logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମାର୍ଚ୍ଚ ମାସ ୧୪ ତାରିଖରେ ରାଷ୍ଟ୍ରୀୟ ଲୋକ ଅଦାଲତ, ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦେଶ କ୍ରମେ ମାର୍ଚ୍ଚ ୧୪ ତାରିଖରେ ରାଷ୍ଟ୍ରୀୟ ଲୋକ ଅଦାଲତ  ରାୟଗଡ:ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ଓ ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆସନ୍ତା ମାର୍ଚ୍ଚ ୧୪ ତାରିଖ ରେ ଜିଲ୍ଲା ମୂଖ୍ୟ କୋର୍ଟ ସମେତ ଗୁଣୁପୁର, ବିଷମକଟକ, କାଶିପୁର, ପଦ୍ମପୁର ଓ ମୁନିଗୁଡା ଅଦାଲତ ପରିସରରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଟିତ ହେବ l ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସତ୍ୟ ନାରାୟଣ ଷଡଙ୍ଗୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସମସ୍ତ ସାଲିସଯୋଗ୍ୟ ଫୌଜଦାରୀ ଓ ଦେୱାନୀ ମାମଲା, ମୋଟରଯାନ ଦୁର୍ଘଟଣାଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ ଓ ଜଳଯୋଗାଣ, ପାରିବାରିକ ସମସ୍ୟା, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ ବାଉନ୍ସ ଆଦି ବିଚାରଧିନ ମାମଲାର ଆପୋସ ବୁଝାବଣା ମାଧ୍ୟମରେ ସମାଧାନ କରାଯାଇ ପାରିବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି l କେବଳ ବିଚାରଧୀନ ମାମଲା ନୁହେଁ, ପ୍ରାକ ମୋକଦ୍ଦମା ସ୍ତରୀୟ (କଚେରୀରେ ଦାୟର ହୋଇନଥିବା) ସାଲିସ ଯୋଗ୍ୟ ଫୌଜଦାରୀ ଓ ଦେୱାନୀ ମାମଲା ଆଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଦାୟିତ୍ୱରେ ଥିବା ଶ୍ରୀମତି ସସ୍ମିତା ମିଶ୍ର କହିଛନ୍ତି l ଏହି ଲୋକ ଅଦାଲତରେ ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡେ ନାହିଁ l ତେଣୁ ଇଛୁକ ପକ୍ଷ ଏହାର ସୁଯୋଗ ନେବାକୁ ସେ ପରାମର୍ଶ ଦେଇଛନ୍ତି l

on 13 March
user_Prasad sahukar
Prasad sahukar
Court reporter ମୁନିଗୁଡା, ରାୟଗଡା, ଓଡ଼ିଶା•
on 13 March

ମାର୍ଚ୍ଚ ମାସ ୧୪ ତାରିଖରେ ରାଷ୍ଟ୍ରୀୟ ଲୋକ ଅଦାଲତ, ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦେଶ କ୍ରମେ ମାର୍ଚ୍ଚ ୧୪ ତାରିଖରେ ରାଷ୍ଟ୍ରୀୟ ଲୋକ ଅଦାଲତ  ରାୟଗଡ:ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ଓ ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆସନ୍ତା ମାର୍ଚ୍ଚ ୧୪ ତାରିଖ ରେ ଜିଲ୍ଲା ମୂଖ୍ୟ କୋର୍ଟ ସମେତ ଗୁଣୁପୁର, ବିଷମକଟକ, କାଶିପୁର, ପଦ୍ମପୁର ଓ ମୁନିଗୁଡା ଅଦାଲତ ପରିସରରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଟିତ ହେବ l ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସତ୍ୟ ନାରାୟଣ ଷଡଙ୍ଗୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସମସ୍ତ ସାଲିସଯୋଗ୍ୟ ଫୌଜଦାରୀ ଓ ଦେୱାନୀ ମାମଲା, ମୋଟରଯାନ ଦୁର୍ଘଟଣାଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ ଓ ଜଳଯୋଗାଣ, ପାରିବାରିକ ସମସ୍ୟା, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ ବାଉନ୍ସ ଆଦି ବିଚାରଧିନ ମାମଲାର ଆପୋସ ବୁଝାବଣା ମାଧ୍ୟମରେ ସମାଧାନ କରାଯାଇ ପାରିବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି l କେବଳ ବିଚାରଧୀନ ମାମଲା ନୁହେଁ, ପ୍ରାକ ମୋକଦ୍ଦମା ସ୍ତରୀୟ (କଚେରୀରେ ଦାୟର ହୋଇନଥିବା) ସାଲିସ ଯୋଗ୍ୟ ଫୌଜଦାରୀ ଓ ଦେୱାନୀ ମାମଲା ଆଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଦାୟିତ୍ୱରେ ଥିବା ଶ୍ରୀମତି ସସ୍ମିତା ମିଶ୍ର କହିଛନ୍ତି l ଏହି ଲୋକ ଅଦାଲତରେ ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡେ ନାହିଁ l ତେଣୁ ଇଛୁକ ପକ୍ଷ ଏହାର ସୁଯୋଗ ନେବାକୁ ସେ ପରାମର୍ଶ ଦେଇଛନ୍ତି l

More news from Kandhamal and nearby areas
  • ଗ୍ରାମ ମାରଲାଙ୍ଗା ଗାଁ ଦୁରିକୁପୁଡ଼ା ମହୁଲ ଭଜା ଜାତରା ହଇ ଥିଲା ଅପଣଙ୍କ ଦେଖାଉ ଛି
    1
    ଗ୍ରାମ ମାରଲାଙ୍ଗା ଗାଁ ଦୁରିକୁପୁଡ଼ା ମହୁଲ ଭଜା ଜାତରା ହଇ ଥିଲା ଅପଣଙ୍କ ଦେଖାଉ ଛି
    user_ଅଜିତ ପାତ୍ର
    ଅଜିତ ପାତ୍ର
    Kotagarh, Kandhamal•
    1 hr ago
  • ରାୟଗଡା ଜିଲ୍ଲାର ବୁଦ୍ରାବାଲସା ସରକାରୀ ପ୍ରାଥମିକ ବିଦ୍ୟାଳୟ, ଯାହା ୧୬ ଅକ୍ଟୋବର ୧୯୭୧ ରେ ସ୍ଥାପିତ, ସେଠାରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଗଭୀର ପ୍ରଶ୍ନ ଉଠିଛି। ଆଜି ସକାଳ ୮ଟା ସମୟରେ ଏକ ଅଚମ୍କା ଦର୍ଶନ ସମୟରେ ଦେଖାଯାଇଥିଲା ଯେ, ଛାତ୍ରଛାତ୍ରୀମାନେ କ୍ଲାସ୍ ରୁମ୍ ଭିତରେ ନୁହେଁ, ବରଂ ବାହାରେ ବସି ପଢୁଛନ୍ତି। ବିଦ୍ୟାଳୟରେ ଥିବା ଶିକ୍ଷୟିତ୍ରୀ ବିନା ୟୁନିଫର୍ମରେ କ୍ଲାସ୍ ନେଉଥିବା ଦେଖାଯାଇଥିଲା, ଯାହା ନିୟମ ଉଲ୍ଲଂଘନ କୁ ସୂଚିତ କରୁଛି। ଏହା ସହ ଏସିସ୍ଟାଣ୍ଟ ଶିକ୍ଷକଙ୍କ ଅନୁପସ୍ଥିତି ମଧ୍ୟ ପ୍ରଶ୍ନ ଉଠାଇଛି। ଅନ୍ୟପଟେ, କିଛି ଛାତ୍ରଛାତ୍ରୀ ୟୁନିଫର୍ମରେ ଥିଲେ ମଧ୍ୟ, ଅନେକ ଛାତ୍ରଛାତ୍ରୀ ୟୁନିଫର୍ମ ବିହୀନ ଅବସ୍ଥାରେ ଦେଖାଯାଇଥିଲେ। ସବୁଠୁ ଚମତ୍କାର କଥା ହେଉଛି, ବିଦ୍ୟାଳୟରେ ନବୀକରଣ କରାଯାଇଥିବା ଦୁଇଟି କ୍ଲାସ୍ ରୁମ୍ ତାଲା ପଡିଥିବା ଅବସ୍ଥାରେ ଥିଲା। ଶିକ୍ଷୟିତ୍ରୀଙ୍କୁ ପଚାରିବା ପରେ ଘର ଖୋଲାଯାଇଥିଲା, ଯେଉଁଠାରେ ଗୋଟିଏ ଘରରେ ପୁସ୍ତକ ଓ ଅନ୍ୟ ଘରରେ ପ୍ଲାଷ୍ଟିକ ଚେୟାର ରଖାଯାଇଥିଲା। ଏଥିରୁ ସ୍ପଷ୍ଟ ଯେ, ପାଠପାଠନ ପାଇଁ ଥିବା କ୍ଲାସ୍ ରୁମ୍ ଗୁଡିକୁ ଷ୍ଟୋର ରୁମ୍ ଭାବେ ବ୍ୟବହାର କରାଯାଉଛି। ତେବେ ପ୍ରଶ୍ନ ଉଠୁଛି— ୧: କ୍ଲାସ୍ ରୁମ୍ ଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ବାହାରେ କାହିଁକି ପଢୁଛନ୍ତି? ୨: ଶିକ୍ଷକ ମାନଙ୍କ ଅନୁପସ୍ଥିତି ଓ ନିୟମ ଉଲ୍ଲଂଘନ କାହିଁକି? ୩: ଶିକ୍ଷା ବ୍ୟବସ୍ଥା ଉପରେ କାହାର ନଜର ନାହିଁ କି? ଏହି ଘଟଣାକୁ ନେଇ ଅଭିଭାବକ ଓ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ସମ୍ବନ୍ଧିତ ଶିକ୍ଷା ବିଭାଗ ଏହାକୁ ଗମ୍ଭୀରତାର ସହ ନେଇ ତତ୍କାଳ କାର୍ଯ୍ୟନୁଷ୍ଠାନ ନେବେ କି ନାହିଁ, ସେଥିରେ ସମସ୍ତଙ୍କ ନଜର ରହିଛି।
    3
    ରାୟଗଡା ଜିଲ୍ଲାର ବୁଦ୍ରାବାଲସା ସରକାରୀ ପ୍ରାଥମିକ ବିଦ୍ୟାଳୟ, ଯାହା ୧୬ ଅକ୍ଟୋବର ୧୯୭୧ ରେ ସ୍ଥାପିତ, ସେଠାରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଗଭୀର ପ୍ରଶ୍ନ ଉଠିଛି।
ଆଜି ସକାଳ ୮ଟା ସମୟରେ ଏକ ଅଚମ୍କା ଦର୍ଶନ ସମୟରେ ଦେଖାଯାଇଥିଲା ଯେ, ଛାତ୍ରଛାତ୍ରୀମାନେ କ୍ଲାସ୍ ରୁମ୍ ଭିତରେ ନୁହେଁ, ବରଂ ବାହାରେ ବସି ପଢୁଛନ୍ତି।
ବିଦ୍ୟାଳୟରେ ଥିବା ଶିକ୍ଷୟିତ୍ରୀ ବିନା ୟୁନିଫର୍ମରେ କ୍ଲାସ୍ ନେଉଥିବା ଦେଖାଯାଇଥିଲା, ଯାହା ନିୟମ ଉଲ୍ଲଂଘନ କୁ ସୂଚିତ କରୁଛି। ଏହା ସହ ଏସିସ୍ଟାଣ୍ଟ ଶିକ୍ଷକଙ୍କ ଅନୁପସ୍ଥିତି ମଧ୍ୟ ପ୍ରଶ୍ନ ଉଠାଇଛି।
ଅନ୍ୟପଟେ, କିଛି ଛାତ୍ରଛାତ୍ରୀ ୟୁନିଫର୍ମରେ ଥିଲେ ମଧ୍ୟ, ଅନେକ ଛାତ୍ରଛାତ୍ରୀ ୟୁନିଫର୍ମ ବିହୀନ ଅବସ୍ଥାରେ ଦେଖାଯାଇଥିଲେ।
ସବୁଠୁ ଚମତ୍କାର କଥା ହେଉଛି, ବିଦ୍ୟାଳୟରେ ନବୀକରଣ କରାଯାଇଥିବା ଦୁଇଟି କ୍ଲାସ୍ ରୁମ୍ ତାଲା ପଡିଥିବା ଅବସ୍ଥାରେ ଥିଲା। ଶିକ୍ଷୟିତ୍ରୀଙ୍କୁ ପଚାରିବା ପରେ ଘର ଖୋଲାଯାଇଥିଲା, ଯେଉଁଠାରେ ଗୋଟିଏ ଘରରେ ପୁସ୍ତକ ଓ ଅନ୍ୟ ଘରରେ ପ୍ଲାଷ୍ଟିକ ଚେୟାର ରଖାଯାଇଥିଲା।
ଏଥିରୁ ସ୍ପଷ୍ଟ ଯେ, ପାଠପାଠନ ପାଇଁ ଥିବା କ୍ଲାସ୍ ରୁମ୍ ଗୁଡିକୁ ଷ୍ଟୋର ରୁମ୍ ଭାବେ ବ୍ୟବହାର କରାଯାଉଛି।
ତେବେ ପ୍ରଶ୍ନ ଉଠୁଛି—
୧: କ୍ଲାସ୍ ରୁମ୍ ଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ବାହାରେ କାହିଁକି ପଢୁଛନ୍ତି?
୨: ଶିକ୍ଷକ ମାନଙ୍କ ଅନୁପସ୍ଥିତି ଓ ନିୟମ ଉଲ୍ଲଂଘନ କାହିଁକି?
୩: ଶିକ୍ଷା ବ୍ୟବସ୍ଥା ଉପରେ କାହାର ନଜର ନାହିଁ କି?
ଏହି ଘଟଣାକୁ ନେଇ ଅଭିଭାବକ ଓ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।
ସମ୍ବନ୍ଧିତ ଶିକ୍ଷା ବିଭାଗ ଏହାକୁ ଗମ୍ଭୀରତାର ସହ ନେଇ ତତ୍କାଳ କାର୍ଯ୍ୟନୁଷ୍ଠାନ ନେବେ କି ନାହିଁ, ସେଥିରେ ସମସ୍ତଙ୍କ ନଜର ରହିଛି।
    user_Maa Tv Odia News channel
    Maa Tv Odia News channel
    Grain Trader ରାୟଗଡା, ରାୟଗଡା, ଓଡ଼ିଶା•
    18 hrs ago
  • 💋💋💋💋💋💋🤭💋💋💋
    1
    💋💋💋💋💋💋🤭💋💋💋
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    2 hrs ago
  • Post by BIDYADHAR SAHANI
    2
    Post by BIDYADHAR SAHANI
    user_BIDYADHAR SAHANI
    BIDYADHAR SAHANI
    ବାଲିଗୁଡା, କନ୍ଧମାଳ, ଓଡ଼ିଶା•
    19 hrs ago
  • Post by Ansubhai Pandey
    3
    Post by Ansubhai Pandey
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    2 hrs ago
  • ଗଜପତି ଜିଲ୍ଲା ମୋହନା ବ୍ଲକର ଚାନ୍ଦିପୁଟ ଗ୍ରାମ ପଞ୍ଚାୟତର ବାଙ୍କିଜୋଲା ଗ୍ରାମର ଏକ କୁମାର ବାଳକ ଧନଞ୍ଜୟ ନାୟକ ବର୍ତ୍ତମାନ ବୋନ୍ ମାରୋ କ୍ୟାନ୍ସର ରୋଗରେ ପୀଡ଼ିତ ଅଛନ୍ତି। ଧନଞ୍ଜୟଙ୍କ ପରିବାର ଜୀବିକା ପାଇଁ ଦିନମଜୁରି ଉପରେ ନିର୍ଭରଶୀଳ ଥିବାରୁ ଏତେ ବଡ଼ ରୋଗର ଚିକିତ୍ସା କରିବା ସମ୍ଭବ ହୋଇପାରୁ ନାହିଁ, ତାଙ୍କର ପରିବାର ଆର୍ଥିକ ଭାବେ ଅତ୍ୟନ୍ତ ଦୁର୍ବଳ ଥିବାରୁ ଚିକିତ୍ସା ପାଇଁ ବଡ଼ ସମସ୍ୟା ସୃଷ୍ଟି ହୋଇଛି। ଦିନକୁ ଦିନ ଚିକିତ୍ସା ଖର୍ଚ୍ଚ ବଢ଼ୁଥିବା ବେଳେ ପରିବାର ପାଇଁ ଏହା ବହୁତ କଷ୍ଟକର ପରିସ୍ଥିତି ହୋଇପଡ଼ିଛି। ତାଙ୍କର ଚିକିତ୍ସା ପାଇଁ ଆର୍ଥିକ ସମସ୍ୟା ଦେଖାଦେଇଥିବା ବେଳେ ବିଭିନ୍ନ ସାମାଜିକ ସଂଗଠନ ଆଗକୁ ଆସି ସହଯୋଗର ହାତ ବଢ଼ାଇଛନ୍ତି।ଆଜି କିଛି ସଂଗଠନ ତଥା Help Ever Hurt Never Group” ପକ୍ଷରୁ ସମନ୍ୱୟ କରାଯାଇ ମୋଟ ₹54,414 ଟଙ୍କା ଧନଞ୍ଜୟ ନାୟକଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି। ଏଥିରେ Help Ever Hurt Never Group ପକ୍ଷରୁ ₹30,000, Rishi Mahima Seva Group ପକ୍ଷରୁ ₹13,000, GBD Group ପକ୍ଷରୁ ₹6,414 ଏବଂ Team Work Group ପକ୍ଷରୁ ₹5,000 ଅର୍ଥ ସହଯୋଗ ଏହି ସହଯୋଗ ତାଙ୍କ ପାଇଁ ଏକ ବଡ଼ ସାହାଯ୍ୟ ହୋଇଛି ଏବଂ ଆଶାର ଆଲୋକ ଜଗାଇଛି। ଏହି ସମସ୍ତ ସଂଗଠନର ସଦସ୍ୟମାନେ ଏକତ୍ରିତ ହୋଇ ଏହି ମାନବିକ ସେବା କାର୍ଯ୍ୟକୁ ସଫଳ କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇଛନ୍ତି। ଏହା ସହ ଅନ୍ୟମାନେ ମଧ୍ୟ ଆଗକୁ ଆସି ଏହି ଶିଶୁଙ୍କ ଚିକିତ୍ସା ପାଇଁ ସହଯୋଗ କରିବାକୁ ଆହ୍ୱାନ କରାଯାଇଛି।
    1
    ଗଜପତି ଜିଲ୍ଲା ମୋହନା ବ୍ଲକର ଚାନ୍ଦିପୁଟ ଗ୍ରାମ ପଞ୍ଚାୟତର ବାଙ୍କିଜୋଲା ଗ୍ରାମର ଏକ କୁମାର ବାଳକ ଧନଞ୍ଜୟ ନାୟକ ବର୍ତ୍ତମାନ ବୋନ୍ ମାରୋ କ୍ୟାନ୍ସର ରୋଗରେ ପୀଡ଼ିତ ଅଛନ୍ତି। ଧନଞ୍ଜୟଙ୍କ ପରିବାର ଜୀବିକା ପାଇଁ ଦିନମଜୁରି ଉପରେ ନିର୍ଭରଶୀଳ ଥିବାରୁ ଏତେ ବଡ଼ ରୋଗର ଚିକିତ୍ସା କରିବା ସମ୍ଭବ ହୋଇପାରୁ ନାହିଁ, ତାଙ୍କର ପରିବାର ଆର୍ଥିକ ଭାବେ ଅତ୍ୟନ୍ତ ଦୁର୍ବଳ ଥିବାରୁ ଚିକିତ୍ସା ପାଇଁ ବଡ଼ ସମସ୍ୟା ସୃଷ୍ଟି ହୋଇଛି। ଦିନକୁ ଦିନ ଚିକିତ୍ସା ଖର୍ଚ୍ଚ ବଢ଼ୁଥିବା ବେଳେ ପରିବାର ପାଇଁ ଏହା ବହୁତ କଷ୍ଟକର ପରିସ୍ଥିତି ହୋଇପଡ଼ିଛି।
ତାଙ୍କର ଚିକିତ୍ସା ପାଇଁ ଆର୍ଥିକ ସମସ୍ୟା ଦେଖାଦେଇଥିବା ବେଳେ ବିଭିନ୍ନ ସାମାଜିକ ସଂଗଠନ ଆଗକୁ ଆସି ସହଯୋଗର ହାତ ବଢ଼ାଇଛନ୍ତି।ଆଜି କିଛି ସଂଗଠନ ତଥା 
Help Ever Hurt Never Group” ପକ୍ଷରୁ ସମନ୍ୱୟ କରାଯାଇ ମୋଟ ₹54,414 ଟଙ୍କା ଧନଞ୍ଜୟ ନାୟକଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି। ଏଥିରେ Help Ever Hurt Never Group ପକ୍ଷରୁ ₹30,000, Rishi Mahima Seva Group ପକ୍ଷରୁ ₹13,000, GBD Group ପକ୍ଷରୁ ₹6,414 ଏବଂ Team Work Group ପକ୍ଷରୁ ₹5,000 ଅର୍ଥ ସହଯୋଗ ଏହି ସହଯୋଗ ତାଙ୍କ ପାଇଁ ଏକ ବଡ଼ ସାହାଯ୍ୟ ହୋଇଛି ଏବଂ ଆଶାର ଆଲୋକ ଜଗାଇଛି।
ଏହି ସମସ୍ତ ସଂଗଠନର ସଦସ୍ୟମାନେ ଏକତ୍ରିତ ହୋଇ ଏହି ମାନବିକ ସେବା କାର୍ଯ୍ୟକୁ ସଫଳ କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇଛନ୍ତି। ଏହା ସହ ଅନ୍ୟମାନେ ମଧ୍ୟ ଆଗକୁ ଆସି ଏହି ଶିଶୁଙ୍କ ଚିକିତ୍ସା ପାଇଁ ସହଯୋଗ କରିବାକୁ ଆହ୍ୱାନ କରାଯାଇଛି।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    6 hrs ago
  • ଡ୍ୟାମ ନାଁରେ ହଡ଼ପ କରାଯାଇଛି ରାଜସ୍ୱ ସମ୍ପତି ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଡ୍ୟାମ ନାଁରେ ହଡ଼ପ କରାଯାଇଛି ରାଜସ୍ୱ ସମ୍ପତି
ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    3 hrs ago
  • ଗଜପତି ଜିଲ୍ଲା ମୋହନାଠାରେ ଭାରତରତ୍ନ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ ହୋଇଯାଇଛି | ଏହି ଅବସରରେ ହିଲ୍‌ଟପ୍ କଲେଜଠାରୁ ହାଇସ୍କୁଲ ପଡ଼ିଆ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ହଜାର ହଜାର ଜନସାଧାରଣ ସାମିଲ ହୋଇ ଏହାକୁ ଏକ ଐତିହାସିକ ରୂପ ଦେଇଥିଲେ | ହାଇସ୍କୁଲ ପଡ଼ିଆଠାରେ ଆୟୋଜିତ ସଭାରେ ବିଭିନ୍ନ ଆମ୍ବେଦକରବାଦୀ ସଂଗଠନର କର୍ମକର୍ତ୍ତା, ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ ମୋର୍ଚ୍ଚାର ରାଜ୍ୟ ସଭାପତି ଡକ୍ଟର ପଲ୍ଲବ ଲିମା, ଭୀମ ଆର୍ମିର ବହୁ ରାଜ୍ୟସ୍ତରୀୟ ପଦାଧିକାରୀଙ୍କ ସମେତ ମୋହନା, ରାୟଗଡ଼ା ଓ କନ୍ଧମାଳ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ବାବାସାହେବଙ୍କ ଆଦର୍ଶ ଓ ସାମାଜିକ ନ୍ୟାୟ ଉପରେ ନିଜର ବକ୍ତବ୍ୟ ରଖିଥିଲେ | ଏହି ଅବସରରେ ଉପସ୍ଥିତ ହଜାର ହଜାର ଆମ୍ବେଦକର ପ୍ରେମୀ ଭୀମ ରାଓ ଆମ୍ବେଦକରଙ୍କ ସ୍ୱପ୍ନର ଭାରତ ଗଠନ ଲକ୍ଷ୍ୟରେ ଏକତ୍ରିତ ହୋଇ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ପ୍ରତିଜ୍ଞା କରିଥଲେ। ଆମସୋଲମ୍ ନାୟକ, ସାଗର ବଳିଆର ସିଂ ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ସହଯୋଗ କରିଥିଲେ।
    1
    ଗଜପତି ଜିଲ୍ଲା ମୋହନାଠାରେ ଭାରତରତ୍ନ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ ହୋଇଯାଇଛି | ଏହି ଅବସରରେ ହିଲ୍‌ଟପ୍ କଲେଜଠାରୁ ହାଇସ୍କୁଲ ପଡ଼ିଆ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ହଜାର ହଜାର ଜନସାଧାରଣ ସାମିଲ ହୋଇ ଏହାକୁ ଏକ ଐତିହାସିକ ରୂପ ଦେଇଥିଲେ | ହାଇସ୍କୁଲ ପଡ଼ିଆଠାରେ ଆୟୋଜିତ ସଭାରେ ବିଭିନ୍ନ ଆମ୍ବେଦକରବାଦୀ ସଂଗଠନର କର୍ମକର୍ତ୍ତା, ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ ମୋର୍ଚ୍ଚାର ରାଜ୍ୟ ସଭାପତି ଡକ୍ଟର ପଲ୍ଲବ ଲିମା, ଭୀମ ଆର୍ମିର ବହୁ ରାଜ୍ୟସ୍ତରୀୟ ପଦାଧିକାରୀଙ୍କ ସମେତ ମୋହନା, ରାୟଗଡ଼ା ଓ କନ୍ଧମାଳ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ବାବାସାହେବଙ୍କ ଆଦର୍ଶ ଓ ସାମାଜିକ ନ୍ୟାୟ ଉପରେ ନିଜର ବକ୍ତବ୍ୟ ରଖିଥିଲେ | ଏହି ଅବସରରେ ଉପସ୍ଥିତ ହଜାର ହଜାର ଆମ୍ବେଦକର ପ୍ରେମୀ ଭୀମ ରାଓ ଆମ୍ବେଦକରଙ୍କ ସ୍ୱପ୍ନର ଭାରତ ଗଠନ ଲକ୍ଷ୍ୟରେ ଏକତ୍ରିତ ହୋଇ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ପ୍ରତିଜ୍ଞା କରିଥଲେ। ଆମସୋଲମ୍ ନାୟକ, ସାଗର ବଳିଆର ସିଂ ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ସହଯୋଗ କରିଥିଲେ।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    20 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.