*ମାଲକାନଗିରିରେ ଶିକ୍ଷାର ନୂତନ ଅଧ୍ୟାୟ* *ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ନିମନ୍ତ୍ରଣ ପତ୍ର ବଣ୍ଟନ* ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲାରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହର ସହ ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ମୁଣ୍ଡାଗୁଡ଼ା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମାଲକାନଗିରି ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍, ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥି ସରାବୁ ଏବଂ ଉପ-ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ପ୍ରମୁଖ ବିଦ୍ୟାଳୟରେ ପହଞ୍ଚି ନୂତନ ଶିକ୍ଷାବର୍ଷ ପାଇଁ ନାମ ଲେଖାଇବାକୁ ଆସିଥିବା କୁନି କୁନି ପିଲାମାନଙ୍କୁ ଫୁଲ ଓ ଚକୋଲେଟ୍ ଦେଇ ସ୍ୱାଗତ କରିଥିଲେ। ଅଧିକାରୀମାନଙ୍କ ଏହି ଆତ୍ମୀୟତା ପିଲାମାନଙ୍କ ମଧ୍ୟରେ ବିଦ୍ୟାଳୟ ପ୍ରତି ଏକ ସକାରାତ୍ମକ ମନୋଭାବ ସୃଷ୍ଟି କରିଥିବା ଦେଖିବାକୁ ମିଳିଥିଲା।ରାଜ୍ୟବ୍ୟାପୀ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ଏବଂ ‘ନିପୁଣ ଓଡ଼ିଶା’ କାର୍ଯ୍ୟକ୍ରମ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ଅଭିଭାବକମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ୱାକ୍ଷରିତ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଛି। ଜିଲ୍ଲାପାଳ ନିଜେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ସେ ସୂଚନା ପ୍ରଦାନ କରି କହିଥିଲେ ଯେ, ଆସନ୍ତା ଏପ୍ରିଲ ୨ ତାରିଖରେ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଖଡ଼ିଛୁଆଁ ଓ ନାମଲେଖା ଦିବସ ମହାସମାରୋହରେ ପାଳନ କରାଯିବ।ନୂତନ ଶିକ୍ଷାର୍ଥୀମାନଙ୍କୁ ପାରମ୍ପରିକ ରୀତିରେ ଚନ୍ଦନ ଓ ଫୁଲ ଦେଇ ସ୍ୱାଗତ କରାଯିବ। ବିଦ୍ୟାଳୟ ପରିଚାଳନା କମିଟି, ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ସ୍ଥାନୀୟ ଅଧିବାସୀମାନଙ୍କୁ ସାମିଲ କରାଯିବ। ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଢ଼ି ସମସ୍ତଙ୍କୁ ଶୁଣାଇବେ। ଏହି କାର୍ଯ୍ୟକ୍ରମ ଜରିଆରେ ମାଲକାନଗିରି ଜିଲ୍ଲାରେ ଶତ ପ୍ରତିଶତ ନାମଲେଖା ସୁନିଶ୍ଚିତ କରିବା ସହ ଶିକ୍ଷା କ୍ଷେତ୍ରରେ ଏକ ନୂତନ ଜୋସ୍ ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି।
*ମାଲକାନଗିରିରେ ଶିକ୍ଷାର ନୂତନ ଅଧ୍ୟାୟ* *ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ନିମନ୍ତ୍ରଣ ପତ୍ର ବଣ୍ଟନ* ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲାରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହର ସହ ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ମୁଣ୍ଡାଗୁଡ଼ା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମାଲକାନଗିରି ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ପ୍ରଥମେଶ ଅରବିନ୍ଦ ରାଜଶିର୍କେ,
ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍, ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥି ସରାବୁ ଏବଂ ଉପ-ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ପ୍ରମୁଖ ବିଦ୍ୟାଳୟରେ ପହଞ୍ଚି ନୂତନ ଶିକ୍ଷାବର୍ଷ ପାଇଁ ନାମ ଲେଖାଇବାକୁ ଆସିଥିବା କୁନି କୁନି ପିଲାମାନଙ୍କୁ ଫୁଲ ଓ ଚକୋଲେଟ୍ ଦେଇ ସ୍ୱାଗତ କରିଥିଲେ। ଅଧିକାରୀମାନଙ୍କ ଏହି ଆତ୍ମୀୟତା ପିଲାମାନଙ୍କ ମଧ୍ୟରେ ବିଦ୍ୟାଳୟ ପ୍ରତି ଏକ ସକାରାତ୍ମକ ମନୋଭାବ ସୃଷ୍ଟି କରିଥିବା ଦେଖିବାକୁ ମିଳିଥିଲା।ରାଜ୍ୟବ୍ୟାପୀ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ଏବଂ ‘ନିପୁଣ ଓଡ଼ିଶା’ କାର୍ଯ୍ୟକ୍ରମ ସମ୍ବନ୍ଧରେ
ସଚେତନତା ସୃଷ୍ଟି କରିବା ପାଇଁ ଅଭିଭାବକମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ୱାକ୍ଷରିତ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଛି। ଜିଲ୍ଲାପାଳ ନିଜେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ସେ ସୂଚନା ପ୍ରଦାନ କରି କହିଥିଲେ ଯେ, ଆସନ୍ତା ଏପ୍ରିଲ ୨ ତାରିଖରେ ଜିଲ୍ଲାର ସମସ୍ତ
ବିଦ୍ୟାଳୟରେ ଖଡ଼ିଛୁଆଁ ଓ ନାମଲେଖା ଦିବସ ମହାସମାରୋହରେ ପାଳନ କରାଯିବ।ନୂତନ ଶିକ୍ଷାର୍ଥୀମାନଙ୍କୁ ପାରମ୍ପରିକ ରୀତିରେ ଚନ୍ଦନ ଓ ଫୁଲ ଦେଇ ସ୍ୱାଗତ କରାଯିବ। ବିଦ୍ୟାଳୟ ପରିଚାଳନା କମିଟି, ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ସ୍ଥାନୀୟ ଅଧିବାସୀମାନଙ୍କୁ ସାମିଲ କରାଯିବ। ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଢ଼ି ସମସ୍ତଙ୍କୁ ଶୁଣାଇବେ। ଏହି କାର୍ଯ୍ୟକ୍ରମ ଜରିଆରେ ମାଲକାନଗିରି ଜିଲ୍ଲାରେ ଶତ ପ୍ରତିଶତ ନାମଲେଖା ସୁନିଶ୍ଚିତ କରିବା ସହ ଶିକ୍ଷା କ୍ଷେତ୍ରରେ ଏକ ନୂତନ ଜୋସ୍ ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି।
- Post by Keshab Saraka1
- Post by Bd Ok3
- ଗଜପତି ଜିଲ୍ଲାର ପ୍ରତିଷ୍ଠିତ ବେସରକାରୀ ବିଶ୍ୱ ବିଦ୍ୟାଳୟର ଛାତ୍ରୀଙ୍କ ସହ ଗଣ ଦୁଷ୍କର୍ମ ଅଭିଯୋଗ। ମୂର୍ଶିଦାବାଦ୍ ଅଞ୍ଚଳର ଏକ ସଂଖ୍ୟା ଲଘୁ ସମ୍ପ୍ରଦାୟ ର ନାବାଳିକା ଛାତ୍ରୀଙ୍କୁ ନିଶା ଦେଇ ଗଣ ଦୁଷ୍କର୍ମ କରିଥିବା ଶୁଣିବାକୁ ମିଳିଛି। ସୂଚନା ପ୍ରକାରେ ଦୁଷ୍କର୍ମ କରିଥିବା ସମସ୍ତ ଅଭିଯୁକ୍ତ ଉକ୍ତ ବିଶ୍ୱ ବିଦ୍ୟାଳୟ ଛାତ୍ର ବୋଲି ଅଭିଯୋଗରେ ସ୍ପଷ୍ଟ ହୋଇଛି। ଏହି ସଂକ୍ରାନ୍ତରେ ଏକ ଭିଡିଓ ଭାଇରାଲ ହୋଇ ଥିବା ବେଳେ ଗୁରାଣ୍ଡି ଥାନାରେ ଏ ନେଇ ଗତ ଦିନରେ ଅଭିଯୋଗ ହୋଇଛି। ଅନ୍ୟ ପଟେ ଏପରି ଘଟଣା ଟି ଘଟି ଥିବା ବେଳେ ଏହି ଘଟଣା ଟି ଯେପରି ବାହାରକୁ ପ୍ରକଟ ନ ହେବ ସେ ନେଇ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଚେଷ୍ଟା ଚଳାଇ ଥିବା ସାଧାରଣରେ ଶୁଣିବାକୁ ମିଳୁଛି।1
- ଭାରତୀୟ ରେଡକ୍ରସ ଓଡିଶା ରାଜ୍ୟ ଶାଖା ଭୁବନେଶ୍ୱର ଓ ଗଜପତି ଜିଲ୍ଲା ଜୁନିଅର ରେଡକ୍ରସର ମିଳିତ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସଦର ନିକଟସ୍ଥ ମହେନ୍ଦ୍ରଗିରି ମୁନିସିପାଲିଟି ଉଚ୍ଚ ବିଦ୍ୟାଳୟ ରେ ଏକ ଦିବସୀୟ ମେକ୍ ଏ ଚେଞ୍ଜ ଇନିସିଏଟିଭ୍ ଅଧୀନରେ ଅନୁସୂଚିତ ଜାତି ଓ ଜନଜାତି ବାଳିକା ସଶକ୍ତିକରଣ ଏବଂ ଅନାଥ ଶିଶୁଙ୍କ ପାଇଁ କ୍ଷମତା ନିର୍ମାଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାନନୀୟ ଜିଲ୍ଲା ଶିକ୍ଷାଧିକାରୀ ଡ଼ ମାୟାଧର ସାହୁ ଙ୍କ ନିର୍ଦେଶ କ୍ରମେ ଏବଂଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଏସ, ଗିରିଧାରୀ ଙ୍କ ଉପସ୍ଥିତି ରେ ଓ ଜିଲ୍ଲା କ୍ରୀଡା ଶିକ୍ଷାଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ରେଡକ୍ରସଧିକାରୀ ସଂଜୀବ କୁମାର ଦାସ ଓ ବରିଷ୍ଠ ସମ୍ବଳ ସାଧନକର୍ମୀ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ସାହୁଙ୍କ ସଂଯୋଜନାରେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଙ୍କ ମାର୍ଗଦର୍ଶନ ରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଏ. ରବି କୁମାର, ମୁଖ୍ୟ ବକ୍ତା ରୂପେ ନିକଟସ୍ଥ ଗାନ୍ଧୀ ମେମୋରିଆଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଏସ. ତିରୁପତି ଯୋଗ ଦେଇ ବିଦ୍ୟାର୍ଥୀ ମାନଙ୍କୁ ଉତ୍ସାହିତ କରିବା ସହ ଜିଲ୍ଲା ରେଡକ୍ରସର ସକ୍ରିୟ ସମ୍ବଳ ସାଧନକର୍ମୀ, ଶ୍ରୀ ପ୍ରହ୍ଲାଦ ଶିଅଳ,ଶ୍ରୀ ମୁକ୍ତିକାନ୍ତ ମଲ୍ଲିକ୍,ଶ୍ରୀ ନୀତେଶ ଲେଙ୍କା ପ୍ରମୁଖ ସମ୍ବଳ ସାଧନ କର୍ମୀ ଭାବେ ଯୋଗଦାନ କରି ଶିକ୍ଷାର୍ଥୀ ମାନଙ୍କୁ ଙ୍କୁ ଶିକ୍ଷା ପ୍ରଦାନ କରିବା ସହିତ ରେଡକ୍ରସ ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଅବଗତ କରାଇଥିଲେ । ଏହି ଶିବିରରେ ଗଜପତି ଜିଲ୍ଲା ର ଜାତି ଓ ଉପଜାତି ର ୧୦୦ ଜଣ ବାଳିକା ଜୁନିଅର ଯୋଗଦାନ କରି ରେଡକ୍ରସର ଇତିହାସ ଓ ବିଦ୍ୟାଳୟ ସ୍ତରରେ ରେଡକ୍ରସର ଭୁମିକା,ପ୍ରାଥମିକ ଚିକିତ୍ସା, ସଡ଼କ ସୁରକ୍ଷା,ବିଦ୍ୟାଳୟ ନିରାପତ୍ତା, ରକ୍ତଦାନ, ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରଶମନ, ସାପ କାମୁଡା, କୁକୁର କାମୁଡା ,ସାଇବର ସୁରକ୍ଷା, ତମାଖୁ ବର୍ଜନ, ବଜ୍ରପାତ ରୁ ସୁରକ୍ଷା ଓ ଏଚ. ଆଇଭି ଏଡ଼ସ ଆଦି ବିଷୟରେ ଶିକ୍ଷା ପ୍ରଦାନ କରି ସମସ୍ତଙ୍କୁ ସଚେତନ କରାଇଥିଲେ।ଏହି ପ୍ରଶିକ୍ଷଣ ଶିବିରରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିବା ସହ ପରିଚାଳନା କମିଟିର ସମସ୍ତ ସହକର୍ମୀ ଯୋଗଦାନ କରିଥିଲେ। ପରିଶେଷରେ ସମସ୍ତ ଙ୍କୁ ରାଜ୍ୟ ଜୁନିଅର ରେଡକ୍ରସ ତରଫରୁ ସ୍କାର୍ଫ, ଓଗଲ, ବ୍ୟାଚ୍, ଖାତା, କଲମ ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।ଏହି ଉତ୍ସବ ରେ ରାଜ୍ୟ ଜୁନିଅର ରେଡକ୍ରସ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ସ୍ବାଇଁ ଙ୍କୁ ଗଜପତି ଜିଲ୍ଲା ଜୁନିଅର ରେଡକ୍ରସ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ କରିଥିବା ବେଳେ ଇ ବିଦ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।ଏଭଳି ସାମାଜିକ ଉନ୍ନତିମୂଳକ କାର୍ଯ୍ୟକୁ ବିଭିନ୍ନ ମହଲରେ ଭୁରୀ ଭୁରୀ ପ୍ରଶଂସା କରାଯାଇଥିଲା ।1
- ଅଏଲରେ ଫଗୁ ଜନ1
- ନୂଆପଡ଼ା -୨୪/୩ - ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଖଇରା ର ଗୋହିରାପଦର ଠାରେ ଷୋହଲ ପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହେଉଅଛି l ରବିବାର ଅଧିବାସ ରହି ସୋମବାର ପ୍ରାତଃ ରୁ ନାମ ଆରମ୍ଭ ହୋଇ ବୁଧବାର ଦିନ ପୂର୍ଣାହୁତି ହେବ l କର୍ତ୍ତା ଭାବେ ମିନିକେତନ ମାଝୀ ଓ ପତ୍ନୀ ତୁଲସେ ମାଝୀ ଦାୟିତ୍ୱ ତୁଲାଉଥିବାବେଳେ ଜିତ ଦାସ ଓ ନବକିଶୋର ଯୋଷୀ ପୌରୋହିତ୍ୟ କରୁଛନ୍ତି l ପଡ଼ାର କୁବେର ମାଝୀ, ପୂର୍ଣ୍ଣ ମାଝୀ, ଓଁକାର ମାଝୀ,ଡମ୍ବରୁ ମାଝୀ,ଶତ୍ରୁଜିତ ମାଝୀ, ଅରୁଣ ମାଝୀ, ରାମ ମାଝୀ, ଦବଳ ମାଝୀ, ଉଗରେସନ ମାଝୀ ବୃହସ୍ପତି ମାଝୀ, ରଫା ମାଝୀ, ଜୟ ରାମ ମାଝୀ, ଚକ୍ର ମାଝୀ ,ମତିରାମ ମାଝୀ, ଅନ୍ତ ରାଉତ, ଜିତ ରାଉତ ନରୋତ୍ତମ ମାଝୀ, ମୋହନ ରାଉତ ପ୍ରମୁଖ ପୂଜା ଓ ଭଣ୍ଡାରା ଭୋଗ ବିତରଣ ରେ ସହଯୋଗ କରୁଛନ୍ତି l ଉପରୋକ୍ତ ଷୋହଲ ପ୍ରହରି ନାମ ଯଜ୍ଞ ଟି ବୁଢାଦେଓ ଯୁବକ ସଂଘ ଦ୍ୱାରା ଆୟୋଜିତ ହେଉଅଛି l3
- କୋକସରା ବ୍ଲକ ମହିମା ଗ୍ରାମ ପାଞ୍ଚୟତ ମହିମା ଗ୍ରାମରେ ଘଣ୍ଟା ପରିକ୍ରମା କରିଥିଲେ2
- ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ରେ ଦାବି ଜଣାଇଲେ ପୂର୍ବତନ ସମିତି ସଭ୍ୟ । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ର ପୂର୍ବତନ ସମିତି ସଭ୍ୟ ରାୟଗଡ଼ ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ରେ ଦାବି କରିଛନ୍ତି। ରାୟଗଡ଼ ବ୍ଲକ ସଦର ମହକୁମା ରେ ପାନୀୟ ଜଳ ସମସ୍ୟା ଉତ୍କଟ ଥିବା ବେଳେ ଦୁଇ ବର୍ଷ ପୂର୍ବରୁ ପ୍ରଶାସନ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୁରଣ ହୋଇ ନାହିଁ। ଏଣୁ ଆଗାମୀ ଦିନରେ ସମାଧାନ ନ ହେଲେ ରାୟଗଡ଼ ବ୍ଲକ ସଦର ମହକୁମା ଗ୍ରାମବାସୀ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ପୂର୍ବତନ ସମିତି ସଭ୍ୟ ମଫିଏଲ୍ ସ୍ୱାଲସିଂ ଚେତାବନୀ ଦେଇଛନ୍ତି।1
- ନୂଆପଡ଼ା -୨୩/୩ - ଜିଲ୍ଲା ର ବ୍ୟସ୍ତ ବହୁଳ ବ୍ୟବସାୟିକ ନଗର ଖରିଆର ରୋଡ଼ ର ୱାର୍ଡ଼ ନମ୍ୱର୍ ୯ ରେ ନିର୍ମିତ ହେଉଥିବା ଏନଏଚ ରେଳ ୱେ ଓଭର ବ୍ରିଜ ର ଦୁଇ ପାର୍ଶ୍ୱରେ ସର୍ଭିସ ରୋଡ ର ଅବସ୍ଥା ଅତ୍ୟନ୍ତ କଦର୍ଯ୍ୟ ହୋଇପଡ଼ିଥିଲା। ଖାଲ ଖମା, ଧୂଳି ଓ ବଡ଼ ବଡ଼ ଗର୍ତ୍ତ ନଗର ବାସୀ ଓ ଆଖ ପାଖ ଅଞ୍ଚଳ ର ଜନ ସାଧାରଣଙ୍କ ଜୀବନ ଧୂଳି କଣା ଯୋଗୁଁ ଅଣ ନିଶ୍ୱାସି କରିଦେଇଥିଲା। ଦିନକୁ ଦିନ ଆସିବା ଯିବା କରୁଥିବା ବାଟୋଇ ନାଗରିକ, ଗାଡ଼ି ଆରୋହୀ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ଏକ ପ୍ରକାର ବାଧ୍ୟ ହେଉଥିଲେ। ଉପରୋକ୍ତ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ବରିଷ୍ଠ ବିଜେପି ନେତା ସୋମ ନାଥ ଅଗ୍ରୱାଲ(ଗୋଲ୍ଡି ଭାଇ) ଙ୍କ ନେତୃତ୍ୱରେ ଆଜି ୱାର୍ଡ ପାର୍ଷଦ ବେନୁ ଦୀପ ସମେତ ଶହ ଶହ ସମର୍ଥକ ଙ୍କ ସହ ନିଜ ସର୍ଭିସ ରୋଡ ନିର୍ମାଣ ପାଇଁ ଦୃଢ଼କଣ୍ଠ ରେ ସ୍ୱର ଉତ୍ତୋଳନ କରି ଧାରଣ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉପରୋକ୍ତ ଆନ୍ଦୋଳନ ପରେ ପ୍ରଶାସନ ତତ୍ପରତା ପ୍ରକାଶ କରି ଶିଘ୍ର ବିଭାଗୀୟ ରାସ୍ତା କାର୍ଯ୍ୟ ଆରମ୍ଭ ହେବା ପରେ ଧାରଣା ରୁ ଉଠି ଥିଲେ।6