ପୁରୀରେ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଉଦଯାପିତ। ପୁରୀ: ପୁରୀ ସହରର ମୋଚି ସାହି ସ୍ଥିତ କଲ୍ୟାଣ ମଣ୍ଡପଠାରେ ଦୁଇ ଦିନ ଧରି ଚାଲିଥିବା ୧୯ତମ କିରୋଗୀ ଓ ୧୧ତମ ପୁଂସି ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଆଜି ସଫଳତାର ସହ ସମାପ୍ତ ହୋଇଛି। ଟାଏକୋଣ୍ଡୋ ଆସୋସିଏସନ ଅଫ ପୁରୀ ଓ 'ଦି ସ୍କୁଲ ଅଫ ଟାଏକୋଣ୍ଡୋ'ର ମିଳିତ ଆନୁକୂଳ୍ୟରେ ଆୟୋଜିତ ଏହି କ୍ରୀଡ଼ା ମହାକୁମ୍ଭରେ ଜିଲ୍ଲାର ୧୦ଟି ଟ୍ରେନିଂ ସେଣ୍ଟରରୁ ପ୍ରାୟ ୨୫୩ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏଥିମଧ୍ୟରେ ୧୪୮ ଜଣ ବାଳକ ଓ ୧୦୫ ଜଣ ବାଳିକା ନିଜର କ୍ରୀଡ଼ା କୌଶଳ ପ୍ରଦର୍ଶନ କରିଥିଲେ। ଚଳିତ ବର୍ଷ ବୁଦ୍ଧିଷ୍ଟ ଟାଏକୋଣ୍ଡୋ ଏକାଡେମୀ ଉଭୟ କିରୋଗୀ ଓ ପୁଂସି ଇଭେଣ୍ଟରେ ଶ୍ରେଷ୍ଠ ପ୍ରଦର୍ଶନ କରି 'ସର୍ବ ବିଜେତା' ଟ୍ରଫି ନିଜ ନାମରେ କରିଛି। ଏହି ଇଭେଣ୍ଟରେ 'ଶ୍ରୀକ୍ଷେତ୍ର ଟାଏକୋଣ୍ଡୋ ସ୍କୁଲ' ପ୍ରଥମ ଉପ-ବିଜେତା ହୋଇଥିବା ବେଳେ 'ଦି ସ୍କୁଲ ଅଫ ଟାଏକୋଣ୍ଡୋ' ଦ୍ୱିତୀୟ ଉପ-ବିଜେତା ବିବେଚିତ ହୋଇଛି। ପୁଂସିରେ 'ପିପିଲି ଟାଏକୋଣ୍ଡୋ ଏକାଡେମୀ' ପ୍ରଥମ ଉପ-ବିଜେତା ଏବଂ 'ହାନା ଟାଏକୋଣ୍ଡୋ ଏକାଡେମୀ' ଦ୍ୱିତୀୟ ଉପ-ବିଜେତା ଟ୍ରଫି ହାସଲ କରିଛନ୍ତି। ଏହି ଅବସରରେ ଆୟୋଜିତ ଉତ୍ସବରେ ରାଜ୍ୟ ସଂଘର ସଭାପତି ଶ୍ରୀ ବ୍ୟୋମକେଶ ଅଭିଳାଷ ପ୍ରସାଦ ଓ ଜିଲ୍ଲା ସଭାପତି ଶ୍ରୀ ଅଜୟ କୁମାର ସାହୁ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ରେଫରୀମାନଙ୍କୁ ମାନପତ୍ର ଓ କୃତୀ ଖେଳାଳିମାନଙ୍କୁ ପଦକ ପ୍ରଦାନ କରିଥିଲେ। ପରିଶେଷରେ, ଅନ୍ତର୍ଜାତୀୟ ଟାଏକୋଣ୍ଡୋ ମାଷ୍ଟର ଶ୍ରୀ ମନମୋହନ ଭଞ୍ଜ ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ସମସ୍ତ ସହଯୋଗୀ, ଅଭିଭାବକ ଓ ଖେଳାଳିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲାରୁ ନୂତନ ପ୍ରତିଭା ଅନ୍ୱେଷଣ କରି ସେମାନଙ୍କୁ ଆଗାମୀ ଦିନରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତର ପାଇଁ ପ୍ରସ୍ତୁତ କରିବା ଏହି ପ୍ରତିଯୋଗିତାର ମୂଳ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି।ଡ଼ଃ ମନୋଜ କୁମାର ବଳିଆରସିଂ
ପୁରୀରେ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଉଦଯାପିତ। ପୁରୀ: ପୁରୀ ସହରର ମୋଚି ସାହି ସ୍ଥିତ କଲ୍ୟାଣ ମଣ୍ଡପଠାରେ ଦୁଇ ଦିନ ଧରି ଚାଲିଥିବା ୧୯ତମ କିରୋଗୀ ଓ ୧୧ତମ ପୁଂସି ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଆଜି ସଫଳତାର ସହ ସମାପ୍ତ ହୋଇଛି। ଟାଏକୋଣ୍ଡୋ ଆସୋସିଏସନ ଅଫ ପୁରୀ ଓ 'ଦି ସ୍କୁଲ ଅଫ ଟାଏକୋଣ୍ଡୋ'ର ମିଳିତ ଆନୁକୂଳ୍ୟରେ ଆୟୋଜିତ ଏହି କ୍ରୀଡ଼ା ମହାକୁମ୍ଭରେ ଜିଲ୍ଲାର ୧୦ଟି ଟ୍ରେନିଂ ସେଣ୍ଟରରୁ
ପ୍ରାୟ ୨୫୩ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏଥିମଧ୍ୟରେ ୧୪୮ ଜଣ ବାଳକ ଓ ୧୦୫ ଜଣ ବାଳିକା ନିଜର କ୍ରୀଡ଼ା କୌଶଳ ପ୍ରଦର୍ଶନ କରିଥିଲେ। ଚଳିତ ବର୍ଷ ବୁଦ୍ଧିଷ୍ଟ ଟାଏକୋଣ୍ଡୋ ଏକାଡେମୀ ଉଭୟ କିରୋଗୀ ଓ ପୁଂସି ଇଭେଣ୍ଟରେ ଶ୍ରେଷ୍ଠ ପ୍ରଦର୍ଶନ କରି 'ସର୍ବ ବିଜେତା' ଟ୍ରଫି ନିଜ ନାମରେ କରିଛି। ଏହି ଇଭେଣ୍ଟରେ 'ଶ୍ରୀକ୍ଷେତ୍ର ଟାଏକୋଣ୍ଡୋ ସ୍କୁଲ' ପ୍ରଥମ ଉପ-ବିଜେତା ହୋଇଥିବା ବେଳେ 'ଦି ସ୍କୁଲ ଅଫ
ଟାଏକୋଣ୍ଡୋ' ଦ୍ୱିତୀୟ ଉପ-ବିଜେତା ବିବେଚିତ ହୋଇଛି। ପୁଂସିରେ 'ପିପିଲି ଟାଏକୋଣ୍ଡୋ ଏକାଡେମୀ' ପ୍ରଥମ ଉପ-ବିଜେତା ଏବଂ 'ହାନା ଟାଏକୋଣ୍ଡୋ ଏକାଡେମୀ' ଦ୍ୱିତୀୟ ଉପ-ବିଜେତା ଟ୍ରଫି ହାସଲ କରିଛନ୍ତି। ଏହି ଅବସରରେ ଆୟୋଜିତ ଉତ୍ସବରେ ରାଜ୍ୟ ସଂଘର ସଭାପତି ଶ୍ରୀ ବ୍ୟୋମକେଶ ଅଭିଳାଷ ପ୍ରସାଦ ଓ ଜିଲ୍ଲା ସଭାପତି ଶ୍ରୀ ଅଜୟ କୁମାର ସାହୁ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ରେଫରୀମାନଙ୍କୁ ମାନପତ୍ର ଓ କୃତୀ ଖେଳାଳିମାନଙ୍କୁ ପଦକ
ପ୍ରଦାନ କରିଥିଲେ। ପରିଶେଷରେ, ଅନ୍ତର୍ଜାତୀୟ ଟାଏକୋଣ୍ଡୋ ମାଷ୍ଟର ଶ୍ରୀ ମନମୋହନ ଭଞ୍ଜ ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ସମସ୍ତ ସହଯୋଗୀ, ଅଭିଭାବକ ଓ ଖେଳାଳିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲାରୁ ନୂତନ ପ୍ରତିଭା ଅନ୍ୱେଷଣ କରି ସେମାନଙ୍କୁ ଆଗାମୀ ଦିନରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତର ପାଇଁ ପ୍ରସ୍ତୁତ କରିବା ଏହି ପ୍ରତିଯୋଗିତାର ମୂଳ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି।ଡ଼ଃ ମନୋଜ କୁମାର ବଳିଆରସିଂ
- Post by Manoj kumar baliyarsingh4
- Post by Rajesh Samantaray1
- Post by ଡେଲାଙ୍ଗ ଖବର1
- Post by ମନୋଜ କୁମାର ପୁଣ୍ଟିଆ1
- ରାଜଧାନୀ ଭୁବନେଶ୍ୱରରୁ ଏକ ଆଶ୍ଚର୍ଯ୍ୟଜନକ ତଥା ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଶୋଇବା ଘର (ବେଡ୍ ରୁମ୍) ଭିତରେ ଥିବା ଲୁଗା ଝୁଲାଇବା ହ୍ୟାଙ୍ଗର ଉପରେ ଏକ ବିଶାଳକାୟ ତମ୍ପ ସାପ କୁଣ୍ଡଳୀ ପକାଇ ବସିଥିବାର ଦେଖିବାକୁ ମିଳିଛି। ତାଙ୍କ ଶରୀରରେ ଥିବା ସ୍ୱତନ୍ତ୍ର ପ୍ୟାଟର୍ଣ୍ଣ ସ୍ପଷ୍ଟ ଭାବେ ଏକ ତମ୍ପ ସାପର ବୋଲି ଜଣାପଡୁଛି।1
- #ନିଆଳି #ଓଡ଼ିଆ ନିୟୁଜ1
- Post by NEWS MANORANJAN1
- Post by Manoj kumar baliyarsingh4