logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ନେସନାଲ କଲେଜ୍ ରେ ଏନଏସଏସ ର ଶୀତ କାଳୀନ ସ୍ଵତନ୍ତ୍ର ଶିବିର : ସଡ଼କ ସୁରକ୍ଷା ଓ ପ୍ରାଥମିକ ଚିକିତ୍ସା ଉପରେ ତାଲିମ। ନୂଆପଡ଼ା -୯/୧ ନେସନାଲ ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା (ଏନଏସଏସ) କୋ- ୟୁନିଟ୍ ତରଫରୁ ଶୀତକାଳୀନ ସ୍ବତନ୍ତ୍ର ଶିବିର ଅୟୋଜିତ ହୋଇଯାଇଛି। ଏହି ସ୍ବତନ୍ତ୍ର ଶିବିରର ଦ୍ବିତୀୟ ଦିବସରେ ଆଞ୍ଚଳିକ ପରିବହନ ଅଧିକାରୀ ସର୍ମିଳା ମହାରଣା ମୁଖ୍ଯ ଅତିଥି ଓ ବିଜୟ ରାଉତରାୟ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ଅତିଥି ମାନେ ସଡ଼କ ସୁରକ୍ଷା ଓ ପରିବହନ ନିୟମ ଉପରେ ତାଲିମ ପ୍ରଦାନ କରିଥିଲେ। ସେହିପରି ତୃତୀୟ ଦିବସରେ ଯୁବ ରେଡ଼କ୍ରସ ଜିଲ୍ଲା ଆବାହକ ସଂପାଦକ ଅଧ୍ଯାପକ ଶିବ ପ୍ରସାଦ ସା ମୁଖ୍ଯ ଅତିଥି ଭାବେ ଯୋଗଦାନ କରି ପ୍ରାଥମିକ ଚିକିତ୍ସା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଅଧ୍ଯକ୍ଷ ହିତେଶ କୁମାର ସାହୁ ଏହି କାର୍ଯ୍ୟକ୍ରମ ରେ ଅଧ୍ଯକ୍ଷତା କରିଥିବା ବେଳେ ଜାତୀୟ ସେବା ଯୋଜନା ଅଧିକାରୀ ହେମାଲ ସା କାର୍ଯ୍ୟକ୍ରମ ଟିକୁ ସଂଯୋଜନା କରିଥିଲେ ।ଅଧ୍ଯାପକ ଜଗନ୍ନାଥ ମେହେର ଉପସ୍ଥିତ ଅତିଥି ଓ ସ୍ବେଚ୍ଛାସେବୀ ମାନଙ୍କୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଜାତିୟ ସେବା ଯୋଜନା ର ଉପରୋକ୍ତ ବହୁମୁଖୀ ସଚେତନତା ତାଲିମ କାର୍ଯ୍ୟକ୍ରମ ଆସନ୍ତା ୧୩ ତାରିଖ ପଯ୍ୟନ୍ତ ଚାଲିବ।

13 hrs ago
user_Surendra Tiwari
Surendra Tiwari
Journalist ନୂଆପଡା, ନୂଆପଡ଼ା, ଓଡ଼ିଶା•
13 hrs ago
466ac6cc-f6a2-454f-be83-06c2ebce28ca

ନେସନାଲ କଲେଜ୍ ରେ ଏନଏସଏସ ର ଶୀତ କାଳୀନ ସ୍ଵତନ୍ତ୍ର ଶିବିର : ସଡ଼କ ସୁରକ୍ଷା ଓ ପ୍ରାଥମିକ ଚିକିତ୍ସା ଉପରେ ତାଲିମ। ନୂଆପଡ଼ା -୯/୧ ନେସନାଲ ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା (ଏନଏସଏସ) କୋ- ୟୁନିଟ୍ ତରଫରୁ ଶୀତକାଳୀନ ସ୍ବତନ୍ତ୍ର ଶିବିର ଅୟୋଜିତ ହୋଇଯାଇଛି। ଏହି ସ୍ବତନ୍ତ୍ର ଶିବିରର ଦ୍ବିତୀୟ ଦିବସରେ ଆଞ୍ଚଳିକ ପରିବହନ ଅଧିକାରୀ ସର୍ମିଳା ମହାରଣା ମୁଖ୍ଯ ଅତିଥି ଓ ବିଜୟ ରାଉତରାୟ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ଅତିଥି ମାନେ ସଡ଼କ ସୁରକ୍ଷା ଓ ପରିବହନ ନିୟମ ଉପରେ ତାଲିମ ପ୍ରଦାନ କରିଥିଲେ।

6a682d56-19fc-4b28-8a5d-054998a4649b

ସେହିପରି ତୃତୀୟ ଦିବସରେ ଯୁବ ରେଡ଼କ୍ରସ ଜିଲ୍ଲା ଆବାହକ ସଂପାଦକ ଅଧ୍ଯାପକ ଶିବ ପ୍ରସାଦ ସା ମୁଖ୍ଯ ଅତିଥି ଭାବେ ଯୋଗଦାନ କରି ପ୍ରାଥମିକ ଚିକିତ୍ସା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଅଧ୍ଯକ୍ଷ ହିତେଶ କୁମାର ସାହୁ ଏହି କାର୍ଯ୍ୟକ୍ରମ ରେ ଅଧ୍ଯକ୍ଷତା କରିଥିବା ବେଳେ ଜାତୀୟ ସେବା ଯୋଜନା ଅଧିକାରୀ ହେମାଲ ସା କାର୍ଯ୍ୟକ୍ରମ ଟିକୁ ସଂଯୋଜନା କରିଥିଲେ ।ଅଧ୍ଯାପକ ଜଗନ୍ନାଥ ମେହେର ଉପସ୍ଥିତ ଅତିଥି ଓ ସ୍ବେଚ୍ଛାସେବୀ ମାନଙ୍କୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଜାତିୟ ସେବା ଯୋଜନା ର ଉପରୋକ୍ତ ବହୁମୁଖୀ ସଚେତନତା ତାଲିମ କାର୍ଯ୍ୟକ୍ରମ ଆସନ୍ତା ୧୩ ତାରିଖ ପଯ୍ୟନ୍ତ ଚାଲିବ।

More news from ଓଡ଼ିଶା and nearby areas
  • ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧିକାର ମିତ୍ରଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ପ୍ରଶିକ୍ଷଣ ଶିବିର ନୂଆପଡ଼ା - ୯/୧ (ଏସ.ତିୱାରୀ) ଜିଲ୍ଲା ଆଇନ ସେବା ପ୍ରାଧିକରଣର ନୂଆପଡ଼ା ଦ୍ଵାରା ନୂତନ ଭାବେ ନିଯୁକ୍ତ ଅଧିକାର ମିତ୍ରଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଏକ ତାଲିମ ଶିବିର ଆୟୋଜିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ନିରଞ୍ଜନ ପଣ୍ଡା, ଜିଲ୍ଲାପାଳ ତଥା ପ୍ରାଧିକରଣର ସଦସ୍ୟ ମଧୁସୂଦନ ଦାଶ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍, ନୂଆପଡ଼ା ସୁନୀଲ କୁମାର ଦାସ, ମୂଖ୍ଯ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଜ୍ଞା ପରମିତା ମହାପାତ୍ର, ବରିଷ୍ଠ ଦେୱାନୀ ବିଚାରପତି ସୂର୍ଯ୍ୟକାନ୍ତ ଆଚାର୍ଯ୍ଯ, ପ୍ରାଧିକରଣର ସଚିବ ନବନୀତା ଦାଶ,ବରିଷ୍ଠ ଦେୱାନୀ ବିଚାରପତି (ମହିଳା କୋର୍ଟ) ସରୋଜିନୀ ସାହୁ, ଉପ-ଖଣ୍ଡ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାଶ, ସରକାରୀ ଓକିଲ ତଥା ପ୍ରାଧିକରଣର ସଦସ୍ୟ ତ୍ରୀଲୋକଚନ୍ଦ ସୋନୀ, ମୂଖ୍ଯ ଆଇନ ସେବା ପ୍ରତିପକ୍ଷ ଓକିଲ ପ୍ରକାଶ ସେନାପତି, ବରିଷ୍ଠ ଆଇନଜୀବୀ କୁମୁଦ କୁମାର ହୋତା, ପ୍ରାଧିକରଣର ସମ୍ମୁଖ କାର୍ଯ୍ଯାଳୟର ଅଧିବକ୍ତା ତଥା ଜିଲ୍ଲା ଅଧିବକ୍ତା ସଂଘର ସଚିବ ପ୍ୟାରିଲାଲ ଦେୱାଙ୍ଗନ, ଓଡ଼ିଶା ଜୀବିକା ମିଶନ (ମିଶନ ଶକ୍ତି) ର ଜିଲ୍ଲା ସଂଯୋଜକ ପ୍ରିୟଦର୍ଶିନୀ ଯୋଶୀ ପ୍ରମୁଖ ଅଂଶଗ୍ରହଣ କରି ଉପସ୍ଥିତ ଅଧିକାର ମିତ୍ରଙ୍କୁ ସମାଜ ପ୍ରତି ତାଙ୍କର କର୍ତ୍ତବ୍ଯ, ଆଇନ ସେବା ପ୍ରାଧିକରଣ ଅଧିନିୟମ,୧୯୮୭, ନାଗରୀକମାନଙ୍କ ର ମୌଳିକ ଅଧିକାର ଏବଂ ମୌଳିକ କର୍ତ୍ତବ୍ଯ, ମହିଳାମାନଙ୍କ ଅଧିକାର ଓ ସଶକ୍ତିକରଣ, ସମ୍ବିଧାନର ଧାରା ୩୯କ ଅନ୍ତର୍ଗତ ସମାନ ନ୍ୟାୟ ଏବଂ ବିଧିକ ସହାୟତା ଇତ୍ୟାଦି ବିକ୍ଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ନୂତନ ଭାବେ ନିଯୁକ୍ତ ହୋଇଥିବା ଅଧିକାର ମିତ୍ରଗଣ ଯୋଗଦାନ କରିଥିଲେ।
    4
    ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧିକାର ମିତ୍ରଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ପ୍ରଶିକ୍ଷଣ ଶିବିର
ନୂଆପଡ଼ା - ୯/୧ (ଏସ.ତିୱାରୀ)
ଜିଲ୍ଲା ଆଇନ ସେବା ପ୍ରାଧିକରଣର ନୂଆପଡ଼ା ଦ୍ଵାରା ନୂତନ ଭାବେ ନିଯୁକ୍ତ ଅଧିକାର ମିତ୍ରଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଏକ ତାଲିମ ଶିବିର ଆୟୋଜିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ନିରଞ୍ଜନ ପଣ୍ଡା, ଜିଲ୍ଲାପାଳ ତଥା ପ୍ରାଧିକରଣର ସଦସ୍ୟ ମଧୁସୂଦନ ଦାଶ,  ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍, ନୂଆପଡ଼ା ସୁନୀଲ କୁମାର ଦାସ, ମୂଖ୍ଯ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଜ୍ଞା ପରମିତା ମହାପାତ୍ର, ବରିଷ୍ଠ ଦେୱାନୀ ବିଚାରପତି ସୂର୍ଯ୍ୟକାନ୍ତ ଆଚାର୍ଯ୍ଯ, ପ୍ରାଧିକରଣର ସଚିବ ନବନୀତା ଦାଶ,ବରିଷ୍ଠ ଦେୱାନୀ ବିଚାରପତି (ମହିଳା କୋର୍ଟ) ସରୋଜିନୀ ସାହୁ, ଉପ-ଖଣ୍ଡ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାଶ, ସରକାରୀ ଓକିଲ ତଥା ପ୍ରାଧିକରଣର ସଦସ୍ୟ ତ୍ରୀଲୋକଚନ୍ଦ ସୋନୀ, ମୂଖ୍ଯ ଆଇନ ସେବା ପ୍ରତିପକ୍ଷ ଓକିଲ ପ୍ରକାଶ ସେନାପତି, ବରିଷ୍ଠ ଆଇନଜୀବୀ କୁମୁଦ କୁମାର ହୋତା, ପ୍ରାଧିକରଣର ସମ୍ମୁଖ କାର୍ଯ୍ଯାଳୟର ଅଧିବକ୍ତା ତଥା ଜିଲ୍ଲା ଅଧିବକ୍ତା ସଂଘର ସଚିବ ପ୍ୟାରିଲାଲ ଦେୱାଙ୍ଗନ, ଓଡ଼ିଶା ଜୀବିକା ମିଶନ (ମିଶନ ଶକ୍ତି) ର ଜିଲ୍ଲା ସଂଯୋଜକ ପ୍ରିୟଦର୍ଶିନୀ ଯୋଶୀ ପ୍ରମୁଖ ଅଂଶଗ୍ରହଣ କରି ଉପସ୍ଥିତ ଅଧିକାର ମିତ୍ରଙ୍କୁ ସମାଜ ପ୍ରତି ତାଙ୍କର କର୍ତ୍ତବ୍ଯ, ଆଇନ ସେବା ପ୍ରାଧିକରଣ ଅଧିନିୟମ,୧୯୮୭, ନାଗରୀକମାନଙ୍କ ର ମୌଳିକ ଅଧିକାର ଏବଂ ମୌଳିକ କର୍ତ୍ତବ୍ଯ, ମହିଳାମାନଙ୍କ ଅଧିକାର ଓ ସଶକ୍ତିକରଣ, ସମ୍ବିଧାନର ଧାରା ୩୯କ ଅନ୍ତର୍ଗତ ସମାନ ନ୍ୟାୟ ଏବଂ ବିଧିକ ସହାୟତା ଇତ୍ୟାଦି ବିକ୍ଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ନୂତନ ଭାବେ ନିଯୁକ୍ତ ହୋଇଥିବା ଅଧିକାର ମିତ୍ରଗଣ ଯୋଗଦାନ କରିଥିଲେ।
    user_Surendra Tiwari
    Surendra Tiwari
    Journalist ନୂଆପଡା, ନୂଆପଡ଼ା, ଓଡ଼ିଶା•
    15 hrs ago
  • ସ୍କୁଲ ନିର୍ମାଣ ଦାବିରେ ଶହ ଶହ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ନୂଆପଡା ଜିଲ୍ଲାପାଳ କାର୍ଯ୍ୟଳୟ ଘେରାଓ I
    1
    ସ୍କୁଲ ନିର୍ମାଣ ଦାବିରେ ଶହ ଶହ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ନୂଆପଡା ଜିଲ୍ଲାପାଳ କାର୍ଯ୍ୟଳୟ ଘେରାଓ I
    user_Hareram karuan
    Hareram karuan
    Reporter Nuapada, Odisha•
    23 hrs ago
  • Post by Dakshya143
    5
    Post by Dakshya143
    user_Dakshya143
    Dakshya143
    Boden, Nuapada, Odisha•
    23 hrs ago
  • ବ୍ଳକ୍ ସ୍ତରୀୟ ଲୋକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି
    1
    ବ୍ଳକ୍ ସ୍ତରୀୟ ଲୋକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି
    user_ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ
    ଜିଲ୍ଲା ଖବର ଓମ ପ୍ରକାଶ ଚୌଧୁରୀ
    ଖରିଆର, ନୂଆପଡ଼ା, ଓଡ଼ିଶା•
    25 min ago
  • କଣ୍ଟାବାଞ୍ଜି ମାଟିର ମହୋତ୍ସବ ୨୦୨୬
    1
    କଣ୍ଟାବାଞ୍ଜି ମାଟିର ମହୋତ୍ସବ ୨୦୨୬
    user_Sritam Ranjan Panda
    Sritam Ranjan Panda
    Photographer Kantabanji, Balangir•
    1 hr ago
  • Post by KOSAL TIMES
    1
    Post by KOSAL TIMES
    user_KOSAL TIMES
    KOSAL TIMES
    Journalist ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    1 hr ago
  • ଅମଳ ଋତୁରେ ଟମାଟୋ ଦର ଆକାଶ ଛୁଆଁ ,ସାଧାରଣ ଖାଉଟିଙ୍କ ବଢ଼ିଲା ଚିନ୍ତା
    1
    ଅମଳ ଋତୁରେ ଟମାଟୋ ଦର ଆକାଶ ଛୁଆଁ ,ସାଧାରଣ ଖାଉଟିଙ୍କ ବଢ଼ିଲା ଚିନ୍ତା
    user_ODISHA NEWS
    ODISHA NEWS
    Reporter Balangir, Odisha•
    5 hrs ago
  • ନୂଆପଡ଼ାରେ ଜିଲ୍ଲାସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ l ନୂଆପଡ଼ା-୯/୧(ଏସ. ତିୱାରୀ) ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନି କକ୍ଷରେ ଆଗାମୀ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଉପ ଜିଲ୍ଲାପାଳ ସୂର୍ମୀ ସୋରେନ୍, ସାଂସଦଙ୍କ ପ୍ରତିନିଧି ପ୍ରେମ୍ ଅଗ୍ରୱାଲ୍, ଏ ପି ଡି କ୍ଷମାନିଧି ଭୋଇ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଧନେଶ୍ୱର ସେଠୀ, ବିଶିଷ୍ଟ କ୍ରୀଡାବିତ୍ ସରୋଜ ସାହୁ ପ୍ରମୁଖ ଯୋଗ ଦେଇଥିଲେ l ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି ବୈଠକର ଉଦ୍ଦେଶ୍ୟ ଜ୍ଞ।ପନ କରିଥିଲେ । ଜିଲ୍ଲାପାଳ ଏହି ଜିଲ୍ଲାସ୍ତରୀୟ ଜାତୀୟ ଦିବସକୁ ସରସ ସୁନ୍ଦର ଓ ଆକର୍ଷଣୀୟ କରି ପାଳନ କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇ ପ୍ରସ୍ତୁତିର ପ୍ରତିଟି ବିନ୍ଦୁ ଉପରେ ଆଲୋଚନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ପ୍ରସ୍ତୁତି ବିବରଣୀ ଉପସ୍ଥାପନ କରିଥିଲେ l ବୈଠକର ନିଷ୍ପତି ଅନୁଯାୟୀ ସାଧାରଣତନ୍ତ୍ର ଦିବସରେ ରାମଧୁନ ପ୍ରଭାତଫେରି ସହିତ ସମସ୍ତ ଅନୁଷ୍ଠାନ ମାନଙ୍କରେ ସକାଳ ଘ ୭.୦୦ ରୁ ୮.୦୦ ଘଣ୍ଟା ସମୟରେ ଜାତୀୟ ପତାକା ଉତ୍ତୋଳନ ହେବ । ଉତ୍ସବର ମୁଖ୍ୟ ଅତିଥି, ମହାତ୍ମା ଗାନ୍ଧୀ ଏବଂ ଘାସିରାମ ମାଝିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ବିଭିନ୍ନ ପ୍ରଜ୍ଞାପନ ମେଢ଼କୁ ଏକତା ଛକରେ ପତାକା ଦେଖାଇ ଶୁଭାରମ୍ଭ କରିବେ l ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ସକାଳ ୯.୦୦ ଘଣ୍ଟା ସମୟରେ ଜାତୀୟ ପତାକା ଉତ୍ତୋଳନ କରିବେ । ମିଳିତ ପ୍ୟାରେଡରେ ବିଭିନ୍ନ ବିଦ୍ୟାଳୟ , ମହାବିଦ୍ୟାଳୟ ଦଳ ଭାଗ ନେବେ ଏବଂ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରିବେ । ଦିବସ ଅବ୍ୟବହିତ ପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ବାରା ସ୍ଥାନୀୟ ନେସନାଲ ହାଇସ୍କୁଲରେ ଦେଶାତ୍ମବୋଧକ ସଙ୍ଗୀତ , ଓଡିଆ ଓ ଇଂରାଜୀ ତର୍କ ପ୍ରତିଯୋଗୀତା ଏବଂ କୁଇଜ କ୍ଲବ ଦ୍ବାରା କୁଇଜ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ଦ୍ବାରା ଚଉଦ ବର୍ଷ ରୁ କମ୍ ଖେଳାଳି ମାନଙ୍କୁ ନେଇ ବ୍ୟାଡମିଣ୍ଟନ ପ୍ରତିଯୋଗିତା ହେବ l ସାଧାରଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଦେଶାତ୍ମବୋଧକ କବିତା ଆବୃତି ସମାରୋହ ଅନୁଷ୍ଠିତ ହେବ । ଏହାସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ପୁଷ୍ପ ପ୍ରଦର୍ଶନୀ ପ୍ରତିଯୋଗିତା ଅନୁଷ୍ଠିତ ହେବ l ସାଧାରଣତନ୍ତ୍ର ଦିବସ ଦିନ ସ୍ଥାନୀୟ ମୁଖ୍ୟ ଡାକ୍ତରଖାନାରେ ଆମ ଓଡ଼ିଶା ଓ ସମ୍ବାଦ , ସ୍ବାସ୍ଥ୍ୟ ବିଭାଗ ଏବଂ ସମସ୍ତ ସରକାରୀ ବିଭାଗ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଦିବସ ଅବସରରେ ଜିଲ୍ଲାପାଳ ଏକାଦଶ, ଏସ୍ ପି ଏକାଦଶ, ପ୍ରେସ ଏକାଦଶ ଓ ବାର୍ ଆସୋସିଏସନ୍ ଏକାଦଶ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍ ଖେଳାଯିବ l ସନ୍ଧ୍ୟାରେ ଜିଲ୍ଲା ସାଂସ୍କୃତିକପରିଷଦ ଆନୁକୁଲ୍ୟରେ ଦେଶାତ୍ମବୋଧକ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ "ବନ୍ଦେ ମାତରଂ ଓ ଭାରତୀୟମ୍" ଅନୁଷ୍ଠିତ ହେବ l ପ୍ରସ୍ତୁତି ବୈଠକରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ,ପ୍ରଶାସନିକ ଅଧିକାରୀ,ବିଭିନ୍ନ ଲାଇନ ବିଭାଗର ଅଧିକାରୀ , ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ , ବିଦ୍ୟାଳୟର ଶିକ୍ଷକ, ପରିଚାଳନା କମିଟି ସଦସ୍ୟ, ସ୍ୱେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ଏବଂ ଗଣ ମାଧ୍ୟମର ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ l
    3
    ନୂଆପଡ଼ାରେ  ଜିଲ୍ଲାସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପ୍ରସ୍ତୁତି  ବୈଠକ l 
ନୂଆପଡ଼ା-୯/୧(ଏସ. ତିୱାରୀ)
ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନି କକ୍ଷରେ ଆଗାମୀ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି  ବୈଠକ ଅନୁଷ୍ଠିତ ହୋଇଯାଇଛି  ।  ଏଥିରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଉପ ଜିଲ୍ଲାପାଳ ସୂର୍ମୀ ସୋରେନ୍, ସାଂସଦଙ୍କ ପ୍ରତିନିଧି ପ୍ରେମ୍ ଅଗ୍ରୱାଲ୍, ଏ ପି ଡି କ୍ଷମାନିଧି ଭୋଇ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଧନେଶ୍ୱର ସେଠୀ, ବିଶିଷ୍ଟ କ୍ରୀଡାବିତ୍ ସରୋଜ ସାହୁ ପ୍ରମୁଖ ଯୋଗ ଦେଇଥିଲେ l  ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି  ବୈଠକର ଉଦ୍ଦେଶ୍ୟ ଜ୍ଞ।ପନ କରିଥିଲେ  । ଜିଲ୍ଲାପାଳ ଏହି ଜିଲ୍ଲାସ୍ତରୀୟ ଜାତୀୟ ଦିବସକୁ ସରସ ସୁନ୍ଦର ଓ ଆକର୍ଷଣୀୟ କରି ପାଳନ କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇ ପ୍ରସ୍ତୁତିର ପ୍ରତିଟି ବିନ୍ଦୁ ଉପରେ ଆଲୋଚନା କରିଥିଲେ  ।  ଜିଲ୍ଲା ସୂଚନା ଓ ଲୋକ  ସମ୍ପର୍କ ଅଧିକାରୀ  ବିଦ୍ୟାପତି ପଣ୍ଡା ପ୍ରସ୍ତୁତି ବିବରଣୀ ଉପସ୍ଥାପନ କରିଥିଲେ l 
ବୈଠକର ନିଷ୍ପତି ଅନୁଯାୟୀ ସାଧାରଣତନ୍ତ୍ର ଦିବସରେ  ରାମଧୁନ ପ୍ରଭାତଫେରି  ସହିତ ସମସ୍ତ ଅନୁଷ୍ଠାନ ମାନଙ୍କରେ ସକାଳ ଘ ୭.୦୦ ରୁ ୮.୦୦ ଘଣ୍ଟା ସମୟରେ  ଜାତୀୟ ପତାକା ଉତ୍ତୋଳନ ହେବ । ଉତ୍ସବର ମୁଖ୍ୟ ଅତିଥି,  ମହାତ୍ମା ଗାନ୍ଧୀ  ଏବଂ ଘାସିରାମ ମାଝିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ବିଭିନ୍ନ ପ୍ରଜ୍ଞାପନ ମେଢ଼କୁ ଏକତା ଛକରେ ପତାକା ଦେଖାଇ ଶୁଭାରମ୍ଭ କରିବେ l ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ସକାଳ ୯.୦୦ ଘଣ୍ଟା ସମୟରେ ଜାତୀୟ ପତାକା ଉତ୍ତୋଳନ  କରିବେ । ମିଳିତ ପ୍ୟାରେଡରେ ବିଭିନ୍ନ ବିଦ୍ୟାଳୟ , ମହାବିଦ୍ୟାଳୟ ଦଳ ଭାଗ ନେବେ ଏବଂ  ସାଂସ୍କୃତିକ  କାର୍ଯକ୍ରମ ପରିବେଷଣ କରିବେ ।   ଦିବସ ଅବ୍ୟବହିତ ପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ବାରା ସ୍ଥାନୀୟ ନେସନାଲ ହାଇସ୍କୁଲରେ ଦେଶାତ୍ମବୋଧକ ସଙ୍ଗୀତ , ଓଡିଆ ଓ ଇଂରାଜୀ ତର୍କ ପ୍ରତିଯୋଗୀତା ଏବଂ କୁଇଜ କ୍ଲବ ଦ୍ବାରା କୁଇଜ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ  ଦ୍ବାରା ଚଉଦ ବର୍ଷ ରୁ କମ୍ ଖେଳାଳି ମାନଙ୍କୁ ନେଇ ବ୍ୟାଡମିଣ୍ଟନ ପ୍ରତିଯୋଗିତା ହେବ l ସାଧାରଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଦେଶାତ୍ମବୋଧକ କବିତା ଆବୃତି ସମାରୋହ ଅନୁଷ୍ଠିତ ହେବ । ଏହାସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ପୁଷ୍ପ ପ୍ରଦର୍ଶନୀ ପ୍ରତିଯୋଗିତା ଅନୁଷ୍ଠିତ ହେବ l ସାଧାରଣତନ୍ତ୍ର  ଦିବସ ଦିନ ସ୍ଥାନୀୟ  ମୁଖ୍ୟ ଡାକ୍ତରଖାନାରେ  ଆମ ଓଡ଼ିଶା ଓ ସମ୍ବାଦ , ସ୍ବାସ୍ଥ୍ୟ ବିଭାଗ ଏବଂ ସମସ୍ତ ସରକାରୀ ବିଭାଗ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଦିବସ ଅବସରରେ ଜିଲ୍ଲାପାଳ ଏକାଦଶ, ଏସ୍ ପି ଏକାଦଶ, ପ୍ରେସ ଏକାଦଶ ଓ ବାର୍ ଆସୋସିଏସନ୍ ଏକାଦଶ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍ ଖେଳାଯିବ l ସନ୍ଧ୍ୟାରେ ଜିଲ୍ଲା ସାଂସ୍କୃତିକପରିଷଦ ଆନୁକୁଲ୍ୟରେ  ଦେଶାତ୍ମବୋଧକ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ "ବନ୍ଦେ ମାତରଂ ଓ ଭାରତୀୟମ୍" ଅନୁଷ୍ଠିତ ହେବ l ପ୍ରସ୍ତୁତି  ବୈଠକରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ,ପ୍ରଶାସନିକ ଅଧିକାରୀ,ବିଭିନ୍ନ ଲାଇନ ବିଭାଗର ଅଧିକାରୀ ,  ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ , ବିଦ୍ୟାଳୟର ଶିକ୍ଷକ, ପରିଚାଳନା କମିଟି ସଦସ୍ୟ, ସ୍ୱେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ଏବଂ ଗଣ ମାଧ୍ୟମର ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ l
    user_Surendra Tiwari
    Surendra Tiwari
    Journalist ନୂଆପଡା, ନୂଆପଡ଼ା, ଓଡ଼ିଶା•
    15 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.