ସହଯୋଗ ନେଇ ଆଲୋଚନା କରିଥିଲେ । ପ୍ରକାଶ ଥାଉକି, ତତ୍ତୋରି ପ୍ରଦେଶର ପ୍ରତିନିଧିମାନେ ସେମାନଙ୍କର ତିନି ଦିନିଆ ଓଡ଼ିଶା ଗସ୍ତ ଅବସରରେ ଭୁବନେଶ୍ୱର ସ୍ଥିତ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ର ସମେତ କେତେକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଏବଂ ବିଭିନ୍ନ ବିଭାଗ ପରିଦର୍ଶନ କରି ସମ୍ଭାବ୍ୟ ସହଯୋଗ ସଂପର୍କରେ ଆଲୋଚନା କରିବେ ।

3 hrs ago
user_NEWS  MANORANJAN
NEWS MANORANJAN
ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•

More news from ଓଡ଼ିଶା and nearby areas
  • ଭାବର ରସିକ ମୋ କଳା ଠାକୁର ମୋ ପାଇଁ ଖୋଲିଥିବୁ ସିଂହ ଦୁଆର⭕❗⭕🙏
    1
    ଭାବର ରସିକ ମୋ କଳା ଠାକୁର ମୋ ପାଇଁ ଖୋଲିଥିବୁ ସିଂହ ଦୁଆର⭕❗⭕🙏
    user_Rajesh Samantaray
    Rajesh Samantaray
    Bank ଚନ୍ଦନପୁର, ପୁରୀ, ଓଡ଼ିଶା•
    5 hrs ago
  • ବାଘ କରୁଛି ଚିତ୍କାର ମତେ ବଞ୍ଚାଅ,ଭିନ୍ନ ଚିତ୍ରଶୈଳୀ, ବିଭିନ୍ନ ଥିମ୍ ଏବଂ ଚିତ୍ର ମାଧ୍ୟମରେ ଚିତ୍ରକାର ମାନଙ୍କ ସଚେତନତା । ରଙ୍ଗ ଓ ଚିତ୍ର ମାଧ୍ୟମରେ ସଚେତନତା ! ବାଘମାନଙ୍କୁ ବଞ୍ଚାଇବା ପାଇଁ ଚିତ୍ରକାରମାନେ ନିଜ ନିଜର ଭିନ୍ନ ଭିନ୍ନ ଚିତ୍ରଶୈଳୀ, ବିଭିନ୍ନ ଥିମ୍ ଏବଂ ଚିତ୍ର ମାଧ୍ୟମରେ କିପରି ବାଘ, ପରିବେଶ ଓ ବନ୍ୟଜନ୍ତୁଙ୍କୁ ରକ୍ଷା କରାଯାଇପାରିବ।
    1
    ବାଘ କରୁଛି ଚିତ୍କାର ମତେ ବଞ୍ଚାଅ,ଭିନ୍ନ ଚିତ୍ରଶୈଳୀ, ବିଭିନ୍ନ ଥିମ୍ ଏବଂ ଚିତ୍ର ମାଧ୍ୟମରେ ଚିତ୍ରକାର ମାନଙ୍କ ସଚେତନତା ।
ରଙ୍ଗ ଓ ଚିତ୍ର ମାଧ୍ୟମରେ ସଚେତନତା ! ବାଘମାନଙ୍କୁ ବଞ୍ଚାଇବା ପାଇଁ ଚିତ୍ରକାରମାନେ ନିଜ ନିଜର ଭିନ୍ନ ଭିନ୍ନ ଚିତ୍ରଶୈଳୀ, ବିଭିନ୍ନ ଥିମ୍ ଏବଂ ଚିତ୍ର ମାଧ୍ୟମରେ କିପରି ବାଘ, ପରିବେଶ ଓ ବନ୍ୟଜନ୍ତୁଙ୍କୁ ରକ୍ଷା କରାଯାଇପାରିବ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    1 hr ago
  • ସାମାଜିକ ସୁରକ୍ଷା ଯୋଜନାରେ ଆଜି ଟାଙ୍ଗୀ ବ୍ଲକର ୧୫୦ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ସଭା ଗୃହରେ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ଆଜି ୧୫୦ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ରେସ୍ନା ମାନ୍ଧାତା, ବିଡ଼ିଓ ରୋମାନା ଝାଫ୍ରି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାଜଲ କୁମାରୀ ପ୍ରଧାନ, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ନନ୍ଦ,ବ୍ଲକ ଉପାଦକ୍ଷ ଦୁର୍ଗା ପ୍ରସାଦ ନାଥ ଶର୍ମା, ଖୋରଧା ବିଧାୟକ ପ୍ରତିନିଧି ପ୍ରଫୁଲ ଜେନା, ଭାଗିରଥି ସାମନ୍ତରାୟ ଓ ଭୁବନେଶ୍ୱର ସାଂସଦଙ୍କ ପ୍ରତିନିଧି ଚିନ୍ମୟ ପୃଷ୍ଟିଙ୍କ ଉପସ୍ଥିତିରେ ବ୍ଲକର ୨୫ ଗୋଟିଏ ପଂଚାୟତ ଓ ଟାଙ୍ଗୀ ଏନଏସିର ହିତାଧିକାରୀଙ୍କୁ ନୂତନ ଭତ୍ତା ବଣ୍ଟନ କରାଯାଇଥିଲା। ସେମାନଙ୍କ ମଧ୍ୟରେ ବିଧବା ଭତ୍ତା ୮୫, ବିବାହ ବିଛେଦ ଭତ୍ତା ୫ଟି, ବାର୍ଦ୍ଧକ୍ୟ ଭତ୍ତା ୧ଟି ଓ ଭିର୍ନ୍ନକ୍ଷମ ଭତ୍ତା ୫୯ ଟି। ମୋଟ ୧୫୦ ଗୋଟି ଭତ୍ତା ବଣ୍ଟନ କରାଯାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ପଂଚାୟତର ସରପଞ୍ଚ, ସମିତି ସଭ୍ୟ, ୱାର୍ଡମେମ୍ବର ସମେତ ହିତାଧିକାରୀଙ୍କ ସମ୍ପକୀୟ ଉପସ୍ଥିତ ଥିଲେ।
    1
    ସାମାଜିକ ସୁରକ୍ଷା ଯୋଜନାରେ ଆଜି ଟାଙ୍ଗୀ ବ୍ଲକର ୧୫୦ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ସଭା ଗୃହରେ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ଆଜି ୧୫୦ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ରେସ୍ନା ମାନ୍ଧାତା, ବିଡ଼ିଓ ରୋମାନା ଝାଫ୍ରି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାଜଲ କୁମାରୀ ପ୍ରଧାନ, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ନନ୍ଦ,ବ୍ଲକ ଉପାଦକ୍ଷ ଦୁର୍ଗା ପ୍ରସାଦ ନାଥ ଶର୍ମା, ଖୋରଧା ବିଧାୟକ ପ୍ରତିନିଧି ପ୍ରଫୁଲ ଜେନା, ଭାଗିରଥି ସାମନ୍ତରାୟ ଓ ଭୁବନେଶ୍ୱର ସାଂସଦଙ୍କ ପ୍ରତିନିଧି ଚିନ୍ମୟ ପୃଷ୍ଟିଙ୍କ ଉପସ୍ଥିତିରେ ବ୍ଲକର ୨୫ ଗୋଟିଏ ପଂଚାୟତ ଓ ଟାଙ୍ଗୀ ଏନଏସିର ହିତାଧିକାରୀଙ୍କୁ ନୂତନ ଭତ୍ତା  ବଣ୍ଟନ କରାଯାଇଥିଲା। ସେମାନଙ୍କ ମଧ୍ୟରେ ବିଧବା ଭତ୍ତା ୮୫, ବିବାହ ବିଛେଦ ଭତ୍ତା ୫ଟି, ବାର୍ଦ୍ଧକ୍ୟ ଭତ୍ତା ୧ଟି ଓ ଭିର୍ନ୍ନକ୍ଷମ ଭତ୍ତା ୫୯ ଟି। ମୋଟ ୧୫୦ ଗୋଟି ଭତ୍ତା ବଣ୍ଟନ କରାଯାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ପଂଚାୟତର ସରପଞ୍ଚ, ସମିତି ସଭ୍ୟ, ୱାର୍ଡମେମ୍ବର ସମେତ ହିତାଧିକାରୀଙ୍କ ସମ୍ପକୀୟ ଉପସ୍ଥିତ ଥିଲେ।
    user_ଦୀପକ କୁମାର ପ୍ରଧାନ
    ଦୀପକ କୁମାର ପ୍ରଧାନ
    Pre-school ଟାଙ୍ଗୀ, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • मुख्यमंत्री ने इंडियन आइडल विनर ज्योतिर्मयी को सम्मानित किया
    1
    मुख्यमंत्री ने इंडियन आइडल विनर ज्योतिर्मयी को सम्मानित किया
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • ଢେଙ୍କାନାଳ ଆଜି ଅପହଞ୍ଚ ମୈଳିକ ସୁବିଧା ରୁ ବଞ୍ଚିତ ଚତକା ଆମ୍ବସାହି ବାସିନ୍ଦା ଅବହେଳିତ ଅବସ୍ଥାରେ ଚତକା ଆମ୍ୱସାହି ବାସିନ୍ଦା। ଢେ଼ଙ୍କାନାଳ ଓଡ଼ାପଡ଼ା ବ୍ଲକରେ ଆଜିବି ଅନେକ ଗାଁ ରହିଛି ଯେଉଁଠିକି ବିକାଶର ଗନ୍ଧ ନାହିଁ। ଏବହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଓଡ଼ାପଡ଼ା ବ୍ଲକ କଳାଙ୍ଗ ଗ୍ରାମପଞ୍ଚାୟତ ଚତକା ଆମ୍ୱସାହିରେ । ଏହି ସାହିରେ ପ୍ରାୟ ବାପଜେଜ ସମୟରୁ ୫୨ରୁ ଉର୍ଦ୍ଧ ପରିବାର ବସବାସ କରିଆସୁଛନ୍ତି। ପୂର୍ବରୁ ସାହିକୁ ଭଲ ରାସ୍ତା ଟିଏ ନଥିବାରୁ ସାହିର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପିଲାମାନେ ପାଠ ପଢି ମଧ୍ଯ ବର୍ଷା ହେଲେ କାଦୁଆ ପାଣିରେ ସେହି ରାସ୍ତା ଦେଇ ଯା ଆସ କରି ପାରୁ ନାହାଁନ୍ତି ଆମ୍ବୁଲାନ୍ସ, ଗାଡି ମଟର ଆସିପାରୁ ନାହିଁ ଏବଂ ସରକାରଙ୍କର ବିଭିନ୍ନ ଯୋଜନା ଓ ସୁବିଧାରୁ ବଞ୍ଚିତ ହେଉ ହେ ଏହି ସାହିବାସିନ୍ଦା। ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନଙ୍କୁ ବାରମ୍ୱାର ଗୁହାରି କରି ଫେଲ ମାରିଛନ୍ତି। ଏଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ନୂତନ ରାସ୍ତା,ବିଦ୍ୟୁତ ନାହିଁ,ନଳକୂଅ ମରାମତି,ସହ ଅଞ୍ଚଳଟି ହାତୀ ପ୍ରବଣ ହୋଇଥିବାରୁ ହାତୀ ଆକ୍ରମଣରୁ ରକ୍ଷାପାଇବା ପାଇଁ ସୋଲାର ତାରବାଡ ଦେବା ପାଇଁ ସାହି ବାସିନ୍ଦା ସେମାନେ ହେଲେ ଅଭୟ ସାହୁ,ଲୁଲୁ ସାହୁ,ନିରୁପମା ସାହୁ,କାଳନ୍ଦୀ ସାହୁ,ରମା ସାହୁ,ସୁଚିତ୍ରା ସାହୁ ବିଶ୍ବମ୍ବର ସାହୁ ପ୍ରମୁଖ ଦାବି କରିଛନ୍ତି।
    1
    ଢେଙ୍କାନାଳ ଆଜି ଅପହଞ୍ଚ ମୈଳିକ ସୁବିଧା ରୁ ବଞ୍ଚିତ ଚତକା ଆମ୍ବସାହି ବାସିନ୍ଦା
ଅବହେଳିତ ଅବସ୍ଥାରେ ଚତକା ଆମ୍ୱସାହି ବାସିନ୍ଦା।
ଢେ଼ଙ୍କାନାଳ ଓଡ଼ାପଡ଼ା ବ୍ଲକରେ ଆଜିବି ଅନେକ ଗାଁ ରହିଛି ଯେଉଁଠିକି ବିକାଶର ଗନ୍ଧ ନାହିଁ। ଏବହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଓଡ଼ାପଡ଼ା ବ୍ଲକ କଳାଙ୍ଗ ଗ୍ରାମପଞ୍ଚାୟତ ଚତକା ଆମ୍ୱସାହିରେ । ଏହି ସାହିରେ ପ୍ରାୟ ବାପଜେଜ ସମୟରୁ ୫୨ରୁ ଉର୍ଦ୍ଧ ପରିବାର ବସବାସ କରିଆସୁଛନ୍ତି। ପୂର୍ବରୁ ସାହିକୁ ଭଲ ରାସ୍ତା ଟିଏ ନଥିବାରୁ ସାହିର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପିଲାମାନେ ପାଠ ପଢି ମଧ୍ଯ ବର୍ଷା ହେଲେ କାଦୁଆ ପାଣିରେ ସେହି ରାସ୍ତା ଦେଇ ଯା ଆସ କରି ପାରୁ ନାହାଁନ୍ତି ଆମ୍ବୁଲାନ୍ସ, ଗାଡି ମଟର ଆସିପାରୁ ନାହିଁ ଏବଂ ସରକାରଙ୍କର ବିଭିନ୍ନ ଯୋଜନା ଓ ସୁବିଧାରୁ ବଞ୍ଚିତ ହେଉ ହେ ଏହି ସାହିବାସିନ୍ଦା। ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନଙ୍କୁ ବାରମ୍ୱାର ଗୁହାରି କରି ଫେଲ ମାରିଛନ୍ତି। ଏଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ନୂତନ ରାସ୍ତା,ବିଦ୍ୟୁତ ନାହିଁ,ନଳକୂଅ ମରାମତି,ସହ ଅଞ୍ଚଳଟି ହାତୀ ପ୍ରବଣ ହୋଇଥିବାରୁ ହାତୀ ଆକ୍ରମଣରୁ ରକ୍ଷାପାଇବା ପାଇଁ ସୋଲାର ତାରବାଡ ଦେବା ପାଇଁ ସାହି ବାସିନ୍ଦା ସେମାନେ ହେଲେ ଅଭୟ ସାହୁ,ଲୁଲୁ ସାହୁ,ନିରୁପମା ସାହୁ,କାଳନ୍ଦୀ ସାହୁ,ରମା ସାହୁ,ସୁଚିତ୍ରା ସାହୁ ବିଶ୍ବମ୍ବର ସାହୁ ପ୍ରମୁଖ ଦାବି କରିଛନ୍ତି।
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    5 hrs ago
  • ରାଜ୍ୟରେ ଚାରିଆଡ଼େ ଲହଡ଼ି ଭାଙ୍ଗୁଛି ପାଣି,ଲଗାଣ ବର୍ଷା ଯୋଗୁଁ ଉପୁଜିଛି ବନ୍ୟା ପରିସ୍ଥିତି ଓ ସ୍ଥିତି ସଙ୍ଗୀନ । ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଉପୁଜିଛି ବନ୍ୟା ପରିସ୍ଥିତି। ବାଲେଶ୍ବର, ଭଦ୍ରକ, କେଉଁଝର, ମୟୂରଭଞ୍ଜ, ଯାଜପୁର, ଢେଙ୍କାନାଳ, ସମ୍ବଲପୁରର ସ୍ଥିତି ସଙ୍ଗୀନ। ଚାରିଆଡ଼େ ଲହଡ଼ି ଭାଙ୍ଗୁଛି ପାଣି।
    1
    ରାଜ୍ୟରେ ଚାରିଆଡ଼େ ଲହଡ଼ି ଭାଙ୍ଗୁଛି ପାଣି,ଲଗାଣ ବର୍ଷା ଯୋଗୁଁ ଉପୁଜିଛି ବନ୍ୟା ପରିସ୍ଥିତି ଓ ସ୍ଥିତି ସଙ୍ଗୀନ ।
ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଉପୁଜିଛି ବନ୍ୟା ପରିସ୍ଥିତି। ବାଲେଶ୍ବର, ଭଦ୍ରକ, କେଉଁଝର, ମୟୂରଭଞ୍ଜ, ଯାଜପୁର, ଢେଙ୍କାନାଳ, ସମ୍ବଲପୁରର ସ୍ଥିତି ସଙ୍ଗୀନ। ଚାରିଆଡ଼େ ଲହଡ଼ି ଭାଙ୍ଗୁଛି ପାଣି।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    1 hr ago
  • ବନ୍ୟା ଜଳ ରେ ଭାସିଗଲା ଜେସିବି ଢେଙ୍କାନାଳ ଜିଲ୍ଲା ରାମିଆ ବ୍ରିଜ୍ ଉପରେ ଜେସିବି ପରିହେଉଥିବା ବେଳେ ଭାସିଗଲା ଜେସିବି
    1
    ବନ୍ୟା ଜଳ ରେ ଭାସିଗଲା ଜେସିବି ଢେଙ୍କାନାଳ ଜିଲ୍ଲା ରାମିଆ ବ୍ରିଜ୍ ଉପରେ ଜେସିବି ପରିହେଉଥିବା ବେଳେ ଭାସିଗଲା ଜେସିବି
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.