Shuru
Apke Nagar Ki App…
ଭୁବନ ପ୍ରଥମ ଦିନରେ ଟିକେ ଡର ଲାଗୁଥିଲା ତଥାପି ଭଲ ହେଲା ପ୍ରଥମ ଦିନରେ ଟିକେ ଡର ଲାଗୁଥିଲା ତଥାପି ଭଲ ହେଲା
Tapasdas 6372788705
ଭୁବନ ପ୍ରଥମ ଦିନରେ ଟିକେ ଡର ଲାଗୁଥିଲା ତଥାପି ଭଲ ହେଲା ପ୍ରଥମ ଦିନରେ ଟିକେ ଡର ଲାଗୁଥିଲା ତଥାପି ଭଲ ହେଲା
More news from ଓଡ଼ିଶା and nearby areas
- ହଁ ଆଜ୍ଞା ଏହି ଦୃଶ୍ୟଟି ଢ଼େଙ୍କାନାଳ ସଦର ବ୍ଲକ ଲୋଚାପଲି ଗ୍ରାମର ଘଟଣା। ଗ୍ରାମର ଏହି ଭିନକ୍ଷମ ବ୍ୟକ୍ତିଜଣଙ୍କ ନାରଣ ପ୍ରଧାନ । ଜନ୍ମରୁ ବିକଳାଙ୍ଗ ହୋଇଥିବା ବେଳେ ୮୦% ଦିବ୍ୟାଙ୍ଗ ସାଟିଫିକେଟ ପାଇଛନ୍ତି । ହେଲ ସରକାରଙ୍କ ଠାରୁ କେବଳ ଭତା ଟିକିଏ ପାଇବା ଛଡା ଅନ୍ୟ ସରକାରି ଯୋଜନାରୁ ବଞ୍ଚିତ ଅଛନ୍ତି ନାରଣ ପ୍ରଧାନ । ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ପାଇଁ ସରପଞ୍ଚ ଠାରୁ ସରକାରି ଅଫିସର ବାବୁମାନଙ୍କୁ ବାରମ୍ବାର ଅଭିଯୋଗ କଲାପରେ ବି କୌଣସି ସୁଫଳ ନ ମିଳିବାରୁ ପରିବାର ଚଳାଇବା ପାଇଁ ଭଙ୍ଗା ଚାଳ ଛପର ତଳେ ସାଇକେଲେ ଦୋକାନଟିଏ ଦେଇ ପେଟ ପୋସିବା କଷ୍ଟକର ହୋଉଛି ବୋଲି ଦୁଖ ପ୍ରକାଶ କରିଛନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ନାରଣକୁ ସହାୟତା ପ୍ରଦାନ କରିବା ନିହାତି ଆବଶ୍ୟକ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି।1
- ଢେଙ୍କାନାଳ ଗଂଦିଆ ରେ କଂଗ୍ରେସ ପକ୍ଷରୁ ଏସସି, ଏସଟି ଜାଗରଣ ସମାବେଶ ଏଥିରେ ଯୋଗଦେଲେ ପିସିସି ସଭାପତି ଭକ୍ତ ଦାସ3
- କଟକ ପ୍ରେସ କଲୋନି ସୌମ୍ୟା ରଞ୍ଜନ ଜେନା ଗୁଳିକାଣ୍ଡ ଘଟଣା। ସୌମ୍ୟା ଙ୍କ ଭଉଣୀ ଶର୍ମିଷ୍ଠା ଜେନାଙ୍କ ଅଭିଯୋଗ ମୋ ଭାଇ କୁ ଡାକି କି ମାରି ଦିଆଯାଇଛି।ମୋ ଭାଇ କୁ ନ୍ୟାୟ ମିଳିବା ସହ ସମସ୍ତ ଅଭିଯୁକ୍ତ ଙ୍କୁ ଫାଶୀ ଦିଆଯାଉ। ଯେଉଁମାନେ ଗିରଫ ହୋଇଛନ୍ତି ସେମାନେ ସମସ୍ତେ ଜଣେ ଜଣେ ଅପରାଧୀ। ମୋ ଭାଇ ବେକ ରେ ପକାଇଥିବା 8 ଲକ୍ଷ ଟଙ୍କାର ସୁନା ଚେନ କୁ ଲୁଟ କରିବା ଉଦ୍ଦେଶ୍ୟରେ ମୋ ଭାଇ କୁ ଡାକି ଗୁଳି କରିଛନ୍ତି। ଅନ୍ୟପଟେ ମଧୁପାଟଣା ଥାନା ପକ୍ଷରୁ 5 ଅଭିଯୁକ୍ତ ଙ୍କୁ କୌର୍ଟ ଚାଲାଣ କରାଯିବ।1
- କାକୁଡ଼ିଆ ଗ୍ରାମ ର ପୂର୍ବ ମହାନ୍ତ ସାହି ରେ ଶ୍ରୀ ଶ୍ରୀ ରତ୍ନ ମୁଦ ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି. #KaliapaniUpdate #Kakudia #Highlight #rajendra #ସୁକିନ୍ଦା #news #update #viralpost #comment1
- କଟକ ପ୍ରେସ କଲୋନୀ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କଲା ପୋଲିସ। ଥଟ୍ଟାମଜାରୁ ଗୁଳି ମାରିଦେଲେ। କଟକ ରିଙ୍କୁ ଜେନାକୁ ଗୁଳି କରି ହତ୍ୟା କରାଯାଇଥିବା ଘଟଣାର ପର୍ଦ୍ଦାଫାସ୍ କରି ଏଭଳି ସୂଚନା ଦେଇଛନ୍ତି କଟକ ଡିସିପି। ହତ୍ୟା ମାମଲାରେ ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।1
- ଯାଜପୁର ଜିଲ୍ଲାର ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ(ଜିତୁ)ଙ୍କ ଚର୍ଚ୍ଚିତ ଗଡ଼ମଧୁପୁର ପଂଚାୟତ ପନ୍ତୁରି ଠାରେ ଫାର୍ମ ହାଉସ ଜମିକୁ ଗତ ଗୁରବାର ଦିନ ତହସିଲ ପକ୍ଷରୁ ମାପଚୁପ କରାଯାଇ ଥିବାବେଳେ,ବହୁ ପରିମାଣ ରେ ସରକାରୀ ଜମି ହାତେଇଥିବା ଯେଉଁ ଚର୍ଚ୍ଚା ହେଉଥିଲା ତାହା ମାପ ହେବା ପରେ ସେପରି କୌଣସି ଅଧିକ ଜମି ଜବରଦଖଲ ହୋଇନଥିବା ଜଣା ପଡିଛି ।ତହସିଲ କାର୍ଯ୍ୟାଳୟ କର୍ମଚାରୀ ଙ୍କ ହିସାବ ଅନୁଯାୟୀ ଫାର୍ମ ହାଉସ ପାଚେରୀ ଭିତରୁ ୧. ୧୦ ଏକର ଜବରଦଖଲ ଜମି ଛାଡିବାକୁ ଥିଲାବେଳେ ପାଚେରୀ ବାହାରୁ ୧. ୨୭ ଏକର ଜମି ପାଇବାକୁ ଅଛି ।2
- ଢେଙ୍କାନାଳ ଜିଲ୍ଲାର ପୁରାତନ ଅମଳି ରୁ ଏହି ପର୍ବ ପାଳନ କରାଯାଉଛି ଆସନ୍ତା ଦୋଳ ପାଇଁ ରେଡି ଅlତିଣ୍ଡା ସମାଜ ଯୋଗ ଦାନ କରିଥିଲେ ଓଡିଶା ଗୋପାଳ ସମାଜ ର ତାପସଦାସ1
- ଢ଼େଙ୍କାନାଳ, ତା. ୨୦.୨.୨୦୨୬- ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ ସଭାଗୃହ ଠାରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାର ସ୍ଥାୟୀ ବିକାଶ ଲକ୍ଷ୍ୟର ସଫଳ ରୂପାୟନ ପାଇଁ ଏକ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ଅଧ୍ୟକ୍ଷତା କରିଥିଲେ । ସାମଗ୍ରିକ ବିକାଶ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ୧୭ଟି ଦିଗ ଉପରେ ସଫଳତା ହାସଲ ନିମନ୍ତେ ସମସ୍ତ ବିଭାଗୀୟ ଅଧିକାରୀ, ନିର୍ବାଚ଼ିତ ପ୍ରତିନିଧି ଓ ଜନ ସାଧାରଣଙ୍କ ସହଯୋଗ ଓ ନିଷ୍ଠାପର ଉଦ୍ୟମ ପାଇଁ ଆହ୍ଵାନ ଦେଇଥିଲେ । ପ୍ରାରମ୍ଭରେ ଯୋଜନା ଓ ପର୍ଯ୍ୟବେକ୍ଷଣର ଉପ-ନିର୍ଦ୍ଦେଶକ ଶ୍ରୀ ରାଜ ବଲ୍ଲଭ କର ସ୍ୱାଗତ ଭାଷଣ ଦେଇ ମାନବ ସମାଜର କଲ୍ୟାଣ ପାଇଁ କାର୍ଯ୍ୟକାରୀ ହେଉଥିବା ୧୭ଟି ଯୋଜନା ମଧ୍ୟରୁ ବିଶ୍ଵର ବିଭିନ୍ନ ଦେଶରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରାଯାଇପାରିଛି ବୋଲି ପ୍ରକାଶ କରିଥିଲେ । ଶ୍ରୀ ଶ୍ରୀ ୟୁନିଭରସିଟିର ପ୍ରଫେସର ଶ୍ରୀ ସତ୍ୟଜିତ ଆର୍ଯ୍ୟ ରିସୋର୍ସ ପର୍ସନ୍ ( ବିଶେଷଜ୍ଞ ) ଭାବେ ଯୋଗ ଦେଇ ୨୦୩୦ସୁଦ୍ଧା ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଥିଲେ। ମାନବ ସମାଜର ବିକାଶ ପାଇଁ କାର୍ଯ୍ୟକାରୀ ହେଉଥିବା ସମସ୍ତ ପ୍ରକାରର ଦାରିଦ୍ର୍ଯ ଦୂରୀକରଣ, କ୍ଷୁଧା ଦୂର କରିବା,ଖାଦ୍ୟ ସୁରକ୍ଷା ତଥା ପୁଷ୍ଟିକର ଖାଦ୍ୟ ପାଇଁ କୃଷିକୁ ପ୍ରୋତ୍ସାହିତ କରିବା, ପ୍ରତ୍ୟେକଙ୍କ ପାଇଁ ସୁସ୍ଥ ଓ ନିରାମୟ ଜୀବନ ସୁନିଶ୍ଚିତ କରିବା, ସମସ୍ତ ମହିଳା ଓ ବାଳିକାମାନଙ୍କର ସଶକ୍ତି କରଣ ତଥା ଲିଙ୍ଗଗତ ସମାନତା ହାସଲ କରିବା, ଜଳ ଓ ପରିମଳ ବ୍ୟବସ୍ଥା, ସମସ୍ତଙ୍କୁ ସୁଲଭ ମୂଲ୍ୟରେ ନିର୍ଭରଯୋଗ୍ୟ, ଦୀର୍ଘସ୍ଥାୟୀ ଓ ଆଧୁନିକ ଶକ୍ତି ଯୋଗାଇବା, ଅର୍ଥନୈତିକ ବିକାଶ ସହିତ ସମ୍ମାନପୂର୍ଣ୍ଣ ଉତ୍ପାଦନକ୍ଷମ ନିଯୁକ୍ତି ସୁଯୋଗ, ଦୀର୍ଘସ୍ଥାୟୀ ଶିଳ୍ପାୟନ ଏବଂ ନୂତନ ଉଦ୍ଭାବନ, ଦେଶ ଭିତରେ ଓ ଦେଶ ଦେଶ ମଧ୍ୟରେ ଥିବା ଅସମାନତାକୁ ହ୍ରାସ କରିବା, ସମସ୍ତ ସହର ଓ ଜନବସତି ଗୁଡ଼ିକୁ ସନ୍ତୁଳିତ ଓ ସୁରକ୍ଷିତ ରଖିବା, ସମସ୍ତ ସମ୍ବଳର ଦାୟୀତ୍ବପୂର୍ଣ୍ଣ ବ୍ୟବହାର, ଜଳବାୟୁର ସୁରକ୍ଷା ପାଇଁ ଜରୁରୀକାଳୀନ ପଦକ୍ଷେପ ଗ୍ରହଣ, ସାମୁଦ୍ରିକ ସମ୍ବଳ ଗୁଡ଼ିକର ସଂରକ୍ଷଣ ଓ ଉପଯୁକ୍ତ ବ୍ୟବହାର, ମୃତ୍ତିକା ଓ ଜୈବ ବିବିଧତାର କ୍ଷୟକୁ ରୋକିବା, ଜଙ୍ଗଲ ବୃଦ୍ଧି କରିବା, ଶାନ୍ତିପୂର୍ଣ୍ଣ ଓ ସମ୍ମିଳିତ ସମାଜ ଗଠନ, ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିବା ସହିତ ଦୀର୍ଘସ୍ଥାୟୀ ବିକାଶ ନିମନ୍ତେ ବିଶ୍ଵସ୍ତରୀୟ ସହଭାଗିତାକୁ ମଜବୁତ କରି କାର୍ଯ୍ୟକ୍ରମ ଗୁଡ଼ିକର ସଫଳ ରୂପାୟନ ପାଇଁ ଉପାୟ ଗୁଡ଼ିକୁ ସୁଦୃଢ଼ କରିବା ସଂପର୍କରେ ସେ ଆଲୋକପାତ କରିଥିଲେ । ଯୋଜନା ଓ ପର୍ଯ୍ୟବେକ୍ଷଣର ସହକାରୀ ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ନାୟକ ଏହି ୧୭ଟି ଯୋଜନାର କାର୍ଯ୍ୟକାରୀତା ସମ୍ବନ୍ଧରେ ସୂଚ଼଼ନା ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ସଭ୍ୟ-ସଭ୍ୟା , ସମସ୍ତ ବିଡ଼ିଓ ଏବଂ ତହସିଲଦାର, ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ, ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମ କର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ । ଶେଷର ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।1
- ଗତ ବୁଧବାର ଦିନ କଟକ ସଦର ଅଞ୍ଚଳର ନୂଆପଡ଼ା ସ୍ଥିତ ପ୍ରେସ କଲୋନୀ ଠାରେ ସୌମ୍ୟରଂଜନ ଜେନା ଙ୍କ ର ହତ୍ୟାକାରୀ ସଂପୃକ୍ତ 5 ଜଣଙ୍କୁ ଗିରଫ କରାଯାଇଛି ବୋଲି କଟକ ଡି ସି ପି ଋଷିକେଶ ଖିଲାରୀ ଆଜି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି। ଏହି ହତ୍ୟାକାଣ୍ଡ ସମ୍ପର୍କରେ ଶ୍ରୀ କ୍ଷିଲାରୀ ସୂଚନା ଦେଇ କହିଲେ ସାଙ୍ଗ ମାନଙ୍କ ମଧ୍ୟରେ ଥଟା ମଜା କରି ଏହି ଗୁଳି କାଣ୍ଡ ହୋଇଛି। ଗୁଳି ହେବାପରେ ସୌମ୍ୟ କୁ ଡାକ୍ତରଖାନା କୁ ନିଆଯାଇଥିଲେ ଫଳ ଓଲଟା ହୋଇଥାନ୍ତା। ଗୁଳିକାଣ୍ଡ ପରେ ବିଳମ୍ବ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଲା। ଏହି ଗୁଳିକାଣ୍ଡର ମାଷ୍ଟର ମାଇଣ୍ଡ ହେଉଛନ୍ତି ଉତ୍କଳ କେଶରୀ ପଶାୟତ @ହୁକୁ। ଭୋଜି ଭାତ ବେଳେ ସାଙ୍ଗ ମାନେ ନିଶା ସେବନ କରିଥିଲେ। ନିଶା ସେବନ ପରେ ଥଟା ମଜାରେ ପାଟିତୁଣ୍ଡ ହୋଇ ହୂକୁ ନାଣ୍ଡୁ @ଅଭିଜିତ ମହାନ୍ତି ଠାରୁ ବନ୍ଧୁକ ନେଇ ଗୁଳି ଚଳାଇ ଥିଲା। ଗୁଳି ଚଳାଇବା ପରେ ତାକୁ ପ୍ରଥମେ ଏକ ଘରୋଇ ହସ୍ପିଟାଲ କୁ ନେଇଥିଲେ। ପରେ ପରେ ବିଳମ୍ବରେ ସରକାରୀ ଡାକ୍ତରଖାନା କୁ ନେଇଥିଲେ। ସରକାରୀ ଡ଼ାକ୍ତରଖାନାରେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲେ। ନାଂଡୁ @ଅଭିଜିତ ମହାନ୍ତି ଙ୍କ ନାମରେ ଏକାଧିକ ମାମଲା ରହିଛି। ଗିରଫ ବ୍ୟକ୍ତି ମାନେ ହେଲେ ପୋଡ଼ା @ପ୍ରିୟବ୍ରତ ତ୍ରିପାଠୀ। ବାଉଁ @ ଆଲିଆଶ ହିମାଂଶୁ ଶେଖର ନାୟକ। ଓମ @ ରୁଦ୍ରପ୍ରସାଦ ଚାନ୍ଦ ଙ୍କୁ ପୋଲିସ ଗିରଫ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ପୋଲିସ ଏ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରିରଖିବ ସହିତ ବନ୍ଧୁକାକୁ ଗତ ବୁଧବାର ଦିନ କଟକ ସଦର ଅଞ୍ଚଳର ନୂଆପଡ଼ା ସ୍ଥିତ ପ୍ରେସ କଲୋନୀ ଠାରେ ସୌମ୍ୟରଂଜନ ଜେନା ଙ୍କ ର ହତ୍ୟାକାରୀ ସଂପୃକ୍ତ 5 ଜଣଙ୍କୁ ଗିରଫ କରାଯାଇଛି ବୋଲି କଟକ ଡି ସି ପି ଋଷିକେଶ ଖିଲାରୀ ଆଜି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି। ଏହି ହତ୍ୟାକାଣ୍ଡ ସମ୍ପର୍କରେ ଶ୍ରୀ କ୍ଷିଲାରୀ ସୂଚନା ଦେଇ କହିଲେ ସାଙ୍ଗ ମାନଙ୍କ ମଧ୍ୟରେ ଥଟା ମଜା କରି ଏହି ଗୁଳି କାଣ୍ଡ ହୋଇଛି। ଗୁଳି ହେବାପରେ ସୌମ୍ୟ କୁ ଡାକ୍ତରଖାନା କୁ ନିଆଯାଇଥିଲେ ଫଳ ଓଲଟା ହୋଇଥାନ୍ତା। ଗୁଳିକାଣ୍ଡ ପରେ ବିଳମ୍ବ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଲା। ଏହି ଗୁଳିକାଣ୍ଡର ମାଷ୍ଟର ମାଇଣ୍ଡ ହେଉଛନ୍ତି ଉତ୍କଳ କେଶରୀ ପଶାୟତ @ହୁକୁ। ଭୋଜି ଭାତ ବେଳେ ସାଙ୍ଗ ମାନେ ନିଶା ସେବନ କରିଥିଲେ। ନିଶା ସେବନ ପରେ ଥଟା ମଜାରେ ପାଟିତୁଣ୍ଡ ହୋଇ ହୂକୁ ନାଣ୍ଡୁ @ଅଭିଜିତ ମହାନ୍ତି ଠାରୁ ବନ୍ଧୁକ ନେଇ ଗୁଳି ଚଳାଇ ଥିଲା। ଗୁଳି ଚଳାଇବା ପରେ ତାକୁ ପ୍ରଥମେ ଏକ ଘରୋଇ ହସ୍ପିଟାଲ କୁ ନେଇଥିଲେ। ପରେ ପରେ ବିଳମ୍ବରେ ସରକାରୀ ଡାକ୍ତରଖାନା କୁ ନେଇଥିଲେ। ସରକାରୀ ଡ଼ାକ୍ତରଖାନାରେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲେ। ନାଂଡୁ @ଅଭିଜିତ ମହାନ୍ତି ଙ୍କ ନାମରେ ଏକାଧିକ ମାମଲା ରହିଛି। ଗିରଫ ବ୍ୟକ୍ତି ମାନେ ହେଲେ ପୋଡ଼ା @ପ୍ରିୟବ୍ରତ ତ୍ରିପାଠୀ। ବାଉଁ @ ଆଲିଆଶ ହିମାଂଶୁ ଶେଖର ନାୟକ। ଓମ @ ରୁଦ୍ରପ୍ରସାଦ ଚାନ୍ଦ ଙ୍କୁ ପୋଲିସ ଗିରଫ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ପୋଲିସ ଏ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରିରଖିବ ସହିତ ବନ୍ଧୁକାକୁ ଜବତ କରିବା ସହିତ ଦୁଇଟି ସ୍କୁଟି ଗୋଟିଏ କାର୍ ମୋବାଇଲ ଫୋନ ଜବତ କରାଯାଇଛି।1