logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାର ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଢ଼େଙ୍କାନାଳ, ତା. ୨୦.୨.୨୦୨୬- ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ ସଭାଗୃହ ଠାରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାର ସ୍ଥାୟୀ ବିକାଶ ଲକ୍ଷ୍ୟର ସଫଳ ରୂପାୟନ ପାଇଁ ଏକ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ଅଧ୍ୟକ୍ଷତା କରିଥିଲେ । ସାମଗ୍ରିକ ବିକାଶ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ୧୭ଟି ଦିଗ ଉପରେ ସଫଳତା ହାସଲ ନିମନ୍ତେ ସମସ୍ତ ବିଭାଗୀୟ ଅଧିକାରୀ, ନିର୍ବାଚ଼ିତ ପ୍ରତିନିଧି ଓ ଜନ ସାଧାରଣଙ୍କ ସହଯୋଗ ଓ ନିଷ୍ଠାପର ଉଦ୍ୟମ ପାଇଁ ଆହ୍ଵାନ ଦେଇଥିଲେ । ପ୍ରାରମ୍ଭରେ ଯୋଜନା ଓ ପର୍ଯ୍ୟବେକ୍ଷଣର ଉପ-ନିର୍ଦ୍ଦେଶକ ଶ୍ରୀ ରାଜ ବଲ୍ଲଭ କର ସ୍ୱାଗତ ଭାଷଣ ଦେଇ ମାନବ ସମାଜର କଲ୍ୟାଣ ପାଇଁ କାର୍ଯ୍ୟକାରୀ ହେଉଥିବା ୧୭ଟି ଯୋଜନା ମଧ୍ୟରୁ ବିଶ୍ଵର ବିଭିନ୍ନ ଦେଶରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରାଯାଇପାରିଛି ବୋଲି ପ୍ରକାଶ କରିଥିଲେ । ଶ୍ରୀ ଶ୍ରୀ ୟୁନିଭରସିଟିର ପ୍ରଫେସର ଶ୍ରୀ ସତ୍ୟଜିତ ଆର୍ଯ୍ୟ ରିସୋର୍ସ ପର୍ସନ୍ ( ବିଶେଷଜ୍ଞ ) ଭାବେ ଯୋଗ ଦେଇ ୨୦୩୦ସୁଦ୍ଧା ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଥିଲେ। ମାନବ ସମାଜର ବିକାଶ ପାଇଁ କାର୍ଯ୍ୟକାରୀ ହେଉଥିବା ସମସ୍ତ ପ୍ରକାରର ଦାରିଦ୍ର୍ଯ ଦୂରୀକରଣ, କ୍ଷୁଧା ଦୂର କରିବା,ଖାଦ୍ୟ ସୁରକ୍ଷା ତଥା ପୁଷ୍ଟିକର ଖାଦ୍ୟ ପାଇଁ କୃଷିକୁ ପ୍ରୋତ୍ସାହିତ କରିବା, ପ୍ରତ୍ୟେକଙ୍କ ପାଇଁ ସୁସ୍ଥ ଓ ନିରାମୟ ଜୀବନ ସୁନିଶ୍ଚିତ କରିବା, ସମସ୍ତ ମହିଳା ଓ ବାଳିକାମାନଙ୍କର ସଶକ୍ତି କରଣ ତଥା ଲିଙ୍ଗଗତ ସମାନତା ହାସଲ କରିବା, ଜଳ ଓ ପରିମଳ ବ୍ୟବସ୍ଥା, ସମସ୍ତଙ୍କୁ ସୁଲଭ ମୂଲ୍ୟରେ ନିର୍ଭରଯୋଗ୍ୟ, ଦୀର୍ଘସ୍ଥାୟୀ ଓ ଆଧୁନିକ ଶକ୍ତି ଯୋଗାଇବା, ଅର୍ଥନୈତିକ ବିକାଶ ସହିତ ସମ୍ମାନପୂର୍ଣ୍ଣ ଉତ୍ପାଦନକ୍ଷମ ନିଯୁକ୍ତି ସୁଯୋଗ, ଦୀର୍ଘସ୍ଥାୟୀ ଶିଳ୍ପାୟନ ଏବଂ ନୂତନ ଉଦ୍ଭାବନ, ଦେଶ ଭିତରେ ଓ ଦେଶ ଦେଶ ମଧ୍ୟରେ ଥିବା ଅସମାନତାକୁ ହ୍ରାସ କରିବା, ସମସ୍ତ ସହର ଓ ଜନବସତି ଗୁଡ଼ିକୁ ସନ୍ତୁଳିତ ଓ ସୁରକ୍ଷିତ ରଖିବା, ସମସ୍ତ ସମ୍ବଳର ଦାୟୀତ୍ବପୂର୍ଣ୍ଣ ବ୍ୟବହାର, ଜଳବାୟୁର ସୁରକ୍ଷା ପାଇଁ ଜରୁରୀକାଳୀନ ପଦକ୍ଷେପ ଗ୍ରହଣ, ସାମୁଦ୍ରିକ ସମ୍ବଳ ଗୁଡ଼ିକର ସଂରକ୍ଷଣ ଓ ଉପଯୁକ୍ତ ବ୍ୟବହାର, ମୃତ୍ତିକା ଓ ଜୈବ ବିବିଧତାର କ୍ଷୟକୁ ରୋକିବା, ଜଙ୍ଗଲ ବୃଦ୍ଧି କରିବା, ଶାନ୍ତିପୂର୍ଣ୍ଣ ଓ ସମ୍ମିଳିତ ସମାଜ ଗଠନ, ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିବା ସହିତ ଦୀର୍ଘସ୍ଥାୟୀ ବିକାଶ ନିମନ୍ତେ ବିଶ୍ଵସ୍ତରୀୟ ସହଭାଗିତାକୁ ମଜବୁତ କରି କାର୍ଯ୍ୟକ୍ରମ ଗୁଡ଼ିକର ସଫଳ ରୂପାୟନ ପାଇଁ ଉପାୟ ଗୁଡ଼ିକୁ ସୁଦୃଢ଼ କରିବା ସଂପର୍କରେ ସେ ଆଲୋକପାତ କରିଥିଲେ । ଯୋଜନା ଓ ପର୍ଯ୍ୟବେକ୍ଷଣର ସହକାରୀ ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ନାୟକ ଏହି ୧୭ଟି ଯୋଜନାର କାର୍ଯ୍ୟକାରୀତା ସମ୍ବନ୍ଧରେ ସୂଚ଼଼ନା ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ସଭ୍ୟ-ସଭ୍ୟା , ସମସ୍ତ ବିଡ଼ିଓ ଏବଂ ତହସିଲଦାର, ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ, ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମ କର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ । ଶେଷର ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

18 hrs ago
user_Amani Sahoo
Amani Sahoo
ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•

More news from ଓଡ଼ିଶା and nearby areas
  • ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଳକ୍ ଦେଓଗାଁ ଗ୍ରାମ ପଞ୍ଚାୟତ ଗୋପାଳପୁର ଗ୍ରାମରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ଗୋପାଳପୁର ଗ୍ରାମରର ସମର ନାୟକ ଓ ତାଙ୍କ ସାନଭାଇ ସୁଧୀର ନାୟକଙ୍କ ୫ ବଖରା ଚାଳଛପର ଘର ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ ଅପରାହ୍ନରେ ଘରେ ସମସ୍ତ ପରିବାରଙ୍କ ଉପସ୍ଥିତିବେଳେ ଘରେ ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଘରେ ନିଆଁ ଲାଗିଯାଇଥିଲା। ପ୍ରଥମେ ଗ୍ରାମବାସୀ ନିଆଁକୁ ଆୟତ୍ତ କରିଥିବା ପାଇଁ ଚେଷ୍ଟା କରିଥିଲେ ପରେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଅଗ୍ନିକାଣ୍ଡରେ ସମସ୍ତ ଆସବା ପତ୍ର ସହ ୧ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜଳି ପୋଡ଼ି ପାଉଁଶ ହୋଇଯାଇଅଛି। ଅଗ୍ନିବିପନ୍ନ କୃଷି ପରିବାରକୁ ତୁରନ୍ତ ସରକାରୀ ସହାୟତା ସହ ପକ୍କାଘର ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।
    1
    ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଳକ୍ ଦେଓଗାଁ ଗ୍ରାମ ପଞ୍ଚାୟତ ଗୋପାଳପୁର ଗ୍ରାମରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ଗୋପାଳପୁର ଗ୍ରାମରର ସମର ନାୟକ ଓ ତାଙ୍କ ସାନଭାଇ ସୁଧୀର ନାୟକଙ୍କ ୫ ବଖରା ଚାଳଛପର ଘର ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ ଅପରାହ୍ନରେ ଘରେ ସମସ୍ତ ପରିବାରଙ୍କ ଉପସ୍ଥିତିବେଳେ ଘରେ ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଘରେ ନିଆଁ ଲାଗିଯାଇଥିଲା। ପ୍ରଥମେ ଗ୍ରାମବାସୀ ନିଆଁକୁ ଆୟତ୍ତ କରିଥିବା ପାଇଁ ଚେଷ୍ଟା କରିଥିଲେ ପରେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଅଗ୍ନିକାଣ୍ଡରେ ସମସ୍ତ ଆସବା ପତ୍ର ସହ ୧ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜଳି ପୋଡ଼ି ପାଉଁଶ ହୋଇଯାଇଅଛି। ଅଗ୍ନିବିପନ୍ନ କୃଷି ପରିବାରକୁ ତୁରନ୍ତ ସରକାରୀ ସହାୟତା ସହ ପକ୍କାଘର ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    14 hrs ago
  • ଢେଙ୍କାନାଳ ଜିଲ୍ଲା ପରିଷଦ ହଲ ଠାରେ ଜିଲ୍ଲା ସ୍ଥାୟୀ ବିକାଶ ଲକ୍ଷ୍ୟ ରଖି ପ୍ରସିକ୍ଷଣ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଜିଲ୍ଲାପରିଷଦ ଅଧ୍ୟକ୍ଷ୍ୟା ଶ୍ରୀମତୀ ଅର୍ଚନା ପୁହାଣ ଅଧ୍ଯକ୍ଷତା କରିଥିଲେ
    2
    ଢେଙ୍କାନାଳ ଜିଲ୍ଲା ପରିଷଦ ହଲ ଠାରେ ଜିଲ୍ଲା ସ୍ଥାୟୀ ବିକାଶ ଲକ୍ଷ୍ୟ ରଖି ପ୍ରସିକ୍ଷଣ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଜିଲ୍ଲାପରିଷଦ ଅଧ୍ୟକ୍ଷ୍ୟା ଶ୍ରୀମତୀ ଅର୍ଚନା  ପୁହାଣ
ଅଧ୍ଯକ୍ଷତା କରିଥିଲେ
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    18 hrs ago
  • ପ୍ରଥମ ଦିନରେ ଟିକେ ଡର ଲାଗୁଥିଲା ତଥାପି ଭଲ ହେଲା
    1
    ପ୍ରଥମ ଦିନରେ ଟିକେ ଡର ଲାଗୁଥିଲା ତଥାପି ଭଲ ହେଲା
    user_Tapasdas 6372788705
    Tapasdas 6372788705
    Gandia, Dhenkanal•
    5 hrs ago
  • କେହି ଜଣେ ବ୍ୟକ୍ତି ଖାନ୍ ନଗର ସ୍ଥିତ ମା ଦକ୍ଷିଣ କାଳୀ ଙ୍କ ମନ୍ଦିର ସମ୍ମୁଖ ରେ ବୁଲେଟ ରଖି ଯାଇଥିଲେ ହେଲେ କୌଣସି କାରଣ ବଶତଃ ବୁଲେଟ ଟିରେ ନିଆଁ ଲାଗି ଯାଇଥିଲା ଯାହାଫଳରେ ଚାହୁଁ ଚାହୁଁ ବୁଲେଟ ଟି ଜଳି ନଷ୍ଟ ହୋଇଯାଇଥିଲା।
    1
    କେହି ଜଣେ ବ୍ୟକ୍ତି ଖାନ୍ ନଗର ସ୍ଥିତ ମା ଦକ୍ଷିଣ  କାଳୀ ଙ୍କ ମନ୍ଦିର ସମ୍ମୁଖ ରେ ବୁଲେଟ ରଖି ଯାଇଥିଲେ ହେଲେ କୌଣସି କାରଣ ବଶତଃ ବୁଲେଟ ଟିରେ ନିଆଁ ଲାଗି ଯାଇଥିଲା ଯାହାଫଳରେ ଚାହୁଁ ଚାହୁଁ ବୁଲେଟ ଟି ଜଳି ନଷ୍ଟ ହୋଇଯାଇଥିଲା।
    user_Aritkumar Mohapatra
    Aritkumar Mohapatra
    କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    37 min ago
  • ଏ ସିନେମା ଓଡ଼ିଆଙ୍କ ଗର୍ବ | କାହାଣୀ ଆମ ଓଡ଼ିଆଙ୍କ ପରମ୍ପରା ଉପରେ ଆଧାରିତ | ଏ ସିନେମାକୁ ଆମେ ସମସ୍ତେ ଦେଖିବା ଆଉ କହିବା ଆମେ ଓଡ଼ିଆ ଭାରି ବଢ଼ିଆ.. ଭୁବନେଶ୍ୱର, ଓଡ଼ିଶା #bhubaneswar #odisha
    1
    ଏ ସିନେମା ଓଡ଼ିଆଙ୍କ ଗର୍ବ | କାହାଣୀ ଆମ ଓଡ଼ିଆଙ୍କ ପରମ୍ପରା ଉପରେ ଆଧାରିତ | ଏ ସିନେମାକୁ ଆମେ ସମସ୍ତେ ଦେଖିବା ଆଉ କହିବା ଆମେ ଓଡ଼ିଆ ଭାରି ବଢ଼ିଆ..
ଭୁବନେଶ୍ୱର, ଓଡ଼ିଶା 
#bhubaneswar #odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    2 hrs ago
  • କଟକ ମଧୁପାଟଣା ଛକରେ ରାସ୍ତା ମଝିରେ ବସ୍ ରଖି ଲୋକ ଚଢାଇବା ପଡ଼ିଲା ମହଙ୍ଗା। ଦିନକୁ ଦିନ ବଢ଼ିବାରେ ଲାଗିଛି ବସ୍ ବାଲାଙ୍କ ଗୁଣ୍ଡଗର୍ଦୀ ଯୋଉଠି ଇଚ୍ଛା ରାସ୍ତା ମଝିରେ ବସ୍ ଅଟକାଇଲେ ଲୋକ ଚଢ଼ାଇଲେ। ବିଗତ ଦିନରେ ଏଇଥିପାଇଁ ଦୁଇ ଜଣ ନିରୀହ ଲୋକଙ୍କର ଜୀବନ ଯାଇଛି ଏହି ବସ୍ ଵାଲାଙ୍କ ପାଇଁ। ସେଥିପାଇଁ ଆଜି କଟକ ମଧୁପାଟଣା ଛକ ନିକଟରେ ରାସ୍ତା ଉପରେ ବସ୍ ରଖି ଲୋକ ଉଠାଉଥିବା ବେଳେ ଧରିନେଲେ ଟ୍ରାଫିକ ବାବୁ।
    1
    କଟକ ମଧୁପାଟଣା ଛକରେ ରାସ୍ତା ମଝିରେ ବସ୍ ରଖି ଲୋକ ଚଢାଇବା ପଡ଼ିଲା ମହଙ୍ଗା। ଦିନକୁ ଦିନ ବଢ଼ିବାରେ ଲାଗିଛି ବସ୍ ବାଲାଙ୍କ ଗୁଣ୍ଡଗର୍ଦୀ ଯୋଉଠି ଇଚ୍ଛା ରାସ୍ତା ମଝିରେ ବସ୍ ଅଟକାଇଲେ ଲୋକ ଚଢ଼ାଇଲେ। ବିଗତ ଦିନରେ ଏଇଥିପାଇଁ ଦୁଇ ଜଣ ନିରୀହ ଲୋକଙ୍କର ଜୀବନ ଯାଇଛି ଏହି ବସ୍ ଵାଲାଙ୍କ ପାଇଁ। ସେଥିପାଇଁ ଆଜି କଟକ ମଧୁପାଟଣା ଛକ ନିକଟରେ ରାସ୍ତା ଉପରେ ବସ୍ ରଖି ଲୋକ ଉଠାଉଥିବା ବେଳେ ଧରିନେଲେ ଟ୍ରାଫିକ ବାବୁ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    2 hrs ago
  • କାଳିଆପାଣିରେ ମାର୍କେଟ କମ୍ପ୍ଲେକ୍ସ ଭଙ୍ଗା: ସ୍ଥାନୀୟ ମହଲ ରେ ଚର୍ଚ୍ଚା ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଗ୍ରାମ ପଞ୍ଚାୟତ ନିକଟରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସକୁ ଶୁକ୍ରବାର ଦିନ ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଥିବା ଦେଖିବାକୁ ମିଳିଛି। ଘଟଣାଟି ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଓ ଆଲୋଚନା ବଢ଼ିଛି। ଏହି କମ୍ପ୍ଲେକ୍ସ ଦ୍ୱାରା ଅନେକ ଛୋଟ ବ୍ୟବସାୟୀ ଓ ଯୁବକ ରୋଜଗାର ସୁଯୋଗ ପାଉଥିଲେ ବୋଲି କୁହାଯାଉଛି। ତେଣୁ ଏହାର ଭଙ୍ଗା କାର୍ଯ୍ୟବାହୀ ସ୍ଥାନୀୟ ମହଳରେ ପ୍ରଭାବ ପକାଇଛି। ଅନ୍ୟପଟେ, ପ୍ରଶାସନ ପକ୍ଷରୁ କାନୁନ ପ୍ରକ୍ରିୟା ଅନୁସାରେ ପଦକ୍ଷେପ ନିଆଯାଇଥିବା ଦାବି କରାଯାଉଛି। ସମସ୍ତ ପ୍ରସଙ୍ଗର ସଠିକ ତଥ୍ୟ ସ୍ପଷ୍ଟ ହେବା ଏବଂ ଆଇନ ଅନୁସାରେ ନିଷ୍ପକ୍ଷ ତଦନ୍ତ ହେବାକୁ ସାଧାରଣ ଲୋକ ଆଶା କରୁଛନ୍ତି। ଲୋକତନ୍ତ୍ରରେ ପାରଦର୍ଶିତା ଓ ନ୍ୟାୟ ପ୍ରତ୍ୟେକ ନିଷ୍ପତ୍ତିର ମୂଳ ଆଧାର ହେବା ଉଚିତ। ଆଗାମୀ ଦିନରେ ଏହି ଘଟଣା କେମିତି ଦିଗନିର୍ଦ୍ଦେଶ ନେବ, ସେଥିପାଇଁ ସମସ୍ତଙ୍କ ନଜର ରହିଛି। #kaliapani #Sukinda #JajpurOdisha #LocalNews #PublicConcern #RuleOfLaw #transparency #rajendra #kaliapaniUpdate #highlight
    2
    କାଳିଆପାଣିରେ ମାର୍କେଟ କମ୍ପ୍ଲେକ୍ସ ଭଙ୍ଗା: ସ୍ଥାନୀୟ ମହଲ ରେ ଚର୍ଚ୍ଚା
ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଗ୍ରାମ ପଞ୍ଚାୟତ ନିକଟରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସକୁ ଶୁକ୍ରବାର ଦିନ ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଥିବା ଦେଖିବାକୁ ମିଳିଛି।
ଘଟଣାଟି ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଓ ଆଲୋଚନା ବଢ଼ିଛି। ଏହି କମ୍ପ୍ଲେକ୍ସ ଦ୍ୱାରା ଅନେକ ଛୋଟ ବ୍ୟବସାୟୀ ଓ ଯୁବକ ରୋଜଗାର ସୁଯୋଗ ପାଉଥିଲେ ବୋଲି କୁହାଯାଉଛି। ତେଣୁ ଏହାର ଭଙ୍ଗା କାର୍ଯ୍ୟବାହୀ ସ୍ଥାନୀୟ ମହଳରେ ପ୍ରଭାବ ପକାଇଛି।
ଅନ୍ୟପଟେ, ପ୍ରଶାସନ ପକ୍ଷରୁ କାନୁନ ପ୍ରକ୍ରିୟା ଅନୁସାରେ ପଦକ୍ଷେପ ନିଆଯାଇଥିବା ଦାବି କରାଯାଉଛି। ସମସ୍ତ ପ୍ରସଙ୍ଗର ସଠିକ ତଥ୍ୟ ସ୍ପଷ୍ଟ ହେବା ଏବଂ ଆଇନ ଅନୁସାରେ ନିଷ୍ପକ୍ଷ ତଦନ୍ତ ହେବାକୁ ସାଧାରଣ ଲୋକ ଆଶା କରୁଛନ୍ତି।
ଲୋକତନ୍ତ୍ରରେ ପାରଦର୍ଶିତା ଓ ନ୍ୟାୟ ପ୍ରତ୍ୟେକ ନିଷ୍ପତ୍ତିର ମୂଳ ଆଧାର ହେବା ଉଚିତ। ଆଗାମୀ ଦିନରେ ଏହି ଘଟଣା କେମିତି ଦିଗନିର୍ଦ୍ଦେଶ ନେବ, ସେଥିପାଇଁ ସମସ୍ତଙ୍କ ନଜର ରହିଛି।
#kaliapani #Sukinda #JajpurOdisha #LocalNews #PublicConcern #RuleOfLaw #transparency  #rajendra #kaliapaniUpdate #highlight
    user_RAJENDRA MAHANTA
    RAJENDRA MAHANTA
    କାଳିଆପାଣି, ଯାଜପୁର, ଓଡ଼ିଶା•
    1 hr ago
  • ହଁ ଆଜ୍ଞା ଏହି ଦୃଶ୍ୟଟି ଢ଼େଙ୍କାନାଳ ସଦର ବ୍ଲକ ଲୋଚାପଲି ଗ୍ରାମର ଘଟଣା। ଗ୍ରାମର ଏହି ଭିନକ୍ଷମ ବ୍ୟକ୍ତିଜଣଙ୍କ ନାରଣ ପ୍ରଧାନ । ଜନ୍ମରୁ ବିକଳାଙ୍ଗ ହୋଇଥିବା ବେଳେ ୮୦% ଦିବ୍ୟାଙ୍ଗ ସାଟିଫିକେଟ ପାଇଛନ୍ତି । ହେଲ ସରକାରଙ୍କ ଠାରୁ କେବଳ ଭତା ଟିକିଏ ପାଇବା ଛଡା ଅନ୍ୟ ସରକାରି ଯୋଜନାରୁ ବଞ୍ଚିତ ଅଛନ୍ତି ନାରଣ ପ୍ରଧାନ । ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ପାଇଁ ସରପଞ୍ଚ ଠାରୁ ସରକାରି ଅଫିସର ବାବୁମାନଙ୍କୁ ବାରମ୍ବାର ଅଭିଯୋଗ କଲାପରେ ବି କୌଣସି ସୁଫଳ ନ ମିଳିବାରୁ ପରିବାର ଚଳାଇବା ପାଇଁ ଭଙ୍ଗା ଚାଳ ଛପର ତଳେ ସାଇକେଲେ ଦୋକାନଟିଏ ଦେଇ ପେଟ ପୋସିବା କଷ୍ଟକର ହୋଉଛି ବୋଲି ଦୁଖ ପ୍ରକାଶ କରିଛନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ନାରଣକୁ ସହାୟତା ପ୍ରଦାନ କରିବା ନିହାତି ଆବଶ୍ୟକ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି।
    1
    ହଁ ଆଜ୍ଞା ଏହି ଦୃଶ୍ୟଟି ଢ଼େଙ୍କାନାଳ ସଦର ବ୍ଲକ  ଲୋଚାପଲି ଗ୍ରାମର ଘଟଣା। ଗ୍ରାମର ଏହି ଭିନକ୍ଷମ ବ୍ୟକ୍ତିଜଣଙ୍କ ନାରଣ ପ୍ରଧାନ । ଜନ୍ମରୁ ବିକଳାଙ୍ଗ ହୋଇଥିବା ବେଳେ ୮୦% ଦିବ୍ୟାଙ୍ଗ ସାଟିଫିକେଟ ପାଇଛନ୍ତି । ହେଲ ସରକାରଙ୍କ ଠାରୁ କେବଳ ଭତା ଟିକିଏ ପାଇବା ଛଡା ଅନ୍ୟ ସରକାରି ଯୋଜନାରୁ ବଞ୍ଚିତ ଅଛନ୍ତି ନାରଣ ପ୍ରଧାନ । ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ପାଇଁ ସରପଞ୍ଚ ଠାରୁ ସରକାରି ଅଫିସର ବାବୁମାନଙ୍କୁ ବାରମ୍ବାର ଅଭିଯୋଗ କଲାପରେ ବି କୌଣସି ସୁଫଳ ନ ମିଳିବାରୁ ପରିବାର ଚଳାଇବା ପାଇଁ ଭଙ୍ଗା ଚାଳ ଛପର ତଳେ ସାଇକେଲେ ଦୋକାନଟିଏ ଦେଇ ପେଟ ପୋସିବା କଷ୍ଟକର ହୋଉଛି ବୋଲି ଦୁଖ ପ୍ରକାଶ କରିଛନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ନାରଣକୁ ସହାୟତା ପ୍ରଦାନ କରିବା ନିହାତି ଆବଶ୍ୟକ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    17 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.