ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଡାଲା ଗାଡି ଇଲେକ୍ଟ୍ରି ଖୁଣ୍ଟକୁ ଧକ୍କା – ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ପୁରୀ : ଆଜି ଭୋର ପ୍ରାୟ ୫ଟା ସମୟରେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଓଆର–୧୩ଜି–୦୦୮୦ ନମ୍ବର ବିଶିଷ୍ଟ ଏକ ତିନି ଚକିଆ ଡାଲା ଗାଡି ହଠାତ୍ ନିୟନ୍ତ୍ରଣ ହରାଇ ରାସ୍ତା ପାଖରେ ଥିବା ଏକ ଇଲେକ୍ଟ୍ରିକ୍ ଖୁଣ୍ଟକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଗାଡିର ସାମ୍ନା ପଟର କାଚ ଭାଙ୍ଗିଯାଇଥିବା ସହିତ ଆଗ ଭାଗ ସମ୍ପୂର୍ଣ୍ଣ ଭାବେ ଚେପା ହୋଇଯାଇଛି। ଏହି ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଆହତ ହୋଇଥିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଘଟଣାସ୍ଥଳକୁ ଆମ୍ବୁଲାନ୍ସ ଓ ପୋଲିସ ପହଞ୍ଚିଥିବା ସହିତ ସ୍ଥାନୀୟ ଲୋକଙ୍କ ସହଯୋଗରେ ଆହତ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ପ୍ରାଥମିକ ତଦନ୍ତରୁ ଡ୍ରାଇଭରଙ୍କ ଆଖି ଲାଗିଯିବା କିମ୍ବା ନିଦ୍ରାଳୁ ଅବସ୍ଥାରେ ଗାଡି ଚଳାଇବା କାରଣରୁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଡାଲା ଗାଡି ଇଲେକ୍ଟ୍ରି ଖୁଣ୍ଟକୁ ଧକ୍କା – ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ପୁରୀ : ଆଜି ଭୋର ପ୍ରାୟ ୫ଟା ସମୟରେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ମର୍ମନ୍ତୁଦ ସଡକ
ଦୁର୍ଘଟଣା ଘଟିଛି। ଓଆର–୧୩ଜି–୦୦୮୦ ନମ୍ବର ବିଶିଷ୍ଟ ଏକ ତିନି ଚକିଆ ଡାଲା ଗାଡି ହଠାତ୍ ନିୟନ୍ତ୍ରଣ ହରାଇ ରାସ୍ତା ପାଖରେ ଥିବା ଏକ ଇଲେକ୍ଟ୍ରିକ୍ ଖୁଣ୍ଟକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଗାଡିର ସାମ୍ନା ପଟର କାଚ ଭାଙ୍ଗିଯାଇଥିବା ସହିତ ଆଗ
ଭାଗ ସମ୍ପୂର୍ଣ୍ଣ ଭାବେ ଚେପା ହୋଇଯାଇଛି। ଏହି ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଆହତ ହୋଇଥିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଘଟଣାସ୍ଥଳକୁ ଆମ୍ବୁଲାନ୍ସ ଓ ପୋଲିସ ପହଞ୍ଚିଥିବା ସହିତ ସ୍ଥାନୀୟ ଲୋକଙ୍କ ସହଯୋଗରେ ଆହତ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇ ପୁରୀ
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ପ୍ରାଥମିକ ତଦନ୍ତରୁ ଡ୍ରାଇଭରଙ୍କ ଆଖି ଲାଗିଯିବା କିମ୍ବା ନିଦ୍ରାଳୁ ଅବସ୍ଥାରେ ଗାଡି ଚଳାଇବା କାରଣରୁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
- ନିମାପଡା ବ୍ଲକ ଛକ ରେ ଥିବା ଟିଉବ୍ ୱେଲ ର ବିଗତ ୩ଦିନ ହେଲାଣି ଅଚଳ ହୋଇକି ପଡିଛି। ଏଥିରୁ ମଇଳା ପାଣି ବାହାରୁଚି । ଏ ବିଷୟରେ କିଛି ସହୃଦୟ ବେକ୍ତି କାଲି phd କର୍ତ୍ତୃପକ୍ଷଙ୍କୁ ଅବଗତ କରାଥିଲେ ହେଲେ କୌଣସି ସମାଧାନ କରାଗଲା ନାହିଁ । ଯେହେତୁ ଏ କଳ ଉପରେ ହାରାହାରୀ ୧୦ ରୁ ୧୫ ଦୋକାନୀ ପାଣି ପାଇଁ ନିର୍ଭର କରନ୍ତି । ସେଥିପାଇଁ କଳ ଟି କୁ ତୁରନ୍ତ ମରାମତି କରିବା ପାଇଁ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ସର୍ବସାଧାରଣରେ ଦାବି ହୋଉଛି। ଯେହେତୁ ଖରା ଦିନ ପିଇବା ପାଣି ସମସ୍ୟା ସମାଧାନ କରନ୍ତୁ।1
- wonder land school annual function1
- Post by ଜାଗ୍ରତ ନିୟୁଜ1
- କଟକ ଜିଲ୍ଲା ଅସୁରେଶ୍ୱର ପୂବଂଶ ନୂତନ ଲୁଣାନଦୀ ସେତୁ ଶୁଭଶିଳାନ୍ୟାସ ପାଇଁ ରାସ୍ତା ଓ ବଣ ସଫା ଜାହା କେବେ ହୋଇନଥିଲା1
- Post by Dhenkanal News1
- ସପ୍ତଶଯ୍ୟା ପଞ୍ଚାୟତର ସଦେଇବେରେଣୀ ଗ୍ରାମରେ ଦୈନିକ ପ୍ରାକୃତିକ ଉତ୍ପାଦ କେନ୍ଦ୍ରର ଶୁଭାରମ୍ଭ, ଚାଷୀ ଓ ଗ୍ରାହକ ଲାଭାନ୍ୱିତ ସାଦେଇବେରେଣୀ/ସପ୍ତଶଯ୍ୟା (ଡେସ୍କ): ଆଜି ତାରିଖ ୧୩/୦୩/୨୦୨୬, ଶୁକ୍ରବାର ସକାଳ ୧୦ ଘଣ୍ଟା ସମୟରେ ସପ୍ତଶଯ୍ୟା ଗ୍ରାମ ପଞ୍ଚାସପ୍ଳଶୟତରଯ୍ୟା ପଞ୍ଚାନସାଦେଇବେରେଣୀ ଗ୍ରାମରେ ଏକ ଦୈନିକ ପ୍ରାକୃତିକ ଉତ୍ପାଦ କେନ୍ଦ୍ରର ସଫଳ ଶୁଭାରମ୍ଭ ହୋଇଛି। ସପ୍ତଶଯ୍ୟା ଗ୍ରାମ ପଞ୍ଚାୟତ, Foundation for Ecological Security (FES), OLM, ଉଦ୍ୟାନ କୃଷି ଓ କୃଷି ବିଭାଗର ମିଳିତ ଉଦ୍ୟମରେ ଏହି ଦୈନିକ ପ୍ରାକୃତିକ ଉତ୍ପାଦ କେନ୍ଦ୍ର ଆରମ୍ଭ କରାଯାଇଛି। ଉଦ୍ଘାଟନ ସମାରୋହରେ ସ୍ଥାନୀୟ ନେତା ଶ୍ରୀଯୁକ୍ତ ସୁଶୀଲ କୁମାର ରାଉତ, ସରପଞ୍ଚ ଶ୍ରୀଯୁକ୍ତ ଅଭିମନ୍ୟୁ ବେହେରା, PEO ସୁଶ୍ରୀ ଗାୟତ୍ରୀ ପାଣି, କୃଷି ବିଜ୍ଞାନ କେନ୍ଦ୍ରର ସିନିୟର ସାଇଣ୍ଟିଷ୍ଟ ଶ୍ରୀଯୁକ୍ତ ବିମଲେନ୍ଦୁ ମହାନ୍ତି, FES ର ଜିଲ୍ଲା ମୁଖ୍ୟ ଶ୍ରୀଯୁକ୍ତ ଦାୱା ପେମ୍ବା ଶେର୍ପା, ପ୍ରତିଭା ମହାପାତ୍ର ଓ ସମସ୍ତ କର୍ମକର୍ତ୍ତା, ସପ୍ତଶଯ୍ୟା ମହିଳା ମହାସଂଘର ସଦସ୍ୟମାନଙ୍କ ସହ OLM ର CRP ଓ NMNF ର କୃଷି ସାଖୀମାନେ ଉପସ୍ଥିତ ଥିଲେ। ଏହି ଆଉଟଲେଟ୍ର ଉଦ୍ଘାଟନ ଅବସରରେ ସମସ୍ତ ଅତିଥିମାନେ କହିଥିଲେ ଯେ, ମହିଳା ଚାଷୀମାନଙ୍କ ଇଚ୍ଛାଶକ୍ତି, ମହାସଂଘ ଓ FES ର ସହଯୋଗରେ ଆରମ୍ଭ ହୋଇଥିବା ଏହି ଆଉଟଲେଟ୍ ଆଗାମୀ ଦିନରେ ନିରନ୍ତର ଭାବେ ଚାଲି ଲୋକମାନଙ୍କୁ ସୁସ୍ଥ ପରିବା ଯୋଗାଇବା ସହ ଏକ ସୁସ୍ଥ ପରିବେଶ ସୃଷ୍ଟି କରିପାରିବ। ଏହି ଆଉଟଲେଟ୍ର ପ୍ରଧାନ ସ୍ଲୋଗାନ୍ ଥିଲା — “ବିଷ ଖାଇବା ନାହିଁ, ବିଷ ଖୁଆଇବା ନାହିଁ”, ଯାହା ମାଧ୍ୟମରେ ଲୋକମାନଙ୍କୁ ରସାୟନମୁକ୍ତ ଓ ସୁସ୍ଥ ପରିବା ବ୍ୟବହାର ପାଇଁ ସଚେତନ କରାଯାଇଥିଲା। ଏହି ଆଉଟଲେଟ୍ରେ ୧୦ ପ୍ରକାରର ପଣି ପରିବା ବିକ୍ରୟ ପାଇଁ ଆଣାଯାଇଥିଲା। ପ୍ରଥମ ଦିନରେ ପାଞ୍ଚ ଘଣ୍ଟା ଧରି ଚାଲିଥିବା ଏହି ଆଉଟଲେଟ୍ରେ ସର୍ବମୋଟ ୧୮୦୦ ଟଙ୍କାର ବ୍ୟବସାୟ ହୋଇଥିଲା। ଆଗାମୀ ଦିନରେ ଅଧିକ ପ୍ରକାରର ପଣି ପରିବା ଆଣିବା ସହିତ ଆଉଟଲେଟ୍କୁ ସୁଚାରୁ ଭାବେ ପରିଚାଳନା କରିବା ପାଇଁ ମଧ୍ୟ ଆଲୋଚନା କରାଯାଇଛି। ମହିଳା ଚାଷୀମାନଙ୍କ ଦୀର୍ଘଦିନର ପ୍ରୟାସ ସଫଳ ହୋଇଥିବାରୁ ସ୍ଥାନୀୟ ବାସିନ୍ଦାମାନେ ଖୁସି ପ୍ରକାଶ କରିଛନ୍ତି।4
- Post by Manoj kumar baliyarsingh4
- ମହିଳା ଦିବସ ରେ ପ୍ରତିକ୍ରିୟା ରଖିଲେ ଡକ୍ଟର ପ୍ରକାଶ ଶ୍ରୀ ଚନ୍ଦନ1
- କଟକ ଗାଁଉଲି ଅଞ୍ଚଳ1