Shuru
Apke Nagar Ki App…
ବେଲପାହାଡ଼ ଶନି ମନ୍ଦିରଠାରୁ ଅଳ୍ପ ଦୂର ଠାରେ ଭାରସାମ୍ୟ ହରାଇ ବାଇକ ଚାଲାକ ଗୁରୁତର ।
Ghana Shyam Rana Digital Art
ବେଲପାହାଡ଼ ଶନି ମନ୍ଦିରଠାରୁ ଅଳ୍ପ ଦୂର ଠାରେ ଭାରସାମ୍ୟ ହରାଇ ବାଇକ ଚାଲାକ ଗୁରୁତର ।
More news from Sambalpur and nearby areas
- बामरा फॉरेस्ट डिपार्टमेंट के लापरवाही के कारण जल रहे हैं जंगल फिर भी खामोश फॉरेस्ट डिपार्मेंट आखिर क्यों #Bamrablock #bamraforest #rangiatikra #fatatangar #jarabaga #CMOOdisha #mohansarkar1
- ସମ୍ବଲପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଳିଗଲା କଣ୍ଟେନର-ବାଇକ୍; ୩ ବାଇକ୍ ଆରୋହୀ ମୃତ ଜମନକିରା,( ସନ୍ଧାନ ନ୍ୟୁଜ): ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ୫୩ନଂ ଜାତୀୟ ରାଜପଥର ତୁମେରମୂଣ୍ଡା ନିକଟରେ ଗତକାଲି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ କଣ୍ଟେନର ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣ ଯୁବକଙ୍କ ପ୍ରାଣହାନି ଘଟିଥିବା ବେଳେ ଦୁର୍ଘଟଣା ପରେ ଉଭୟ ଗାଡ଼ି ଜଳି ପାଉଁଶ ହୋଇଯାଇଛି। କେନ୍ଦ୍ର ମନ୍ତ୍ରୀ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଘଟଣା ସଂକ୍ଷେପରେ: * ମୃତକ: ବୁଲୁ ଇଣା (୨୦, ଗଉଡପାଲି), ରାମନ୍ତ୍ରିତ ସିଂହ (୧୮, ବିଶ୍ଵାଳପାଲି) ଓ ସୁଜିତ ଲାଗ୍ୟ (୧୭, ପତ୍ରପାଲି)। * କେମିତି ଘଟିଲା: ସୋମବାର ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ୩ ଯୁବକ ଏକ ବାଇକ୍ (OD 15 AE 0245) ଯୋଗେ ଜମନକିରାରୁ ଏକ ବିବାହ ଉତ୍ସବକୁ ଫେରୁଥିଲେ। ଏହି ସମୟରେ ସମ୍ବଲପୁର ପଟୁ ଆସୁଥିବା ଏକ କଣ୍ଟେନର (UP 86 T 3725) ସହ ସେମାନଙ୍କର ସାମ୍ନାସାମ୍ନି ଧକ୍କା ହୋଇଥିଲା। * ଉଦ୍ଧାର କାର୍ଯ୍ୟ: ଧକ୍କା ଏତେ ଜୋରଦାର ଥିଲା ଯେ ଯୁବକମାନେ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ। ପୁଲିସ ସେମାନଙ୍କୁ ଗୁରୁତର ଅବସ୍ଥାରେ କୁଚିଣ୍ଡା ଡାକ୍ତରଖାନାକୁ ନେଇଥିଲେ ହେଁ ଡାକ୍ତର ସେଠାରେ ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ହୁତୁ ହୁତୁ ହୋଇ ଜଳିଲା ଗାଡ଼ି: ଦୁର୍ଘଟଣା ପରେ କଣ୍ଟେନର ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ବାଇକଟି କଣ୍ଟେନର ଚକ ତଳେ ଚାପି ହୋଇ ରହିଥିବାରୁ ସେଥିରେ ମଧ୍ୟ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। > ଥାନା ଅଧିକାରୀଙ୍କ ସୂଚନା: "ଜମନକିରା ଥାନା ଆଇଆଇସି ସନ୍ତୋଷ ସ୍ମାଇଁଙ୍କ ସୂଚନା ଅନୁସାରେ, ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।" ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।2
- ଆଜି ସନ୍ଧ୍ୟାରେ ମିଶନ ଶକ୍ତି ବିଭାଗ ଓ ଜ଼ିଲ୍ଲା ପ୍ରଶାସନ, ବୌଦ୍ଧଙ୍କ ମିଳିତ ଆନୁକୂଲ୍ୟରେ ଜ଼ିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳାର ଷଷ୍ଠ ସନ୍ଧ୍ୟାର କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି l ଏହି ମେଳା ମାର୍ଚ୍ଚ 6 ତାରିଖ ଠାରୁ ଆରମ୍ଭ ହୋଇ 12 ମାର୍ଚ୍ଚ ପର୍ଯ୍ୟନ୍ତ କଚେରୀ ପଡିଆ ଠାରେ ଅନୁଷ୍ଠିତ ହେଉଛି l ଏହି ଉପଲକ୍ଷେ ମୋଟ 120 ଟି ଷ୍ଟଲ ଖୋଲା ଯାଇଛି l ଆଜିର ଷଷ୍ଠ ସନ୍ଧ୍ୟା କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଜ଼ିଲ୍ଲାପାଳ ବିଭୁତି ଭୂଷଣ ନାୟକ1
- ସରସରା ଗ୍ରାମରେ ପହଂଚି ବୃଦ୍ଧାଙ୍କ ଘର ପରିଦର୍ଶନ କଲେ ଜିଲ୍ଲାପାଳ :-ଅଦ୍ୟ ତା. 11.3.2016 ରିଖ (ବୁଧବାର )ଦିନ ଦିବା 11 ଘଟିକା ସମୟରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ବିଭୁତି ଭୂଷଣ ନାୟକ ହରଭଙ୍ଗା ବ୍ଲକ ସରସରା ଗ୍ରାମରେ ଯାଇ ପହଂଚି ଥିଲେ l ପ୍ରଥମେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ନାୟକ ସରସରା ପଞ୍ଚାୟତ କାର୍ଯ୍ୟାଳୟ ରେ ପହଂଚି, ପଞ୍ଚାୟତ କାର୍ଯ୍ୟାଳୟ ର ସୁବିଧା, ଅସୁବିଧା ପଚାରି ବୁଝିଥିଲେ l ପରେ ପରେ ଅସହାୟ ବୃଦ୍ଧା ଗାମା କହଁରଙ୍କ ଘରେ ପହଂଚି ଥିଲେ l କଟକ ଜିଲ୍ଲାରୁ ଆସି ଏକ ବର୍ଷ ହେଲା ସରସରା ରେ ନିଜ ଭାଇ ଘରେ ରହୁଥିବା 60 ବର୍ଷୀୟା ବୃଦ୍ଧା ଗାମା ସରକାର ଙ୍କ କୌଣସି ସରକାରୀ ଯୋଜନାର ହିତାଧିକାରୀ ହୋଇ ପାରିନଥିବା ବିଷୟରେ ଜିଲ୍ଲାପାଳଙ୍କୁ ବାରମ୍ବାର ଜନଶୁଣାଣୀ ରେ ଅଭିଯୋଗ କରିଥିଲେ l ସେଥିପାଇଁ ଜିଲ୍ଲାପାଳ ନିଜେ ଗାମା ରହୁଥିବା ତାଙ୍କ ଭାଇଙ୍କ ଘରେ ପହଞ୍ଚି ସ୍ଥିତି ଆକଳନ କରିଥିଲେ | ଅନ୍ତୋଦୟ ଗୃହ ଯୋଜନା, ଅନ୍ତୋଦୟ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା, ଆୟୁଷ୍ମାନ୍ କାର୍ଡରେ ଗାମାଙ୍କୁ ହିତାଧିକାରୀ କରାଇବା ପାଇଁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ, ଆଧାର କାର୍ଡ ର ପରିବର୍ତ୍ତନ ପାଇଁ ଗାମା ଙ୍କୁ ବୁଝାଇବା ଜିଲ୍ଲାପାଳ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ଙ୍କୁ ନିର୍ଦ୍ଦେଶ ଦେଇଥିଲେ | ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ହରଭଙ୍ଗା ବିଡ଼ିଓ ବିଜୟ କୁମାର ପ୍ରଧାନ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀମନ୍ତ ପ୍ରଧାନ, ରାଜସ୍ୱ ନିରୀକ୍ଷକ ମନୋହର ମଲ୍ଲିକ, ଡାଟା ଏଣ୍ଟ୍ରି ଅପରେଟର ହେମା ନନ୍ଦ ଖଟୁଆ, କର୍ମଚାରୀ ଅକ୍ଷୟ କୁମାର ମହାକୁଡ଼,ଗ୍ରାମବାସୀ ଧିରେନ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ l1
- Post by Pitambar Sahu1
- Post by Mangulu Sahu1
- All India LPG Distributors Federation के अध्यक्ष पी.एन. सेठ ने बताया कि देश में LPG की कोई कमी नहीं है। उन्होंने कहा, घबराने की कोई जरूरत नहीं, देशभर में LPG वितरण सामान्य है और घरेलू सिलेंडर की सप्लाई पर पूरा फोकस है। #LPGSupply1
- ବାମରାରେ କଂଗ୍ରେସର ବିଶାଳ କର୍ମୀ ସମ୍ମିଳନୀ: ଦଳୀୟ ସଂଗଠନକୁ ମଜବୁତ କରିବାକୁ ରଣନୀତି! ବାମରା (ସମ୍ବଲପୁର): ସମ୍ବଲପୁର ଜିଲ୍ଲା ବାମରା ଠାରେ ଭାରତୀୟ ଜାତୀୟ କଂଗ୍ରେସର ଏକ ଉପଖଣ୍ଡ ସ୍ତରୀୟ କର୍ମୀ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଅମିତ ଗୁରୁଙ୍କ ସଭାପତିତ୍ତ୍ୱରେ ଆୟୋଜିତ ଏହି ସଭାରେ ବାମରା, କୁଚିଣ୍ଡା ଓ ଜମନକିରା ବ୍ଲକର ଶତାଧିକ କର୍ମୀ ଯୋଗଦେଇ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରୁ ଶକ୍ତିଶାଳୀ କରିବା ପାଇଁ ସଂକଳ୍ପ ନେଇଛନ୍ତି। ସଭାର ମୁଖ୍ୟ ଆଲୋଚନା: ଐତିହାସିକ ଆଇନର ଚର୍ଚ୍ଚା: କଂଗ୍ରେସ ଶାସନ ସମୟର ଫସଲ ବୀମା, RTI, ପେସା ଆଇନ, ଖାଦ୍ୟ ସୁରକ୍ଷା ଏବଂ ମନରେଗା ଭଳି ଜନହିତକର ଯୋଜନା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି: ନୂତନ ବାମରା NAC ନିର୍ବାଚନ, ପଞ୍ଚାୟତ ନିର୍ବାଚନ ଏବଂ ୨୦୨୯ ସାଧାରଣ ନିର୍ବାଚନ ପାଇଁ ଏବେଠାରୁ ରଣନୀତି ପ୍ରସ୍ତୁତ କରିବାକୁ ଦଳୀୟ କର୍ମକର୍ତ୍ତାମାନେ ମତାମତ ଦେଇଥିଲେ। ନୂତନ ନିଯୁକ୍ତି: ସମିତି ସଭ୍ୟ ହାବିଲ ଏକ୍କାଙ୍କୁ ସର୍ବସମ୍ମତି କ୍ରମେ ବାମରା ବ୍ଲକ କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଉପସ୍ଥିତ ଅତିଥି ଓ ନେତୃତ୍ୱ: ବରିଷ୍ଠ କର୍ମୀ ରବୀନ୍ଦ୍ର କୁମାର ନାଏକ ସଭା ପରିଚାଳନା କରିଥିବା ବେଳେ କେଦାରନାଥ ବରିହା (ପିସିସି ଏସଟି ସେଲ୍ ଉପ-ସଭାପତି), ଖତୁନାଥ ପିଙ୍ଗ, ଶରତ ଚନ୍ଦ୍ର ଗୌନ୍ତିଆ, ଡକ୍ଟର ଦିଲିପ ପଟେଲ, ଅଖିଲ ପ୍ରତାପ ସିଂ ଏବଂ ସଞ୍ଜିତ ଶର୍ମା ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହ ହେମାନନ୍ଦ ସା, ସୁଧାଂଶୁ ଶେଖର ନାଏକ, ସୁଶାନ୍ତ ମାଝି, ନେତ୍ରାନନ୍ଦ ଦଣ୍ଡପାଟଙ୍କ ସମେତ ସେବା ଦଳ ଓ ମହିଳା କଂଗ୍ରେସର ଅନେକ ସଭ୍ୟ ଉପସ୍ଥିତ ରହି ଦଳକୁ ସଂଗଠିତ କରିବାକୁ ଆହ୍ୱାନ ଦେଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ପଞ୍ଚାୟତ କମିଟି ଗଠନ କରାଯିବ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି।1
- ବୌଦ୍ଧ ସହର ନିକଟ ସରସରା ଗ୍ରାମକୁ ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ । ବୃଦ୍ଧାଙ୍କୁ ସରକାରୀ ଯୋଜନାରେ ସାମିଲ କରିବାକୁ ହରଭଙ୍ଗା ବିଡ଼ିଓଙ୍କୁ ନିର୍ଦ୍ଦେଶ । ସରକାରୀ ଯୋଜନାରୁ ବଞ୍ଚିତ ନେଇ ଗାମା କହଁର ଜନଶୁଣାଣୀରେ ଅଭିଯୋଗ କରିଥିଲେ ।1