logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଓଡ଼ିଶାର ସ୍ୱାଧୀନତା ଆନ୍ଦୋଳନର ଐତିହାସିକ ସ୍ମୃତି ବହନ କରୁଥିବା ବାଜି ରାଉତ ଛାତ୍ରାବାସ ବିପଦରେ ପଡ଼ିଥିବା ନେଇ ଗୁରୁତର ଅଭିଯୋଗ ଆସିଛି। ଛାତ୍ରାବାସକୁ ବଦନାମ କରିବା ସହ ଏହାର ସ୍ଥାବର–ଅସ୍ଥାବର ସମ୍ପତ୍ତି ହଡ଼ପ କରିବା ପାଇଁ ଷଡ଼ଯନ୍ତ୍ର ଚାଲିଥିବା ଅଭିଯୋଗ କରିଛନ୍ତି ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି ଓ ଛାତ୍ରାବାସର କାର୍ଯ୍ୟକର୍ତ୍ତାମାନେ। ସାମ୍ବାଦିକ ସମ୍ମିଳନୀରେ କୃଷ୍ଣା ମହାନ୍ତି କହିଛନ୍ତି ଯେ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ତାଙ୍କ ପତ୍ନୀ, ସ୍ୱାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀ ଅନୁଗୋଳରେ ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ବାଜି ରାଉତ ଛାତ୍ରାବାସ ପ୍ରତିଷ୍ଠା କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ୧୯୯୬ ମସିହାରେ ମାଳତୀ ଚୌଧୁରୀ ଏକ ୱିଲ୍‌ ମାଧ୍ୟମରେ ନିଜ କ୍ରୟ ଜମିରୁ ୨.୨୩ ଏକର ଜମି ବାଜି ରାଉତ ଛାତ୍ରାବାସକୁ ଦାନ କରିଥିଲେ। ଟିକସ ଅଭାବରୁ ଦୀର୍ଘ ସମୟ ଧରି ଏହି ଜମି ଛାତ୍ରାବାସ ନାମରେ ପଞ୍ଜିକୃତ ହୋଇପାରିନଥିଲେ ମଧ୍ୟ, ଗତବର୍ଷ ଆଧିକାରିକ ଭାବେ ଛାତ୍ରାବାସ ନାମରେ ପଟ୍ଟା କରାଯାଇଛି। ତେବେ ଏହି ସମ୍ପତ୍ତି ଉପରେ ଅଧିକାର ଦାବି କରି କୃଷ୍ଣା ମହାନ୍ତିଙ୍କ ପୁଅ ଅମ୍ଳାନ ମହାନ୍ତି ଓ ତାଙ୍କ ପତ୍ନୀ ଅଦାଲତରେ ମାମଲା ଦାୟର କରିଥିବା ଅଭିଯୋଗ ହୋଇଛି। ଛାତ୍ରାବାସର ସ୍ୱାର୍ଥକୁ ଗୁରୁତ୍ୱ ଦେବାରୁ କୃଷ୍ଣା ମହାନ୍ତି ଶାରୀରିକ ନିର୍ଯାତନାର ସିକାର ହୋଇଥିବା ଓ ତାଙ୍କ ହାତ ଆଙ୍ଗୁଠି ଭାଙ୍ଗିଯାଇଥିବା ମଧ୍ୟ ସେ କହିଛନ୍ତି। ଭୟଭୀତ ପରିସ୍ଥିତିରେ ବର୍ତ୍ତମାନ ସେ ଛାତ୍ରାବାସ ପରିସରରେ ଥିବା ନୁମା–ବାପୀ କୁଟୀରରେ ରହୁଛନ୍ତି, ଯାହା ପୂର୍ବରୁ ମ୍ୟୁଜିୟମ୍‌ ଭାବେ ବ୍ୟବହୃତ ହୋଇଆସୁଥିଲା। ସେହିପରି ଛାତ୍ରାବାସର ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଛି। ଏହି ପରିସ୍ଥିତିରେ ଛାତ୍ରାବାସ ଜମିର ଡି-ମାର୍କେସନ୍‌ କରି ପାଚେରି ନିର୍ମାଣ ପାଇଁ ପ୍ରଶାସନକୁ ଦାବି କରାଯାଇଛି। ମାମଲାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଥିବାବେଳେ, ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନାହିଁ।

6 hrs ago
user_DEB REPOTER
DEB REPOTER
Credit reporting agency Palalahada, Anugul•

More news from ଓଡ଼ିଶା and nearby areas
  • ଶୀମତନା୍ରାଜନନାରାଜନହରେହରେକି ସେନାରାଜନନାରାଜନହରେହରେ
    1
    ଶୀମତନା୍ରାଜନନାରାଜନହରେହରେକି
ସେନାରାଜନନାରାଜନହରେହରେ
    user_ଟଙ୍କଧର .ମେହେର
    ଟଙ୍କଧର .ମେହେର
    Video Creator କୋଲିୟରୀ, ଅନୁଗୁଳ, ଓଡ଼ିଶା•
    14 hrs ago
  • ଧବାଳୀ ପୋଲ କାମ କେବେ ସମ୍ପୂର୍ଣ ହେବ #dhabali #Chingudipal #odisha #comment # Bridge #jajpur #sukinda
    1
    ଧବାଳୀ ପୋଲ କାମ କେବେ ସମ୍ପୂର୍ଣ ହେବ #dhabali #Chingudipal #odisha #comment # Bridge #jajpur #sukinda
    user_RAJENDRA MAHANTA
    RAJENDRA MAHANTA
    Journalist କାଳିଆପାଣି, ଯାଜପୁର, ଓଡ଼ିଶା•
    4 hrs ago
  • Post by Ghatgaon mirror
    1
    Post by Ghatgaon mirror
    user_Ghatgaon mirror
    Ghatgaon mirror
    ଘାଟଗାଁ, କେନ୍ଦୁଝର, ଓଡ଼ିଶା•
    19 hrs ago
  • ଫାଶୀମାଲ ପ୍ରାଥମିକ ବିଦ୍ୟାଳୟ ର ୧୨୫ ବର୍ଷ ପୂର୍ତ୍ତି
    1
    ଫାଶୀମାଲ ପ୍ରାଥମିକ ବିଦ୍ୟାଳୟ ର ୧୨୫ ବର୍ଷ ପୂର୍ତ୍ତି
    user_Jitendra Muduli
    Jitendra Muduli
    Journalist ଜମନକିରା, ସମ୍ବଲପୁର, ଓଡ଼ିଶା•
    2 hrs ago
  • କରଞ୍ଜିଆ ଠାରେ ନେତାଜୀ ଜୟନ୍ତୀ ପାଳିତ କରଞ୍ଜିଆ ସହର ସ୍ଥିତ ନେତାଜୀ ଛକ ଠାରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥଳୀ ଠାରେ ଆଜି ନେତାଜୀ ଜୟନ୍ତୀ ଅବସରରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ,ସାମ୍ୱାଦିକ,ବିଭିନ୍ନ ଅନୁଷ୍ଠାନ, ସଂଗଠନର କାର୍ଯ୍ୟକର୍ତ୍ତା, ସ୍କୁଲ,କଲେଜର ବିଦ୍ୟାର୍ଥୀ ମାନେ ଉପସ୍ଥିତ ରହି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।
    1
    କରଞ୍ଜିଆ ଠାରେ ନେତାଜୀ ଜୟନ୍ତୀ ପାଳିତ 
କରଞ୍ଜିଆ ସହର ସ୍ଥିତ ନେତାଜୀ ଛକ ଠାରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥଳୀ ଠାରେ ଆଜି ନେତାଜୀ ଜୟନ୍ତୀ ଅବସରରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ,ସାମ୍ୱାଦିକ,ବିଭିନ୍ନ ଅନୁଷ୍ଠାନ, ସଂଗଠନର କାର୍ଯ୍ୟକର୍ତ୍ତା, ସ୍କୁଲ,କଲେଜର ବିଦ୍ୟାର୍ଥୀ ମାନେ ଉପସ୍ଥିତ ରହି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।
    user_Partha Prasanna Mishra
    Partha Prasanna Mishra
    Journalist Karanjia, Mayurbhanj•
    8 hrs ago
  • ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ଙ୍କ ପ୍ରବର୍ତ୍ତୀୟ ଜିଲ୍ଲା ଭକ୍ତ ସମ୍ମିଳନୀ, ଢେଙ୍କାନାଳ
    1
    ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ଙ୍କ ପ୍ରବର୍ତ୍ତୀୟ ଜିଲ୍ଲା ଭକ୍ତ ସମ୍ମିଳନୀ, ଢେଙ୍କାନାଳ
    user_Dipak Kumar Nayak
    Dipak Kumar Nayak
    Voice of people ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    46 min ago
  • ସରସ୍ବତୀ ପୂଜା ମହା ଆଡମ୍ବର ରେ ଚାଲିଛି #multiskilldevolopmentcenter #Saruabil #saraswatipuja
    1
    ସରସ୍ବତୀ ପୂଜା ମହା ଆଡମ୍ବର ରେ ଚାଲିଛି #multiskilldevolopmentcenter #Saruabil #saraswatipuja
    user_RAJENDRA MAHANTA
    RAJENDRA MAHANTA
    Journalist କାଳିଆପାଣି, ଯାଜପୁର, ଓଡ଼ିଶା•
    13 hrs ago
  • ଜାତୀୟ ସଡକ ସୁରକ୍ଷା ଚାଲୁଥିବା ସମୟରେ ଢେଙ୍କାନାଳ ମହୋତ୍ସବ ମଣ୍ଡପ ରେ ହୃଦୟ ସ୍ପର୍ଶୀ ଅଭିନୟ କଳାକାର ମାନଙ୍କ ଦ୍ଵାରା ସଡକ ସୁରକ୍ଷା
    1
    ଜାତୀୟ ସଡକ ସୁରକ୍ଷା ଚାଲୁଥିବା ସମୟରେ ଢେଙ୍କାନାଳ ମହୋତ୍ସବ ମଣ୍ଡପ ରେ ହୃଦୟ ସ୍ପର୍ଶୀ ଅଭିନୟ କଳାକାର ମାନଙ୍କ ଦ୍ଵାରା ସଡକ ସୁରକ୍ଷା
    user_Dipak Kumar Nayak
    Dipak Kumar Nayak
    Voice of people ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    9 hrs ago
  • ସୁପରିମକୋର୍ଟଙ୍କ ନିର୍ଦ୍ଦେଶ ଅନୂପାଳନ ପୂର୍ବକ ରାଜ୍ୟ ସରକାର ତବକୋ ଓ ନିକୋଟିନ ଯୁକ୍ତ ପାନ ମସଲା ,ଜର୍ଦ୍ଦା ,ଖୋଇନି କୁ ବ୍ୟlନ୍ ଘୋଷଣା କରିଛନ୍ତି l
    1
    ସୁପରିମକୋର୍ଟଙ୍କ ନିର୍ଦ୍ଦେଶ ଅନୂପାଳନ ପୂର୍ବକ ରାଜ୍ୟ ସରକାର ତବକୋ ଓ ନିକୋଟିନ ଯୁକ୍ତ ପାନ ମସଲା ,ଜର୍ଦ୍ଦା ,ଖୋଇନି କୁ ବ୍ୟlନ୍ ଘୋଷଣା କରିଛନ୍ତି l
    user_Kishorenagar Shuru
    Kishorenagar Shuru
    Local News Reporter Kishorenagar, Anugul•
    9 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.