Shuru
Apke Nagar Ki App…
କୋଟପାଡ଼ରେ କୁଆ ପଥର ଘଡ଼ଘଡି ସହ ପ୍ରବଳ ବର୍ଷା
Kopad Breaking News
କୋଟପାଡ଼ରେ କୁଆ ପଥର ଘଡ଼ଘଡି ସହ ପ୍ରବଳ ବର୍ଷା
More news from ଓଡ଼ିଶା and nearby areas
- କୋରାପୁଟ: କୋରାପୁଟ ଜିଲ୍ଲାରେ ବିଜେପି ଦଳର 47ତମ ସ୍ଥାପନା ଦିବସ ଉତ୍ସାହର ସହିତ ପାଳନ କରାଯାଇଛି। ଏହି ଅବସରରେ ବିଭିନ୍ନ କାର୍ୟକ୍ରମ ଆୟୋଜନ ହୋଇଥିବାବେଳେ ଦଳୀୟ କର୍ମୀମାନେ ବୃହତ୍ ସଂଖ୍ୟାରେ ଯୋଗଦେଇଥିଲେ। ଅବସରରେ କୋରାପୁଟ ବିଧାୟକ ରଘୁରାମ ମାଛ କହିଥିଲେ ଯେ, “ଶଙ୍ଖ ଯେପରି ଭାଙ୍ଗି ଭାଙ୍ଗି ଯାଉଛି, ହାତ ଛିଣ୍ଡି ଛିଣ୍ଡି ଯାଉଛି, ସେପରି ପଦ୍ମ ଫୁଟି ଫୁଟି ଯାଉଛି। ଆଗାମୀ ଦିନରେ ପଦ୍ମ ଯେଉଁଠିକୁ ଯିବ ସେଠି ଫୁଟିବ,” ବୋଲି ସେ ଦାବି କରିଥିଲେ।1
- ମାଥିଲି ଥାନା ଅନ୍ତର୍ଗତ ମହୁପଦର ରେ ଟ୍ରାକ୍ଟର ଓଲଟି ୨୦ ରୁ ଅଧିକ ଜଣ ଲକେ ଆହତ.... l ଭାରସାମ୍ୟ ହରାଇ ଓଲଟି ପଡିଲା ଟ୍ରାକ୍ଟର । ୨୦ ଜଣ ଗୁରୁତର ଏଭଳି ମର୍ମାହତ ସଡକ ଦୁର୍ଘଟଣା ଘଟିଛି ମାଥିଲି ଥାନା ଅନ୍ତର୍ଗତ ମହୁପଦର ପଞ୍ଚାୟତର ପେରମାରାଶି ଠାରେ । ଆକୁର ଗ୍ରାମରେ ପ୍ରତି ବର୍ଷ ମଣ୍ଡେଇ ଯାତ୍ରା ହୁଏ । ଏହି ଯାତ୍ରାରେ ଆଖପାଖ ଅଞ୍ଚଳର ଲୋକେ ଏହି ଯାତ୍ରାରେ ଯୋଗ ଦେଇଥାନ୍ତି । ମଣ୍ଡେଇ ଯାତ୍ରା ବଡ଼ ଧୁମଧାମରେ ପାଳିତ ହୋଇଥାଏ । ମଣ୍ଡେଇ ଯାତ୍ରାରେ ଯୋଗ ଦେବା ପାଇଁ ମହୁପଦର ଗ୍ରାମର ଦୁରୁଆ ନାଚ ପାର୍ଥି ଆକୁର ଗ୍ରାମରେ ଏକ ଟ୍ରାକ୍ଟର ରେ ପ୍ରାୟ ୨୦ ଜଣ,ମହିଳା ଓ ପୁରୁଷ ବସି ଯାଉଥିଲେ । ଟ୍ରାକ୍ଟର ରେ ଅତ୍ୟଦିକ ଲୋକ ବସି ଥିବା ହେତୁ ପେରମାରାଶି ପାଖରେ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିଲା । ଟ୍ରାକ୍ଟରରେ ବସିଥିବା ସମସ୍ତେ ଛିଟିକି ପଡ଼ିଥିଲେ । କାହାର ହାତ ଭାଙ୍ଗିଛି ତ ,କାହାର ମୁଣ୍ଡ ଫାଟି ଯାଇଛି । ଖବର ପାଇ ଆଖ ପାଖ କିଛି ଗାଁ ଲୋକ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଲୋକଙ୍କୁ ଉଦ୍ଧାର କରି ମାଥିଲି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ତହିଁ ମଧ୍ୟରୁ ତିନି ଜଣ ବବି ନାୟକ(୧୪),ଟୁକୁଡୁ ଦୁରୁଆ(୪୫),ସମନାଥ ଦୁରୁଆ(୧୬)ଙ୍କ ସ୍ୱାସ୍ତ୍ୟବ୍ୟସ୍ତ ଅତି ଗୁରୁତ୍ୱ ଥିବାରୁ ସେମାନଙ୍କୁ କୋରାପୁଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନ୍ତତରିତ କରାଯାଇଛି। ଗୀତାଞ୍ଜଳି ଦାରୁଆଙ୍କ ସ୍ୱାସ୍ତ୍ୟବ୍ୟସ୍ତ ମଧ୍ୟ ଗୁରୁତ୍ୱ ଥିବାରୁ ମାଲକାନଗିରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ତାନାନ୍ତରିତ କରାଯାଇଛି । ଅନ୍ୟ କେତେ ଜଣଙ୍କୁ ମଧ୍ୟ କୋରାପୁଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯିବାର ସମ୍ବାବନ ରହିଛି ।1
- ନୂଆପଡ଼ା - ୦୬/୦୪-ନୂଆପଡ଼ା ଜିଲ୍ଲା ସଦର ବ୍ଳକ୍ ଅନ୍ତର୍ଗତ ବିରୋମାଲ ଗ୍ରାମ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ନିରାକରଣ ନିମନ୍ତେ ଏକ ବ୍ୟାପକ ସଚେତନତା ଶିବିର ଓ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭା ରେ ପ୍ରଥମେ ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ସଭା ପରିଚାଳନା କରି ସମସ୍ତଙ୍କୁ ସ୍ୱାଗତ କରିଥିଲେ। ସଭାରେ ବିଭିନ୍ନ ବିଭାଗର ଅଧିକାରୀମାନେ ଶ୍ରମିକ, କୃଷକ, ମହିଳା ଓ ସାଧାରଣ ଲୋକଙ୍କ ପାଇଁ ରହିଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସଚେତନ କରିଥିଲେ। ନିଜ ଅଭିଭାଷଣରେ ଜିଲ୍ଲାପାଳ ମଧୁସୁଦନ ଦାଶ କହିଥିଲେ ଯେ, ଜିଲ୍ଲାରେ ବିଭିନ୍ନ ଯୋଜନାର ସଫଳ ରୂପାୟନ ଫଳରେ ନୂଆପଡ଼ା ରାଜ୍ୟ ଓ ଜାତୀୟ ସ୍ତରରେ ନିଜସ୍ୱ ପରିଚୟ ସୃଷ୍ଟି କରିପାରିଛି। ପ୍ରବାସୀ ଶ୍ରମିକ ସମସ୍ୟା ନିରାକରଣ ପାଇଁ ଲୋକଙ୍କ ସହଭାଗିତା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ। ପ୍ରତି ଶ୍ରମିକ ପରିବାରକୁ ୩୦୦ ଦିନର କାମ ଯୋଗାଇ ଦେବା ଲକ୍ଷ୍ୟ ରହିଥିବା ସହିତ ଗ୍ରାମରେ ରହି ଆର୍ଥିକ ସ୍ୱାବଳମ୍ବନ ହାସଲ କରିବାକୁ ସେ ଆହ୍ୱାନ ଦେଇଥିଲେ। ସମସ୍ତେ ମିଳି ମିଶି ପ୍ରବାସମୁକ୍ତ ଗ୍ରାମ ପଞ୍ଚାୟତ ଗଢ଼ିବା ପାଇଁ ସେ ଆହ୍ୱାନ କରିଥିଲେ। ଅବୈଧ ମଦ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ମଧ୍ୟ ସେ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ “ଝିଅ ପାଇଁ ଗଛଟିଏ” ଓ “ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ” ପାଳନ କରାଯାଇଥିଲା। ଜିଲ୍ଲାପାଳ ଦୁଇ ନବଜାତ କନ୍ୟା ଶିଶୁଙ୍କୁ କୋଳରେ ଧରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ଓ ଚାରା ଓ ଉପହାର ପ୍ରଦାନ କରିଥିଲେ। ଗର୍ଭବତୀ ମହିଳାମାନଙ୍କୁ ପୃଷ୍ଟିକର ଖାଦ୍ୟ ଓ ଉପହାର ବଣ୍ଟନ କରାଯାଇଥିଲା। ସ୍ଥାନୀୟ ସ୍କୁଲ୍ ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା ଓ ୧୦୦ ଦିନରୁ ଅଧିକ କାମ କରିଥିବା ଶ୍ରମିକମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶ୍ରମ ବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକମାନଙ୍କୁ ପରିଚୟ ପତ୍ର, ମୃତ୍ୟୁ ସହାୟତା, ବିବାହ ସହାୟତା, ଶିକ୍ଷା ଓ ମାତୃତ୍ୱ ସହାୟତା ପ୍ରଦାନ କରାଯାଇଥିଲା। ୧୦ ଜଣଙ୍କୁ ନିର୍ମାଣ ଶ୍ରମିକ କାର୍ଡ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଧରମବନ୍ଧା ଗ୍ରାମ ପଞ୍ଚାୟତର ପତୋରା ଗ୍ରାମର ୭ ଜଣ ହିତାଧିକାରୀଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ସିରୋନାମା ପ୍ରଦାନ କରାଯାଇଥିଲା। ମଧୁବାବୁ ପେନସନ ଯୋଜନାରେ ନୂତନ ୫ ଜଣ ହିତାଧିକରୀ ଙ୍କୁ ପ୍ରଥମ କିସ୍ତି ପେନସନ ବଣ୍ଟନ କରାଯାଇଥିଲା। ଏହା ସହ ଏସଏଚଜି ସଦସ୍ୟ ରୁପଲତା ଚନ୍ଦ୍ରକାର, ଶିକ୍ଷକ ଗୋକୁଳରାମ ଦଣ୍ଡସେନା ଓ ଅବସରପ୍ରାପ୍ତ ଆଙ୍ଗନୱାଡ଼ି କର୍ମୀ ସଲ୍ୟା କୁମାରୀ ରଣାଙ୍କୁ “ସ୍ୱଚ୍ଛତା ଦୂତ ପୁରସ୍କାର” ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ କାର୍ଯ୍ୟକ୍ରମରେ “ପକ୍ଷୀ ପାଇଁ ଦିନଟିଏ” ପାଳନ କରାଯାଇ ପକ୍ଷୀମାନଙ୍କୁ ଖାଦ୍ୟ ଓ ପାଣି ଯୋଗାଇ ଦିଆଯାଇଥିଲା। ଶେଷରେ ଜିଲ୍ଲାପାଳ ଫେରନ୍ତା ପ୍ରବାସୀ ଶ୍ରମିକ ଦୀପେନ ରାଉତ ଓ ତାଙ୍କ ସ୍ତ୍ରୀ ଶ୍ରୀମତୀ କୁନ୍ତଳା ସତନାମୀଙ୍କୁ ସାକ୍ଷାତ କରି ସେମାନଙ୍କୁ ସରକାରୀ ସହାୟତା ଦେବା ସହ ଆଉ ପ୍ରବାସକୁ ନଯିବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ମଧ୍ୟ ସେ ଅଂଶଗ୍ରହଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମରେ “ପ୍ରବାସମୁକ୍ତ ଓ ଉନ୍ନତ ପଞ୍ଚାୟତ” ଗଠନ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଜିଲ୍ଲାପାଳ ଉଲ୍ଲେଖ କରିଥିଲେ। ଉପରୋକ୍ତ କାର୍ଯ୍ୟକ୍ରମ ରେ ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମି ସୋରେନ, ସିଡିଏମଓ ଡଃ ଧନେଶ୍ୱର ସେଠୀ, ବିଡିଓ ରୋହିତ ଭୋଇ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ତାରେଶ୍ୱରୀ ସାହୁ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ନିରା ଚନ୍ଦ୍ରକାର ଓ ସମିତି ସଦସ୍ୟା ଶ୍ରୀମତୀ ଗାୟତ୍ରୀ ବାଇ ମାଝୀ ପ୍ରମୁଖ ଯୋଗଦେଇଥିଲେ।4
- ଭିଡ଼ିଓ ଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଅନୁଭବ କରନ୍ତୁ ଓ ପରିବର୍ତ୍ତନ ହୋଇ ଜୀବନ ର ଉନ୍ନତି ପଥ ଆପଣନ୍ତୁ କଳିଙ୍ଗ ସମ୍ବାଦ ଲାଇଭ୍ ତରଫରୁ ଆଜିର ଅନୁଚିନ୍ତା, ଧନ୍ୟବାଦ1
- Post by Dingar Majhi1
- Post by ସୋନୁ ଟାଇଗର1
- କୋଟପାଡ଼ରେ କୁଆ ପଥର ଘଡ଼ଘଡି ସହ ପ୍ରବଳ ବର୍ଷା1
- ଆସନ୍ତା ଅପ୍ରେଲ ୧୨ ତାରିଖ ଦିନ ଜୟପୁର ପାରାବେଡା ଛକ ନିକଟରେ ମା ଦଣ୍ଡକାଳୀଙ୍କ ପୂଜା ଅନୁଷ୍ଠିତ ହେବ। ଏହି ପବିତ୍ର ଅବସରରେ ସମସ୍ତ ଭକ୍ତଜନଙ୍କୁ ମାଙ୍କ ଦର୍ଶନ ପାଇଁ ସାଦର ନିମନ୍ତ୍ରଣ। ଆସନ୍ତୁ ଏବଂ ମାଙ୍କର ଆଶୀର୍ବାଦ ଗ୍ରହଣ କରନ୍ତୁ। 🙏1
- କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଅଧିନ ରେ ଥିବା କୁର୍ତ୍ତମଗଡ଼ ଗ୍ରାମ ରେ ଭୀଷଣ କାଳ ବୈଶାଖୀ ଯୋଗୁଁ ଅନେକ ଲୋକ ଙ୍କ ଘର ଟିଣ ଛପର ଏବଂ ଆଜବେଷ୍ଟସ ପବନ ରେ ଚୁର ମାର୍ ହୋଇଯାଇଛି। ତୁରନ୍ତ ସମ୍ପୃକ୍ତ ଅଧିକାରୀ ଅନୁଧ୍ୟାନ କରି ସାହାଯ୍ୟ ସହଯୋଗ କରିବାକୁ ଅଞ୍ଚଳ ବାସୀ ଅନୁରୋଧ କରିଛନ୍ତି। ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ୍ ଓଡିଶା, ଭୁବନେଶ୍ୱର1