ବର୍ଷା ଅଭାବରେ ଚାଷ କାର୍ଯ୍ୟ ଠପ୍,ଆକାଶକୁ ଚାହିଁ ବସିଛନ୍ତି ଚାଷୀ ! ବର୍ତମାନ ଶ୍ରାବଣ ମାସ ଚାଲିଥିଲେ ମଧ୍ୟ ଆଶାନୁରୂପ ବର୍ଷା ନ ହେବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। ସାଧାରଣତଃ ଏହି ସମୟରେ ଚାଷ ଜମିରେ ପାଣି ଭରି ରହିଥାଏ ଏବଂ ଧାନ ରୋଇବା କାମ ଜୋରଦାର ଭାବେ ଚାଲିଥାଏ। କିନ୍ତୁ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜମି ଶୁଖି ଫାଟି ଆଁ କରିଥିବା ଦେଖିବାକୁ ମିଳୁଛି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରଚୁଲି ଓ କରସିଙ୍ଗି ପଞ୍ଚାୟତରେ ଜଳସେଚନ ର ସୁବିଧା ନଥିବାବେଳେ ବର୍ଷା ଅଭାବରୁ ତଳି ପ୍ରସ୍ତୁତି, ବିହନ ବୁଣା ଓ ଧାନ ରୋଇବା କାମ ବାଧାପ୍ରାପ୍ତ ହୋଇଛି। ଅନେକ ଚାଷୀ ଋଣ କରି ବିହନ ଓ ସାର କିଣିଥିଲେ ମଧ୍ୟ ଜମିରେ ପର୍ଯ୍ୟାପ୍ତ ଆର୍ଦ୍ରତା ନ ଥିବାରୁ ଚାଷ କାମ ଆଗକୁ ବଢ଼ିପାରୁ ନାହିଁ। ଜଳାଶୟ ଓ ପୋଖରୀ ପାଣି ସ୍ତର ହ୍ରାସ ପାଇଥିବାରୁ ଜଳ ସେଚନ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି। ଯଦି ଆଗାମୀ ଦିନରେ ଭଲ ବର୍ଷା ନ ହୁଏ, ତେବେ ଖରିଫ ଫସଲ ଉତ୍ପାଦନ ଉପରେ ଗଭୀର ପ୍ରଭାବ ପଡ଼ିବା ସହ ଚାଷୀମାନେ ଆର୍ଥିକ କ୍ଷତି ସହିବାକୁ ପଡ଼ିପାରେ। ତେଣୁ ଚାଷୀମାନେ ବର୍ଷା ପାଇଁ ଆକାଶକୁ ଚାହିଁ ବସିଛନ୍ତି।
ବର୍ଷା ଅଭାବରେ ଚାଷ କାର୍ଯ୍ୟ ଠପ୍,ଆକାଶକୁ ଚାହିଁ ବସିଛନ୍ତି ଚାଷୀ ! ବର୍ତମାନ ଶ୍ରାବଣ ମାସ ଚାଲିଥିଲେ ମଧ୍ୟ ଆଶାନୁରୂପ ବର୍ଷା ନ ହେବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। ସାଧାରଣତଃ ଏହି ସମୟରେ ଚାଷ ଜମିରେ ପାଣି ଭରି ରହିଥାଏ ଏବଂ ଧାନ ରୋଇବା କାମ ଜୋରଦାର ଭାବେ ଚାଲିଥାଏ। କିନ୍ତୁ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜମି ଶୁଖି ଫାଟି ଆଁ କରିଥିବା ଦେଖିବାକୁ ମିଳୁଛି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରଚୁଲି ଓ କରସିଙ୍ଗି ପଞ୍ଚାୟତରେ ଜଳସେଚନ ର ସୁବିଧା ନଥିବାବେଳେ ବର୍ଷା ଅଭାବରୁ ତଳି ପ୍ରସ୍ତୁତି, ବିହନ
ବୁଣା ଓ ଧାନ ରୋଇବା କାମ ବାଧାପ୍ରାପ୍ତ ହୋଇଛି। ଅନେକ ଚାଷୀ ଋଣ କରି ବିହନ ଓ ସାର କିଣିଥିଲେ ମଧ୍ୟ ଜମିରେ ପର୍ଯ୍ୟାପ୍ତ ଆର୍ଦ୍ରତା ନ ଥିବାରୁ ଚାଷ କାମ ଆଗକୁ ବଢ଼ିପାରୁ ନାହିଁ। ଜଳାଶୟ ଓ ପୋଖରୀ ପାଣି ସ୍ତର ହ୍ରାସ ପାଇଥିବାରୁ ଜଳ ସେଚନ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି। ଯଦି ଆଗାମୀ ଦିନରେ ଭଲ ବର୍ଷା ନ ହୁଏ, ତେବେ ଖରିଫ ଫସଲ ଉତ୍ପାଦନ ଉପରେ ଗଭୀର ପ୍ରଭାବ ପଡ଼ିବା ସହ ଚାଷୀମାନେ ଆର୍ଥିକ କ୍ଷତି ସହିବାକୁ ପଡ଼ିପାରେ। ତେଣୁ ଚାଷୀମାନେ ବର୍ଷା ପାଇଁ ଆକାଶକୁ ଚାହିଁ ବସିଛନ୍ତି।
- #Join #Free #Smast #Skill & #Cybersecure #tranning #program #nuagaon #korda #sampada #college #1
- ଢେଙ୍କାନାଳ ସଦର ବ୍ଲକରେ ଆବାସ ଯୋଜନା ନେଇ ମନ୍ତ୍ରୀ ଙ୍କ ତାଗିଦ ପରେ ମୁଁହ ଖୋଲିଲେ ପଂଚାୟତ ନିର୍ବାହୀ ଅଧିକାରୀ. ଢେଙ୍କାନାଳ ସଦର ବ୍ଲକ ବୁଲି ଯୋଗ୍ୟ ଆବାସ ହିତାଧିକାରୀ ଚୟନ ରେ ଅନିୟମିତତା ଅଭିଯୋଗ ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ବିଡ଼ିଓ ଙ୍କୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତାଗିଦ କରିବା ପରେ ନେଇ ପଂଚାୟତ ପିଇଓ ସ୍ବର୍ଣ୍ଣ ପ୍ରଭା ସାହୁ ପ୍ରଶାସନକୁ ଜଣାଇବା ପରେ ରଖିଲେ ପ୍ରତିକ୍ରିୟା.1
- "୨୦ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କୁ ପଛରେ ପକାଇ ପୁରୀର ଗୌରବ ହେଲେ ଅନ୍ୱେଷା!" ପୁରୀ ପାଇଁ ଆସିଛି ଏକ ବଡ଼ ଗର୍ବର ଖବର। NEET UG-2026ରେ ଦେଶର ୨୦ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କୁ ପଛରେ ପକାଇ ସର୍ବଭାରତୀୟ ସ୍ତରରେ AIR-170 ହାସଲ କରିଛନ୍ତି ପୁରୀର ପ୍ରତିଭାବାନ ଛାତ୍ରୀ ଅନ୍ୱେଷା ସୁନ୍ଦରାୟ। ତାଙ୍କର ଏହି ସଫଳତା ପୁରୀ ସହ ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ ପାଲଟିଛି। ପୁରୀ ଦତ୍ତତୋଟା ନିବାସୀ ଡ଼ଃ ସଞ୍ଜୟ କୁମାର ସୁନ୍ଦରାୟଙ୍କ ସୁପୁତ୍ରୀ ଅନ୍ୱେଷା ସୁନ୍ଦରାୟ NEET UG-2026ରେ ଅସାଧାରଣ ସଫଳତା ହାସଲ କରିଛନ୍ତି। ଦେଶବ୍ୟାପୀ ୨୦ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ସର୍ବଭାରତୀୟ ସ୍ତରରେ AIR-170 ରାଙ୍କ ହାସଲ କରି ସେ ପୁରୀ ଓ ଓଡ଼ିଶାର ନାମକୁ ଉଜ୍ଜ୍ୱଳ କରିଛନ୍ତି। ବୋର୍ଡ ପରୀକ୍ଷା ସହିତ NEET ଓ JEE ପରି କଠିନ ଜାତୀୟ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତିକୁ ସୁଚାରୁ ଭାବେ ପରିଚାଳନା କରି ସେ ଏହି ସଫଳତା ହାସଲ କରିଛନ୍ତି। ଅନ୍ୱେଷାଙ୍କ ଏହି ସଫଳତା ଆଗାମୀ ଦିନର ମେଡିକାଲ୍ ଓ ଇଞ୍ଜିନିୟରିଂ ପରୀକ୍ଷାର୍ଥୀଙ୍କ ପାଇଁ ଏକ ପ୍ରେରଣା ଓ ମାର୍ଗଦର୍ଶନ ପାଲଟିଛି। "ପୁରୀର ଝିଅଙ୍କ ସଫଳତା... ଓଡ଼ିଶାର ଗର୍ବ, ଦେଶରେ ଚମକିଲା ପ୍ରତିଭା।"। ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।4
- ତୋ ପରି ବନ୍ଧୁଟିଏ ଖୋଜିଲେ ବି ମିଳେନା,ଯିଏ ମିଳେ ବିଶ୍ୱାସ ରେ ସେ ପରା ରହେନା ⭕❗⭕🙏1
- ବିଜେଡିର ଗଡ କୁହାଯାଉଥିବା ତିଗିରିଆ ବ୍ଳକ୍ ଅନ୍ତର୍ଗତ ହାଟମାଳ ପଞ୍ଚାୟତ ବିଷ୍ଣୁପୁର ଗାଁ ରୁ ଶତାଧିକ ବିଜେଡ଼ି କର୍ମୀ ଆଠଗଡ ତିଗିରିଆ ବିଜେପି ନେତା ଅଭୟଙ୍କ ନେତୃତ୍ଵରେ ବିଜେପି ଦଳରେ ମିଶିଲେ। କଟକ ଜିଲ୍ଲା ତିଗିରିଆ ବ୍ଲକ ଅନ୍ତର୍ଗତ ହାଟମାଳ ପଞ୍ଚାୟତ ବିଷ୍ଣୁପୁର ଗ୍ରାମର ଶତାଧିକ ବିଜେଡ଼ି କର୍ମୀ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ, ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓ ଆଠଗଡ ତିଗିରିଆ ବିଜେପି ନେତା ଅଭୟ ବାରିକ୍ ଙ୍କ ନେତୃତ୍ୱରେ ବିଜେଡି ଦଳ ପରିତ୍ୟାଗ କରି ବିଧି ବଦ୍ଧ ଭାବରେ ବିଜେପି ଦଳରେ ଯୋଗଦାନ କରିଛନ୍ତି।37 ବର୍ଷର ବିଜେଡ଼ି ବିଧାୟକ ରାଜା ସ୍ବାଇଁ ଆଠଗଡ ତିଗିରିଆ ପ୍ରତି ଅବହେଳା କରି ନିଜ ଫାଇଦା କୁ ପ୍ରାଧାନ୍ୟ ଦେଇଥିବା ନେଇ ଅଭିଯୋଗ ଆଣିଛନ୍ତି ନୂତନ କରି ବିଜେପି ଦଳରେ ମିଶିଥିବା କର୍ମୀ। ଆଗାମୀ ଦିନରେ ସବୁ ପ୍ରକାରର ଉନ୍ନତିର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅଭୟ ବାରିକ୍। ଆଜି ପର୍ଯ୍ୟନ୍ତ ବିଷ୍ଣୁପୁର ଗ୍ରାମର ମଶାଣିରେ ଲାଇଟ୍ ଟିଏ ବିଧାୟକଙ୍କ ଦ୍ୱାରା ଲଗା ହୋଇନଥିବା ସହିତ ଗ୍ରାମକୁ ଭଲ ରାସ୍ତା ନଥିବା ଅଭିଯୋଗ ଆଣିଛନ୍ତି ବିଷ୍ଣୁପୁର ଗ୍ରାମର ଶତାଧିକ ଗ୍ରାମବାସୀ।1
- ମାନବ ସେବା ହିଁ ମାଧବ ସେବା: ଜୁନିଅର୍ ରେଡକ୍ରସ୍ ପକ୍ଷରୁ ପ୍ରାଥମିକ ଚିକିତ୍ସା ତାଲିମ୍ ଶିବିର ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କେଶରା ଠାରେ ରାଜ୍ୟ ଜୁନିଅର ରେଡକ୍ରସ ଏବଂ ଜିଲ୍ଲା ଜୁନିଅର ରେଡକ୍ରସ ମିଳିତ ଆନୁକୂଲ୍ୟରେ ନୂତନ ଭାବେ ରେଡକ୍ରସ ୟୁନିଟି ଖୋଲା ଯାଇ, ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭିକାରୀ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ତାଲିମ ଶିବିରରେ ବିଦ୍ୟାଳୟରୁ ୧୫୦ ଜଣ ଜୁନିଅର ଯୋଗଦାନ କରି ରେଡକ୍ରସ ସେବାରେ ନିଜକୁ ନିୟୋଜିତ କରିବେ ବୋଲି ଶପଥ ଗ୍ରହଣ କରିଥିଲେ। ଉକ୍ତ ଶିବିରରେ ରେଡକ୍ରସର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ବିଦ୍ୟାଳୟରେ ରେଡକ୍ରସର ଭୂମିକା ସହ ପ୍ରାଥମିକ ଉପଚାର, ପ୍ରାକୃତିକ ବିପର୍ଯ୍ୟୟ, ରକ୍ତଦାନ, ସଡକ ସୁରକ୍ଷା, ବିଦ୍ୟାଳୟ ସୁରକ୍ଷା,ବିଦ୍ୟାଳୟ ସ୍ତରରେ ବିଭିନ୍ନ କମିଟି ଗଠନ ଓ ୟୁନିଟ ଖୋଲିବା, ରକ୍ତସ୍ରାବ, ଅସ୍ଥିଭଙ୍ଗ, ବଜ୍ରପାତ, ସାପକାମୁଡା, କୁକୁର କାମୁଡା ଆଦି ବିଷୟରେ ଜୁନିଅର ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଶିକ୍ଷାଦାନ ଦିଆଯାଇଥିଲା। ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ଶ୍ରୀଯୁକ୍ତ ସଂଜୀବ କୁମାର ଦାସ ଏବଂ ଜିଲ୍ଲା ଜୁନିଅର ରେଡକ୍ରସର ସମ୍ବଳ ସାଧନ କର୍ମୀ ଶ୍ରୀଯୁକ୍ତ ପ୍ରହଲ୍ଲାଦ ଶିଅଳ ଯୋଗଦାନ କରି ଜୁନିଅର ମାନଙ୍କୁ ବିଭିନ୍ନ ବିଷୟରେ ଶିକ୍ଷା ପ୍ରଦାନ କରିଥିଲେ। ଏହି ଅବସରରେ ମୋହନା ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ମଦନ କହଁର, କ୍ଲଷ୍ଟରର ସି ଆର ସି ସି ମହୋଦୟ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଓ ଜୁନିଅର ରେଡକ୍ରସର ପରାମର୍ଶଦାତା ଶ୍ରୀଯୁକ୍ତ ରବିନାରାୟଣ ମହାରଣା ଉପସ୍ଥିତ ରହି ତାଲିମ ଶିବିରକୁ ପରିଚାଳନା କରିଥିଲେ। ପରିଶେଷରେ ଜୁନିଅର ମାନେ ଏଭଳି ଏକ ପ୍ରଶିକ୍ଷଣ ପାଇଁ ଖୁସି ହେବା ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହିତ ସମସ୍ତ ସହକର୍ମୀ ରାଜ୍ୟ ଓ ଜିଲ୍ଲା ଜୁନିଅର ରେଡକ୍ରସକୁ ଧନ୍ୟବାଦ ଅର୍ପଣ କରିଥିଲେ। ମୋହନା ବ୍ଲକ ରୁ ମନୋଜ କୁମାର ପାଢୀଙ୍କ ରିପୋର୍ଟ ଖବର ତରଙ୍ଗ1
- #samartskill #diit #adarscomputer ଆଦର୍ଶ ମାମ୍ପ୍ୟୁଟର ଦ୍ୱାରା ପୂର୍ବରୁ ହୋଇଥିବା ସ୍ମାର୍ଟ skill ପ୍ରୋଗ୍ରାମ ଯାହାକି ୧ ମାସ ଧରି ଅନୁଷ୍ଠିତ ହୋଇଥିଲା. ଏହି ପ୍ରଶିକ୍ଷଣ ଶିବିର ଦ୍ୱାରା ପିଲାଙ୍କୁ କମ୍ପ୍ୟୁଟର, ଆଚରଣ, ଉଚ୍ଚାରଣ,ଶୃଙ୍ଖଳା ସଶିତ ସାଇବର ସୁରକ୍ଷା ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିଲା. ସେହି ଛାତ୍ର ଛାତ୍ରୀଙ୍କୁ ଆଜି ସାର୍ଟିଫିକେଟ ପ୍ରଦାନ କରାଗଲା.1
- ୧୦ କୋଟି ନିଶା ମୁକ୍ତ ପ୍ରତିଶ୍ରୁତି ମେଗା ଅଭିଯାନ। ପୁରୀ: ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟ ସାଧନା କେନ୍ଦ୍ର, ବଳିଆପଣ୍ଡା, ପୁରୀ ଠାରେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ **"ଦଶ କୋଟି ନିଶା ମୁକ୍ତି ପ୍ରତିଜ୍ଞା ମହା ଅଭିଯାନ"**ର ଶୁଭାରମ୍ଭ ହୋଇଯାଇଛି। ବ୍ରହ୍ମା କୁମାରୀ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟର 'ନିଶା ମୁକ୍ତ ଭାରତ ଅଭିଯାନ'ର ଏକ ଅଂଶବିଶେଷ ଭାବେ ଏହି କାର୍ଯ୍ୟକ୍ରମ ଅଗଷ୍ଟ ୬ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ସମାପନ ହେବ। ସାରା ଭାରତବର୍ଷର ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ବିଭିନ୍ନ ସଙ୍ଗଠନର ସଦସ୍ୟ/ସଦସ୍ୟା, ଯୁବବର୍ଗ ଏବଂ ସର୍ବୋପରି ଜନମାନସରେ ନିଶା ସେବନ ପ୍ରତି ନକାରାତ୍ମକ ମନୋଭାବ ସୃଷ୍ଟି କରିବା ପାଇଁ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟର ଏହା ଏକ ଅନନ୍ୟ ସେବା ଧର୍ମୀ ପ୍ରୟାସ। ଏହି ମହା ଅଭିଯାନର ଶୁଭାରମ୍ଭ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରୀ ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷା ସୁଶ୍ରୀ ପ୍ରତିମା ପଣ୍ଡା କହିଲେ ଯେ, ନିଶା ଏକ ରାକ୍ଷସ ପରି ସାରା ସମାଜକୁ କବଳିତ କରି ରଖିଛି। ନିଶାଗ୍ରସ୍ତ ବ୍ୟକ୍ତି ନିଜେ, ନିଜ ପରିବାର ଏବଂ ସମାଜକୁ କ୍ଷତି ପହଞ୍ଚାଇଥାଏ। ଯଦି ବ୍ୟକ୍ତି ନିଜେ ସଚେତନ ନହୁଅନ୍ତି, ତେବେ କେବଳ ଆଇନକାନୁନ ବା ନିଦାନ ତାଙ୍କୁ ସେଥିରୁ ମୁକ୍ତ କରିପାରିବ ନାହିଁ। ଏଥିରୁ ମୁକ୍ତି ପାଇଁ ଧ୍ୟାନ, ଧାରଣା, ଆସନ, ପ୍ରାଣାୟାମ ଏବଂ ସର୍ବୋପରି ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟରେ ଶିକ୍ଷା ଦିଆଯାଉଥିବା ରାଜଯୋଗ ଓ ଆଧ୍ୟାତ୍ମିକ ଜ୍ଞାନ ହିଁ ପ୍ରକୃତ ସମାଧାନ। କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ରୂପେ ଓଡ଼ିଶା ସରକାରଙ୍କ ପୂର୍ବତନ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ଅମରେନ୍ଦ୍ର ନାଥ ମହାନ୍ତି ଯୋଗଦେଇ ନିଶା ସେବନର କୁପରିଣାମ ଏବଂ ସେଥିରୁ ମୁକ୍ତ ହେବା ପାଇଁ ରାଜଯୋଗ ଅଭ୍ୟାସ ଓ ଆଧ୍ୟାତ୍ମିକ ଜ୍ଞାନ କିପରି ମହୋଷଧି ଭାବେ କାମ କରେ, ତାହା ବିଭିନ୍ନ ଉଦାହରଣ ମାଧ୍ୟମରେ ବର୍ଣ୍ଣନା କରିଥିଲେ। ଇଶ୍ବରୀୟ ରାଜଯୋଗ ସାଧନା କେନ୍ଦ୍ରର ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମା କୁମାରୀ ଡକ୍ଟର ନିରୁପମା ଇଶ୍ବରୀୟ ଆଶୀର୍ବଚନ ପ୍ରଦାନ କରିଥିଲେ। ସାଧନା କେନ୍ଦ୍ରର ଅତିରିକ୍ତ ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମା କୁମାରୀ ପ୍ରତିମା ଉପସ୍ଥିତ ସମସ୍ତଙ୍କୁ ରାଜଯୋଗ ଅଭ୍ୟାସ କରାଇବା ସଙ୍ଗେ ସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ ଭ୍ରାତା ବ୍ରହ୍ମା କୁମାର ଡକ୍ଟର ସତ୍ୟାନନ୍ଦ କାର୍ଯ୍ୟକ୍ରମର ମଞ୍ଚ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ରହ୍ମା କୁମାରୀ ସଂସ୍ଥାର ଭାଇଭଉଣୀମାନେ ଉତ୍ସାହର ସହ ଯୋଗଦାନ କରିଥିଲେ।ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।4
- ବୌଦ୍ଧରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ସହ ବିଭାଗୀୟ ସମୀକ୍ଷା କଲେ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ବୌଦ୍ଧ: ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଆଜି ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ବନ୍ୟା ପ୍ରଭାବିତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତିର ଅନୁଧ୍ୟାନ କରିବା ସହ ବନ୍ୟାଜନିତ କ୍ଷୟକ୍ଷତି ନେଇ ବିଭାଗୀୟ ସମୀକ୍ଷା କରିଥିଲେ।ଗତ ପ୍ରାୟ ଏକ ସପ୍ତାହ ଧରି ମହାନଦୀରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ହରଭଙ୍ଗା ବ୍ଲକର କୁମାରୀ, କୁଶାସିଙ୍ଗା, କୁଡ଼ାସିଙ୍ଗା, ଖଣ୍ଡିଧଳପୁର, ପାଣିଘରା ସମେତ ବିଭିନ୍ନ ଗ୍ରାମ ବନ୍ୟା ଜଳ ଦ୍ୱାରା ପ୍ରଭାବିତ ହୋଇଥିଲା। ବହୁ ଚାଷଜମିରେ ବନ୍ୟା ପାଣି ଜମି ରହିବା ଫଳରେ ଧାନ ଓ ପନିପରିବା ଚାଷ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ବର୍ତ୍ତମାନ ମହାନଦୀର ଜଳସ୍ତର ହ୍ରାସ ପାଇ ବିପଦ କଟିଯାଇଥିଲେ ମଧ୍ୟ ବନ୍ୟା ପ୍ରଭାବିତ ଲୋକଙ୍କ ଦୁର୍ଦ୍ଦଶା ଏବଂ କ୍ଷୟକ୍ଷତି ଲାଗି ରହିଛି। ପରିଦର୍ଶନ ସମୟରେ ବିଧାୟକଙ୍କ ସହ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପଜିଲ୍ଲାପାଳ ବିନୟ କୁମାର ଭୋଇ,ହରଭଙ୍ଗା ତହସିଲଦାର କର୍ଣ୍ଣ ସୁନା, ଡେପୁଟି କଲେକ୍ଟର ଜ୍ୟୋତି ରଞ୍ଜନ ଭୁଏ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବନ୍ୟା ପ୍ରଭାବିତ ଗ୍ରାମ ବୁଲି ଦେଖିଥିଲେ l ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିଥିଲେ।ପରବର୍ତ୍ତୀ ସମୟରେ କୁଶଙ୍ଗ ପଞ୍ଚାୟତଠାରେ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ନେଇ ବନ୍ୟାଜନିତ କ୍ଷୟକ୍ଷତି ଓ ରିଲିଫ୍ ବ୍ୟବସ୍ଥା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କୃଷି, ରାଜସ୍ୱ,ଜଳସମ୍ପଦ, ପଞ୍ଚାୟତିରାଜ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ପକ୍ଷରୁ କ୍ଷୟକ୍ଷତିର ପ୍ରାଥମିକ ଆକଳନ ଓ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ବିଧାୟକ ଜିଲ୍ଲାସ୍ତରୀୟ ଏବଂ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀ ମାନଙ୍କୁ ବନ୍ୟା ପ୍ରଭାବିତ ଚାଷୀ ଓ ସାଧାରଣ ଲୋକଙ୍କୁ ସରକାରଙ୍କ ପକ୍ଷରୁ ମିଳୁଥିବା ସମସ୍ତ ସହାୟତା ଓ ସୁବିଧା ତୁରନ୍ତ ପହଞ୍ଚାଇବା ସହ କ୍ଷୟକ୍ଷତିର ସଠିକ୍ ଆକଳନ କରି ଶୀଘ୍ର ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ପ୍ରଭାବିତ ପରିବାରମାନଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ପ୍ରଶାସନକୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ।3