Shuru
Apke Nagar Ki App…
ଗୋଷାଣୀ ବ୍ଲକରେ ମହେନ୍ଦ୍ର ମହୋତ୍ସବ ଉଦଯାପିତ
AK14TV
ଗୋଷାଣୀ ବ୍ଲକରେ ମହେନ୍ଦ୍ର ମହୋତ୍ସବ ଉଦଯାପିତ
More news from ଓଡ଼ିଶା and nearby areas
- Post by AK14TV1
- ଗଜପତି ଜିଲ୍ଲାରେ ଅବୈଧ ବାଲୁ ପରିବହନ ସହ ଜଡିତ ଏକ ଗମ୍ଭୀର ଘଟଣା ୯ ଜାନୁଆରୀ ୨୦୨୬ ତାରିଖରେ ସାମ୍ନାକୁ ଆସିଛି। **Odisha Mining Department**ର ମାଇନିଂ ଅଫିସର ଓ ଜୁନିୟର ମାଇନିଂ ଅଫିସର ଆନ୍ଧ୍ରପ୍ରଦେଶରୁ ଓଡ଼ିଶାକୁ ଅବୈଧ ଭାବେ ଆଣାଯାଉଥିବା ବାଲୁ ସହ ଦୁଇଟି ଟିପର ଟ୍ରକ ଜବତ କରିଥିଲେ। ସୂତ୍ର ଅନୁସାରେ, ସ୍ଥାନୀୟ ସଚେତନ ନାଗରିକଙ୍କ ସହଯୋଗରେ ଏହି ଅବୈଧ ପରିବହନକୁ ଧରାଯାଇଥିଲା। ଟ୍ରକ ଜବତ ପରେ ଅଭିଯୁକ୍ତ କେ. ଜୀବନ ରାଓ ଓ ତାଙ୍କ ସହଯୋଗୀମାନେ ମାଇନିଂ କାର୍ଯ୍ୟାଳୟକୁ ଯାଇ ଜୁନିୟର ମାଇନିଂ ଅଫିସରଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗଲୋଜ କରିଥିବା ସହ ଟ୍ରକ ଚଢ଼ାଇ ପ୍ରାଣରେ ମାରିଦେବା ଧମକ ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଏହି ଲୋକମାନେ ନିଜକୁ ଶାସକ ଦଳର ନେତା ବୋଲି ପରିଚୟ ଦେଇ ଅଧିକାରୀମାନଙ୍କୁ ଭୟଭୀତ କରୁଛନ୍ତି। କେ. ଜୀବନ ରାଓ ନିଜକୁ ବିଜେପିର ମଣ୍ଡଳ ସଭାପତି ବୋଲି କହୁଥିବା ଦାବି କରି ମାଇନିଂ ଅଧିକାରୀ ଓ ସଚେତନ ନାଗରିକଙ୍କୁ ଧମକ ଦେଇଥିବା ଅଭିଯୋଗ ଉଠିଛି। ସୂତ୍ର କହୁଛନ୍ତି ଯେ, ଅଭିଯୁକ୍ତ ପୂର୍ବରୁ ମଧ୍ୟ ଅନେକ ଥର ଅବୈଧ ବାଲୁ ପରିବହନ ମାମଲାରେ ଧରାପଡ଼ିଥିଲେ ମଧ୍ୟ, ଅନ୍ୟମାନଙ୍କ ନାମରେ ଟିପର ଟ୍ରକ ଲିଜ୍ ନେଇ ଏହି ଅବୈଧ ବ୍ୟବସାୟ ଚାଲୁ ରଖିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଲୋକେ ଶାସକ ଦଳର ନାମ ନେଇ ଅପରାଧ କରୁଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ, ମାଇନିଂ ଅଧିକାରୀ ଓ ସଚେତନ ନାଗରିକଙ୍କ ସୁରକ୍ଷା, ଏବଂ ଅବୈଧ ବାଲୁ ପରିବହନ ଉପରେ ସ୍ଥାୟୀ ନିୟନ୍ତ୍ରଣ ଦାବି କରିଛନ୍ତି।1
- ବିଧାୟକ ଏବଂ ଅଧକ୍ଷ ଙ୍କ କାର୍ଯ୍ୟକୁ ବିରୋଧ କରି ବ୍ଲକ ଘେରାଉକଲା ବିଜେଡି, କାଉଣ୍ଟର କଲା ବିଜେପି, ପୂର୍ବତନ ବିଧାୟିକା ଙ୍କ ପରିବାର ପୂର୍ବରୁ ଦୁର୍ନୀତୁ କରୁଥିଲେ ଏବଂ ବିକାଶ ଦେଖି ବିରୋଧି ସାହିପାରୁନଥିବା କହିଲେ ଅଧକ୍ଷ କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛି ବିଜେଡି l ବନଦେବୀ ମନ୍ଦିର ଠାରୁ ଆସିକା ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ୱାଇଁ ଙ୍କ ନେତୃତ୍ୱରେ ବହୁ ବିଜେଡି କର୍ମୀ ହାତରେ ଫ୍ଲାଗ କାର୍ଡ ଧରି ପଦଯାତ୍ରା ରେ ବାହାରି ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚିଥିଲେ l ବ୍ଲକ କାର୍ଯ୍ୟାଳୟ ଆଗରେ ନାରାବାଜି କରିଥିଲେ l ସାର ସମସ୍ୟା ଭଳି ଏଗାର ଦଫା ଦାବୀ ନେଇ ଦଳ ବ୍ଲକ କାର୍ଯ୍ୟାଳୟ ଘେରିଥିବା ବେଳେ ବିଶେଷ କରି ବ୍ଲକ ଅଧକ୍ଷ ଏବଂ ଆସିକା ବିଧାୟକ ଙ୍କ ବିରୋଧ ବିଷୋଦଗାର କରିଛି ଦଳ l ଉଭୟ ପିସି କାରବାର ରେ ଲିପ୍ତ ରହିବା ସହ ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି କରୁଥିବା ଅଭିଯୋଗ କରି ଏକ ଦାବିପତ୍ର ବିଡିଓ ଙ୍କ ଅନୁପସ୍ଥିତ ରେ ଅତିରିକ୍ତ ବିଡିଓ ଙ୍କ ଦାବିପତ୍ର ପ୍ରଦାନ କରିଛନ୍ତି l ଅନ୍ୟପଟେ ବିଜେଡି ପ୍ରତିବାଦ କୁ କାଉଣ୍ଟର କରିଛି ବିଜେପି l ଭାରପ୍ରାପ୍ତ ଅଧକ୍ଷ ବୀରେନ୍ଦ୍ର ଖଟେଇ ଙ୍କ ନେତୃତ୍ୱରେ ବ୍ଲକ କାର୍ଯ୍ୟାଳୟ ରେ ବୃକ୍ଷ ରୋପଣ ଆଳରେ ଜନସମାଗମ ଆୟୋଜନ କରାଯାଇଥିଲା l ଏହି ସଭା ରେ ପୂର୍ବତନ ବିଧାୟିକା ଏବଂ ତାଙ୍କ ପୁଅ ମାନଙ୍କ କଳା କାରନାମା ର ଖୁଲାସା କରିଥିଲେ ଅଧକ୍ଷ l ପୂର୍ବତନ ବିଧାୟିକା ଏବଂ ତାଙ୍କ ପୁଅ ମାନେ ପୂର୍ବରୁ ବହୁ ଦୁର୍ନୀତି ରେ ଲିପ୍ତ ଥିଲେ l ବାଲି,ପଥର, ମଦ ବ୍ୟବସାୟ ରେ ସଶ୍ଳିଷ୍ଟ ରହି ଦୁର୍ନୀତି କରୁଥିଲେ l ବର୍ତମାନ ର ବିଜେପି ସରକାର ର ବିକାଶ କାର୍ଯ୍ୟ ଦେଖି ସେମାନେ ସାହିପାରୁନଥିବା କହିଛନ୍ତି ଅଧକ୍ଷ l ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ବିଷମ କଟକ ପଞ୍ଚାୟତ ସମିତି ଦ୍ଵାରା ରାଷ୍ଟ୍ରୀୟ "ବନ୍ଦେ ମତାରମ୍ " ର ୧୫୦ ତମ ବର୍ଷ ପୂର୍ତ୍ତି ଅବସରରେ ବ୍ଲକ୍ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ। ରିପୋର୍ଟର ନରୋତ୍ତମ ପାଢ଼ୀ Anchor:ରାୟଗଡ଼ ଜିଲ୍ଲା ବିଷମ କଟକ ବ୍ଲକ୍ ସଦର ମହକୁମାର କଲ୍ୟାଣ ମଣ୍ଡପ ଠାରେ ରାଷ୍ଟ୍ରୀୟ ବନ୍ଦେ ମାତରମ ର ୧୫୦ ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ବ୍ଲକ୍ ସ୍ତରୀୟ ପ୍ରଶିକ୍ଷଣ ଶିବିର ଦିନିୟିକା ଅୟୋଜନ ହୋଇଥଲା। ମୂଖ୍ୟ ଅତିଥି ଭାବେ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ଶିବ ପ୍ରସାଦ ପଟ୍ଟନାୟକ ନିଜର ଅଭିଭାଷଣ ରଖିଥିଲେ। ବ୍ଲକ ର ପ୍ରତ୍ୟେକ ଶିକ୍ଷ୍ୟା ଅନୁଷ୍ଠାନ ର ଜଣେ ଜଣେ ଅଧ୍ୟାପକ,ଅଧ୍ୟାପିକା,ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ଥିଲେ। ଉକ୍ତ ପ୍ରଶିକ୍ଷଣରେ କେଦାର ସାହୁକାର, ରାଜେନ୍ଦ୍ର ଗଜିବିଲି ଓ ଭବାନୀ ପାଣିଗ୍ରାହୀ ତାଲିମ ପ୍ରଦାନ କରି ଥିଲେ। ଏହି କାର୍ଯ୍ୟ କର୍ମ ଟିକୁ ଗୋଷ୍ଟି ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ମୁନା ତାଡିଙ୍ଗି, ସାମାଜିକ ସୁରକ୍ଷା କନିଷ୍ଟ ସହାୟକ ଶ୍ରୀ ସୁଧାକର ଗରଡିଆ, କାର୍ଯ୍ୟକାରୀ ସହାୟିକା ବାସନ୍ତୀ ବିହାରୀ ଓ ମଞ୍ଚ ପରିଚାଳନ ରାଜେଶ ବିଶ୍ଵାଳ ପ୍ରତିପାଦନ କରିଥିଲେ।4
- ରାଜପଲମା ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କଲେ ବିଧାୟକ1
- Post by Chocolate boy Kumar2
- ବେଗୁନିଆପଡା ବ୍ଲକରେ ପ୍ରତାପ ନାୟକଙ୍କ ମାରାଥନ ଗସ୍ତ। ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ, ବିଭିନ୍ନ ସେବା ସମବାୟ ସମିତିରେ ଧାନମଣ୍ଡି ଉଦଘାଟନ ଓ କୋଦଳାରେ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟନ। ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ସିଧାସଳଖ ଯୋଗାଯୋଗ ଓ ସହଯୋଗର ଆଶ୍ୱାସନ।1
- Post by AK14TV1