Shuru
Apke Nagar Ki App…
ରାଜ୍ୟ ଓ ଦେଶରେ ଡବଲ ଇଞ୍ଜିନ ସରକାର କାର୍ଯ୍ୟ କରୁଥିବା ସମୟରେ, ବାଲିଶଙ୍କରା ବ୍ଲକର କୁରେଇ ପଞ୍ଚାୟତ ଅନ୍ତର୍ଗତ ବାଗଲତାକୁ ଯାଉଥିବା ଚଲାପଥରେ ଥିବା ଏକ ପୁରୁଣା ପୋଲ ଭାଙ୍ଗି ଧସିଯାଇ ବିଛିନ୍ନ ହୋଇପଡିଛି। ଯୋଜନା ପରେ ଯୋଜନା କାର୍ଯ୍ୟକାରୀ ହେଉଥିବା ସତ୍ତ୍ୱେ, ପ୍ରଶାସନ ଏହିପରି ଗ୍ରାମାଞ୍ଚଳର ଅବସ୍ଥାକୁ ଦେଖି ଅଣଦେଖା କରୁଥିବା ପରିଲକ୍ଷିତ ହେଉଛି। ଏହି ପୋଲକୁ ନେଇ ବାରମ୍ବାର ଲିଖିତ ଅଭିଯୋଗ, ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ, ଖବରକାଗଜ ମାଧ୍ୟମରେ ପ୍ରଚାର ପ୍ରସାରଣ ଏବଂ ଜିଲ୍ଲାପାଳଙ୍କ ଜନ ଶୁଣାଣିରେ ଦରଖାସ୍ତ ପଡ଼ିଥିଲେ ମଧ୍ୟ ପ୍ରଶାସନ ଏହାକୁ ଲଗାତାର ଅଣଦେଖା କରିଆସୁଛି, ଯାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୋଲ ଭାଙ୍ଗି ଧସିଯିବା ଯୋଗୁଁ ଜନସାଧାରଣଙ୍କ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଏବେ ପ୍ରଶାସନର ନଜର କେବେ ଏହି ପୋଲ ଉପରେ ପଡିବ, ତାହା ଦେଖିବାକୁ ବାକି ରହିଲା।
Raju kumar patel
ରାଜ୍ୟ ଓ ଦେଶରେ ଡବଲ ଇଞ୍ଜିନ ସରକାର କାର୍ଯ୍ୟ କରୁଥିବା ସମୟରେ, ବାଲିଶଙ୍କରା ବ୍ଲକର କୁରେଇ ପଞ୍ଚାୟତ ଅନ୍ତର୍ଗତ ବାଗଲତାକୁ ଯାଉଥିବା ଚଲାପଥରେ ଥିବା ଏକ ପୁରୁଣା ପୋଲ ଭାଙ୍ଗି ଧସିଯାଇ ବିଛିନ୍ନ ହୋଇପଡିଛି। ଯୋଜନା ପରେ ଯୋଜନା କାର୍ଯ୍ୟକାରୀ ହେଉଥିବା ସତ୍ତ୍ୱେ, ପ୍ରଶାସନ ଏହିପରି ଗ୍ରାମାଞ୍ଚଳର ଅବସ୍ଥାକୁ ଦେଖି ଅଣଦେଖା କରୁଥିବା ପରିଲକ୍ଷିତ ହେଉଛି। ଏହି ପୋଲକୁ ନେଇ ବାରମ୍ବାର ଲିଖିତ ଅଭିଯୋଗ, ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ, ଖବରକାଗଜ ମାଧ୍ୟମରେ ପ୍ରଚାର ପ୍ରସାରଣ ଏବଂ ଜିଲ୍ଲାପାଳଙ୍କ ଜନ ଶୁଣାଣିରେ ଦରଖାସ୍ତ ପଡ଼ିଥିଲେ ମଧ୍ୟ ପ୍ରଶାସନ ଏହାକୁ ଲଗାତାର ଅଣଦେଖା କରିଆସୁଛି, ଯାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୋଲ ଭାଙ୍ଗି ଧସିଯିବା ଯୋଗୁଁ ଜନସାଧାରଣଙ୍କ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଏବେ ପ୍ରଶାସନର ନଜର କେବେ ଏହି ପୋଲ ଉପରେ ପଡିବ, ତାହା ଦେଖିବାକୁ ବାକି ରହିଲା।
More news from ଓଡ଼ିଶା and nearby areas
- ବାଲିଶଙ୍କରା ବ୍ଲକ ଅନ୍ତର୍ଗତ କୁରେଇ ପଞ୍ଚାୟତର ବାଗଲତା ଗ୍ରାମରେ ଥିବା ଚଲାପଥରେ ଏକ ପୋଲ ଭାଙ୍ଗି ଭୁଶୁଡ଼ି ପଡ଼ିଛି। କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପରେ ପ୍ରଶାସନର ନଜର ପଡ଼ୁନାହିଁ।1
- ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ (VSS) ବିମାନବନ୍ଦରରେ ୨୮ ଜୁନ ୨୦୨୬ ତାରିଖରେ Flight Inspection Unit (FIU) ପକ୍ଷରୁ Instrument Landing System (ILS) ଓ Precision Approach Path Indicator (PAPI) ର ସଫଳ ଫ୍ଲାଇଟ୍ କ୍ୟାଲିବ୍ରେସନ୍ କରାଯାଇଛି। ଏହି କ୍ୟାଲିବ୍ରେସନ୍ ମାଧ୍ୟମରେ ବିମାନ ଅବତରଣ ପାଇଁ ବ୍ୟବହୃତ ନେଭିଗେସନ୍ ସିଗ୍ନାଲର ସଠିକତା ଯାଞ୍ଚ କରାଯିବା ସହ ବେସାମରିକ ବିମାନ ଚଳାଚଳ ମାନଦଣ୍ଡ ଅନୁଯାୟୀ ଏହାର କାର୍ଯ୍ୟକ୍ଷମତା ମଧ୍ୟ ନିଶ୍ଚିତ କରାଯାଇଛି। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଏହି ପ୍ରକ୍ରିୟା ବିମାନ ଯାତ୍ରୀଙ୍କ ସୁରକ୍ଷିତ ଉଡ଼ାଣ ଓ ଅବତରଣକୁ ଅଧିକ ନିରାପଦ ଏବଂ ବିଶ୍ୱସନୀୟ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି କ୍ୟାଲିବ୍ରେସନ୍ କାର୍ଯ୍ୟ ସଫଳ ଭାବେ ସମ୍ପନ୍ନ ହେବାରେ Flight Inspection Unit (FIU) ଓ ଝାରସୁଗୁଡ଼ା VSS ବିମାନବନ୍ଦରର ସମସ୍ତ ଅଧିକାରୀ ତଥା କର୍ମଚାରୀଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଛି।1
- ତା: ୨୯.୬.୨୬, ସୋମବାର ସକାଳେ ଝାରସୁଗୁଡା ଜିଲ୍ଲାର ବେଲପାହାଡ଼ ସହରସ୍ଥିତ ଗୁମାଡେରା ଆର୍ତ୍ତତ୍ରାଣ କ୍ଷେତ୍ର ଓ ସମଡା ପ୍ରାଚୀନ କ୍ଷେତ୍ରର ଦୁଇ ଜଗନ୍ନାଥ ମନ୍ଦିର ସମେତ ଲଖନପୁର ବ୍ଲକର ବିଭିନ୍ନ ସ୍ଥାନରେ ମହାପ୍ରଭୁ ଜଗନ୍ନାଥ ତଥା ଚତୁର୍ଦ୍ଧା ମୂର୍ତ୍ତିଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସକାଳ ଓ ସନ୍ଧ୍ୟାରେ ମହାପ୍ରଭୁଙ୍କ ଗଜାନନ ବେଶ ଦର୍ଶନ ପାଇଁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ତିନି ଠାକୁରଙ୍କ ପହଣ୍ଡି ବିଜୟ ପରେ ସ୍ନାନ ମଣ୍ଡପରେ ୧୦୮ ଗୋଟି କଳସ ସ୍ଥାପନ କରାଯାଇଥିଲା। ଏଥିରେ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ମୁଖରେ ୩୫ ଗୋଟି, ବଳଭଦ୍ରଙ୍କ ସମ୍ମୁଖରେ ୩୩ ଗୋଟି, ଦେବୀ ଶୁଭଦ୍ରାଙ୍କ ସମ୍ମୁଖରେ ୨୨ ଗୋଟି ଏବଂ ସୁଦର୍ଶନଙ୍କ ପାଇଁ ୧୮ ଗୋଟି କଳସକୁ ୪ଟି ଧାଡ଼ି କ୍ରମରେ ସ୍ଥାପନ କରାଯାଇଥିଲା। ପରେ ଜ୍ୟେଷ୍ଠ ପୂର୍ଣ୍ଣିମା ସ୍ନାନ ନିମିତ୍ତ ଠାକୁରଙ୍କୁ ଶ୍ୱେତ ବସ୍ତ୍ର ପରିଧାନ କରାଯିବା ପରେ ମହାସ୍ନାନ କରାଯାଇଥିଲା। ଏହାପରେ ଆଳତୀ, ହୋମଯଜ୍ଞ ସହିତ ତିନି ଠାକୁରଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ଗୁମାଡେରା ଆର୍ତ୍ତତ୍ରାଣ କ୍ଷେତ୍ରରେ ମନ୍ଦିର ପୂଜକ ବ୍ରଜସୁନ୍ଦର ଶତପଥୀ ଓ ରଙ୍ଗାଧର ପଣ୍ଡା ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦନ କରିଥିଲେ। ଏଥିରେ ମନ୍ଦିର ପରିଚାଳନା କମିଟିର ସଭାପତି ଜମିଦାର ବ୍ରଜକିଶୋର ସିଂଦେଓ, ଗୌନ୍ତିଆ ଦୁବରାଜ ନାଏକ, ସମ୍ପାଦକ ସୁବ୍ରତ ମହାପାତ୍ରଙ୍କ ସମେତ ବନମାଳୀ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ସଚ୍ଚିଦାନନ୍ଦ ପଣ୍ଡା, ଶୈଳେଶ ବହିଦାର, ଯୁଧିଷ୍ଠିର ସେଣ, ବୈଶୀ ମହାନ୍ତି, ଶରତ ପାଣିଗ୍ରାହୀ, ରାକେଶ ଶତପଥୀ, ରଶ୍ମିରଞ୍ଜନ ବିଶ୍ଵାଳ, ସମୀର ବାରିକ, ପୂର୍ଣ୍ଣଚନ୍ଦ୍ର ଦାସ, ସୁର ବେହେରା, ବାମଦେବ ବେହେରା ପ୍ରମୁଖ ସାମିଲ ରହିଥିଲେ। ସେହିପରି ସମଡା ଜଗନ୍ନାଥ ମନ୍ଦିର ପ୍ରାଚୀନ କ୍ଷେତ୍ରରେ ପୂଜକ ଡମ୍ବରୁଧର ମିଶ୍ର ଓ ରାଜେନ୍ଦ୍ର ମିଶ୍ର ପୂଜାର୍ଚ୍ଚନା କରିଥିଲେ। ପ୍ରଫୁଲ୍ଲ ରଥ ଓ ତାଙ୍କ ପତ୍ନୀ ପଦ୍ମିନୀ ରଥ କର୍ତ୍ତା ଭାବେ ଦାୟିତ୍ଵ ନିର୍ବାହ କରିଥିଲେ। ଆୟୋଜନରେ ମନ୍ଦିର ପରିଚାଳନା କମିଟିର ସାଧାରଣ ସମ୍ପାଦକ ସତ୍ୟ ପ୍ରକାଶ ମହାନ୍ତି, କୋଷାଧ୍ୟକ୍ଷ ରମାକାନ୍ତ ମେହେରଙ୍କ ସମେତ ଶ୍ୟାମ ସୁନ୍ଦର ଶତପଥୀ, ଗୋପୀନାଥ ବେହେରା, ବିଶ୍ୱନାଥ ଅଗ୍ରୱାଲ, ପ୍ରଚଣ୍ଡ ଜୟସ୍ୱାଲ, ରମା ଭୋଳ, ଲିଙ୍ଗରାଜ ନାଏକ, ପ୍ରଦୀପ ପଶାୟତ, ରମେଶ ମେହେର ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ଜୟ ଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳୀର କଳାକାରମାନେ କୀର୍ତ୍ତନ ପରିବେଷଣ କରିଥିଲେ।4
- #CMOOdisha #MohanMajhi #PanchayatiRajDepartment #PanchayatiRajMinister #OdishaGovernment #Sambalpur #Bamra #Rangiatikra #Odisha #Corruption #QualityCheck #PublicWorks #P24NewsExpress #CMOOdisha #MohanMajhi #PanchayatiRajDepartment #PanchayatiRajMinister #OdishaGovernment #Sambalpur #Bamra #Rangiatikra #Odisha #Corruption #QualityCheck #PublicWorks #P24NewsExpress1
- ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିମସାରର ଦୁଇ ସରକାରୀ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ତଲାସି ସମୟରେ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି। ଏହି ଚଢ଼ାଉରେ କୋଠା, ପ୍ଲଟ, ନଗଦ ଟଙ୍କା ଏବଂ ଏକାଧିକ ଯାନବାହନ ମିଳିଥିବା ଜଣାପଡ଼ିଛି।1
- ରାଜ୍ୟ ଓ ଦେଶରେ ଡବଲ ଇଞ୍ଜିନ ସରକାର କାର୍ଯ୍ୟ କରୁଥିବା ସମୟରେ, ବାଲିଶଙ୍କରା ବ୍ଲକର କୁରେଇ ପଞ୍ଚାୟତ ଅନ୍ତର୍ଗତ ବାଗଲତାକୁ ଯାଉଥିବା ଚଲାପଥରେ ଥିବା ଏକ ପୁରୁଣା ପୋଲ ଭାଙ୍ଗି ଧସିଯାଇ ବିଛିନ୍ନ ହୋଇପଡିଛି। ଯୋଜନା ପରେ ଯୋଜନା କାର୍ଯ୍ୟକାରୀ ହେଉଥିବା ସତ୍ତ୍ୱେ, ପ୍ରଶାସନ ଏହିପରି ଗ୍ରାମାଞ୍ଚଳର ଅବସ୍ଥାକୁ ଦେଖି ଅଣଦେଖା କରୁଥିବା ପରିଲକ୍ଷିତ ହେଉଛି। ଏହି ପୋଲକୁ ନେଇ ବାରମ୍ବାର ଲିଖିତ ଅଭିଯୋଗ, ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ, ଖବରକାଗଜ ମାଧ୍ୟମରେ ପ୍ରଚାର ପ୍ରସାରଣ ଏବଂ ଜିଲ୍ଲାପାଳଙ୍କ ଜନ ଶୁଣାଣିରେ ଦରଖାସ୍ତ ପଡ଼ିଥିଲେ ମଧ୍ୟ ପ୍ରଶାସନ ଏହାକୁ ଲଗାତାର ଅଣଦେଖା କରିଆସୁଛି, ଯାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୋଲ ଭାଙ୍ଗି ଧସିଯିବା ଯୋଗୁଁ ଜନସାଧାରଣଙ୍କ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଏବେ ପ୍ରଶାସନର ନଜର କେବେ ଏହି ପୋଲ ଉପରେ ପଡିବ, ତାହା ଦେଖିବାକୁ ବାକି ରହିଲା।1