ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପୋଲିସ ପଡ଼ିଆ ଠାରେ 'ବିକାଶର ଧାରା ଓଡ଼ିଶା ସାରା' ଶୀର୍ଷକ ଜିଲ୍ଲାସ୍ତରୀୟ ଜନସମ୍ପର୍କ ଓ ପ୍ରଦର୍ଶନୀ ମେଳା ଉଦ୍ଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହାକୁ ଉଦ୍ଘାଟନ କରିଥିଲେ। ଅତିଥିମାନେ ପ୍ରଦର୍ଶନୀ ଷ୍ଟଲ୍ ପରିଦର୍ଶନ କରିବା ସହ ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରସ୍ତୁତ 'ନବରଙ୍ଗପୁରର ବିକାଶ' ଡକ୍ୟୁମେଣ୍ଟାରୀ ଦେଖିଥିଲେ। ନବରଙ୍ଗପୁର ବିଧାୟକ ୭୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସୁବାସ ବୋଷ ଛକ ଠାରୁ ଏକ ରିଙ୍ଗ ରୋଡ ନିର୍ମାଣ ଏବଂ ୨୩ କୋଟି ଟଙ୍କା ବ୍ୟୟ ଅଟକଳରେ ନୂତନ କ୍ରୀଡ଼ା ଭବନ ସ୍ଥାପନ ପ୍ରସ୍ତାବ ଉପରେ ମତ ଦେଇଥିଲେ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ପ୍ରସ୍ତୁତ "ପ୍ରଗତି ପ୍ରବାହ" ଏବଂ "ବିକାଶର ଧାରା ଓଡ଼ିଶା ସାରା" ପ୍ରଚାର ପୁସ୍ତିକା ସମସ୍ତଙ୍କୁ ବଣ୍ଟନ କରାଯାଇଥିଲା। ଏଥିସହ, ମହିଳା ଓ ଶିଶୁ ବିକାଶ ବିଭାଗର ୨ ବର୍ଷର ସଫଳତା ସମ୍ପର୍କିତ ପୁସ୍ତିକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯିବା ସହ ଅଙ୍ଗନୱାଡି କର୍ମୀ ମାନଙ୍କୁ ମୋବାଇଲ ବଣ୍ଟନ କରାଯାଇଥିଲା। ମୁଖ୍ୟ ଅତିଥି ବିଭିନ୍ନ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିଥିଲେ। ଏହି ଅବସରରେ ନବରଙ୍ଗପୁର ଜିଲ୍ଲାର ବୁଦ୍ଧିଜୀବୀମାନେ ଜିଲ୍ଲାର ବିକାଶ ନିମନ୍ତେ ନିଜର ମତାମତ ବ୍ୟକ୍ତ କରିଥିଲେ। ଦେବଦାସ ମହାକୁଡ଼ ଜିଲ୍ଲାରେ ଏକ କୃଷି ବିଜ୍ଞାନ କେନ୍ଦ୍ର ଓ ଆଧୁନିକ ସଭାଗୃହର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିବାବେଳେ, ନୀଳମଣି ପାଢ଼ୀ ଏକ ବେଦ ବିଦ୍ୟାଳୟ, ଭଗବତ୍ ଗୀତା ପଠନ ନିମନ୍ତେ ଗୃହ ନିର୍ମାଣ ଏବଂ ପର୍ଯ୍ୟଟନର ବିକାଶ ପାଇଁ ମତ ରଖିଥିଲେ। ଚିତ୍ତରଞ୍ଜନ ପାତ୍ର ତୁରୀ ନଦୀ କୂଳରେ ଥିବା ସହିଦ ମିନାରର ପୁନରୁଦ୍ଧାର ଏବଂ ଜିଲ୍ଲାରେ ମାରାଥନ ଦୌଡ଼ ପ୍ରତିଯୋଗିତା ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲେ। ଆଇନଜୀବୀ କିଶୋରୀ ପଟ୍ଟନାୟକ ଏକ ଜାତୀୟ ସ୍ତରର ଡ୍ରାମା ବିଦ୍ୟାଳୟ, ପ୍ରତିଯୋଗିତାମୂଳକ କୋଚିଂ ଏବଂ ଆଇନ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲେ। ସାମ୍ୱାଦିକ ବାଙ୍କ ବିହାରୀ ବିଶୋଇ ଜିଲ୍ଲା ସଦର ମହକୁମାରେ ନୂଆ ଟାଉନ୍ ହଲ, ୫୦୦ ଶଯ୍ୟା ବିଶିଷ୍ଟ ଅତିଥି ଭବନ, କୁସୁମଝର ଠାରେ ବୋଟିଂ ସୁବିଧା, ଷ୍ଟାଡିୟମ୍ର ଉନ୍ନତିକରଣ ଏବଂ ନବରଙ୍ଗପୁର ଓ ଉମରକୋଟ ଠାରେ ଶୀତଳ ଭଣ୍ଡାର ସ୍ଥାପନ କରିବା ପାଇଁ ମତ ଦେଇଥିଲେ। ସାମ୍ବାଦିକ ପ୍ରଭାତୀ ବିଶୋଇ ନିଟ କୋଚିଂ ଓ ଆଧୁନିକ ପାଠାଗାର ସ୍ଥାପନ ନିମନ୍ତେ ନିଜ ମତାମତ ବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ଗୌରୀ ଶଙ୍କର ମାଝୀ ନିଜ ବକ୍ତବ୍ୟରେ ଜିଲ୍ଲାରେ ଭିତ୍ତିଭୂମି ବିକାଶ ଏବଂ ମିଶନ ମୋଡରେ ସମସ୍ତ ଜନହିତକର ଯୋଜନାକୁ ଆନ୍ତରିକତା ସହ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ମାନ୍ୟବର ବିଧାୟକ ନରସିଂହ ଭତରା ରାଜ୍ୟ ସରକାରଙ୍କ ଦୁଇ ବର୍ଷ ମଧ୍ୟରେ ନିଆଯାଇଥିବା ବିଭିନ୍ନ ଯୋଜନାର ପ୍ରଶଂସା କରି ଏହାର ସଠିକ୍ ରୂପାୟନ ପାଇଁ ପଦକ୍ଷେପ ନେବାକୁ କହିଥିଲେ। ଜିଲ୍ଲାପାଳ ଡଃ ମହେଶ୍ୱର ସ୍ୱାଇଁ ଗତ ଦୁଇ ବର୍ଷରେ ନବରଙ୍ଗପୁର ଜିଲ୍ଲାରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ଓ ତାହାର ସଫଳତା ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଉପସ୍ଥାପନ କରିଥିଲେ। ଏହି ପ୍ରଦର୍ଶନୀରେ ବିଭିନ୍ନ ବିଭାଗର ୩୦ଟି ଷ୍ଟଲ୍ ଖୋଲାଯାଇଥିଲା, ଯେଉଁଥିରେ ସରକାରୀ ଯୋଜନା, ଉପଲବ୍ଧି ଓ ବିକାଶମୂଳକ କାର୍ଯ୍ୟ ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବାସନ୍ତୀ ମାଝୀ, ମାନ୍ୟବର ମନ୍ତ୍ରୀଙ୍କ ପ୍ରତିନିଧି କୁଞ୍ଜ ବିହାରୀ ଦାସ, ମାନ୍ୟବର ସାଂସଦଙ୍କ ପ୍ରତିନିଧି ଜ୍ୟୋତି ରଞ୍ଜନ କଂସ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ୱଜିତ୍ ଚନ୍ଦ୍ର ବର୍ମନ୍, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ପ୍ରକାଶ ମିଶ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନୀଲ ଖରାଙ୍କ ସମେତ ଅନେକ ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଗଣମାଧ୍ୟମ ପ୍ରତିନିଧି ଓ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ। ଶେଷରେ ସ୍ଥାନୀୟ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପୋଲିସ ପଡ଼ିଆ ଠାରେ 'ବିକାଶର ଧାରା ଓଡ଼ିଶା ସାରା' ଶୀର୍ଷକ ଜିଲ୍ଲାସ୍ତରୀୟ ଜନସମ୍ପର୍କ ଓ ପ୍ରଦର୍ଶନୀ ମେଳା ଉଦ୍ଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହାକୁ ଉଦ୍ଘାଟନ କରିଥିଲେ। ଅତିଥିମାନେ ପ୍ରଦର୍ଶନୀ ଷ୍ଟଲ୍ ପରିଦର୍ଶନ କରିବା ସହ ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରସ୍ତୁତ 'ନବରଙ୍ଗପୁରର ବିକାଶ' ଡକ୍ୟୁମେଣ୍ଟାରୀ ଦେଖିଥିଲେ। ନବରଙ୍ଗପୁର ବିଧାୟକ ୭୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସୁବାସ ବୋଷ ଛକ ଠାରୁ ଏକ ରିଙ୍ଗ ରୋଡ ନିର୍ମାଣ ଏବଂ ୨୩ କୋଟି ଟଙ୍କା ବ୍ୟୟ ଅଟକଳରେ ନୂତନ କ୍ରୀଡ଼ା ଭବନ ସ୍ଥାପନ ପ୍ରସ୍ତାବ ଉପରେ ମତ ଦେଇଥିଲେ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ପ୍ରସ୍ତୁତ "ପ୍ରଗତି ପ୍ରବାହ" ଏବଂ "ବିକାଶର ଧାରା ଓଡ଼ିଶା ସାରା" ପ୍ରଚାର ପୁସ୍ତିକା ସମସ୍ତଙ୍କୁ ବଣ୍ଟନ କରାଯାଇଥିଲା। ଏଥିସହ, ମହିଳା ଓ ଶିଶୁ ବିକାଶ ବିଭାଗର ୨ ବର୍ଷର ସଫଳତା ସମ୍ପର୍କିତ ପୁସ୍ତିକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯିବା ସହ ଅଙ୍ଗନୱାଡି କର୍ମୀ ମାନଙ୍କୁ ମୋବାଇଲ ବଣ୍ଟନ କରାଯାଇଥିଲା। ମୁଖ୍ୟ ଅତିଥି ବିଭିନ୍ନ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ
କରିଥିଲେ। ଏହି ଅବସରରେ ନବରଙ୍ଗପୁର ଜିଲ୍ଲାର ବୁଦ୍ଧିଜୀବୀମାନେ ଜିଲ୍ଲାର ବିକାଶ ନିମନ୍ତେ ନିଜର ମତାମତ ବ୍ୟକ୍ତ କରିଥିଲେ। ଦେବଦାସ ମହାକୁଡ଼ ଜିଲ୍ଲାରେ ଏକ କୃଷି ବିଜ୍ଞାନ କେନ୍ଦ୍ର ଓ ଆଧୁନିକ ସଭାଗୃହର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିବାବେଳେ, ନୀଳମଣି ପାଢ଼ୀ ଏକ ବେଦ ବିଦ୍ୟାଳୟ, ଭଗବତ୍ ଗୀତା ପଠନ ନିମନ୍ତେ ଗୃହ ନିର୍ମାଣ ଏବଂ ପର୍ଯ୍ୟଟନର ବିକାଶ ପାଇଁ ମତ ରଖିଥିଲେ। ଚିତ୍ତରଞ୍ଜନ ପାତ୍ର ତୁରୀ ନଦୀ କୂଳରେ ଥିବା ସହିଦ ମିନାରର ପୁନରୁଦ୍ଧାର ଏବଂ ଜିଲ୍ଲାରେ ମାରାଥନ ଦୌଡ଼ ପ୍ରତିଯୋଗିତା ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲେ। ଆଇନଜୀବୀ କିଶୋରୀ ପଟ୍ଟନାୟକ ଏକ ଜାତୀୟ ସ୍ତରର ଡ୍ରାମା ବିଦ୍ୟାଳୟ, ପ୍ରତିଯୋଗିତାମୂଳକ କୋଚିଂ ଏବଂ ଆଇନ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲେ। ସାମ୍ୱାଦିକ ବାଙ୍କ ବିହାରୀ ବିଶୋଇ ଜିଲ୍ଲା ସଦର ମହକୁମାରେ ନୂଆ ଟାଉନ୍ ହଲ, ୫୦୦ ଶଯ୍ୟା ବିଶିଷ୍ଟ ଅତିଥି ଭବନ, କୁସୁମଝର ଠାରେ ବୋଟିଂ ସୁବିଧା, ଷ୍ଟାଡିୟମ୍ର ଉନ୍ନତିକରଣ ଏବଂ ନବରଙ୍ଗପୁର ଓ ଉମରକୋଟ ଠାରେ ଶୀତଳ ଭଣ୍ଡାର ସ୍ଥାପନ କରିବା ପାଇଁ ମତ ଦେଇଥିଲେ। ସାମ୍ବାଦିକ ପ୍ରଭାତୀ ବିଶୋଇ ନିଟ କୋଚିଂ ଓ ଆଧୁନିକ ପାଠାଗାର ସ୍ଥାପନ ନିମନ୍ତେ ନିଜ ମତାମତ ବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ଗୌରୀ ଶଙ୍କର ମାଝୀ ନିଜ ବକ୍ତବ୍ୟରେ ଜିଲ୍ଲାରେ ଭିତ୍ତିଭୂମି ବିକାଶ ଏବଂ ମିଶନ
ମୋଡରେ ସମସ୍ତ ଜନହିତକର ଯୋଜନାକୁ ଆନ୍ତରିକତା ସହ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ମାନ୍ୟବର ବିଧାୟକ ନରସିଂହ ଭତରା ରାଜ୍ୟ ସରକାରଙ୍କ ଦୁଇ ବର୍ଷ ମଧ୍ୟରେ ନିଆଯାଇଥିବା ବିଭିନ୍ନ ଯୋଜନାର ପ୍ରଶଂସା କରି ଏହାର ସଠିକ୍ ରୂପାୟନ ପାଇଁ ପଦକ୍ଷେପ ନେବାକୁ କହିଥିଲେ। ଜିଲ୍ଲାପାଳ ଡଃ ମହେଶ୍ୱର ସ୍ୱାଇଁ ଗତ ଦୁଇ ବର୍ଷରେ ନବରଙ୍ଗପୁର ଜିଲ୍ଲାରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ଓ ତାହାର ସଫଳତା ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଉପସ୍ଥାପନ କରିଥିଲେ। ଏହି ପ୍ରଦର୍ଶନୀରେ ବିଭିନ୍ନ ବିଭାଗର ୩୦ଟି ଷ୍ଟଲ୍ ଖୋଲାଯାଇଥିଲା, ଯେଉଁଥିରେ ସରକାରୀ ଯୋଜନା, ଉପଲବ୍ଧି ଓ ବିକାଶମୂଳକ କାର୍ଯ୍ୟ ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବାସନ୍ତୀ ମାଝୀ, ମାନ୍ୟବର ମନ୍ତ୍ରୀଙ୍କ ପ୍ରତିନିଧି କୁଞ୍ଜ ବିହାରୀ ଦାସ, ମାନ୍ୟବର ସାଂସଦଙ୍କ ପ୍ରତିନିଧି ଜ୍ୟୋତି ରଞ୍ଜନ କଂସ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ୱଜିତ୍ ଚନ୍ଦ୍ର ବର୍ମନ୍, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ପ୍ରକାଶ ମିଶ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନୀଲ ଖରାଙ୍କ ସମେତ ଅନେକ ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଗଣମାଧ୍ୟମ ପ୍ରତିନିଧି ଓ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ। ଶେଷରେ ସ୍ଥାନୀୟ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
- କୋରାପୁଟ ଜିଲ୍ଲା ପ୍ରଶାସନର ସୁରକ୍ଷା ବଳୟରେ NEET ପରୀକ୍ଷା ସମ୍ପନ୍ନ ହୋଇଛି। ଏହି ପରୀକ୍ଷାରେ କୋଟପାଡ଼ରୁ ମୋଟ ୫ ଜଣ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ। ପରୀକ୍ଷାର୍ଥୀମାନଙ୍କୁ ସୁବିଧା ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ ମାଗଣା ବସ ସେବା ମଧ୍ୟ ଯୋଗାଇ ଦିଆଯାଇଥିଲା।1
- ବାଘ ଛାଲର ଚୋରା ଚାଲାଣ ବେଳେ ଅମଳାଭାଟା ଚର୍ଚ୍ଚର ପାଷ୍ଟରଙ୍କୁ ଗିରଫ କରାଯାଇଛି। ଚୋରା ଚାଲାଣ ସମୟରେ ପାଷ୍ଟରଙ୍କ ନିକଟରୁ ବାଘ ଛାଲ ଜବତ ହୋଇଛି।1
- ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏହି ଅବସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡ଼ିଓ) ଆଶିଷ ତ୍ରିପାଠୀଙ୍କ ନେତୃତ୍ୱରେ ବ୍ଲକ ପ୍ରଶାସନ, ରାଜନେତା, ସ୍କୁଲ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ବାସିନ୍ଦା ମିଳିତ ଭାବେ ଏହି ଯୋଗ ଦିବସରେ ଯୋଗ ଦେଇଥିଲେ। ସମସ୍ତେ ଏକ ମନ ଓ ଏକ ଧ୍ୟାନରେ ଯୋଗାଭ୍ୟାସ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କ ପାଇଁ ଗଜାମୁଗ ଓ ଚଣା ବଣ୍ଟାଯାଇଥିଲା। ବିଡ଼ିଓ ଆଶିଷ ତ୍ରିପାଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି କୁଞ୍ଜ ବିହାରୀ ଦାସ ଏବଂ ସିମାଞ୍ଚଳ ବିଶୋଇ ଯୋଗ ଗୁରୁଭାବେ ଉପସ୍ଥିତ ଥିଲେ। ସିମାଞ୍ଚଳ ବିଶୋଇ ସମସ୍ତଙ୍କୁ ଯୋଗ ଶିକ୍ଷା ଦେବା ସହ ପ୍ରତିଦିନ ଯୋଗ କରିବା ପାଇଁ ଶପଥ ପାଠ କରାଇଥିଲେ। ଯୋଗକୁ ଭାରତୀୟ ପରମ୍ପରାର ଏକ ଅମୂଲ୍ୟ ଉପହାର ଭାବରେ ବର୍ଣ୍ଣନା କରାଯାଇଛି, ଯାହା ଶାରୀରିକ ଓ ମାନସିକ ସୁସ୍ଥତା ବୃଦ୍ଧି ପାଇଁ ଅନ୍ୟତମ ବିଶ୍ୱାସଯୋଗ୍ୟ ମାଧ୍ୟମ ଭାବରେ ଉଭା ହୋଇଛି। ଏହି ଦିବସ ପାଳନର ପ୍ରମୁଖ କାରଣ ହେଉଛି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିରନ୍ତର ପ୍ରୟାସ। ତାଙ୍କରି ଉଦ୍ୟମ ଯୋଗୁଁ ଜୁନ୍ ୨୧ ତାରିଖକୁ ଜାତିସଂଘ ସାଧାରଣ ସଭା ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ଘୋଷଣା କରିଥିଲା। ସେହି ଦିନଠାରୁ ସମଗ୍ର ବିଶ୍ୱ ଯୋଗ ଦିବସ ପାଳନ କରିଆସୁଛି।4
- କୋଷାଗୁମୁଡ଼ାରେ ୨୧/୬/୨୬ ତାରିଖରେ 'ବିକାଶ ର ଧାରା ଓଡ଼ିଶା ସାରା' କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ବାଲେଙ୍ଗା ପଞ୍ଚାୟତ ସରପଞ୍ଚ ହିତାଧିକାରୀମାନଙ୍କୁ ପେନସନ, ଚାଉଳ କାର୍ଡ ଏବଂ ଆବାସ ଘର ପାଇଁ ୱାର୍କ ଅର୍ଡର ବଣ୍ଟନ କରିଛନ୍ତି।1
- ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିରନ୍ତର ପ୍ରୟାସ ଫଳରେ ଜୁନ୍ ୨୧କୁ ଜାତିସଂଘ ସାଧାରଣ ସଭା ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ଘୋଷଣା କରିଥିଲା, ଯାହା ପରଠାରୁ ବିଶ୍ୱ ଏହି ଦିବସ ପାଳନ କରୁଛି। ଏହି ଅବସରରେ, ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡ଼ିଓ) ଆଶିଷ ତ୍ରିପାଠୀଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା। ଏଥିରେ ବ୍ଲକ ପ୍ରଶାସନର କର୍ମଚାରୀ, ରାଜନେତା, ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ବାସିନ୍ଦା ମିଳିତ ଭାବେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ବିଜେପି ସଭାପତି କୁଞ୍ଜ ବିହାରୀ ଦାସ ଏବଂ ସିମାଞ୍ଚଳ ବିଶୋଇ ଯୋଗ ଗୁରୁ ଭାବେ ଉପସ୍ଥିତ ଥିଲେ। ଯୋଗ ଗୁରୁ ସିମାଞ୍ଚଳ ବିଶୋଇ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଯୋଗ ଶିକ୍ଷା ଦେବା ସହିତ ପ୍ରତିଦିନ ଯୋଗ କରିବା ପାଇଁ ଶପଥ ପାଠ କରାଇଥିଲେ। ଓଡିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ କୋଷାଗୁମୁଡ଼ା ବିଡ଼ିଓଙ୍କ ନେତୃତ୍ୱରେ ଏହି ଆନ୍ତର୍ଜାତୀୟ ଯୋଗ ଦିବସ କୋଷାଗୁମୁଡ଼ା ଠାରେ ସଫଳତାର ସହ ପାଳିତ ହୋଇଛି।1
- ଜୀବନରେ ବୟସ ବଢ଼ିବା ସହିତ ଅନେକ ସମୟରେ ଉତ୍ସାହ କମିଯାଏ, କିନ୍ତୁ ଏ କ୍ଷେତ୍ରରେ ବୟସ ବୃଦ୍ଧି ସତ୍ତ୍ୱେ ଉତ୍ସାହରେ କୌଣସି ହ୍ରାସ ଘଟିନାହିଁ।1
- କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ପଞ୍ଚାୟତ ସମିତି ପକ୍ଷରୁ ଇଣ୍ଡର ଷ୍ଟାଡିୟମ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି।1
- କୋରାପୁଟ ଜିଲ୍ଲାରେ ଅଦା ଦରରେ ଏକ ବଡ଼ ଧରଣର ବୃଦ୍ଧି ପରିଲକ୍ଷିତ ହୋଇଛି। ପୂର୍ବରୁ ଏଠାରେ ଅଦା ପ୍ରତି କିଲୋଗ୍ରାମ ୬୦ ଟଙ୍କାରେ ବିକ୍ରି ହେଉଥିଲା। ତେବେ, ବର୍ତ୍ତମାନ ଏହି ଅଦା ୧୬୦ ଟଙ୍କାରେ ବିକ୍ରି ହେଉଛି।1