ସାମ୍ବାଦିକ ସମ୍ମିଳନୀରେ ମୁଁ ବିଧାୟକ ପ୍ରତିନିଧି ନୁହେଁ ସ୍ପଷ୍ଟୀକରଣ ହେଲେ କାମ୍ପ ବାଢେଇ ପୋଲସରା,୧୨/୩/୨୫ ଝିଟିକାବାଡି ଅଙ୍ଗନବାଡି କର୍ମୀ ପ୍ରତୀମା ପରିଡା ଙ୍କୁ ନିର୍ଯାତନା ଘଟଣା ଭିନ୍ନ ମୋଡ ଦେଇ ଗତି କରିଛି। ପ୍ରତୀମା ଓ ତାଙ୍କ ସ୍ୱାମୀ ସତ୍ୟନାରାୟଣ ଦାସଙ୍କ ଅଭିଯୋଗ ପ୍ରକାରେ ମନ୍ତ୍ରୀ ଙ୍କ ପ୍ରତିନିଧି ହଇରାଣ ହରକତ କରିବା ଓ ମାନସିକ ନିର୍ଯାତନା ଦେବା ଅଭିଯୋଗ କୁ ଖଣ୍ଡନ କରିଛନ୍ତି କାମ୍ପ ବାଢେଇ। ମୋତେ ବଦନାମ କରିବା ପାଈଁ ଏହା ଏକ ଷଡଯନ୍ତ୍ର ଏବଂ ଅଙ୍ଗନବାଡି କର୍ମୀ ପ୍ରତୀମା ପରିଡା ଅଙ୍ଗନବାଡି କେନ୍ଦ୍ର କୁ ନିୟମିତ ଆସୁନଥିବା ଏବଂ ଛୁଆଙ୍କ ଛତୁଆ ଓ ଅଣ୍ଡା ବାଟମାରଣା କରୁଥିବା ଅଭିଯୋଗ କରିବା ପରେ ସେ ଆକ୍ରୋଶ ମୂଳକ ଭାବେ ପ୍ରତିଶୋଧ ପରାୟଣ ହୋଇ ଏଭଳି ନିଷ୍ପତି ନେଇଥିବା କାମ୍ପ ବାଢେଇ ପାଲଟା ଅଭିଯୋଗ କରି ବାଲିଛାଇ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଅଙ୍ଗନବାଡି କର୍ମୀ ଜଣକ ନିଜ ଦ୍ଵାୟିତ୍ୱ ଠିକ ରେ ତୁଲାଇ ନପାରିବା ଏବଂ ତାଙ୍କ ମନଇଚ୍ଛା କାର୍ଯ୍ୟକଳାପ ପାଈଁ ଗଞ୍ଜାମ ଜିଲ୍ଲାପାଳ ଏବଂ ପୋଲସରା ସିଡିପିଓ ଙ୍କୁ ପୂର୍ବରୁ ଅବଗତ କରାଯାଇଥିବା ସେ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ଅନ୍ୟପଟେ ପୋଲସରା ବ୍ଲକ ରେ ମନ୍ତ୍ରୀ ଗୋକୁଳାନନ୍ଦ ମଳିକଙ୍କ ଦ୍ୱାରା କୌଣସି ପ୍ରତିନିଧି ନିଯୁକ୍ତି ଦିଆଯାଇନଥିବା ମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି। ସେ କେବେ ମଧ୍ଯ କାମ୍ପ ବାଢେଇ ଙ୍କୁ ନିଜ ପ୍ରତିନିଧି ଭାବେ ନିଯୁକ୍ତି ଦେଇନଥିବା ସିଧା ସିଧା କହିଛନ୍ତି। କିନ୍ତୁ ଅଭିଯୋଗକାରୀ ବାରମ୍ବାର କାମ୍ପ ବାଢେଇ ଙ୍କୁ ମନ୍ତ୍ରୀ ଗୋକୁଳାନନ୍ଦ ମଳିକଙ୍କ ପ୍ରତିନିଧି କହିବା ଏବଂ କାମ୍ପ ବାଢେଇ ଙ୍କୁ ପୋଲସରା ନିର୍ବାଚନ ମଣ୍ଡଳି ରେ ସବୁ ସଭାକାର୍ଯ୍ୟ ରେ ମନ୍ତ୍ରୀ ପ୍ରତିନିଧି କହି ସମ୍ବୋଧନ କରାଯାଉଥିବା ବେଳେ ବାସ୍ତବରେ କିନ୍ତୁ କାମ୍ପ ବାଢେଇ ସରକାରୀ ସ୍ଥରରେ ମନ୍ତ୍ରୀଙ୍କ ପ୍ରତିନିଧି ଭାବେ ନିଯୁକ୍ତି ପାଇନଥିବା ବିଡ଼ିଓ ଶଶୀଭୁଷଣ ମହାପାତ୍ର ଙ୍କୁ ସୂତ୍ରରୁ ସୂଚନା ମିଳିଛି। ଅନ୍ୟପଟେ ଉକ୍ତ ଅଙ୍ଗନବାଡି କର୍ମୀଙ୍କ ସ୍ୱାସ୍ଥ୍ୟ ରେ ସୁଧାର ଆସିନଥିବାରୁ ବୁଧବାର ଅଧିକ ଚିକିତ୍ସା ପାଈଁ ବ୍ରହ୍ମପୁର ନିଆଯାଇଥିବା ଜଣାପଡିଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ

- କୁକୁଡ଼ାଖଣ୍ତି ଅଞ୍ଚଳରେ ସରିଲା ଗଞ୍ଜାମ ର ମେରୁ ପର୍ବ ! ସବୁଠି ଉତ୍ସାହ ଓ ଭକ୍ତିମୟ ପରିବେଶ।1
- କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସ୍ଥିତ ପୋଷ୍ଟ ଅଫିସ ଛକ ଓ ଗ୍ରେସିଙ୍ଗିଆ ଛକ ଠାରେ ଭାରତର ସମ୍ବିଧାନ ପ୍ରଣେତା ଡ଼. ବି.ଆର୍. ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଉତ୍ସବମୁଖର ପରିବେଶରେ ପାଳନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ଲୋକମାନେ ଏକତ୍ରିତ ହୋଇ ଡ଼. ଆମ୍ବେଦକରଙ୍କ ଜୀବନ ଓ ତାଙ୍କର ସମାଜ ପ୍ରତି ଅମୂଲ୍ୟ ଅବଦାନକୁ ସ୍ମରଣ କରିଥିଲେ।1
- Post by BIDYADHAR SAHANI2
- ଗଜପତି ଜିଲ୍ଲା ମୋହନାଠାରେ ଭାରତରତ୍ନ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ ହୋଇଯାଇଛି | ଏହି ଅବସରରେ ହିଲ୍ଟପ୍ କଲେଜଠାରୁ ହାଇସ୍କୁଲ ପଡ଼ିଆ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ହଜାର ହଜାର ଜନସାଧାରଣ ସାମିଲ ହୋଇ ଏହାକୁ ଏକ ଐତିହାସିକ ରୂପ ଦେଇଥିଲେ | ହାଇସ୍କୁଲ ପଡ଼ିଆଠାରେ ଆୟୋଜିତ ସଭାରେ ବିଭିନ୍ନ ଆମ୍ବେଦକରବାଦୀ ସଂଗଠନର କର୍ମକର୍ତ୍ତା, ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ ମୋର୍ଚ୍ଚାର ରାଜ୍ୟ ସଭାପତି ଡକ୍ଟର ପଲ୍ଲବ ଲିମା, ଭୀମ ଆର୍ମିର ବହୁ ରାଜ୍ୟସ୍ତରୀୟ ପଦାଧିକାରୀଙ୍କ ସମେତ ମୋହନା, ରାୟଗଡ଼ା ଓ କନ୍ଧମାଳ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ବାବାସାହେବଙ୍କ ଆଦର୍ଶ ଓ ସାମାଜିକ ନ୍ୟାୟ ଉପରେ ନିଜର ବକ୍ତବ୍ୟ ରଖିଥିଲେ | ଏହି ଅବସରରେ ଉପସ୍ଥିତ ହଜାର ହଜାର ଆମ୍ବେଦକର ପ୍ରେମୀ ଭୀମ ରାଓ ଆମ୍ବେଦକରଙ୍କ ସ୍ୱପ୍ନର ଭାରତ ଗଠନ ଲକ୍ଷ୍ୟରେ ଏକତ୍ରିତ ହୋଇ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ପ୍ରତିଜ୍ଞା କରିଥଲେ। ଆମସୋଲମ୍ ନାୟକ, ସାଗର ବଳିଆର ସିଂ ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ସହଯୋଗ କରିଥିଲେ।1
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ ଏ ସି ୫ ନମ୍ବର ୱାର୍ଡରେ ହାତୀ ଆକ୍ରମଣରେ ଜଣେ ମହିଳା ଙ୍କ ମୃତ୍ୟୁ.ମୃତକ ମହିଳା ଜଣଙ୍କ ନିଜ କାଜୁ ବଗିଚାକୁ କାଜୁ ମଞ୍ଜି ସଂଗ୍ରହ ପାଇଁ ଯାଇଥିବାବେଳେ ହାତୀ ଆକ୍ରମଣ କରିବା ଫଳରେ ମୃତ୍ୟୁ ହୋଇଥିବା ସୂଚନା. ମୃତକ ମହିଳା 55 ବର୍ଷୀୟା ଜୟନ୍ତୀ ସାହୁ.1
- 🌹🇹🇯🤭🙂🙄🙄💋💋🏳️1
- Post by SOUMYA RANJAN1
- ମାଁ ମହୁରୀ କାଳୁଆ ପୀଠରେ ମା ୬୯ ତମ ବାର୍ଷିକ ଉତ୍ସବ ୨୦୨୬1