ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକରେ ବଡ଼ଗଡ଼ ଠାରୁ ନୂଆଁଗାଁକୁ ସଂଯୋଗ କରୁଥିବା ରାସ୍ତା ଦୀର୍ଘ ଚାରିରୁ ପାଞ୍ଚ ଦଶନ୍ଧି ଧରି ଅବହେଳିତ ଅବସ୍ଥାରେ ପଡ଼ି ରହିଥିଲା। ଏହି ରାସ୍ତା ଖାଲଢିପ ହେବା ସହିତ ମେଟଲ ବାହାରି କାଦୁଆ ହୋଇଯାଇଥିବାରୁ ଯାତାୟାତରେ ସାଧାରଣ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ବଡ଼ଗଡ଼, ନୂଆଁଗାଁ, ହାତୀଖାଲ ଏବଂ ବିଞ୍ଜଗିରି ଗ୍ରାମର ଲୋକମାନେ ବହୁ ବର୍ଷ ଧରି ଏହି ସମସ୍ୟାର ସମ୍ମୁଖୀନ ହେଉଥିଲେ ବୋଲି ନୂଆଁଗାଁର ଗ୍ରାମବାସୀ ତ୍ରିନାଥ ଗୌଡ଼ କହିଛନ୍ତି। ଅବଶେଷରେ, ଏହି ଦୀର୍ଘ ଦିନର ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଆନୁକୂଲ୍ୟରେ ବଡ଼ଗଡ଼ ଠାରୁ ନୂଆଁଗାଁ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଏବଂ ଆସିକା ସାଂସଦଙ୍କ ପ୍ରତିନିଧି ବସନ୍ତ ବିଷୋୟୀଙ୍କ କରକମଳରେ ଏହି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଏହି ଅବସରରେ ଚାରିପାଖ ଗ୍ରାମର ଲୋକମାନେ ଉତ୍ସାହର ସହିତ ଯୋଗଦେଇ ନିଜର ଖୁସି ବ୍ୟକ୍ତ କରିଥିଲେ।
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକରେ ବଡ଼ଗଡ଼ ଠାରୁ ନୂଆଁଗାଁକୁ ସଂଯୋଗ କରୁଥିବା ରାସ୍ତା ଦୀର୍ଘ ଚାରିରୁ ପାଞ୍ଚ ଦଶନ୍ଧି ଧରି ଅବହେଳିତ ଅବସ୍ଥାରେ ପଡ଼ି ରହିଥିଲା। ଏହି ରାସ୍ତା ଖାଲଢିପ ହେବା ସହିତ ମେଟଲ ବାହାରି କାଦୁଆ ହୋଇଯାଇଥିବାରୁ ଯାତାୟାତରେ ସାଧାରଣ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ବଡ଼ଗଡ଼, ନୂଆଁଗାଁ, ହାତୀଖାଲ ଏବଂ ବିଞ୍ଜଗିରି ଗ୍ରାମର ଲୋକମାନେ ବହୁ ବର୍ଷ ଧରି ଏହି ସମସ୍ୟାର ସମ୍ମୁଖୀନ ହେଉଥିଲେ ବୋଲି ନୂଆଁଗାଁର ଗ୍ରାମବାସୀ ତ୍ରିନାଥ ଗୌଡ଼ କହିଛନ୍ତି। ଅବଶେଷରେ, ଏହି ଦୀର୍ଘ ଦିନର ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଆନୁକୂଲ୍ୟରେ ବଡ଼ଗଡ଼ ଠାରୁ ନୂଆଁଗାଁ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଏବଂ ଆସିକା ସାଂସଦଙ୍କ ପ୍ରତିନିଧି ବସନ୍ତ ବିଷୋୟୀଙ୍କ କରକମଳରେ ଏହି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଏହି ଅବସରରେ ଚାରିପାଖ ଗ୍ରାମର ଲୋକମାନେ ଉତ୍ସାହର ସହିତ ଯୋଗଦେଇ ନିଜର ଖୁସି ବ୍ୟକ୍ତ କରିଥିଲେ।
- ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ହିନ୍ଦୋଳ ବନାଞ୍ଚଳର କନ୍ଦାରଆସୁଣୀ ଠାରେ ଏକ ହାତୀକୁ ଫାର୍ମ ହାଉସ ମଧ୍ୟରେ ମାରି ପୋତି ଦିଆଯାଇଥିବା ସୂଚନା ମିଳିଛି। ଏହି ଖବର ମିଳିବା ପରେ ବନ ବିଭାଗ ପକ୍ଷରୁ ତୁରନ୍ତ ଛାନଭିନ ଆରମ୍ଭ କରାଯାଇଛି। ସୂଚନା ଅନୁଯାୟୀ, ଏହି ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ଆସନ୍ତାକାଲି ପ୍ରକାଶ କରାଯିବ।1
- କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ପଞ୍ଚାୟତର ଧଅଁରାଭଟା କଲୋନୀ ପଡ଼ାରେ ଜଳସଙ୍କଟ ଦେଖାଦେଇଛି।1
- ପୁରୀର ସୁଖଲତା ସ୍ମୃତି ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ପିଲାଙ୍କ ଖବରକାଗଜ 'ଶିଶୁ ସମାଚାର'ର ଉନବିଂଶ ବାର୍ଷିକ ଉତ୍ସବ ପରିପ୍ରେକ୍ଷୀରେ ଏକ ବିଦ୍ୟାଳୟ ସ୍ତରୀୟ ଚେସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଶତାଧିକ ଶିଶୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ, ଯାହା ଚେସ୍ ପ୍ରଶିକ୍ଷକ ଶ୍ୟାମଲ କୁଣ୍ଡୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିଲା। ଏହି ଅବସରରେ କୁନି ଚେସ୍ ଖେଳାଳି ପ୍ରଭାବିକ ସିଂହ ଏବଂ 'ଶିଶୁ ସମାଚାର' ପରିବାରର ସଦସ୍ୟ ମନୋଜ କୁମାର ରଥ, ବିଜୟ କୁମାର ବ୍ରହ୍ମା ଓ ଅନାମ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। ସେମାନେ ମତ ଦେଇଥିଲେ ଯେ ଖେଳ ମାଧ୍ୟମରେ ପିଲାମାନଙ୍କ ମାନସିକ ଦକ୍ଷତା ବୃଦ୍ଧି ପାଉଛି ଏବଂ ଚେସ୍ ଖେଳ ଶିଶୁମାନଙ୍କ ମାନସିକତାକୁ ଶକ୍ତ କରିବା ସହ ଆଗକୁ ବଢ଼ିବାରେ 'ଶିଶୁ ସମାଚାର'ର ପ୍ରୟାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ପ୍ରତିଯୋଗିତାକୁ ସର୍ବଶ୍ରୀ ଶ୍ରବଣ କୁମାର ପ୍ରଧାନ, ଅଶୋକ ନାୟକ, ସ୍ଵରାଜ ମହାନ୍ତି ଏବଂ ଓମ୍ ପ୍ରକାଶ ତ୍ରିପାଠୀ ପରିଚାଳନା କରିବାରେ ସହଯୋଗ କରିଥିଲେ। 'ଶିଶୁ ସମାଚାର'ର ସଂପାଦକ ସୁକାନ୍ତ ପଣ୍ଡା କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ଦେଇ ଜଣାଇଛନ୍ତି ଯେ ଆସନ୍ତା ଅଗଷ୍ଟ ୮ ତାରିଖରେ ପୌରସଦନରେ ଅନୁଷ୍ଠିତ ହେବାକୁ ଥିବା ସ୍ଵନକ୍ଷେତ୍ର ଉତ୍ସବରେ ସମସ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଆସନ୍ତା ରବିବାର ଦିନ ଦାମୋଦର ରୋଡ୍ ସ୍ଥିତ ବେଟ୍ରିକ୍ସ ଉଚ୍ଚବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଅନ୍ୟତମ ପରିବାର ସଦସ୍ୟ ଡ. ଶଶିକାନ୍ତ ରଥ ସଭାକାର୍ଯ୍ୟ ପରିଚାଳନା କରିଥିଲେ।4
- ଢେଙ୍କାନାଳର ଭାଗୀରଥୀ ଆର୍ଟ ଆଣ୍ଡ କ୍ରାଫ୍ଟ ଅଡିଟୋରିୟମ୍ଠାରେ 31/05/2026 ରେ ଆୟୋଜିତ ଏକ ବ୍ୟବସାୟ ବିକାଶ ଓ ସମ୍ମାନ ସମାରୋହରେ ଇଣ୍ଡିଆ ପୋଷ୍ଟ ଓ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ (IPPB) ମାଧ୍ୟମରେ ଉପଲବ୍ଧ ଆଦିତ୍ୟ ବିର୍ଲା ଗ୍ରୁପ୍ ପର୍ସନାଲ ଆକ୍ସିଡେଣ୍ଟ ଇନସ୍ୟୁରାନ୍ସ ପଲିସି ଅନ୍ତର୍ଗତ ଢେଙ୍କାନାଳ ଜିଲ୍ଲାର ଜଣେ ମୃତ ବୀମାଧାରୀ ଶ୍ରୀ ଜିତେନ୍ଦ୍ର ନାୟକଙ୍କ ପରିବାରକୁ 10 ଲକ୍ଷ ଟଙ୍କାର ଦୁର୍ଘଟଣାଜନିତ ମୃତ୍ୟୁ ବୀମା ରାଶି ପ୍ରଦାନ କରାଯାଇଛି। ଶ୍ରୀ ଜିତେନ୍ଦ୍ର ନାୟକ ଢେଙ୍କାନାଳ ଜିଲ୍ଲା ଅଦାଲତରେ କାର୍ଯ୍ୟରତ ଥିବାବେଳେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ସେ IPPB ମାଧ୍ୟମରେ ବାର୍ଷିକ ମାତ୍ର 549 ଟଙ୍କା ପ୍ରିମିୟମ ଦେଇ ଏହି ବୀମା ଯୋଜନାରେ ସାମିଲ ହୋଇଥିଲେ। ପଲିସି ଅନୁଯାୟୀ ତାଙ୍କର ନାମିତ ବ୍ୟକ୍ତି ଶ୍ରୀମତୀ ସୁରମଣି ନାୟକଙ୍କୁ ଏହି 10 ଲକ୍ଷ ଟଙ୍କାର ବୀମା ରାଶି ହସ୍ତାନ୍ତର କରାଯାଇଛି। ଏହି ସମାରୋହରେ ଢେଙ୍କାନାଳ ଡାକ ମଣ୍ଡଳ ଅଧୀକ୍ଷକ ଶ୍ରୀ ଜମେଶ୍ୱର ଗଡନାୟକ, ସହାୟକ ଡାକ ଅଧୀକ୍ଷକ ଶ୍ରୀ ମୁକୁନ୍ଦ ଗୋଠାଇତ, IPPB ଓଡ଼ିଶା ରାଜ୍ୟ ମୁଖ୍ୟ ଶ୍ରୀ ସୁଶାନ୍ତ କୁମାର ବେହେରା, IPPB ଢେଙ୍କାନାଳର ବରିଷ୍ଠ ପ୍ରବନ୍ଧକ ଶ୍ରୀ ପ୍ରଶାନ୍ତ ପଣ୍ଡା, IPPB ଅନୁଗୁଳର ବରିଷ୍ଠ ପ୍ରବନ୍ଧକ ଶ୍ରୀ କୁଠାଡ଼ି ଜ୍ଞାନେଶ୍ୱର, ଆଦିତ୍ୟ ବିର୍ଲା ହେଲ୍ଥ ଇନସ୍ୟୁରାନ୍ସ ଓଡ଼ିଶା ମୁଖ୍ୟ ଶ୍ରୀ ସନ୍ତୋଷ କୁମାର ବେହେରା ଏବଂ ତାଙ୍କ ସହଯୋଗୀ ଶ୍ରୀ ସମୀର କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ଏହି ଯୋଜନାର ଉପଯୋଗିତା ଉପରେ ମତ ଦେଇ କହିଥିଲେ ଯେ, ଏହି ଦୁର୍ଘଟଣା ବୀମା ଯୋଜନା ଅତ୍ୟନ୍ତ କମ୍ ପ୍ରିମିୟମରେ ଅପ୍ରତ୍ୟାଶିତ ବିପଦ ସମୟରେ ପରିବାରକୁ ଆର୍ଥିକ ସୁରକ୍ଷା ପ୍ରଦାନ କରିଥାଏ। ସେମାନେ ଏହାକୁ ସାଧାରଣ ଲୋକଙ୍କ ପାଇଁ ଏକ ଉପଯୋଗୀ ଓ ଭରସାଯୋଗ୍ୟ ବୀମା ଯୋଜନା ବୋଲି ବର୍ଣ୍ଣନା କରିଥିଲେ। ଏହି ଯୋଜନାରେ ଦୁର୍ଘଟଣାଜନିତ ମୃତ୍ୟୁ କଭରେଜ୍ ବ୍ୟତୀତ ଦୁର୍ଘଟଣା ପରେ ହସ୍ପିଟାଲରେ ଭର୍ତ୍ତି ପାଇଁ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା, OPD ଚିକିତ୍ସା ପାଇଁ 30,000 ଟଙ୍କା ପର୍ଯ୍ୟନ୍ତ ସୁବିଧା ଏବଂ ସନ୍ତାନଙ୍କ ଶିକ୍ଷା ପାଇଁ ଚାଇଲ୍ଡ ଏଜୁକେସନ ବେନିଫିଟ୍ ଭାବେ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଉପଲବ୍ଧ ରହିଛି। ଏହି ଯୋଜନାର ସୁବିଧା ପାଇବା ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ନିଜ ନିକଟସ୍ଥ ଡାକଘର କିମ୍ବା ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ସେବା କେନ୍ଦ୍ର ସହ ଯୋଗାଯୋଗ କରିପାରିବେ। ଏହି ବୀମା ଯୋଜନାରେ ସାମିଲ ହେବା ପାଇଁ ବୟସ ସୀମା 18ରୁ 65 ବର୍ଷ ମଧ୍ୟରେ ହେବା ଆବଶ୍ୟକ। ଡାକ ବିଭାଗ ଓ IPPB ପକ୍ଷରୁ ଅଧିକରୁ ଅଧିକ ଲୋକଙ୍କୁ ଏହି ସୁଲଭ ଓ ଲାଭଦାୟକ ବୀମା ଯୋଜନାର ସୁବିଧା ନେବାକୁ ଆହ୍ୱାନ କରାଯାଇଛି।1
- ଏହି ଭାବପୂର୍ଣ୍ଣ ବାର୍ତ୍ତାରେ ଜଣେ ଭକ୍ତ ନିଜ ଜୀବନ ପୁରୀର ପବିତ୍ର 'ବାଇଶି ପାହାଚ'ରେ ଶେଷ କରିବାକୁ ଆକୁଳ ପ୍ରାର୍ଥନା କରିଛନ୍ତି। 'କଳା ଚନ୍ଦନ' ପ୍ରତି ନିଜର ଗଭୀର ପ୍ରେମ ଓ ଅସୀମ ଭକ୍ତିଭାବ ପ୍ରକାଶ କରି, ଭକ୍ତ ଜଣକ ଇଶ୍ୱରଙ୍କ ଚରଣରେ ସମ୍ପୂର୍ଣ୍ଣ ସମର୍ପଣର ଭାବନାକୁ ଏହି ପୋଷ୍ଟ ମାଧ୍ୟମରେ ଦର୍ଶାଇଛନ୍ତି।1
- ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକରେ ବଡ଼ଗଡ଼ ଠାରୁ ନୂଆଁଗାଁକୁ ସଂଯୋଗ କରୁଥିବା ରାସ୍ତା ଦୀର୍ଘ ଚାରିରୁ ପାଞ୍ଚ ଦଶନ୍ଧି ଧରି ଅବହେଳିତ ଅବସ୍ଥାରେ ପଡ଼ି ରହିଥିଲା। ଏହି ରାସ୍ତା ଖାଲଢିପ ହେବା ସହିତ ମେଟଲ ବାହାରି କାଦୁଆ ହୋଇଯାଇଥିବାରୁ ଯାତାୟାତରେ ସାଧାରଣ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ବଡ଼ଗଡ଼, ନୂଆଁଗାଁ, ହାତୀଖାଲ ଏବଂ ବିଞ୍ଜଗିରି ଗ୍ରାମର ଲୋକମାନେ ବହୁ ବର୍ଷ ଧରି ଏହି ସମସ୍ୟାର ସମ୍ମୁଖୀନ ହେଉଥିଲେ ବୋଲି ନୂଆଁଗାଁର ଗ୍ରାମବାସୀ ତ୍ରିନାଥ ଗୌଡ଼ କହିଛନ୍ତି। ଅବଶେଷରେ, ଏହି ଦୀର୍ଘ ଦିନର ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଆନୁକୂଲ୍ୟରେ ବଡ଼ଗଡ଼ ଠାରୁ ନୂଆଁଗାଁ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଏବଂ ଆସିକା ସାଂସଦଙ୍କ ପ୍ରତିନିଧି ବସନ୍ତ ବିଷୋୟୀଙ୍କ କରକମଳରେ ଏହି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଏହି ଅବସରରେ ଚାରିପାଖ ଗ୍ରାମର ଲୋକମାନେ ଉତ୍ସାହର ସହିତ ଯୋଗଦେଇ ନିଜର ଖୁସି ବ୍ୟକ୍ତ କରିଥିଲେ।1
- ଏକ ସମୟ ଥିଲା ଯେତେବେଳେ ଅବସର ନେବା ପରେ ମଧ୍ୟ ପେନସନ ରାଶି ପାଇବା ପାଇଁ ବର୍ଷ ବର୍ଷ ଧରି ଧା ଦୌଡ଼ କରିବାକୁ ପଡୁଥିଲା। କିନ୍ତୁ ଏବେ ଏହି ପରିସ୍ଥିତିରେ ପରିବର୍ତ୍ତନ ଆସିଛି, ଯାହା ଅନୁସାରେ ଅବସର ଦିନ ହିଁ ସମସ୍ତ ପୂର୍ଣ୍ଣାଙ୍ଗ ପେନସନ କାଗଜପତ୍ର ପ୍ରଦାନ କରାଯାଉଛି। ଏହିକ୍ରମରେ ଆଜି ଶନିବାର ପୂର୍ବାହ୍ନ ଏଗାରଟା ସମୟରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଗୋବର୍ଦ୍ଧନପୁର କ୍ଲଷ୍ଟରର ପୋଡ଼ାପଦର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ଦାସଙ୍କୁ ତାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସହ ପୂର୍ଣ୍ଣାଙ୍ଗ ପେନସନ କାଗଜପତ୍ର ପ୍ରଦାନ କରାଯାଇଛି। ବିଶ୍ୱନାଥପୁର ବିଇଓ ଅଫିସ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ସଭାପତିତ୍ୱ କରିଥିଲେ। ଏହି ଅବସରରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏବଂ ସମସ୍ତ କ୍ଲଷ୍ଟର ସଂଯୋଜକ ଉପସ୍ଥିତ ରହି ସହଯୋଗ କରିଥିଲେ।1
- କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲାଞ୍ଜିଗଡ଼ ବ୍ଲକର ଭଟାଙ୍ଗପଦର ପଞ୍ଚାୟତ ପଡ଼ିଆ ପରିସରରେ ଶୁକ୍ରବାର ଦିନ ଏକ ପଞ୍ଚାୟତ ସ୍ତରୀୟ କଂଗ୍ରେସ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି।1
- କଳାହାଣ୍ଡି ଜିଲ୍ଲାରେ ପ୍ରଚଣ୍ଡ ତାପ ପ୍ରବାହ ଜାରି ରହିଥିବାବେଳେ ଜଳ ସଙ୍କଟ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଏହି ପରିସ୍ଥିତିରେ 'ବସୁଧା' ଯୋଜନା ଅଧୀନରେ ପିଇବା ପାଣି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଲୋକଙ୍କ ପାଖରେ ପାଣି ପହଞ୍ଚିପାରୁନାହିଁ, ଯାହା ଫଳରେ ଲୋକମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଉଛନ୍ତି। ଏପରି ଏକ ଘଟଣା ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ପଞ୍ଚାୟତ ଅନ୍ତର୍ଗତ କଲୋନୀ ଠାରେ ଦେଖିବାକୁ ମିଳିଛି। ଟାଏଁ ଟାଏଁ ଖରାରେ ବିଶ୍ୱନାଥପୁର ଓ ଲାଞ୍ଜିଗଡ଼କୁ ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ କରି ମହିଳାମାନେ ସେମାନଙ୍କ ମୌଳିକ ଅଧିକାର – ପିଇବା ପାଣି – ପାଇଁ ସଂଘର୍ଷ କରିଥିଲେ। ଏହି ରାସ୍ତାରୋକ ଆନ୍ଦୋଳନ ସମ୍ପର୍କରେ ଖବର ପାଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ତାଙ୍କ ପ୍ରତିଶ୍ରୁତି ପରେ ଆଜି ଶନିବାର ଅପରାହ୍ନ ତିନିଟା ସମୟରେ ରାସ୍ତାରୋକ ଆନ୍ଦୋଳନ ହଟିଥିଲା। ଗ୍ରାମବାସୀଙ୍କ ପିଇବା ପାଣି ପାଇଁ କରିଥିବା ରାସ୍ତାରୋକ ପ୍ରତିଶ୍ରୁତି ପରେ ଶେଷ ହୋଇଥିବାବେଳେ ଯାତାୟତ ସ୍ୱାଭାବିକ ହୋଇଥିଲା।1