logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସପ୍ତମ ଶ୍ରେଣୀ ନାବାଳିକା ଛାତ୍ରୀ ଙ୍କୁ ଟିଉସନ ଶିକ୍ଷକ ବବି ପଟେଲ ଙ୍କ ବଳତ୍କାର ଉଦ୍ୟମ କୁଚିଣ୍ଡା ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗରେ ଜଣେ ଟ୍ୟୁସନ ଶିକ୍ଷକଙ୍କୁ କୁଚିଣ୍ଡା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ସୂଚନା ଅନୁଯାୟୀ, ସରସ୍ୱତୀ ଶିଶୁ ମନ୍ଦିରର ଶିକ୍ଷକ ବବି ପଟେଲଙ୍କ ନିକଟରେ ଟ୍ୟୁସନ ପଢୁଥିବା ସପ୍ତମ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀଙ୍କ ସହ ଅଭିଯୁକ୍ତ ଅଶୋଭନ ବ୍ୟବହାର କରି ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସେହି ସମୟରେ ଛାତ୍ରୀଙ୍କ ମା' ଘଟଣାସ୍ଥଳରେ ପହଞ୍ଚିବାରୁ ନାବାଳିକା ରକ୍ଷା ପାଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି। ଏନେଇ ଛାତ୍ରୀଙ୍କ ମା' କୁଚିଣ୍ଡା ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ଆଧାରରେ କୁଚିଣ୍ଡା ପୋଲିସ କେସ୍ ନଂ–୧୬୩ ରୁଜୁ କରି ଭାରତୀୟ ନ୍ୟାୟ ସଂହିତାର ଧାରା–୭୪ ସହ ପୋକ୍ସୋ ଆଇନର ଧାରା–୮ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଘଟଣାକୁ ନେଇ କୁଚିଣ୍ଡା ଅଞ୍ଚଳରେ ଚର୍ଚ୍ଚାର ପରିବେଶ ସୃଷ୍ଟି ହୋଇଛି। ମାମଲାର ତଦନ୍ତ କୁଚିଣ୍ଡା ପୋଲିସ ଜାରି ରଖିଛି।

16 hrs ago
user_Jitendra Muduli
Jitendra Muduli
Aadhar center ଜମନକିରା, ସମ୍ବଲପୁର, ଓଡ଼ିଶା•
16 hrs ago

ସପ୍ତମ ଶ୍ରେଣୀ ନାବାଳିକା ଛାତ୍ରୀ ଙ୍କୁ ଟିଉସନ ଶିକ୍ଷକ ବବି ପଟେଲ ଙ୍କ ବଳତ୍କାର ଉଦ୍ୟମ କୁଚିଣ୍ଡା ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗରେ ଜଣେ ଟ୍ୟୁସନ ଶିକ୍ଷକଙ୍କୁ କୁଚିଣ୍ଡା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ସୂଚନା ଅନୁଯାୟୀ, ସରସ୍ୱତୀ ଶିଶୁ ମନ୍ଦିରର ଶିକ୍ଷକ ବବି ପଟେଲଙ୍କ ନିକଟରେ ଟ୍ୟୁସନ ପଢୁଥିବା ସପ୍ତମ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀଙ୍କ ସହ ଅଭିଯୁକ୍ତ ଅଶୋଭନ ବ୍ୟବହାର କରି ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସେହି ସମୟରେ ଛାତ୍ରୀଙ୍କ ମା' ଘଟଣାସ୍ଥଳରେ ପହଞ୍ଚିବାରୁ ନାବାଳିକା ରକ୍ଷା ପାଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି। ଏନେଇ ଛାତ୍ରୀଙ୍କ ମା' କୁଚିଣ୍ଡା ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ଆଧାରରେ କୁଚିଣ୍ଡା ପୋଲିସ କେସ୍ ନଂ–୧୬୩ ରୁଜୁ କରି ଭାରତୀୟ ନ୍ୟାୟ ସଂହିତାର ଧାରା–୭୪ ସହ ପୋକ୍ସୋ ଆଇନର ଧାରା–୮ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଘଟଣାକୁ ନେଇ କୁଚିଣ୍ଡା ଅଞ୍ଚଳରେ ଚର୍ଚ୍ଚାର ପରିବେଶ ସୃଷ୍ଟି ହୋଇଛି। ମାମଲାର ତଦନ୍ତ କୁଚିଣ୍ଡା ପୋଲିସ ଜାରି ରଖିଛି।

More news from Sambalpur and nearby areas
  • P24 NEWS EXPRESS | संबलपुरी दिवस विशेष बामरा में धूमधाम से मनाया गया संबलपुरी दिवस, बच्चों ने प्रतियोगिताओं में दिखाया उत्साह #P24NewsExpress #SambalpuriDay #Bamra #JagannathTemple #Sambalpur #Odisha #Culture #TraditionalFestival #Bamra P24 NEWS EXPRESS | संबलपुरी दिवस विशेष बामरा में धूमधाम से मनाया गया संबलपुरी दिवस, बच्चों ने प्रतियोगिताओं में दिखाया उत्साह #P24NewsExpress #SambalpuriDay #Bamra #JagannathTemple #Sambalpur #Odisha #Culture #TraditionalFestival #Bamra
    1
    P24 NEWS EXPRESS | संबलपुरी दिवस विशेष

बामरा में धूमधाम से मनाया गया संबलपुरी दिवस, बच्चों ने प्रतियोगिताओं में दिखाया उत्साह

#P24NewsExpress #SambalpuriDay #Bamra #JagannathTemple #Sambalpur #Odisha #Culture #TraditionalFestival #Bamra 
P24 NEWS EXPRESS | संबलपुरी दिवस विशेष
बामरा में धूमधाम से मनाया गया संबलपुरी दिवस, बच्चों ने प्रतियोगिताओं में दिखाया उत्साह
#P24NewsExpress #SambalpuriDay #Bamra #JagannathTemple #Sambalpur #Odisha #Culture #TraditionalFestival #Bamra
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    1 hr ago
  • *✰कच्चा मकान, नेत्रहीन माता-पिता और भूख का संघर्ष!✰* *एक गरीब परिवार की दर्दनाक हकीकत..* अवश्य देखिए पूरी वीडियो *AnnaPurna Muhim* YouTube Channel पर
    1
    *✰कच्चा मकान, नेत्रहीन माता-पिता और भूख का संघर्ष!✰*
*एक गरीब परिवार की दर्दनाक हकीकत..*
अवश्य देखिए पूरी वीडियो *AnnaPurna Muhim* YouTube Channel पर
    user_Dharmu  Oram
    Dharmu Oram
    सतभक्ति Jharsuguda, Odisha•
    13 hrs ago
  • ଦେବଗଡ଼ ତା.୦୨.୦୮.୨୦୨୬ ସ୍ଵାଧୀନତା ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଠାରେ ରଙ୍ଗୋଲି ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି । କୃତି ପ୍ରତିଯୋଗୀ ସ୍ଵାଧୀନତା ଦିବସ ପ୍ୟାରେଡ଼ ପଡିଆରୁ ୮୦ ତମ ସ୍ବାଧୀନତା ଦିବସ ଉପଲକ୍ଷେ ରଙ୍ଗୋଲି ପ୍ରତିଯୋଗୀତା । ଦେବଗଡ଼ ତା.୦୨.୦୮.୨୦୨୬ ସ୍ଵାଧୀନତା ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଠାରେ ରଙ୍ଗୋଲି ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି । କୃତି ପ୍ରତିଯୋଗୀ ସ୍ଵାଧୀନତା ଦିବସ ପ୍ୟାରେଡ଼ ପଡିଆରୁ ପୁରସ୍କାର ଗ୍ରହଣ କରିବେ। ଉଚ୍ଚ ବିଦ୍ୟାଳୟ ସ୍ତର ରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଅନ୍ୱେଷା ନାୟକ ୧ମ, ଶୁଭ୍ରଜ୍ୟୋତି ଆବାସିକ ବିଦ୍ୟାଳୟ ର ପ୍ରିୟଙ୍କା ପ୍ରଧାନ ୨ୟ, ଟାଉନ୍ ଉଚ୍ଚ ବିଦ୍ୟାଳୟର ଦଶମୀ ମୁଖୀ ୩ୟ, ମହାବିଦ୍ୟାଳୟ ସ୍ତରରେ କେନ୍ଦ୍ରୀୟ ବିଦ୍ୟାଳୟ ର ସୁସ୍ମିତା ସୁନାୟକ୍ ୧ମ, ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଶୋଭାଶିନି ବିଶ୍ବାଳ ୨ୟ, ଏ ଏନ୍ ଏମ୍ ଟ୍ରେନିଂ ସେଣ୍ଟର୍ ର ସ୍ଵୟଂ ସମ୍ପର୍ଣ୍ଣ। ସାହୁ ,ଆଦର୍ଶ ମହାବିଦ୍ୟାଳୟର ଆଦ୍ୟାଶା ନାୟକ ୩ୟ ସ୍ଥାନ ଅଧିକାର କରିଛନ୍ତି ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ପ୍ରତିଯୋଗିତାରେ ବିଚାରକ ଭାବେ ଡେପୁଟି କଲେକ୍ଟର ପ୍ରିୟା ତିର୍କୀ,ଜିଲ୍ଲା କ୍ରୀଡ଼ା ଶିକ୍ଷା ନିରୀକ୍ଷିକା ପଦ୍ମିନୀ ଦାସ ମହାପାତ୍ର ଓ ଯୁକ୍ତ ଦୁଇ ମହିଳା ମହାବିଦ୍ୟାଳୟ ଅଧ୍ୟାପକ ଚିତ୍ତରଞ୍ଜନ ଦାସ କାର୍ଯ୍ୟ ତୁଲାଇଥିଲେ ।
    1
    ଦେବଗଡ଼ ତା.୦୨.୦୮.୨୦୨୬
ସ୍ଵାଧୀନତା ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଠାରେ  ରଙ୍ଗୋଲି ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି । କୃତି ପ୍ରତିଯୋଗୀ ସ୍ଵାଧୀନତା ଦିବସ ପ୍ୟାରେଡ଼ ପଡିଆରୁ
୮୦ ତମ ସ୍ବାଧୀନତା ଦିବସ ଉପଲକ୍ଷେ  ରଙ୍ଗୋଲି ପ୍ରତିଯୋଗୀତା । 
ଦେବଗଡ଼ ତା.୦୨.୦୮.୨୦୨୬
ସ୍ଵାଧୀନତା ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଠାରେ  ରଙ୍ଗୋଲି ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି । କୃତି ପ୍ରତିଯୋଗୀ ସ୍ଵାଧୀନତା ଦିବସ ପ୍ୟାରେଡ଼ ପଡିଆରୁ ପୁରସ୍କାର ଗ୍ରହଣ କରିବେ।  ଉଚ୍ଚ ବିଦ୍ୟାଳୟ ସ୍ତର ରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଅନ୍ୱେଷା ନାୟକ ୧ମ, ଶୁଭ୍ରଜ୍ୟୋତି ଆବାସିକ ବିଦ୍ୟାଳୟ ର ପ୍ରିୟଙ୍କା ପ୍ରଧାନ ୨ୟ, ଟାଉନ୍ ଉଚ୍ଚ ବିଦ୍ୟାଳୟର ଦଶମୀ ମୁଖୀ ୩ୟ, ମହାବିଦ୍ୟାଳୟ ସ୍ତରରେ କେନ୍ଦ୍ରୀୟ ବିଦ୍ୟାଳୟ ର ସୁସ୍ମିତା ସୁନାୟକ୍ ୧ମ, ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଶୋଭାଶିନି ବିଶ୍ବାଳ ୨ୟ, ଏ ଏନ୍ ଏମ୍ ଟ୍ରେନିଂ ସେଣ୍ଟର୍ ର ସ୍ଵୟଂ ସମ୍ପର୍ଣ୍ଣ। ସାହୁ ,ଆଦର୍ଶ ମହାବିଦ୍ୟାଳୟର ଆଦ୍ୟାଶା ନାୟକ ୩ୟ ସ୍ଥାନ ଅଧିକାର କରିଛନ୍ତି ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ପ୍ରତିଯୋଗିତାରେ ବିଚାରକ ଭାବେ ଡେପୁଟି କଲେକ୍ଟର ପ୍ରିୟା ତିର୍କୀ,ଜିଲ୍ଲା କ୍ରୀଡ଼ା ଶିକ୍ଷା ନିରୀକ୍ଷିକା ପଦ୍ମିନୀ ଦାସ ମହାପାତ୍ର ଓ ଯୁକ୍ତ ଦୁଇ ମହିଳା ମହାବିଦ୍ୟାଳୟ ଅଧ୍ୟାପକ ଚିତ୍ତରଞ୍ଜନ ଦାସ  କାର୍ଯ୍ୟ ତୁଲାଇଥିଲେ ।
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    3 hrs ago
  • -: ଗୁମାଡେରାରେ ୬୧ ତମ ସାର୍ବଜନିନ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ :- ୨।୮।୨୬: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ସ୍ଥାନୀୟ ଗୁମାଡେରାଠାରେ ଆସନ୍ତା ୬୧ ତମ ସାର୍ବଜନିନ ଦୁର୍ଗା ପୂଜା ପାଇଁ ଗାଁ ଜମିଦାରଙ୍କ ବାସଭବନ ପ୍ରାଙ୍ଗଣରେ ଆଜି ରବିବାର ସନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜମିଦାର ବ୍ରଜକିଶୋର ସିଂଦେଓ ଅଧ୍ୟକ୍ଷତାରେ ଏହି ବୈଠକ ପରିଚାଳିତ ହୋଇଥିଲା। ଏହି ବୈଠକରେ ଗତ ବର୍ଷ ଦୁର୍ଗା ପୂଜାର ଆୟ ଓ ବ୍ୟୟର ବିବରଣୀ ଉପସ୍ଥାପନ କରାଯାଇଥିଲା। ଚଳିତ ବର୍ଷ ମଧ୍ୟ ଦୁର୍ଗା ପୂଜାରେ ପୀତାମ୍ବର ମେହେର ଓ ତାଙ୍କ ଧର୍ମପତ୍ନୀ ସୀତା ମେହେର କର୍ତ୍ତା ଦାୟିତ୍ଵ ନିର୍ବାହ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ମଣ୍ଡପ ପରିସରରେ ସୁନ୍ଦର ସାଜସଜ୍ଜା କରିବା ସହିତ ଭସାଣୀ ଶୋଭାଯାତ୍ରା, ପ୍ରସାଦ ବଣ୍ଟନ, ଶ୍ରଦ୍ଧାଳୁଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯିବ। ଦର୍ଶକଙ୍କ ମନୋରଞ୍ଜନ ପାଇଁ ଅକ୍ଟୋବର ୧୭ ରୁ ୨୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସୁପ୍ରସିଦ୍ଧ ସାମାଜିକ ଯାତ୍ରା ଦଳ ଧଉଳି ଗଣନାଟ୍ୟ ପକ୍ଷରୁ ସାମାଜିକ ନାଟକ ପ୍ରଦର୍ଶିତ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି କୁହାଯାଇଛି। ଏହି ବୈଠକରେ ଆସନ୍ତା ଦୁର୍ଗା ପୂଜା ପାଇଁ ସର୍ବସମ୍ମତି କ୍ରମେ ଏକ ନୂତନ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି। ଏହି ପୂଜା କମିଟିରେ ସଭାପତି ଭାବରେ ଜମିଦାର ବ୍ରଜକିଶୋର ସିଂଦେଓ, ଉପସଭାପତି ଗୌନ୍ତିଆ ଦୁବରାଜ ନାଏକ, କହ୍ନେଇ ଚରଣ ସେଠ, ସାଧାରଣ ସମ୍ପାଦକ ଦେବେନ୍ଦ୍ର ରାଉତ, ଯୁଗ୍ମ ସମ୍ପାଦକ ଗଣେଶ ସେଠ, ସହସମ୍ପାଦକ ଗିରିଶ ଚନ୍ଦ୍ର ଜୟପୁରିଆ, ବିଶାଳ ପତି, କୋଷାଧ୍ୟକ୍ଷ କ୍ରିଷ୍ଣେନ୍ଦୁ ବିଶ୍ଵାସ, ସହକୋଷାଧ୍ୟକ୍ଷ ରବି ରଞ୍ଜନ ସାମଲଙ୍କ ସମେତ ବିଭିନ୍ନ ଦାୟିତ୍ୱରେ ପୀତବାସ ପ୍ରଧାନ, ପୃଥିବୀରାଜ ସିଂଦେଓ, କିଶୋର ସାହୁ, ଆରତୀ ରାଏ, ସୁବାସ ପ୍ରଧାନ, କାହ୍ନେୟା ଶର୍ମା, ଶରତ ଚନ୍ଦ୍ର ସାହୁ, ରମାକାନ୍ତ ମଲ୍ଲିକ, କୁନୁ ଭୋଇ, ପୁରୁଷୋତ୍ତମ ଭୋଇ, ମନୋଜ ଦାଶ, ଶଙ୍କର ପ୍ରଧାନ, ରବୀନ୍ଦ୍ର ବଢ଼େଇ, ଶ୍ରୀଧର ମାଣିକ, ଦେବାନନ୍ଦ ଡିଲା, ବିଦ୍ୟାଧର ପ୍ରଧାନ, ସୁଦର୍ଶନ ପ୍ରଧାନ, ସୁରେଶ ପ୍ରଧାନ, ଗୋପୀନାଥ ନାଏକ, ପ୍ରବୀର ମୋଦକ, ମାଧ ସେଠ, ଜନକଲାଲ ବିଶ୍ୱାଳ, ବିକ୍ରମ ପ୍ରଧାନ ପ୍ରମୁଖଙ୍କୁ ମନୋନୀତ କରାଯାଇଛି।
    3
    -: ଗୁମାଡେରାରେ ୬୧ ତମ ସାର୍ବଜନିନ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ :-
୨।୮।୨୬: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ସ୍ଥାନୀୟ ଗୁମାଡେରାଠାରେ ଆସନ୍ତା ୬୧ ତମ ସାର୍ବଜନିନ ଦୁର୍ଗା ପୂଜା ପାଇଁ ଗାଁ ଜମିଦାରଙ୍କ ବାସଭବନ ପ୍ରାଙ୍ଗଣରେ ଆଜି ରବିବାର ସନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜମିଦାର ବ୍ରଜକିଶୋର ସିଂଦେଓ ଅଧ୍ୟକ୍ଷତାରେ ଏହି ବୈଠକ ପରିଚାଳିତ ହୋଇଥିଲା। ଏହି ବୈଠକରେ ଗତ ବର୍ଷ ଦୁର୍ଗା ପୂଜାର ଆୟ ଓ ବ୍ୟୟର ବିବରଣୀ ଉପସ୍ଥାପନ କରାଯାଇଥିଲା। ଚଳିତ ବର୍ଷ ମଧ୍ୟ ଦୁର୍ଗା ପୂଜାରେ ପୀତାମ୍ବର ମେହେର ଓ ତାଙ୍କ ଧର୍ମପତ୍ନୀ ସୀତା ମେହେର କର୍ତ୍ତା ଦାୟିତ୍ଵ ନିର୍ବାହ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ମଣ୍ଡପ ପରିସରରେ ସୁନ୍ଦର ସାଜସଜ୍ଜା କରିବା ସହିତ ଭସାଣୀ ଶୋଭାଯାତ୍ରା, ପ୍ରସାଦ ବଣ୍ଟନ, ଶ୍ରଦ୍ଧାଳୁଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯିବ। ଦର୍ଶକଙ୍କ ମନୋରଞ୍ଜନ ପାଇଁ ଅକ୍ଟୋବର ୧୭ ରୁ ୨୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସୁପ୍ରସିଦ୍ଧ ସାମାଜିକ ଯାତ୍ରା ଦଳ ଧଉଳି ଗଣନାଟ୍ୟ ପକ୍ଷରୁ ସାମାଜିକ ନାଟକ ପ୍ରଦର୍ଶିତ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି କୁହାଯାଇଛି। ଏହି ବୈଠକରେ ଆସନ୍ତା ଦୁର୍ଗା ପୂଜା ପାଇଁ ସର୍ବସମ୍ମତି କ୍ରମେ ଏକ ନୂତନ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି। ଏହି ପୂଜା କମିଟିରେ ସଭାପତି ଭାବରେ ଜମିଦାର ବ୍ରଜକିଶୋର ସିଂଦେଓ, ଉପସଭାପତି ଗୌନ୍ତିଆ ଦୁବରାଜ ନାଏକ, କହ୍ନେଇ ଚରଣ ସେଠ, ସାଧାରଣ ସମ୍ପାଦକ ଦେବେନ୍ଦ୍ର ରାଉତ, ଯୁଗ୍ମ ସମ୍ପାଦକ ଗଣେଶ ସେଠ, ସହସମ୍ପାଦକ ଗିରିଶ ଚନ୍ଦ୍ର ଜୟପୁରିଆ, ବିଶାଳ ପତି, କୋଷାଧ୍ୟକ୍ଷ କ୍ରିଷ୍ଣେନ୍ଦୁ ବିଶ୍ଵାସ, ସହକୋଷାଧ୍ୟକ୍ଷ ରବି ରଞ୍ଜନ ସାମଲଙ୍କ ସମେତ ବିଭିନ୍ନ ଦାୟିତ୍ୱରେ ପୀତବାସ ପ୍ରଧାନ, ପୃଥିବୀରାଜ ସିଂଦେଓ, କିଶୋର ସାହୁ, ଆରତୀ ରାଏ, ସୁବାସ ପ୍ରଧାନ, କାହ୍ନେୟା ଶର୍ମା, ଶରତ ଚନ୍ଦ୍ର ସାହୁ, ରମାକାନ୍ତ ମଲ୍ଲିକ, କୁନୁ ଭୋଇ, ପୁରୁଷୋତ୍ତମ ଭୋଇ, ମନୋଜ ଦାଶ, ଶଙ୍କର ପ୍ରଧାନ, ରବୀନ୍ଦ୍ର ବଢ଼େଇ, ଶ୍ରୀଧର ମାଣିକ, ଦେବାନନ୍ଦ ଡିଲା, ବିଦ୍ୟାଧର ପ୍ରଧାନ, ସୁଦର୍ଶନ ପ୍ରଧାନ, ସୁରେଶ ପ୍ରଧାନ, ଗୋପୀନାଥ ନାଏକ, ପ୍ରବୀର ମୋଦକ, ମାଧ ସେଠ, ଜନକଲାଲ ବିଶ୍ୱାଳ, ବିକ୍ରମ ପ୍ରଧାନ ପ୍ରମୁଖଙ୍କୁ ମନୋନୀତ କରାଯାଇଛି।
    user_Saroj Kumar Mirdha
    Saroj Kumar Mirdha
    Local News Reporter ଲଖନପୁର, ଝାରସୁଗୁଡ଼ା, ଓଡ଼ିଶା•
    3 hrs ago
  • ବୌଦ୍ଧରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ସହ ବିଭାଗୀୟ ସମୀକ୍ଷା କଲେ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ବୌଦ୍ଧ: ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଆଜି ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ବନ୍ୟା ପ୍ରଭାବିତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତିର ଅନୁଧ୍ୟାନ କରିବା ସହ ବନ୍ୟାଜନିତ କ୍ଷୟକ୍ଷତି ନେଇ ବିଭାଗୀୟ ସମୀକ୍ଷା କରିଥିଲେ।ଗତ ପ୍ରାୟ ଏକ ସପ୍ତାହ ଧରି ମହାନଦୀରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ହରଭଙ୍ଗା ବ୍ଲକର କୁମାରୀ, କୁଶାସିଙ୍ଗା, କୁଡ଼ାସିଙ୍ଗା, ଖଣ୍ଡିଧଳପୁର, ପାଣିଘରା ସମେତ ବିଭିନ୍ନ ଗ୍ରାମ ବନ୍ୟା ଜଳ ଦ୍ୱାରା ପ୍ରଭାବିତ ହୋଇଥିଲା। ବହୁ ଚାଷଜମିରେ ବନ୍ୟା ପାଣି ଜମି ରହିବା ଫଳରେ ଧାନ ଓ ପନିପରିବା ଚାଷ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ବର୍ତ୍ତମାନ ମହାନଦୀର ଜଳସ୍ତର ହ୍ରାସ ପାଇ ବିପଦ କଟିଯାଇଥିଲେ ମଧ୍ୟ ବନ୍ୟା ପ୍ରଭାବିତ ଲୋକଙ୍କ ଦୁର୍ଦ୍ଦଶା ଏବଂ କ୍ଷୟକ୍ଷତି ଲାଗି ରହିଛି। ପରିଦର୍ଶନ ସମୟରେ ବିଧାୟକଙ୍କ ସହ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପଜିଲ୍ଲାପାଳ ବିନୟ କୁମାର ଭୋଇ,ହରଭଙ୍ଗା ତହସିଲଦାର କର୍ଣ୍ଣ ସୁନା, ଡେପୁଟି କଲେକ୍ଟର ଜ୍ୟୋତି ରଞ୍ଜନ ଭୁଏ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବନ୍ୟା ପ୍ରଭାବିତ ଗ୍ରାମ ବୁଲି ଦେଖିଥିଲେ l ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିଥିଲେ।ପରବର୍ତ୍ତୀ ସମୟରେ କୁଶଙ୍ଗ ପଞ୍ଚାୟତଠାରେ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ନେଇ ବନ୍ୟାଜନିତ କ୍ଷୟକ୍ଷତି ଓ ରିଲିଫ୍ ବ୍ୟବସ୍ଥା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କୃଷି, ରାଜସ୍ୱ,ଜଳସମ୍ପଦ, ପଞ୍ଚାୟତିରାଜ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ପକ୍ଷରୁ କ୍ଷୟକ୍ଷତିର ପ୍ରାଥମିକ ଆକଳନ ଓ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ବିଧାୟକ ଜିଲ୍ଲାସ୍ତରୀୟ ଏବଂ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀ ମାନଙ୍କୁ ବନ୍ୟା ପ୍ରଭାବିତ ଚାଷୀ ଓ ସାଧାରଣ ଲୋକଙ୍କୁ ସରକାରଙ୍କ ପକ୍ଷରୁ ମିଳୁଥିବା ସମସ୍ତ ସହାୟତା ଓ ସୁବିଧା ତୁରନ୍ତ ପହଞ୍ଚାଇବା ସହ କ୍ଷୟକ୍ଷତିର ସଠିକ୍ ଆକଳନ କରି ଶୀଘ୍ର ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ପ୍ରଭାବିତ ପରିବାରମାନଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ପ୍ରଶାସନକୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ।
    3
    ବୌଦ୍ଧରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ସହ ବିଭାଗୀୟ ସମୀକ୍ଷା କଲେ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ
ବୌଦ୍ଧ:  ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ  ସରୋଜ କୁମାର ପ୍ରଧାନ ଆଜି ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ବନ୍ୟା ପ୍ରଭାବିତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତିର ଅନୁଧ୍ୟାନ କରିବା ସହ ବନ୍ୟାଜନିତ କ୍ଷୟକ୍ଷତି ନେଇ ବିଭାଗୀୟ ସମୀକ୍ଷା କରିଥିଲେ।ଗତ ପ୍ରାୟ ଏକ ସପ୍ତାହ ଧରି ମହାନଦୀରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ହରଭଙ୍ଗା ବ୍ଲକର କୁମାରୀ, କୁଶାସିଙ୍ଗା, କୁଡ଼ାସିଙ୍ଗା, ଖଣ୍ଡିଧଳପୁର, ପାଣିଘରା ସମେତ ବିଭିନ୍ନ ଗ୍ରାମ ବନ୍ୟା ଜଳ ଦ୍ୱାରା ପ୍ରଭାବିତ ହୋଇଥିଲା। ବହୁ ଚାଷଜମିରେ ବନ୍ୟା ପାଣି ଜମି ରହିବା ଫଳରେ ଧାନ ଓ ପନିପରିବା ଚାଷ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ବର୍ତ୍ତମାନ ମହାନଦୀର ଜଳସ୍ତର ହ୍ରାସ ପାଇ ବିପଦ କଟିଯାଇଥିଲେ ମଧ୍ୟ ବନ୍ୟା ପ୍ରଭାବିତ ଲୋକଙ୍କ ଦୁର୍ଦ୍ଦଶା ଏବଂ କ୍ଷୟକ୍ଷତି ଲାଗି ରହିଛି।
ପରିଦର୍ଶନ ସମୟରେ ବିଧାୟକଙ୍କ ସହ ଜିଲ୍ଲାପାଳ  ବିଭୂତି ଭୂଷଣ ନାୟକ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ  ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପଜିଲ୍ଲାପାଳ  ବିନୟ କୁମାର ଭୋଇ,ହରଭଙ୍ଗା ତହସିଲଦାର  କର୍ଣ୍ଣ ସୁନା, ଡେପୁଟି କଲେକ୍ଟର  ଜ୍ୟୋତି ରଞ୍ଜନ ଭୁଏ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବନ୍ୟା ପ୍ରଭାବିତ ଗ୍ରାମ ବୁଲି ଦେଖିଥିଲେ l  ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିଥିଲେ।ପରବର୍ତ୍ତୀ ସମୟରେ କୁଶଙ୍ଗ ପଞ୍ଚାୟତଠାରେ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ନେଇ ବନ୍ୟାଜନିତ କ୍ଷୟକ୍ଷତି ଓ ରିଲିଫ୍ ବ୍ୟବସ୍ଥା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କୃଷି, ରାଜସ୍ୱ,ଜଳସମ୍ପଦ, ପଞ୍ଚାୟତିରାଜ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ପକ୍ଷରୁ କ୍ଷୟକ୍ଷତିର ପ୍ରାଥମିକ ଆକଳନ ଓ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା।
ଏହି ଅବସରରେ ବିଧାୟକ  ଜିଲ୍ଲାସ୍ତରୀୟ ଏବଂ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀ ମାନଙ୍କୁ ବନ୍ୟା ପ୍ରଭାବିତ ଚାଷୀ ଓ ସାଧାରଣ ଲୋକଙ୍କୁ ସରକାରଙ୍କ ପକ୍ଷରୁ ମିଳୁଥିବା ସମସ୍ତ ସହାୟତା ଓ ସୁବିଧା ତୁରନ୍ତ ପହଞ୍ଚାଇବା ସହ କ୍ଷୟକ୍ଷତିର ସଠିକ୍ ଆକଳନ କରି ଶୀଘ୍ର ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ପ୍ରଭାବିତ ପରିବାରମାନଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ପ୍ରଶାସନକୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ।
    user_RABINDRA PATTNAIK
    RABINDRA PATTNAIK
    Social worker ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    2 hrs ago
  • ଆସିଲା ବନ୍ୟା, ଦେଇଗଲା ଦୁଃଖ - ଭାଙ୍ଗିଗଲା ରାସ୍ତା -ଯୋଗାଯୋଗ ହେଲା ବିଛିନ୍ନ, ଆସିଲା ବନ୍ୟା, ଦେଇଗଲା ଦୁଃଖ - ଭାଙ୍ଗିଗଲା ରାସ୍ତା -ଯୋଗାଯୋଗ ହେଲା ବିଛିନ୍ନ,ସମସ୍ୟା ଘେରରେ ଅଞ୍ଚଳବାସୀ....
    1
    ଆସିଲା ବନ୍ୟା, ଦେଇଗଲା ଦୁଃଖ - ଭାଙ୍ଗିଗଲା ରାସ୍ତା -ଯୋଗାଯୋଗ ହେଲା ବିଛିନ୍ନ,
ଆସିଲା ବନ୍ୟା, ଦେଇଗଲା ଦୁଃଖ - ଭାଙ୍ଗିଗଲା ରାସ୍ତା -ଯୋଗାଯୋଗ ହେଲା ବିଛିନ୍ନ,ସମସ୍ୟା ଘେରରେ ଅଞ୍ଚଳବାସୀ....
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    3 hrs ago
  • ସପ୍ତମ ଶ୍ରେଣୀ ନାବାଳିକା ଛାତ୍ରୀ ଙ୍କୁ ଟିଉସନ ଶିକ୍ଷକ ବବି ପଟେଲ ଙ୍କ ବଳତ୍କାର ଉଦ୍ୟମ କୁଚିଣ୍ଡା ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗରେ ଜଣେ ଟ୍ୟୁସନ ଶିକ୍ଷକଙ୍କୁ କୁଚିଣ୍ଡା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ସୂଚନା ଅନୁଯାୟୀ, ସରସ୍ୱତୀ ଶିଶୁ ମନ୍ଦିରର ଶିକ୍ଷକ ବବି ପଟେଲଙ୍କ ନିକଟରେ ଟ୍ୟୁସନ ପଢୁଥିବା ସପ୍ତମ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀଙ୍କ ସହ ଅଭିଯୁକ୍ତ ଅଶୋଭନ ବ୍ୟବହାର କରି ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସେହି ସମୟରେ ଛାତ୍ରୀଙ୍କ ମା' ଘଟଣାସ୍ଥଳରେ ପହଞ୍ଚିବାରୁ ନାବାଳିକା ରକ୍ଷା ପାଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି। ଏନେଇ ଛାତ୍ରୀଙ୍କ ମା' କୁଚିଣ୍ଡା ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ଆଧାରରେ କୁଚିଣ୍ଡା ପୋଲିସ କେସ୍ ନଂ–୧୬୩ ରୁଜୁ କରି ଭାରତୀୟ ନ୍ୟାୟ ସଂହିତାର ଧାରା–୭୪ ସହ ପୋକ୍ସୋ ଆଇନର ଧାରା–୮ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଘଟଣାକୁ ନେଇ କୁଚିଣ୍ଡା ଅଞ୍ଚଳରେ ଚର୍ଚ୍ଚାର ପରିବେଶ ସୃଷ୍ଟି ହୋଇଛି। ମାମଲାର ତଦନ୍ତ କୁଚିଣ୍ଡା ପୋଲିସ ଜାରି ରଖିଛି।
    1
    ସପ୍ତମ ଶ୍ରେଣୀ ନାବାଳିକା ଛାତ୍ରୀ ଙ୍କୁ ଟିଉସନ ଶିକ୍ଷକ ବବି ପଟେଲ ଙ୍କ ବଳତ୍କାର ଉଦ୍ୟମ 
କୁଚିଣ୍ଡା ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗରେ ଜଣେ ଟ୍ୟୁସନ ଶିକ୍ଷକଙ୍କୁ କୁଚିଣ୍ଡା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ପୋଲିସ ସୂଚନା ଅନୁଯାୟୀ, ସରସ୍ୱତୀ ଶିଶୁ ମନ୍ଦିରର ଶିକ୍ଷକ ବବି ପଟେଲଙ୍କ ନିକଟରେ ଟ୍ୟୁସନ ପଢୁଥିବା ସପ୍ତମ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀଙ୍କ ସହ ଅଭିଯୁକ୍ତ ଅଶୋଭନ ବ୍ୟବହାର କରି ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସେହି ସମୟରେ ଛାତ୍ରୀଙ୍କ ମା' ଘଟଣାସ୍ଥଳରେ ପହଞ୍ଚିବାରୁ ନାବାଳିକା ରକ୍ଷା ପାଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି।
ଏନେଇ ଛାତ୍ରୀଙ୍କ ମା' କୁଚିଣ୍ଡା ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ଆଧାରରେ କୁଚିଣ୍ଡା ପୋଲିସ କେସ୍ ନଂ–୧୬୩ ରୁଜୁ କରି ଭାରତୀୟ ନ୍ୟାୟ ସଂହିତାର ଧାରା–୭୪ ସହ ପୋକ୍ସୋ ଆଇନର ଧାରା–୮ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
ଘଟଣାକୁ ନେଇ କୁଚିଣ୍ଡା ଅଞ୍ଚଳରେ ଚର୍ଚ୍ଚାର ପରିବେଶ ସୃଷ୍ଟି ହୋଇଛି। ମାମଲାର ତଦନ୍ତ କୁଚିଣ୍ଡା ପୋଲିସ ଜାରି ରଖିଛି।
    user_Jitendra Muduli
    Jitendra Muduli
    Aadhar center ଜମନକିରା, ସମ୍ବଲପୁର, ଓଡ଼ିଶା•
    16 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.