ପାର୍କ ନିର୍ମାଣରେ ବ୍ୟାପକ ଦୁର୍ନୀତିର ତଦନ୍ତ ପାଇଁ ଆରଡ଼ିସିର ଦ୍ୱାରସ୍ତ ହେଲେ ରମାକାନ୍ତ *ପାର୍କ ନିର୍ମାଣରେ ବ୍ୟାପକ ଦୁର୍ନୀତିର ତଦନ୍ତ ପାଇଁ ଆର ଡ଼ି ସିର ଦ୍ୱାରସ୍ତ ହେଲେ ରମାକାନ୍ତ ମିଶ୍ର । ଗଜପତି ଜିଲ୍ଲା ଆର -ଉଦୟଗିରି ବ୍ଲକ ଅଧୀନରେ ଥିବା ଅବାରସିଂ ପଞ୍ଚାୟତରେ କିଛିବର୍ଷ ପୂର୍ବେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟବରାଦ କରି ମୋ ରା -ଉଦୟଗିରି ପାର୍କ ନିର୍ମାଣ କରାଯାଇଥିଲା l ଏବଂ ପାର୍କ ପାର୍ଶ୍ୱରେ ଶକ୍ତି କାଫେ ନିର୍ମାଣ କରି ତାହାର ଦାୟୀତ୍ବ ସ୍ଥାନୀୟi ସ୍ୱୟଂ ଶାସିତ ମହିଳା ଗ୍ରୁପକୁ ଦିଆଯାଇଥିଲା l ସରକାରଙ୍କ ଲକ୍ଷ୍ୟ ଥିଲା ଯେ,ଏହି ଆଦିବାସୀ ଦୁର୍ଗମ ଅଂଚଳର ମହିଳାମାନେ ଶକ୍ତି କାଫେରେ ବ୍ୟବସାୟ କରି ଆତ୍ମନିର୍ଭଳଶୀଳ ହେବା ସହ ସ୍ୱାବଲମ୍ବୀ ହେଇପାରିବେ l ଏବଂ ପାର୍କକୁ ଆସୁଥିବା ଲୋକଙ୍କ ଟିକଟ ଟଙ୍କାରେ ରାଜସ୍ବ ପଢ଼ିପାରିବ l କିନ୍ତୁ ନିର୍ମାଣରେ ବିଭାଗୀୟ ଅଧିକାରୀ ମାନଙ୍କ ଠାରୁ ଏହି ପାର୍କ ନିର୍ମାଣରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରାଯାଇଥିବା ନେଇ ନିର୍ମାଣ ହେବାଠାରୁ ଅଞ୍ଚଳବାସୀ ଦାବୀ କରି ଆସୁଛନ୍ତି l କାରଣ ଯେକୌଣସି ସରକାରୀ କାର୍ଯ୍ୟର ନିର୍ମାଣ ହେବାପୂର୍ବରୁ କାର୍ଯ୍ୟର ସୂଚନା ଫଳକ ଲଗାଇବା ଆବଶ୍ୟକ କିନ୍ତୁ ଏଠାରେ ଲାଗିନଥିଲା l ଏନେଇ ଏହି ଗାଁର କିଛି ଲୋକ ସୂଚନା ପାଇବା ପାଇଁ ସୂଚନା ଅଧିକାର ଆଇନ ବଳରେ ବ୍ଲକକୁ ରା -ଉଦୟଗିରି ପଞ୍ଚାୟତରେ ଜନ ସୂଚନା ଅଧିକାରୀଙ୍କୁ ସୂଚନା ମାଗିଥିଲେ l ବିଡମ୍ବନା ବିଷୟ ହେଉଛିଯେ, ସେ ଯେଉଁ ତଥ୍ୟ ଦେଇଥିଲେ ଯେ, ତାହାକୁ ଯେକେହି ବି ଦେଖିଲେ ଆଶ୍ଚର୍ଯ୍ୟଚକିତ ହୋଇଯିବ, କାରଣ ଯେଉଁ ଟ୍ରାକଟର ଗାଡିର ନମ୍ବରଟି ପାର୍କ ନିର୍ମାଣରେ ବ୍ୟବହୃତ ହୋଇଥିବା ନେଇ ଦର୍ଶାଇ ନମ୍ବରଟି ଦେଇଥିଲେ ତାହା ସେଇ ନମ୍ବରର ଟ୍ରାକଟର ଗାଡ଼ି ନଥିଲା ବାସ୍ତବରେ ତାହା ଏକ ମଟର ସାଇକେଲର ନମ୍ବର l ପାଇଥିବା ତଥ୍ୟ ଅନୁସାରେ ଏହି କାମର ବିଲ ଓ ଭାଉଚର ଦେଖିଲେ ସ୍ପଷ୍ଟ ଭାବେ ଜଣା ପଡୁଛି ଯେ, ଏହି ପାର୍କରେ ଅତି ନିମ୍ନମାନର ଶିଶୁମାନଙ୍କର ଖେଳନା ସାମଗ୍ରୀ ଗୁଡିକୁ କିଣି ଅଧିକ ଟଙ୍କା ବିଲ କରାଯାଇଥିବା ନେଇ ଜଣା ପଡୁଛି l ଏବଂ ସବୁଠାରେ ବଡ କଥା ହେଲା ମୋ ରା -ଉଦୟଗିରି ପାର୍କ ଯାହାକି ରା -ଉଦୟଗିରି ଠାରେ ନିର୍ମାଣ ହେବାକଥା କାହାର ନିର୍ଦେଶରେ ଏହି ବ୍ଲକ ଅନ୍ତର୍ଗତ ଅବାରସିଂ ପଞ୍ଚାୟତ ଅଧୀନ ଡୁମ୍ବା ଠାରେ ଏହାକୁ ନିର୍ମାଣ କରାଯାଇଥିଲା l ଏହି ସବୁ ଦୁର୍ନୀତିକୁ ନେଇ ସ୍ଥାନୀୟ ଲୋକେ ବାରମ୍ବାର ପଞ୍ଚାୟତ ଠାରୁ ବ୍ଲକ ଏବଂ ବ୍ଲକ ଠାରେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ମଧ୍ୟ ହୋଇଥିଲେ l ସେତେବେଳେ ଏହି ଦୁର୍ନୀତି ସମ୍ବନ୍ଦରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା l ସେତେବେଳେ ଏହି ଘଟଣା ଖବରକାଗଜର ଶିରନାମା ପାଲଟିଥିବା ବେଳେ ଜିଲ୍ଲାରେ ପ୍ରଶାସନିକ ଅଧିକାରୀଙ୍କ ମହଲରେ ଆଲୋଡନା ସୃଷ୍ଟି କରିଥିଲା l ଏହି ଦୁର୍ନୀତିରେ ବହୁ ବଡ ବଡ ସରକାରୀ ବାବୁମାନେ ସମ୍ପୃକ୍ତି ଥିବାରୁ ଦୁର୍ନୀତିକୁ ଚାପି ଦିଆଯାଇଥିଲା l ତେଣୁକରି ଆଜି ଆର, ଉଦଦୟଗିରି ଗ୍ରାମର ରମାକାନ୍ତ ମିଶ୍ର ଏହି ଦୁର୍ନୀତିର ଉଛସ୍ତରୀୟ ତଦନ୍ତ ଓ ଦୋଷୀ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀରେ ରାଜସ୍ବ ବିଭାଗୀୟ କମିଶନର ବ୍ରହ୍ମପୁରର ଦ୍ୱାରସ୍ତ ହୋଇଛନ୍ତି l ବର୍ତମାନ ଓଡ଼ିଶାରେ ସରକାର ପରିବର୍ତନ ହୋଇଛନ୍ତି, ଡବଲ ଇଂଜିନ ସରକାର କେବେ ଏହି ଦୁର୍ନୀତିର ଫର୍ଦାଫାସ କରି ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ତାକୁ ହିଁ ସମସ୍ତଙ୍କ ନଜର?

- Post by AK14TV1
- ସକାଳୁ ସକାଳୁ ଭୟଙ୍କର ଟ୍ରେନ ଦୁର୍ଘଟଣା, ଉତ୍ତର-ପୂର୍ବ ଥାଇଲ୍ୟାଣ୍ଡରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ରାଜଧାନୀ ବ୍ୟାଙ୍କକରୁ ଦେଶର ଉତ୍ତର-ପୂର୍ବ ଭାଗକୁ ଯାଉଥିବା ଏକ ଟ୍ରେନର ଏକ ବଗି ଉପରେ ପଡ଼ିଲା ଭାରୀ କ୍ରେନ୍, ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଡାକ୍ତରୀ ଏବଂ ଉଦ୍ଧାର କାରି ଦଳ ପହଞ୍ଚି ଉଦ୍ଧାର କରୁଛନ୍ତି । ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ମୃତ, ୩୦ ଗୁରୁତର ହୋଇଥିବା ସୂଚନା I #rescue #police #train #firedepartment #odishabhaskar #Northeast #Thailand1
- ସକାଳୁ ସକାଳୁ ଭୟଙ୍କର ଟ୍ରେନ ଦୁର୍ଘଟଣା, ଉତ୍ତର-ପୂର୍ବ ଥାଇଲ୍ୟାଣ୍ଡରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ରାଜଧାନୀ ବ୍ୟାଙ୍କକରୁ ଦେଶର ଉତ୍ତର-ପୂର୍ବ ଭାଗକୁ ଯାଉଥିବା ଏକ ଟ୍ରେନର ଏକ ବଗି ଉପରେ ପଡ଼ିଲା ଭାରୀ କ୍ରେନ୍, ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଡାକ୍ତରୀ ଏବଂ ଉଦ୍ଧାର କାରି ଦଳ ପହଞ୍ଚି ଉଦ୍ଧାର କରୁଛନ୍ତି । ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ମୃତ, ୩୦ ଗୁରୁତର ହୋଇଥିବା ସୂଚନା I ଗଣେଶ ପାଣିଗ୍ରାହୀ ରିପୋର୍ଟ #rescue #police #train #firedepartment #odishabhaskar #Northeast #Thailand1
- ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ର ସର୍ବପୁରାତନ ଶ୍ରୀ ମର୍ଦରାଜ ହାଇସ୍କୁଲ ପରିସରରେ ଉତ୍ସାହ ଓ ଆନନ୍ଦ ମଧ୍ୟରେ ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ–୨୦୨୬ ଅନୁଷ୍ଠିତ। ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭା ବିକାଶ ଉପରେ ଗୁରୁତ୍ୱ ଦେଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମେଳା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।3
- Post by Jay kala _ jay Kalinga1
- ଓଡ଼ିଶା ର ଅନ୍ୟାନ୍ୟ ପର୍ବ ମଧ୍ୟ ରେ ମକର ସଂକ୍ରାନ୍ତି ପର୍ବ ମଧ୍ୟ ଏକ ନିଆରା ଓଡ଼ିଆ ପରମ୍ପରା ସହ ଏହି ପର୍ବ ଜଡ଼ିତ, ଏଭଳି ଏକ ଓଡ଼ିଶା ର ପର୍ବ ମକର ସଂକ୍ରାନ୍ତି କୁ ନେଇ ଏକ ସ୍ବତନ୍ତ୍ର ଉପସ୍ଥାପନା।1
- Post by AK14TV1
- "ମଣ୍ଡିରେ ଚାଷୀଙ୍କ କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ପଡିଛି, କିନ୍ତୁ ଚାଷୀଙ୍କ ଠାରୁ ସରକାର କିଣୁ ନାହାଁନ୍ତି" #Bhubaneswar #OdishaCongress #congresspressmeet #FarmersIssues #bjpgovt #LatestNews #odishabhaskar1
- "ମଣ୍ଡିରେ ଚାଷୀଙ୍କ କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ପଡିଛି, କିନ୍ତୁ ଚାଷୀଙ୍କ ଠାରୁ ସରକାର କିଣୁ ନାହାଁନ୍ତି" ଗଣେଶ ପାଣିଗ୍ରାହୀ ରିପୋର୍ଟ #Bhubaneswar #OdishaCongress #congresspressmeet #FarmersIssues #bjpgovt #LatestNews #odishabhaskar1