ପଦ୍ମପୁର ବ୍ଲକରେ ଆରମ୍ଭ ହେଲା ଗୃହ ଗଣନାରାୟଗଡ଼ ଜିଲ୍ଲାରେ ଜନଗଣନା ୨୦୨୭ ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ଷୋହଳ ତାରିଖରୁ ଆରମ୍ଭ ହେଲା ଗୃହ ଗଣନା । ଏପ୍ରିଲ ଷୋହଳ ରୁ ଅଠର ତାରିଖ ମଧ୍ୟରେ ସମସ୍ତ ଗୃହକୁ ନମ୍ବର ଦିଆଯିବା ସହ ପ୍ରତି ଗୃହ ଗଣନା ବ୍ଳକର ମ୍ୟାପ୍ ପ୍ରସ୍ତୁତି କାର୍ଯ୍ୟ ଚାଲୁରହିଛି । ସେହି କ୍ରମରେ ପଦ୍ମପୁର ବ୍ଳକର ସମସ୍ତ ଗ୍ରାମ ଓ ପଡା ଗୁଡିକ ଗଣନାକାରୀ ଓ ସୁପରଭାଇଜର ପଦ୍ମପୁର ବ୍ଲକରେ ଆରମ୍ଭ ହେଲା ଗୃହ ଗଣନା ପଦ୍ମପୁର, ୧୮।୪ (ନି ପ୍ର) : ରାୟଗଡ଼ ଜିଲ୍ଲାରେ ଜନଗଣନା ୨୦୨୭ ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ଷୋହଳ ତାରିଖରୁ ଆରମ୍ଭ ହେଲା ଗୃହ ଗଣନା । ଏପ୍ରିଲ ଷୋହଳ ରୁ ଅଠର ତାରିଖ ମଧ୍ୟରେ ସମସ୍ତ ଗୃହକୁ ନମ୍ବର ଦିଆଯିବା ସହ ପ୍ରତି ଗୃହ ଗଣନା ବ୍ଳକର ମ୍ୟାପ୍ ପ୍ରସ୍ତୁତି କାର୍ଯ୍ୟ ଚାଲୁରହିଛି । ସେହି କ୍ରମରେ ପଦ୍ମପୁର ବ୍ଳକର ସମସ୍ତ ଗ୍ରାମ ଓ ପଡା ଗୁଡିକ ଗଣନାକାରୀ ଓ ସୁପରଭାଇଜର ପରିଦର୍ଶନ କରି ଅବସ୍ଥିତି ଅନୁସାରେ ଗୃହ ଗୁଡିକୁ ସଂଖ୍ୟାୟନ କରିବା ସହ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ପଦ୍ମପୁର ବ୍ଳକରେ ଅଧିକାରୀ ଓ କର୍ମଚାରୀ ଙ୍କୁ ମିଶାଇ ମୋଟ ୧୩୮ ଜଣ ନିଯୁକ୍ତ ହୋଇଥିବା ତହସିଲଦାର ତଥା ଚାର୍ଜ ଅଧୂକାରୀ ଶୁଭାଶିଷ ଶତପଥୀ ପ୍ରକାଶ କରିଛନ୍ତି । ପ୍ରଥମ ଦିନରେ ଏକତୃତୀୟାଂଶ କାର୍ଯ୍ୟ ସମ୍ପାଦନ ହୋଇଥିବା ସ୍ଥଳେ ଏପ୍ରିଲ ଅଠର ତାରିଖ ସୁଦ୍ଧା ଗୃହ ସଂଖ୍ୟାୟନ କାର୍ଯ୍ୟ ସରିବ, ପରେ ଗୃହ ଗଣନା କାର୍ଯ୍ୟ ଆରମ୍ଭ ହେବ । ଗୃହ ଗଣନା ପୂର୍ବରୁ ଗ୍ରାମବାସୀଙ୍କୁ ଜନଗଣନାର ଆବଶ୍ୟକତା ଓ ଦେଶରେ ତଥ୍ୟର ବ୍ୟବହାର ବିଭିନ୍ନ ଦିଗ ବିଷୟରେ ସଚେତନ କରାଯାଉଛି । ଆସନ୍ତା ମେ ମାସ ପନ୍ଦର ତାରିଖ ସୁଦ୍ଧା ଗୃହ ଗଣନା ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ସେ ପ୍ରକାଶ କରିଛନ୍ତି । ପଦ୍ମପୁର ତହସିଲର ତହସିଲଦାର ଶୁଭାଶିଷ ଶତପଥୀ ଓ ସହକାରୀ ତହସିଲଦାର ସଞ୍ଜୟ ବାନାର୍ଜି ପ୍ରମୁଖ କ୍ଷେତ୍ର ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ତଦାରଖ କରୁଛନ୍ତି । ଜିଲ୍ଲାପାଳ ତଥା ପ୍ରମୂଖ ଜନଗଣନା ଅଧିକାରୀ ଆଶୁତୋଷ କୁଲକର୍ଣ୍ଣି ସମସ୍ତ ଅଧୂକାରୀଙ୍କୁ ନିର୍ଭୁଲ ଗୃହ ଗଣନା ଓ ମ୍ୟାପ୍ ପ୍ରସ୍ତୁତି ଉପରେ ଗୁରୁତ୍ବ ଦେବା ସହ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଅପରପକ୍ଷେ ପଦ୍ମପୁର ବ୍ଲକ ବାସୀଙ୍କୁ ସଠିକ ତଥ୍ଯ ପ୍ରଦାନରେ ସହଯୋଗ କରିବା ନିମନ୍ତେ ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁରେଶ ଚନ୍ଦ୍ର ଜାନି ଅନୁରୋଧ କରିଛନ୍ତି।
ପଦ୍ମପୁର ବ୍ଲକରେ ଆରମ୍ଭ ହେଲା ଗୃହ ଗଣନାରାୟଗଡ଼ ଜିଲ୍ଲାରେ ଜନଗଣନା ୨୦୨୭ ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ଷୋହଳ ତାରିଖରୁ ଆରମ୍ଭ ହେଲା ଗୃହ ଗଣନା । ଏପ୍ରିଲ ଷୋହଳ ରୁ ଅଠର ତାରିଖ ମଧ୍ୟରେ ସମସ୍ତ ଗୃହକୁ ନମ୍ବର ଦିଆଯିବା ସହ ପ୍ରତି ଗୃହ ଗଣନା ବ୍ଳକର ମ୍ୟାପ୍ ପ୍ରସ୍ତୁତି କାର୍ଯ୍ୟ ଚାଲୁରହିଛି । ସେହି କ୍ରମରେ ପଦ୍ମପୁର ବ୍ଳକର ସମସ୍ତ ଗ୍ରାମ ଓ ପଡା ଗୁଡିକ ଗଣନାକାରୀ ଓ ସୁପରଭାଇଜର ପଦ୍ମପୁର ବ୍ଲକରେ ଆରମ୍ଭ ହେଲା ଗୃହ ଗଣନା ପଦ୍ମପୁର, ୧୮।୪ (ନି ପ୍ର) : ରାୟଗଡ଼ ଜିଲ୍ଲାରେ ଜନଗଣନା ୨୦୨୭ ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ଷୋହଳ ତାରିଖରୁ ଆରମ୍ଭ ହେଲା ଗୃହ ଗଣନା । ଏପ୍ରିଲ ଷୋହଳ ରୁ ଅଠର ତାରିଖ ମଧ୍ୟରେ ସମସ୍ତ ଗୃହକୁ ନମ୍ବର ଦିଆଯିବା ସହ ପ୍ରତି ଗୃହ ଗଣନା ବ୍ଳକର ମ୍ୟାପ୍ ପ୍ରସ୍ତୁତି କାର୍ଯ୍ୟ ଚାଲୁରହିଛି । ସେହି କ୍ରମରେ ପଦ୍ମପୁର ବ୍ଳକର ସମସ୍ତ ଗ୍ରାମ ଓ ପଡା ଗୁଡିକ ଗଣନାକାରୀ ଓ ସୁପରଭାଇଜର ପରିଦର୍ଶନ କରି ଅବସ୍ଥିତି ଅନୁସାରେ ଗୃହ ଗୁଡିକୁ ସଂଖ୍ୟାୟନ କରିବା ସହ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ପଦ୍ମପୁର ବ୍ଳକରେ ଅଧିକାରୀ ଓ କର୍ମଚାରୀ ଙ୍କୁ ମିଶାଇ ମୋଟ ୧୩୮ ଜଣ
ନିଯୁକ୍ତ ହୋଇଥିବା ତହସିଲଦାର ତଥା ଚାର୍ଜ ଅଧୂକାରୀ ଶୁଭାଶିଷ ଶତପଥୀ ପ୍ରକାଶ କରିଛନ୍ତି । ପ୍ରଥମ ଦିନରେ ଏକତୃତୀୟାଂଶ କାର୍ଯ୍ୟ ସମ୍ପାଦନ ହୋଇଥିବା ସ୍ଥଳେ ଏପ୍ରିଲ ଅଠର ତାରିଖ ସୁଦ୍ଧା ଗୃହ ସଂଖ୍ୟାୟନ କାର୍ଯ୍ୟ ସରିବ, ପରେ ଗୃହ ଗଣନା କାର୍ଯ୍ୟ ଆରମ୍ଭ ହେବ । ଗୃହ ଗଣନା ପୂର୍ବରୁ ଗ୍ରାମବାସୀଙ୍କୁ ଜନଗଣନାର ଆବଶ୍ୟକତା ଓ ଦେଶରେ ତଥ୍ୟର ବ୍ୟବହାର ବିଭିନ୍ନ ଦିଗ ବିଷୟରେ ସଚେତନ କରାଯାଉଛି । ଆସନ୍ତା ମେ ମାସ ପନ୍ଦର ତାରିଖ ସୁଦ୍ଧା ଗୃହ ଗଣନା ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ସେ ପ୍ରକାଶ କରିଛନ୍ତି । ପଦ୍ମପୁର ତହସିଲର ତହସିଲଦାର ଶୁଭାଶିଷ ଶତପଥୀ ଓ ସହକାରୀ ତହସିଲଦାର ସଞ୍ଜୟ ବାନାର୍ଜି ପ୍ରମୁଖ କ୍ଷେତ୍ର ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ତଦାରଖ କରୁଛନ୍ତି । ଜିଲ୍ଲାପାଳ ତଥା ପ୍ରମୂଖ ଜନଗଣନା ଅଧିକାରୀ ଆଶୁତୋଷ କୁଲକର୍ଣ୍ଣି ସମସ୍ତ ଅଧୂକାରୀଙ୍କୁ ନିର୍ଭୁଲ ଗୃହ ଗଣନା ଓ ମ୍ୟାପ୍ ପ୍ରସ୍ତୁତି ଉପରେ ଗୁରୁତ୍ବ ଦେବା ସହ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଅପରପକ୍ଷେ ପଦ୍ମପୁର ବ୍ଲକ ବାସୀଙ୍କୁ ସଠିକ ତଥ୍ଯ ପ୍ରଦାନରେ ସହଯୋଗ କରିବା ନିମନ୍ତେ ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁରେଶ ଚନ୍ଦ୍ର ଜାନି ଅନୁରୋଧ କରିଛନ୍ତି।
- ପାହାଡ ପର୍ବତ ଘେରା ଦୁର୍ଗମ ଗୁମ୍ମା ବ୍ଲକ ଅଞ୍ଚଳ ରେ ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟ ହେଉ ବା ଦୁର୍ଘଟଣା ହେଉ କିମ୍ବା ଘର ପୋଡ଼ି ଲୋକଙ୍କ ପାଖରେ ପହଞ୍ଚି ତୁରଂତ ସେବା ଯୋଗାଇଥାନ୍ତି ଗୁମ୍ମା ଦମକଳ କେନ୍ଦ୍ର ର ଅଗ୍ନିଶ୍ରମ ବାହିନୀ। ଚଳିତ ମାସ ଚଉଦ ତାରିଖ ଠାରୁ କୋଡ଼ିଏ ତାରିଖ ପର୍ଯ୍ୟନ୍ତ ଜାରି ରହିଛି ଅଗ୍ନି ସେବା ସପ୍ତାହ। ଗୁମ୍ମା ବ୍ଲକର ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଗାଇବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ବାଇଝାଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ବିଭିନ୍ନ ଅପହଞ୍ଚ ଗାଁରେ ପହଞ୍ଚି ଚଳିତ ଗ୍ରୀଷ୍ମ ଋତୁରେ କିପରି ଅଗ୍ନିକାଣ୍ଡ ଘଟିପାରେ, ଏହାର ନିରାକରଣ ଓ ପ୍ରତିକାର ପାଇଁ କି କି ପଦକ୍ଷେପ ନେବା ଉଚିତ୍, ସେ ସଂପର୍କରେ ଅଞ୍ଚଳବାସୀ ତଥା ବିଭିନ୍ନ ସ୍ଵାସ୍ଥ୍ୟ କେନ୍ଦ୍ର କର୍ମଚାରୀ ମାନଙ୍କୁ ସଚେତନ କରାଇଥିଲେ। ଗୁମ୍ମା ଦମକଳ ବାହିନୀ ଦାୟିତ୍ୱରେ ଥିବା ଅଧିକାରୀ ଆର୍ ଦୁର୍ଯ୍ୟ ରେଡ୍ଡୀ ଙ୍କ ସହ ଛା ଜଣ ଫାୟାର୍ ମ୍ୟାନ୍ ଏହି ସଚେତନ କାର୍ଯ୍ୟକ୍ରମ ରେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି।1
- ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ର ପ୍ରଶାନ୍ତ ଦାସ ଶିକ୍ଷକ ବାଇକ୍ ଦୁର୍ଘଟଣା ମୃତ୍ୟୁ1
- ତା.18/04/2026 ରିଖ ପ୍ରତ୍ୟେକ ନାରୀ ମଧ୍ୟରେ ଅଫୁରନ୍ତ ପ୍ରତିଭା ରହିଛି।ସେ ଶକ୍ତିମୟୀ, କଲ୍ୟାଣମୟୀ।ସଶକ୍ତ ନାରୀ ସଶକ୍ତ ଭାରତ ବୋଲି କହିଛନ୍ତି ପୁରୀ ମୁନିସିପାଲ କର୍ପୋରେସନ ର କମିଶନର ଅରୁଗୁଳା ସ୍ନେହା।ନାରୀ ମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ ଲକ୍ଷ୍ୟ ରେ ଆଜି ପୂର୍ବାହ୍ନରେ ଏକ ଦୌଡ ଜିଲ୍ଲା ପ୍ରଶାସନ କ୍ରୀଡା କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଥିଲା।ଏହି ଦୌଡ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରୁ ଆରମ୍ଭ ହୋଇ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଠାରେ ପହଞ୍ଚି ଥିଲା।ଏହି ଦୌଡ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କମିଶନର ସୁଶ୍ରୀ ସ୍ନେହା ପୁରୁଷ ମାନଙ୍କ ସମକକ୍ଷ ହୋଇ ନାରୀ ବି ସବୁ କରିପାରେ।ଏପରିକି ପୁରୁଷ ଙ୍କ ଠାରୁ ଅଧିକ ମଧ୍ୟ କରିପାରେ।ନିଜର ଗୋଟେ ଲକ୍ଷ୍ୟ ସ୍ଥିର କରି ମନ ପ୍ରାଣ ଦେଇ ତାହାକୁ ସଫଳ କରିବାର ପ୍ରୟାସ ପାଇଁ ସେ ପରାମର୍ଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ନାରୀ ମାନଙ୍କ ପ୍ରତିଭାର ବିକାଶ ରାଷ୍ଟ୍ର ବିକାଶ ରେ ସହାୟକ ହୋଇଥାଏ ବୋଲି କହିଥିଲେ।ଆଜିର ସମୟରେ ବିଭିନ୍ନ କ୍ଷେତ୍ରରେ ମହିଳା ମାନଙ୍କର ଶକ୍ତି ଓ ସାମର୍ଥ୍ୟ ର ପରିପ୍ରକାଶ ଘଟିଛି।ଏହାକୁ ଅଧିକ ଋଦ୍ଧିମନ୍ତ ସହ ସେମାନଙ୍କ ଅଧିକାର, କର୍ତ୍ତବ୍ୟ, ଶକ୍ତି ଓ ସମ୍ଭାବନା ସମ୍ପର୍କରେ ସଚେତନ କରାଇବା ଲକ୍ଷ୍ୟ ରେ ଏହିଭଳି କାର୍ଯ୍ୟକ୍ରମ ବେଶ ସହାୟକ ହେବ ବୋଲି ସେ ମତ ଦେଇଥିଲେ।ଚଳିତ ସିବିଏସଇ ଦଶମ ପରୀକ୍ଷାରେ ପ୍ରଥମ ହୋଇଥିବା ପୁରୀ ଜିଲ୍ଲାର ଟିନା ରଥ ଙ୍କୁ ଏହି କାର୍ଯ୍ୟକ୍ରମ ରେ ସମ୍ବର୍ଦ୍ଧିତ କରାଯାଇଥିଲା।ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଖୋ ଖୋ ଖେଳର ମୁଖ୍ୟ ଜାତୀୟ କୋଚ ସଞ୍ଜୀବ କୁମାର ଶର୍ମା, ସର୍ବ ଭାରତୀୟ ଖୋଖୋ ସଂଘର ଉପ ସଭାପତି ପ୍ରଦ୍ୟୁମ୍ନ ମିଶ୍ର,ଓଡିଶା ଅଲମ୍ପିକ ସଂଘର କୋଷାଧ୍ୟକ୍ଷ ରବି ଶଙ୍କର ପ୍ରତିହାରୀ,ଖୋ ଖୋ କୋଚ ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର ଓ ଟିନା ରଥ ଙ୍କ ପିତାମାତା ପ୍ରମୁଖ ଯୋଗ ଦେଇ ନାରୀ ମାନଙ୍କ ଶକ୍ତି,ପ୍ରତିଭା ଓ ଉତଥାନ ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ଅବସରରେ ସଚେତନତା ଲକ୍ଷ୍ୟ ରେ ସ୍ବାକ୍ଷର ଅଭିଯାନରେ ପ୍ରତ୍ୟେକ ସ୍ବାକ୍ଷର କରିଥିଲେ। ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା, ଭୁବନେଶ୍ୱର1
- Post by Ganjam Khabar1
- 🌹🌹🌹🌹🌹🌹🌹🇹🇯🌹1
- କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକରେ ଆଜି ଚାଷି ମୂଳିଆ ସଂଘ ର ନେତାମାନେ ଓ କର୍ମୀ ଆସି ବନ୍ଧୁଗାଁ ତହସିଲଦାରଙ୍କୁ ଦାବିପତ୍ର ଦେଇଛନ୍ତି1
- ଆଦିବାସି, ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲା ସ୍ତରୀୟ ଟିଟିଲାଗଡ ମୁଖ୍ୟ ଚିକିତ୍ସାଳୟ କୁ ତରବରିଆ ଭାବେ ବିନା ସର୍ବଦଳୀୟ ବୈଠକ ରେ ଟିଟିଲାଗଡ ରୁ ପାଞ୍ଚ କି ମି ଦୂର ପିପଲପଦର୍ ଗ୍ରାମ ରେ ଥିବା ମାତୃ ଓ ଶିଶୁ ଡ଼ାକ୍ତର ଖାନା କୁ ସ୍ଥାନାନ୍ତରିତ କରାଯିବା ରୋଗୀ କଲ୍ୟାଣ ସମିତି ପକ୍ଷରୁ ଧାର୍ଯ୍ୟ କରାଯାଉଛି। ଏ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏବେ କାର୍ଯ୍ୟକାରି ହୋଇ ରହିଥିବା ଡ଼ାକ୍ତରଖାନା ଉପରେ ଅନେକ ରୋଗୀ ଙ୍କ ରହିବା ସୁବିଧା ଥିବାବେଳେ ସେ ସବୁ କାର୍ଯ୍ୟକ୍ଷମ କରିବା ସହ ଆବଶ୍ୟକୀୟ ସାଧନ, ପଦ,ପଦବୀ ପୂରଣ କରିବା ନିମନ୍ତେ ବିଭିନ୍ନ ମହଲ ରେ ଦୃଢ଼ ଦାବୀ ହୋଇଛି। ଆମ୍ବୁଲାନ୍ସ ନ ମିଳିବା ପଡୋଶୀ ରାଜ୍ୟ ର ଲୋକେ ନିର୍ଭର କରୁଥିବା ବେଳେ ଏ ଦିଗରେ ତୁରନ୍ତ ବିଭାଗୀୟ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ଦାବି ହୋଇଛି। ସେହିପରି ମାତ୍ର ୫୦ ଗୋଟି ଶଯ୍ୟା ସହ ଉକ୍ତ ମାତୃ ଓ ଶିଶୁ ଡ଼ାକ୍ତର ଖାନା ପରିସର ରେ କେବଳ ନାମକୁ ମାତ୍ର କୋଠା ଓ କାର୍ଯ୍ୟାଳୟ ନିର୍ମାଣ କରି ଦେଇ ଏହା କାର୍ଯ୍ୟକାରୀ କରିବା ନେଇ ଦୁର୍ନିତୀ ହୋଇ ଥିବା ଅଭିଯୋଗ ହୋଇଛି। ମିଥ୍ୟା ବିଲ ଭାଉଚ୍ଚର୍ କରିଦେଇ ଏହା କାର୍ଯ୍ୟକାରୀ କରି ଅର୍ଥ ଆତ୍ମସାତ କରିଥିବା ସାଧାରଣ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।3
- ଅଦ୍ୟ ତା. 18/04/2026 ରିଖ, ନିମାପଡ଼ା ବ୍ଲକ୍ ଅରିଷଣ୍ଢ ପଞ୍ଚାୟତ କୁମାର ସାହି ୧୪ ନମ୍ବର ୱାର୍ଡ ର ନଳକୂପ ଆଜକୁ ପ୍ରାୟ ୧୮ ଦିନ ହେବ ଅଚଳ ହୋଇ ପଡ଼ିଛି। ଜନସାଧାରଣ ପିଇବା ପାଣି ନ ପାଇ ଡହଳ ବିକଳ ହେଉଥିବା ଦେଖିବା କୁ ମିଳିଛି। ଏଣୁ ବିଭାଗୀୟ ଅଧିକାରୀ ତୁରନ୍ତ ଏଥି ପ୍ରତି ଧ୍ୟାନ ଦେଇ ତୁରନ୍ତ ମରାମତି କରିବା ବ୍ୟବସ୍ଥା କଲେ ଜନ ସାଧାରଣ ପିଇବା ପାଣି ପାଇ ପାରିବେ ବୋଲି ଅଞ୍ଚଳ ବାସୀ ଜଣାଇଛନ୍ତି। ନିମାପଡା ରୁ ଦିପୁ ରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର1